ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 108 ନାମ :

ଅ-8, ଆ-1, କ-18, ଖ- 1, ଗ- 3, ଚ-6, =37 ଜ-6, ନ-12, ଦ-10, ପ-9, ବ-4, ଭ-3, =44 ମ-4, ର-1, ଲ-1, ଶ- 6, ସ-4 , କ୍ଷ-4= =20 (37+44+20=101)

ଅନ୍ତର୍ଯ୍ୟାମୀ, ଅନାଥର ନାଥ, ଅରକ୍ଷ ରକ୍ଷଣ ଅନନ୍ତ, ଅସୀମ, ଅବିନାଶ ଅଗତିର ଗତି, ଅନାଥର ନାଥ

ଆରତତ୍ରାଣ

କଳାଶ୍ରୀମୁଖ , କମଳାବଲ୍ଳଭ କୃପାସାଗର, କରୁଣାସିନ୍ଧୁ, କଳାକେଶରୀ କମଳଲୋଚନ, କରୁଣାସାଗର, କୃପାସିନ୍ଧୁ2 କରୁଣାକର, କୃପାନିଧି2, କୃପାବାରିଧି କଳାବଦନ2 , କୁଞ୍ଜନୀଳଗିରି2 , କମଳାପତି , କାଳିଆ ସାଆନ୍ତ, କଳାଠାକୁର, କଳ୍ପବଟମୂଳ ବାସୀ, କାଳିଆ ହାତୀ,

ଖଗପତି ଗରୁଡ଼ଧ୍ଵଜ, ଗର୍ବଗଞ୍ଜନ , ଗରୁଡ଼lସନ,

ଚିନ୍ତାମଣି, ଚତୁର୍ଭୁଜ, ଚକାଆଖି, ଚକ୍ରପାଣି2, ଚକ୍ରଧର, ଚକାନୟନ

ଜଗଦୀଶ, ଜଗତନାଥ2, ଜଗତପାଳନକାରୀ2, ଜଗମୋହନ, ଜଗବନ୍ଧୁ, ଜଗନ୍ନାଥ

ନୀଳାଚଳ ବlସୀ, ନୀଳଗିରି ନାଥ, ନୀଳାଚଳ ସାଇଁ, ନିଳାଦ୍ରୀ କଣ୍ଠୀରବ , ନୀଳଚକ୍ର, ନାରାୟଣ, ନୀଳଗିରି ସାଇଁ2,
ନିଳାଦ୍ରି କେଶରୀ2, ନୀଳାଚଳ କଳାକାର ନିଳାଦ୍ରି ବିହାରୀ 5 , ନୀଳାଚଳ ବିହାରୀ,
ନୀଳଶୈଳ,

ଦୟାମୟ, ଦୁଃଖନାଶନ,
ଦାରିଦ୍ର୍ଯଭଞ୍ଜନ ଦୀନବନ୍ଧୁ2, ଦଇତାରି2 , ଦୟାଳୁମଣି ଦେବରାଜ, ଦେବାଧିରାଜ ଦାରୁଦେବତା, ଦଧିବାବନ,

ପଙ୍କଜ ନୟନ, ପଦ୍ମମୁଖ 2, ପଦ୍ମ ଚରଣ, ପୁରୁଷୋତ୍ତମ, ପଦ୍ମଲୋଚନ ପରମେଶ୍ଵର, ପଙ୍କଜ ଚରଣ
ପଙ୍କଜ ମୁଖ, ପତିତପାବନ3,

ବିଚିତ୍ର କର୍ମl, ବଳୀଆରଭୁଜ2 ବଡ ଠାକୁର, ବିଶ୍ଵବିହାରୀ 3,

ଭକ୍ତବନ୍ଧୁ2 , ଭବ ନାଉରୀ 2, ଭୁବନମୋହନ,

ମାୟାଧର, ମନୁଆ ରାଜା, ମାନ ଉଦ୍ଧାରଣ, ମହୋଦଧି କୂଳ ବାସୀ 2

ରଙ୍ଗାଧର, ଲକ୍ଷ୍ମୀପତି

ଶ୍ରୀରଙ୍ଗା ଚରଣ 2 , ଶ୍ରୀକ୍ଷେତ୍ର ମଉଡ଼ମଣି 2 ଶଙ୍ଖକ୍ଷେତ୍ର ମଉଡ଼ମଣି, ଶ୍ଵେତପଦ୍ମ ତୋଳା, ଶ୍ରୀମନ୍ଦିର ନିବାସୀ ଶ୍ରୀକ୍ଷେତ୍ର ବଲ୍ଳଭ ,

ସିନ୍ଧୁଜେମା ପ୍ରାଣଧନ, ସର୍ବଶକ୍ତିମାନ, ସର୍ବଜୀବପତି, ସିନ୍ଧୁସୂତାପତି

କ୍ଷେତ୍ରମଣି , କ୍ଷେତ୍ର ମୋହନ, କ୍ଷେତ୍ରବାସୀ 2, କ୍ଷମାସାଗର ————————– ମହାପ୍ରଭୁ ହେ -1

କମଳଲୋଚନ ମୋ କଳାବଦନ କୁଞ୍ଜନୀଳଗିରି ବlସି l ଭୁବନମୋହନ ପଙ୍କଜ ନୟନ ଦେଖେ ଅଶ୍ରୁ ଜଳେ ଭାସି ll 1

ହେ ବିଶ୍ଵବିହାରୀ ନୀଳାଚଳ ବlସୀ ସିନ୍ଧୁଜେମା ପ୍ରାଣଧନ l କୃପାସିନ୍ଧୁ ମଣି ସ୍ତୁତି କରେ ନୀତି ପଦ୍ମପଦେ ଥାଉ ମନ ll 2

ନୀଳଗିରି ସାଇଁ ନିଳାଦ୍ରିବିହାରୀ ମହୋଦଧି କୂଳ ବାସୀ l କୃପା ନେତ୍ରେ ସଦା ଚାହିଁ ଦେଖୁଥାଅ ଦ୍ଵିସପ୍ତ ଭୁବନ ହସି ll 3

ନିଳାଦ୍ରିକେଶରୀ ନାମ ବହି ଧନ୍ଯ ଶ୍ରୀକ୍ଷେତ୍ର ମଉଡ଼ମଣି l ଯୁଗେଯୁଗେ ତୁମ ସ୍ତୁତି କରୁଥିବି କରୁଣାଦ୍ର ହୃଦ ଗୁଣୀ ll 4

ନୀଳଗିରି ନାଥ ଶୋଭା ପଦ୍ମମୁଖ ଅପରୂପ ଅନିନ୍ଦିତ l ନୀଳଚକ୍ର ଚାହିଁ ସ୍ତୁତି କରୁଥିଲେ ମହାନନ୍ଦ ଅପ୍ରମିତ ll 5

ଶ୍ରୀକ୍ଷେତ୍ର ବଲ୍ଳଭ ସର୍ବଶକ୍ତିମାନ ଶ୍ରୀରଙ୍ଗା ଚରଣ ଆଶ୍ରା l ସର୍ବଜୀବପତି ସିନ୍ଧୁସୂତାପତି ହର ହେ କାଳ ତମିସ୍ରା ll 6

ଆହେ ଭକ୍ତବନ୍ଧୁ ଏ ଭବ ନାଉରୀ କାଳିଆ ସାଆନ୍ତ ମୋର l କଳାଠାକୁର ହେ ବଡ ଠାକୁର ହେ ନୀଳାଚଳ କଳାକାର ll 7

ପତିତପାବନ ପଦ୍ମଲୋଚନକୁ ବଳୀଆର୍ ଭୁଜ ଚାହିଁ l କ୍ଷମାସାଗର ହେ କ୍ଷମା କରବାରେ ଜାଣି ମୋପରି ଚଣ୍ଡାଳ ନାହିଁ ll 8 —————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ମହାପ୍ରଭୁ ହେ (2)

ମାନ ଉଦ୍ଧାରଣ ଶ୍ରୀରଙ୍ଗା ଚରଣ ଶ୍ରୀକ୍ଷେତ୍ର ମଉଡ଼ମଣି l ଶରଣ ରକ୍ଷଣ ନିଳାଦ୍ରୀ ବିହାରୀ
ମାୟାଧର ମାୟା ଜାଣି ll 1

