ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଶରଧା ବାଲିଲେ ନନ୍ଦିଘୋଷ ରଥେ ଚାହିଁ କଳା ବଦନକୁ ll (1)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଚହଟ ଚିକ୍କଣ କଳା ଚାନ୍ଦ ମୁହଁ ମନଭରି ଦେଖିବାକୁ ll (2)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଜଗତ ଠାକୁର ବୋଲନ୍ତି ଜଗତେ ରଥେ ବିଜେ ଆଷାଢ଼କୁ ll (3)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଦାରୁ ଦିଅଁ ସିଏ ଦ୍ଵି ସପ୍ତ ଭୁବନେ ବଇକୁଣ୍ଠ ଲଭିବାକୁ ll (4)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଆସୁଛନ୍ତି କାହିଁ ଯୋଗୀ ମୁନି ରୁଷି ପାପୀ ତପି ତରିବାକୁ ll (5)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଜଗତ ଜନ କି ମୁକତି ଆଶାରେ
ଆସୁଛନ୍ତି ଦେଖିବାକୁ ?ll (6)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଜୀବନରେ ଯେତେ ଦୁଃଖ ଅପମାନ ତାକୁ ଦେଖି ଭୁଲିବାକୁ ll (7)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ନିନ୍ଦା ଅପମାନ ଦୁଃଖ ଶୋକ ଭୁଲି
ପଦ୍ମମୁଖ ଦେଖିବାକୁ ll (8)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଷଡ ଅଇଶ୍ୱର୍ଯ୍ୟ ଲଭିବା ସତେ କି ଆସି ମର୍ତ୍ତ୍ୟ ବୈକୁଣ୍ଠକୁ ll (9)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଭାଇ ଭଉଣୀଙ୍କ ସାଥିରେ ରଥରେ ଆସିଛନ୍ତି ବୁଲିବାକୁ ll(10)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ରଥେ ଥରେ ବରଷକୁ ll (11)
ନୀଳଚକ୍ର ଚାହିଁ ସ୍ତୁତି କରୁଥିବା ତାର ପଦ୍ମପାଦ ଧ୍ୟାୟୀ l ସାରା ଜଗତର ଦୁଃଖ ଯେ ବୁଝୁଚି ଆମ ପାଇଁ ବେଳ ନାହିଁ ll (12)
ମର ଦେହ ଧରି ଆସିଛୁ ଧରାକୁ ସହିବାକୁ ଅପମାନ ?l ଅସହାୟ ମଣି ମରିବା କି ଭାଗ୍ୟ ଦେଖି ତା କଳା ବଦନ ll(13)
ଅନ୍ତର୍ଯ୍ୟାମୀ ହୋଇ ବୁଝିଲେନି ଆମ ଅନ୍ତର ବେଦନା ଯଦି ?l ଦୁଃଖୀ ଜନ ପରି ଦୁଃଖ କି କହିବା ହୋଇ ପ୍ରଭୁ ପ୍ରତିବାଦୀ ll(14)
କେତେ ଦୁଃଖ କହ ଦେଇନି କାଳିଆ ମୋହମାୟା ପ୍ରୀତି ଲାଗି ?l ତାର ବଡପଣ ଉଣା ହେବ କାଳେ ଆମ ଦୁଃଖେ ହେଲେ ଭାଗୀ ?ll (15)
ମୂକ ପରି ଆମେ ଦେଖିବା ଦୂରରୁ କରପତ୍ର ଯୋଡି ସଖୀ l କାନ୍ଦିବାନି କାଳେ କରୁଣା କରିବ ଆମ ଆଖି ଲୁହ ଦେଖି ll (16)
ଧନ୍ଯ ସେହି ନାରୀ ନିଆଁ ଖୁଣ୍ଟା ପରି ସୁଶିଳା ଦେଇ ଯା ନାମ l ପ୍ରୀତି ନିନ୍ଦା କରି ଚିରିଲା ଚିଠିକୁ ହେଲା ଆମ ଭାଗ୍ୟ ବାମ ll (17)
କେତେ ନିନ୍ଦା ଗାଳି ସହିଲ ମୋ ଲାଗି ରହିଲ ମଉନ ହୋଇ l ମରଣ ଜିଣିକି ଝୁରୁଥାଏ ସଦା ଚକାନୟନ କୁ ଚାହିଁ ll (18)
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର l 7.7.24
ବୁଲିଯିବା ସଖୀ ଧନ୍ଯ ହେବା ଦେଖି ନୀଳମଣି କାଳିଆକୁ l ନୀଳ କନ୍ଦରରେ ସେ ନୀଳ ମାଧବ ନୀଳପଦ୍ମ ମଣିମାକୁ ll(1) ହୋ ହୋ ନୀଳପଦ୍ମ ମଣିମାକୁ ll
ଦେଖ ଦେଖ ସଖୀ ଦୁଇ ନୟନରେ ନୀଳ ପଦ୍ମ ମଣିମାକୁ l ନୀଳ କନ୍ଦରରେ ବିଜେ ସୁନା ଦିଅଁ ଦାରୁ ନୀଳ ମାଧବକୁ ll(2) ହୋ ହୋ ଦାରୁ ନୀଳ ମାଧବକୁ ll
ଦେଖୁଥିଲେ ସଖୀ ଆଖି ଯିବ ଲାଖି ଦାରୁ ନୀଳ ମାଧବକୁ l ନନ୍ଦିଘୋଷ ରଥେ ବିଜେ ଜଗନ୍ନାଥ ରଥାରୂଢ଼ ବାମନକୁ ll(3) ହୋ ହୋ ରଥା ରୂଢ଼ ବାମନକୁ ll
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର 8.7.24
ସୁନା ବେଶ ଦେଖି ଯିବା ଆଜି ସଖୀ କି ଆନନ୍ଦେ ନୀଳାଚଳକୁ l ଭକତଙ୍କ ଭିଡ଼ ଗହଳି ଚହଳି ଶୋଭା ବଳି ବଡଦାଣ୍ଡକୁ ll (1)
ଶ୍ରୀମନ୍ଦିର ବେଢ଼ା ସିଂହଦ୍ୱାର ପାଶେ ତିନି ରଥେ ତିନି ଦିଅଁକୁ l ମହଣ ମହଣ ସୁନା ଗହଣାରେ ସଜା ହୁଏ ଦେଖି ଯିବାକୁ ll (2)
ନବ ଦିନ ଯାତ୍ରା ସାରି ବାହୁଡlରେ ଶ୍ରୀମନ୍ଦିର ଫେରି ଯିବାକୁ l ଜଗତ ଠାକୁର ହୋଇଛନ୍ତି ଉଭା ଦେଖିବl ଭାଇ ଭଉଣୀଙ୍କୁ ll(3)
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 20.7.24 ପୁରୀ
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 1 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଶରଧା ବାଲିଲେ ନନ୍ଦିଘୋଷ ରଥେ ଚାହିଁ କଳା ବଦନକୁ ll (1)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଚହଟ ଚିକ୍କଣ କଳା ଚାନ୍ଦ ମୁହଁ ମନଭରି ଦେଖିବାକୁ ll (2)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଜଗତ ଠାକୁର ବୋଲନ୍ତି ଜଗତେ ରଥେ ବିଜେ ଆଷାଢ଼କୁ ll (3)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଦାରୁ ଦିଅଁ ସିଏ ଦ୍ଵି ସପ୍ତ ଭୁବନେ ବଇକୁଣ୍ଠ ଲଭିବାକୁ ll (4)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଆସୁଛନ୍ତି କାହିଁ ଯୋଗୀ ମୁନି ରୁଷି ପାପୀ ତପି ତରିବାକୁ ll (5)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଜଗତ ଜନ କି ମୁକତି ଆଶାରେ
ଆସୁଛନ୍ତି ଦେଖିବାକୁ ?ll (6)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଜୀବନରେ ଯେତେ ଦୁଃଖ ଅପମାନ ତାକୁ ଦେଖି ଭୁଲିବାକୁ ll (7)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ନିନ୍ଦା ଅପମାନ ଦୁଃଖ ଶୋକ ଭୁଲି
ପଦ୍ମମୁଖ ଦେଖିବାକୁ ll (8)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଷଡ ଅଇଶ୍ୱର୍ଯ୍ୟ ଲଭିବା ସତେ କି ଆସି ମର୍ତ୍ତ୍ୟ ବୈକୁଣ୍ଠକୁ ll (9)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଭାଇ ଭଉଣୀଙ୍କ ସାଥିରେ ରଥରେ ଆସିଛନ୍ତି ବୁଲିବାକୁ ll(10)
