ଓଡ଼ିଆ ଜାତିର ଶବ୍ଦ ସାଧନା ମଣିକର୍ଣ୍ଣିକା ଗାନୀ ସ୍ଵର୍ଣ୍ଣ ମନ୍ଦିର (105)
କୁଞ୍ଜବିହାରୀ ହେ କଞ୍ଜ(ପଦ୍ମ) ନୟନlର କଞ୍ଜ(ଚନ୍ଦ୍ର) ବଦନରେ କି ଖଞ୍ଜେ ରହିଲ ଲାଖି ?l କୁଞ୍ଜବନେ କେତେ ଗୋପୀ ଗୋପାଙ୍ଗନl ଖୋଜୁଛନ୍ତି ମହାଦୁଃଖୀ ll 1
କୁଞ୍ଜବିହାରୀ ହେ କଳାକୁଞ୍ଜ ପରି ସୁଷମା ମଞ୍ଜୁଳ ବନଭୂମି ଲତା କୁଞ୍ଜ l ତୁମ ପ୍ରୀତି ସୁଖ ଐଶ୍ୱର୍ଯ୍ୟ ଆଶାରେ ମହକୁଛି ଫୁଲସଞ୍ଜ ll 2
କୁଞ୍ଜବିହାରୀ ହେ ନିକୁଞ୍ଜ(ଲତା) ନିଳୟ (ଘର) ନବ କିଶଳୟ(କଅଁଳପତ୍ର) ମଳୟ ଅନୀଳ(ପବନ) ସ୍ପର୍ଶ l କୁସୁମ ମଞ୍ଜରି(କଢି) ମଞ୍ଜୁଳ(ସୁନ୍ଦର) ମହକ ଆନନ୍ଦ ଉଲ୍ଲାସ ହର୍ଷ ll 3
କୁଞ୍ଜବିହାରୀ ହେ ଆରତ ଭଞ୍ଜନ ପ୍ରଜାନୁରଞ୍ଜନ ନାମ ଯଶ ନିରଞ୍ଜନ l ପଦ୍ମପାଦ ଧ୍ୟାୟୀ ସ୍ତୁତି କରୁଥାନ୍ତି ଦୀନଦୁଃଖୀ ଗଣ୍ଠିଧନ ll 4
କୁଞ୍ଜବିହାରୀ ହେ ହୃଦୟ କୁଞ୍ଜରେ ତୁମ ପରି କଞ୍ଜ(ଚନ୍ଦ୍ର, ପଦ୍ମ) କଞ୍ଜର(ସୂର୍ଯ୍ୟ) ଅଛି କେ ଆଉ ?l ପ୍ରଭଞ୍ଜନ ପରି ତୁମ ତୁମ ଦିବ୍ୟ ସ୍ପର୍ଶ ମୃତ ସଞ୍ଜୀବନୀ ହେଉ ll 5
କୁଞ୍ଜବିହାରୀ ହେ ତୁମରି ସଞ୍ଜାତ(ଉତ୍ପନ୍ନ) ଏ ସାରା ଜଗତ ଜୀବନ ଜଞ୍ଜାଳ ଢେଉ l ଝଡ଼ ଝଞ୍ଜl ଝାଞ୍ଜି ଗଞ୍ଜଣା ଝଞ୍ଜଟ କେତେ ଦହଗଞ୍ଜ ଦାଉ ll 6
କୁଞ୍ଜବିହାରୀ ହେ କେଉଁ କୁଞ୍ଜେ ତୁମେ ରହିଛ ଗୋପନେ ଖୋଜୁଛୁ ବାତୁଳ ହୋଇ l ଅଭିମାନୀ ରାଧା ଆଖିରୁ ଅଞ୍ଜନ ଲିଭିଛି ଲୁହରେ ଧୋଇ ll 7 ମଞ୍ଜୁଳ ବଞ୍ଜୁଳ(ବେତ, ଅଶୋକ) ନିକୁଞ୍ଜ କୁଞ୍ଜରେ ତୁମ ଦେଖିବା ପାଇଁ l ଆସିଛୁ କି ଭାବେ ବନ ପଥେ ଧାଇଁ ଗଞ୍ଜଣା ବ୍ୟଞ୍ଜନl ସହି ?ll 8
କୁଞ୍ଜବିହାରୀ ହେ କେଉଁ ମାୟାବିନୀ ମାୟାରେ ଭୁଲିଛ ଗୋପବାଳା ରାଧା ପ୍ରୀତି ?l କେଉଁ ଅପରାଧେ ଦଣ୍ଡୁଛ ତଣ୍ଡୁଛ ରଚିବ ଅକ୍ଷୟ କୀର୍ତ୍ତି ll 9
କୁଞ୍ଜବିହାରୀ ହେ ତୁମେ ନ ଆସିଲେ ତୁମକୁ ନଦେଖି ଫେରିବୁକି ଗୋପପୁର ?l ଅଶ୍ରୁ ଅନଳେ ପରାଣ ବିକଳେ ଜୀବନ ହାରିବୁ ଛାର ll 10 ———————-
ଓଡ଼ିଆ ଜାତିର ଶବ୍ଦ ସାଧନା ମଣିଜ୍ୟୋତି ଗାନୀ ସ୍ଵର୍ଣ୍ଣ ମନ୍ଦିର (106)
କୁଞ୍ଜବିହାରୀ ହେ ମଳୟ ମାକନ୍ଦ(ଆମ୍ବଗଛ) ମଧୁ ମକରନ୍ଦ ମଧୁପ ଗୁଞ୍ଜନ ପ୍ରୀତି l ହୃଦୟ ରଞ୍ଜନ ଲାଗି ତରୁଲତା ସୃଜିଛନ୍ତି କୁଞ୍ଜ କୀର୍ତ୍ତି ll 1
କୁଞ୍ଜବିହାରୀ ହେ ବନଫୁଲ ଫୁଟି ମହକ ଝରା ଏ ମଧୁମୟ ବନ ଭୂଇଁ l ପ୍ରୀତ ପ୍ରଭଞ୍ଜନ କଞ୍ଜ(ପଦ୍ମ), କଞ୍ଜବନ୍ଧୁ(ସୂର୍ଯ୍ୟ) କଞ୍ଜ(ଚନ୍ଦ୍ର) ପ୍ରୀତି ନୀଳକଇଁ ll 2
କୁଞ୍ଜବିହାରୀ ହେ ଭୂସ୍ୱର୍ଗ ସୁନ୍ଦର ମଧୁବନ ଶୋଭା ମନ ମୋହେ ଦଶ ଦିଗ l କୋକିଳ କୂଜନ କାକଳି ନିସ୍ଵନ ଅପୂର୍ବ ଝଙ୍କାର ରାଗ ll 3
କୁଞ୍ଜବିହାରୀ ହେ ଶୋଭାଞ୍ଜନ ପରି ମୋହନ ମଞ୍ଜୁଳ ଶ୍ୟାମଳ ବନ ଭୁବନ l ପଶୁପକ୍ଷୀ ପ୍ରାଣୀ କୁରଙ୍ଗ(ହରିଣ) କୁଞ୍ଜର (ହସ୍ତୀ) କ୍ରୀଡ଼ାସ୍ଥଳ ନିଶିଦିନ ll 4
କୁଞ୍ଜବିହାରୀ ହେ ଶୋଭାର ଭଣ୍ଡାର କୁସୁମ ମଞ୍ଜରୀ ଅପୂର୍ବ ରୁଚିର ରୁଞ୍ଜ(ସୁନ୍ଦର) l ପ୍ରଭଞ୍ଜନ କରେ ପୁଷ୍ପ ପୁଷ୍ପାଞ୍ଜଳି ମଧୁମୟ ଧରା କୁଞ୍ଜ ll 5
କୁଞ୍ଜବିହାରୀ ହେ ମନୋଜ୍ଞ ମଞ୍ଜୁଳ ଚାରୁ ଲତାକୁଞ୍ଜ ସୁଷମା ମଞ୍ଜୁଷା ମୁଞ୍ଜ(ତୃଣ) l ନାନା ପୁଷ୍ପ ଲତା ଝୁଲନ୍ତି ବିଭୋରେ ଦେଖିକି ଲାଲିମା ଗୁଞ୍ଜ(କlଇଁଚ) ll 6
କୁଞ୍ଜବିହାରୀ ହେ ସଂସାର ଜଞ୍ଜାଳ ଠାରୁ କି ଜଞ୍ଜାଳ ଅଛି କି ସଂସାରେ କୁହ? ବନ ପଥେ ଧାଇଁ ଖୋଜୁଛୁ ତୁମକୁ ଛାଡ଼ିକି ଜଞ୍ଜାଳ ମୋହ ll 7
କୁଞ୍ଜବିହାରୀ ହେ ଦେଖୁଥିଲୁ ତୁମ ଚନ୍ଦ୍ରମା ବଦନ ଐଶ୍ୱର୍ଯ୍ୟ ସରସ ନୀଳ l ମଞ୍ଜୁଳ ବଞ୍ଜୁଳ କାଦମ୍ବିନୀ ଭଳି ନୀଳ କଞ୍ଜ(ପଦ୍ମ, ଚନ୍ଦ୍ର) ଢଳଢ଼ଳ ll 8
କୁଞ୍ଜବିହାରୀ ହେ କପିଞ୍ଜଳ(ଚାତକ) ପରି ଚାହିଁଛୁ ତୁମକୁ ଭେଟିବୁ ସହସା ବନେ l ରୁଣୁଝୁଣୁ ପାଦ ଶିଞ୍ଜିନୀ ଶିଞ୍ଜନ ଝଙ୍କାର ଶୁଣିବୁ କାନେ ll 9
କୁଞ୍ଜବିହାରୀ ହେ କୃଷ୍ଣ ସତରଞ୍ଜ ସରିକି ଉଆଁସ ଅନ୍ଧାର ଆସଇ ମାଡି l ତାରାପୁଞ୍ଜ ଫୁଟି ପ୍ରକାଶ ଉଜ୍ଜ୍ଵଳ ତ୍ରିଯମl ଅଞ୍ଜନ ଧଡ଼ି ll 10 ————–
ଓଡ଼ିଆ ଜାତିର ଶବ୍ଦ ସାଧନା ମଣିମୟ ଗାନୀ ସ୍ଵର୍ଣ୍ଣ ମନ୍ଦିର (107)
କୁଞ୍ଜବିହାରୀ ହେ ମାୟାଞ୍ଜନ ପରି ଦିଶେ ମୁହଁସଞ୍ଜ
ନୟନ କଜଳ କଳା l ଖଞ୍ଜନ ପକ୍ଷୀ କି ଖଞ୍ଜେ କୃଷ୍ଣ କାକ
କୃଷ୍ଣ ଗୋଲାପ ଚପଳା ll 1
କୁଞ୍ଜବିହାରୀ ହେ କୃଷ୍ଣମୟ ଦିଶେ କଳାକୁଞ୍ଜ ପରି
ଧରିତ୍ରୀ କୁଞ୍ଜର(ହାତୀ) ବେଶ l ନିଷ୍ପ୍ରଭ ମଳିନ ନୀଳପଦ୍ମ ବ୍ୟୋମ
ଶୁକ୍ଳlମ୍ବର ବ୍ୟୋମକେଶ ll 2
କୁଞ୍ଜବିହାରୀ ହେ କଳାକାର କିଏ ସୃଜିଲା ସଞ୍ଜରେ
କୋମଳ ରୂପ ଅନ୍ଧାର ?l ପ୍ରାଞ୍ଜଳ ପ୍ରାଙ୍ଗଣ ବନ ଭୂମି ଗ୍ରାମ ମିଞ୍ଜିମିଞ୍ଜି(ଧୀରେଧୀରେ) ଅନ୍ଧକାର ll 3
କୁଞ୍ଜବିହାରୀ ହେ ଫୁଟି କି ହସିଲା ଦୂରେ ସଞ୍ଜତାରା
ଜଳେ ଘୃତ ସଞ୍ଜବତୀ l ଚଉରା ମୂଳରେ ପ୍ରଣତି ଜଣାଏ
ଗ୍ରାମବଧୂ ମଥାପlତି ll 4
କୁଞ୍ଜବିହାରୀ ହେ ଏ ବିଶ୍ଵ ବିଧାତା ପ୍ରଭୁ ନିରଞ୍ଜନ(ବିଷ୍ଣୁ) ପୁରଞ୍ଜୟ(ଶିବ) କଞ୍ଜସୂତ(ବ୍ରହ୍ମା) l ଆରତ ଭଞ୍ଜନ ଗରବ ଗଞ୍ଜନ ଲାଗି ତ୍ରିଭୁବନେ ଖ୍ୟାତ(ପ୍ରସିଦ୍ଧ) ll 5
କୁଞ୍ଜବିହାରୀ ହେ ବଜ୍ରପାଣି(ଇନ୍ଦ୍ର) ଗର୍ବ ଖର୍ବ କଲ କ୍ଷଣେ
ଟେକି ଗିରି ଗୋବର୍ଦ୍ଧନ l କଳିନ୍ଦଜା(ଯମୁନା) କୋଳେ
କାଳିନ୍ଦୀ ହ୍ରଦରେ
କୀର୍ତ୍ତି କାଳୀୟ ଗଞ୍ଜନ ll 6
କୁଞ୍ଜବିହାରୀ ହେ ଜଳାଞ୍ଜଳି ଦେଇ ଯାଇଛ ଯେମିତି
ଗୋପ ଗୋପୀ ଗୋପାଙ୍ଗନl l କେଉଁ ମାୟାବିନୀ ମାୟାଞ୍ଜନ ବୋଳି କରେ ତୁମ ନୀରାଜନା(ବନ୍ଦାପନା) ?ll 7
କୁଞ୍ଜବିହାରୀ ହେ ନିଶୀଥ ଅମ୍ବରେ ଲଞ୍ଜlତାରା ପରି
ତୁମେ କି ଉଭେଇ ଗଲ ? ଖୋଜିଖୋଜି ଆମ ହଂସା ଉଡ଼ିଲାଣି
କୁଞ୍ଜ ଲାଗେ ମାୟାଜାଲ ll 8
କୁଞ୍ଜବିହାରୀ ହେ କ୍ଷୀର ସର ଦହି ସ୍ଵାଦିଷ୍ଟ ଲବଣୀ
ସୁମିଷ୍ଟ ବ୍ୟଞ୍ଜନ କେତେ l କେତେ ଆଶା ବନ କୁଞ୍ଜରେ ସାଥିରେ
ଭୁଞ୍ଜିବ ଆନନ୍ଦ ଚିତ୍ତେ ll 9
କୁଞ୍ଜବିହାରୀ ହେ ମାୟାଧର ଜାଣି ମାୟା କି ରଚିଲ
ବନ କୁଞ୍ଜେ ହଟହଟା l ଗଞ୍ଜଣା ଶୁଣିବୁ ନିଶ୍ଚେ ହେଲେ ତୁମେ
ହତଜ୍ଞାନ ହୁଙ୍କାପିଟା ll 10
କୁଞ୍ଜବିହାରୀ ହେ କୃତାଞ୍ଜଳି ପୁଟେ ପ୍ରାର୍ଥନା ଘେନ ହେ
ଦିନ ଜନେ ଦୟା ରଖି l ନୋହିଲେ ଜାଣିବ ଏ ପ୍ରାଣ ପଞ୍ଜୁରୀ
ଛାଡ଼ିଯିବ ପ୍ରାଣ ପକ୍ଷୀ ll 11
କୁଞ୍ଜବିହାରୀ ହେ ତୁମ ସ୍ନେହ ପ୍ରୀତି ଅମୃତ ଐଶ୍ୱର୍ଯ୍ୟ
ଲଭିଛୁ ଜୀବନ ଧନ୍ୟ l କଞ୍ଜସୂତ ଜାଣେ ଅକାଳ ମରଣେ
ଲଭିବୁ କି ମହାପୁଣ୍ୟ ?ll 12
କୁଞ୍ଜବିହାରୀ ହେ ଧନଞ୍ଜୟ(ଅର୍ଜୁନ) ପରି ଜାଣୁ ପ୍ରାଣଧନ
ତୁମ ପ୍ରୀତି ସଞ୍ଜୀବନୀ l ଜୀବନ ଯଜ୍ଞରେ ତୁମେ ଧନଞ୍ଜୟ(ଅଗ୍ନି)
ଆତ୍ମାର ଓଁକାର ଧ୍ୱନି ll 13
କୁଞ୍ଜବିହାରୀ ହେ ତୁମ ଆଶ୍ରା ବିନୁ ରହିବୁ କେଉଁଠି
ନାହିଁ ମୁଣ୍ଡ ଗୁଞ୍ଜିବାକୁ ?l ତୁମେ ବଜ୍ରସେହ୍ନା ଶରଣ ପଞ୍ଜର
ମହା ମହା ବିପଦକୁ ll 14 -------------------
ଓଡ଼ିଆ ଜାତିର ଶବ୍ଦ ସାଧନା ମଣିକାଞ୍ଚନ ଗାନୀ ସ୍ଵର୍ଣ୍ଣ ମନ୍ଦିର (108)
କୁଞ୍ଜବିହାରୀ ହେ ଆଞ୍ଜୁଳି ଆଞ୍ଜୁଳି ବନ କୁସୁମ ଏ
ଘେନ ପ୍ରୀତି ପୁଷ୍ପାଞ୍ଜଳି l କ୍ଷୁଦ୍ର ବଦ୍ଧlଞ୍ଜଳି(ଯୋଡହସ୍ତ) ସ୍ନେହ ଶ୍ରଦ୍ଧାଞ୍ଜଳି
ନିଷ୍ପାପ ହୃଦୟ କଳି ll 1
କୁଞ୍ଜବିହାରୀ ହେ ତୁମେ ମୃତ୍ୟୁଞ୍ଜୟୀ ମହାବଳୀ ଜାଣି
ବନେ ଯିବ ଯଦି ପ୍ରାଣ ?l ଫେରିଯିବୁ ନାହିଁ ଅଖଞ୍ଜରେ(ଅସୁବିଧାରେ) ପଡି
ନୀଳମଣି ପ୍ରୀତି ଟାଣ ll 2
କୁଞ୍ଜବିହାରୀ ହେ କଥା ଦେଇଥିଲ ଆସିବ କୁଞ୍ଜ କୁ
କୁଞ୍ଜବନେ ଦେଖା ନାହିଁ l ନାନା ଆଶଙ୍କାରେ ମନ ଅସମ୍ଭାଳ
ନିଶାମୁଖ(ସଞ୍ଜ) ନିଶି ଚାହିଁ ll 3
କୁଞ୍ଜବିହାରୀ ହେ ସଞ୍ଜ ବୁଡି ରାତି ମାଡ଼ିଆସେ ଦେଖ
ପୁଞ୍ଜିଭୂତ ଅନ୍ଧକାର l ଝାଞ୍ଜ ଶବଦ କି ଶୁଣୁଛ କେଉଁଠି
ଶୁଭେ ନାହିଁ ଆର୍ତ୍ତ ସ୍ଵର ll 4
କୁଞ୍ଜବିହାରୀ ହେ ମାନଭଞ୍ଜନ ହେ ତୁମ ଲାଗି ସବୁ
ଗଞ୍ଜଣା ବ୍ୟଞ୍ଜନl ସହି l କି ଲାଭ ହୋଇଲା ଏତେ ଦହଗଞ୍ଜ
ହୋଇଛି କେ କୁହ କାହିଁ ?ll 5
କୁଞ୍ଜବିହାରୀ ହେ ପୁଞ୍ଜିପତି ପରି ପାଷାଣ ହେଲ କି
ନିଷ୍ଟୁର ନିର୍ମମ ହୃଦ l ଛନ୍ଦ କପଟକୁ ବଳିଗଲ ଜାଣି
କୁଞ୍ଜବନେ ଏ ପ୍ରମାଦ ll 6
କୁଞ୍ଜବିହାରୀ ହେ ଶାଳଭଞ୍ଜ(କାଠ ପିତୁଳି) ପରି ଶୋଇଛ କେଉଁଠି ଶୁଭେ ନାହିଁ କାହା ଡାକ l କେତେ ବନ ଗଳି ଦିଶେ ଗେଞ୍ଜ ପରି
ସତେ କି ଗୁଞ୍ଜର ପୋକ ll 7
କୁଞ୍ଜବିହାରୀ ହେ ପୁରଞ୍ଜୟ(ଶିବ) ପ୍ରିୟ ପlଶୁପତ(ଶୂଳ) ଅସ୍ତ୍ର
ଦେଲେ ଧନଞ୍ଜୟ(ଅର୍ଜୁନ) ହାତେ l ମାଗିବୁକି ରତ୍ନ ଲୁଚିଲ ବନରେ
ଭାବୁଛ କଞ୍ଜୁସ ଚିତ୍ତେ ll 8