ହେ ଦୁଃଖ ନାଶନ ଦାରିଦ୍ର୍ଯ ଭଞ୍ଜନ ଦୀନବନ୍ଧୁ ଦଇତାରି l ଜଗତ ପାଳନକାରୀ କୃପାସିନ୍ଧୁ ନିଳାଦ୍ରି ବିହାରୀ ହରି ll 2

ମୋ କଳାବଦନ କୁଞ୍ଜ ନୀଳଗିରି ଜଗତ ପରମେଶ୍ଵର l ଅଗତିର ଗତି ଅନାଥର ନାଥ ଚକ୍ରପାଣି ଚକ୍ରଧର ll 3

ଆହେ ଜଗଦୀଶ ଜଗତନାଥ ହେ ଜଗତ ପାଳନକାରୀ l ନିଳାଦ୍ରୀ କେଶରୀ ହେ ବିଶ୍ଵବିହାରୀ ଦିନଜନ ଦୁଃଖହାରୀ ll 4

ପ୍ରଭୁ ଦେବରାଜ ଦେବାଧିରାଜ ହେ ଭକ୍ତବନ୍ଧୁ ପଦ୍ମମୁଖ ll ମହୋଦଧି କୂଳ ବାସୀ କ୍ଷେତ୍ରବାସୀ କରୁଣା କଲ୍ଲୋଳ ସୁଖ ll 5

ଦିନଗଲା ମୋର ନୀଳଗିରି ସାଇଁ
ପଙ୍କଜ ଚରଣ ଚାହିଁ l ପଙ୍କଜ ମୁଖ କି ପାଷାଣ ହୋଇଲ ମୋ ଦୁଃଖ ବୁଝିଲ ନାହିଁ ll 6

କୃପାନିଧି ଜାଣି କୃପା ବାରିଧି କି ଆଶ୍ରା କରି ଆସିଥିଲି l ଖଗପତି ଦେଖି ଖପା ହେଲ ଅବା ଦିନଦୁଃଖୀ ଦୁଃଖ ଭୁଲି ll 7

ଚକାନୟନ ହେ ଅଜଣା ହୋଇଲ ଜାଣି ମୋ ଆରତ ଦୁଃଖ l ଚକାଆଖି ଥାଇ କ୍ଷଣେ ଚାହଁ ନାହିଁ ନୁହେଁ ମୋ ଭାଗ୍ୟ ସଳଖ ll 8

ଅନ୍ତର୍ଯ୍ୟାମୀ ହୋଇ ବୁଝ ନାହିଁ କାହିଁ ବୁଦ୍ଧି ମତେ ଦିଶୁ ନାହିଁ ?l ଅନାଥର ନାଥ ଅରକ୍ଷ ରକ୍ଷଣ ନାମ ବହିଛ କିମ୍ପାଇଁ ?ll 9

ଅନନ୍ତ ଅସୀମ ଅବିନାଶ ତୁମେ କଳ୍ପବଟମୂଳ ବାସୀ l କାଳ କବଳରେ ପଡିଛି ଅକାଳେ ନ ରଖିଲେ ଯିବି ଭାସି ll 10 ————————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ମହାପ୍ରଭୁ ହେ -3 ନୀଳାଚଳ ବିହାରୀ ହେ ଦୁଃଖହାରୀ ଦୀନବନ୍ଧୁ ଦଇତାରୀ l ଶ୍ରୀମନ୍ଦିର ନିବାସୀ ହେ କ୍ଷେତ୍ରବାସୀ ଶୁଣ ବାରେ ମୋ ଗୁହାରି ll 1

ଜଗମୋହନ ହେ ଜଗତ ନାଥ ହେ ତୁମେ କି ପଥର ଦାରୁ l କରିଦିଅ କୋପେ ପଥର ଅହଲ୍ୟା ତୁମ ନାମ ଧରୁଧରୁ ll 2

ଭବ ନାଉରୀ ହେ ତୁମ ଠାରୁ ବଳି ଅଛି କେ ବିଚିତ୍ର କର୍ମl l ଦୟାଳୁମଣି ହେ ଦେଖୁଛି ବିଚିତ୍ର ମୋ ଦୁଃଖରେ ଅଗ୍ନିଶର୍ମା ll 3

କlଳ କୁଟ କୋପ ଅସହ୍ଯ ଜାଣି କି ଆସିଥିଲି ନୀଳାଚଳ l ପତିତପାବନ ପଥର ଠୁ ବଳି ଦେଖି ପ୍ରାଣ ଅସମ୍ଭାଳ ll 4

ଶୁଣ ମୋ ଗୁହାରି ହେ ବିଶ୍ଵବିହାରୀ
ଆହେ ବଳୀଆରଭୁଜ l ଅନ୍ଧଭକ୍ତ ଜାଣି ମୋ ଗର୍ବ ଗଞ୍ଜନ କରିି ମାର ଚତୁର୍ଭୁଜ ll 5

ଗରୁଡ଼ଧ୍ଵଜ ହେ ଦେବାଧିରାଜ ହେ ହେ ନୀଳାଦ୍ରି କଣ୍ଠୀରବ(ସିଂହ) l ଗୁହାରି ନଶୁଣ ଫେରିବିନି ଆଉ ଯାଉ ଶ୍ରୀକ୍ଷେତ୍ରରେ ଜୀବ ll 6

ପତିତ ପାବନ ବାନାରେ କଳଙ୍କ ହେବାକୁ ଲେଖିଛି ବିଧି ?l ଚିନ୍ତାମଣି ଚକ୍ର-ପାଣି ଅସହାୟ ଦିଶୁନାହିଁ ମତେ ବୁଦ୍ଧି ?ll 7

ମହୋଦଧି ଜଳେ ହାରିବି ଜୀବନ ଲେଖିକି ନିର୍ଦୋଷ ବିଧି l ଆରତତ୍ରାଣ ହେ କହିବି କାଳକୁ ନିଷ୍କଳଙ୍କ କୃପାନିଧି ll 8 ————————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ମହାପ୍ରଭୁ ହେ - 4

କରୁଣା ସାଗର କରୁଣା ସିନ୍ଧୁ ହେ କରୁଣାବାରିଧି ହରି l ତୁଛ ମଣି ମତେ ଚାହୁଁ ନାହଁ ଥରେ ପର କରିଦେଲା ପରି ll 1

କମଳା ପତି ହେ କାଳିଆ ହାତୀ ହେ ମାଗୁନାହିଁ ଘୋଡା ହାତୀ l ଆସିଛି ଦେଖିବି ଦାରୁ ଦେବତା ମୋ କେମିତି ପଥର ଛାତି ?ll 2

ଦଧିବାମନ ହେ ଦାରୁ ଦେବତା ହେ ଦେଖୁଛି ମନୁଆ ରାଜା l ମୋ ଜୀବନ ପଛେ ନର୍କେ ପଡିଥାଉ ବସି ଖାଅ କ୍ଷୀରି ଖଜା ll 3

ଆରତତ୍ରାଣ ହେ ନୀଳାଚଳ ସାଇଁ ମୁହିଁ ଦୀନଦୁଃଖୀ ଜନ l କମଳାବଲ୍ଳଭ ହେ କୃପାସାଗର ମୋର ହୃଦ ଗଣ୍ଠିଧନ ll 4

କରୁଣାସିନ୍ଧୁ ହେ ଜଗତବନ୍ଧୁ ହେ କୃପାନିଧି କୃପା କର l ହେ ଗରୁଡ଼ଧ୍ଵଜ ଗରୁଡ଼ଆସନ ଦୟା ବହି କ୍ଷମାକର ll 5

କୃପାସାଗର ହେ କଳାକେଶରୀ ହେ ସିନ୍ଧୁଜେମା ପ୍ରାଣଧନ l ଦୁଃଖ ହରିବାକୁ ଆସିବ କି ଛାଡି ଥିଲେ ବଇକୁଣ୍ଠେ ମନ ?ll 6

ଆହେ କ୍ଷେତ୍ରମଣି କ୍ଷେତ୍ରମୋହନ ହେ ଚକାଆଖି ଚିନ୍ତାମଣି l ଜଗବନ୍ଧୁ ବୋଲି ଜଗତେ ବୋଲନ୍ତି ଆସିଛି ଶ୍ରୀକ୍ଷେତ୍ର ଶୁଣି ll 7

ହେ ପୁରୁଷୋତ୍ତମ ପତିତପାବନ ପଦ୍ମଚରଣରେ ମନ l ସ୍ତୁତି କରୁକରୁ ଜୀବ ଯାଉ ଛାଡି ଧରି ନୀଳଶୈଳ ଧନ ll 8