ଚାଲ ସଖୀ ଆମେ ଦର୍ଶନ କରିବା ନୀଳଗିରି କାଳିଆକୁ l ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ରଥେ ଥରେ ବରଷକୁ ll (11)
ନୀଳଚକ୍ର ଚାହିଁ ସ୍ତୁତି କରୁଥିବା ତାର ପଦ୍ମପାଦ ଧ୍ୟାୟୀ l ସାରା ଜଗତର ଦୁଃଖ ଯେ ବୁଝୁଚି ଆମ ପାଇଁ ବେଳ ନାହିଁ ll (12)
ମର ଦେହ ଧରି ଆସିଛୁ ଧରାକୁ ସହିବାକୁ ଅପମାନ ?l ଅସହାୟ ମଣି ମରିବା କି ଭାଗ୍ୟ ଦେଖି ତା କଳା ବଦନ ll(13)
ଅନ୍ତର୍ଯ୍ୟାମୀ ହୋଇ ବୁଝିଲେନି ଆମ ଅନ୍ତର ବେଦନା ଯଦି ?l ଦୁଃଖୀ ଜନ ପରି ଦୁଃଖ କି କହିବା ହୋଇ ପ୍ରଭୁ ପ୍ରତିବାଦୀ ll(14)
କେତେ ଦୁଃଖ କହ ଦେଇନି କାଳିଆ ମୋହମାୟା ପ୍ରୀତି ଲାଗି ?l ତାର ବଡପଣ ଉଣା ହେବ କାଳେ ଆମ ଦୁଃଖେ ହେଲେ ଭାଗୀ ?ll (15)
ମୂକ ପରି ଆମେ ଦେଖିବା ଦୂରରୁ କରପତ୍ର ଯୋଡି ସଖୀ l କାନ୍ଦିବାନି କାଳେ କରୁଣା କରିବ ଆମ ଆଖି ଲୁହ ଦେଖି ll (16)
ଧନ୍ଯ ସେହି ନାରୀ ନିଆଁ ଖୁଣ୍ଟା ପରି ସୁଶିଳା ଦେଇ ଯା ନାମ l ପ୍ରୀତି ନିନ୍ଦା କରି ଚିରିଲା ଚିଠିକୁ ହେଲା ଆମ ଭାଗ୍ୟ ବାମ ll (17)
କେତେ ନିନ୍ଦା ଗାଳି ସହିଲ ମୋ ଲାଗି ରହିଲ ମଉନ ହୋଇ l ମରଣ ଜିଣିକି ଝୁରୁଥାଏ ସଦା ଚକାନୟନ କୁ ଚାହିଁ ll (18)
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର l 7.7.24
ବୁଲିଯିବା ସଖୀ ଧନ୍ଯ ହେବା ଦେଖି ନୀଳମଣି କାଳିଆକୁ l ନୀଳ କନ୍ଦରରେ ସେ ନୀଳ ମାଧବ ନୀଳପଦ୍ମ ମଣିମାକୁ ll(1) ହୋ ହୋ ନୀଳପଦ୍ମ ମଣିମାକୁ ll
ଦେଖ ଦେଖ ସଖୀ ଦୁଇ ନୟନରେ ନୀଳ ପଦ୍ମ ମଣିମାକୁ l ନୀଳ କନ୍ଦରରେ ବିଜେ ସୁନା ଦିଅଁ ଦାରୁ ନୀଳ ମାଧବକୁ ll(2) ହୋ ହୋ ଦାରୁ ନୀଳ ମାଧବକୁ ll
ଦେଖୁଥିଲେ ସଖୀ ଆଖି ଯିବ ଲାଖି ଦାରୁ ନୀଳ ମାଧବକୁ l ନନ୍ଦିଘୋଷ ରଥେ ବିଜେ ଜଗନ୍ନାଥ ରଥାରୂଢ଼ ବାମନକୁ ll(3) ହୋ ହୋ ରଥା ରୂଢ଼ ବାମନକୁ ll
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର 8.7.24
ସୁନା ବେଶ ଦେଖି ଯିବା ଆଜି ସଖୀ କି ଆନନ୍ଦେ ନୀଳାଚଳକୁ l ଭକତଙ୍କ ଭିଡ଼ ଗହଳି ଚହଳି ଶୋଭା ବଳି ବଡଦାଣ୍ଡକୁ ll (1)
ଶ୍ରୀମନ୍ଦିର ବେଢ଼ା ସିଂହଦ୍ୱାର ପାଶେ ତିନି ରଥେ ତିନି ଦିଅଁକୁ l ମହଣ ମହଣ ସୁନା ଗହଣାରେ ସଜା ହୁଏ ଦେଖି ଯିବାକୁ ll (2)
ନବ ଦିନ ଯାତ୍ରା ସାରି ବାହୁଡlରେ ଶ୍ରୀମନ୍ଦିର ଫେରି ଯିବାକୁ l ଜଗତ ଠାକୁର ହୋଇଛନ୍ତି ଉଭା ଦେଖିବl ଭାଇ ଭଉଣୀଙ୍କୁ ll(3)
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 20.7.24 ପୁରୀ
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 1 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଅ ଅଙ୍ଗୁରି, ଅଙ୍ଗୁରୀ- ମୁଦି,ପାଦର ବୁଢା ଆଙ୍ଗୁଠି ଅଟବି, ଅଟବୀ- ବନ,କାନନ,ଅରଣ୍ୟ ଅନ୍ତରିକ୍ଷ, ଅନ୍ତରୀକ୍ଷ - ଆକାଶ, ଗଗନ ଅବଗାହ, ଅବଗାହନ - ସ୍ନାନ, ଗାଧୋଇବା ଅବଧି - ସୀମା, ଆଜି ପର୍ଯ୍ୟନ୍ତ ଅବ୍ ଧି- ସାଗର, ସରୋବର, ଜଳାଧାର ଅବନି, ଅବନୀ - ଧରିତ୍ରୀ, ପୃଥିବୀ ଅବନୀନାଥ, ଅବନିପତି, ଅବନିପାଳ-ରାଜା ଅମ୍ବୁରୁହ, ଅମ୍ଭୋରୁହ, ସରୋରୁହ- ପଦ୍ମ ଅରଣି, ଅରଣୀ- ଅଗ୍ନି, ସୂର୍ଯ୍ୟ ଅର୍ଚ୍ଚନ, ଅର୍ଚ୍ଚନା - ପୂଜା, ବନ୍ଦନା ଅର୍ଦ୍ଧାଙ୍ଗୀ, ଅର୍ଦ୍ଧାଙ୍ଗିନୀ - ପତ୍ନୀ ଅଳକ୍ତ, ଅଳକ୍ତକ- ଅଳତା
ଆ ଆଖଣ୍ଡଳ - ଇନ୍ଦ୍ର, ମଘବା, ଶକ୍ର, ସହସ୍ରାକ୍ଷ ଆଖଣ୍ଡଳମଣି - ଶିବ ଭୂମଣ୍ଡଳ - ପୃଥିବୀ
ଆଣି, ଫୁଟାଣି - ଗର୍ବ, ଆଡମ୍ବର
ଆତପ - ଖରା, ରୌଦ୍ର ଆତପତ୍ର - ଛତା
ଆତ୍ମଭୂ - ବ୍ରହ୍ମା, କାମଦେବ ସ୍ଵୟଂଭୂ- ବ୍ରହ୍ମl, ବିଷ୍ଣୁ, ଶିବ ଶରଭୂ - କାର୍ତ୍ତିକେୟ
ଆନିଳ- ଅଳ୍ପ ନୀଳ, ଇଷତ୍ ନୀଳ ଅନିଳ- ବାୟୁ ,ପବନ
ଆନ୍ତର, ଆନ୍ତରିକ- ପ୍ରିୟ ଆପ୍- ଜଳ ଆପଗା - ନଦୀ, ନିମ୍ନଗା, ଅପଗା ଅପଗା- ନଦୀ
ଆଭାସ- ସୂଚନା, ଇଙ୍ଗିତ ଆଭାଷ- ଭାଷଣ, ଭୂମିକା ଆରସୀ, ଆରଶୀ - ଦର୍ପଣ, (ଆଦର୍ଶ - ଦର୍ପଣ, ଆଇନା)
ଆରାଧନା, ଆରାଧନ -ପୂଜା, ଉପାସନା (ଆରାତ୍ରିକ- ନୀରାଜନା,ଆଳତି)
ଆରିସା,ଆରିଷା - ତେଲ ପିଠା ଆଳି,ଆଳୀ- ଶ୍ରେଣୀ,ସମୂହ,ସଖୀ, ମାଛ ନାଁ ବକାଳି- (ବକ+ଆଳି) ବଗ ପଲ,
ଆସକ୍ତି - ସ୍ନେହ, ଅନୁରାଗ ଆଶକ୍ତି - ସାମର୍ଥ୍ୟ, ଯୋଗ୍ୟତା
ଆସ ଆଶ- ଇଛା, ଅକାଂକ୍ଷା,ଭୋଜନ,ଭରସା ଆଶଂସା - ଇଛା, ଆଶା
ଆଶୁ - ଶୀଘ୍ର, ସତ୍ତ୍ଵର, ଚଞ୍ଚଳ ଆଶୁତୋଷ(ଶିବଙ୍କ ନାମ)- ଯେ ଶୀଘ୍ର ସନ୍ତୁଷ୍ଟ ଆଶୁ ଚିକିତ୍ସା- ଶୀଘ୍ର, ଜରୁରୀ ଆଶୁଗ- ବାଣ, ଶର
ଆହାବ- ଯୁଦ୍ଧ, ସାହସ, ଅଗ୍ନି ଆହବ - ଯୁଦ୍ଧ
ଆସ୍ୟ- ମୁଖ, ତୁଣ୍ଡ ଆଶ୍ବାସ, ଆଶ୍ବାସନ, ଆଶ୍ବାସନା ——————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର 22.7.24
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 2 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଇ ଇକ୍ଷୁ, ଇକ୍ଷୁକ- ଆଖୁ ରସାଳ- ଆଖୁ, ଆମ୍ବ ଇନ୍ଦିବର, ଇନ୍ଦୀବର- ନୀଳପଦ୍ମ, ନୀଳକଇଁ ସୌଗନ୍ଧିକ- ନୀଳ ପଦ୍ମ, ନୀଳ କଇଁ
ଇନ୍ଦୁର, ଇନ୍ଦୂର- ମୂଷା
ଇନ୍ଦୁ- ଚନ୍ଦ୍ର ଇନ୍ଦିରା- ଲକ୍ଷ୍ମୀ ଇନ୍ଦୁମତୀ- ପୂର୍ଣିମା , ରାମଙ୍କ ବୁଢୀ ମା ଇନ୍ଦୁଜା- ନର୍ମଦା , ରେବା ନଦୀ
ଇନ୍ଦୁରେଖା, ଇନ୍ଦୁଲେଖା- ଚନ୍ଦ୍ରକଳା, ରାଧାଙ୍କ ସଖୀ
ଇନ୍ଦ୍ରଚାପ, ଶକ୍ରଚାପ- ଇନ୍ଦ୍ରଧନୁ ଲଘୁଚାପ, ଗୁରୁଚାପ
ଇନ୍ଦ୍ରଚାପ - ଇନ୍ଦ୍ରଧନୁ ଇନ୍ଦ୍ରଗୋପ - ଅତୀବ ସୁନ୍ଦର, ସାଧବ ବୋହୂ