କୁଞ୍ଜବିହାରୀ ହେ ଖଞ୍ଜଣା ନଦେଲେ ଗଞ୍ଜଣା ଶୁଣିବା
ପରି କି ବିଚାର ମନେ ?l ଗଞ୍ଜୋଡ ଯେମିତି ଗଞ୍ଜେଇ ନିଶାରେ
ସପନ ଦେଖଇ ଦିନେ ll 9
କୁଞ୍ଜବିହାରୀ ହେ ପଞ୍ଜୁରୀ ଭିତରୁ ଶୁଆ ଉଡିଗଲା
ପରି କି ଯାଇଛ ଉଡି ?l କରଞ୍ଜ ଗଛରେ ବସିଛ ଲୁଚିକି
ଶୁଭିବନି ଘଡ଼ଘଡ଼ି ll 10
କୁଞ୍ଜବିହାରୀ ହେ ହିଞ୍ଜଡା ଯେମିତି ହଟହଟା ହୁଏ
ବାଟେ ଘlଟେ ବୁଲିବୁଲି l ଦହଗଞ୍ଜ ହୋଇ ବୁଲୁଛୁ ବନରେ
ହାୟ ଭୋକ ଶୋଷ ଭୁଲି ll 11
କୁଞ୍ଜବିହାରୀ ହେ ରାଜ ଭାଗ ଶସ୍ୟ ସଞ୍ଜl ନେଲା ପରି
ହାତଗୁଞ୍ଜା ମାଗେ କିଏ ?l କଥାରେ କାମରେ ନାହିଁ ସାମଞ୍ଜସ୍ୟ
ତୁମର କି ଆସେ ଯାଏ ll 12 ------------------
ଓଡ଼ିଆ ଜାତିର ଶବ୍ଦ ସାଧନା ମଣିକାଞ୍ଚନ ଗାନୀ ସ୍ଵର୍ଣ୍ଣ ମନ୍ଦିର (108)
କୁଞ୍ଜବିହାରୀ ହେ ଆଞ୍ଜୁଳି ଆଞ୍ଜୁଳି ବନ କୁସୁମ ଏ
ଘେନ ପ୍ରୀତି ପୁଷ୍ପାଞ୍ଜଳି l କ୍ଷୁଦ୍ର ବଦ୍ଧlଞ୍ଜଳି(ଯୋଡହସ୍ତ) ସ୍ନେହ ଶ୍ରଦ୍ଧାଞ୍ଜଳି
ନିଷ୍ପାପ ହୃଦୟ କଳି ll 1
କୁଞ୍ଜବିହାରୀ ହେ ତୁମେ ମୃତ୍ୟୁଞ୍ଜୟୀ ମହାବଳୀ ଜାଣି
ବନେ ଯିବ ଯଦି ପ୍ରାଣ ?l ଫେରିଯିବୁ ନାହିଁ ଅଖଞ୍ଜରେ(ଅସୁବିଧାରେ) ପଡି
ନୀଳମଣି ପ୍ରୀତି ଟାଣ ll 2
କୁଞ୍ଜବିହାରୀ ହେ କଥା ଦେଇଥିଲ ଆସିବ କୁଞ୍ଜ କୁ
କୁଞ୍ଜବନେ ଦେଖା ନାହିଁ l ନାନା ଆଶଙ୍କାରେ ମନ ଅସମ୍ଭାଳ
ନିଶାମୁଖ(ସଞ୍ଜ) ନିଶି ଚାହିଁ ll 3
କୁଞ୍ଜବିହାରୀ ହେ ସଞ୍ଜ ବୁଡି ରାତି ମାଡ଼ିଆସେ ଦେଖ
ପୁଞ୍ଜିଭୂତ ଅନ୍ଧକାର l ଝାଞ୍ଜ ଶବଦ କି ଶୁଣୁଛ କେଉଁଠି
ଶୁଭେ ନାହିଁ ଆର୍ତ୍ତ ସ୍ଵର ll 4
କୁଞ୍ଜବିହାରୀ ହେ ମାନଭଞ୍ଜନ ହେ ତୁମ ଲାଗି ସବୁ
ଗଞ୍ଜଣା ବ୍ୟଞ୍ଜନl ସହି l କି ଲାଭ ହୋଇଲା ଏତେ ଦହଗଞ୍ଜ
ହୋଇଛି କେ କୁହ କାହିଁ ?ll 5
କୁଞ୍ଜବିହାରୀ ହେ ପୁଞ୍ଜିପତି ପରି ପାଷାଣ ହେଲ କି
ନିଷ୍ଟୁର ନିର୍ମମ ହୃଦ l ଛନ୍ଦ କପଟକୁ ବଳିଗଲ ଜାଣି
କୁଞ୍ଜବନେ ଏ ପ୍ରମାଦ ll 6
କୁଞ୍ଜବିହାରୀ ହେ ଶାଳଭଞ୍ଜ(କାଠ ପିତୁଳି) ପରି ଶୋଇଛ କେଉଁଠି ଶୁଭେ ନାହିଁ କାହା ଡାକ l କେତେ ବନ ଗଳି ଦିଶେ ଗେଞ୍ଜ ପରି
ସତେ କି ଗୁଞ୍ଜର ପୋକ ll 7
କୁଞ୍ଜବିହାରୀ ହେ ପୁରଞ୍ଜୟ(ଶିବ) ପ୍ରିୟ ପlଶୁପତ(ଶୂଳ) ଅସ୍ତ୍ର
ଦେଲେ ଧନଞ୍ଜୟ(ଅର୍ଜୁନ) ହାତେ l ମାଗିବୁକି ରତ୍ନ ଲୁଚିଲ ବନରେ
ଭାବୁଛ କଞ୍ଜୁସ ଚିତ୍ତେ ll 8
କୁଞ୍ଜବିହାରୀ ହେ ଖଞ୍ଜଣା ନଦେଲେ ଗଞ୍ଜଣା ଶୁଣିବା
ପରି କି ବିଚାର ମନେ ?l ଗଞ୍ଜୋଡ ଯେମିତି ଗଞ୍ଜେଇ ନିଶାରେ
ସପନ ଦେଖଇ ଦିନେ ll 9
କୁଞ୍ଜବିହାରୀ ହେ ପଞ୍ଜୁରୀ ଭିତରୁ ଶୁଆ ଉଡିଗଲା
ପରି କି ଯାଇଛ ଉଡି ?l କରଞ୍ଜ ଗଛରେ ବସିଛ ଲୁଚିକି
ଶୁଭିବନି ଘଡ଼ଘଡ଼ି ll 10
କୁଞ୍ଜବିହାରୀ ହେ ହିଞ୍ଜଡା ଯେମିତି ହଟହଟା ହୁଏ
ବାଟେ ଘlଟେ ବୁଲିବୁଲି l ଦହଗଞ୍ଜ ହୋଇ ବୁଲୁଛୁ ବନରେ
ହାୟ ଭୋକ ଶୋଷ ଭୁଲି ll 11
କୁଞ୍ଜବିହାରୀ ହେ ରାଜ ଭାଗ ଶସ୍ୟ ସଞ୍ଜl ନେଲା ପରି
ହାତଗୁଞ୍ଜା ମାଗେ କିଏ ?l କଥାରେ କାମରେ ନାହିଁ ସାମଞ୍ଜସ୍ୟ
ତୁମର କି ଆସେ ଯାଏ ll 12 ------------------
: ଓଡ଼ିଆ ଜାତିର ଶବ୍ଦ ସାଧନା ଶବ୍ଦଭାରତୀଗାନୀ ସ୍ଵର୍ଣ୍ଣ ମନ୍ଦିର (109)
କୁଞ୍ଜବିହାରୀ ହେ ପାଞ୍ଜି ଦେଖି ସତେ ଆସିଥିଲ ଘରୁ
ମୃତ୍ୟୁଞ୍ଜୟ ମନ୍ତ୍ର ଜପି l କେଉଁ ଖଞ୍ଜେ ଅବା ହରିନେଲା କ୍ଷଣେ
କଞ୍ଜ(ପଦ୍ମ) ନୟନା କେ ଛପି ?ll 1
କୁଞ୍ଜବିହାରୀ ହେ ପାଦରେ ଦରଜ ହେଲା କି ଖଞ୍ଜରେ
ଘଷିଲl କରଞ୍ଜ ତେଲ ?l ମିଠା ସାଦା ପାନ ଗୁଞ୍ଜିଲା ପାଟିରେ
କରି କେତେ ପ୍ରୀତି ଗେଲ ll 2
କୁଞ୍ଜବିହାରୀ ହେ କଞ୍ଜ(ଚନ୍ଦ୍ର) ବଦନl କେ ଲୁଚାଇ ରଖିଛି
ଝିଞ୍ଜିରି ଜଞ୍ଜିର ଦେଇ ?l ପଞ୍ଜୁରି ଭିତରେ ଶୁଆଶାରୀ ପରି
ନିରଞ୍ଜନ ଭଜୁଥାଇ ll 3
କୁଞ୍ଜବିହାରୀ ହେ ସତେ କି କାନ୍ଦିଲା ଖଞ୍ଜା ଖସିଗଲା
କହିକି କାଢିଲା ଛଟା ?l ଗଞ୍ଜେଇ ଖାଇ କି ଆସିଥିଲ ବନେ
ପଡ଼ି କି ହୋଇଲ ଛୋଟl ?ll 4
କୁଞ୍ଜବିହାରୀ ହେ କଥା କି ଦେଇଛ କଞ୍ଜସୂତ(ବ୍ରହ୍ମା) ପରି
ମଞ୍ଜୁର(ସମ୍ମତି) ନ ନେଇ ତମେ ? ଗୋଡ କାଢିବନି ସଞ୍ଜେ କି ସକାଳେ
ଲଞ୍ଜlତାରା ପରି ଭ୍ରମେ ll 5
କୁଞ୍ଜବିହାରୀ ହେ ମଞ୍ଜୁଷା ଭିତରେ ରଖିଛି ଲୁଚାଇ
ହୃଦୟ ରଞ୍ଜନ ଲାଗି ?l ଦିନ ହେଲେ ମେଣ୍ଢା ରାତି ହେଲେ ଭେଣ୍ଡା
କରୁଛି କି ଖଞ୍ଜେ ଜଗି ?ll 6
କୁଞ୍ଜବିହାରୀ ହେ କେଉଁ କାମିନୀର ମାନ ଭଞ୍ଜିବାକୁ
ମନ ରଞ୍ଜିବାକୁ ତମେ ?l ହିଞ୍ଜଡା ପରି କି ନେହୁରା ହେଉଛ
ଶୁଣୁନାହିଁ କଥା କାନେ ?ll 7
ଓଡ଼ିଆ ଜାତିର ଶବ୍ଦ ସାଧନା ସ୍ଵର୍ଣ୍ଣଭାରତୀଗାନୀ ସ୍ଵର୍ଣ୍ଣ ମନ୍ଦିର (110)
ଜ୍ଞ : ଶବ୍ଦ ଗୀତି
ସୁଜ୍ଞ ବିଜ୍ଞ ପ୍ରlଜ୍ଞ(ପଣ୍ଡିତ) ଜ୍ଞାନୀ ଶାସ୍ତ୍ରଜ୍ଞ l ସର୍ବଜ୍ଞ(ଇଶ୍ଵର) ଆଶ୍ରିତ ଚିର କୃତଜ୍ଞ ll 1
କ୍ଷେତ୍ରଜ୍ଞ ଯା ନାମ ପରମେଶ୍ଵର l ସର୍ଵଜ୍ଞାତା ପ୍ରଭୁ ଅଜ୍ଞାତସାର ll 2
ଧର୍ମଜ୍ଞ, ଦୈବଜ୍ଞ(ଜ୍ୟୋତିଷ) ବିଜ୍ଞ ବ୍ରହ୍ମଜ୍ଞ l ଜ୍ଞାନବାନ ଜ୍ଞାନୀ ମଣନ୍ତି ଅଜ୍ଞ ll 3
ଜ୍ଞାନେନ୍ଦ୍ରିୟ ବଳେ ବିଜ୍ଞ ଅଭିଜ୍ଞ l ନିମିତ୍ତଜ୍ଞ(ଜ୍ୟୋତିଷ) ପରି
ପ୍ରଜ୍ଞ(ପଣ୍ଡିତ) ନୀତିଜ୍ଞ ll 4
ଆତ୍ମଜ୍ଞ ବିଧିଜ୍ଞ ଜ୍ଞେୟ(ଯେ ଜାଣେ) ତତ୍ତ୍ୱଜ୍ଞ l ସର୍ବଜ୍ଞ(ଇଶ୍ଵର) ଅଜ୍ଞେୟ(ଅଜଣା) ସର୍ବେ ଅବିଜ୍ଞ ll 5
ଅଜ୍ଞେୟ ଦୁର୍ଜ୍ଞେୟ ଜାଣି ସର୍ବଜ୍ଞ l ତ୍ରିକାଳଜ୍ଞ ପରି ପୂଜେ ଗୁଣଜ୍ଞ ll 6
ଜ୍ଞାତ ପରିଜ୍ଞାନ ଜିଜ୍ଞାସୁ ଜନ l ସର୍ବଜ୍ଞ ସ୍ମରଣେ ସଜ୍ଞାନ(ସଚେତ) ମନ ll 7
ପ୍ରଜ୍ଞାବlନ୍ ପ୍ରଜ୍ଞା ଜ୍ଞାନ ବିଜ୍ଞାନ l ସର୍ବଜ୍ଞ(ଇଶ୍ଵର) ସନ୍ଧାନେ ଜ୍ଞାନୀ ଅଜ୍ଞାନ ll 8
ଶାସ୍ତ୍ରଜ୍ଞ ଦେବଜ୍ଞ ବିଧିଜ୍ଞ ବିଜ୍ଞ l ଜ୍ଞାନୀ ଜ୍ଞାନବlନ୍ ଯେ ବିଶେଷଜ୍ଞ ll 9 ଆତ୍ମଜ୍ଞାନ ବଳେ ଜ୍ଞାନୀ ପଣ୍ଡିତ l ଜାଣନ୍ତି ସର୍ବଜ୍ଞ ସଂସାରେ ସତ ll 10
ସର୍ବଜ୍ଞ ସର୍ବତ୍ର ଅଜ୍ଞାତସାର l ବିଜ୍ଞ ଅନଭିଜ୍ଞ ଅଜ୍ଞାନ ଚିର ll 11
ଜ୍ଞାତି, ଜ୍ଞାତl, ଜ୍ଞାନୀ ସୁଜ୍ଞ(ପଣ୍ଡିତ) ବ୍ରହ୍ମଜ୍ଞ l ରସଜ୍ଞ ରସିକ ବିଜ୍ଞ ଶାସ୍ତ୍ରଜ୍ଞ ll 12
ଯଜ୍ଞବେଦୀ ମୂଳେ ସୁଜ୍ଞ ଶାସ୍ତ୍ରଜ୍ଞ l ଯଜ୍ଞସୂତ୍ର(ପଇତା) ପିନ୍ଧି କରନ୍ତି ଯଜ୍ଞ ll 13
ଅଗ୍ନିମୁଖ(ଦେବତା)ପ୍ରିୟ ଯଜ୍ଞମୁଖ(ଅଗ୍ନି) ଘୃତ
ବେଦ ମନ୍ତ୍ରଧ୍ୱନି ଓଁକାର ସଙ୍ଗୀତ ll 14
ବ୍ରାହ୍ମଣ ଦେବତା ଅଭିଜ୍ଞ ସୁଜ୍ଞ l ବନ୍ଦନା କରନ୍ତି ପ୍ରଭୁ ସର୍ବଜ୍ଞ ll 15
ଯାଗଯଜ୍ଞ ପୂଜା ଜଗତ ହିତେ l ଯାଚ୍ ଜ୍ଞl କରନ୍ତି କୃତଜ୍ଞ ଚିତ୍ତେ ll 16
ଯାଗଯଜ୍ଞ କର୍ମେ ବିଜ୍ଞ ବିଜ୍ଞାତ(ବିଖ୍ୟାତ) l ଦେବ ପୂଜା ଲାଗି ଯେ ପରିଜ୍ଞାତ(ପରିଚିତ) ll 17
ଯାଜ୍ଞବଳ୍ କ ରୁଷି ଜଗତେ ଧନ୍ୟ l ଯାଜ୍ଞସେନୀ ପରି ସୁନାମ ପୁଣ୍ୟ ll 18
ବେଦଜ୍ଞାନ ଲାଗି ଯେ ବୈଜ୍ଞାନିକ l ବିଦ୍ଵାନ ପଣ୍ଡିତ ବିଘ୍ନ ନାଶକ ll 19
ରାଜ୍ଯ ହିତେ ସଦା ରାଜନୀତିଜ୍ଞ l କୂଟନୀତି ପ୍ରିୟ କୁଟନୀତିଜ୍ଞ ll 20
ସଙ୍ଗୀତଜ୍ଞ ସର୍ବେ ସଙ୍ଗୀତ ପ୍ରିୟ l ସମ୍ରାଟ ସମ୍ରାଜ୍ଞୀ ଆଦେଶ ପ୍ରିୟ ll 21
ରାଜା ରାଜ୍ଞୀ(ରାଣୀ) ଆଜ୍ଞା(ଆଦେଶ)
ଅନୁଜ୍ଞା(ସମ୍ମତି) ବିନା l କାର୍ଯ୍ୟ କଲେ ଦଣ୍ଡ ଅବମାନନା ll 22
ଅନୁଜ୍ଞାତ(ଅନୁମତି ନେଇ) ହୋଇ କାର୍ଯ୍ୟ କରିବ l ହତଜ୍ଞାନ(ବୁଦ୍ଧିଭ୍ରଷ୍ଟ) ହେଲେ
ଜୀବନ ଯିବ ll 23
ଅଭିଜ୍ଞତା ବିନା ରାଜ୍ଯ ଶାସନ l ବିପଦ ସଙ୍କୁଳ ସମସ୍ୟା ମାନ ll 24
ତତ୍ତ୍ଵ ଜ୍ଞାନୀ ପରି ଦୃଢ଼ ପ୍ରତିଜ୍ଞ l ହେଲେ ସକୁଶଳ ବିଜ୍ଞ ଅଭିଜ୍ଞ ll 25
ଜନ ଅସନ୍ତୋଷ ସମସ୍ୟା ଆଗ l ବିଜ୍ଞାପନ(ଜଣାଇବା) ଦେଇ
କାର୍ଯ୍ୟ କରିବ ll 26
ବିନା ବିଜ୍ଞପ୍ତିରେ ନଦେବ ଠିକା l ଆଜ୍ଞାପ୍ତ(ଅନୁମତି ପ୍ରାପ୍ତ) ନୋହିଲେ କହିବେ ବୋକା ll 27
ମରମ ଜାଣନ୍ତି ମର୍ମଜ୍ଞ ବୁଧ(ପଣ୍ଡିତ) l ପୂଜା ପାଇଥାନ୍ତି ଜ୍ଞାନୀ ବିବୁଧ(ପଣ୍ଡିତ) ll 28
ବିଜ୍ଞାନ ଯୁଗରେ ଜ୍ଞାନ ଅଭିଜ୍ଞାନ(ଚିହ୍ନ) l କୀର୍ତ୍ତି ଚନ୍ଦ୍ରଯାନ ମଙ୍ଗଳ ଯାନ ll 29
ମୂର୍ଖ ଅଜ୍ଞ ଶିଶୁ ଅଜ୍ଞାନ ଜନ l ଜାଣି କ୍ଷମା କର
ହୋଇ ସଜ୍ଞାନ(ସଚେତନ) ll 30
ବିଶ୍ୱାସଭାଜନ ନୁହେଁ ଅକୃତଜ୍ଞ l ଆଦର ଲଭନ୍ତି
ସୁଜ୍ଞ ବିଜ୍ଞ ପ୍ରlଜ୍ଞ(ପଣ୍ଡିତ) ll 31
ମନୋଜ୍ଞ ରୁଚିର ଏ ଶବ୍ଦ ଗୀତି l ସୁଜ୍ଞାନୀ ସବିତା ଶବ୍ଦ ଭାରତୀ ll 32 ——————–
ଓଡ଼ିଆ ଜାତିର ଶବ୍ଦ ସାଧନା ଗୀତାଭାରତୀଗାନୀ ସ୍ଵର୍ଣ୍ଣ ମନ୍ଦିର (111)
କୁଞ୍ଜବିହାରୀ ହେ ସର୍ଵଜ୍ଞାତା ପ୍ରଭୁ ସର୍ଵଜ୍ଞ ଇଶ୍ଵର
ଜାଣନ୍ତି ସଂସାରେ ସତ l ସେ ପରମେଶ୍ଵର ସୁଜ୍ଞାନୀ କ୍ଷେତ୍ରଜ୍ଞ