ଆହେ ରଙ୍ଗାଧର ଶ୍ରୀରଙ୍ଗାଚରଣ ଲକ୍ଷ୍ମୀପତି ଜଗନ୍ନାଥ l ଶ୍ଵେତପଦ୍ମତୋଳା ସୁନାମ ଯାହାର ଗତି ମୁକ୍ତି ଦାତା ପଥ ll 9

ଶଙ୍ଖକ୍ଷେତ୍ର ମଉଡ଼ମଣି ମଣିମା ଶୁଣିବା ହେଉ ଗୁହାରି l ନିରାଶ୍ରୟ ଜାଣି ଦୟାମୟ ହରି ଦୁଃଖହର ଦଇତାରୀ ll 10 ——————————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର ,

ଶବ୍ଦ ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ଗାନୀରତ୍ନ ଗୀତାଞ୍ଜଳି ll 9

ଜଳ: ଜଳଶବ୍ଦରୁ ସୃଜିତ ସମୁଦ୍ର,ମେଘ,ପଦ୍ମ ସମୁଦ୍ର:(ଜଳଧି ,ଜଳନିଧି, ଜଳଧର) ବାରିଧି, ବlରାନିଧି, ନୀରଧି, ନୀରନିଧି(ସମୁଦ୍ର), ପୟୋଧି, ପୟୋନିଧି(ସମୁଦ୍ର) ପୟୋଧର(ସମୁଦ୍ର)

ମେଘ:( ଜଳଦ, ଜଳଧର) ବାରିଦ, ବାରିଧର, ଅମ୍ବୁଦ, ଅମ୍ବୁଧର ପୟୋଦ, ପୟୋଧର ) ନୀରଦ, ଜୀବନଦ(ମେଘ), ଜୀବନ ଅର୍ଥ ଜଳ, ପ୍ରାଣ)

ପଦ୍ମ:(ଜଳଜ, ବାରିଜ, ବନଜ, ଅମ୍ବୁଜ, ନୀରଜ) ଜଳଜ ଅର୍ଥ ଜଳଜାତ ବାରିଜ, ବାରି ଅର୍ଥ ଜଳ, ଜଳଜାତ ବନଜ, ବନ ଅର୍ଥ ଜଳ, ଅମ୍ବୁଜ, ଅମ୍ବୁ ଅର୍ଥ ଜଳ, ନୀରଜ, ନୀର ଅର୍ଥ ଜଳ,

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ଶବ୍ଦ ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ଗାନୀରତ୍ନ ଗୀତାଞ୍ଜଳି ll10

ଜଳର ପ୍ରତିଶବ୍ଦ: 2 ଅକ୍ଷରରେ: ନୀର, ବାରି, ବନ, ଅମ୍ବୁ, ଅମ୍ଭ, ଅପ୍, ଅର୍ଣ୍ଣ ଇରା, ଇଳା, ଉଦ, ଜଳ, ପୟଃ, ପାଥ, ପାଣି, ତୋୟ

3 ଅକ୍ଷରରେ: ସଲିଳ, ଅମୃତ, ଉଦକ, ପୁଷ୍କର, ———————— ଜଳର ପ୍ରତିଶବ୍ଦ 9 ଅକ୍ଷରରେ ଶବ୍ଦଗୀତି

ବନ ବାରି ନୀର ସଲିଳ l ଅମ୍ବୁ ଅମ୍ଭ ଅମୃତ ଜଳ ll 1 ଇରା ଇଳା ଉଦ ସଲିଳ l ପlଥ ପୟଃ ପୁଷ୍କର ଜଳ ll 2 ଅମୃତ ଅମ୍ଭ ଅମ୍ବୁ ନୀର l ସଲିଳ ଅମୃତ ପୁଷ୍କର ll 3 ଅମୃତ ଉଦକ ସଲିଳ l ଅପ୍ ପୁଷ୍କର ପୟଃ ଜଳ ll 4 ଅମ୍ବୁ ସଲିଳ ପlଥ ପୟଃ l ଉଦ ଉଦକ ଅର୍ଣ୍ଣ ତୋୟ ll 5 ଅମୃତ ସଲିଳ ପୁଷ୍କର l ଉଦ ଉଦକ ଅମ୍ବୁ ନୀର ll 6 ଇରା ଇଳା ପୟଃ ପୁଷ୍କର l ଅମ୍ବୁ ଅର୍ଣ୍ଣ ଅମୃତ ନୀର ll 7 ଉଦକ ଅମୃତ ପୁଷ୍କର l ସଲିଳ ନାମ ଜଳ ନୀର ll 8 ବାରି ପୁଷ୍କର ପୟଃ ତୋୟ l ଅମ୍ବୁ ଉଦକ ବାରି ପୟଃ ll 9 ଅର୍ଣ୍ଣ ପୁଷ୍କର ପୟଃ ଜଳ l ଅମୃତ ଉଦକ ସଲିଳ ll 10 ————————- ଜଳ ଶବ୍ଦର ବିଭିନ୍ନ ପ୍ରୟୋଗ l ଶବ୍ଦ ଶେଷରେ “ଦ” ଅର୍ଥ ଦେବା l ଜଳଦ ଅର୍ଥ ଜଳ ଦିଏ (ମେଘ)l ସେହିପରି , ବାରିଦ, ନୀରଦ, ଅମ୍ବୁଦ, ପୟୋଦ, ଅମ୍ଭୋଦ ———————- ଶବ୍ଦ ଶେଷରେ “ଧି” ଅର୍ଥ ଧରି ରଖିବା l ଜଳଧି ଅର୍ଥ ଜଳକୁ ଯିଏ ଧରି ରଖେ (ସମୁଦ୍ର) ତେଣୁ ସମୁଦ୍ରର ପ୍ରତିଶବ୍ଦ: ଜଳଧି , ବାରିଧି, ନୀରଧି ଉଦଧି, ଅବ୍ ଧି , ଅମ୍ବୁଧି ଅମ୍ବୁଧି, ଅମ୍ଭୋଧି, ପୟୋଧି, କ୍ଷୀରାବ୍ଧି/କ୍ଷୀରୋଦ(କ୍ଷୀର ସମୁଦ୍ର) —————- ଶବ୍ଦ ଶେଷରେ “ନିଧି” ଅର୍ଥ ରତ୍ନ, ଭଣ୍ଡାର, ଜଳନିଧି ଅର୍ଥ ଜଳର ଭଣ୍ଡାର, ସମୁଦ୍ର l ସେହିପରି ନୀରନିଧି, ବାରlନିଧି ପୟୋନିଧି, ଅମ୍ବୁନିଧି, ଅମ୍ଭୋନିଧି,

ସମୁଦ୍ର (ଜଳଧି ,ଜଳନିଧି) ବାରିଧି, ବlରାନିଧି, ନୀରଧି, ନୀରନିଧି(ସମୁଦ୍ର), ପୟୋଧି, ପୟୋନିଧି(ସମୁଦ୍ର) —————— ଶବ୍ଦ ଶେଷରେ “ଧର” ଅର୍ଥ ଧରି ରଖିଛି l ଜଳଧର ଅର୍ଥ ଯେ ଜଳକୁ ଧରି ରଖିଛି(ମେଘ, ସମୁଦ୍ର) l ସେହିପରି, ବାରିଧର(ମେଘ), ଅମ୍ବୁଧର(ମେଘ), ପୟୋଧର(ସମୁଦ୍ର, ପର୍ବତ, ସ୍ତନ) ଗଙ୍ଗାଧର(ସମୁଦ୍ର, ଶିବ) —————– ମେଘ( ଜଳଦ, ଜଳଧର) ବାରିଦ, ବାରିଧର, ଅମ୍ବୁଦ, ଅମ୍ବୁଧର ପୟୋଦ, ପୟୋଧର ) ନୀରଦ, ) ————————– ଶବ୍ଦ ଶେଷରେ “ଜ” ଅର୍ଥ ଜାତ, ଜନ୍ମ l ଜଳଜ ଅର୍ଥ ଜଳରୁ ଜନ୍ମ, ଜାତ ଯେ (ପଦ୍ମ),
ସେହିପରି , ବାରିଜ, ବନଜ, ନୀରଜ, ଅମ୍ବୁଜ, ଅମ୍ଭୋଜ, ପୟୋଜ