ଇରମ୍ମଦ- ବଜ୍ର, ବିଜୁଳି, ଅଶନି, ଭିଦୂର, ମେଘଜ୍ୟୋତି,
ଇସାରା, ଇଶାରା - ସଂକେତ ଇଶାଣ, ଇଶାନ- ଉତ୍ତରପୂର୍ବ, ହାଣ୍ଡିଶାଳ ଇଷିକା, ଇଷୀକା- ତୂଳୀ, କାଶତଣ୍ଡୀ ——– ଈ ଈଶାନ,ଇଶାନ- ଶିବ, ଉତ୍ତର ପୂର୍ବ ଈଶାନୀ- ଈଶ୍ବରୀ, ଦୁର୍ଗା,ପାର୍ବତୀ ଈର୍ଷା,
ଉ ଉତ୍କଣ୍ଠ, ଉତ୍କଣ୍ଠିତ - ଉତ୍ସୁକ, ଉଦ୍ ବିଗ୍ନ, ଉଦ, ଉଦକ - ଜଳ ଉଦଧି- ସମୁଦ୍ର, ମେଘ ମହୋଦଧି- ଉଦ୍ଭିଦ, ଉଦ୍ଭିଜ୍ଜ- ତରୁଲତା, ଗୁଳ୍ମ ଉଦ୍ ବେଳ, ଉଦ୍ ବେଳନ- ଆନ୍ଦୋଳନ, ଆଲୋଡନ
ଉଦାସ, ଉଦାସୀ, ଉଦାସୀନ- ବୈରାଗୀ, ଅନାସକ୍ତ
ଉଭ, ଉଭୟ - ଦୁହେଁ ଉଭଚର, ଉଭୟଚର- ସାପ, ବେଙ୍ଗ ଉର, ଉରଃ,ଉରସ - ଛାତି, ବକ୍ଷୃ ଉରଜ, ଉରୋଜ, ଉରସିଜ- ସ୍ତନ, କୁଚ
ଉରସିଜ- ସ୍ତନ ସରସିଜ- ପଦ୍ମ ମନସିଜ- କନ୍ଦର୍ପ, ଅନଙ୍ଗ, କାମଦେବ
ଉରଗ, ଉରଙ୍ଗ, ଉରଙ୍ଗମ - ସର୍ପ ବିହଗ, ବିହଙ୍ଗ, ବିହଙ୍ଗମ - ପକ୍ଷୀ ମାତଗ, ମାତଙ୍ଗ, ମାତଙ୍ଗମ- ହସ୍ତୀ
ଉରଗରାଜ- ବାସୁକୀ, ସର୍ପ ରାଜ ଦେବରାଜ- ଇନ୍ଦ୍ର, ଗିରିରାଜ- ହିମାଳୟ ମୃଗରାଜ- ସିଂହ ଋତୁରାଜ- ବସନ୍ତ, ଋତୁପତି
ଉଲୁକ, ଉଲୂକ- ପେଚା ଉଲଙ୍ଗ, ଉଲଗ୍ନ ଉଶୀର, ଉଷୀର-ବେଣାଚେର(ସୁଗନ୍ଧିତ) ଉଷା, ଊଷା- ପ୍ରଭାତ, ପ୍ରାତଃ କାଳ ଉଷୁନା, ଉସୁନା- ଚାଉଳ ଉଶ୍ୱାସ, ଉସ୍ବାସ- ହାଲୁକା
ଊ ଊରୁ- ଜଙ୍ଘ ଉର- ଛାତି
ଊରଜ- ବୈଶ୍ୟ ଉରଜ- କୁଚ, ସ୍ତନ
ଊର୍ଣ୍ଣନାଭ- ବୁଢିଆଣୀ ପଦ୍ମନାଭ- ବିଷ୍ଣୁ
ଊର୍ଦ୍ଧ୍ବଗ, ଊର୍ଦ୍ଧ୍ବଗାମୀ- ପକ୍ଷୀ, ଊର୍ମି-ଲହରୀ ଊର୍ମିଳ ଊର୍ମିଳା- ଲକ୍ଷ୍ମଣ ଙ୍କ ପତ୍ନୀ —————— ପ୍ରଣାମ ପ୍ରଣାମ କବି ମହାତ୍ମା, ଧର୍ମାନନ୍ଦ, ଚୌଦ୍ଵାର, 23.7.24
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 3 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଋ ଋକ୍ଷ- ନକ୍ଷତ୍ର, ଭାଲୁ ରୁକ୍ଷ- ନିଷ୍ଠୁର
ଋକ୍ଷନାଥ- ଚନ୍ଦ୍ର ଦିନନାଥ- ସୂର୍ଯ୍ୟ ଭୂତନାଥ, ଭୋଳାନାଥ, ଲୋକନାଥ, ବିଶ୍ୱନାଥ- ଶିବ ଗୋପୀନାଥ- ଶ୍ରୀକୃଷ୍ଣ
ଋକ୍ଷରାଜ- ଜାମ୍ବବାନ ଦେବରାଜ- ଇନ୍ଦ୍ର ଋତୁରାଜ- ବସନ୍ତ, ଋତୁପତି ପକ୍ଷୀରାଜ - ଗରୁଡ ପଶୁରାଜ- ସିଂହ ଉରଗରାଜ- ବାସୁକୀ ସର୍ପରାଜ
ଋଣ- କରଜ, ଧାର ରଣ- ଯୁଦ୍ଧ
ଋତ- ସତ୍ୟ, ଚିରନ୍ତନ ନିୟମ ରତ- ନିଯୁକ୍ତ, ବ୍ୟସ୍ତ
ଋତ୍ବିକ, ଋତ୍ବିଜ - ପୁରୋହିତ
ଋଷି- ମୁନି ଋଷୀ - ନାରୀ ମୁନି
ଋଷଭ- ଷଣ୍ଢ , ବୃକ୍ଷ ଋଷଭଧ୍ବଜ - ଶିବ, ମହାଦେବ ଗରୁଡ଼ଧ୍ଵଜ- ବିଷ୍ଣୁ କପିଧ୍ୱଜ- ଅର୍ଜୁନ, ତାଙ୍କ ରଥ, କପି(ବାନର) ଶିଖିଧ୍ଵଜ- କାର୍ତ୍ତିକେୟ , ଶିଖୀ(ମୟୂର) ମକରଧ୍ୱଜ- ଔଷଧ ଧ୍ୱଜ(ପତାକା, ଶିଖର)
ଋଦ୍ଧ - ସମୃଦ୍ଧ, ଉନ୍ନତ ରୁଦ୍ଧ - ବନ୍ଦ, ରୁଦ୍ଧ ଦ୍ଵାର ବୈଠକ
ଏ
ଏକାନ୍ତର ସମାନ୍ତର ରୂପାନ୍ତର ଲୋକାନ୍ତର- ମୃତ୍ୟୁଲୋକ ଭାବlନ୍ତର - ନିରନ୍ତର - ସଦା ସର୍ବଦା କାଳାନ୍ତର ଯୁଗାନ୍ତର ଗତ୍ୟନ୍ତର- ଅନ୍ୟ ଉପାୟ, ଅନ୍ୟ ଗତି
ଏକୋଦର - ଗୋଟିଏ ମା ର ପିଲା ଲମ୍ବୋଦର- ଗଣେଶ ବୃକୋଦର- ଭୀମ ମନ୍ଦୋଦରୀ- ମନ୍ଦ + ଉଦର
ଏଣୀ- ମୃଗୁଣୀ, ହରିଣୀ ଏଷଣା- ଗବେଷଣା
ଐ
ଐରି, ଅରି - ଶତୃ , ବୈରୀ ଐଶାନ୍ୟ,ଐଶାନ - ଉତ୍ତରପୂର୍ବ କୋଣ ଐଶ,ଐଶୀ - ଐଶ୍ବରିକ, ଦୈବୀ
ଓ ଓକାଲତି, ଓକିଲାତି ଓଗର, ଓଗେର- ଏହିପରି, ଇତ୍ୟାଦି ଓଜଃ, ଓଜ- ତେଜ, ବଳ ଓଳଗି, ଓଳିକି - ପ୍ରଣାମ ଓଲଟ, ଓଲଟା- ବିପରୀତ ଓଷଧି, ଓଷଧୀ ଓସ୍ତାଦ, ଓସ୍ତାତ୍ - ଗୁରୁ —————— ପ୍ରଣାମ ପ୍ରଣାମ, କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 23.7.24
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 4 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
କ
କଂସାରି - ଶ୍ରୀକୃଷ୍ଣ, ଜାତିର ନାମ କଂସାରି- କଂସ+ ଅରି, କଂସର ଶତୃ, ଶ୍ରୀକୃଷ୍ଣ
କଂସାଇ, କଂସେଇ - ନିଷ୍ଠୁର ଲୋକ କଜଳ, କଜ୍ଜଳ, କଜ୍ବଳ- କଳା, ଆକ୍ଷିର ଅଞନ କଚ୍ଛ, କଚ୍ଛପ- କଇଁଚ
କଞ - ପଦ୍ମ, ଚନ୍ଦ୍ର, ବ୍ରହ୍ମା,କମନୀୟ,ମଞୁଳ କଞସୁତ- ବ୍ରହ୍ମା କଞବନ୍ଧୁ- ସୂର୍ଯ୍ୟ, କଞର କଞ୍ଚୁଲି, କାଞ୍ଚଲା, କଞ୍ଚୁଳିକା-
କଟାର, କଟାରୀ - ବଙ୍କା ଛୁରୀ କଟି,କଟୀ - ଅଣ୍ଟା କଟିତ୍ର,କଟିସୂତ୍ର- ଅଣ୍ଟା ସୂତା, ଗୋଠ କଣ୍ଟକିତ, କଣ୍ଟକିଳ - ଦୁର୍ଗମ, ଦୁଃଖ ପୂର୍ଣ୍ଣ କଣ୍ଠାଗ୍ରତ, କଣ୍ଠାଗତ-
କଣ୍ଠୀରବ- ସିଂହ କଳରବ- କାକଳି କତୁରି, କତୁରୀ - କଇଁଚି
କଦମ୍ବ, କଦମ୍ବକ- ଫୁଲ ନାମ କଦଳି, କଦଳୀ କନ୍ଦର, କନ୍ଦରା - ଗିରି ଗୁହା, ଗହ୍ଵର
କଦର୍ଥନ, କଦର୍ଥନା- ଅପମାନ, ପୀଡନ କଦାଚନ, କଦାଚିତ୍- କେବେ କବିଲା- ସ୍ତ୍ରୀ, ପିଲା କବିଲା- ସ୍ତ୍ରୀ ଓ ପିଲାମାନେ କପର୍ଦ୍ଦ, କପର୍ଦ୍ଦକ- କଉଡି କପାଳି, କପାଳୀ- ଶିବ କପିଳାସ, କପିଳାଶ
କପିଶ- ନୀଳ ହଳଦୀ ରଙ୍ଗ କପିଶା- ସୁବର୍ଣ୍ଣରେଖା ନଦୀ କମ୍ବୁକଣ୍ଠ, କମ୍ବୁଗ୍ରୀବ- ନାରାୟଣ, ବିଷ୍ଣୁ
କରଟ, କରଟକ- କାଉ କରଟୀ- ହାତୀ
- କରବୀ,କରବୀର,କର୍ଣ୍ଣିକାର- କନିଅର ଫୁଲ,
- କରୀ, କରୀନ୍ଦ୍ର, କରେଣୁ- ହାତୀ
- କରିର, କରୀର- ବାଉଁଶ ଗଛ, କରଡି
- କର୍କଟ, କର୍କଟକ- ଙ୍କଙ୍କଡା
- କର୍କଟୀ, କର୍କଟିକା- କାକୁଡି
- କର୍କନ୍ଧୁ, କର୍କନ୍ଧୂ- ବରକୋଳି
- —————-
- ପ୍ରଣାମ ପ୍ରଣାମ କବି ମହାତ୍ମା, ଧର୍ମାନନ୍ଦ, ଚୌଦ୍ଵାର, 24.7.24
-
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 5 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
କ-2 କର୍ବୁର ,କର୍ବୂର - ରାକ୍ଷସ, ବହୁ ବର୍ଣ୍ଣ, କର୍ବୁରିତ, କର୍ବୂରିତ - ବହୁ ବର୍ଣ୍ଣ କଳଧୂୂତ, କଳଧୌତ- ସୁନା,ରୂପା,(ଭଷ୍ମକ) କଳିକା,କଳୀ- କଢି କଳ୍ କି, କଳ୍ କୀ- ଦଶମ ଅବତାର