ତିନି ପୂରେ ଅଧିଷ୍ଠିତ ll 1
କୁଞ୍ଜବିହାରୀ ହେ ସୁଜ୍ଞ ବିଜ୍ଞ ପ୍ରାଜ୍ଞ ଶାସ୍ତ୍ରଜ୍ଞ ଦେବଜ୍ଞ
ଦୈବଜ୍ଞ ପ୍ରଜ୍ଞ ବ୍ରହ୍ମଜ୍ଞ l କୃତ୍ୟକୃତ୍ୟ ହୋଇ ବନ୍ଦନା କରନ୍ତି
ସର୍ବଜ୍ଞ ପଦେ କୃତଜ୍ଞ ll 2
କୁଞ୍ଜବିହାରୀ ହେ ଜ୍ଞାନବାନ ଜ୍ଞାନୀ ଜ୍ଞାନେନ୍ଦ୍ର ସୁଜ୍ଞାନୀ
ଜ୍ଞାନ ବିଜ୍ଞାନ ବିଜ୍ଞାତ(ପ୍ରସିଦ୍ଧ) l ଜ୍ଞାନେନ୍ଦ୍ରିୟ ବଳେ ଜାଣନ୍ତି ସର୍ବଜ୍ଞ(ଇଶ୍ଵର)
ସୃଜିଛନ୍ତି ଏ ଜଗତ ll 3
କୁଞ୍ଜବିହାରୀ ହେ ନିମିତ୍ତଜ୍ଞ(ଜ୍ୟୋତିଷ) ପରି ନୀତିଜ୍ଞ ଶାସ୍ତ୍ରଜ୍ଞ
ଧର୍ମଜ୍ଞ ଆତ୍ମଜ୍ଞ ବିଜ୍ଞ l ସର୍ବଜ୍ଞ ସନ୍ଧାନ ତାଙ୍କ କୃପା ବିନା
ମଣନ୍ତି ଅଜ୍ଞାନୀ ଅଜ୍ଞ ll 4
କୁଞ୍ଜବିହାରୀ ହେ ଅଜ୍ଞେୟ ଦୁର୍ଜ୍ଞେୟ ସର୍ବଜ୍ଞ ଇଶ୍ଵର
ପରଂବ୍ରହ୍ମ ବ୍ରହ୍ମରେଣୁ l ଆତ୍ମା ପରମାତ୍ମା ପରମ ସଂଯୋଗ
ଓଁକାର ନିନାଦ ଶୁଣୁ ll 5
ତ୍ରିକାଳଜ୍ଞ ପରି ଗୁଣଜ୍ଞ ଦେବଜ୍ଞ ଜାଣନ୍ତି ଓଁକାର ଶ୍ରେଷ୍ଠ l ଓଁକାର ଝଙ୍କାର ଲାଗି ଏ ସଂସାର ମାୟା ବନ୍ଧନ ଘନିଷ୍ଠ ll 6
ଜ୍ଞାତ ପରିଜ୍ଞାତ ଜ୍ଞାନ ପରିଜ୍ଞାନ ସର୍ବଜ୍ଞ ସାଧନା ଲାଗି l ସର୍ବଜ୍ଞ ସ୍ମରଣେ ସ୍ତୁତି କରୁଥାନ୍ତି ମୁନି ରୁଷି ମହାଯୋଗୀ ll 7
କୁଞ୍ଜବିହାରୀ ହେ ଜ୍ଞାନ ବିଜ୍ଞାନରେ ବିଜ୍ଞାନୀ ସୁଜ୍ଞାନୀ
ଜଗତେ ବିଜ୍ଞ ବିଜ୍ଞାତ(ବିଖ୍ଯାତ) l ବିଭୁ କୃପା ଲାଗି ଅଜ୍ଞାନ ମଣି କି
ସର୍ବଜ୍ଞ ଚରଣେ ଚିତ୍ତ ll 8
କୁଞ୍ଜବିହାରୀ ହେ ଜ୍ଞାନବାନ ଜ୍ଞାନୀ ପ୍ରଜ୍ଞାବାନ ପ୍ରଜ୍ଞା
ଜ୍ଞାନେନ୍ଦ୍ର ପ୍ରଜ୍ଞାନ ଜ୍ଞାନ l ସର୍ବଜ୍ଞ ଇଶ୍ଵର ପୂଜୁଥାନ୍ତି ନିତି
ଜାଣି ସର୍ବ ଶକ୍ତିମାନ ll 9
କୁଞ୍ଜବିହାରୀ ହେ ଜ୍ଞାନ ବିଜ୍ଞାନରେ ଜ୍ଞାନୀ ବିଶେଷଜ୍ଞ
ଶାସ୍ତ୍ରଜ୍ଞ ଦେବଜ୍ଞ ବିଜ୍ଞ l ଆତ୍ମଜ୍ଞାନ ବଳେ ଆତ୍ମଜ୍ଞ ଅଭିଜ୍ଞ
ସର୍ବଜ୍ଞ ସନ୍ଧାନୀ ସୁଜ୍ଞ(ପଣ୍ଡିତ) ll 10
କୁଞ୍ଜବିହାରୀ ହେ ଅଭିଜ୍ଞ ପଣ୍ଡିତ ପରି ଅନଭିଜ୍ଞ
ଚିର କୃତଜ୍ଞ ସଂସାରେ l ଏ ମହାବିଶ୍ଵରେ ମହିମା ଅପାର
ଜାଣି ସର୍ବଜ୍ଞ ସୁମରେ(ମନେରଖେ) ll 11
କୁଞ୍ଜବିହାରୀ ହେ ଜ୍ଞାତି, ଜ୍ଞାତl, ଜ୍ଞାନୀ ସୁଜ୍ଞାନୀ ଶାସ୍ତ୍ରଜ୍ଞ
ରସଜ୍ଞ ରସିକ ଜନ l ଶୁଭ କର୍ମେ ସଦା ସ୍ମରନ୍ତି ସର୍ବଜ୍ଞ
କଞ୍ଜ(ପଦ୍ମ) ପାଦେ ମନ ଧ୍ୟାନ ll 12
କୁଞ୍ଜବିହାରୀ ହେ ଯଜ୍ଞବେଦୀ ମୂଳେ ପିନ୍ଧି ଯଜ୍ଞସୂତ୍ର(ପଇତା)
କରନ୍ତି ମଙ୍ଗଳ ଯଜ୍ଞ l ଅଗ୍ନିମୁଖ(ଦେବତା) ପ୍ରିୟ
ଯଜ୍ଞମୁଖ(ଅଗ୍ନି), ଘୃତ
ପ୍ରସନ୍ନ ଚିତ୍ତ ବେଦଜ୍ଞ ll 13
କୁଞ୍ଜବିହାରୀ ହେ ବେଦଧ୍ୱନି ମନ୍ତ୍ର ଓଁକାର ନିନାଦ
ନିତି ଜପ ତପ ଧ୍ୟାନ l ବିଧିଜ୍ଞ ବିଦ୍ଵାନ ବିଧି ମତେ ଯଜ୍ଞ
କରନ୍ତେ ସର୍ବେ ପ୍ରସନ୍ନ ll 14
କୁଞ୍ଜବିହାରୀ ହେ ଯାଗ ଯଜ୍ଞ ପୂଜା ଜଗତ କଲ୍ୟାଣେ
ଯାଚଜ୍ଞl କରନ୍ତି ସୁଜ୍ଞ(ପଣ୍ଡିତ) l ନବଗ୍ରହ ତୁଷ୍ଟ ଖଣ୍ଡିବାକୁ ରିଷ୍ଟ(ଅମଙ୍ଗଳ)
ପ୍ରାର୍ଥନା କରନ୍ତି ପ୍ରlଜ୍ଞ(ବିଦ୍ଵାନ) ll 15 --------------------
: ଓଡ଼ିଆ ଜାତିର ଶବ୍ଦ ସାଧନା ଗୀତାଭାରତୀଗାନୀ ସ୍ଵର୍ଣ୍ଣ ମନ୍ଦିର (112)
କୁଞ୍ଜବିହାରୀ ହେ ହୋମ ଯଜ୍ଞ ଲାଗି ବେଦଜ୍ଞ ବିଜ୍ଞାତ
ପୂରେପୂରେ ପରିଜ୍ଞାତ(ପରିଚିତ) l ଚିର ପୂଜନୀୟ ଜନଗଣ ମଧ୍ୟେ
ସୁଜ୍ଞାନୀ ସୁଜ୍ଞ ପଣ୍ଡିତ ll 1
କୁଞ୍ଜବିହାରୀ ହେ ରୁଷି ଯଜ୍ଞବଳ୍କ ଦିବ୍ୟ ଦାର୍ଶନିକ
ଯଶ ବୃହଦlରଣ୍ୟକ l ଯାଜ୍ଞସେନୀ ପରି ବିଖ୍ୟାତ ବିଜ୍ଞାତ
ଚିରଞ୍ଜୀବୀ ପୁଣ୍ୟଶ୍ଲୋକ ll 2
କୁଞ୍ଜବିହାରୀ ହେ ବେଦ ବିଜ୍ଞାନରେ ବିଦ୍ଵାନ ପଣ୍ଡିତ
ଯଶ କୀର୍ତ୍ତି ବୈଜ୍ଞାନିକ l ଜଗତ କଲ୍ୟାଣ ଲାଗି ସମର୍ପିତ
ସକଳ ବିଘ୍ନ ନାଶକ ll 3
କୁଞ୍ଜବିହାରୀ ହେ ଦେଶର କଲ୍ୟାଣ କୂଟନୀତି ଲାଗି
ବିଖ୍ଯାତ କୂଟନୀତିଜ୍ଞ l ରାଜ୍ୟ ହିତେ ସଦା ପ୍ରଜାଙ୍କ ଉନ୍ନତି
ଜାଣନ୍ତି ରାଜନିତୀଜ୍ଞ ll 4
କୁଞ୍ଜବିହାରୀ ହେ ସଙ୍ଗୀତ ସାଧନା ବଳେ ସଙ୍ଗୀତଜ୍ଞ
ସୁମଧୁର ସୁର ତାନ l ସମ୍ରାଟ ସମ୍ରାଜ୍ଞୀ ହୃଦୟ ରଞ୍ଜନ
ସବୁରି ପ୍ରିୟଭାଜନ ll 5
କୁଞ୍ଜବିହାରୀ ହେ ରାଜା ରାଜ୍ଞୀ(ରାଣୀ) ଆଜ୍ଞା କରିଲେ ଅବଜ୍ଞା
ହୋଇବ ଅବମାନନା l ରାଜାଜ୍ଞା ଅନୁଜ୍ଞା(ସମ୍ମତି) ବିନା ରାଜକର୍ମ
ନିନ୍ଦନୀୟ ହେବ ସିନା ll 6
କୁଞ୍ଜବିହାରୀ ହେ ଅଭିଜ୍ଞତା ବିନା ରାଜ୍ୟର ଶାସନ
ବିପଦସଙ୍କୁଳ ଜାଣି l ଅଭିଜ୍ଞ ନିପୁଣ ବିଜ୍ଞ ବ୍ୟକ୍ତି ଯୋଗ୍ୟ
ପ୍ରଜା ହିତେ ଗୁଣମଣି ll 7
କୁଞ୍ଜବିହାରୀ ହେ ତତ୍ତ୍ଵ ଜ୍ଞାନୀ ପରି ସଂକଳ୍ପ କରିବ
ହୋଇବ ଦୃଢ଼ ପ୍ରତିଜ୍ଞ l ଶୃଙ୍ଖଳିତ ହେବ ରାଜ୍ୟର ଶାସନ
ଲୋଡ଼ିଲେ ଅଭିଜ୍ଞ ବିଜ୍ଞ ll 8
କୁଞ୍ଜବିହାରୀ ହେ ରlଜନ୍ୟ ଅନୁଜ୍ଞା(ସମ୍ମତି) ଅନୁଜ୍ଞାତ(ଅନୁମତି) ବିନା
କରିବନି ରାଜ କାର୍ଯ୍ୟ l ହତଜ୍ଞାନ ହେଲେ ଅକାଳ ବିପଦ
ବିପଦେ ସାହସ ଧୈର୍ଯ୍ୟ ll 9
କୁଞ୍ଜବିହାରୀ ହେ ଜନ ଅସନ୍ତୋଷ ସମସ୍ୟା କାରଣ
ସମାଧାନ ବିଜ୍ଞ କାର୍ଯ୍ୟ l ବିଜ୍ଞାପନ ଦେଲେ ସର୍ବେ ହେବେ ଜ୍ଞାତ
ବିଜ୍ଞପ୍ତି ଅପରିହାର୍ଯ୍ୟ ll 10
କୁଞ୍ଜବିହାରୀ ହେ ବିନା ବିଜ୍ଞପ୍ତିରେ କଲେ ରାଜକାର୍ଯ୍ୟ
ହେବ ଜନ ଅସେନ୍ତାଷ l ଉଚ୍ଚ ଅଧିକାରୀ ଆଜ୍ଞାପ୍ତ(ଅନୁମତି) ନହେଲେ
ହେବ ନିନ୍ଦା ଅପଯଶ ll 11
କୁଞ୍ଜବିହାରୀ ହେ ସୁଜ୍ଞ ଜନ ଜାଣି ସଜ୍ଞାନ(ସଚେତ) ଚିତ୍ତରେ
ଦୟା ଧର୍ମ ନ୍ୟାୟ ପଣେ l ମୁର୍ଖ ଅଜ୍ଞ ଶିଶୁ ଅଜ୍ଞାନ ଜନକୁ
କ୍ଷମାଦେବ ନିଜ ଗୁଣେ ll 12
କୁଞ୍ଜବିହାରୀ ହେ ବିଶ୍ୱାସଭାଜନ ଜନ ଗୁଣମଣି
ନୁହନ୍ତି ଯେ ଅକୃତଜ୍ଞ l ପ୍ରିୟଜନ ପରି ସମ୍ମାନ ଦିଅନ୍ତି
ବୁଦ୍ଧିମାନ ବିଜ୍ଞ ସୁଜ୍ଞ(ପଣ୍ଡିତ) ll 13
କୁଞ୍ଜବିହାରୀ ହେ ମରମ ଜାଣିକି ମର୍ମଜ୍ଞ ଗୁଣଜ୍ଞ
ବୁଝିଥାନ୍ତି ପ୍ରାଣୀ ଦୁଃଖ l ଗୁରୁ କୃପାବଳେ ଅସାଧ୍ୟ ସାଧନ
ଲଭିଥାନ୍ତି ପୁଣ୍ୟ ସୁଖ ll 14
କୁଞ୍ଜବିହାରୀ ହେ ମନୋଜ୍ଞ ରୁଚିର ପ୍ରଜ୍ଞା ପ୍ରାଣପ୍ରିୟ
ସାହିତ୍ୟ ରତ୍ନ ଭଣ୍ଡାର l ଯଶସ୍ଵିନୀ ଗାନୀ ସୌଭାଗ୍ୟ ସବିତା
କୀର୍ତ୍ତିଶାଳୀ ଯଶସ୍କର ll 15 -------------------------------- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ବୋଉ ସବୁବେଳେ ଆମ ପାଖରେ ଅଛି l ମୁଁ ସବୁବେଳେ ଫୁଲ ଦେଖି ଦେଖି ଦୋକାନରେ ଯାଏ l କାହିଁକି ହଠାତ୍ ଫୁଲ କିଣିଲି l ବାଟରେ ଯାଉଛି ମନକୁ ଭାବିଲି ଆଜି କିଛି ବଡ ଦିନ ନାହିଁ ଘରେ ଯିଏ ପଚାରିଲେ କଣ କହିବି ? ହଠାତ୍ ବୋଉ ମୋ କାନରେ କହିଲା ଆଜି ମୋର ଦିନ l ମୁଁ ଆଶ୍ଚର୍ଯ୍ୟ ହେଲି l ମୁଁ ବିସ୍ମୟ ଆନନ୍ଦରେ ଅବାକ୍ l ଏ ବଡ ଚମତ୍କାର ଅନୁଭବ l ବୋଉ ମତେ ମନେ ରଖି କହୁଛି l November ଶ୍ରାଦ୍ଧ ଦିନ ପରେ, ଏବେ ବୋଉର ତିଥି ଦିନ ସଞ୍ଚl ମନ୍ଦିର ରେ ଦେବାପରେ ମୁଁ ବୋଉ କୁ ଭୁଲି ଯାଇଥିଲି l ପ୍ରଣାମ ପ୍ରଣାମ [2/2, 8:13 PM] Raj Kishore Sahoo: ଆଜି ଫେବୃଆରୀ 2 ତାରିଖ l ଚାହୁଁ ଚାହୁଁ ବର୍ଷେ ପୁରିଗଲା ବୋଉର ସ୍ବର୍ଗାରୋହଣ l ପ୍ରଣାମ ପ୍ରଣାମ [2/3, 6:12 AM] Raj Kishore Sahoo: ଏମିତି ବୋଉ କାହିଁ ପୃଥିବୀ ରେ ଯିଏ ତାର ପୁଅ କାନରେ କହିବ "ଆଜି ମୋର ଦିନ", ସ୍ଵର୍ଗଯାତ୍ରା ମହାଯାତ୍ରାର ଦିନ, ସ୍ବର୍ଗାରୋହଣ ଦିନ l ଯିଏ ମନେ ରଖିଛି ଦିନ ତିଥି ପରି ତାରିଖ କୁ ଫେବ୍ରୁୟାରୀ 2 ତାରିଖ, 2022 କୁ ତାର ପାର୍ଥିବ ମାନବ ତନୁରେ ଧରାବତରଣ ପରି ଏ ତାର ସ୍ବର୍ଗାରୋହଣ ର ପୁଣ୍ୟ ଦିନ, ବ୍ରହ୍ମଲୀନ ହେବାର ପବିତ୍ର ଦିନ l ଯିଏ ମୋର ଚେତନାରେ ମରି ବି ଅମର ସିଏ ମୋର ବୋଉ l ତାର ପାଦତଳେ କୋଟି କୋଟି ପ୍ରଣାମ l ମୁଁ ବାଟ ଭୁଲିଗଲା ପରି ସେ ମତେ ମନରେ କଣ କାନରେ ଆସି କହୁଛି "ଆଜି ମୋର ଦିନ ", କାରଣ ବାଟରେ ମୁଁ ଭାବୁଛି ଜୀବନରେ ପ୍ରଥମ କରି ହଠାତ୍ ଫୁଲ ଦୋକାନରୁ ଫୁଟି ମହକୁ ଥିବା ଦୁଇଟି ରଜନୀଗନ୍ଧା ଫୁଲ ଗଛ କିଣି," ଆଜି କିଛି ଭଲ ଦିନ ନୁହଁ ଘରେ କିଏ ପଚାରିଲେ କଣ କହିବି ? "
ବୋଉ, ମୋ ବୋଉ, ଯଶସ୍ଵିନୀ କୀର୍ତ୍ତିଶାଳୀ’କାଞ୍ଚନବାଳା’ ସ୍ମରଣେ —————— ଗୋଟେ ଅମୃତ ଉଚ୍ଚାରଣ ବୋଉ, ଅମୃତମୟ ଉଚ୍ଚାରଣ ବୋଉ, ଅମୃତ ସକାଳ ପରି ବୋଉ, ଅମୃତ ଐଶ୍ୱର୍ଯ୍ୟ ଅନୁଭବ ବୋଉ, ଅମୃତ ଅମୃତ ବୋଉ, ଅମୃତର ଆସ୍ବାଦନ ବୋଉ, ଅମୃତ କଣିକା ମୋ ବୋଉ l ଅମୃତ ଅମୃତ ପରି ଆନନ୍ଦ ସମୁଦ୍ର ମୋ ବୋଉ l ଅମୃତର ଜୟଗାନ ମୋ ବୋଉ l ଅମୃତ କଳସ ମୋ ବୋଉ l ଅମୃତ ନୟନା ମୋ ବୋଉ l ଅମୃତ ହୃଦୟ ତାର ଐଶ୍ୱର୍ଯ୍ୟ ମୁଖର l ଅମୃତର ଆସ୍ବାଦନ କରେ ନିରନ୍ତର ll 1 ଅମୃତର ଶିଶୁପରି, ସୂର୍ଯ୍ୟପରି ଉତ୍ସବ ମୁଖର l ଅମୃତ କାକଳି ପରି ଚିରନ୍ତନ ମୁଖରିତ ଆନନ୍ଦ ବିଭୋର ll 2 ଅମୃତର ସ୍ଵାଦ ପରି ସୁମିଷ୍ଟ ବୋଉ, ଅମୃତର ସ୍ପର୍ଶ ପରି ଗୋଟେ ଦିବ୍ୟ କୋମଳ ଅପୂର୍ବ ଅନୁଭବ ବୋଉ l