ପଙ୍କରୁ ଜାତ ପଙ୍କଜ, ପଙ୍କେରୁହ, ପୋଖରିରୁ ଜନ୍ମ, ସରୋଜ, ସରୋରୁହ,

ପଦ୍ମରୁ ଜନ୍ମ, ଜାତ ଯେ
ପଦ୍ମଜ(ଚନ୍ଦ୍ର, ବ୍ରହ୍ମା), କମଳଜ, (କମଳ(ଜଳ, ପଦ୍ମ, ଆକାଶ) ଅମ୍ବୁଜ(ଚନ୍ଦ୍ର, ପଦ୍ମ), ଅମ୍ଭୋଜ(ଚନ୍ଦ୍ର, ପଦ୍ମ) ———————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ଗାନୀରତ୍ନ ଗୀତାଞ୍ଜଳି ll11

ଗଛର ପ୍ରତିଶବ୍ଦ: 2 ଅକ୍ଷରରେ: ବୃକ୍ଷ, ଗଛ ଦାରୁ, ଦ୍ରୁମ, ତରୁ, କୁଟ ଶାଖୀ, ଅଦ୍ରି, ପତ୍ରୀ, ନଗ

3 ଅକ୍ଷରରେ: ଉଦ୍ଭିଦ, ପାଦପ, ଅଚଳ, ଅଂହ୍ରିପ,
ଭୂରୁହ, ଭୂ(ମହୀ, ଧରା, ପୃଥିବୀ)

4 ଅକ୍ଷରରେ: ମହୀରୁହ, —————————— ତରୁ, ଦାରୁ ପାଦପ, ଅଂହ୍ରିପ, ଭୂରୁହ, ମହୀରୁହ ———————– ଗଛର ପ୍ରତିଶବ୍ଦ 9 ଅକ୍ଷରରେ ଶବ୍ଦଗୀତି l

ତରୁ ଦାରୁ ଦ୍ରୁମ ଭୂରୁହ l ଶାଖୀ ପାଦପ ମହୀରୁହ ll 1 ଉଦ୍ଭିଦ ଅଂହ୍ରିପ ପାଦପ l ଭୂରୁହ ଅଚଳ ଅଂହ୍ରିପ ll 2 ଅଦ୍ରି ଅଚଳ ମହୀରୁହ l ପାଦପ ଅଂହ୍ରିପ ଭୂରୁହ ll 3 ନଗ ପାଦପ ମହୀରୁହ l ଅଚଳ କୁଟ ଦ୍ରୁମ କୁହ ll 4 ଅଦ୍ରି ଅଂହ୍ରିପ ମହୀରୁହ l ଉଦ୍ଭିଦ ଅଚଳ ଭୂରୁହ ll 5 ଭୂରୁହ ମହୀରୁହ ତରୁ l ଶାଖୀ ପାଦପ ଦ୍ରୁମ ଦାରୁ ll 6 ପାଦପ ପତ୍ରୀ ମହୀରୁହ l ପତ୍ରୀ ଉଦ୍ଭିଦ ବୃକ୍ଷ କୁହ ll 7 ପତ୍ରୀ ନଗ କୁଟ ପାଦପ l ଅଚଳ ଉଦ୍ଭିଦ ଅଂହ୍ରିପ ll 8 ଅଦ୍ରି ଅଚଳ କୁଟ ଦାରୁ l ପତ୍ରୀ ପାଦପ ନଗ ତରୁ ll 9 ବୃକ୍ଷ ଭୂରୁହ ମହୀରୁହ l ଅଂହ୍ରିପ ପାଦପ ଭୂରୁହ ll 10 ————————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ମଣି ଗାନୀ ଗୀତାଞ୍ଜଳି ll12

ପକ୍ଷୀ, ଚଢ଼େଇର ପ୍ରତିଶବ୍ଦ: 2 ଅକ୍ଷରରେ: ଖଗ, ଦ୍ଵିଜ, ପତ୍ରୀ, ପକ୍ଷୀ ପତ୍ରୀ (ପକ୍ଷୀ, ବୃକ୍ଷ, ଶର) ଦ୍ଵିଜ (ପକ୍ଷୀ, ବ୍ରାହ୍ମଣ, ଦନ୍ତ) ଖଗ(ଖ ଅର୍ଥ ଆକାଶ, ଆକାଶରେ ଯେ ଗମନ କରେ ସେ ଖଗ(ପକ୍ଷୀ) 3 ଅକ୍ଷରରେ:

ବିହଗ, ବିହଙ୍ଗ, ବିଷ୍କିର/ବିସ୍କିର, ଖେଚର ଚଢେଇ, ଅଣ୍ଡଜ ଶକୁନ, ଶକୁନ୍ତ, ପତତ୍ରୀ,

ପତଗ/ପତଙ୍ଗ/ପତଙ୍ଗମ ଅର୍ଥ (ପକ୍ଷୀ, ଶର, ସୂର୍ଯ୍ୟ, ଅଗ୍ନି, ଝିଣ୍ଟିକା) ବିହଗ/ବିହଙ୍ଗ/ବିହଙ୍ଗମ ଅର୍ଥ (ପକ୍ଷୀ, ଶର, ସୂର୍ଯ୍ୟ,) ଅଣ୍ଡଜ ଅର୍ଥ (ପକ୍ଷୀ, ସର୍ପ) ଶକୁନ/ଶକୁନ୍ତ ଅର୍ଥ (ପକ୍ଷୀ, ଶାଗୁଣା) (ଶାଗୁଣା ରକ୍ଷା କରି ଥିବାରୁ ଝିଅର ନାମ ଶକୁନ୍ତଳା ) l

4 ଶବ୍ଦରେ

ବିହଙ୍ଗମ, ବିହାୟସ, ନଭଶ୍ଚର ବିହାୟସ(ପକ୍ଷୀ, ଆକାଶ) ନଭଶ୍ଚର ଅର୍ଥ ପକ୍ଷୀ ଯେ ଆକାଶରେ ବିଚାରଣ କରେ) ———————- ଶବ୍ଦ ଗୀତରେ 1 ଖଗ,ବିହଗ, ବିହଙ୍ଗ,ବିହଙ୍ଗମ ଖେଚର ବିଷ୍କିର ନଭଶ୍ଚର ଦ୍ଵିଜ ଅଣ୍ଡଜ ପତ୍ରୀ ପତତ୍ରୀ ———————- ପକ୍ଷୀର ପ୍ରତିଶବ୍ଦ 9 ଅକ୍ଷରରେ ଶବ୍ଦଗୀତି l

ଖଗ ବିହଗ ନଭଶ୍ଚର l ବିହଗ ବିହଙ୍ଗ ଖେଚର ll 1 ବିହଙ୍ଗ ବିହଗ ବିଷ୍କିର l ଖଗ ଖେଚର ନଭଶ୍ଚର ll 2 ବିହଗ ବିହଙ୍ଗମ ପତ୍ରୀ l ଶକୁନ ଶକୁନ୍ତ ପତତ୍ରୀ ll 3 ପତତ୍ରୀ ବିହାୟସ ଖଗ l ଅଣ୍ଡଜ ଖେଚର ବିହଗ ll 4 ଦ୍ଵିଜ ଖେଚର ନଭଶ୍ଚର l ଖଗ ବିହଗ ଯେ ବିସ୍କିର ll 5 ବିସ୍କିର ବିହଗ ଖେଚର l ପକ୍ଷୀ ଚଢେଇ ନଭଶ୍ଚର ll 6 ଖେଚର ବିଷ୍କିର ପତତ୍ରୀ l ଅଣ୍ଡଜ ବିହାୟସ ପତ୍ରୀ ll 7 ଖେଚର ବିଷ୍କିର ଅଣ୍ଡଜ l ବିହଗ ବିହାୟସ ଦ୍ଵିଜ ll 8 ଶକୁନ୍ତ ଶକୁନ ବିହଗ l ନଭଶ୍ଚର ଯେ ଦ୍ଵିଜ ଖଗଃ ll 9 ନଭଶ୍ଚର ଯେ ବିହାୟସ l ପକ୍ଷୀ ପତତ୍ରୀ ନାମ ଘୋଷ ll 10 ପତ୍ରୀ ଯେ ପତତ୍ରୀ ପତଗ l ଶକୁନ୍ତ ଖେଚର ବିହଗ ll 11 ପତ୍ରୀ ପତଙ୍ଗ ପତଙ୍ଗମ l ଖଗ ବିହଗ ବିହଙ୍ଗମ ll 12 ପତତ୍ରୀ ପତଗ ପତଙ୍ଗ l ବିସ୍କିର ବିହଗ ବିହଙ୍ଗ ll 13 ପତଙ୍ଗ ପତଙ୍ଗମ ଦ୍ଵିଜ l ବିହଙ୍ଗ ବିହଗ ଅଣ୍ଡଜ ll 14 ବିହଙ୍ଗମ ଯେ ପତଙ୍ଗମ l ବିସ୍କିର ଖେଚର ଯା ନାମ ll 15 —————————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ମଣି ଗାନୀ ଗୀତାଞ୍ଜଳି ll12