କଳିନ୍ଦଜା- ସୂର୍ଯ୍ୟ ଭାନୁଜା- ଯମୁନା
କଳ୍ କି, କଳ୍ କୀ କସ,କଶ, କଷ- ଗଛର ରସ କସା,କଶା,କଷା- ସ୍ବାଦ କଶା,କଷା- ଚାବୁକ
କସ୍ତୁରୀ, କସ୍ତୁରିକା- ମୃଗ ନlଭି କସ୍ତୂରି, କସ୍ତୂରିକା
କାକୁତି,କାକୂତି- ଅନୁରୋଧ କାକୁସ୍ତ, କାକୁସ୍ଥ- ଭୀତ, ବିନୀତ କାଙ୍ଗାଳ, କାଙ୍ଗାଳୀ- ଭିକାରୀ କାଞ୍ଚି, କାଞ୍ଚୀ- ଚନ୍ଦ୍ରହାର, ନାରୀ କଟୀ ଭୂଷଣ ମେଖଳା, କଟୀ ବସ୍ତ୍ର
କଦମ୍ବ- ଫୁଲ କାଦମ୍ବ- ଶର, ବାଣ କାଦମ୍ବରୀ- ମଦ କାଦମ୍ବିନୀ- ମେଘମାଳା
କାଦମ୍ବ- ଶର, ବାଣ କାଣ୍ଡୀର - ଧନୁର୍ଦ୍ଧର କାଣ୍ଡୀର କାଦମ୍ବ
କାନ୍ତାର, କନ୍ତାର- ଅରଣ୍ୟ, କାନନ କାଣି,କାଣୀ- କନିଷ୍ଠ ଆଙ୍ଗୁଠି କାଣୀ - ଏକ ଆଖି ସ୍ତ୍ରୀ କାୟ, କାୟା- ଶରୀର କାଳିୟ, କାଳୀୟ- ନାଗ କାଶି,କାଶୀ- ବାରଣାସୀ କାହାଳି, କାହାଳୀ କିଆରି, କିଆରୀ- କ୍ଷେତ, ବିଲ କିଙ୍କିଣି, କିଙ୍କିଣୀ- ଅଣ୍ଟା ଅଳଙ୍କାର କିଳିଣି, କୀଳିଣୀ କିମ୍ଭୀର, କୁମ୍ଭୀର
କାବ୍ଯତାରା, କୁଆଁତାରା, ପ୍ରଭାତୀତାରା ସନ୍ଧ୍ୟାତାରା, ଶୁକ୍ରତାରା,
କାମଦୁଘା, କାମଦୁହା - କାମଧେନୁ କାଶ, କାସ - କାଶରୋଗ, କାଶତଣ୍ଡୀ କାଶତଣ୍ଡୀ - କାଶ ହାସ, କାଶ କୁସୁମ କାହାଳି,କାହାଳୀ
କିମ୍ବଦନ୍ତୀ, କିମ୍ବଦନ୍ତି- ଲୋକ କଥା, ଜନଶ୍ରୁତି କିଶଳୟ, କିସଳୟ- କଅଁଳ ପତ୍ର
କିରୀଟ- ମୁକୁଟ କିରୀଟୀ- ଅର୍ଜୁନ,ରାଜା,ପର୍ବତ (ଯାହାର ମୁକୁଟ ଅଛି) କୁଞ୍ଚି, କୁଞ୍ଚିକା- ଚାବିକାଠି କିସ୍ତି, କିସ୍ତୀ
କଳୁଷ- ପାପ କିଳ୍ ବିଷ- ଅପରାଧ, ପାପ,କଳୁଷ
କୀଚକ- ବାଁଉଶ କୀର,କୀରକ, କଞକ- ଶୁଆ କୀଳ, କୀଳକ- କୀଳା କିଳିଣୀ,କୀଳିଣୀ କୁଜ୍ ଝଟି, କୁଜ୍ ଝଟିକା- କୁହୁଡି ପାଂଶୁଳ, ପାଂସୁଳ- କଳଙ୍କ କୁଳପାଂଶୁଳ
କୁଳବଧୂ, କୁଳବତୀ- କୁଳନାରୀ କୁଳିଶ, କୁଳୀଶ- ବଜ୍ର
କୁସୁମାକର- ବସନ୍ତ ୠତୁ କୁସୁମ(ଫୁଲ)+ ଆକର(ସମୂହ) ଦିନକର,ଦିବାକର,ପ୍ରଭାକର- ସୂର୍ଯ୍ୟ ବିଭାକର, ସହସ୍ରକର - ସୂର୍ଯ୍ୟ
ସୁଧାକର, ଅମୃତକର,- ଚନ୍ଦ୍ର କ୍ଷପାକର,ଶୀତକର,- ଚନ୍ଦ୍ର କଳାକର, ନିଶାକର,- ଚନ୍ଦ୍ର ହିିମକର,ଶିଶିରକର,ତୁହିନକର- ଚନ୍ଦ୍ର
ରତ୍ନାକର, ମକରାକର- ସମୁଦ୍ର
ପ୍ରୀତିକର ସୁଖକର ମଧୁକର - ଭ୍ରମର, ପ୍ରିୟ,ନାଗର, ମଧୁବ୍ରତ ମଙ୍ଗଳକର ————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 25.7.24
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 6 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
କ-3 କୁଟୀ, କୁଟି- କୁଟୀର କୁଟୀର, କୁଟିର-କୁଡିଆ ଘର
କୁଞର,କଞର, ମତଙ୍ଗ,ମାତଙ୍ଗ- ହସ୍ତୀ କଞର- ହସ୍ତୀ, ସୂର୍ଯ୍ୟ କୁଶକେତୁ, କୁଶପାଣି- ବ୍ରହ୍ମା
କୁଶପାଣି- ବ୍ରହ୍ମା ବୀଣାପାଣି- ସରସ୍ୱତୀ ଶୂଳପାଣି- ଶିବ
କୁହୁ,କୁହୂ- କୋଇଲି ସ୍ଵର କୁହେଳି, କୁହେଳିକା- କୁହୁଡି କୁଟୁଣୀ, କୁଟନୀ- ଦୂତି କୁଟ୍ମଣ, କୁଟ୍ମଳ- କଢି, ଦନ୍ତ କୁନ୍ତି , କୁନ୍ତୀ- ପାଣ୍ଡବ ଙ୍କ ମାତା କୁମାରୀ,କୁମାରିକା- ବାଳିକା
କୁରଗ, କୁରଙ୍ଗ,କୁରଙ୍ଗମ- ହରିଣ ବିହଗ,ବିହଙ୍ଗ,ବିହଙ୍ଗମ- ପକ୍ଷୀ ଉରଗ,ଉରଙ୍ଗ,ଉରଙ୍ଗମ- ସର୍ପ ମତଙ୍ଗ,ମାତଙ୍ଗ, ମତଙ୍ଗଜ- ହସ୍ତୀ
କୁରୁବକ,କୁରୁବଳ- ଫୁଲର ନାମ କୁଳିର,କୁଳୀର,କୁଳିରକ- କଙ୍କଡା
କୁଳିଶ,କୁଳୀଶ- ବଜ୍ର, ଭିଦୁର,ଅଶନି କୁଶଳି, କୁଶଳୀ- ଦକ୍ଷ କୁଶୀଦ,କୁସୀଦ- ସୁଧ
(କୁନ୍ଦନ,ପୁରଟ, ଭସ୍ମକ- ସୁନା ଶତକୁମ୍ଭ, ଅଗ୍ନିବିଜ, ହେମ- ସୁନା)
କୂଟଜ, କୁଟଜ- ବଣ ମଲ୍ଲୀ
କୂଟ- ଶୃଙ୍ଗ, କପଟ,ମିଥ୍ୟା କୁଟ- ଶୃଙ୍ଗ, ଦୁର୍ଗ, ବୃକ୍ଷ
କେସୁର, କେଶୁର - ମୁଥା କୋଟି,କୋଟୀ କୋପ,କୋପନ- ରାଗ, କ୍ରୋଧ
କୋରକ- ଫୁଲ କଢି, ମୁକୁଳ କୋରକିତ- ଫୁଲକଢ଼ି ପରି ଆକାର କୋରକ- କୋରକିତ ପୁଲକ- ପୁଲକିତ ଆଲୋକ- ଆଲୋକିତ
କୌଣପ, କଉଣପ, କର୍ବୁର- ରାକ୍ଷସ
କୃତି- କାର୍ଯ୍ୟ କୃତୀ- ପଣ୍ଡିତ, ନିପୂଣ, ଦକ୍ଷ
କୃତିବାସ-ଶିବ, ଆଶୁତୋଷ ଅଙ୍ଗବାସ ବସବାସ ବନବାସ
କୃଷିବଳ- କୃଷକ କେକାବଳ- ମୟୂର କୁରୁବଳ- କୁୁରୁବକ(ଫୁଲ) ମହାବଳ ଅର୍ଥବଳ ବାହୁବଳ
କେକୀ- ମୟୂର କେକିନୀ- ମୟୂରୀ
କେଳି,କେଳୀ - କ୍ରୀଡା,
କେଶ- ବାଳ, ବରୁଣ, ବିଷ୍ଣୁ କେଶବ- ବିଷ୍ଣୁ, କୃଷ୍ଣ, ,ଭଗବାନ ————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 25.7.24
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 7 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
କ-4 କଷ୍ଟି- କଷଟି ପଥର କଷ୍ଟୀ- ଦୁ଼୍ଃଖୀ କସ୍ତୁରୀ/ କସ୍ତୁରିକା- ମୃଗ ନାଭି କାକୁତି/ କାକୂତି- ଅନୁରୋଧ କାକୁସ୍ତ/ କାକୁସ୍ଥ- ବିନୀତ କର୍କଟ/ କରଟକ- କାଉ କର୍କଟ/ କର୍କଟକ- କଙ୍କଡା
କ୍ଷ କ୍ଷର, କ୍ଷରଣ- ଝରିବା କ୍ଷୟିଷ୍ଣୁ , କ୍ଷୟଶୀଳ
କ୍ଷାନ୍ତା,କ୍ଷିତି- ପୃଥିବୀ କ୍ଷୌଣି/ କ୍ଷୌଣୀ- ପୃଥିବୀ
କ୍ଷିତି- ପୃଥିବୀ କ୍ଷିତିଧର- ରାଜା,ପର୍ବତ, ବାସୁକୀ ନାଗର ଶଶଧର- ଚନ୍ଦ୍ର ଅମ୍ବୁଧର, ଜଳଧର- ମେଘ ପୟୋଧର, ଧାରାଧର- ମେଘ ଜଳଧର, ପୟୋଧର, ଗଙ୍ଗାଧର- ସମୁଦ୍ର ପୟୋଧର, ଧରାଧର- ପର୍ବତ ମହୀଧର, ଧରଣୀଧର- ପର୍ବତ ଗଙ୍ଗାଧର,ପରଶୁଧର,ପକ୍ଷଧର-ଶିବ ବଂଶୀଧର- ଶ୍ରୀକୃଷ୍ଣ
ପୟୋଧର- ମେଘ, ସମୁଦ୍ର, ପର୍ବତ
କ୍ଷିତି- ପୃଥିବୀ କ୍ଷିତିପ,କ୍ଷିତିପତି,କ୍ଷିତିପାଳ,କ୍ଷିତୀଶ-ରାଜା
କ୍ଷିତି- ପୃଥିବୀ କ୍ଷିତିରୁହ, ମହୀରୁହ, ଭୂରୁହ-ଗଛ
କ୍ଷିତି- ପୃଥିବୀ କ୍ଷିତିଜା-ସୀତା, ଜନକନନ୍ଦନୀ
ପଙ୍କେରୁହ,ପଙ୍କରୁହ-ପଦ୍ମ ସରୋରୁହ, ଜଳରୁହ-ପଦ୍ମ ଅମ୍ବୁରୁୁହ, ଅମ୍ଭୋରୁହ- ପଦ୍ମ