ଅମୃତ ପରଶ ତାର ପ୍ରୀତିକର ସ୍ନେହ ସରସର l ଅମୃତ ତା’ ହୃଦୟ ସରସୀ, ସରସିଜ(ପଦ୍ମ) ଥନ ତାର ସୁଧା ଜରଜର ll 3 ଅମୃତର ଶିଶୁ ମୁହିଁ, ଗଢା ମୋର ତନୁର ଭୂଗୋଳ, ତା ଦେହର ସ୍ତନସୁଧl ପାନେ l ଅମୃତର ଜୟଗାନ ଲାଗି ଜନ୍ମ ମୋର, ବନ୍ଦନା କରୁଛି ତାର ପlଦ ହୃଦ, ମଧୁମୟ ପ୍ରଣବ ଓଁକାର ତାନେ ll 4
ଅମୃତ ଝଙ୍କାର ପରି ସ୍ଵର୍ଗୀୟ ସୁନ୍ଦର ଚିର ‘ବୋଉ ବୋଉ’ ଡାକ l ଅମୃତ ତା ସ୍ନେହପ୍ରୀତି ପରି ଦେଖୁଥାଏ ନୟନ ବଦନେ ତାର, ଅନାବିଳ ନୈସର୍ଗିକ ଐଶ୍ୱର୍ଯ୍ୟ ଝଲକ ll 5 ଅମୃତ ଓଁକାର ପରି ପ୍ରତିକ୍ଷଣ ପ୍ରାଣ ମୋର ପୂରିଉଠେ ‘ବୋଉ ବୋଉ’ ଡାକି l ବୋଉ ମୋର ବସୁନ୍ଧରା ପରି ଚେତନାରେ ଚିରନ୍ତନ, ମୁଁ ତାର ‘ନୀଳସ୍ଵର୍ଗ’ ତା ଦେହରେ ଦେଇଛି ମୁଁ ଲେଖି ll 6 ———————————
ବୋଉ ମୋ ବୋଉ (2)
ମଧୁମୟ ଚେତନାର ଗୋଟେ ମୁଗ୍ଧ କଳରବ ବୋଉ l ମଧୁମୟ ଚେତନାରେ ମୋର ଗୋଟେ ଆନନ୍ଦ ମୁଗ୍ଧ କୋଳାହଳ ବୋଉ l ମଧୁମୟ ମହାର୍ଘ ମୋ ବୋଉ l ମଧୁମୟ ଶବ୍ଦର ନିର୍ଘୋଷ ବୋଉ l ମଧୁମୟ ବାଙ୍ମୟ ଓଁକାର ବୋଉ l ମଧୁମୟ ଆନନ୍ଦ ନିସ୍ଵନ ପରି ଆନନ୍ଦ ଝଙ୍କାର ବୋଉ l ମଧୁମୟ ବୋଉ, ମଧୁମୟ ମଙ୍ଗଳ ପ୍ରଭାତ ବୋଉ l ମଧୁମୟ ମଧୁଝରା ବୋଉ ବସୁନ୍ଧରା ପରି ମଧୁକ୍ଷରା ବୋଉ,
ମଧୁମୟ ମଧୁମଗ୍ନ ଆନନ୍ଦ ଭୂଗୋଳ ବୋଉ l
ମଧୁମୟ ପ୍ରାଣର ଅମୃତ ଇତିହାସ ବୋଉ l ମଧୁମୟ ସ୍ନେହପ୍ରୀତି ବୋଉ l ସୁଧାମୟ ସରସ୍ଵତୀ ପରି ସାରସ୍ଵତ ଚେତନାର ଇନ୍ଦୀବର ବୋଉ ll 1 ମଧୁମୟ ଚେତନାରେ ମୋର ନୀଳକଇଁ ନୀଳଜହ୍ନ ବୋଉ l ମଧୁମୟ ଆନନ୍ଦ ଝଙ୍କାର ପରି ନୀଳ ଶୁଭ୍ର ଜଳଧାରା ମହାନଦୀ ଢେଉ ମୋ ବୋଉ ll 2
ମଧୁମୟ ପ୍ରୀତିର ପାର୍ବଣ ବୋଉ l ମଧୁମୟ ମୁଗ୍ଧ ବିଷାଦ ପରି ସ୍ଵର୍ଗୀୟ ଆନନ୍ଦର ବିଳାସ ବୈକୁଣ୍ଠ ମୋ ବୋଉ ll 3
ସ୍ଵର୍ଣ୍ଣମୟୀ ସବିତାର ଉଦୟ ଉତ୍ସବ ପରି ବୋଉ l ସ୍ୱର୍ଣ୍ଣପ୍ରଭା ଆଖି ପରି ତା ଆଖିରେ ଦେଖିଛି ମୁଁ ପ୍ରୀତି ନିରନ୍ତର l ନୀଳ ସ୍ଵର୍ଗରୁ ବସୁନ୍ଧରା କୋଳରେ ମୋ ଜୀବନ ଯାତ୍ରା ଚିରକାଳ ମହୋତ୍ସବମୟ ଆନନ୍ଦ ମୁଖର ll 4
ମଧୁମୟ ବସନ୍ତ ବୋଉ l ମଧୁମୟ ବସୁନ୍ଧରା ବୋଉ l ମଧୁମୟ ବନଭୂମି ବୋଉ l ମଧୁମୟ ବନଜ୍ୟୋତ୍ସ୍ନା ବୋଉ l ମଧୁମୟ ମଳୟ ଅନିଳ(ପବନ) ବୋଉ l ମଧୁମୟ ଫଗୁଣ ଶ୍ରାବଣ ବୋଉ l ମଧୁମୟ ମଞ୍ଜୁଳ ମଞ୍ଜରୀ ବୋଉ l ମଧୁମୟ ରସାଳ(ଆମ୍ବ) ବଉଳ ବୋଉ l ମଧୁମୟ ମନୋରମ ମୁଗ୍ଧ ଅନୁଭବ ବୋଉ l ମଧୁମୟ ସୁଧାମୟ ସ୍ଵର୍ଗମର୍ତ୍ତ୍ୟ ଅନୁଭବ ବୋଉ l --------------------------------- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/6, 5:16 AM] Raj Kishore Sahoo: ବୋଉ ମୋ ବୋଉ (3)
ଚନ୍ଦ୍ରମା ସୁନ୍ଦର ବୋଉ l ଚନ୍ଦ୍ରଜ୍ୟୋତ୍ସ୍ନା ବୋଉ l ଚାନ୍ଦିନୀ ରାତିପରି ବୋଉ l ଚନ୍ଦ୍ରସୂର୍ଯ୍ୟ ମୋ ବୋଉ l ଉଦୟ ଚନ୍ଦ୍ରମା ପରି ଲାବଣ୍ୟ ଉଜ୍ଜ୍ଵଳ ସୁଷମା ସ୍ଵର୍ଗ ମୋ ବୋଉ l ଉଦୟ ଭାସ୍କର ପରି ହିରଣ୍ୟ(ସ୍ଵର୍ଣ୍ଣିମ) ଲୋହିତ କନକ କଦମ୍ବ ମୋ ବୋଉ ll 1 ଚନ୍ଦ୍ର ପରି ଚିକ୍କଣ ବୋଉ l ଚନ୍ଦ୍ରମା ପରି ଚିକ୍ ଚିକ୍ ବୋଉ l ଚନ୍ଦ୍ରମୁଖୀ ଚାରୁମୁଖୀ ବୋଉ l ଚିନ୍ମୟ ଚେତନାର ନୀଳଚନ୍ଦ୍ର ବୋଉ l ଚନ୍ଦ୍ର ଶୀତଳ କୋମଳ କୁସୁମ ବୋଉ l
ନଦୀ ଜଳରେ ଢଳଢଳ ଚନ୍ଦ୍ରବିମ୍ବ ମୋ ବୋଉ l ନଦୀ ବାଲିରେ ଐଶ୍ଵର୍ଯ୍ୟ ସରସ ଚନ୍ଦ୍ରକାନ୍ତି ମୋ ବୋଉ ll 2
ଶ୍ରାବଣ ପୂର୍ଣ୍ଣିମାର ଜହ୍ନ ମୋ ବୋଉ l ଶରଦ ପୂର୍ଣ୍ଣିମାର ଜହ୍ନ ମୋ ବୋଉ l ଫାଲଗୁନ ପୂର୍ଣ୍ଣିମାର ଜହ୍ନ ମୋ ବୋଉ l
ଅମାବାସ୍ୟାର ଜହ୍ନ ମୋ ବୋଉ l ଜହ୍ନିଫୁଲ ପରି ରୂପା ଫୁଲ ପରି ଦିଶୁଥାଏ ମତେ ଦିବ୍ୟଦିବ୍ୟ ଦାଉ ଦାଉ ll 2
ଚନ୍ଦ୍ରମା କୋମଳ ବୋଉ l ଚନ୍ଦ୍ରମା ଶୀତଳ ବୋଉ l ଚନ୍ଦ୍ରମା ଉଜ୍ଜ୍ୱଳ ବୋଉ l ଚନ୍ଦନ ଚନ୍ଦନ ମୋ ବୋଉ ll 3
ଚନ୍ଦ୍ରଜ୍ୟୋତ୍ସ୍ନା ଚନ୍ଦ୍ରକାନ୍ତି ମୋ ବୋଉ l ଚାନ୍ଦିନୀ ଚର୍ଚ୍ଚିତ ମୋ ବୋଉ l ଚନ୍ଦ୍ରହାର ମୋ ବୋଉ l ମଣି ଚନ୍ଦ୍ରିକା ମୋ ବୋଉ l ମୟୂର ଚନ୍ଦ୍ରିକା ମୋ ବୋଉ l ଚନ୍ଦ୍ର କୋମଳ ଚନ୍ଦନ ଚନ୍ଦନ ମୋ ବୋଉ l ଚନ୍ଦନ କସ୍ତୁରୀ ମୋ ବୋଉ l ଚନ୍ଦନ ତୁଳସୀ ମୋ ବୋଉ l
ବଦନ ଚନ୍ଦ୍ରମା ଯାର ପୁଷ୍ପିତ କୋମଳ ଲାବଣ୍ୟର ନଇ l ଭାସୁଛି ମୁଁ ଚିରକାଳ ତାର କୋଳରେ ଦିବ୍ୟ ନୀଳକଇଁ ll 4 —————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/6, 8:41 PM] Raj Kishore Sahoo: ବୋଉ ମୋ ବୋଉ (4)
ମଳୟ ମଞ୍ଜରୀ ବୋଉ, ମଳୟ କୁସୁମ ବୋଉ l ମଳୟ ଫଗୁଣ ବୋଉ l ମଳୟ ନିଳୟ ବୋଉ l ମଳୟ ଅନିଳ ବୋଉ l
ମଳୟ କୋମଳ ବୋଉ ମଧୁମାସ ମଧୁପୁଷ୍ପ ମଧୁଜ୍ୟୋତ୍ସ୍ନା ଚନ୍ଦ୍ରର୍କିତ ରାତି l ଚିନ୍ମୟ ଚକିତ ପ୍ରାଣ ଉତ୍ସବ ମୁଖର ଚିତ୍ତ ଅଭିଭୂତ ଆହ୍ଲାଦିତ ପ୍ରୀତି ll 1
ମଧୁମୟ ମଧୁସ୍ନାତ ବାତ୍ସଲ୍ୟ ମମତା ସ୍ରୋତ ଚିରନ୍ତନ କଲ୍ଲୋଳିତ ଚିତ୍ତ l ତାର ସ୍ନେହ ପ୍ରୀତି ସୁଧା ଐଶ୍ୱର୍ଯ୍ୟ ପୂରିତ ପ୍ରାଣ ପ୍ରାଚୀ, ପଦ୍ମା ପୁଲକିତ ପ୍ରୀତ ll 2
ମଳୟ ଅନୀଳ ମୁଗ୍ଧ ମଧୁସଞ୍ଜ ବୋଉ l ମଳୟ ପ୍ରଭାତ ପରି ରମ୍ୟ ରୁଞ୍ଜ(ସୁନ୍ଦର) ବୋଉ ll 3 ମଳୟ କୁସୁମ ବାସ ସୁଗନ୍ଧ ଚହଟେ l ମଧୁ ପ୍ରୀତି ମୂର୍ଚ୍ଛନା ରାଗିଣୀ ଶୁଭେ ବାଟେଘlଟେ ll 4
ମଳୟ ଚନ୍ଦନ ପରି ମହକେ ଧରାରେ l ମଳୟ ଜୋଛନା ପରି ନୀଳ ଲହରୀର ll 5 ମଳୟ ଆଳୟ ପରି ବସୁନ୍ଧରା କୋଳ l ମନ୍ତ୍ରମୁଗ୍ଧ କବି ଆତ୍ମା ନୈସର୍ଗିକ ନୀଳ ll 6 ମଳୟ ମହିମା ପରି ନିର୍ମଳ ବିମଳ l ସ୍ନିଗ୍ଧ ଶୁଭ୍ର ଶୁଚୀସ୍ମିତ ବଦନ କମଳ(ପଦ୍ମ)ll 7 ଚିରନ୍ତନ ପ୍ରତିଭାତ ତାର ଚାରୁ ହାସ l ମହା ପୁଣ୍ୟମୟୀ ପାଦ ସେବାରେ ହରଷ ll 8 ତା ଦେହର ଧୂଳିମାଟି ବୈକୁଣ୍ଠରେ ଲୋଟି l ଜୀବନ ହୋଇଛି ଧନ୍ଯ ପଞ୍ଚୁକର ଝୋଟି ll 9 ବୋଉ ଆମ ହୃଦୟର ଅଣୁ ପରମାଣୁ l ଇହକାଳ ପରକାଳ ପୁଣ୍ୟ ତୀର୍ଥ ମଣୁ ll 10 ——————————————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/7, 8:07 PM] Raj Kishore Sahoo: ମହାପ୍ରଭୁ ହେ ମିଛ ମାୟା ପ୍ରୀତି ସାଧନା ମୋ ଭାଗ୍ୟ ଝୁରୁଛି ଜୀବନ ସାରା l ମାନବ ତନୁରେ ସୃଜିଛ ଏମିତି ମଧୁ ପ୍ରୀତି ମଧୁକ୍ଷରା ll 1 ବୁଝି ନାହିଁ ଦିନେ ଅନ୍ତର ବେଦନା କହିନାହିଁ ପ୍ରାଣ ବ୍ୟଥା l କାଳବକ୍ଷେ କୀର୍ତ୍ତି ହୃଦୟ ରାଣୀ ମୋ କାଳୋତ୍ତୀର୍ଣ୍ଣ ପ୍ରୀତି ଗାଥା ll 2 ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/7, 10:25 PM] Raj Kishore Sahoo: ବୋଉ ମୋ ବୋଉ (5)
ଜ୍ଞାନ ମନ୍ଦିର ବୋଉ l ଜ୍ଞାନ ବିଜ୍ଞାନ ବୋଉ l ଜ୍ଞାନ ଗନ୍ତାଘର ବୋଉ l ଜ୍ଞାନ ଭଣ୍ଡାର ବୋଉ l ଜ୍ଞାନ କର୍ମଜ୍ଞାନ, ଧର୍ମଜ୍ଞାନ, ଭକ୍ତିଜ୍ଞାନ l ବିଜ୍ଞାନ ତା ଲାଗି ସେବା ଯତ୍ନଜ୍ଞାନ ଆମ ଲାଗି ଭାଗବାନ ll 1
ଭକ୍ତିଜ୍ଞାନ ଲାଗି ପୂଜା ପୁଣ୍ୟକର୍ମ ଶୁଚିସ୍ମିତ ଶୁଦ୍ଧ ପ୍ରାଣ l ଧର୍ମଜ୍ଞାନ ଲାଗି ଦୟା କ୍ଷମା ସ୍ନେହ ହୃଦୟ ରତ୍ନ ଭୂଷଣ ll 2 କର୍ମଜ୍ଞାନ ଲାଗି ନିତି ନିରବଧି(ସର୍ବଦା) ଗୃହକର୍ମେ ଆଗୁସାର l ତା ଲାଗି ଜୀବନ ଆନନ୍ଦ ଭୁବନ ସ୍ଵର୍ଗୀୟ ସୁଖ ସଂସାର ll 3 କର୍ମପଥେ ଧର୍ମ-ପଥେ ତା ଜୀବନ ଜଳାଞ୍ଜଳି ଦେଇ ସ୍ୱାର୍ଥ l ସ୍ନେହ ସୁଧା ଲାଗି ଚିର ସ୍ମରଣୀୟ ତପସ୍ଵିନୀ ପୁଣ୍ୟତୀର୍ଥ ll 4 ଜ୍ଞାନ ମହାଜ୍ଞାନ ବିଜ୍ଞାନ ସୁଜ୍ଞାନ ସୁଜ୍ଞାନୀ ମୋ ବୋଉ ମଣେ l ଜ୍ଞାନ ଜ୍ୟୋତି ପରି ଜ୍ୟୋତିର୍ମୟ ତାର ବଦନ ‘କଲ୍ଯାଣ’ ଜାଣେ ll 5 ଜ୍ଞାନଗଙ୍ଗା ପରି ପ୍ରବାହିତ ମୋର ଚେତନାରେ ଶୁଦ୍ଧ ପୂତ l ତାର ଶୁଭାଶିଷ କଲ୍ଯାଣ କାମନା ସୁଖ ପ୍ରୀତି ଅଭିପ୍ରେତ ll 6 ଜ୍ଞାନମୟ ତାର ଅଭିପ୍ସା ଅନ୍ତର ଜ୍ୟୋତିର୍ମୟ ନୀଳ ଜ୍ୟୋତି l ଆକାଶ ଗଙ୍ଗାର ଐଶୀ ଆଲୋକରେ ଅଭିଷିକ୍ତ ପ୍ରାଣ ପ୍ରୀତି ll 7 ଜ୍ଞାନ ମନ୍ଦିରର ମଙ୍ଗଳ ମୂରତୀ ମହାକାଳ ମୁଗ୍ଧ ଦେଖି l ମାନବ ତନୁରେ ସୃଜନ କୋଣାର୍କ ବିଭୁ କୃପା ବିଭୁ ଲାଖି ll 8 ଜ୍ଞାନବତୀ ବୋଉ ଜ୍ଞାନର ଆଲୋକ ଆୟୁଷ କଲ୍ୟାଣ କୀର୍ତ୍ତି l ରକ୍ତ ମାଂସ ଦେଇ ଗଢ଼ିଛି ଯାହାକୁ କାଳ ବକ୍ଷେ ଯଶକୀର୍ତ୍ତି ll 9 ଜ୍ଞାନମୟୀ ବୋଉ ଜ୍ଞାନର ଭଣ୍ଡାର ଅମୃତ ବଦନେ ହସି l ସ୍ତୁତି କରୁଥାଏ ପଦ୍ମମୁଖ ଚାହିଁ ‘ତା ଧନକୁ’ ଆଉଁଷି ଘଷି ll 10 ——————————- ସ୍ମରଣୀୟ ପ୍ରିୟଜନ OTM, ଚୌଦ୍ଵାର: ମଉସା ମାଉସୀ: ପ୍ରହଲ୍ଲାଦ-ଆଦରମଣି, ପୁତ୍ର: ଟୁକୁନା, ବାବୁଲି, କନ୍ୟା : ନମିତା, ଗାନୀ ——————————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/8, 7:54 AM] Raj Kishore Sahoo: ମହାପ୍ରଭୁ ହେ ଫୁଲଟିଏ ହୋଇ ଫୁଟିଛି ମୋ ରାଣୀ ହୃଦପ୍ରୀତି କାନନରେ l ମଳୟ ଅନିଳ ପରି ମନ୍ତ୍ର ମୁଗ୍ଧ ଚୁମ୍ବୁଥାଏ ପ୍ରୀତିଭରେ ll 3 କେତେ ପୁଣ୍ୟ ମହା-ପୁଣ୍ୟ ମୁଁ କରିଛି ପାଇଛି ଜୀବନ ଧନ୍ୟ l ପ୍ରୀତି କାବ୍ୟତାରା ଧ୍ରୁବତାରା ମୋର ତା ବିନା ଜୀବନ ଶୂନ୍ୟ ll 4 —————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/8, 9:26 PM] Raj Kishore Sahoo: ବୋଉ ମୋ ବୋଉ (6)