କୋଇଲି, କୋକିଳର ପ୍ରତିଶବ୍ଦ:

2 ଅକ୍ଷରରେ: ପିକ,
ଅଳି(କୋକିଳ, ଭ୍ରମର, କାକ)

3 ଅକ୍ଷରରେ : କୋଇଲି, କୋକିଳ

4 ଅକ୍ଷରରେ: କଳକଣ୍ଠ, କଳଘୋଷ କାମଦୂତ, ପରଭୃତ, ଅନ୍ୟଭୃତ ପରପୁଷ୍ଟ , ଅନ୍ୟପୁଷ୍ଟ ବନପ୍ରିୟ

5 ଅକ୍ଷରରେ ବସନ୍ତଦୂତ, ମଦନଦୂତ ———————- କୋଇଲିର ପ୍ରତିଶବ୍ଦ 9 ଅକ୍ଷରରେ ଶବ୍ଦଗୀତି

ପିକ କୋକିଳ କାମଦୂତ l କୋକିଳ ପିକ ପରଭୃତ ll 1

ଅଳି କୋକିଳ ଅନ୍ୟଭୃତ l କୋଇଲି ପିକ କାମଦୂତ ll 2

ବସନ୍ତଦୂତ କାମଦୂତ l ମଦନଦୂତ ପରଭୃତ ll 3

ଅଳି କୋକିଳ କାମଦୂତ l ବସନ୍ତଦୂତ ଅନ୍ୟଭୃତ ll 4

କଳକଣ୍ଠ ଯେ କଳଘୋଷ l ପିକ କୋକିଳ ନାମ ଘୋଷ(ମନେରଖ) ll 5

ପରଭୃତ ଯେ ଅନ୍ୟଭୃତ l ବସନ୍ତଦୂତ କାମଦୂତ ll 6

କଳଘୋଷ ଯେ କାମଦୂତ l ଅଳି କୋକିଳ ପରଭୃତ ll 7

ବସନ୍ତଦୂତ ବନପ୍ରିୟ l କୋକିଳ ଅଳି କୁହୁ ପ୍ରିୟ ll 8 ————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ମଣି ଗାନୀ ଗୀତାଞ୍ଜଳି ll13

ମୟୂର ପ୍ରତିଶବ୍ଦ:

2 ଅକ୍ଷରରେ: କେକୀ, ଶିଖୀ,ବର୍ହୀ

3 ଅକ୍ଷରରେ : ମୟୂର, କୋକିଳ(ମୟୂର, କୋଇଲି), କଳାପୀ, କୁଣ୍ଡଳୀ, ଶାରଙ୍ଗ, ବର୍ହିଣ,

4 ଅକ୍ଷରରେ:

ନୀଳକଣ୍ଠ(ମୟୂର, ଶିବ), ଶ୍ୟାମକଣ୍ଠ, ଶିତିକଣ୍ଠ, କଳକଣ୍ଠ(ମୟୂର, କୋଇଲି)

କେକlବଳ, ଶିଖାବଳ,

ପକ୍ଷୀରାଜ, ମାର୍ଜାରକ, ପନ୍ନଗାରି, ଉରଗାରି, ସର୍ପଭୁକ୍, ଫଣୀଭୁକ୍,

5 ଅକ୍ଷରରେ ଭୁଜଗାଶନ, ଭୁଜଙ୍ଗାଶନ, ଭୁଜଙ୍ଗଭୁକ୍, ———————- ମୟୂରର ପ୍ରତିଶବ୍ଦ 9 ଅକ୍ଷରରେ ଶବ୍ଦଗୀତି

କେକୀ କୁଣ୍ଡଳୀ କେକlବଳ l ଶିଖୀ ଶାରଙ୍ଗ ଶିଖାବଳ ll 1

କୁଣ୍ଡଳୀ କଳାପୀ କୋକିଳ l ଭୁଜଙ୍ଗାଶନ କେକlବଳ ll 2

ଶାରଙ୍ଗ ଶିଖୀ ଶିଖାବଳ l ବର୍ହିଣ କଳାପୀ କୋକିଳ ll 3

ଶିଖୀ ଶାରଙ୍ଗ ଶ୍ୟାମକଣ୍ଠ l କେକୀ କଳାପୀ କଳକଣ୍ଠ ll 4

କଳାପୀ କୁଣ୍ଡଳୀ କୋକିଳ l ଭୁଜଗାସନ ଶିଖାବଳ ll 5

ଶାରଙ୍ଗ ଶିଖୀ ଶିତିକଣ୍ଠ l କୋକିଳ କେକୀ ନୀଳକଣ୍ଠ ll 6

କେକୀ ମୟୂର ଉରଗାରି l ଶିଖୀ ଶାରଙ୍ଗ ପନ୍ନଗାରି ll 7

ପକ୍ଷୀରାଜ ଯେ ସର୍ପଭୁକ୍ l ଭୁଜଙ୍ଗଭୁକ୍ ମାର୍ଜାରକ ll 8

ଶ୍ୟାମକଣ୍ଠ ଯେ ନୀଳକଣ୍ଠ l କଳକଣ୍ଠ ଯେ ଶିତିକଣ୍ଠ ll 9

ଭୁଜଙ୍ଗାଶନ ଉରଗାରି l ସର୍ପଭୁକ୍ ଯେ ପନ୍ନଗାରି ll 10

କେକlବଳ ଯେ ଶିଖାବଳ l କଳାପୀ କୁଣ୍ଡଳୀ କୋକିଳ ll 11

ପକ୍ଷୀରାଜ ଯେ ପନ୍ନଗାରି l ଶିଖୀ ଶାରଙ୍ଗ ଉରଗାରି ll 12

ଶାରଙ୍ଗ ଶିଖୀ ସର୍ପଭୁକ୍ l ଶିଖାବଳ ଯେ ମାର୍ଜାରକ ll 13

କଳକଣ୍ଠ ଯେ କେକlବଳ l ଶ୍ୟାମକଣ୍ଠ ଯେ ଶିଖାବଳ ll 14

ମାର୍ଜାରକ ଯେ ଫଣୀଭୁକ୍ l ସର୍ପଭୁକ୍ ସେ ମାର୍ଜାରକ ll 15 ————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ମଣି ଗାନୀ ଗୀତାଞ୍ଜଳି ll14

ମୟୂର ପ୍ରତିଶବ୍ଦ:

2 ଅକ୍ଷରରେ: କେକୀ, ଶିଖୀ,ବର୍ହୀ ଶିଖୀ(ମୟୂର, ଅଗ୍ନି, ପର୍ବତ)

3 ଅକ୍ଷରରେ : ମୟୂର, କୋକିଳ(ମୟୂର, କୋଇଲି), କଳାପୀ(ମୟୂର), କୁଣ୍ଡଳୀ(ମୟୂର, ସର୍ପ, ଶିବ), ଶାରଙ୍ଗ (ମୟୂର, ମୃଗ, ଚନ୍ଦ୍ର, ଚାତକ, ସିଂହ, ହସ୍ତୀ) ବର୍ହିଣ/ବର୍ହୀ(ମୟୂର) ବର୍ହି(ଅଗ୍ନି, ଯଜ୍ଞ, କୁଶ)

4 ଅକ୍ଷରରେ:

ନୀଳକଣ୍ଠ(ମୟୂର, ଶିବ), ଶ୍ୟାମକଣ୍ଠ(ମୟୂର), ଶିତିକଣ୍ଠ(ମୟୂର, ଶିବ), କଳକଣ୍ଠ(ମୟୂର, କୋଇଲି)

କେକlବଳ(ମୟୂର), ଶିଖାବଳ(ମୟୂର),

ପକ୍ଷୀରାଜ, ମାର୍ଜାରକ, ପକ୍ଷୀରାଜ(ମୟୂର, ଗରୁଡ଼) ମାର୍ଜାରକ(ମୟୂର, ବିରାଡ଼ି)