କ୍ଷୀର-ଜଳ, ଦୁଧ କ୍ଷୀରଧି, କ୍ଷିରନିଧି, କ୍ଷିରାବ୍ଧି- ସମୁଦ୍ର କ୍ଷୀରୋଦ,କ୍ଷୀରୋଦଧି, କ୍ଷୀରାମ୍ବୁଧି- ସମୁଦ୍ର
କ୍ଷୁବ୍ ଧ, କ୍ଷୁଭିତ- ଦୁଃଖିତ
କ୍ଷେପଣି/ କ୍ଷେପଣୀ- ଆହୁଲା କ୍ଷେତ/ କ୍ଷେତ୍ର- ବିଲ, କେଦାର
ଖ ଖଜଣା/ଖଞ୍ଜଣା- କର ଦେବା ଖଞ୍ଜଣି/ଖଞ୍ଜଣୀବାଦ୍ୟଯନ୍ତ୍ର ଖାସି/ ଖାସୀ- ଛେଳି ଖୁସି/ ଖୁସୀ- ଆନନ୍ଦିତ, ସନ୍ତୁଷ୍ଟ —————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର 26.7.24
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 8 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଖ ଖିର, କ୍ଷୀର ଖିରି,କ୍ଷୀରୀ- ଖଡ୍ଗ- ଖଣ୍ଡା ଖଡ୍ଗୀ- କୁମ୍ଭୀର, ଗଣ୍ଡା, ମଗର
କ୍ଷୀରୀ କ୍ଷୀରୀସା ସରପୁଳି l ସ୍ଵାଦିଷ୍ଟ ଚିତଉ ଚକୁଳି ll
ଜଳେ ଯେସନ ଖଡ୍ଗୀ ଭୟ । ଖଡ୍ଗ ହସ୍ତକୁ ଥାଏ ଲୟ ll
ଖଦ୍ୟୋତ- ଜୁଳୁଜୁଳିଆ ପୋକ ଖଦ୍ୟୋତନ- ସୂର୍ଯ୍ୟ
ଖଦ୍ୟୋତ ଆଲୋକ ସ୍ତିମିତ l ଅନ୍ଧାରେ ଧପଧପ ସତ ll
ନାମ ଖମଣି ଖଦ୍ୟୋତନ l ସୂର୍ଯ୍ୟ ଭାସ୍କର ବିକର୍ତ୍ତନ ll
ଖ- ଆକାଶ ଖପୁଷ୍ପ- ଆକାଶ କୁସୁମ, କଳ୍ପନା ଖ-ତମାଳ- ମେଘ, ଅର୍ଥ ଆକାଶରେ ତମାଳ ପରି ନୀଳ ଖମଣି- ସୂର୍ଯ୍ୟ,ଚନ୍ଦ୍ର, ଅର୍ଥ ଆକାଶ ମଣି
ଖମଣି କୋଳେ ଖ-ତମାଳ l ଦିବ୍ୟ ସୁଷମା ଶୋଭା ନୀଳ ll ଆକାଶ କୁସୁମ ଯା ନାମ l ଖପୁଷ୍ପ କଳ୍ପନା ସମାନ ll
ଖୁସି,ଖୁସୀ- ଆନନ୍ଦ,ସନ୍ତୁଷ୍ଟ
ଯା ବାଣୀ ଅମୃତ ସୁମିଷ୍ଟ l ସେ ଖୁସି ଆନନ୍ଦ ସନ୍ତୁଷ୍ଟ ll
ଗ ଗନ୍ଧବହ/ ଗନ୍ଧବାହ- ବାୟୁ
ଗନ୍ଧବହ ଯେ ଗନ୍ଧବାହ l ବାୟୁ ସମାନ କେହି ନୁହଁ ll
ଗନ୍ଧବାହ- ବାୟୁ ବାରିବାହ, ଅମ୍ବୁବାହ -ମେଘ
ବାରିବାହ ଯେ ଅମ୍ବୁବାହ l ମେଘ କୁ ଖତମାଳ କୁହ ll
ଗନ୍ଧସାର, ଘନସାର- ଚନ୍ଦନ, ମଳୟଜ, ଘନସାର- ଚନ୍ଦନ, ଶ୍ରୀଖଣ୍ଡ ,
ସୁଗନ୍ଧ ମଧ୍ଯେ ଗନ୍ଧସାର l ଧନ୍ଯ ଚନ୍ଦନ ଘନସାର ll ଚନ୍ଦନ, ଶ୍ରୀଖଣ୍ଡ ସୁବାସ l ମହକେ ମଳୟଜ ବାସ ll ବ୍ରହ୍ମl ଙ୍କ ନାମ କମଳଜ l ବାସ ଚନ୍ଦନ ମଳୟଜ ll
ସ୍ନେହସାର ପୁଷ୍ଟିସାର ଶ୍ଵେତସାର
ସ୍ନେହସାର ଠୁ ଶ୍ଵେତସାର l ଖାଦ୍ୟ ପ୍ରାଣ ଯେ ପୁଷ୍ଟିସାର ll
ଗଣେଶ-ଗଣେଶ୍ୱର, ଗଣନାଥ,ଗଣପତି, ଗଣାଧିପ- ଗଣେଶ, ଶିବ ଧନlଧିପ- କୁବେର ସେନାଧିପ- ସେନାଧ୍ୟକ୍ଷ
ଶିବ ଗଣେଶ ଗଣାଧିପ l କୁବେର ନାମ ଧନାଧିପ ll ରଣ କୌଶଳୀ ସେନାଧ୍ୟକ୍ଷ l ସେନାଧିପ ଙ୍କ ଜୟ ଲକ୍ଷ୍ୟ ll
ଗିରିଜାନନ୍ଦନ- ଗଣେଶ, କାର୍ତ୍ତିକେୟ ପ୍ରଭୁ ଗଣେଶ, କାର୍ତ୍ତିକେୟ l ଗିରିଜାନନ୍ଦନ ଅଭୟ ll
ଗଣ୍ଡକ, ଗଣ୍ଡୁକୀ- ଗଙ୍ଗାର ଶାଖା ନଦୀ ଗଙ୍ଗାର ଶାଖା ନଦୀ ନାମ l ଗଣ୍ଡକ, ଗଣ୍ଡୁକୀ ସୁନାମ ll
ଗର/ ଗରଳ- ବିଷ ଗର, ଗରଳ ବିଷ ନାମ l କ୍ଷଣିକେ ନାଶଇ ଜୀବନ ll
ଗର୍ଗର/ ଗର୍ଗରୀ- ମାଠିଆ, ଗରା ଗର୍ଗର, ଗର୍ଗରୀ ଯା ଘରେ l ଶୀତଳ ଜଳ ତୃଷା ହରେ ll
ଗାଁ/ ଗାଆଁ- ଗ୍ରାମ ଗାଁ/ ଗାଆଁ ରେ ବିଲ ବଣ l ଆନନ୍ଦ ହୁଏ ମନ ପ୍ରାଣ ll
ଗଞ- ବଜାର ପାହାଡଗଞ୍ଜ, ଆଲିଗଞ, ଦରିଆଗଞ୍ଜାମ
ଗଞା- କୁକୁଡା, ମାଦକଦ୍ରବ୍ଯ ଗଠନ,ଗଠଣ, ଗଢଣ ଗଣକ, ଗଣକାର- ଜ୍ୟୋତିଷ ଗଣ୍ଠିଲି,ଗଣ୍ଡିରି- ଜିନିଷ ବୋଝ ଗବାକ୍ଷ - ଝରକା
ଗବାକ୍ଷ ଗୃହ କୁ ସରସ l ଆଲୋକ ସମୀର ପ୍ରବେଶ ll ଗୃହ କୁ ଗବାକ୍ଷ ସୁନ୍ଦର l ସୁଖ ଶାନ୍ତି ଯେ ନିରନ୍ତର ll ଗବାକ୍ଷ ଦେଇ ରାଜବାଳା l ଦେଖିଲେ ମେଘ ଭେଳା ଭେଳା ll
ଗବାଦନ- ଘାସ ଆଚ୍ଛାଦନ- ଆବୃତ୍ତ
ଗୃହ କୁ କଲେ ଆଚ୍ଛାଦନ l ଡର କି ବର୍ଷା ପବନ ?ll ଗାଇ ଗୋରୁ ଙ୍କୁ ଗବାଦନ l ଦେଇ ତୋଷିବ ତାଙ୍କ ମନ ll
ଗାଭୀ, ଗାବ, ଗବୀ- ଗାଇ
ଗାଇ ଗବୀ ଗାବ ନାମରେ l ଗାଭୀ ପୂଜା ପାଏ ସଂସାରେ ll
ଗର, ଗରଳ- ବିଷ
ଗର ଗରଳ ନାମ ବିଷ l କ୍ଷଣିକେ ଜୀବନ ବିନାଶ ll
ଗରଘ୍ନ- ବିଷ ନାଶକ ଶତ୍ରୁଘ୍ନ- ଶତୃ ନାଶକ ଗଣେଶ ବିଘ୍ନନାଶକ ମଦଘ୍ନୀ- ପୋଇଶାଗ
ଗବ୍ୟ- ଗୋ ଜାତ ପଞ୍ଚଗବ୍ୟ - ଗୋଜାତ ଦ୍ରବ୍ଯ ଗରାଖ, ଗରାକ- କ୍ରେତା ଗରିମା, ଗୌରବ ଗଳ, ଗଳା- ବେକ, ଗ୍ରୀବା ଗଳିକନ୍ଦି, ଗଳି କୁଞ୍ଚି- ଅନ୍ଧିସନ୍ଧି କୁଞ୍ଚିକୁଞ୍ଚିକା- ଚାବିକାଠି ଗହବ- ଘଞ୍ଚ, ଗହଳ, ନିବଡ ଗହନ- ଜଙ୍ଗଲ, ଦୁର୍ବୋଧ୍ୟ ଗହୀର,ଗହୀଡ
ଅରଣ୍ୟ ଅଟବୀ(ଅରଣ୍ୟ) ଅଗମ୍ୟ l ଗହଳ ଗହନ ସୁରମ୍ୟ(ସୁନ୍ଦର) ll
ଗାଣ୍ଡିବ/ ଗାଣ୍ଡୀବ- ଅର୍ଜୁନଙ୍କ ଧନୁ ଗାଣ୍ଡିବୀ/ ଗାଣ୍ଡୀବି- ଗାଣ୍ଡିବଧାରୀ, ଅର୍ଜୁନ, ଧନଞୟ
ଗାଣ୍ଡୀବ ଧନୁ ନାମ ଯାର l ଅର୍ଜୁନ ନାମ ଟି ତାହାର ll
ଗିରିଧର, ଗିରିଧାରୀ- ଶ୍ରୀକୃଷ୍ଣ ଚକ୍ରଧର, ଚକ୍ରଧାରୀ -ଶ୍ରୀକୃଷ୍ଣ ଗଙ୍ଗାଧର- ଶିବ, ସମୁଦ୍ର
ଶିବ ସମୁଦ୍ର ଗଙ୍ଗାଧର l ଭକ୍ତିରେ କର ନମସ୍କାର ll
ଉମା ଶଙ୍କର ଗଙ୍ଗାଧର। ସ୍ତୁତି କରିବ ନିରନ୍ତର ll ଗିରିଧର ଯେ ଗିରିଧାରୀ ନାମ ଶ୍ରୀକୃଷ୍ଣ ବଂଶୀଧାରୀ ll ଚକ୍ରଧର ଯେ ଚକ୍ରଧାରୀ ଶ୍ୟାମ ଶ୍ରୀକୃଷ୍ଣ ନାମଧାରୀ ll
ଗାତ୍ର- ଶରୀର, ଦେହ ଗାତ୍ରଦାହ- ଭୀଷଣ ବିରକ୍ତ ଗାତ୍ର ମାର୍ଜନୀ- ଅଙ୍ଗ ଘଷା, ଗାମୁଛା
ଗଧ, ଗଧା- ଓଲୁ, ନିର୍ବୋଧ ଗାଧି- ବିଶ୍ଵାମିତ୍ର ଙ୍କ ପିତା
ଗିରିବର, ଗିରିରାଜ- ହିମାଳୟ
ଗିରିବର ଯେ ଗିରିରାଜ l ହିମାଳୟ ରେ ବୃଷଧ୍ୱଜ(ଶିବ) ll ଗିରିରାଜ ଯେ ଗିରିବର l ଗିରିଶ ଗିରିଜା ଙ୍କ ଘର ll ଗିରିଶ(ଶିବ) ଗିରିଜା(ପାର୍ବତୀ)
ଗିରିଶ- ଶିବ ଗିରୀଶ- ଶିବ, ହିମାଳୟ
ଗିରିଶ ଗୀରିଶ ସୁନାମ l କୈଳାସ ପୁର ଶିବଧାମ ll
ଗୀର୍ବାଣ- ସୁର, ସୁପର୍ବା, ଦେବତା ନିର୍ବାଣ- ମୁକ୍ତି ଅନିର୍ବାଣ ଦୀପଶିଖା- ଅଲିଭା ଦୀପ
ସୁର, ସୁପର୍ବା ନାମ ଯାର l ସ୍ବର୍ଗ ଦେବତା ଅଗୋଚର ll ପୂଜିଲେ ଭକ୍ତିରେ ଗୀର୍ବାଣ l ନିଶ୍ଚୟ ମିଳିବ ନିର୍ବାଣ ll
ଗୁଚ୍ଛ, ଗୁଛକ- ସ୍ତବକ,ପେଣ୍ଡା
ପୁଷ୍ପ ସ୍ତବକ ପୁଷ୍ପ ଗୁଚ୍ଛ l ଶୋଭା କୁସୁମ ଲତା ଗଛ ll