ଜୀବନ ଯମୁନା ବୋଉ l ଜୀବନ ଜାହ୍ନବୀ(ଗଙ୍ଗା) ବୋଉ l ଜୀବନ ତ୍ରିବେଣୀ ବୋଉ l ଜୀବନ ତୀର୍ଥ ବୋଉ l ଜୀବନ ପ୍ରବାହ ବୋଉ l ଜୀବନ ଜଳଧାରା ବୋଉ l
ଜୀବନ ବୋଉର ଆନନ୍ଦ ଉଚ୍ଛଳ ମହାସାଗରର ଢେଉ l ମହୋଦଧି ପରି ମହାନଦୀ ପ୍ରାଚୀ, ଗଙ୍ଗା ଗୋଦାବରୀ ଥାଉ ll 1 ଜୀବନ ଯାହାର ପ୍ରଭାତୀତାରକା ଫୁଟେ ପ୍ରାଚୀ ପ୍ରଭାତରେ l ହୀରକ ଉଜ୍ଜ୍ଵଳ ପୁଣ୍ୟ ଶୁକ୍ଳ ଜ୍ୟୋତି କଲ୍ୟାଣ କାମନା କରେ ll 2 ଜୀବନ ଜ୍ୟାମିତି ଅଙ୍କ ଉପପାଦ୍ୟ ଅଭେଦ ପ୍ରଭେଦ ଭେଦ l ଅନନ୍ତ ଜୀବନ ପରି ତା ଜୀବନ କାବ୍ଯତାରା, କୋକନଦ(ନାଲି କଇଁ) ll 3 ଜୀବନସାରା ଯେ ଦେଖୁଥାଏ ହସି ବଦନ ଚନ୍ଦ୍ରମା ମୋର l ରବି ଶଶୀ ପରି ଆଶିଷ ଢାଳଇ ସୁଧା ପ୍ରୀତି ଜାହ୍ନବୀର ll 4 ଜୀବନ ତମାମ ଚାଲୁଥାଏ ଜାଣି ଧୂମକେତୁ ଦେଖେ ଧରା l ଦଣ୍ଡେ ଛାଡି ତାକୁ ଯେଉଁଠି ଥାଏ ମୁଁ ଦେଖୁଛି କି ଧ୍ରୁବତାରା ll 5 ଜୀବନ ସାଧନା ଜୀବନ ତପସ୍ୟା ଜୀବନରେ ସିଦ୍ଧି ଲାଗି l ସେ ଯେ ମହାଦେବୀ ମଙ୍ଗଳ ମୂରତି ତା ପାଦେ ମୁଁ ମହାଯୋଗୀ ll 6 ଶୈଶବ କୈଶୋର ଯୌବନ ବାର୍ଦ୍ଧକ୍ୟ ଜୀବନ ମୋ ରଙ୍ଗଭୂମି l ଇନ୍ଦ୍ରଧନୁ ପରି ଐଶ୍ୱର୍ଯ୍ୟ ସରସ ବୋଉ ମୋର ଅନ୍ତର୍ଯ୍ୟାମୀ ll 7 ବୁଝିପାରେ ଏକା ଅନ୍ତର ବେଦନା ଅଶ୍ରୁ ଆନନ୍ଦରେ ହସି l ତା ପଣତ କାନି ମଙ୍ଗଳ ଆଶିଷ ଅନୁଭବ ଅହର୍ନିଶି ll 8 ମାନବ ତନୁରେ ବୋଉ ବୋଉ ଡାକ
ବସୁନ୍ଧରା ଶୁଣି ପ୍ରୀତ l ବନ୍ଦନା କରେ ମଧୁକଣ୍ଠେ ଗାଇ ମଧୁମୟ ମଧୁଗୀତ ll 9
ଜୀବନର ଓଁକାର ବୋଉ l ଜୀବନର ଝଙ୍କାର ବୋଉ l ଜୀବନର ମହାଯଜ୍ଞ ବୋଉ l ଜୀବନର ମହାକାବ୍ଯ ବୋଉ l ତୋ ଲାଗି ଜୀବନ
ତୋ ଲାଗି ମରଣ ତୋ ଲାଗି ମୁଁ ରଣଭୂଇଁ l ସାରା ଜୀବନର ସାଧନା ତପସ୍ୟା ତୋର ପାଦ ଧୂଳି ଛୁଇଁ ll 10 ——————————
ସ୍ମରଣୀୟ ପ୍ରିୟଜନ OTM, ଚୌଦ୍ଵାର: 1, ମଉସା ମାଉସୀ: ପ୍ରହଲ୍ଲାଦ-ଆଦରମଣି, ପୁତ୍ର: ଟୁକୁନା, ବାବୁଲି, କନ୍ୟା : ନମିତା, ଗାନୀ
2, ମଉସା : ବାଞ୍ଛାନିଧି, ଗଗନ, ନୀଳ, ତିଳ, ଗୋବରା, ଉପନ, ବିଷ୍ଣୁ ବାବୁ,
3, ଫୁଲ ମାଉସୀ,
4, ଯତୀନ୍ଦ୍ର-ମାଉସୀ, ପୁତ୍ର: ପଠାଣି, ବିଭୁ, କାଳିଆ, (ପଠାଣି ଭାଇ-ଭାଉଜ)
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/9, 9:10 PM] Raj Kishore Sahoo: ବୋଉ ମୋ ବୋଉ (7)
ଶୁଭଙ୍କର ବୋଉ l ଶୁଭାଶିଷ ବୋଉ l ଶୁଭଦିନ ଶୁଭରାତି ବୋଉ l ଶୁଭ ଶାନ୍ତି ମଙ୍ଗଳ ସକାଳ ବୋଉ l
ଶୁଭ ତାର ବଦନ ନୟନ ଶୋଭା ପୁଷ୍ପହାସ ପଦ୍ମପୁଷ୍ପ କଳି l ଶୁଭଙ୍କର ସୁକୋମଳ ହାତ ତାର ଶୁଭଙ୍କର ପୁଣ୍ୟ ପାଦଧୂଳି ll 1 ଶୁଭ ଶାନ୍ତି ମଙ୍ଗଳର ମହାଦେବୀ ମୋ ଜୀବନ ରବି ଶଶି ତାରା l ଚିରକାଳ ଚେତନାରେ ଚିରଞ୍ଜୀବୀ ନୈସର୍ଗିକ ଅମୃତ ପସରା ll 2 ଶୁଭାଶିଷ ସୁକଲ୍ୟାଣ ତା ମୁଖର ବେଦମନ୍ତ୍ର ବେଦଧ୍ଵନି ବାଣୀ l ଚିର ବନ୍ଦନୀୟ ମଙ୍ଗଳ ଅଭିପ୍ସା ଧନ୍ଯ କୃତ୍ୟକୃତ୍ୟ ସଦା ଶୁଣି ll 3 ଶୁଭlକାଂକ୍ଷୀ ଶୁଭଲକ୍ଷ୍ମୀ ଶୋଭାଙ୍ଗିନୀ ଦେବବlଳା ସୁଷମା ନନ୍ଦିନୀ l ପଦ୍ମମୟୀ ପଦ୍ମପ୍ରସୂ ପଦ୍ମପ୍ରଭା ସୁଧାପ୍ରୀତି ସ୍ନେହ ସୋହାଗିନୀ ll 4 ଶୁଭଲଗ୍ନ ଶୁଭବେଳ ଶୁଭକ୍ଷଣ ଶୁଭକର୍ମ ଲାଗି ତା ଆଶିଷ l ଜୀବନ ସାଧନା ପଥେ ଚିରକାଳ ଶୁଭେ ତାର ଜୟ ଜୟଘୋଷ ll 5 ଶୁଭଦିନ ଶୁଭରାତି ଶୁଭସନ୍ଧ୍ୟା ଶୁଭ ସକାଳର ଦିବ୍ୟ ଜ୍ୟୋତି l ଶୁଭମୟ ଶୋଭାମୟ ଶୋଭାସ୍ନିଗ୍ଧ ମଧୁମୟ ମଙ୍ଗଳ ଆଳତି ll 6 ଶୁଭବେଳ ଶୁଭକାଳ ଶୁଭଙ୍କର ସ୍ନେହମୟ ଉଚ୍ଚାରଣ ତାର l ଶୁଭ ମଣି ପ୍ରଣତି ଜଣାଏ ପ୍ରଭୁ ପଦ୍ମପlଦେ ହୋଇ ପୁଣ୍ୟଧାର ll 7 ଶୁଭ ତା ବଦନ ଐଶୀ ଆଶୀର୍ବାଦ ଐଶ୍ୱର୍ଯ୍ୟ ଉଜ୍ଜ୍ୱଳ ଆଖି ଓଠ l ଶୁଭ ମନାସି ସେ ମଙ୍ଗଳ କାମନା କରେ ପୁଣ୍ୟପ୍ରାଣ ମନ୍ତ୍ରପାଠ ll 8 ଶୁଭ ସକାଳର ସିନ୍ଧୁ ତଟ ପରି କୋମଳ କୁସୁମ ମଧୁବାଣୀ l କର୍ମର ଆହ୍ଵାନ ଲାଗି କର୍ମଯୋଗୀ ବଜ୍ର ନିର୍ଘୋଷ କି ଅଗ୍ନିବାଣୀ ll 9 ଦେଶଜାତି ହିତ ଲାଗି କର୍ମପଥେ ଶୁଭ ଚିନ୍ତି ସ୍ମରୁଥାଏ ନିତି l ବିଦାୟ ବେଳରେ କୋଳlଇ ଧରି ସେ କହେ ‘ନାହିଁ ଡର ଭୟ ଭୀତି’ ll 10 ———————
ସ୍ମରଣୀୟ ପ୍ରିୟଜନ OTM, ଚୌଦ୍ଵାର: 1, ମଉସା ମାଉସୀ: ପ୍ରହଲ୍ଲାଦ ପଟ୍ଟନାୟକ(ପ୍ରସିଦ୍ଧ ଶ୍ରମିକ-ଶିକ୍ଷକ, ଉଦାର ଅହିଂସପ୍ରିୟ, ପୁଣ୍ୟପ୍ରାଣ,)-ଆଦରମଣି ମାଉସୀ(ସ୍ନେହମୟୀ, ଶାନ୍ତ, ସରଳ, କୋମଳ, ପୁଣ୍ୟତୋୟା ପୁଣ୍ୟପ୍ରାଣ, ମୋର ପରମ ପ୍ରିୟ), ପୁତ୍ର: ଟୁକୁନା, ବାବୁଲି, କନ୍ୟା : ନମିତା, ଗାନୀ
2, ମଉସା : ବାଞ୍ଛାନିଧି ଦାସ, ଗଗନ ମନସିଂହ , ନୀଳ, ତିଳ, ଗୋବରା, ଉପନ ଦାସ, ଟିକି, କରଣି, ବିଷ୍ଣୁ ବାବୁ, ଭାସ୍କର ବାବୁ,
3, ଫୁଲ ମାଉସୀ, ବାସୀ ମାଉସୀ,
4, ଯତୀନ୍ଦ୍ର ଦାସ-ମାଉସୀ,
ପୁତ୍ର: ପଠାଣି , ବିଭୁ, କାଳିଆ, (ପଠାଣି ଭାଇ, ଚୌଦ୍ଵାରର ସାହିତ୍ୟ,ସଂସ୍କୃତିର ପୁଣ୍ୟ ଜ୍ୟୋତି-ଭାଉଜ (ସ୍ନେହମୟୀ ପୁଣ୍ୟଶିଖା)
5, ଗୋପାଳ ପଟ୍ଟନାୟକ ମଉସା ମାଉସୀ,
ଝିଅ: ମୀନତି, ସନ୍ଧ୍ୟା,
6, ବନମାଳୀ ଦାସ, ମଉସା(ବିଶିଷ୍ଟ କମ୍ୟୁନିଷ୍ଟ ନେତା, ଶ୍ରମିକ ସେବକ, ବାଗ୍ମୀ ବକ୍ତା, ଚୌଦ୍ଵାର ସାହିତ୍ୟ ସଂସ୍କୃତିର କର୍ଣ୍ଣଧାର, ମୋର ପରମ ପ୍ରିୟ ଚିର ପ୍ରଣମ୍ୟ ପ୍ରେରଣା ପୁରୁଷ, ଚେତନାରେ ଅଗ୍ନିର ସ୍ଫୁଲିଙ୍ଗ), ସତ୍ୟବତୀ ମାଉସୀ(କବି, ସ୍ନେହମୟୀ, ଦୟାମୟୀ), ପୁତ୍ର: ସନିଆ କନ୍ୟା: ସବିତା, ସୁଜାତା, କୁନି, ମୁନି
7, ଅମୂଲ୍ୟ ପରିଡା ମଉସା, ମଞ୍ଜୁ ମାଉସୀ
8, ଭଗବାନ ଦାସ ମଉସା ମାଉସୀ, ପୁତ୍ର: ଦୀପୁ, ତପୁ, ମୁନା
9, ଚୁଳି ମଉସା,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/10, 9:28 PM] Raj Kishore Sahoo: ବୋଉ ମୋ ବୋଉ (8)
(ଅମୃତ, ମଧୁମୟ, ଚନ୍ଦ୍ରମା, ମଳୟ, ଜ୍ଞାନ, ଜୀବନ, ଶୁଭ, ସୁଷମା)
ସୁଷମା ଭଣ୍ଡାର ବୋଉ l ଶୋଭାର ଭଣ୍ଡାର l ସୁଷମା ଐଶ୍ୱର୍ଯ୍ୟ ବୋଉ l ସୁଷମା ଭାସ୍ଵର l ସୁଷମା ସ୍ଵର୍ଗ ମୋ ବୋଉ l ସୁଷମାର ଶୋଭାଶାଳ ବୋଉ l ସୁଷମାର ସ୍ଵର୍ଗୀୟ ସୃଜନ ବୋଉ l ସୁଷମାର ଅମୃତ ପ୍ରକାଶ ବୋଉ l ସୁଷମାର ଅମୃତ କଳସ ବୋଉ l ସୁଷମାର ଚିନ୍ମୟ ପ୍ରକାଶ ବୋଉ l ସୁଷମାର ନୈସର୍ଗିକ ନୀରବ ପ୍ରକାଶ ବୋଉ l
ସୁଷମା ଉଜ୍ଜ୍ୱଳ କାନ୍ତି ଭୂସ୍ୱର୍ଗ ସୁଷମା l ସୁଷମା ବନ୍ଦିତ ତନୁ ବଦନ ଚନ୍ଦ୍ରମା ll 1 ସୁଷମା କନକ କାନ୍ତି ପଦ୍ମ ପୁଷ୍ପ ତନୁ l ସୁଷମା ଐଶ୍ୱର୍ଯ୍ୟ ପ୍ରଭା ଅପାଶୋରା ମନୁ ll 2 ସୁଷମା ବନ୍ଦିତ ତାର ଅମୃତ ଚାହାଣି l ସୁଷମା ଭାସ୍କର ପରି ଶ୍ଵେତଭାନୁ(ଚନ୍ଦ୍ର) ମଣି ll 3 ସୁଷମା କଳସ ବୋଉ ଅମୃତ କଳସ l ସୁଷମା ଭଣ୍ଡାରେ ତାର ସ୍ଵର୍ଗୀୟ ବିଳାସ ll 4 ସୁଷମା ନନ୍ଦିନୀ ବୋଉ ସ୍ଵର୍ଗ ଦେବ ବାଳା l ସୁଷମାର ଗନ୍ତାଘରେ ରୂପ ଜ୍ୟୋତ୍ସ୍ନା ଢଳା ll 5
ସୁଷମା ଭଣ୍ଡାରେ ତାର ଅପରୂପ ସ୍ଵର୍ଗୀୟ ସୁଷମା ଶୋଭାଶାଳl l ନୟନ ବଦନ ପରି ସୁକୋମଳ ହାତ ପାଦ ତନୁଶ୍ରୀ ମେଖଳା ll 6 ବ୍ରହ୍ମାଣ୍ଡ ସୁନ୍ଦରୀ ବୋଉ ସୃଜନର ସ୍ଵର୍ଣ୍ଣ କାନ୍ତି ଛବି ଐଶ୍ୱର୍ଯ୍ୟର l ଚନ୍ଦ୍ରଜ୍ୟୋତ୍ସ୍ନା ବିଧୌତ ତନୁଶ୍ରୀ ପୀୟୂଷ ପ୍ଲାବିତ ସୁଷମାର ll 7
ଶୈଶବରେ ଦେଖିଛି ମୁଁ ପଦ୍ମମୟ ତନୁ ତାର ସ୍ତନପଦ୍ମ ପୁଷ୍ପସୁଧା ପାନେ l ଉଦୟ ଚନ୍ଦ୍ରମା ପରି ଅପରୂପ ରୂପ ଯଶ ଅବିସ୍ମର ଅପାଶୋରା ମନେ ll 8 ଶୈଶବରେ କି ସୁନ୍ଦର ଦିବ୍ୟ ଦିବ୍ୟ ଢଳଢଳ ଅମୃତ କୋମଳ ତନୁ ତାର l ରୂପାମ୍ବିକା ଲକ୍ଷ୍ମୀ ପରି ରୂପ ତା ଅପ୍ସରା ଭଳି ଦେଖିଛି ମୁଁ ମହାଭାଗ୍ୟ ମୋର ll 9 ସୁଷମା ସ୍ଵର୍ଗୀୟ ତାର ଅନାବିଳ ଅନିନ୍ଦିତ ହୃଦୟର ଛବି l ତା ସ୍ନେହ ମମତା ଆଶୀର୍ବାଦ ବଳେ ନୀରାଜନା(ବନ୍ଦାପନା)କରେ ନିତ୍ୟ କବି ll10