ପନ୍ନଗାରି, ଉରଗାରି, ପନ୍ନଗ(ସର୍ପ)+ ଅରି(ଶତୃ)= ପନ୍ନଗାରି(ମୟୂର ଯେ ସାପର ଶତୃ) ଉରଗ(ସର୍ପ)+ ଅରି(ଶତୃ) =ଉରଗାରି (ମୟୂର, ଗରୁଡ଼, ନେଉଳ ଯେ ସାପର ଶତୃ)

ସର୍ପଭୁକ୍(ମୟୂର, ଗରୁଡ଼), ଫଣିଭୁକ୍(ମୟୂର, ଗରୁଡ଼), ଫଣୀ(ସର୍ପ)

5 ଅକ୍ଷରରେ

ଭୁଜଗାଶନ(ମୟୂର, ଗରୁଡ଼), ଭୁଜଙ୍ଗାଶନ(ମୟୂର, ଗରୁଡ଼), ଭୂଜଙ୍ଗ(ସାପ)+ ଅଶନ(ଭୋଜନ) ଭୁଜଙ୍ଗଭୁକ୍(ମୟୂର, ଗରୁଡ଼), ———————- ମୟୂରର ପ୍ରତିଶବ୍ଦ 9 ଅକ୍ଷରରେ ଶବ୍ଦଗୀତି

କେକୀ କୁଣ୍ଡଳୀ କେକlବଳ l ଶିଖୀ ଶାରଙ୍ଗ ଶିଖାବଳ ll 1

କୁଣ୍ଡଳୀ କଳାପୀ କୋକିଳ l ଭୁଜଙ୍ଗାଶନ କେକlବଳ ll 2

ଶାରଙ୍ଗ ଶିଖୀ ଶିଖାବଳ l ବର୍ହିଣ କଳାପୀ କୋକିଳ ll 3

ଶିଖୀ ଶାରଙ୍ଗ ଶ୍ୟାମକଣ୍ଠ l କେକୀ କଳାପୀ କଳକଣ୍ଠ ll 4

କଳାପୀ କୁଣ୍ଡଳୀ କୋକିଳ l ଭୁଜଗାଶନ ଶିଖାବଳ ll 5

ଶାରଙ୍ଗ ଶିଖୀ ଶିତିକଣ୍ଠ l କୋକିଳ କେକୀ ନୀଳକଣ୍ଠ ll 6

କେକୀ ମୟୂର ଉରଗାରି l ଶିଖୀ ଶାରଙ୍ଗ ପନ୍ନଗାରି ll 7

ପକ୍ଷୀରାଜ ଯେ ସର୍ପଭୁକ୍ l ଭୁଜଙ୍ଗଭୁକ୍ ମାର୍ଜାରକ ll 8

ଶ୍ୟାମକଣ୍ଠ ଯେ ନୀଳକଣ୍ଠ l କଳକଣ୍ଠ ଯେ ଶିତିକଣ୍ଠ ll 9

ଭୁଜଙ୍ଗାଶନ ଉରଗାରି l ସର୍ପଭୁକ୍ ଯେ ପନ୍ନଗାରି ll 10

କେକlବଳ ଯେ ଶିଖାବଳ l କଳାପୀ କୁଣ୍ଡଳୀ କୋକିଳ ll 11

ପକ୍ଷୀରାଜ ଯେ ପନ୍ନଗାରି l ଶିଖୀ ଶାରଙ୍ଗ ଉରଗାରି ll 12

ଶାରଙ୍ଗ ଶିଖୀ ସର୍ପଭୁକ୍ l ଶିଖାବଳ ଯେ ମାର୍ଜାରକ ll 13

କଳକଣ୍ଠ ଯେ କେକlବଳ l ଶ୍ୟାମକଣ୍ଠ ଯେ ଶିଖାବଳ ll 14

ମାର୍ଜାରକ ଯେ ଫଣିଭୁକ୍ l ସର୍ପଭୁକ୍ ସେ ମାର୍ଜାରକ ll 15 ————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ମଣି ଗାନୀ ଗୀତାଞ୍ଜଳି ll15

ସର୍ପର ପ୍ରତିଶବ୍ଦ:

2 ଅକ୍ଷରରେ: ଅହି, ଫଣୀ , ହରି, ଚକ୍ରୀ ବ୍ୟାଡ, ବ୍ୟାଳ

3 ଅକ୍ଷରରେ : ଭୁଜଗ,ଉରଗ, ପନ୍ନଗ ଭୁଜଗ, ଭୁଜଙ୍ଗ ଉରଗ, ଉରଙ୍ଗ ଭୁଜଙ୍ଗ, ଉରଙ୍ଗ କୁଣ୍ଡଳୀ( ସର୍ପ, ମୟୂର, ଶିବ), ଅଣ୍ଡଜ, ଶୟlଳୁ ଦ୍ଵିଜିହ୍ଵ, ଲାଙ୍ଗଳୀ

4 ଅକ୍ଷରରେ: ଭୁଜଙ୍ଗମ, ଉରଙ୍ଗମ, ଗୂଢ଼ପାଦ, ଗୂଢପଦ, ଆଶୀବିଷ

5 ଅକ୍ଷରରେ ପବନାସନ ———————- ସର୍ପର ପ୍ରତିଶବ୍ଦ 9 ଅକ୍ଷରରେ ଶବ୍ଦଗୀତି

ଅହି ଭୁଜଙ୍ଗ ଭୁଜଙ୍ଗମ l ଫଣୀ ଉରଗ ଉରଙ୍ଗମ ll 1

ଶୟlଳୁ ଭୁଜଗ ଭୁଜଙ୍ଗ l କୁଣ୍ଡଳୀ ଅଣ୍ଡଜ ଉରଙ୍ଗ ll 2

ଲାଙ୍ଗଳୀ କୁଣ୍ଡଳୀ ଭୁଜଙ୍ଗ l ଦ୍ଵିଜିହ୍ଵ ପନ୍ନଗ ଉରଙ୍ଗ ll 3

ଭୁଜଗ ଉରଗ ପନ୍ନଗ l ପନ୍ନଗ ଉରଗ ଭୁଜଗ ll 4

ଉରଗ ଉରଙ୍ଗମ ଅହି l ପବନାସନ ନାମ କହି ll 5

ଭୁଜଗ ଭୁଜଙ୍ଗମ ଫଣୀ l ଅଣ୍ଡଜ ଆଶୀବିଷ ଜାଣି ll 6

ଭୁଜଙ୍ଗ ବ୍ୟାଡ ବ୍ୟାଳ ଅହି l ଲାଙ୍ଗଳୀ ହରି ଫଣୀ କହି ll 7

ପବନାସନ ଆଶୀବିଷ l ହରି ଲାଙ୍ଗଳୀ ନାମ ଘୋଷ ll 8

ଚକ୍ରୀ କୁଣ୍ଡଳୀ ଗୂଢ଼ପାଦ l ଅହି ଉରଙ୍ଗ ଗୂଢପଦ ll 9

ଦ୍ଵିଜିହ୍ଵ ହରି ଚକ୍ରୀ ଫଣୀ l ଶୟlଳୁ ବ୍ୟାଡ ବ୍ୟାଳ ଜାଣି ll 10 ————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସାଧନାସିଦ୍ଧି ଶବ୍ଦ ପୁଷ୍ପାଞ୍ଜଳି l ରଙ୍ଗକାଞ୍ଚନ ମଣି ଗାନୀ ଗୀତାଞ୍ଜଳି ll16

ନିଆଁ, ଅଗ୍ନିର ପ୍ରତିଶବ୍ଦ:

2 ଅକ୍ଷରରେ: ଅଗ୍ନି, ବହ୍ନି, ଶିଖୀ, ଦାବ ପବି, ପାଥ କର୍କ

3 ଅକ୍ଷରରେ : ଅନଳ, ଅରଣୀ/ଅରଣି ଦହନ, କୃଶାନୁ, ହୁତାଶ,ପାବକ, ଭାସ୍କର(ଅଗ୍ନି, ସୂର୍ଯ୍ୟ)