ଗୁଞ୍ଜ/ ଗୁଞ୍ଜା- କାଇଁଚ
ଗୁଣବାନ୍,ଗୁଣବନ୍ତ ଗୁଣାଢ୍ୟ,ଗୁଣଶାଳୀ-ଗୁଣୀ,ଗୁଣବାନ୍
ଗୁଣାଢ୍ୟ,ଗୁଣଶାଳୀ ରାଜା l ସୁଖେ ପାଳନ୍ତି ସଦା ପ୍ରଜା ll ଗୁଣବାନ୍ ଯେ ଗୁଣବନ୍ତ l ବିଦ୍ୟା ବୁଦ୍ଧିରେ ବଳବନ୍ତ ll
ଗୁରୁତା, ଗୁରୁତ୍ଵ
ଗୁଡାକେଶ- ଅର୍ଜୁନ, ଶିବ ବ୍ୟୋମକେଶ- ଶିବ ହୃଷୀକେଶ- ବିଷ୍ଣୁ
ଶିବ ଅର୍ଜୁନ ଗୁଡାକେଶ l ଶିବ ମହେଶ ବ୍ୟୋମକେଶ ll ଯେ ବ୍ୟୋମକେଶ ହୃଷୀକେଶ l ହରି ହର ନାମ ବିଶେଷ ll
ଗୁବାକ,ଗୂବାକ- ଗୁଆ ଗୁମ୍ଫିତ- ରଚିତ, ଗ୍ରଥିତ
ରଚିତ, ଗ୍ରଥିତ ଗୁମ୍ଫିତ l ସାରଳା ଦାସଙ୍କ କୃତିତ୍ଵ ll ବଳରାମଙ୍କ ରାମାୟଣ l ଗୁମ୍ଫିତ ଲକ୍ଷ୍ମୀଙ୍କ ପୁରାଣ ll
ଗୁଳି,ଗୋଳୀ- ଗୋଳା
ତୋପ କମାଣ ଗୁଳି ଗୋଳା l ରଣ ବିଜୟ ଜୟମାଳା ll
ଗୂଢପଦ,ଗୂଢ଼ପାଦ - ସର୍ପ
ଗୂଢପଦ ଯେ ଗୂଢ଼ପାଦ l ଭୂଜଙ୍ଗ ଗରଳ ବିପଦ ll
ଗୋ- ଚନ୍ଦ୍ର, ସୂର୍ଯ୍ୟ,ରଶ୍ମି, ପୃଥିବୀ, ଗାଇଗୋରୁ ଗୋମୟ- ଗୋବର ଗୋମାୟୁ- ବିଲୁଆ
ଗୋମୟ ଲିପିବ ଗୃହରେ l ତା ଲାଗି ପବିତ୍ର ପୂଜାରେ ll
ଗୋମାୟୁ ହୁକେ ହୋ ଡାକଇ l ସଞ ପହରେ ଧାଇଁ ଧାଇଁ ll
ଗୋତ୍ର- କୁଳ, ପର୍ବତ
କୁଳ, ପର୍ବତ ନାମ ଗୋତ୍ର l କୁଳ ଉଜ୍ଜ୍ବଳ ଯା ଚରିତ୍ର ll
ଗୋସାଣୀ- ଡାହାଣୀ,ପିଶାଚୀ
ଗୋସାଣୀ ଡାହାଣୀ ଙ୍କୁ ଡର l ରକ୍ତ ଶୋଷନ୍ତି ପ୍ରାଣୀଙ୍କର ll
ଗୋସାମଣୀ- ପ୍ରଭୁ ଙ୍କ ସ୍ତ୍ରୀ ମଥାମଣି- ମୁଣ୍ଡ ଅଳଙ୍କାର
ମଥାକୁ ଶୋଭା ମଥାମଣି l ଧନ୍ୟ ଗୋସାଇଁ ଗୋସାମଣୀ ll
ଦିନମଣି, ଦିନନାଥ- ସୂର୍ଯ୍ୟ
ଦିନନାଥ ଯେ ଦିନମଣି l ସୂର୍ଯ୍ୟ ଦେବ ଙ୍କ ନାମ ଜାଣି ll
ଗୋପଦ/ ଗୋଷ୍ପଦ- ଗୋରୁ ଖୁରା ଜଳ ଗୋପୀ,ଗୋପିକା- ଗଉଡୁଣୀ
ଗୋପୀନାଥ- ଶ୍ରୀକୃଷ୍ଣ ଜଗନ୍ନାଥ- ଗଣନାଥ- ଗଣେଶ ବିଶ୍ଵନାଥ- ଶିବ ଦିନନାଥ- ସୂର୍ଯ୍ୟ ପ୍ରାଣନାଥ- ସ୍ଵାମୀ
ଗୋହରୀ/ ଗୋହିରୀ ଗୋଷ୍ଠ, ଗୋଗଷ୍ଠ- ଗାଇ ପଲ
ଗୋଷ୍ଠ, ଗୋଗଷ୍ଠ ଗାଇ ପଲ l ଗୋଧନ ଆନନ୍ଦ ଅମୂଲ ll
ଗୌଣି/ ଗୌଣୀ- ମାପ ଗୌରାଙ୍ଗ, ଗୌରଚନ୍ଦ୍ର- ଚୈତନ୍ଯ
ଗୌରାଙ୍ଗ, ଗୌରଚନ୍ଦ୍ର ନାମ l ଚୈତନ୍ଯ ଠାକୁର ସୁନାମ ll
ଗ୍ରହବିପ୍ର, ଗ୍ରହାଚାର୍ଯ୍ୟ -ଗଣକ,
ଗ୍ରହବିପ୍ର ଯେ ଗ୍ରହାଚାର୍ଯ୍ୟ l ଜ୍ୟୋତିଷ ଗଣକ ଆଚାର୍ଯ୍ୟ ll
ଗ୍ରାମୀଣ, ଗ୍ରାମିକ- ଗାଉଁଲୀ ଗ୍ରାହ,ଗ୍ରାହା- କୁମ୍ଭୀର
କୁମ୍ଭୀର ନାମ ଗ୍ରାହ ଗ୍ରାହା l ପ୍ରାଣୀ ଙ୍କୁ ବିପଦ ଏ ଯାହା ll ଯା ନାମ ଅଟେ ଗ୍ରାହ ଗ୍ରାହା l ବିପଦ ବେଳେ ଚଉବାହା ll
ଗୌରୀଶଙ୍କର, ଉମାଶଙ୍କର- ପାର୍ବତୀ ଶିବ
ଗୌରୀ ଶଙ୍କର ଉମା ହର l ନାମ ମହେଶ ମହେଶ୍ଵର ll
ସତ୍ୟଶଙ୍କର, ଜ୍ୟୋତିଶଙ୍କର,
ଗୃଧ୍ନ- କୃପଣ, ଲୋଭୀ ଗୃଧ୍ର- ଶାଗୁଣା
ଗୃଧ୍ନ, କୃପଣ, ଲୋଭୀ ଯିଏ l ଗୃଧ୍ର ଶାଗୁଣା ପରି ସିଏ ll
ଗୃହ, ଗେହ- ଆଳୟ, ନିଳୟ, ଆଗାର, ଅଗାର
ଆଳୟ, ନିଳୟ, ଆଗାର l ନାମ ଅଗର ଗୃହ ଘର ll ନିଳୟ ଆଳୟ ଆଗାର l ସୁଖେ ରହିବ ନିରନ୍ତର ll —————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 30.7.24
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 9 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଘ ଘଟଣ - ଗଢଣ,ଗଠନ ଘଟନା, ଘଟଣା
ଘଟିଲା କେତେ ଯେ ଘଟଣା l ବିପଦ ବେଳେ ବୁଦ୍ଧି ବଣା ll
ଘଟଜ- ଘଟସୁତ, ଘଟମୁନି ଙ୍କ ପୁତ୍ର, ଅଗସ୍ତି ନକ୍ଷତ୍ର
ଘଟଜ ଘଟସୁତ ନାମ l ଅଗସ୍ତି ନକ୍ଷତ୍ର ସୁନାମ ll
ଘଟଜ- ଅଗସ୍ତି ନକ୍ଷତ୍ର ଜଳଜ- ପଦ୍ମ ଯମଜ- ଜାଁଆଳା ଭୂମିଜ- ମଙ୍ଗଳ ଗ୍ରହ ସରୋଜ- ପଦ୍ମ
ଘଟି/ଘଟୀ- ଛୋଟ ଘଡି
ଘାଟି/ଘାଟୀ- ବିପଦ,ଗିରିସଙ୍କଟ
ଗିରି ପଥରେ ବହୁ ଘାଟୀ l ସବୁଜ ବନାନୀରେ ଲୋଟି ll ଥିଲା ଜୀବନେ ବଡ ଘାଟି l ଯମ ସାଥିରେ ଭେଟାଭେଟି ll
ଘୋଡଣି/ ଘୋଡଣୀ- ଓଢଣା, ଢାଙ୍କୁଣୀ ଘୂର୍ଣ୍ଣି, ଘୂର୍ଣ୍ଣୀ- ଜଳ ଭଉଁରୀ
ଜଳ ଭଉଁରୀ ଘୂର୍ଣ୍ଣୀ ପ୍ରାୟ l ଜୀବନ ଯିବ କାଳେ ଭୟ ll
ଘନକାଳ- ବର୍ଷାକାଳ ମଧୁକାଳ - ବସନ୍ତ ଶୀତକାଳ, ଦିନକାଳ, ରାତିକାଳ,
ଘନକାଳ ଏ ବର୍ଷାକାଳ l ମଧୁକାଳ ବସନ୍ତ ବେଳ ll ମାଘ ପଉଷ ଶୀତକାଳ l ସୁବର୍ଣ୍ଣ ଧାନ ଧରାକୋଳ ll ରାତି କାଳରେ ଚନ୍ଦ୍ର ତାରା l ରାତି ପାହିଲେ କୁଆଁ ତାରା ll
ଘନକୁନ୍ତଳ- ଘନ କୃଷ୍ଣ କେଶ ଚୁର୍ଣ୍ଣକୁନ୍ତଳ
ଘନକୁନ୍ତଳ ଘନ କେଶ l କୃଷ୍ଣ ସୁଷମା ଶୋଭା ବେଶ ll ଚୁର୍ଣ୍ଣକୁନ୍ତଳ କି ସୁନ୍ଦର l ମଲ୍ଲୀଫୁଲ ମହକେ ଯାର ll
ଘୋଷ- ଗର୍ଜନ, ଗଉଡ ସାହି
ଘନଘୋଷ- ମେଘ ଗର୍ଜନ ବଜ୍ରଘୋଷ- ଘଡଘଡି, ବଜ୍ରନିନାଦ ରଣଘୋଷ- ରଣ ଡିଣ୍ଡିମ ଜୟଘୋଷ- ବିଜୟ ଧ୍ବନି ଅଶ୍ବଘୋଷ- ବୌଦ୍ଧ ପଣ୍ଡିତ
ବଜ୍ରନିନାଦ ବଜ୍ରଘୋଷ l ମେଘ ଗର୍ଜନ ଘନଘୋଷ ll ରଣ ଡିଣ୍ଡିମ ରଣଘୋଷ l ବିଜୟ ଧ୍ବନି ଜୟଘୋଷ ll
ଘନରସ- ବର୍ଷା, ରସ ଘନ, ପ୍ରଗାଢ଼ ପ୍ରୀତି
ବର୍ଷା ସରସ ଘନରସ l ସବୁଜ ସୁଷମା ପ୍ରକାଶ ll ପ୍ରଗାଢ଼ ପ୍ରୀତି ଘନରସ l ସ୍ନେହ ମମତା ରଙ୍ଗ ରସ ll
ଘନବଲ୍ଲୀ, ମେଘବଲ୍ଲୀ- ବିଜୁଳି
ଘନବଲ୍ଲୀ ଯେ ମେଘବଲ୍ଲୀ l କ୍ଷଣପ୍ରଭା କି ମେଘ ମଲ୍ଲୀ ll
ଘନରସ- ବୃଷ୍ଟି, ମେଘ ତାମରସ- ସୋମରସ ବନାରସ
ଘନୀଭୂତ- ବହଳ, କଠିନ ଅଭିଭୂତ ଦ୍ରବିଭୂତ ଅନୁଭୂତ ବର୍ହିଭୂତ ପରାଭୂତ- ପରାଜିତ
ଘନଶ୍ୟାମ- କୃଷ୍ଣ (ମେଘ ପରି ଶ୍ୟାମଳ) ରାଧାଶ୍ୟାମ- ରାଧା କୃଷ୍ଣ ହେମଶ୍ୟାମ- ସ୍ଵର୍ଣ୍ଣ ସବୁଜ
ନଟ ନାଗର ଘନଶ୍ୟାମ l ରାଧା ମାଧବ ରାଧାଶ୍ୟାମ ll ହେମଶ୍ୟାମ ସୁଷମା ସ୍ଵର୍ଗ l ସବୁଜ ସ୍ଵର୍ଣ୍ଣ ଶତବର୍ଗ ll
ଘନାଗମ- ବର୍ଷା ଦିନ ଆରମ୍ଭ ଧନାଗମ- ଧନ ଆସିବା
ଗ୍ରୀଷ୍ମ ଶେଷରେ ଘନାଗମ l ସବୁଜ ଶସ୍ଯ ଧନାଗମ ll
ଘନାମ୍ବୁ- ବର୍ଷାଜଳ ନୀଳାମ୍ବୁ- ନୀଳ ଜଳ
ଘନାମ୍ବୁ ବର୍ଷା ବିନ୍ଦୁ ଜଳ l ନୀଳାମ୍ବୁ ଚିଲିକା ସୁନୀଳ ll