——————–
ସ୍ମରଣୀୟ ପ୍ରିୟଜନ OTM, ଚୌଦ୍ଵାର: 1, ମଉସା ମାଉସୀ: ପ୍ରହଲ୍ଲାଦ ପଟ୍ଟନାୟକ(ପ୍ରସିଦ୍ଧ ଶ୍ରମିକ-ଶିକ୍ଷକ, ଉଦାର ଅହିଂସପ୍ରିୟ, ପୁଣ୍ୟପ୍ରାଣ,)-ଆଦରମଣି ମାଉସୀ(ସ୍ନେହମୟୀ, ଶାନ୍ତ, ସରଳ, କୋମଳ, ପୁଣ୍ୟତୋୟା ପୁଣ୍ୟପ୍ରାଣ, ମୋର ପରମ ପ୍ରିୟ), ପୁତ୍ର: ଟୁକୁନା, ବାବୁଲି, କନ୍ୟା : ନମିତା, ଗାନୀ
2, ମଉସା : ବାଞ୍ଛାନିଧି ଦାସ, ଗଗନ ମନସିଂହ , ନୀଳ, ତିଳ, ଗୋବରା, ଉପନ ଦାସ, ଟିକି, କରଣି, ବିଷ୍ଣୁ ବାବୁ, ଭାସ୍କର ବାବୁ,
3, ଫୁଲ ମାଉସୀ, ବାସୀ ମାଉସୀ,
4, ଯତୀନ୍ଦ୍ର ଦାସ-ମାଉସୀ,
ପୁତ୍ର: ପଠାଣି , ବିଭୁ, କାଳିଆ, (ପଠାଣି ଭାଇ, ଚୌଦ୍ଵାରର ସାହିତ୍ୟ,ସଂସ୍କୃତିର ପୁଣ୍ୟ ଜ୍ୟୋତି-ଭାଉଜ (ସ୍ନେହମୟୀ ପୁଣ୍ୟଶିଖା)
5, ଗୋପାଳ ପଟ୍ଟନାୟକ ମଉସା ମାଉସୀ,
ଝିଅ: ମୀନତି, ସନ୍ଧ୍ୟା,
6, ବନମାଳୀ ଦାସ, ମଉସା(ବିଶିଷ୍ଟ କମ୍ୟୁନିଷ୍ଟ ନେତା, ଶ୍ରମିକ ସେବକ, ବାଗ୍ମୀ ବକ୍ତା, ଚୌଦ୍ଵାର ସାହିତ୍ୟ ସଂସ୍କୃତିର କର୍ଣ୍ଣଧାର, ମୋର ପରମ ପ୍ରିୟ ଚିର ପ୍ରଣମ୍ୟ ପ୍ରେରଣା ପୁରୁଷ, ଚେତନାରେ ଅଗ୍ନିର ସ୍ଫୁଲିଙ୍ଗ), ସତ୍ୟବତୀ ମାଉସୀ(କବି, ସ୍ନେହମୟୀ, ଦୟାମୟୀ), ପୁତ୍ର: ସନିଆ କନ୍ୟା: ସବିତା, ସୁଜାତା, କୁନି, ମୁନି
7, ଅମୂଲ୍ୟ ପରିଡା ମଉସା, ମଞ୍ଜୁ ମାଉସୀ
8, ଭଗବାନ ଦାସ ମଉସା ମାଉସୀ, ପୁତ୍ର: ଦୀପୁ, ତପୁ, ମୁନା
9, ଚୁଳି ମଉସା, ଗୋବିନ୍ଦ ମଉସା, ଭାଗୀ ମଉସା, 10, ପୁନା ଭାଇ, ଭାଉଜ, ତାଙ୍କର ସାନଭାଇ ମୋର ପ୍ରିୟ ପ୍ରଦୀପ, 11, ଛନ୍ଦl ବାବୁ(ବିଶିଷ୍ଟ କଂଗ୍ରେସ ଶ୍ରମିକ ନେତା), ନିରଞ୍ଜନ ବାବୁ, ମମତା କାନୁନଗୋ,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/11, 7:22 AM] Raj Kishore Sahoo: ମହାପ୍ରଭୁ ହେ ଫୁଲ ଟିଏ ହୋଇ ଫୁଟିଛି ମୋ ରାଣୀ ତୁମରି ଆଶିଷ ଲଭି l ତାର ରୂପ ଯଶ ଐଶ୍ୱର୍ଯ୍ୟ ପ୍ରୀତିର ବନ୍ଦନା କରେ କବି ll 1 ପ୍ରୀତି ଫୁଲ ଫୁଟି ମହକେ ହୃଦୟ ଅନୁଭବ ଅନୁପମ l ଛଡାଇ ରଖିଲ ରାଣୀକୁ ମୋହର ଝୁରୁଛି ତା ମନ ପ୍ରେମ ll 2 ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/11, 9:27 PM] Raj Kishore Sahoo: ବୋଉ ମୋ ବୋଉ (9)
(ଅମୃତ, ମଧୁମୟ, ଚନ୍ଦ୍ରମା, ମଳୟ, ଜ୍ଞାନ, ଜୀବନ, ଶୁଭ, ସୁଷମା)
ଉଦୟ: ଆବିର୍ଭାବ, ଅଭିବୃଦ୍ଧି, ଉତ୍ପତ୍ତି, ଉତ୍ଥାନ
ଉଦୟ ଚନ୍ଦ୍ରମା ବୋଉ l ଉଦୟ ଭାସ୍କର ବୋଉ l ଉଦୟ ପ୍ରଭାତ ବୋଉ l ଉଦୟ ଉତ୍ସବ ବୋଉ l ଆନନ୍ଦ ଉଦୟ ବୋଉ l
ନବୋଦୟ ରବି ପରି
ଉଦ୍ଭାସିତ ଚେତନାରେ ମୋର l ନବୋଦିତ ଶଶୀ ପରି ଜ୍ୟୋତ୍ସ୍ନା ସୁଧା ଢାଳେ ନିରନ୍ତର ll 1 ଉଦୟ କାଳୀନ ଶୋଭା ଅପରୂପ ସ୍ଵର୍ଗୀୟ ସୁଷମା l ବଦନ ଐଶ୍ୱର୍ଯ୍ୟ ତାର ଚନ୍ଦ୍ରମୁଖି ରୂପ ରାଜଜେମା ll 2 ଉଦୟ ଉଷାର ଛବି ସ୍ଵର୍ଣ୍ଣମୟ କାନ୍ତି ପ୍ରଭାତର l ନିର୍ମଳ ବିମଳ ଶୋଭା ନୀଳ ଶୁକ୍ଳ ସବୁଜ ଭାସ୍ଵର ll 3 ଉଦୟ ଉତ୍ସବ ପରି ମୁଖରିତ ମହୋଦଧି ତଟ l ନୀଳଜଳ କୋଳେ ଦୂରେ ଦିଗବଳୟ ଦିନମଣି ଭେଟ ll 4 ଉଦୟ କାଳୀନ ଦୃଶ୍ୟ ରୂପ ରମ୍ୟ ସୁରମ୍ୟ ରୁଚିର l ଆନନ୍ଦ କାକଳି ଧ୍ୱନି କଳରବ ଆନନ୍ଦ ମୁଖର ll 5 ଉଦୟlଚଳରେ ଦେଖି ଉଦୟ ଭାସ୍କର ଶୋଭା l ଉଦୟ ଉତ୍ସବ ପରି ତା ବଦନ ଦିବ୍ୟ ମନୋଲୋଭା ll 6 ପୂର୍ବ ଦିଗେ ଯେଉଁ କଳ୍ପିତ ପର୍ବତ ନାମ ତା ଉଦୟାଚଳ l ସୂର୍ଯ୍ୟ ଦେବ ନିତି ହୁଅନ୍ତି ଉଦୟ ଅପୂର୍ବ ପ୍ରଭାତ କାଳ ll 7 ଉଦୟ ବସନ୍ତ ବୋଉ
ବିମୋହିନୀ ବସୁନ୍ଧରା କୋଳେ l ମଧୁସ୍ନାତ ମଧୁମାସ ମଧୁପୁଷ୍ପ ଅମୃତ ସକାଳେ ll 8 ବସନ୍ତ ବଉଳ ବୋଉ ମହକିତ ଅlମ୍ବଗଛ ଡାଳ l କଳକଣ୍ଠ କୁହୁରବ ଶୁଣି ଅବନି(ଧରା) ଅମ୍ବର(ଆକାଶ) ଭୋଳ ll 9 ମଧୁମାସ ମହାକାବ୍ୟ ମଧୁମୟ ମଳୟ ମାକନ୍ଦ(ଆମ୍ବଗଛ) l ସୁଷମା ସୁବାସ ବାସ ଅଭିନବ ଅପୂର୍ବ ଆନନ୍ଦ ll 10 ପଲ୍ଲବିତ ତରୁଲତା ନବ କଳି କୁସୁମ ମଞ୍ଜରୀ l ରକ୍ତିମ ପଳାଶ ପୁଷ୍ପ କୃଷ୍ଣଚୁଡ଼ା କୁସୁମ କବରୀ ll 11 ମଧୁ ପୁଷ୍ପ ମଧୁରେଣୁ ମନମୋହେ ମଧୁପ ଭ୍ରମର l ନୃତ୍ୟରତ ପ୍ରୀତିମଗ୍ନ ଗୁଞ୍ଜରିତ ସଙ୍ଗୀତ ଝଙ୍କାର ll 12
କେଦାର କାନନ ଶୋଭା ରୁତୁରାଜ ବସନ୍ତ ଉଦୟ l ଅମୃତ ଐଶ୍ୱର୍ଯ୍ୟ ଧାରା ପ୍ରୀତିସିକ୍ତ ପ୍ରଫୁଲ୍ଲ ହୃଦୟ ll 13 କୋକିଳର କୁହୁତାନ କୁମ୍ଭାଟୁଆ ମଧୁକଣ୍ଠ ଧ୍ୱନି l ହଳଦୀବସନ୍ତ ରଙ୍ଗ ସବୁଜିମା ସୁଷମା ଅବନି ll 14 ଫଗୁଣର ଫଗୁ ଖେଳ ଦୋଳଯାତ୍ରା ରଙ୍ଗ ଅବିରର l ରାଧା କୃଷ୍ଣ ରାସ ପ୍ରୀତି ଗ୍ରାମ ଦାଣ୍ଡ ଐଶ୍ୱର୍ଯ୍ୟ ମୁଖର ll 15 ଉଦୟ ବସନ୍ତ ବୋଉ ମଥାପାତି ଜଣାଏ ପ୍ରଣାମ l ଦୋଳ ବିମାନରେ ପ୍ରଭୁ ରାଧାକୃଷ୍ଣ ସୁଷମା ସ୍ଵର୍ଣ୍ଣିମ ll 16 ‐————————– ସ୍ମରଣୀୟ ପ୍ରିୟଜନ OTM, ଚୌଦ୍ଵାର: 1, ମଉସା ମାଉସୀ: ପ୍ରହଲ୍ଲାଦ ପଟ୍ଟନାୟକ(ପ୍ରସିଦ୍ଧ ଶ୍ରମିକ-ଶିକ୍ଷକ, ଉଦାର ଅହିଂସପ୍ରିୟ, ପୁଣ୍ୟପ୍ରାଣ,)-ଆଦରମଣି ମାଉସୀ(ସ୍ନେହମୟୀ, ଶାନ୍ତ, ସରଳ, କୋମଳ, ପୁଣ୍ୟତୋୟା ପୁଣ୍ୟପ୍ରାଣ, ମୋର ପରମ ପ୍ରିୟ), ପୁତ୍ର: ଟୁକୁନା, ବାବୁଲି, କନ୍ୟା : ନମିତା, ଗାନୀ
2, ମଉସା : ବାଞ୍ଛାନିଧି ଦାସ, ଗଗନ ମନସିଂହ , ନୀଳ, ତିଳ, ଗୋବରା, ଉପନ ଦାସ, ଟିକି, କରଣି, ବିଷ୍ଣୁ ବାବୁ, ଭାସ୍କର ବାବୁ,
3, ଫୁଲ ମାଉସୀ, ବାସୀ ମାଉସୀ,
4, ଯତୀନ୍ଦ୍ର ଦାସ-ମାଉସୀ,
ପୁତ୍ର: ପଠାଣି , ବିଭୁ, କାଳିଆ, (ପଠାଣି ଭାଇ, ଚୌଦ୍ଵାରର ସାହିତ୍ୟ,ସଂସ୍କୃତିର ପୁଣ୍ୟ ଜ୍ୟୋତି-ଭାଉଜ (ସ୍ନେହମୟୀ ପୁଣ୍ୟଶିଖା)
5, ଗୋପାଳ ପଟ୍ଟନାୟକ ମଉସା ମାଉସୀ,
ଝିଅ: ମୀନତି, ସନ୍ଧ୍ୟା,
6, ବନମାଳୀ ଦାସ, ମଉସା(ବିଶିଷ୍ଟ କମ୍ୟୁନିଷ୍ଟ ନେତା, ଶ୍ରମିକ ସେବକ, ବାଗ୍ମୀ ବକ୍ତା, ଚୌଦ୍ଵାର ସାହିତ୍ୟ ସଂସ୍କୃତିର କର୍ଣ୍ଣଧାର, ମୋର ପରମ ପ୍ରିୟ ଚିର ପ୍ରଣମ୍ୟ ପ୍ରେରଣା ପୁରୁଷ, ଚେତନାରେ ଅଗ୍ନିର ସ୍ଫୁଲିଙ୍ଗ), ସତ୍ୟବତୀ ମାଉସୀ(କବି, ସ୍ନେହମୟୀ, ଦୟାମୟୀ), ପୁତ୍ର: ସନିଆ କନ୍ୟା: ସବିତା, ସୁଜାତା, କୁନି, ମୁନି
7, ଅମୂଲ୍ୟ ପରିଡା ମଉସା, ମଞ୍ଜୁ ମାଉସୀ
8, ଭଗବାନ ଦାସ ମଉସା ମାଉସୀ, ପୁତ୍ର: ଦୀପୁ, ତପୁ, ମୁନା
9, ଚୁଳି ମଉସା, ଗୋବିନ୍ଦ ମଉସା, ଭାଗୀ ମଉସା, ପେଡା ବାବୁ(ପ୍ରସିଦ୍ଧ ଶୈବ ସାଧକ) 10, ପୁନା ଭାଇ, ଭାଉଜ, ତାଙ୍କର ସାନଭାଇ ମୋର ପ୍ରିୟ ପ୍ରଦୀପ, 11, ଛନ୍ଦl ବାବୁ(ବିଶିଷ୍ଟ କଂଗ୍ରେସ ଶ୍ରମିକ ନେତା), ନିରଞ୍ଜନ ବାବୁ, ମମତା କାନୁନଗୋ,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/14, 9:37 PM] Raj Kishore Sahoo: ତୁମ ପାଦ ତଳେ ସଜଫୁଟା ଫୁଲ l ସ୍ନେହ ପ୍ରେମ ସୁଖ ଅମୁଲ ମୂଲ ll [2/15, 8:57 PM] Raj Kishore Sahoo: ବୋଉ ମୋ ବୋଉ (10) (ଅମୃତ, ମଧୁମୟ, ଚନ୍ଦ୍ରମା, ମଳୟ, ଜ୍ଞାନ, ଜୀବନ, ଶୁଭ, ସୁଷମା, ଉଦୟ)
ବସନ୍ତ : ବସନ୍ତ ବୋଉ l ନବ ବସନ୍ତ ବୋଉ l ବିମୁଗ୍ଧ ବସନ୍ତ ବୋଉ l ବସନ୍ତ ବିଳାସ ବୋଉ l ବସନ୍ତ ବିଭୋର ବୋଉ l ବିଭୋର ବସନ୍ତ ବୋଉ l ବସନ୍ତ ବିହ୍ଵଳ ବୋଉ l ବସନ୍ତ ଉତ୍ସବ ବୋଉ l ବସନ୍ତ ଉଷତ(ଆନନ୍ଦ) ବୋଉ l ବସନ୍ତର ବର୍ଣ୍ଣବିଭା ବୋଉ l ବର୍ଣ୍ଣାଢ୍ଯ ବର୍ଣ୍ଣିଳ ବସନ୍ତ ବୋଉ l ରଙ୍ଗ ପୁଷ୍ପ ଲାବଣ୍ୟ କୁସୁମ ବୋଉ l ବସନ୍ତର ଆନନ୍ଦ ଐଶ୍ୱର୍ଯ୍ୟ ବୋଉ l ବସନ୍ତର ବାସନ୍ତୀ ପ୍ରକୃତି ବୋଉ l ବସନ୍ତର ବନବୀଥି ବୋଉ l ବନବୀଥି ବନସ୍ପତି ବୋଉ l ବନସ୍ପତି ବନବିଭା ବୋଉ l ବସନ୍ତର ବନପ୍ରିୟ(ପିକ) ବୋଉ, ବସନ୍ତର ବନଭୂମି ବୋଉ l ବନଭୂମି ବନଜ୍ୟୋତ୍ସ୍ନା ବୋଉ l