4 ଅକ୍ଷରରେ: ପ୍ରଭାକର, ବିଭାକର, ବୈଶ୍ୱlନର ହୁତାଶନ, ପବମାନ, ବିରୋଚନ, ବିଶ୍ୱଦେବ, ଜାତବେଦ, ବାୟୁସଖ, ଯଜ୍ଞମୁଖ, ଆଶ୍ରୟlଶ, ବୀତିହୋତ୍ର, ବୃଷାକପି, ବୃହଦ୍ଭlନୁ ହୁତଭୁକ୍, ହବିର୍ଭୁକ(ଅଗ୍ନି, ଦେବତା), ଧନଞ୍ଜୟ(ଅଗ୍ନି, ଅର୍ଜୁନ) ———————-

ବ ଅକ୍ଷରରେ: ବହ୍ନି, ବିଭାକର, ବୈଶ୍ୱlନର, ବିରୋଚନ, ବିଶ୍ୱଦେବ, ବାୟୁସଖ, ବୀତିହୋତ୍ର, ବୃଷାକପି, ବୃହଦ୍ଭlନୁ

ର ଶେଷ ଅକ୍ଷରରେ:

ସୂର୍ଯ୍ୟ କହିଲେ ଅଗ୍ନି, ଯେ ଅଗ୍ନି ପିଣ୍ଡୁଳା, ଭାସ୍କର(ସୂର୍ଯ୍ୟ, ଅଗ୍ନି), ବିଭାକର(ସୂର୍ଯ୍ୟ, ଅଗ୍ନି), ବୈଶ୍ୱlନର(ଅଗ୍ନି), ପ୍ରଭାକର(ସୂର୍ଯ୍ୟ, ଅଗ୍ନି) ———- ବିରୋଚନ (ସୂର୍ଯ୍ୟ, ଅଗ୍ନି) ବୀତିହୋତ୍ର(ଅଗ୍ନି, ସୂର୍ଯ୍ୟ) ବୃଷାକପି(ଅଗ୍ନି, ଇନ୍ଦ୍ର, ବିଷ୍ଣୁ, ଶିବ) ବୃହଦ୍ଭlନୁ(ଅଗ୍ନି, ସୂର୍ଯ୍ୟ) ହୁତାଶନ= ଅଗ୍ନି ହୁତ(ଯଜ୍ଞ କାଠ ଓ ଘୃତ)+ ଅଶନ(ଭୋଜନ) ହୁତ+ଆଶ(ଭୋଜନ)= ହୁତାଶ(ଅଗ୍ନି) ——————– ଠିକ୍ ଶବ୍ଦର ବାଖ୍ୟା ଆସନ(ବସିବା) ଅଶନ(ଭୋଜନ) ଆଶ(ଭୋଜନ, ଭରସା, ଅକାଂକ୍ଷା)

ପଦ୍ମାସନ = ପଦ୍ମ + ଆସନ(ବସିବା) ବଜ୍ରାସନ, ମେଘାସନ

ଭୁଜଗାଶନ = ଭୁଜଗ(ସାପ)+ ଅଶନ(ଭୋଜନ)= ଭୁଜଗାଶନ(ମୟୂର, ଗରୁଡ଼), ଭୁଜଙ୍ଗାଶନ(ମୟୂର, ଗରୁଡ଼), ହୁତାଶନ= ଅଗ୍ନି ହୁତ(ଯଜ୍ଞ କାଠ ଓ ଘୃତ)+ ଅଶନ(ଭୋଜନ) ହୁତ+ଆଶ(ଭୋଜନ)= ହୁତାଶ(ଅଗ୍ନି)

ପବନlଶନ = ସର୍ପ ପବନ+ ଅଶନ(ଭୋଜନ) ————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ଶବ୍ଦାଞ୍ଜଳି-17

ସରସ୍ଵତୀଙ୍କ ପ୍ରତିଶବ୍ଦ

2 ଅକ୍ଷରରେ :

ବ୍ରାହ୍ମୀ, ବାଣୀ,

3 ଅକ୍ଷରରେ:

ଭାରତୀ, ଈଶ୍ଵରୀ, ବ୍ରହ୍ମାଣୀ, ବାଙ୍ମୟୀ,

4 ଅକ୍ଷରରେ:

ସରସ୍ଵତୀ, ଭଗବତୀ, ବେଦମାତା, ବୀଣାପାଣି ବାଗ୍ ଦେବୀ, ବିଦ୍ୟାଦେବୀ,

5 ଅକ୍ଷରରେ

ହଂସବାହିନୀ

9 ଅକ୍ଷରରେ ଶବ୍ଦଗୀତି

ବ୍ରାହ୍ମୀ ବ୍ରହ୍ମାଣୀ ବୀଣାପାଣି l ବାଙ୍ମୟୀ ବିଦ୍ୟାଦେବୀ ବାଣୀ ll 1

ଭାରତୀ ଈଶ୍ଵରୀ ବ୍ରହ୍ମାଣୀ l ବାଣୀ ବ୍ରହ୍ମାଣୀ ବୀଣାପାଣି ll 2

ବାଣୀ ଭାରତୀ ସରସ୍ଵତୀ l ଭାରତୀ ବ୍ରାହ୍ମୀ ଭଗବତୀ ll 3

ବାଣୀ ଭାରତୀ ବିଦ୍ୟାଦେବୀ l ଈଶ୍ଵରୀ ବ୍ରାହ୍ମୀ ବାଗ୍ ଦେବୀ ll 4

ଭାରତୀ ଭଗବତୀ ବାଣୀ l ଈଶ୍ଵରୀ ବାଣୀ ବୀଣାପାଣି ll 5

ହଂସବାହିନୀ ସରସ୍ଵତୀ l ଭାରତୀ ବାଣୀ ଭଗବତୀ ll 6

ବେଦମାତା ଯେ ବିଦ୍ୟାଦେବୀ l ହଂସବାହିନୀ ବାଗ୍ ଦେବୀ ll 7

ଈଶ୍ଵରୀ ବାଙ୍ମୟୀ ବ୍ରହ୍ମାଣୀ l ବ୍ରହ୍ମାଣୀ ବାଣୀ ବୀଣାପାଣି ll 8

ଭାରତୀ ସରସ୍ଵତୀ ବାଣୀ l ବାଣୀ ଭାରତୀ ବୀଣାପାଣି ll 9

ହଂସବାହିନୀ ବ୍ରାହ୍ମୀ ବାଣୀ l ଭଗବତୀ ଯେ ବୀଣାପାଣି ll 10 ————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର ଶବ୍ଦାଞ୍ଜଳି-18

ଲକ୍ଷ୍ମୀ ଙ୍କ ପ୍ରତିଶବ୍ଦ 1 ଅକ୍ଷରରେ: ଶ୍ରୀ , 2 ଅକ୍ଷରରେ : ଲକ୍ଷ୍ମୀ, ପଦ୍ମା

3 ଅକ୍ଷରରେ: ଚଞ୍ଚଳl, କମଳା
ଇନ୍ଦିରା, ଅସ୍ଥିରl, ଭାର୍ଗବୀ, ଈଶ୍ବରୀ

4 ଅକ୍ଷରରେ: ଅନ୍ନପୂର୍ଣ୍ଣା, ପଦ୍ମାଳୟl, ହରିପ୍ରିୟା କମଳିନୀ, ନାରାୟଣୀ, ଜଗନ୍ମାତା, ସିନ୍ଧୁସୁତା(ସାଗର କନ୍ୟା)

6 ଅକ୍ଷରରେ ସାଗରଦୁଲଣୀ, ସାଗରଦୁହିତା, ବରୁଣନନ୍ଦିନୀ, କ୍ଷୀରାବ୍ଧିତନ୍ମୟl, —————————- 9 ଅକ୍ଷରରେ ଶବ୍ଦଗୀତି

ଚଞ୍ଚଳl, କମଳା
ଇନ୍ଦିରା, ଅସ୍ଥିରl, ନାରାୟଣୀ, ସାଗରଦୁଲଣୀ କମଳିନୀ, ବରୁଣନନ୍ଦିନୀ ପଦ୍ମାଳୟl, ହରିପ୍ରିୟା, କ୍ଷୀରାବ୍ଧିତନ୍ମୟl, ଜଗନ୍ମାତା, ସିନ୍ଧୁସୁତା, ସାଗରଦୁହିତା, ————————- ଇନ୍ଦିରା ଭାର୍ଗବୀ କମଳା l ଈଶ୍ବରୀ ଅସ୍ଥିରl ଚଞ୍ଚଳl ll 1

ଭାର୍ଗବୀ ଈଶ୍ବରୀ ଚଞ୍ଚଳl l ଇନ୍ଦିରା ଅସ୍ଥିରl କମଳା ll 2

ଲକ୍ଷ୍ମୀ କମଳା ହରିପ୍ରିୟା l ଈଶ୍ବରୀ କ୍ଷୀରାବ୍ଧିତନ୍ମୟl ll

ଲକ୍ଷ୍ମୀ ଇନ୍ଦିରା କମଳିନୀ l ଭାର୍ଗବୀ ବରୁଣନନ୍ଦିନୀ ll 4

ପଦ୍ମା କମଳା ନାରାୟଣୀ l ଇନ୍ଦିରା ସାଗରଦୁଲଣୀ ll 5

କମଳା ଈଶ୍ବରୀ ଇନ୍ଦିରା l ଭାର୍ଗବୀ ଚଞ୍ଚଳl ଅସ୍ଥିରl ll 6

ଲକ୍ଷ୍ମୀ ଶ୍ରୀ ପଦ୍ମା ହରିପ୍ରିୟା l ଭାର୍ଗବୀ କ୍ଷୀରାବ୍ଧିତନ୍ମୟl ll 7

ଅନ୍ନପୂର୍ଣ୍ଣା ଯେ କମଳିନୀ l ଲକ୍ଷ୍ମୀ ଶ୍ରୀ ବରୁଣନନ୍ଦିନୀ ll 8

ଲକ୍ଷ୍ମୀ ଶ୍ରୀ ପଦ୍ମା ପଦ୍ମାଳୟl l ପଦ୍ମା କମଳା ହରିପ୍ରିୟା ll 9

ଭାର୍ଗବୀ ଲକ୍ଷ୍ମୀ ଜଗନ୍ମାତା l ଇନ୍ଦିରା ସାଗରଦୁହିତା ll 10

ଅନ୍ନପୂର୍ଣ୍ଣା ଯେ ହରିପ୍ରିୟା l ଇନ୍ଦିରା କ୍ଷୀରାବ୍ଧିତନ୍ମୟl ll 11

କମଳିନୀ ଯେ ଜଗନ୍ମାତା l ପଦ୍ମା କମଳା ସିନ୍ଧୁସୁତା ll 12

କ୍ଷୀରାବ୍ଧିତନ୍ମୟl କମଳା l ବରୁଣନନ୍ଦିନୀ ଚଞ୍ଚଳl ll 13

ସାଗରଦୁଲଣୀ ଇନ୍ଦିରା l ସାଗରଦୁହିତା ଅସ୍ଥିରl ll 14

ନାରାୟଣୀ ଯେ ପଦ୍ମାଳୟl l ଲକ୍ଷ୍ମୀ କମଳା ହରିପ୍ରିୟା ll 15 ———————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର ଶବ୍ଦାଞ୍ଜଳି-19

ପାର୍ବତୀଙ୍କ ପ୍ରତିଶବ୍ଦ

2 ଅକ୍ଷରରେ : ଉମା, ଗୌରୀ, ଶିବl,

3 ଅକ୍ଷରରେ: ଗିରିଜା, ବିରଜା ଶୈଳଜା, ନଗଜା

ଶିବାନୀ, ଭବlନୀ, ମୃଡାନୀ ଅମ୍ବିକା, ଅପର୍ଣ୍ଣl, ଶଙ୍କରୀ, ରୁଦ୍ରାଣୀ, ସର୍ବାଣୀ, ଶର୍ବାଣୀ ଭାର୍ଗବୀ ,

4 ଅକ୍ଷରରେ: ଗିରିବାଳା, ହରପ୍ରିୟl, ହୈମବତୀ, ଦାକ୍ଷlୟଣୀ, —————————- ଗୌରୀ, ଶଙ୍କରୀ,

ଗିରିଜା, ବିରଜା ଶୈଳଜା, ନଗଜା

ଶିବାନୀ, ଭବlନୀ, ମୃଡାନୀ

ରୁଦ୍ରାଣୀ, ସର୍ବାଣୀ, ଶର୍ବାଣୀ, ଦାକ୍ଷlୟଣୀ,

ପାର୍ବତୀ, ହୈମବତୀ

9 ଅକ୍ଷରରେ ଶବ୍ଦଗୀତି

ଗିରିଜା ବିରଜା ନଗଜା । ଶୈଳଜା ନଗଜା ଗିରିଜା ।। 1

ବିରଜା ଶୈଳଜା ନଗଜା l ନଗଜା ଗିରିଜା ବିରଜା ll 2

ଶିବାନୀ ଭବlନୀ ମୃଡାନୀ l ମୃଡାନୀ ଭବlନୀ ଶିବାନୀ ll 3

ଭବlନୀ ଶିବାନୀ ମୃଡାନୀ l ମୃଡାନୀ ଶିବାନୀ ଭବlନୀ ll 4

ଭବlନୀ ଶିବାନୀ ଶୈଳଜା l ଭାର୍ଗବୀ ଭବlନୀ ଗିରିଜା ll 5

ପାର୍ବତୀ ଶଙ୍କରୀ ଶୈଳଜା l ରୁଦ୍ରାଣୀ ଶର୍ବାଣୀ ବିରଜା ll 6

ଉମା ପାର୍ବତୀ ଦାକ୍ଷlୟଣୀ l ରୁଦ୍ରାଣୀ ଶୈଳଜା ସର୍ବାଣୀ ll 7

ଗିରିଜା ଗୌରୀ ହୈମବତୀ l ଶୈଳଜା ଭାର୍ଗବୀ ପାର୍ବତୀ ll 8

ହରପ୍ରିୟl ଯେ ହୈମବତୀ l ଗିରିଜା ବିରଜା ପାର୍ବତୀ ll 9

ଭାର୍ଗବୀ ଭବlନୀ ବିରଜା l ରୁଦ୍ରାଣୀ ଶର୍ବାଣୀ ଶୈଳଜା ll 10

ଗିରିଜା ଗିରିବାଳା ଗୌରୀ l ରୁଦ୍ରାଣୀ ଶର୍ବାଣୀ ଶଙ୍କରୀ ll 11

ହରପ୍ରିୟl ପାର୍ବତୀ ଗୌରୀ l ଅମ୍ବିକା ଅପର୍ଣ୍ଣl ଶଙ୍କରୀ ll 12

ଭାର୍ଗବୀ ଗିରିବାଳା ଗୌରୀ l ଅପର୍ଣ୍ଣl ଅମ୍ବିକା ଶଙ୍କରୀ ll 14

ଶିବl ଶଙ୍କରୀ ଦାକ୍ଷlୟଣୀ l ଅମ୍ବିକା ଅପର୍ଣ୍ଣl ରୁଦ୍ରାଣୀ ll 15

ଅମ୍ବିକା ଅପର୍ଣ୍ଣl ଭବlନୀ l ମୃଡାନୀ ଭବlନୀ ଶିବାନୀ ll 16 ———————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ଶବ୍ଦାଞ୍ଜଳି- 20

ଦୁର୍ଗାଙ୍କ ପ୍ରତିଶବ୍ଦ

2 ଅକ୍ଷରରେ : ଦୁର୍ଗା, ବ୍ରାହ୍ମୀ, ଶିବl, ସିଦ୍ଧି, ତାରା

3 ଅକ୍ଷରରେ: ନନ୍ଦିନୀ, ଶିବାନୀ, ଈଶ୍ଵରୀ, ଶଙ୍କରୀ, ବିଜୟl, ବାସନ୍ତୀ, ବାଳିକା, ଭବାନୀ, ଭୈରବୀ, ତାରିଣୀ, ଚଣ୍ଡିକା, ଯାଦବୀ,

4 ଅକ୍ଷରରେ:

ଶାକମ୍ବରୀ, ଶୁଭଙ୍କରୀ, ମାହେଶ୍ବରୀ ହରପ୍ରିୟl, ଯୋଗମାୟା, ଜଗନ୍ମlତା, ବେଦମାତା ଭଗବତୀ, ଜଗଦ୍ଧାତ୍ରୀ ଜଗଦମ୍ବା, ଯୋଗନିଦ୍ରା, କାତାୟନୀ, ଭଦ୍ରକାଳୀ ଦଶଭୁଜl, ମହାଦେବୀ, ——————- 5 ଅକ୍ଷରରେ

ସିଂହବାହିନୀ


9 ଅକ୍ଷରରେ ଶବ୍ଦଗୀତି


ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର


This site uses Just the Docs, a documentation theme for Jekyll.