ଘୁମ- ନିଦ୍ରା, ଅଳସ ଘୁମ- ବଡ ମାଟି ପାତ୍ର ଶସ୍ଯ ସାଇତିବାକୁ
ଘୋଟକ- ଘୋଡା, ଅଶ୍ବ
ଘୋଡା ଘୋଟକ ଅଶ୍ବ ନାମ l ଦୃତ ଗତି ଲାଗି ସୁନାମ ll
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 10 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଚ-1 ଚକୁଆ, ଚକୋଇ- ଚକ୍ରବାକ,ଚକ୍ରବାକୀ ପକ୍ଷୀ ଚକ୍ରବାକ,ଚକ୍ରବାକୀ- ଚକୁଆ, ଚକୋଇ ପକ୍ଷୀ
ପକ୍ଷୀ ଚକୁଆ ଚକ୍ରବାକ ଚକୋଇ ଚକ୍ରବାକୀ ଏକ ll
ଚକୋର,ଚକୋରୀ- ଚନ୍ଦ୍ର ଜ୍ୟୋତ୍ସ୍ନା ପାନ କରୁଥିବା ଚଢେଇ
ପ୍ରସିଦ୍ଧ ଚକୋର ଚକୋରୀ l ଜ୍ୟୋତ୍ସ୍ନା ପାନରେ ପ୍ରୀତ ହୋଇ ll କାବ୍ଯ ପକ୍ଷୀ ଏ କଳ୍ପନାରେ l ଚନ୍ଦ୍ର ଜ୍ୟୋତ୍ସ୍ନା ଏ ପାନ କରେ ll
ଚକୋରନୟନା- ଚକୋରୀର ଆଖିପରି ଚପଳ ,ସୁନ୍ଦର ପଦ୍ମନୟନା - ପଦ୍ମ ପରି ଆଖି ମୀନ ନୟନା- ମାଛ ପରି ଆଖି
ପଦ୍ମନୟନା ପଦ୍ମ ପରି l ମୀନନୟନା ମାଛ ପରି ll ଚପଳ ସୁନ୍ଦର ଯା ଆଖି l ଚକୋରନୟନା କୁ ଦେଖି ll
ଚଟଣି/ ଚଟଣୀ ଚଟି/ ଚଟୀ- ପାନ୍ଥଶାଳା, ଚପଲ
ପାନ୍ଥଶାଳା ଯେ ଚଟିଘର l ପଥ ଶ୍ରମକୁ ଆଶ୍ରାକର ll
ଚକ୍ଷୁ,ଚକ୍ଷୁଃ- ଆଖି
ଚାରିତ୍ର/ ଚାରିତ୍ର୍ୟ ଚିତ୍ରକର/ ଚିତ୍ରକାର
ବକ ଧ୍ୟାନରେ ଚିତ୍ରକର l ଆଙ୍କଇ ଚିତ୍ର ଚମତ୍କାର ll
ଚିରଜୀବୀ/ ଚିରଞ୍ଜୀବୀ- ଦୀର୍ଘଜୀବୀ
ହୁଅ ଯଶସ୍ବୀ ଚିରଞ୍ଜୀବୀ l ସୃଜନ ପୂଜାରୀ ହେ କବି ll
ଚୁମ୍ବ/ ଚୁମ୍ବନ
ଚୁମ୍ବ ଚୁମ୍ବନ ଘନରସ l ଅମୃତ ପ୍ରୀତିର ପରଶ ll
ଚିରାୟୁ/ ଚିରାୟୁଷ- ଦୀର୍ଘାୟୁ
ହୁଅ ଚିରାୟୁ ଚିରାୟୁଷ l ଜନ ସେବାରେ କୀର୍ତ୍ତି ଯଶ ll
ଚିଲ୍ଲି/ ଚିଲ୍ଲୀ- ଭ୍ରୂଲତା
ଦେଖ କୁମାରୀ ଚକ୍ଷୁ ଚିଲ୍ଲୀ l ଫୁଟିକି ହସେ ବଣ ମଲ୍ଲୀ ll
ଚୁଡ଼ି/ ଚୁଡୀ ଚୁଲି/ ଚୁଲ୍ଲୀ ଚୋଳ/ ଚୋଳୀ- କାଞ୍ଚଲା,କାଞ୍ଚୁଲି
ଧନ୍ୟ କିଶୋରୀ କୁଚ କୁମ୍ଭ l ଚୋଳୀ, କାଞ୍ଚଲା ଲାଗି ଦମ୍ଭ ll
ଚକ୍ରପାଣି, ଚକ୍ରାୟୁଧ- ବିଷ୍ଣୁ, କୃଷ୍ଣ, ନାରାୟଣ
ଚକ୍ରପାଣି ଯେ ଚକ୍ରାୟୁଧ l କୃଷ୍ଣ ନାରାୟଣ ଆୟୁଧ(ଅସ୍ତ୍ର) ll
ଚକ୍ରବାତ,ଚକ୍ରବାତ୍ୟା- ଘୂର୍ଣ୍ଣି ବାୟୁ
ଚକ୍ରବାତ୍ୟା ଯେ ଚକ୍ରବାତ l ଘୂର୍ଣ୍ଣି ବଳୟ ପୁଞିଭୂତ ll
ଚକ୍ରବାଳ-ଦିଗବଳୟ
ଆକାଶ ପୃଥିବୀ ମିଳନ l ଚକ୍ରବାଳ ଏ ଦୃଶ୍ୟମାନ ll
କରବାଳ- ଖଣ୍ଡା
କରବାଳ ଏ ଖଡ୍ଗ ଖଣ୍ଡା l ରଣ କ୍ଷେତ୍ରରେ ଉଡେ ଝଣ୍ଡା ll ନୃପତି ହସ୍ତେ କରବାଳ l ଶତ୍ରୁ ଦମନେ ଅସମ୍ଭାଳ ll
ଚଞ୍ଚର, ଚଞ୍ଚରିକ- ଭ୍ରମର ଚଞ୍ଚର ଚଞ୍ଚରୀ- ଭ୍ରମର, ଭ୍ରମରୀ ଚଞ୍ଚରିକ, ଚଞ୍ଚରିକା- ଭ୍ରମର, ଭ୍ରମରୀ
ଭ୍ରମର ଭ୍ରମରୀ ଯା ନାମ l ଚଞ୍ଚର ଚଞ୍ଚରୀ ସୁନାମ ll
ଚଞ୍ଚଳ- ଶୀଘ୍ର ଚଞ୍ଚଳା- ଲକ୍ଷ୍ମୀ
ଚଞ୍ଚଳ ଗୁଣ ଚଞ୍ଚଳାର l ଧନଲକ୍ଷ୍ମୀଙ୍କୁ ଧ୍ୟାନକର ll
ଚଟୁଳ- ସୁନ୍ଦର, ଚଞ୍ଚଳ,ଚପଳ
ଚଟୁଳ ଅଧର ଚାହାଣି l ଚପଳ ସୁନ୍ଦର ତରୁଣୀ ll
ଚଣ୍ଡାଂଶୁ- ସୂର୍ଯ୍ୟ
ଚଣ୍ଡାଂଶୁ ଚଣ୍ଡରଶ୍ମୀ ଜାଣ l ଜୀବ ଜଗତ ବିଶ୍ଵ ପ୍ରାଣ ll
ଚଣ୍ଡାଳୁଣୀ- ଚଣ୍ଡାଳିକା ଚଣ୍ଡି, ଚଣ୍ଡିକା- ଦୁର୍ଗା, ରାଗୀ ନାରୀ
ଚଣ୍ଡି, ଚଣ୍ଡିକା ଦୁର୍ଗା ନାମ l କୋପିନୀ ନାରୀ ଯା ଦୁର୍ନାମ ll
ଛ ଛତ୍ରୀ/ ଛତ୍ରି- ବୀର, କ୍ଷତ୍ରିୟ
କ୍ଷତ୍ରିୟ ବୀରବର ଛତ୍ରୀ ଧନ୍ୟ ଯା ଲାଗି ଏ ଧରିତ୍ରୀ ll
ଛାଉଣି/ ଛାଉଣୀ
ସେନା ଛାଉଣୀ ସେନାଧ୍ୟକ୍ଷ l ଯୁଦ୍ଧରେ ବିଜୟ ଯା ଲକ୍ଷ୍ୟ ll
ଛେଣି/ ଛେଣୀ- ନିହାଣ
ଛେଣୀ ନିହାଣ ହସ୍ତେ ଧରି l ଶିଳ୍ପୀ ସୃଜଇ ଧ୍ୟାନକରି ll —————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର 4.8.24 ଦୁର୍ଯ୍ଯୋଧନ- କାଞ୍ଚନ ଯଶ l ବାହୁଡି- ରଙ୍ଗ ଚିରାୟୁଷ ll ବାଞ୍ଛାନିଧି ଓ ମେଙ୍କିଦେଇ l ଠାକୁର ଜେଜେ ମା ହୋଇ ll ଅଚ୍ୟୁତ- ତୁଳସୀ ଆଶିଷ l ସୃଜନ କୀର୍ତ୍ତି ଅଭିଳାଷ ll ସାଧୁ ରାଧିକା ପୁଣ୍ୟଦେହୀ l ପୂର୍ବପୁରୁଷ ପ୍ରଣମଇ ll ପ୍ରଣାମ ପ୍ରଣାମ
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 11 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଚ-2 ଚଦ୍ରଚୂଡ/ ଶେଖର/ ମୌଳି- ଶିବ
ଚନ୍ଦ୍ରଚୂଡ଼ ଯେ ଚନ୍ଦ୍ରମୌଳି l ଧନ୍ୟ ପିନାକ ଗଳାମାଳି ll
ଚପଳା/ ଚଡ଼କ/ ବଜ୍ର, ବିଜୁଳି/ ଅଗ୍ନି/ ଭିଦୁର
ଚପଳା ଚଡ଼କ ବିଜୁଳି l ଘଡଘଡି ପଡେ ଉଛୁଳି ll
ଚଳଚିତ୍ର/ ଚଳଚ୍ଚିତ୍ର
‘ଶେଷ ଶ୍ରlବଣ’ ଚଳଚ୍ଚିତ୍ର l ଜୀବନେ ହେବା ଭଲ ମିତ୍ର ll
ଚଦ୍ରହାସ- ରୂପା
ଚନ୍ଦ୍ର ଜୋଛନା ଚନ୍ଦ୍ରହାସ l ରଜତ ଶୁକ୍ଳ ରୂପଯଶ ll
ଚନ୍ଦ୍ର, ଚନ୍ଦ୍ରମା- ଜହ୍ନ
ଚନ୍ଦ୍ର ଚନ୍ଦ୍ରମା ଜହ୍ନ ଶଶୀ l ଦିବସ ପରି ଶୋଭା ନିଶି ll ଚନ୍ଦ୍ର ଚନ୍ଦ୍ରମା ଜହ୍ନ ଶଶୀ l ଢାଳେ ଜୋଛନା ରାଶି ରାଶି ll
ଚନ୍ଦ୍ରହାସ- ରୂପା, ଅଳଙ୍କାର ଚଦ୍ରାତାପ- ଚାନ୍ଦୁଆ
ନାମ ଚାନ୍ଦୁଆ ଚନ୍ଦ୍ରଚାପ l ନୀଳ ଆକାଶ ଯା ପ୍ରକାଶ ll
ଚନ୍ଦ୍ରିକା - ଜ୍ୟୋତ୍ସା, ମୟୁରପର, ଚନ୍ଦ୍ରକିରଣ ଚନ୍ଦ୍ର କିରଣ ଯେ ଚନ୍ଦ୍ରିକା
ଚରାଚର/ ଚରାଚର- ସ୍ଥାବରଜଙ୍ଗମ,
ଚାକ୍ଷୁଷ- ପ୍ରତ୍ୟକ୍ଷ
ଚାକ୍ଷୁଷ ପ୍ରତ୍ୟକ୍ଷ ପ୍ରମାଣ l ଜ୍ଞାନ ବଳରେ ସତ୍ୟ ଜାଣ ll
ଚାଟଶିଳା/ ଶାଳୀ- ଚାହାଳି
ଚାଲ ଚାଟଶାଳୀ ଚାହାଳି l ଜାଣିବା ପାଠ ଭଳି ଭଳି ll
ଚନ୍ଦ୍ର/ ଚାନ୍ଦ/ ଚାନ୍ଦ୍ର ଜହ୍ନ ଚନ୍ଦ୍ରଚୂଡ, ଚନ୍ଦ୍ରଚୂଡା, ଚନ୍ଦ୍ରମୌଳି- ଶିବ ଚନ୍ଦ୍ରଶେଖର, ଚନ୍ଦ୍ରଶିଖର- ଶିବ
ଚନ୍ଦ୍ରଶେଖର ଶିବ ନାମ l ଶଶି ଭୂଷଣ ଯା ସୁନାମ ll
ଚନ୍ଦ୍ରହାସ- ଖଣ୍ଡାର ନାମ, ରୂପା
ରାଜାଙ୍କ ହସ୍ତେ ଚନ୍ଦ୍ରହାସ l କରିବେ ଶତ୍ରୁ ଙ୍କ ବିନାଶ ll
ଚନ୍ଦ୍ରିକା, ଜ୍ୟୋତ୍ସ୍ନା, ଚନ୍ଦ୍ର କିରଣ ଚାନ୍ଦନୀ, ଚାନ୍ଦିନୀ- ଜ୍ୟୋତ୍ସ୍ନା ରାତି, ଚଉତରା
ଚରଣାମୃତ, ଚରଣାମ୍ଭୁଜ, ଚରଣୋଦକ- ପାଦ ଧୁଆ ଜଳ ଚରଣାରବିନ୍ଦ- ପାଦପଦ୍ମ
ଚରଣୋଦକ ପାନ କରି l ପୂଜିବ ପ୍ରଭୁ ନରହରି ll
ଚରଣାୟୁଧ-କୁକୁଡା
ଚାତୁରୀ,ଚାତୁର୍ଯ୍ୟ- କୌଶଳ
ଚାତୁରୀ ଚାତୁର୍ଯ୍ୟ କୌଶଳ l ବଳେ ଜିଣିବ ଧରାତଳ ll
ଚାରୁ- ସୁନ୍ଦର, ମଞ୍ଜୁଳ
ଚାରୁ ଯେ ସୁନ୍ଦର ମଞ୍ଜୁଳ l ସୁଷମା ଶୋଭା ସମୁଜ୍ଜ୍ବଳ ll
ଚାରୁକେଶୀ ଚାରୁନେତ୍ରୀ ଚାରୁହାସୀ, ଚାରୁହାସିନୀ ଚାରୁଶୀଳା- ମଧୁର ସ୍ଵଭାବ ସ୍ତ୍ରୀ
ଚାରୁହାସିନୀ ଚାରୁକେଶୀ l ଚାରୁଶୀଳା ଚାହିଁଛି ହସି ll ଚାରୁନେତ୍ରୀ ଚାହାଣି ଦେଖି l ସ୍ଵର୍ଗ ଅପସରା ମନ ଲାଖି ll ଚାରୁକେଶୀ ବଦନ ହସ l ଅଧର ବାଣୀ ସୁଧା ରସ ll
ଚାରୁଧାରା- ଶଚୀ, ପୁଲମୋଜା, ଇନ୍ଦ୍ରାଣୀ, ଇନ୍ଦ୍ର ପତ୍ନୀ,
ଇନ୍ଦ୍ରାଣୀ ଶଚୀ ଚାରୁଧାରା l ରୂପ ବଳିକି ଅପସରା ll
ଚିତାଗ୍ନି, ଚିତାନଳ-
ଚିତାଗ୍ନି ଚିତାନଳ ଜଳେ l ଯଶ ରହିବ ମହୀତଳେ ll
ଚିତ୍ତ ଟିତ୍ତାକର୍ଷକ ଚିତ୍ତବିନୋଦ ଚିତ୍ତପ୍ରସାଦ- ମନ ଆନନ୍ଦ, ସନ୍ତୋଷ
ଟିତ୍ତାକର୍ଷକ ରୂପ ରଙ୍ଗ l ନିଳାମ୍ବୁ ଚିଲିକା ତରଙ୍ଗ ll
ଚିତ୍ତବିନୋଦ କରେ ଶୋଭା l ଇନ୍ଦ୍ରଧନୁ କି ମନୋଲୋଭା ll ଚିତ୍ତପ୍ରସାଦ ଯେ ସନ୍ତୋଷ l ନକର ବୃଥା ରାଗ ରୋଷ ll
ଚରିତ୍ର/ ଚାରିତ୍ର/ ଚାରିତ୍ର୍ୟ ଚିକୁର/ କୈଶ/ ବଳା କୁଣ୍ଡଳ ଶିରୋରୁହ- ମୁଣ୍ଡ ବାଳ ——————- ପ୍ରଣାମ ପ୍ରଣାମ କବି ମହାତ୍ମା, ଧର୍ମାନନ୍ଦ, ଚୌଦ୍ଵାର, 6.8.24 —————— ଦୁର୍ଯ୍ଯୋଧନ- କାଞ୍ଚନ ଯଶ l ବାହୁଡି- ରଙ୍ଗ ଚିରାୟୁଷ ll ବାଞ୍ଛାନିଧି ଓ ମେଙ୍କିଦେଇ l ଠାକୁର ଜେଜେ ମା ହୋଇ ll ଅଚ୍ୟୁତ- ତୁଳସୀ ଆଶିଷ l ସୃଜନ କୀର୍ତ୍ତି ଅଭିଳାଷ ll ସାଧୁ ରାଧିକା ପୁଣ୍ୟଦେହୀ l ପୂର୍ବପୁରୁଷ ପ୍ରଣମଇ ll ପ୍ରଣାମ ପ୍ରଣାମ
ସବିତା ଭାରତୀ କୃପା ସମ ଶବ୍ଦ ଶବ୍ଦାଞ୍ଜଳି- 12 ଶ୍ରୀଗୁରୁ ଅଶୋକ ପଦେ ଭକ୍ତି ପ୍ରୀତି ପୁଷ୍ପାଞଳି ।।
ଚ-3
ଚରିତ୍ର/ ଚାରିତ୍ର/ ଚାରିତ୍ର୍ୟ ଚିକୁର/ କୈଶ/ ବଳା କୁଣ୍ଡଳ ଶିରୋରୁହ- ମୁଣ୍ଡ ବାଳ
ଚରିତ୍ର/ ଚାରିତ୍ର/ ଚାରିତ୍ର୍ୟ l ଜାଣିବ କିଏ ଶତୃ ମିତ୍ର ll
ଚିକୁର ଦିଶେ କି ସୁନ୍ଦର l ମହକେ ମଲ୍ଲି ଫୁଲ ହାର ll ରାଜ କୁମାରୀ ଶିରୋରୁହ l ମହକେ ମଲ୍ଲି ମହମହ ll
ଶିରୋରୁହ- ମୁଣ୍ଡ ବାଳ ପଙ୍କେରୁହ, ସରୋରୁହ - ପଦ୍ମ ବକ୍ଷୋରୁହ- ସ୍ତନ, ପୟୋଧର
ପଙ୍କେରୁହ ଯେ ପଦ୍ମ ନାମ l ସରୋରୁହ ତାର ସୁନାମ ll ପଦ୍ମ ଲାବଣ୍ୟ ପୟୋଧର l ବକ୍ଷୋରୁହ ସୁନାମ ତାର ll
ଚିତ୍ରକାର / ଚିତ୍ରକର ଚିତ୍ରପଟ୍ଟ, ଚିତ୍ରରୂପ- ଛବି ଚିତ୍ରକାବ୍ୟ- ଶବ୍ଦ ଅଳଙ୍କାର ପୂର୍ଣ୍ଣ କାବ୍ୟ
ଚିତ୍ରକାର ଯେ ଚିତ୍ରକର l ଆଙ୍କିଛି ରୂପ ମନୋହର ll ଚିତ୍ରପଟ୍ଟ ଯେ ଚିତ୍ରରୂପ l ପ୍ରକୃତି ରାଣୀ ଅପରୂପ ll ଉପେନ୍ଦ୍ର ଭଞ୍ଜ ଯଶ ଖ୍ୟାତି l ଚିତ୍ରକାବ୍ୟ ରଚନା ପ୍ରୀତି ll
ଚିତ୍ରଭାନୁ- ଅଗ୍ନି, ସୂର୍ଯ୍ୟ ଶ୍ଵେତଭାନୁ- ଚନ୍ଦ୍ର
ଚୈତ୍ର ମାସରେ ଚିତ୍ରଭାନୁ l କୋମଳ ତେଜ ଦିନୁ ଦିନୁ ll ଅଗ୍ନି, ସୂର୍ଯ୍ୟ ଯେ ଚିତ୍ରଭାନୁ ଚନ୍ଦ୍ର ସୁନାମ ଶ୍ଵେତଭାନୁ ll
ଚିତ୍ରଶାଳା - ଶୋଭାଶାଳା ଚିତ୍ରପ୍ରତିମା- କଣ୍ଢେଇ
ପ୍ରକୃତି ରୂପ ଚିତ୍ରଶାଳା l ଚିତ୍ରପ୍ରତିମା ଚାରୁକଳା ll
ଚିତ୍ରା - ନକ୍ଷତ୍ର, କୃଷ୍ଣଙ୍କ ସଖି ଚିତ୍ରାଙ୍ଗଦା- ଅର୍ଜୁନ ଙ୍କ ସ୍ତ୍ରୀ ଚିତ୍ରିଣୀ- ନାରୀ ଜାତି(ପଦ୍ମିନୀ, ହସ୍ତିନୀ, ଚିତ୍ରିଣୀ, ଶଙ୍ଖିନୀ)
କୃଷ୍ଣଙ୍କ ସଖି ଚିତ୍ରା ନାମ l ଚିତ୍ରା ନକ୍ଷତ୍ର ଅନୁପମ ll ଅର୍ଜୁନ ପତ୍ନୀ ଚିତ୍ରାଙ୍ଗଦା l ବୀରାଙ୍ଗନା ପ୍ରସିଦ୍ଧି ସଦା ll
ପଦ୍ମିନୀ, ହସ୍ତିନୀ, ଚିତ୍ରିଣୀ l ଶଙ୍ଖିନୀ ନାରୀ ଜାତି ଜାଣି ll
ଚିତ୍ରିତ- ଚିତ୍ର କରିବା ଚିତ୍ରୋତ୍ପଳା- ମହାନଦୀର ଶାଖାନଦୀ
ଧର୍ମଶାଳା ଚିତ୍ରଶାଳା, ମଧୁଶାଳା, କର୍ମଶାଳା ଚନ୍ଦ୍ରଶାଳା
ଚିନ୍ତା କୁଳ/ ଚିନ୍ତା
ଚିଦାନନ୍ଦ- ଚୈତନ୍ୟମୟ ବ୍ରହ୍ମ ଚିଦାମ୍ବର, ଚିଦାକାଶ- ବ୍ରହ୍ମମୟ ଅନୁଭବ ଚିଦାତ୍ମା - ଜୀବାତ୍ମା, ଚୈତନ୍ଯ ସ୍ଵରୁପ ପରଂବ୍ରହ୍ମ
ଚୈତନ୍ୟମୟ ଚିଦାନନ୍ଦ l ଆନନ୍ଦ ବ୍ରହ୍ମ ମକରନ୍ଦ ll ଲଭିଲେ ଚିତ୍ତ ଚିଦାମ୍ବର l ବ୍ରହ୍ମ ସ୍ଵରୂପ ନିରାକାର ll
ଚିତ୍+ମୟ= ଚିନ୍ମୟ ଚିନ୍ମୟ- ବ୍ରହ୍ମ, ଜ୍ଞାନମୟ
ଚିନ୍ମୟ ବ୍ରହ୍ମ ଚିଦାମ୍ବର l ଅକ୍ଷୟ ଅଜର ଅମର ll
ଚିର, ଚିରକାଳ- ଚିରଦିନ, ଚିରନ୍ତନ ଚିରନ୍ତନ, ଚିରନ୍ତନୀ- ଚିରକାଳ
ଚିରଜୀବୀ, ଚିରଞୀବୀ- ଅମର। ଚିରାୟୁ ଚିରିନିଦ୍ରା, ମହାନିଦ୍ରା- ମୃତ୍ୟୁ
ଚିରାଗତ, ଚିରାଚରିତ- ପ୍ରଥା, ରୀତି
ଚିର- ସବୁଦିନ ଚୀର- ଚିରାଲୁଗା
ଚୀର ପରିହିତ- ଭିକାରୀ
ଚୀର ପରିହିତ ଭିକାରୀ l ଭିକ୍ଷା ମଗାଇ ଥାଳ ଧରି ll
ଚୁମ୍ବୀ- ସ୍ପର୍ଶୀ, ନଭଶ୍ଚୁମ୍ବୀ- ଗଗନସ୍ପର୍ଶୀ
ଚୂଡ, ଚୂଡା- ମୁଣ୍ଡ, ଅଗ୍ରଭାଗ, ଶିଖା ଚନ୍ଦ୍ରଚୂଡ- ଶିବ ଚୂଡାମଣି, ମୁକୁଟମଣୀ- ସର୍ବଶ୍ରେଷ୍ଠ, ଶିବଙ୍କ ଚୂଡାମଣି ଚନ୍ଦ୍ର
ଶିବଙ୍କ ଚୂଡାମଣି ଚନ୍ଦ୍ର l ଦେବ ସଭାରେ ସୁର ଇନ୍ଦ୍ର ll
ଚେଳ- ବସ୍ତ୍ର, ପରିଚ୍ଛଦ ଚୈତ୍ୟ-ବଡ ବଡ ଗଛ, ମନ୍ଦିର, ବୌଦ୍ଧପୀଠ ଚୈତ୍ୟଦ୍ରୁମ- ଅଶ୍ବତ୍ଥ ଗଛ ଚୈତନ୍ଯ- ବ୍ରହ୍ମ
ଚୈତ୍ୟ ଶୋଭିତ ଅରଣ୍ୟାନୀ l ସବୁଜ ଶ୍ୟାମଳ ବନାନୀ ll ପୂଜିବ ପ୍ରିୟ ଚୈତ୍ୟଦ୍ରୁମ l ପୂରିବ ନିଶ୍ଚେ ମନସ୍କାମ ll
ଚୈତନ୍ଯ ବ୍ରହ୍ମ ଚିଦାମ୍ବର l ସାଧନା ସିଦ୍ଧି ଜୀବନର ll ——————- ପ୍ରଣାମ ପ୍ରଣାମ କବି ମହାତ୍ମା, ଧର୍ମାନନ୍ଦ, ଚୌଦ୍ଵାର, 28.8.24 —————— ଦୁର୍ଯ୍ଯୋଧନ- କାଞ୍ଚନ ଯଶ l ବାହୁଡି- ରଙ୍ଗ ଚିରାୟୁଷ ll ବାଞ୍ଛାନିଧି ଓ ମେଙ୍କିଦେଇ l ଠାକୁର ଜେଜେ ମା ହୋଇ ll ଅଚ୍ୟୁତ- ତୁଳସୀ ଆଶିଷ l ସୃଜନ କୀର୍ତ୍ତି ଅଭିଳାଷ ll ସାଧୁ ରାଧିକା ପୁଣ୍ୟଦେହୀ l ପୂର୍ବପୁରୁଷ ପ୍ରଣମଇ ll ପ୍ରଣାମ ପ୍ରଣାମ ll