ବସୁନ୍ଧରା କୋଳେ ପ୍ରବେଶ ବସନ୍ତ ମଧୁମାସ ମଧୁକାଳ l ମାଘ ପୂର୍ଣ୍ଣିମାରେ ଅଗ୍ନି ଉତ୍ସବରେ ଶୀତର ବିଦାୟ ବେଳ ll 1 ରୁତୁରାଜ ରୁତୁ-ପତି ରୁତୁଶ୍ରେଷ୍ଠ ବସନ୍ତ ରୁତୁ ସୁନାମ l ଧନ୍ଯ ପୁଷ୍ପକାଳ ପୁଷ୍ପମାସ ନାମ ପୁଷ୍ପାକର ପୁଷ୍ପାଗମ ll 2 ମଧୁ, ମଧୁକାଳ ମଦନସଖା ସେ ମଦନପ୍ରିୟ ଯା ନାମ l ପୁଷ୍ପକାଳ ପୁଷ୍ପ-ମାସ ପୁଷ୍ପାକର ମଧୁ, ବସନ୍ତ ସୁନାମ ll 3 ଶୀତ ଅନ୍ତ ଜାଣି ଦକ୍ଷିଣl ମରୁତ ଗାଏ ସ୍ଵାଗତ ସଙ୍ଗୀତ l ଶୁଭ ସାରସ୍ଵତ ସରସ୍ଵତୀ କୃପା ବସୁନ୍ଧରା ଅଭିଭୂତ ll 4 ପୌଷ ମାଘ ମାସ ଶୀତ ରୁତୁ ନାମ ହାଡ଼ଥରl ଥଣ୍ଡା ଶୀତ l ମକର ସଂକ୍ରାନ୍ତି ପରେ ସୌର ତାପ ବୃଦ୍ଧି ହୁଏ ଅବିରତ ll 5 ଅଗ୍ନିତ୍ସୁବ ଅଗ୍ନି ପୂର୍ଣିମା ତିଥିରେ ଶୀତର ପ୍ରକୋପ ଶେଷ l ମାଘ ପଞ୍ଚମୀ ଯେ ବସନ୍ତ ପଞ୍ଚମୀ ସରସ୍ଵତୀ ପୂଜା ବେଶ ll 6 ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ ଯାତ୍ରା ଶୋଭା ସମାବେଶ l ତରୁଲତା ପ୍ରାଣୀ ଜନମନ ଜାଣି ପ୍ରକୃତି ରାଣୀ ହରଷ ll 7 ଦକ୍ଷିଣ ଦିଗରୁ ମଳୟ ଅନିଳ ମନ୍ଦ ମନ୍ଦ ହୋଇ ବହେ l ଷଡରୁତୁ ମଧ୍ୟେ ପଞ୍ଚମ ବସନ୍ତ ରୁତୁରାଜ ମନମୋହେ ll 8 ରୁତୁଚକ୍ର ପଥେ ବସନ୍ତ ରୁତୁ ଏ ରୁତୁରାଜ ରୁତୁପତି l ମଧୁର କୋମଳ ଫଗୁଣ ଚଇତ୍ର ମଧୁମାସ ମଧୁପ୍ରୀତି ll 9 ଦେବଜ୍ଞ କଳ୍ପିତ ମଳୟ ପର୍ବତ ଶିଖରୀ ଚୁମ୍ବି ସମୀର l ବହେ ଧୀରେ ଧୀରେ ଦକ୍ଷିଣ ଦିଗରୁ ସୁକୋମଳ ସୁମଧୁର ll 10 ମଳୟ ପର୍ବତ ଜାତ ମଳୟଜ(ଚନ୍ଦନ) ଶ୍ରୀଖଣ୍ଡ ଚନ୍ଦନ ନାମ l ଘନସାର ପରି ଗନ୍ଧସାର ନାମ ସୁଗନ୍ଧ ଶ୍ରେଷ୍ଠ ସୁନାମ ll 11 ମଧୁମୟ ଧରା ମଧୁର ରୁଚିର ମନୋରମ ମନୋହର l ସୁଷମା ସୁବାସ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ଭୂସ୍ୱର୍ଗ ଶୋଭା ଭଣ୍ଡାର ll 12 ବସନ୍ତ ଉତ୍ସବ ଲାଗି କି ଉତ୍ସାହ ସ୍ଵୟମ୍ବର ରୂପ ଶୋଭା l ନବ ପତ୍ର କଳି କୁସୁମ ମଞ୍ଜରୀ ଅପୂର୍ବ ଲାବଣ୍ୟ ପ୍ରଭା ll 13 ଆମ୍ର ବୃକ୍ଷ ଡାଳ ବିଭୋର ବିଭୋଳ ବସନ୍ତ ବଉଳ ବାସ l ମଞ୍ଜୁଳ ମୋହନ ପୁଷ୍ପlୟୁଧ(କନ୍ଦର୍ପ) ଶର ମଧୁପୁଷ୍ପ ମଧୁ ରସ ll 14 ଉନ୍ମାଦିତ ଉର୍ବୀ(ଧରା) ଅମ୍ବର ଭୂଧର(ପର୍ବତ) କେଦାର କାନନ ପ୍ରୀତ l ପଲ୍ଲିବାସୀ ପଲ୍ଲୀ-ବଧୂ ପଲ୍ଲୀବାଳା ପୁଲକିତ ମୁଖରିତ ll 15 ମଧୁର କୋମଳ ମୃଦୁଳ କଲ୍ଲୋଳ ସଲିଳ ସମୀର ମାଟି l ପ୍ରକୃତିରାଣୀର ଅପରୂପ ଶୋଭା ମଞ୍ଜୁଳ ସୁଷମା ଝୋଟି ll 16 ମଧୁ ମଳୟର ମହିମା ପ୍ରୀତି ଏ ଶୁଷ୍କ ତରୁ ପଲ୍ଲବିତ l ଲୀଳାମୟଙ୍କର ଅପୂର୍ବ ଲୀଳା ଏ ପତ୍ର ପୁଷ୍ପ କଲ୍ଲୋଳିତ ll 17 ନିର୍ମଳ ନିର୍ମୋକ(ଆକାଶ) ବିମଳ ବସୁଧା କୋମଳ ମଳୟ ସ୍ପର୍ଶ l ପୁରପଲ୍ଲୀ ବନ ଭୁବନ ବିଭୋର ଆନନ୍ଦ ଉଲ୍ଲାସ ହର୍ଷ ll 18 ନବୀନ ଉଲ୍ଲାସ ନବୀନ ଉତ୍ସାହ ନବୀନ କଲ୍ଲୋଳ ପ୍ରାଣ l ନବ ଯୌବନରେ ପ୍ରୀତି ରୋମାଞ୍ଚିତ ସୁଧାସ୍ନାତ ଶିହରଣ ll 19 ତରୁଲତା ପ୍ରାଣୀ ପ୍ରକୃତି ସୁନ୍ଦରୀ ମଧୁମଗ୍ନ ମଧୁମୟ l ନବ କୁସୁମିତ କେଦାର କାନନ ଶୋଭା ନବ କିଶଳୟ ll 20 ନବ ବସନ୍ତର ନବବଧୂ ବେଶ ନବୀନ ଉଲ୍ଲାସ ପ୍ରାଣ l ନବ ରାଗ ରଙ୍ଗ ରୂପ ରସ ବାସ ରଙ୍ଗ ପୁଷ୍ପ ଆଭୂଷଣ ll 21 ମଧୁମୟ ମଧୁ-କାଳ ମଧୁରିମା(ମାଧୁର୍ଯ୍ୟ) ମଧୁ ପୁଷ୍ପ ମଧୁ ହାସ l ପୁଷ୍ପସାର ପୁଷ୍ପ-ମଧୁ ଶୋଷି ସୃଜେ ମଧୁମକ୍ଷୀ ମଧୁକୋଷ(ମହୁଫେଣl) ll 22 ପୁଷ୍ପରେଣୁ ପୁଷ୍ପ-ମଧୁ ଚୁମ୍ବିବାକୁ ନୃତ୍ୟମଗ୍ନ ପୁଷ୍ପଲିହ(ଭ୍ରମର, ମହୁମାଛି) l ପୁଷ୍ପlସବ ପାନେ ପ୍ରଫୁଲ୍ଲ ପ୍ରମତ୍ତ ପୁଷ୍ପକାଳ ଅନୁଗ୍ରହ ll 23 ସୁଷମା ମଞ୍ଜୁଳ ସହକାର(ଆମ୍ବ ବଉଳ) କୁଞ୍ଜ ମଳୟ ମଞ୍ଜରୀ ବେଶ l ଭୁରୁଭୁରୁ ଗନ୍ଧ ଛୁଟେ ଚଉଦିଗ ଶୋଭା ସ୍ଵର୍ଗ ରୂପ ଯଶ ll 24 ଚୁତ(ଆମ୍ବଗଛ) ପଲ୍ଲବରେ ପଞ୍ଚମ ତାନରେ ପରଭୃତ କୁହୁତାନ l ମଧୁପ ଗୁଞ୍ଜନ ମଧୁର ଝଙ୍କାର ମନ୍ତ୍ରମୁଗ୍ଧ ତନୁ ମନ ll 25 —————————————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [2/20, 6:28 AM] Raj Kishore Sahoo: ମହାପ୍ରଭୁ ହେ ତମ ପାଦଧୂଳି ଟିକେ ଦିଅ l ବିନା କାରଣରେ ଦଣ୍ଡିଲ ତଣ୍ଡିଲ ଏ’କି ପ୍ରୀତି ଭାବ କୁହ ?ll 1 ଭଲ ପାଇବେନି ସଂସାରରେ କେହି ଲେଖିବେନି ମନ କଥା ?l ଅଛି କେ ଏମିତି ଚିଠି ଚିରି, ଦେବ ଦାରୁଣ ହୃଦୟ ବ୍ୟଥା ll 2 ନିନ୍ଦା ଅପମାନ ତାଡ଼ନା ଯାତନା ଏହି କି ତୁମରି କୃପା ?l ଆକାଶ କୁସୁମ ପରି ମାଗୁନାହିଁ ବୈକୁଣ୍ଠରୁ ସୁନାରୂପା ?ll 3 ମର ଶରୀରଟା ଆଉ କେତେଦିନ ଛାଡି ଯିବୁ ଧରା କୋଳ ?l ଫେରାଅ ଆମର ମାନ ସନମାନ ଲଢିବାକୁ ନାହିଁ ବଳ ll 4 ମିଛମାୟା ତୁମ ଏ ସାରା ସଂସାର ଆମେ ସବୁ କଳାକାର ?l ଅଭିନୟ ପାଇଁ ଦେବ କି ଆମକୁ ପ୍ରୀତିନିନ୍ଦା ପୁରସ୍କାର ?ll 5 ସୁଶୀଳା ଦେଇର କେଉଁ କ୍ଷତି ଆମେ କରିଥିଲୁ ମିଶି କୁହ ?l ସାରା ବ୍ରହ୍ମାଣ୍ଡର ପୁଣ୍ୟତୀର୍ଥ ବୁଲି ସୁଖି ନାହିଁ ନିନ୍ଦା ଲୁହ ?ll 6 ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ଶୁଣିଛୁ କାଳର ରୀତି l ସାରା ଜୀବନଟା ଦୁଃଖ ମହାଦୁଃଖ ଜାଣି ନାହୁଁ ସୁଖ ପ୍ରୀତି ?ll 7 ଏତେ ପାଠ ପଢି ସୁଶିଳା ଦେଇର କୁହ ଏ କି ବୁଦ୍ଧି ଶୁଦ୍ଧି ?l ଏ ସବୁ ନାଟକ ତୁମ ଷଡଯନ୍ତ୍ର ଲେଖିଛି ନିର୍ବୋଧ ବିଧି ll 8 ବିଧିକୁ ପlହlରେ ନଦେଇ ତୁମକୁ କରିବୁ କି ପ୍ରତିବାଦ ?l ଦିତୀୟ ଇଶ୍ଵର ବିନା କେ ବୁଝିବ ପ୍ରୀତି ନିନ୍ଦା ଅପବାଦ ll 9 ଖୋଜୁଛୁ ତାଙ୍କର ଠିକଣା କେଉଁଠି ତୁମେ କି କହିବ ସତ ? ସ୍ତୁତି କରୁ ନିତି ଅଶ୍ରୁ ପ୍ରୀତି ଜଳେ ଚାହିଁ ନୀଳ ଚକ୍ର ନେତ ll 10 ———————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର l [3/19, 10:39 AM] Raj Kishore Sahoo: ମହାପ୍ରଭୁ ହେ କୃପା ନେତ୍ରେ ସଦା ଚାହିଁଛ ସଭିଙ୍କୁ ମତେ ଟିକେ ଚାହିଁ ଦିଅ l ସଂସାର ଜଞ୍ଜାଳ ସହିବାକୁ ତୁମ ପାଦ ଧୂଳି ଟିକେ ଦିଅ ll ପ୍ରଣାମ ପ୍ରଣାମ [3/20, 6:22 AM] Raj Kishore Sahoo: ବସନ୍ତ ଉତ୍ସବ-2 ବସନ୍ତ ଉତ୍ସବ ଲାଗିଛି ସର୍ବତ୍ର ରୋଦସୀ(ଧରା ଓ ନଭ) ରୂପ ରଞ୍ଜନ l ସୁରମ୍ୟ ସ୍ଵର୍ଗୀୟ ବିମୁଗ୍ଧ ପ୍ରକୃତି ସୁଷମା ମନୋରଞ୍ଜନ ll 26
ଦ୍ୟୁଲୋକ ଭୂଲୋକ ଦୃଶ୍ୟ ଦିବ୍ୟ ଦୀପ୍ତ ଆହ୍ଲାଦିତ ବନ ଗିରି l ମାୟାଞ୍ଜନ ବୋଳା ସବୁଜ ସୁଷମା ଅପରୂପ ଶୋଭା ଶିରୀ ll 27
ସବୁଜିମା ଲାସ୍ୟ ଖେଳାଇ ଚୌଦିଗେ ନବୀନ ପଲ୍ଲବ ଦଳ l ଆନନ୍ଦ ଉତ୍ସୁକ ହୋଇ ଦେଖୁଥାନ୍ତି ମଧୁ କାଳ ଭୂମଣ୍ଡଳ ll 28
ବଉଳ ବlସରେ ମହକିତ ମନ ଆମ୍ବତୋଟା ଆମୋଦିତ l ନବ ରଙ୍ଗରାଗ ପୁଲକ ପ୍ରେରଣା ପ୍ରୀତି ରଙ୍ଗେ ରଙ୍ଗlୟିତ ll 29
ଅପୂର୍ବ ଶୀତଳ ଆନନ୍ଦ କଲ୍ଲୋଳ ମୃଦୁ ମନ୍ଦ ଗନ୍ଧବହ(ପବନ) l ନାନା ପୁଷ୍ପ ରେଣୁ ମଧୁ ଚୁମ୍ବିବାରେ ନୃତ୍ୟମଗ୍ନ ମଧୁଲିହ(ଭ୍ରମର,ମହୁମାଛି) ll30
ଅନିନ୍ଦ୍ୟ ସୁନ୍ଦର ଇନ୍ଦ୍ରଗୋପ(ପାଟପୋକ, ସାଧବବୋହୂ) ପରି ସୁଷମା ନିଳୟ ଧରା l ଇନ୍ଦ୍ରଧନୁ ପରି ବହୁ ବର୍ଣ୍ଣବିଭା ମଧୁମୟ ମଧୁକ୍ଷରା ll 31
ସୁଷମା ଅର୍ଣ୍ଣବ(ସମୁଦ୍ର) ପରି ରଙ୍ଗ ଶୋଭା ଶରଭୂ(କାର୍ତ୍ତିକେୟ) ସୁନ୍ଦର ତନୁ l ମଞ୍ଜୁଳ ପ୍ରକୃତି ପତ୍ରପୁଷ୍ପ ଶୋଭା ଐଶ୍ୱର୍ଯ୍ୟ ଉଦୟ ଭାନୁ(ସୂର୍ଯ୍ୟ) ll 32
ପ୍ରଭା ଦୀପ୍ତ ଦିବ୍ୟ ସୁଷମା ସୌରଭ ଆତ୍ମଭୂ(ବ୍ରହ୍ମା, କାମଦେବ) ଅମୃତ ପାନ l ଅଧର ପଲ୍ଲବ ପରି ପ୍ରୀତିକର ବନ ଭୂମି ସୁଧା ସ୍ନାନ ll 33
ଲାବଣ୍ୟ ପିତୁଳା ପ୍ରାୟ କି ପ୍ରକୃତି ସୁଷମା ସ୍ଵର୍ଣ୍ଣ ଭଣ୍ଡାର l ଗିରି ନିର୍ଝରିଣୀ କାନନ କାମିନୀ କାନ୍ତି ମନୋମୁଗ୍ଧକର ll 34
ଦୋଳ ବିମାନରେ ରଙ୍ଗ ଅବିରରେ ରାଧାକୃଷ୍ଣ ରୂପବେଶ l ବସନ୍ତ ଉତ୍ସବ ଝୁଲଣ ଯାତରl ମନ ମୋହେ ମହାରାସ ll 35
ଜାଗର ମେଳାକୁ ଦୋଳ ଯାତରା ଆନନ୍ଦ ବସନ୍ତ ରୁତୁ l ଅଶୋକାଷ୍ଟମୀ ଶ୍ରୀରାମ ନବମୀ ଶୋଭା ସଭା ଶକ୍ରକେତୁ(ଇନ୍ଦ୍ର) ll 36
ମାଙ୍ଗଳିକ ପର୍ବ ମଙ୍ଗଳ ଉତ୍ସବ ପୁରପଲ୍ଲୀ ପଥ ପ୍ରାନ୍ତ l ଆନମନା ସର୍ବେ ଅନଙ୍ଗ ରଙ୍ଗରେ ଚିତ୍ତ ଚାରୁ ଚନ୍ଦ୍ରକାନ୍ତ(ମଣି) ll 37
ଅଶୋକ ମାଳତୀ ପଳାଶ ଶିମିଳି ଚହଟେ କାଞ୍ଚନ, ଚମ୍ପା l ଝୁଲୁଥାଏ ଫୁଟି କୃଷ୍ଣଚୂଡ଼ା ନାଲି ଝାଲେରି ଝୁମୁକା ଝୁମ୍ପା ll 38
କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [3/20, 6:32 AM] Raj Kishore Sahoo: ସୁଧାଗାନୀ ସୁଧା କଲ୍ଲୋଳ
ବସନ୍ତ ଉତ୍ସବ-3
ନବ ଆଶା ନବ ସମ୍ଭାବନାମୟ ନବ ଶୁଭ ଚିନ୍ତାଧାରା l ଯୌବନ ଉଚ୍ଛଳ ପ୍ରାଣରେ ଅପୂର୍ବ ରସ ପ୍ରୀତି ସୁଧା ଧାରା ll 39
ରସାଳ କୁଞ୍ଜରେ ଭୂଇଁ ଚଣା ଆମ୍ବ ବଉଳ ମହକ ବୁଣେ l ଅଭିନବ ରୂପ ସହସ୍ର କନ୍ଦର୍ପ ମହାଯୋଦ୍ଧା ପରି ରଣେ ll 40
ମନ ମୋହେ ଶୋଭା କୁସୁମ କନ୍ଦର୍ପ ମଧୁ ପ୍ରୀତି ମଧୁ ପର୍ବ l ଆମୋଦିତ ହୃଦ ପ୍ରମୋଦିତ ପ୍ରାଣ ମନରେ ଗୌରବ ଗର୍ବ ll 41
ନବ ରଙ୍ଗ ପୁଷ୍ପ ସୁଷମା ଛବିଳ ମନୋରମ ମନଲୋଭା l ଭୂସ୍ୱର୍ଗ ସୁନ୍ଦର ମଧୁଗର୍ଭା ଧରା ବାସନ୍ତିକ ରୂପବିଭା ll 42
ରସାଳ ବକୁଳ ଅଶୋକ ଚମ୍ପକ କାଞ୍ଚନ କେତକୀ ଶୋଭା l ନିଆଳି ମାଧବୀ ମାଳତୀ ଗୋଲାପ କୃଷ୍ଣଚୂଡ଼ା ମନଲୋଭା ll 43
ନଦୀ ଗିରି ତରୁ କେଦାର କାନନ ନବବଧୂ ରୂପ ବେଶ l ଭୂସ୍ୱର୍ଗ ସୁନ୍ଦରୀ ଶୋଭା ବସୁନ୍ଧରା ନବ ପୁଷ୍ପ ରଙ୍ଗ ରସ ll 44
ମଧୁକ୍ଷରା ଧରା ରୁଚିର ମଧୁର ସୁଷମା ସ୍ଵର୍ଗ ଭଣ୍ଡାର l ସ୍ଵାଗତ ସଙ୍ଗୀତ ଗାଏ ବନପ୍ରିୟ(କୋକିଳ) ବନ ଭୂମି ପ୍ରୀତିକର ll 45
ପ୍ରୀତି ନୀରାଜନା(ବନ୍ଦନା) ଲାଗି ପ୍ରୀତ ହୃଦ ମଳୟ, ମଦନଦୂତ(କୋକିଳ) l ପ୍ରକୃତି କୋଳରେ ପ୍ରୀତି ଉପାସନା ପ୍ରମୋଦିତ ପ୍ରାଣ ଚିତ୍ତ ll 46
ପ୍ରୀତି ଅନୁରାଗ ଭାବନା ଅପୂର୍ବ ଉଚ୍ଛ୍ୱସିତ ମନ ପ୍ରାଣ l ମଳୟ ଅନିଳ ପରି ମଧୁମୟ କନ୍ଦର୍ପ କୁସୁମ ବାଣ ll 47
ରଙ୍ଗମୟ ଦିଶେ ତରୁଲତା ତୃଣ କନକ କୁସୁମ କାନ୍ତି l ନାନା ରଙ୍ଗ ପୁଷ୍ପ ବିଭବ ବିଳାସ ଆନନ୍ଦ ଐଶ୍ୱର୍ଯ୍ୟ ଶାନ୍ତି ll 48
ଅଙ୍ଗେଅଙ୍ଗେ ନବ ଯୌବନ ରୋମାଞ୍ଚ ଅଭିନବ ମଧୁ ପ୍ରୀତି l ମଧୁ ପୁଷ୍ପ ପ୍ରାଣ ସୁଷମା କଲ୍ଲୋଳ ସୃଜନ ବନ୍ଦନା କିର୍ତ୍ତୀ ll 49
ନବ ପଲ୍ଲବିତ ଶୋଭା ସୁଶୋଭିତ ମଞ୍ଜୁଳ କୁସୁମ ବେଶ l ନଦୀ ଗିରି ବନ ପୁରପଲ୍ଲୀ ପ୍ରୀତ ଝରୁଛି ଅମୃତ ରସ ll 50
ସୁଷମା ସ୍ଵର୍ଗ କି ବର୍ଣ୍ଣାଢ୍ଯ ବସନ୍ତ ଲାବଣ୍ୟ ଉଜ୍ଜ୍ଵଳ କାନ୍ତି l ଜୀର୍ଣ୍ଣଶୀର୍ଣ୍ଣ ଶୁଷ୍କ ଡାଳରେ ପଲ୍ଲବ ଐଶ୍ୱର୍ଯ୍ୟ କୁସୁମ କ୍ରାନ୍ତି ll 51
ଛବିଳ କୁସୁମ ଶୋଭା ଗନ୍ତାଘର ସୁଦିବ୍ୟ ସୁବର୍ଣ୍ଣ ସ୍ଵର୍ଗ l ଅପୂର୍ବ ସରସ ମଧୁ ପୁଷ୍ପହାସ ପୁରପଲ୍ଲୀ ବନ ମାର୍ଗ ll 52
ଅପୂର୍ବ ପ୍ରତୀତ ଅମୃତ ପ୍ରଭାତ ବାଳାରୁଣ ରୂପ ବେଶ l ସୁବର୍ଣ୍ଣ କୁସୁମ ପରି ପୌରନ୍ଦରୀ(ପୂର୍ବ ଦିଗ) କମନୀୟ ରୂପଯଶ ll 53
ସ୍ନିଗ୍ଧ ସୁକୋମଳ ପ୍ରଭାତ ଦିବସ ଅଂଶୁମାଳି ହେମ ପ୍ରଭା l ଦିବ୍ୟ ଶୁକ୍ଲ ପ୍ରଭା ଚନ୍ଦ୍ର ଜ୍ୟୋତ୍ସ୍ନାସ୍ନାତ ନିଶିଥିନୀ ରୂପ ଶୋଭା ll 54
ବାସନ୍ତିକ ରୂପ ବିଭବ ବର୍ଣ୍ଣାଢ୍ଯ ବନ ଭୂମି ବନସ୍ପତି l ମଞ୍ଜୁଳ ମୋହନ ସୁଷମା ସୁକୃତି(ପୁଣ୍ୟ) ସମାକୀର୍ଣ୍ଣ ଶୋଭାବତୀ ll 55
ସୃଜନ ପ୍ରୀତିର ସ୍ଵପ୍ନ ଅସୁମାରୀ ରସସିକ୍ତ ରସପ୍ଳୁତ l ମୁକୁଳିତ ଚୁତ ମୁକୁଳ ମହକ ଆହ୍ଲାଦିତ ଆଶାପ୍ଳୁତ ll 56 ————————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [3/31, 8:10 AM] Raj Kishore Sahoo: ବସନ୍ତ ଉତ୍ସବ- 4 ସୁଧାଗାନୀ ସୁଧା କଲ୍ଲୋଳ-4
ମହୋତ୍ସବମୟ ବସନ୍ତ ଉତ୍ସବ ରଙ୍ଗ ପୁଷ୍ପ ଅଭିଷେକ l ଅପୂର୍ବ ପ୍ରତୀତ ସୁଷମା ଭଣ୍ଡାର ଅଭିନବ ଇନ୍ଦ୍ରଲୋକ ll 57
କଳାତ୍ମକ ରୂପ ଆଟୋପ(ଆଡମ୍ବର)ଐଶ୍ୱର୍ଯ୍ୟ ଆନନ୍ଦ ଦ୍ୟୋତକ ଶୋଭା l ନବ ପଲ୍ଲବିତ କୁସୁମ ମଞ୍ଜରୀ ଅଳକ୍ତକ ରମ୍ୟ ପ୍ରଭା ll 58
ସବୁଜ ଶାଦ୍ ବଳ ହେମ ଶ୍ୟାମ କାନ୍ତି ତରୁଲତା ତରଙ୍ଗିତ l କାନନ କେଦାର ଆନନ୍ଦ ବିଭୋର ତନୁ ମନ ତାରକିତ ll 59
କନ୍ଦର୍ପ ଚିରlଳ(ପତାକା) ଆମ୍ରକୁଞ୍ଜ ରୁଞ୍ଜ(ସୁନ୍ଦର) ମୁକୁଳ ମଞ୍ଜୁଳ ବେଶ l ନବନୀତ(ଲହୁଣି) ଶୋଭା ଦିଶେ ଝକଝକ ମନପ୍ରାଣ ପରିତୋଷ ll 60
କଳଘୋଷ(କୋକିଳ) ରବ ମିଠା କଳରବ ଅମୃତ କାକଳି ପ୍ରୀତି l ମଦନ(କନ୍ଦର୍ପ) ମୋହନ(ସୁନ୍ଦର) ସୁଷମା ଭୁବନ ବିଭୋଳ ଦିବସ ରାତି ll 61
ମଧୁର ଆରlବ ରବ, କେକୀରବ(ମୟୂର ରାବ) କଳରବ ପ୍ରୀତିସ୍ପଦ l କଳକଣ୍ଠ(କୋକିଳ, ମୟୂର) ଧ୍ୱନି ଆନନ୍ଦ ଆଳାପ ତନ୍ଦ୍ରାଭୂତ ମନହୃଦ ll 62
ବନଭୂମି କୋଳେ ମିଳନ ମୂର୍ଚ୍ଛନା ଆନନ୍ଦ ସୁଧା କଲ୍ଲୋଳ l କାନ୍ତି ବିବର୍ଦ୍ଧକ ପଲ୍ଲବ ପାଟଳ(ଫିକା ନାଲି) ଧରା ସ୍ଵର୍ଗ ମଧୁକାଳ ll 63
ରାଜହଂସୀ ପରି ଅକଳ୍ମଷ(ପବିତ୍ର) ରୂପ ନବ ରଙ୍ଗେ ପ୍ରତିଭାସ l ଆନନ୍ଦ ବିହ୍ଵଳ ରଭସ ଉଲ୍ଲାସ ତନ୍ଦ୍ରାଳସ ମଦାଳସ ll 64
ବସନ୍ତ ବିଳାସ ବର୍ଣ୍ଣାଢ଼୍ୟ ବିସ୍ମୟ ରମଣୀୟ ରାଜକୀୟ l ଅତୀବ ରୁଚିର ମୁଗ୍ଧ ମନୋରମ ମୋହନୀୟ ମଧୁମୟ ll 65
ଆହ୍ଲାଦିତ ହୃଦ ଦର୍ଶନେ ନୟନ ଛବିଳ କୁସୁମ ଛଟା l ହୃଷିତ ହୃଷୀକ(ପଞ୍ଚେନ୍ଦ୍ରିୟ) ଅଭିଭୂତ ପ୍ରୀତ ମଧୁକ୍ଷରା ଆମ୍ବତୋଟା ll 66
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [5/1, 9:19 AM] Raj Kishore Sahoo: ଗାନୀରତ୍ନ ଗୀତାଞ୍ଜଳି (1) ଚନ୍ଦ୍ର : କଳାକର, କଳାନିଧି ସୁଧାକର, ସୁଧାନିଧି ନିଶାକର, ନିଶାପତି, ନିଶାମଣି ନକ୍ଷତ୍ରପ, ନକ୍ଷତ୍ରପତି ଶଶାଙ୍କ, ମୃଗାଙ୍କ, ହରିଣାଙ୍କ, ଅର୍କ, ଉଡୁପ, ସୋମ, ଶୃଣି ନିଶାକର, ନିଶାପତି, ନିଶାମଣି ସୁଧାଂଶୁ, ସୁଧାକର , ଶଶଧର ଶୀତାଂଶୁ, ଶୀତକର, ସିତକର ସୁଧାକର, ଅମୃତକର ସୁଧାକର , ଶଶଧର ନିଶାକର, କଳାକର ଶୀତକର, ସିତକର , ତୁହିନକର ତୁହିନକର, ଶିଶିରକର, ଶୀତକର, ଶିଶିରକର, ହିମକର, କ୍ଷପାକର, ତମୋହର, ତୁହିନକର, ହିମକର, ଶିଶିରକର ଶଶାଙ୍କ, ଶଶଧର କୁମୁଦବନ୍ଧୁ, କୁମୁଦବାନ୍ଧବ ଖମଣି, କ୍ଷପାକର ପଦ୍ମଜ, କମଳଜ, ଅବ୍ ଜ, ଅର୍କ, ଇନ୍ଦୁ, କଞ୍ଜ, ବିଧୂ, ମୃଗାଙ୍କ, ମୃଗଲାଞ୍ଛନ, ଶୀତକର, ସିତକର, ଶ୍ଵେତଭାନୁ ଶାରଙ୍ଗ, ସାରଙ୍ଗ, ଶ୍ଵେତଭାନୁ, ଶ୍ଵେତଭାନୁ, ହରିଦଶ୍ଵ, ଅମ୍ବୁଜ, ଅମ୍ଭୋଜ,
ସୁଧାଂଶୁ, ଶୀତାଂଶୁ, ଶୀତକର l ଶୀତାଂଶୁ, ସୁଧାଂଶୁ, ସୁଧାକର ll ଅମ୍ବୁଜ, ଉଡୁପ, କ୍ଷପାକର l ଶୃଣି, ଶଶାଙ୍କ, ଶଶଧର ll
ଚନ୍ଦ୍ର, ସୂର୍ଯ୍ୟ : ଅର୍କ, ଖମଣି, ତମୋହର,
ଚନ୍ଦ୍ର, ପଦ୍ମ: ସାରସ, ସାରଙ୍ଗ, ଅମ୍ବୁଜ, ଅମ୍ଭୋଜ, ‐——————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [5/2, 8:54 PM] Raj Kishore Sahoo: ଗାନୀରତ୍ନ ଗୀତାଞ୍ଜଳି (2) ଚନ୍ଦ୍ର: (ପ୍ରତିଶବ୍ଦ 7 ଅକ୍ଷରରେ)
ସୁଧାଂଶୁ ସୁଧାକର l ଶୀତାଂଶୁ ଶୀତକର ll 1 ଖମଣି କ୍ଷପାକର l ସାରଙ୍ଗ ଶଶଧର ll 2 କ୍ଷପାକର ଖମଣି l ଉଡୁପ ନିଶାମଣି ll 3 ମୃଗାଙ୍କ ହରିଣାଙ୍କ l ଶଶଧର ଶଶାଙ୍କ ll 4 ନିଶାମଣି ଉଡୁପ l ଖମଣି ନକ୍ଷତ୍ରପ ll 5 ଶୀତକର ଶୀତାଂଶୁ l ହିମକର ହିମାଂଶୁ ll 6 ଶଶାଙ୍କ ଶଶଧର l ଇନ୍ଦୁ ଶିଶିରକର ll 7 ସୁଧାଂଶୁ ସୁଧାନିଧି l ଚନ୍ଦ୍ରମା କଳାନିଧି ll 8 ଇନ୍ଦୁ ଅମୃତକର l ସୁଧାଂଶୁ ସୁଧାକର ll 9 ମୃଗଲାଞ୍ଛନ ନାମ l ଶ୍ଵେତଭାନୁ ସୁନାମ ll10 ସୋମ ସୃଣି ଅମ୍ବୁଜ l ହରିଦଶ୍ଵ ଅମ୍ଭୋଜ ll11 ଇନ୍ଦୁ ବିଧୁ ଉଡୁପ l ଅମ୍ବୁଜ ନକ୍ଷତ୍ରପ ll 12 ସାରସ ଶୀତକର l ସାରଙ୍ଗ ସୁଧାକର ll 13 ଶ୍ଵେତଭାନୁ ସାରଙ୍ଗ l ସୁଧାନିଧି ଶାରଙ୍ଗ ll14 ଇନ୍ଦୁ କଞ୍ଜ ଅବ୍ ଜ l ସାରସ କମଳଜ ll 15 ତମୋହର ଶଶାଙ୍କ l ହରିଣାଙ୍କ ମୃଗାଙ୍କ ll16 —————————– ଚନ୍ଦ୍ର: (ପ୍ରତିଶବ୍ଦ 12 ଅକ୍ଷରରେ)
ନିଶାକର, ନିଶା-ପତି ନିଶାମଣି l ଅମ୍ବୁଜ, ଉଡୁପ ସାରଙ୍ଗ, ଖମଣି ll 1
ବିଧୂ, ଇନ୍ଦୁ, ଅର୍କ କଞ୍ଜ, ଶ୍ଵେତଭାନୁ l ସୋମ, ସୃଣି, ଚନ୍ଦ୍ର ଜ୍ୟୋତ୍ସ୍ନା ଶୁକ୍ଳ ତନୁ ll 2
ଶୀତକର କଳା-କର ନିଶାକର l ସୁଧାକର ଶଶ-ଧର ତମୋହର ll 3
ଶଶାଙ୍କ, ମୃଗାଙ୍କ ତୁହିନକର l ଅମ୍ବୁଜ, ଅମ୍ଭୋଜ ଅମୃତକର ll 4
କୁମୁଦବନ୍ଧୁ(ଚନ୍ଦ୍ର) ଯେ କୁମୁଦବାନ୍ଧବ l ଚନ୍ଦ୍ର ନାମ ପ୍ରିୟ ମନେ ରଖିଥିବ ll 5
ହରିଦଶ୍ଵ ହିମ-କର କ୍ଷପାକର l ପଦ୍ମଜ, ଅବ୍ ଜ ଚନ୍ଦ୍ର ନାମ ଯାର ll 6
ମୃଗାଙ୍କ, ଶଶାଙ୍କ ମୃଗଲାଞ୍ଛନ ଯେ l ସୁଧାଂଶୁ, ଶୀତାଂଶୁ ଶ୍ଵେତଭାନୁ ସେ ଯେ ll 7 ————————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [5/3, 9:08 PM] Raj Kishore Sahoo: ନବାକ୍ଷରୀ ଛନ୍ଦରେ ଗାନୀରତ୍ନ ଗୀତାଞ୍ଜଳି (3)
ଚନ୍ଦ୍ରର ନାମ ଶବ୍ଦ ସବୁ l
ମୃଗାଙ୍କ ସୁଧାଂଶୁ ଶଶାଙ୍କ l ମୃଗଲାଞ୍ଛନ ହରିଣାଙ୍କ ll 1 ସୁଧାଂଶୁ ଶଶାଙ୍କ ମୃଗାଙ୍କ l ଶିଶିରକର ହରିଣାଙ୍କ ll 2 କୁମୁଦବନ୍ଧୁ କ୍ଷପାକର l ଶିଶିରକର ଶଶଧର ll 3 ଅର୍କ, ଉଡୁପ ନିଶାକର l ଅମୃତକର ସୁଧାକର ll 4 ଶୀତାଂଶୁ ସୁଧାଂଶୁ ଖମଣି l ମୃଗଲାଞ୍ଛନ ନିଶାମଣି ll 5 ଶିଶିରକର ନିଶାକର l କୁମୁଦବନ୍ଧୁ କଳାକର ll 6 ତୁହିନକର ତମୋହର l ଅମୃତକର ସୁଧାକର ll 7 ଶିଶିରକର ସୁଧାନିଧି l ଅମୃତକର କଳାନିଧି ll 8 ଇନ୍ଦୁ ଅବ୍ ଜ କମଳଜ l ସୁଧାଂଶୁ ଶୀତାଂଶୁ ପଦ୍ମଜ ll 9 କୁମୁଦବନ୍ଧୁ ନିଶାମଣି l ଅର୍କ ନକ୍ଷତ୍ରପ ଖମଣି ll 10 କଞ୍ଜ କମଳଜ ଉଡୁପ l ଅମୃତକର ନକ୍ଷତ୍ରପ ll 11 ଶୀତାଂଶୁ ଶ୍ଵେତଭାନୁ ନାମ l ଅର୍କ ଉଡୁପ ସୃଣି ସୋମ ll 12 ସାରସ ସାରଙ୍ଗ ସୁଧାଂଶୁ l ଅମ୍ବୁଜ ଉଡୁପ ଶୀତାଂଶୁ ll 13 ଉଡୁପ ଅମ୍ଭୋଜ ଅମ୍ବୁଜ l ଇନ୍ଦୁ ଖମଣି କମଳଜ ll 14 ଅମ୍ବୁଜ ଅମ୍ଭୋଜ ପଦ୍ମଜ l ଅମୃତକର କମଳଜ ll 15 ——————————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର