ଅଲୌକିକ ଦୃଶ୍ୟର ସୃଜନ ସୂର୍ଯ୍ୟାଲୋକ ର ପ୍ରତିଫଳନ ରେ, ସ୍ମୃତି ଅଭୁଲା , ଅବିସ୍ମରଣୀୟ l

ଜୀବନ କାଳରେ ଭାରତର ବହୁ ସ୍ଥାନ ଭ୍ରମଣ କରି ଯେଉଁ ଅନୁଭବ ସବୁ ମନ ହୃଦୟକୁ ବିଭୋର କରିଥିଲା ତାହା ମଧ୍ୟରେ ଚିଲିକାର ନିର୍ମଳ ବିମଳ, ନୀଳ ଉଜ୍ଜ୍ଵଳ ନୀଳାଭ ଜଳରାଶି , ତାର ନୀଳ ତରଙ୍ଗାୟିତ ଶୋଭା ରାଶି ଯେମିତି ଅପୂର୍ବ ସେମିତି କବି କଳ୍ପନାରେ ଅବର୍ଣ୍ଣନୀୟ l ତେବେ ଲାଦାଖ୍ ଭ୍ରମଣ କାଳରେ ମନରେ ଯେଉଁ ଅପୂର୍ବ ଅଭିପ୍ସା ଥିଲା କେମିତି Pangong ହ୍ରଦର ଜଳରାଶି ନାନା ବର୍ଣ୍ଣ ଧାରଣ କରୁଛି ସୂର୍ଯ୍ୟାଲୋକର ପ୍ରତିଫଳନରେ, ସେଇ ରହସ୍ୟମୟ ରୂପ କାନ୍ତି ମାୟାପୁରୀର ଇନ୍ଦ୍ରଜାଲ ପରି କେମିତି ପ୍ରତିଭାତ ହେଉଛି ତାହା ସ୍ଵଚକ୍ଷୁରେ ଦେଖିବାକୁ କବି ମହାତ୍ମା ମନରେ ଯେମିତି ଗୋଟେ ରୋମାଞ୍ଚିତ ତନ୍ମୟତା,  ଇଶ୍ବରଙ୍କୁ ମନେ ମନେ ପ୍ରାର୍ଥନା କରୁଥିଲି l Nubra valley ରୁ ଦୀର୍ଘ ଆଠ ଘଣ୍ଟା ମିନି ବସରେ ଯାତ୍ରା ପରେ  Pangong ରେ ପହଞ୍ଚିଲୁ 15,7,22 ଅପରାହ୍ଣ 4,30 ସମୟରେ l ଇଶ୍ୱରଙ୍କ ମହାକୃପା ଦେଖିଲୁ ଅପୂର୍ବ ଅଲୌକିକ ଦିବ୍ୟ ଦୃଶ୍ୟ, ମନେ ହେଲା  ସ୍ଵର୍ଗ ବୈକୁଣ୍ଠର  ଏ  ଦୃଶ୍ୟ l ଉପରେ ନୀଳ ଆକାଶ, ମେଘ, ଖରା ସାଙ୍ଗକୁ  ଅଳ୍ପ  ବୁନ୍ଦା ବୁନ୍ଦା  ବର୍ଷା, ପ୍ରବଳ ବେଗରେ ପବନ l ଏ କଣ ହଠାତ୍ ଅଳ୍ପ ଦୂରରୁ ନୀଳ ଉଜ୍ଜ୍ଵଳ ତରଙ୍ଗ ମାଳା ନାଚି ନାଚି ମାଡି ଆସିଲା ଧାଡ଼ି ପରି ଅପରପାର୍ଶ୍ୱରେ l ତା ପାଖରେ ଧାଡ଼ି ପରି ସବୁଜ ରଙ୍ଗର ଜଳଧାରା,  ତା ପାଖକୁ ବାଦାମୀ ରଙ୍ଗର ଜଳଧାରା, ତା ପାଖକୁ ଗୋଲାପୀ ରଙ୍ଗର ଜଳଧାରା, ତା ପାଖକୁ ଶୁଭ୍ର ସ୍ଵଚ୍ଛ  ଜଳଧାରା l ସେହି ଦୃଶ୍ୟ ଅତୀବ ଚମତ୍କାର ଓ ବିସ୍ମୟକର l ପ୍ରବଳ ପବନରେ ଅସହ୍ଯ ଲାଗିଲା l ମୁଁ ଇଶ୍ବରଙ୍କୁ ପ୍ରାର୍ଥନା କଲି,  ଭାରତମାତା କୁ ପ୍ରଣାମ କଲି, ହିମାଳୟ ଓ ହନୁମାନ ଙ୍କୁ ପ୍ରଣାମ କଲି l ହଠାତ୍ ପବନର ଗତି କମିଗଲା l ଆମେ ଏକ ଘଣ୍ଟା ସେଇ ମନୋରମ ଦୃଶ୍ୟକୁ ମନ୍ତ୍ରମୁଗ୍ଧ ହୋଇ ଦେଖୁଥିଲୁ l ଇଶ୍ୱରଙ୍କ କୃପା ଓ କରୁଣାରେ କୃତ୍ୟ କୃତ୍ୟ ହେଉଥିଲୁ l ଏ କଣ ଆକାଶରେ ଫୁଟି ଉଠିଲା ନାନା ବର୍ଣ୍ଣର ଅପୂର୍ବ ଇନ୍ଦ୍ରଧନୁ l କେଇ ମୁହୂର୍ତ୍ତ ପରେ ପୁଣି ଆଉ ଗୋଟେ ଇନ୍ଦ୍ରଧନୁର ସୃଜନ ସୌନ୍ଦର୍ଯ୍ୟ ଅତୀବ ରମଣୀୟ ଓ ଆକର୍ଷଣୀୟ ଅନୁଭୂତ ହେଉଥିଲା କବି ଆଖିରେ l ମହା ଆନନ୍ଦ ବିହ୍ଵଳ ଅନୁଭବ ଏ,  ଅପାଶୋରା,  ଅଦ୍ଭୁତ,  ଅସମ୍ଭବ,  ଅଦ୍ୱିତୀୟ, ଅବର୍ଣ୍ଣନୀୟ,  ଅକଳ୍ପନୀୟ l ଇଶ୍ୱରଙ୍କ ସୃଜନ ବିଳାସର ବର୍ଣ୍ଣିଳ ଛବିଳ ମହାକାବ୍ୟ ଏ l ପ୍ରଣାମ ପ୍ରଣାମ l କବି ମହାତ୍ମା ଧର୍ମାନନ୍ଦ,  ଚୌଦ୍ଵାର [8/8/2022, 9:11 AM] Raj Kishore Sahoo: ମୋର ଲାଭ କଣ ଏ  ଶବ୍ଦଗୀତ ପଢିଲେ ?
   
    ଲାଭ ଅନେକ l ଶବ୍ଦ ବ୍ରହ୍ମ,  ଶବ୍ଦ ଶକ୍ତି,  ଶବ୍ଦ ଜ୍ଞାନ,  ଶବ୍ଦ ସରସ୍ଵତୀ, ଶବ୍ଦ ଲକ୍ଷ୍ମୀ, ସୁଖ ଶାନ୍ତିର ମୂଳ ଶବ୍ଦ, ଧ୍ୱନି ଓ ସଙ୍ଗୀତ ର ମୂଳ ଶବ୍ଦ l ସବୁଦିନେ ନିଜର ପ୍ରିୟ ମାତୃଭାଷା ର ଶବ୍ଦସବୁ  ପଢିଲେ ଗୃହ,  ପରିବେଶ ପବିତ୍ର ହୁଏ ଫଳରେ ସୁଖ ଶାନ୍ତି ସମୃଦ୍ଧି ଅନୁଭୂତ ହୁଏ l ନିଜେ ପଢିଲେ ଜ୍ଞାନ ବୃଦ୍ଧି ସହିତ ନିଜର ମନ, ଚେତନା ଉଦବୁଦ୍ଧ ଓ ଆନନ୍ଦିତ ହୁଏ l ଏହାଦ୍ୱାରା ନିଜର ସୃଜନ ଶକ୍ତି ବୃଦ୍ଧି ପାଇବା ସହିତ  ପରବର୍ତ୍ତୀ ଜନ୍ମରେ ଏହାର ପ୍ରଭାବ ଓ ଉପକାରିତା ଅନୁଭୂତ ହୁଏ l ନିଜ ପିଲାମାନଙ୍କ ରକ୍ତ ଓ ଜିନରେ ଏହାର ପ୍ରକାଶ ଫଳରେ ସେମାନେ ଶବ୍ଦ ଜ୍ଞାନରେ  ସମୃଦ୍ଧ ଓ ସୃଜନ ସମ୍ପନ୍ନ ହୋଇ ବାଗ୍ମୀ,  ବକ୍ତା, କବି, ଲେଖକ, ଗାଳ୍ପିକ, ଔପନ୍ୟାସିକ, ପୁଣି  କିଏ ବ୍ୟବସାୟୀ, ଓକିଲ, ନେତା, ଗାୟକ, ସଙ୍ଗୀତଜ୍ଞ, ଅଫିସର, ଶୀଳ୍ପି, ଇଞ୍ଜିନିଅର, ବୈଜ୍ଞାନିକ ହୋଇ ପରିବାର ଓ ଦେଶ ପାଇଁ ଗୌରବ ଆଣିଥାନ୍ତି l ସଭାରେ ପଣ୍ଡିତ ଠାରୁ ବିଲରେ କୃଷକ ସମସ୍ତଙ୍କ ପାଇଁ ବରଦାନ ନିଜ ମାତୃଭାଷାର ଶବ୍ଦ ରତ୍ନ ଭଣ୍ଡାର l 

 ଆମ ବୋଉ କାଞ୍ଚନ ସାହୁ 79 ବର୍ଷରେ ଚଷମା ପିନ୍ଧି, ଜବକାଚ ଧରି ସବୁଦିନେ ଭାଗବତ, ସମାଜ ଖବରକାଗଜ ପଢୁଥିଲା l ଛୋଟ ଅକ୍ଷର ପରେ ଝାପସା ଦିଶିଲା ଆଉ ପଢ଼ିପାରିଲା ନାହିଁ l ମତେ କହିଲା, "ବଡ ବଡ ଅକ୍ଷରରେ "ମଧୁ ବର୍ଣ୍ଣବୋଧ" ବହି ଆଣ ମୁଁ ସବୁଦିନେ ପଢିବି "l ମୁଁ ପଚାରିଲି କାହିଁକି ?  ମାମୁଁ ଘରେ ନାହାଳପୁର ଗାଁରେ ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଥିଲୁ l ଆଉ କାହିଁକି ବର୍ଣ୍ଣବୋଧ ବହି ପଢିବୁ ?

ସେ କହିଲା "ସବୁଦିନେ ଅକ୍ଷର ସବୁ ପଢିଲେ ଶବ୍ଦ ମନେ ରହିବ, ଆଖିର ଶକ୍ତି ବଢ଼ିବ, କାନ ଶକ୍ତି ବଢ଼ିବ, ସ୍ମରଣ ଶକ୍ତି ବଢ଼ିବ, ଶବ୍ଦ ସାଧିଲେ ସିଦ୍ଧି ହେବ l" ଏକଥା ମୁଁ ଶୁଣି ଆଶ୍ଚର୍ଯ୍ୟ ହେଲି l ତାର କଥା ପ୍ରେରଣାଦାୟକ ଥିଲା l ସେ ବର୍ଣ୍ଣବୋଧ ର ସବୁ ଶବ୍ଦକୁ ଗୀତ ପରି ସୁନ୍ଦର ସ୍ଵରରେ ବୋଲୁଥିଲା l ମୁଁ ଭାବିଲି ସବୁ ଶବ୍ଦକୁ ଗୀତ ପରି ସଜାଇ ଲେଖିଲେ ସମସ୍ତେ ଉପକୃତ ହେବେ ଓ ପିଲାମାନେ ବହୁ ଶବ୍ଦ ସହଜରେ ମନେ ରଖିପାରିବେ ଓ ପାଠ ଲେଖିବାବେଳେ ମନେ ପକାଇପାରିବେ l ପିଲାଙ୍କ ସ୍ମରଣ ଶକ୍ତି ଅଧିକ l ତେଣୁ ମୁଁ ଏ  ଶବ୍ଦଗୀତି ଲେଖିବାକୁ ଚେଷ୍ଟା କରୁଛି l 

ଏ କଥା ସତ, ସବୁଦିନେ ଶବ୍ଦ ସବୁ ପଢିଲେ ନିଜର ସ୍ମୃତି ଶକ୍ତି ବୃଦ୍ଧ କାଳରେ ପ୍ରଖର ରହିଥାଏ l ତେଣୁ ସବୁଦିନେ ଆନନ୍ଦ ମନରେ ଶବ୍ଦ ସାଧନା କରିବା ମଙ୍ଗଳମୟ , ଆନନ୍ଦମୟ l ଶବ୍ଦ ଆମର ରତ୍ନ ଭଣ୍ଡାର l ଏହାର ଯତ୍ନ ଓ ସେବା କରି ନିଜ ଜୀବନକୁ ଧନ୍ୟ କରନ୍ତୁ l ଏହାକୁ ସମସ୍ତଙ୍କୁ ଜଣାଇ ମାତୃଭାଷାର ପ୍ରଚାର ପ୍ରସାର ସେବା କରନ୍ତୁ ଓ ପିଲାମାନେ ଖୁବ୍ ଉପକୃତ ହେବେ l ହଁ ନା ନାହିଁ ? ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [8/10/2022, 6:01 AM] Raj Kishore Sahoo: ଅନ୍ତରଙ୍ଗର ବନ୍ଧୁତା ✍️ଜାନକୀ ମହାନ୍ତ ମହୁ ଠୁଁ ମଧୁର ଚାନ୍ଦ ଠୁଁ ସୁନ୍ଦର ବନ୍ଧୁତ୍ୱର ନିବିଡ଼ତା, ସିନ୍ଧୁ ଠୁଁ ଗଭୀର ନଭ ଠୁଁ ପ୍ରସାର ମହୀ ଠୁଁ ମହନୀୟତା।। ଅନ୍ତରଙ୍ଗର ବନ୍ଧୁତା….

ଅନାବିଳ ପ୍ରେମ ଚାନ୍ଦକଇଁ ସମ ପ୍ରୀତି ଭରା ମାଦକତା, ଅନ୍ତରଙ୍ଗ ବନ୍ଧୁ ଅଟେ ପ୍ରାଣସିନ୍ଧୁ ନୈସର୍ଗିକ ବିଭୁସତ୍ତା।। ଅନ୍ତରଙ୍ଗର ବନ୍ଧୁତା….

ପାର୍ଶ୍ଵେ ଅବା ଦୂରେ ଦୁଃଖେ ହାତ ଧରେ ବିଶ୍ୱାସ ରଖି ନିରୁତା, ମନ ତା’ ସୁନ୍ଦର ହୃଦୟ ନିର୍ମଳ ନିଃସ୍ୱାର୍ଥ ନିଷ୍କପଟତା।। ଅନ୍ତରଙ୍ଗର ବନ୍ଧୁତା….

ମିଠା ପ୍ରତିଶୃତି ତା’ର ରୂପ କାନ୍ତି ହସରେ ଝରେ ମୁକୁତା, ଶାଶ୍ୱତ ପ୍ରେମର ଅବିରତ ଧାର ଶାନ୍ତି ମନ୍ତ୍ରେ ନିନାଦିତା ।। ଅନ୍ତରଙ୍ଗର ବନ୍ଧୁତା….

ନିଜ ଠୁଁ ନିଜର ଅତି ଆପଣାର ସମ୍ପର୍କର ସେ ବିଜେତା, ଉତ୍ତମ ବନ୍ଧୁ ମୋ ଚଳନ୍ତି ପ୍ରତିମା ପଠାଇ ଛନ୍ତି ବିଧାତା।। ଅନ୍ତରଙ୍ଗର ବନ୍ଧୁତା….

ଲକ୍ଷେ ହୀରା ସମ ବନ୍ଧୁ ଦିବ୍ୟପ୍ରେମ ଦିଏ ପବିତ୍ର ବାରତା, କରେ ଆନନ୍ଦିତା ହରିନିଏ ଚିନ୍ତା ମନେ ରଖି ସଞ୍ଜମତା।। ଅନ୍ତରଙ୍ଗର ବନ୍ଧୁତା….

ଜୁଈ ନିଆଁ ଯାଏଁ ସମ୍ପର୍କରେ ଚାହେଁ ମୁଁ ତୁମ ଅପରାଜିତା, ତୁମେ ଶ୍ରେଷ୍ଠ ବନ୍ଧୁ ମୋର ପୂର୍ଣ୍ଣଇନ୍ଦୁ ତୁମେ ମୋ ହୃଦ ଦେବତା।। ଅନ୍ତରଙ୍ଗର ବନ୍ଧୁତା….

ରାଜ୍ୟ ଉପ-ସଭାପତି ଓଡ଼ିଶା ସାହିତ୍ୟିକ ସଂଗଠନ ଭୁବନେଶ୍ୱର ଓଡ଼ିଶା ବେଙ୍ଗାଲୁରୁ [8/11/2022, 6:01 AM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ପହିଲି ପ୍ରୀତିର ପହିଲି ପରଶ ସୁଧା ସ୍ନିଗ୍ଧ ଅଶ୍ରୁ ସଖୀ ll(111)

ଯେବେ ଆଖିରେ ମିଶିଲା ଆଖି l ଫୁଲର ଫଗୁଣ ମେଘର ଶ୍ରାବଣ ମଧୁଝରା ପ୍ରୀତି ଦେଖି ll(112)

ଯେବେ ଆଖିରେ ମିଶିଲା ଆଖି l ଶରତ ଜୋଛନା ଚୁମ୍ବେ ଧାନକ୍ଷେତ ନୀଶିଥନୟନା ସାକ୍ଷୀ ll(113)

ଯେବେ ଆଖିରେ ମିଶିଲା ଆଖି l ଅନୁଭୂତ ହେଲା ସଞ୍ଜ ସକାଳେ ରୋମାଞ୍ଚ ପ୍ରୀତିର ସଖୀ ll(114)

ଯେବେ ଆଖିରେ ମିଶିଲା ଆଖି l ମେଘ ବରଷିଲା ଟୁପୁରୁ ଟୁପୁରୁ ମୟୂର ନାଚିଲେ ଦେଖି ll(115)

ଯେବେ ଆଖିରେ ମିଶିଲା ଆଖି l ଫୁଟି ଚହଟିଲା ସୁଷମା ସୁବାସ ଆମ୍ବ ବଉଳିଲା ସଖୀ ll(116)

ଯେବେ ଆଖିରେ ମିଶିଲା ଆଖି l ଧାନକେଣ୍ଡା ସବୁ ପାଚି ହସୁଥିଲେ ସୁନାର ଫସଲ ସଖୀ ll(117)

ଯେବେ ଆଖିରେ ମିଶିଲା ଆଖି l ବିଲ ବନ କ୍ଷେତ ନଦୀ ପାଟ ନାଳ ନୀଳସ୍ଵର୍ଗ ଶୋଭା ସଖୀ ll(118)

ଯେବେ ଆଖିରେ ମିଶିଲା ଆଖି l କ଼ୁମାରୀ ଆଖିର କଜଳ ଗାର କି ଚୁମ୍ବୁଥିଲା ପ୍ରୀତି ଲେଖି ll(119)

ଯେବେ ଆଖିରେ ମିଶିଲା ଆଖି l ଦୂର ପାହାଡରେ ମେଘର ମଥାନ ଚୁମ୍ବୁଥିଲା ଲୋଟି ସଖୀ ll(120)

ଯେବେ ଆଖିରେ ମିଶିଲା ଆଖି l କଦମ୍ବ କଦମ୍ବ ଫୁଟି ମହକିଲା ନୟନ କଜଳ ଦେଖି ll(121)

ଯେବେ ଆଖିରେ ମିଶିଲା ଆଖି l ଆଷାଢ଼ ଶ୍ରାବଣ କୋଳାକୋଳି ହୋଇ ଚୁମ୍ବୁଥିଲେ ମାଟି ସଖୀ ll(122)

ଯେବେ ଆଖିରେ ମିଶିଲା ଆଖି l ବନଭୂମି ଦିଶେ ନୀଳ ଶ୍ୟାମ ସ୍ଵର୍ଣ୍ଣ ସବୁଜିମା ପ୍ରୀତି ଲାଖି ll(123)

ଯେବେ ଆଖିରେ ମିଶିଲା ଆଖି l ତରୁଲତା ତୃଣ ପଡିଆ ପାହାଡ଼ ଉତ଼ଫୁଲ୍ଲିତ ପଶୁପକ୍ଷୀ ll(124)

ଯେବେ ଆଖିରେ ମିଶିଲା ଆଖି l ନୀଳ ସାଗରର ଲହରୀ ମlଳlକି ନାଚେ ବେଳାଭୂମି ଦେଖି ll(125)

ଯେବେ ଆଖିରେ ମିଶିଲା ଆଖି l କଦମ୍ବ ଯୁଗଳ ତନୁଶ୍ରୀ ଭୂଗୋଳ ମନୋଲୋଭା ମନଲାଖି ll(126)

ଯେବେ ଆଖିରେ ମିଶିଲା ଆଖି l ଦୂରେ ତାଳବଣ ଆକାଶ ଶୁଣାଏ ମାଟିର କବିତା ସଖୀ ll(127)

ଯେବେ ଆଖିରେ ମିଶିଲା ଆଖି l ମନେହେଲା କିଏ ଖୋଜୁଥିଲା ମତେ ଏତେଦିନ ପରେ ଦେଖି ll(128)

ଯେବେ ଆଖିରେ ମିଶିଲା ଆଖି l ମେଘ ମାଟି ଘାସ ଶୋଭାର ଭଣ୍ଡାର ସବୁଜିମା ହସେ ସଖୀ ll(129)

ଯେବେ ଆଖିରେ ମିଶିଲା ଆଖି l ପୀତ ଅସ୍ତରାଗ ସୁଷମା ଭାସ୍ଵର ମେଘପୁଞ୍ଜ ଭାସେ ଦେଖି ll(130)

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [8/14/2022, 5:28 PM] Raj Kishore Sahoo: Ujjain, famous for Mahakaleswar Temple, Raja Vikramaditya temple, Gadakalika goddess Temple who was worshipped by Poet କାଳିଦାସ, Ujjain is the ancient city of India at the Bank of river Shipra , Kumbha Mela held in 12 years, [8/14/2022, 5:38 PM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ମନେହେଲା ଦେଖି କ୍ଷୀର ସମୁଦ୍ରରେ ମୁଁହ ପଖାଳୁଛି ସଖୀ ll(171)

ଯେବେ ଆଖିରେ ମିଶିଲା ଆଖି l ମନେହେଲା ଦେଖି ନୀଳ ଲହରୀରେ ମତ୍ସକନ୍ୟା ଖେଳେ ସଖୀ ll(172)

ଯେବେ ଆଖିରେ ମିଶିଲା ଆଖି l ଚିଲିକା କୋଳରେ ଡଲଫିନ ପରି ଭାସି ବୁଲେ ପ୍ରାଣ ସଖୀ ll(173)

ଯେବେ ଆଖିରେ ମିଶିଲା ଆଖି l ନୀଳ ଗଗନରେ ନୀଳପରି ହୋଇ ସରଗ ଚୁମ୍ବୁଛି ସଖୀ ll(174)

ଯେବେ ଆଖିରେ ମିଶିଲା ଆଖି l କୃଷ୍ଣ ଡୋଳା ଦୁଇ ଅନନ୍ତ ଗହ୍ଵର କୃଷ୍ଣ ରୂପପ୍ରଭା ସଖୀ ll(175)

ଯେବେ ଆଖିରେ ମିଶିଲା ଆଖି l ମେଘ ବରଷିଲା ଟୁପୁରୁ ଟୁପୁରୁ ତୋର ଲାଜ ହସ ଦେଖି ll(176)

ଯେବେ ଆଖିରେ ମିଶିଲା ଆଖି l ପାଚିଲା ଆମ୍ବ କି ନିମିଷେ ଝଡିଲା ମହାଭାଗ୍ୟ ମଣେ ସଖୀ ll(177)

ଯେବେ ଆଖିରେ ମିଶିଲା ଆଖି l ଉଦୟ ଉଷାର ସିନ୍ଦୂରା ଫାଟିଲା ମହାଭାଗ୍ୟ ମଣେ ସଖୀ ll(178)

ଯେବେ ଆଖିରେ ମିଶିଲା ଆଖି l ପ୍ରଭାତୀତାରା ଠୁ ବଳି ତୁମ ରୂପ ମହାଭାଗ୍ୟ ମଣେ ସଖୀ ll(179)

ଯେବେ ଆଖିରେ ମିଶିଲା ଆଖି l ମହାନଦୀ କୋଳେ ତୁମେ ମେଘବତୀ ମହାଭାଗ୍ୟ ମଣେ ସଖୀ ll(180)

ଯେବେ ଆଖିରେ ମିଶିଲା ଆଖି l ଚିତ୍ରୋପ୍ତଳା ପରି ତୁମ ରୂପ ଛବି ମହାଭାଗ୍ୟ ମଣେ ସଖୀ ll(181)

ଯେବେ ଆଖିରେ ମିଶିଲା ଆଖି l ପୁଣ୍ୟତୀର୍ଥ ପରି ତୁମେ କୀର୍ତ୍ତିଶାଳୀ ମହାଭାଗ୍ୟ ମଣେ ସଖୀ ll(182)

ଯେବେ ଆଖିରେ ମିଶିଲା ଆଖି l ବର୍ଷାଭିଜା ମାଟି ଘାସ ପରି ତୁମେ ମହାଭାଗ୍ୟ ମଣେ ସଖୀ ll(183)

ଯେବେ ଆଖିରେ ମିଶିଲା ଆଖି l ବର୍ଷାଧାରା ପରି ବିହ୍ଵଳ ସଙ୍ଗୀତ ମହାଭାଗ୍ୟ ମଣେ ସଖୀ ll(184)

ଯେବେ ଆଖିରେ ମିଶିଲା ଆଖି l ହେମମୟୀ ପରି ହେମ ଶସ୍ୟକ୍ଷେତ୍ର ମହାଭାଗ୍ୟ ମଣେ ସଖୀ ll(185)

ଯେବେ ଆଖିରେ ମିଶିଲା ଆଖି l ଘାସଫୁଲ ପରି ନାଲି ପାଟପୋକ(ସାଧବବୋହୁ) ମହାଭାଗ୍ୟ ମଣେ ସଖୀ ll(186)

ଯେବେ ଆଖିରେ ମିଶିଲା ଆଖି l ମଳୟ ଚନ୍ଦନ ଦକ୍ଷୀଣl ପବନ ମହାଭାଗ୍ୟ ମଣେ ସଖୀ ll(187)

ଯେବେ ଆଖିରେ ମିଶିଲା ଆଖି l ଖରାଟିଆ ଖଡା ପରି ତୁମ ମୁହଁ ମହାଭାଗ୍ୟ ମଣେ ସଖୀ ll(188)

ଯେବେ ଆଖିରେ ମିଶିଲା ଆଖି l ଦେଖିଲି ନେଉଳ ହଳଦୀବସନ୍ତ ମହାଭାଗ୍ୟ ମଣେ ସଖୀ ll(189)

ଯେବେ ଆଖିରେ ମିଶିଲା ଆଖି l ତାରାପଥେ ତୁମେ ପ୍ରଭାତୀତାରକା ମହାଭାଗ୍ୟ ମଣେ ସଖୀ ll(190)

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [8/17/2022, 9:12 PM] Raj Kishore Sahoo: ଦୁଃଖ ସୁଖ (1) ଜୀବନ କାଳରେ ଦୁଃଖ ସୁଖ ଗୋଟେ ବିଚିତ୍ର ଅନୁଭବ l ସମୟ, ବସ୍ତୁ, ଓ ସ୍ଥାନ ର ସମନ୍ୱୟରେ ସବୁ ଘଟଣା ଘଟିଥାଏ l ତେଣୁ ଦୁଃଖ ସୁଖ ଅନବରତ ଲାଗି ରହିଥାଏ l ମୋର ଦୁଃଖ ଭିଡ଼ରେ ଛିଡା ହୋଇ ମୁଁ ଟିକଟ ନକରି ବିଭିନ୍ନ ତୀର୍ଥ ସ୍ଥାନ, ଏୈତିହାସିକ ସ୍ଥାନ କୁ ଏକୁଟିଆ ବୁଲିଯାଏ l TT ମହାଶୟ ଦେଖା ହେଲେ ମୁଁ ଥରେ ଅଧେ ଟିକଟ କରିଛି l ଅନେକ ସମୟରେ TT ଦେଖି ନଦେଖିବା ପରି ଚାଲିଯାଏ l ମୁଁ ସବୁବେଳେ ଦିନେ କିମ୍ବା ଦୁଇଦିନ ପୂର୍ବରୁ ଯିବାକୁ ସ୍ଥିର କରେ ତେଣୁ conform ଟିକଟ ମିଳିବନି ଜାଣି sleeper class ଟିକଟ କରେ ନାହିଁ l ପୁଣି ମୁଁ କେବେ General କ୍ଲାସ ରେ ବସି ଯିବିନାହିଁ ତେଣୁ ଏ ଟିକଟ କରେ ନାହିଁ l ଧାଡ଼ିରେ ଅସମ୍ଭବ ଭିଡ଼ l ତେଣୁ ଦରକାର ହେଲେ train ଭିତରେ ଟିକଟ କରିବି 100 ଟଙ୍କା ଅଧିକ fine ଦେଇ ଏ ବିଶ୍ବାସ ଥାଏ ଏଭଳି ବ୍ୟବସ୍ଥା ଥିବାରୁ ମୁଁ ଭିଡ଼ରେ ଛିଡା ହୋଇ ଟିକଟ କରେ ନାହିଁ l ଇଶ୍ୱରଙ୍କ କୃପାରୁ ମୁଁ ଭଲରେ ଯାତ୍ରା କରେ l

ଏମିତି ବଦ ଅଭ୍ୟାସ ପାଇଁ ସମସ୍ତେ ଚିନ୍ତିତ ଓ ଅସନ୍ତୁଷ୍ଟ ହୁଅନ୍ତି l କିନ୍ତୁ ଭଲରେ ଯାତ୍ରା କରିଥିବାରୁ ସେମାନଙ୍କ ବିଶ୍ବାସ ଦୃଢ଼ ଥାଏ l ଯାତ୍ରା ରେ କେହି କେମିତି ଭଦ୍ର ବ୍ୟକ୍ତି ସାହାଯ୍ଯ କରିଥାନ୍ତି ଯଥା ମୁଁ କେଉଁ ରୋଗୀର escort କିମ୍ବା ସ୍ଵାଧୀନତା ସଂଗ୍ରାମୀ ର escort, ତେଣୁ ବିପଦ ଆସେ ନାହିଁ କିମ୍ବା ଅପଦସ୍ତ ହୁଏ ନାହିଁ l ଏସବୁ ଅଚାନକ ଘଟେ କାରଣ କଥା ବାର୍ତ୍ତା ବେଳେ ମୁଁ ସତ କହିଥାଏ    ଭିଡ଼ ଲାଗି ଟିକେଟ ମିଳିବନି ଜାଣି ମୁଁ ଟିକେଟ କରିନାହିଁ l ସେମାନେ ଖରାପ ଭାବନ୍ତି ନାହିଁ l 

  କିଛି ବର୍ଷ ପରେ ସାନଭାଇ ମୁନା ରେଳ ବିଭାଗରେ ଚାକିରି କଲା l ସେ ମୋ ପାଇଁ ଅନେକ ସମୟରେ ଟିକେଟ କରିଦିଏ ଓ Railway କୋଟାରେ conform କରିଦିଏ l ବେଳେ ବେଳେ conform ହୁଏ ନାହିଁ  ତେଣୁ ଉଚିତ୍ ମଣିଲେ ଯାଏ କିମ୍ବା ଯାଏ ନାହିଁ l ସେ ମୋର ବହୁତ ସେବା ଓ ଉପକାର କରିଛି l ମୋର ଦୃଢ ଇଶ୍ୱର ବିଶ୍ବାସ ଲାଗି ସେ ମଧ୍ୟ ଆଶ୍ଚର୍ଯ୍ୟ ହୁଏ l 

ନିଜେ ଏକୁଟିଆ ବିନା ଟିକଟରେ ଯିବା ଅଲଗା କଥା କିନ୍ତୁ ପିଲା ପରିବାର ଙ୍କୁ ନେଇ ତୀର୍ଥ ସ୍ଥାନକୁ ଯିବାକୁ ମାସେ କିମ୍ବା ଦୁଇମାସ ଆଗରୁ conform ଟିକେଟ କରିବା କଥା l ମୋର ସେଇ ବଦଭ୍ୟାସ ଲାଗି 4 ଜଣ, 6 ଜଣ,  8 ଜଣ ଙ୍କ ପାଇଁ ଟିକେଟ କାହାକୁ ନକହି ଦୁଇଦିନ ଆଗରୁ କରେ l ସବୁ ଟିକେଟ waiting ଲିଷ୍ଟରେ ଥାଏ ତେଣୁ ସମସ୍ତେ ଗର୍ଜନ କରିଥାନ୍ତି l ତେବେ ଶେଷ ସମୟରେ ଟିକେଟ conform ହେଉ ବା ଅଳ୍ପ ଲୋକଙ୍କ conform ହେଉ କିମ୍ବା କାହାର conform ନହେଉ ସମସ୍ତେ ଭଲରେ ବସି ଯାତ୍ରା କରିଥାନ୍ତି l

ଦକ୍ଷୀଣ ଭାରତକୁ conform train tickets ବିନା ଯାତ୍ରା କରିବା ଅସମ୍ଭବ l ଥରେ 6 ଜଣ ଶିରିଡି ସାଇ ବାବାଙ୍କ ପାଖକୁ ଭୁବନେଶ୍ବର ପ୍ରଶାନ୍ତି express ରେ ଯାଉଥାଉ l ମାତ୍ର ଦେଢ ଟି ଟିକେଟ conform ହୋଇଛି ଆଉ ସବୁ waiting, ମୁଁ ମନେ ମନେ ଇଶ୍ୱରଙ୍କୁ ପ୍ରାର୍ଥନା କରୁଥାଏ l ହଠାତ୍ ଦେଖିଲି ମୋର ହାଇସ୍କୁଲ୍ ସାଙ୍ଗ ସୁଶୀଳ ସେହି train ରେ TT ଅଛି l ସେ ଆଶ୍ୱସନା ଦେଲା ବିଶାଖାପାଟଣା , ବିଜୟୱାଡ଼ା ଯାଏ ନେଇଯିବ। ରାତି 10 ଟାରେ train ବିଜୟୱାଡ଼ାରେ ପହଞ୍ଚିଲା l ରାତି ଅନିଦ୍ରା ହୋଇ ଯିବା ବଡ କଷ୍ଟଦାୟକ l ମୁଁ ସମସ୍ତଙ୍କୁ ଆଶ୍ୱସନା ଦେଇ ଆଣିଥିଲି l ସମସ୍ତେ ବ୍ୟସ୍ତ ହେଉଥାନ୍ତି l ହଠାତ୍ TT ମହୋଦୟ ଆମକୁ ଖୋଜିଲେ l ମନରେ ଭୟ ଥାଏ କାଳେ ଆମକୁ ଓହ୍ଲାଇ ଦେବ l ଇଶ୍ୱରଙ୍କ କୃପା ସେ କହିଲେ କେହି ଆସୁନାହାନ୍ତି ତେଣୁ ଟିକେଟ conform ହୋଇଗଲା l ଆମ ମନରେ ବଡ ଆନନ୍ଦ l ଭଲରେ ବାଙ୍ଗାଲୋର ଯାତ୍ରା କଲୁ l ସୁଶୀଳ ମୋର ସ୍କୁଲ ସାଙ୍ଗ ଥିଲା କିନ୍ତୁ ଆମ ଗାଁର ଦେବ ସହିତ ମୈତ୍ର ହୋଇଥିଲା l ଦିନେ ବନମାଳୀପୁର ହାଟରେ ମୋର ବାପା ଓ ତାଙ୍କ ବାପା ଏକାଠି କେତେ କଥା ହେଉଥିଲେ l ବାପା କହିଲେ ସେ ମୋର ମୈତ୍ର ଖଇରପୁର ସ୍କୁଲର l ସେ ହାଇସ୍କୁଲ ରେ ପଢି ଚାକିରି କଲେ ବପା ପାଠ ପଢା ଛାଡି ବ୍ୟବସାୟ କଲେ କିନ୍ତୁ ତାଙ୍କର ଅନ୍ତରଙ୍ଗତା ଦେଖି ମୋର ମନ ଖୁବ ଆନନ୍ଦିତ ହୋଇଥିଲା ଯେମିତି ଆମ ଜେଜେ ବାହୁଡି ସାହୁଙ୍କୁ ମୋର ସ୍କୁଲ ସାଙ୍ଗ ତାରାକାନ୍ତର ବାପା ଅଡ଼ସପୁର ହାଟରୁ ଫେରିବା ସମୟରେ ପ୍ରାଚୀ ନଦୀରେ ରାତିରେ ବୁଡି ଯିବା ପୂର୍ବରୁ ତାଙ୍କ ହାତ ଧରି ଜୀବନ ରକ୍ଷା କରିଥିଲେ l ଅନେକ ସାଙ୍ଗ ମତେ ସାହାଯ୍ଯ କରିଛନ୍ତି l ମହାବାତ୍ୟାରେ ଉପୁଡ଼ି ପଡିଥିବା ଦୁଇଟା ବଡ ଶାଗୁଆନ୍ ଗଛକୁ ଚୋରମାନେ ବର୍ଷା ଅନ୍ଧାର ରାତିରେ କାଟି ଗର କରି 3 କିଲୋମିଟର କେନାଲରେ ଭସାଇ ନେଇଗଲେ l ମୋର ସ୍କୁଲ ସାଙ୍ଗ ଭଁଅରାଗଡ଼ର ପ୍ରକାଶ ପାତ୍ର ର ସହଯୋଗରେ ସେଇ କାଠ ମୁଁ ଘରକୁ ଆଣିଥିଲି l ଗାଁରେ ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ ହେଲେ କହିଲେ :”ଏ କାଠ ଆଣିବା ଯାହା ବାଘ ପାଟିରୁ ମାଉଁସ ଆଣିବା ତାହା l” ସେଇ କାଠ ବିକ୍ରି ଟଙ୍କା ରେ ଭଉଣୀର ବାହାଘର ପାଇଁ କାଠ ଜିନିଷ କିଣା ହୋଇଥିଲା l ସାଙ୍ଗ ମାନଙ୍କ ସହାୟତା ଲାଗି ମୁଁ ନିଜକୁ କୃତଜ୍ଞ ଓ ସୌଭାଗ୍ୟବାନ ମନେକରେ l ମୋର କାବ୍ଯ “ସୁଷମା ସ୍ଵର୍ଗ ମୋ ଗାଁ” ବହିରେ ସବୁ ସ୍କୁଲ ସାଙ୍ଗ ଙ୍କ ନାମ କବିତା ଆକାରରେରେ ଲେଖିଥିବାରୁ ନିଜକୁ ଗୌରବାନ୍ୱିତ ମନେକରେ l ସମୟ ଚାଲିଯିବ କିନ୍ତୁ ବହିରେ ସାଙ୍ଗ ମାନଙ୍କର ନାଁ ସବୁଦିନେ ଉଜ୍ଜ୍ଵଳ ଦିଶୁଥିବ l

କିନ୍ତୁ ଦୁଃଖରେ କଥା ମୋର ସେ train ରେ ଟିକେଟ କରିବା ଦିନେ ଦୁଇଦିନ ଆଗରୁ ବଦଅଭ୍ୟାସ ଗଲାନାହିଁ l ଏ ସତ୍ୟକୁ ସ୍ୱୀକାର ନକଲେ ମୋର ସତ୍ୟ ପ୍ରୀତି ଓ ଇଶ୍ୱରଙ୍କ ପ୍ରତି ଦୃଢ ବିଶ୍ବାସ ବ୍ୟାହତ ହେବ ତେଣୁ ମୁଁ ଏଥିରେ ଇଶ୍ୱରଙ୍କ ପାଖରେ କୃତଜ୍ଞତା ପ୍ରକାଶ କରୁଛି l

ପ୍ରଣାମ ପ୍ରଣାମ ଅନାମଧେୟ ସ୍କୁଲ ସାଙ୍ଗ ରାଜୁ l [8/19/2022, 9:54 AM] Raj Kishore Sahoo: ସୁଖ ଦୁଃଖ (2)

ସବୁଦିନେ ଚେରମୂଳି ଖାଇବା କଥା l ତେଣୁ ମୁଁ ପାଣି ବୋତଲରେ ଶୁଖିଲା ଅଁଳା 4 ଖଣ୍ଡ ପକାଇ ଦିନସାରା ପିଏ l ସାଧା ପାଣି ଅପେକ୍ଷା ଏହାର ସ୍ୱାଦ ଅଧିକ ଓ ଦେଖିବାକୁ ପାଣିର ରଙ୍ଗ ଅଳ୍ପ ସୁନେଲି l ଶୁଖିଲା ଅଁଳା 100 ଗ୍ରାମକୁ 30 ଟଙ୍କା l ଦୁଇମାସ ଯିବ l ସବୁଦିନେ ସାଧା ପାଣି ଅପେକ୍ଷା ପାଣିରେ ଅଁଳା କିମ୍ବା ତ୍ରିଫଳା, କିମ୍ବା ନିମ୍ବ ପତ୍ର 4 ଟା, ତୁଳସୀ ପତ୍ର 4 ଟା ପକାଇ ପିଇବା ଦେହ ପାଇଁ ଖୁବ୍ ହିତକାରୀ l ମଠ, ମନ୍ଦିରରେ ତୁଳସୀ ପଡିଥିବା ପାଣିକୁ ପାଦୁକ କୁହାଯାଏ l ଏହା ଦେହକୁ ହିତକର l ଆଜିକାଲି କଅଁଳିଆ ପତ୍ରର ଉପକାରିତା କଥା କୁହାଯାଉଛି l ମୁଁ ଦିନେ ସନ୍ଧ୍ୟା ପୂର୍ବରୁ ଅଫିସ ବଗିଚାରେ ବୁଲୁଛି ଦେଖିଲି ଦୁଇଜଣ ବୁଢ଼ାବୁଢ଼ୀ ବୟସ 75, ସ୍ୱାସ୍ଥ୍ୟ ଭଲ ଅଛି l ସେମାନେ ଜାମୁକୋଳି, ଆମ୍ବ, ଲିମ୍ବ, ପିଜୁଳି, ବେଲ, ବରକୋଳି, ଗଛରୁ କଅଁଳିଆ ଅଗ ପତ୍ର ତୋଳୁଛନ୍ତି l ମୁଁ ପଚାରିଲି ଏହାକୁ କଣ କରିବ ? ସେ ହସି କହିଲେ ସବୁଦିନେ ଚେରମୂଳି ଖାଇବା କଥା l ତେଣୁ ସକାଳେ ଏହାର ରସ ବୁଢ଼ା ବୁଢୀ ପିଇବୁ l 10 ବର୍ଷ ହେଲା ପିଉଛୁ lମୁଁ ପଚାରିଲି କଣ ଉପକାର ଜଣାପଡୁଛି l କହିଲେ ହଁ l ଆମେ ଡାଇବେଟିସ, BP, ହାର୍ଟ ପାଇଁ ଔଷଧ ଖାଉଚୁ ସତ କିନ୍ତୁ ନିରୋଗ ରହିଲା ପରି ଲାଗୁଛି l କେବେ ଦୁର୍ବଳ ଲାଗୁନାହିଁ ଦିନସାରା ଫୁର୍ତ୍ତି, ଆନନ୍ଦ ଲାଗୁଛି l ତେଣୁ ଏ ପତ୍ର ରସ ର ଉପକାର ଅଛି ଜାଣି ପାରୁଛୁ l ସମସ୍ତେ ଏପରି ଅଭ୍ୟାସ କରି ପାରିଲେ ଦୀର୍ଘ ଜୀବନ ସୁସ୍ଥ ହୋଇ ବୁଢ଼ା କାଳେ ବଞ୍ଚିବା ସମ୍ଭବ ହେବ l ଆଜିକାଲି ସହରରେ ସବୁ ପାର୍କରେ ଚେରମୂଳି ଜୁସ ଦୋକାନ ବସିଥାଏ l ଗ୍ଲାସ୍ 10 ଟଙ୍କା l ବହୁତ ଲୋକ ପିଅନ୍ତି l ଗାଜର, ବିଟ, ଲିମ୍ବ ପତ୍ର, ଛୋଟ ଗହମ ଗଛ, ଅଁଳା, କଲରା, 10 ପ୍ରକାର ର ରସ ଦେବେ l

ମୋର ଜଣେ ପ୍ରିୟ ବନ୍ଧୁ ବୈଦ୍ୟନାଥ ଖିଲାର l ସେ ଓଡ଼ିଶାର ମହାନ୍ ଗୀତି କବି ଓ Radio ରେ ତାଙ୍କ ଗୀତ ବାଜେ l ତାଙ୍କର ବୟସ 78, ତାଙ୍କର ପୁଣି ପେଟ ଅପରେସନ ହୋଇଥିଲା l ବିଭିନ୍ନ ଔଷଧ ଖାଇଥାନ୍ତି BP, Diabetes, ହାର୍ଟ ପାଇଁ l ତେବେ ତାଙ୍କ ଭିତରେ ଏ ବୁଢ଼ା କାଳେ ଯୌବନର ଉଦାମତ୍ତl, ସୃଜନ ବିଳାସର ଅମୃତ ଭାବ, ଆନନ୍ଦମୟ ରସିକତା ଉଛୁଳୁ ଥାଏ l ସବୁବେଳେ ଦେଖିବ ଫୁର୍ତ୍ତି, ଆନନ୍ଦ l ମୁଁ ପଚାରିଲି କେମିତି ଦିନ ଆରମ୍ଭ କରନ୍ତି ? ସେ କହିଲେ ମୁଁ ସକାଳୁ ଉଠି ଅଳ୍ପ ବାଟ ଚାଲିବାକୁ ଯାଏ l ଆସିବା ପରେ ବାରି ରୁ ବିଭିନ୍ନ ଶାଗ ପତ୍ର , କଲରାପତ୍ର, ଲିମ୍ବ ପତ୍ର, ଦୁଇ ମୁଠା ତୋଳି ଆଣେ l ସଙ୍ଗେ ସଙ୍ଗେ ତାକୁ ସିଝାଇ ଖାଇଦିଏ l ଏହାଦ୍ଵାରା ଉପକାର ହେଉଛି, ମୁଁ ଜାଣି ପାରୁଛି l

  ଦୁଃଖର କଥା ଏ ଅଭ୍ୟାସ ଆମେ କେବେ କରିବା ? ମୋର ଡାଇବେଟିସ, BP ଅଛି l ଡାକ୍ତର କହିଲେ ସବୁଦିନେ 5 ଟଙ୍କାର ଶାଗ ଖାଇବ l ସିଝା ପରିବା କିଛି ଖାଇବ l କଦଳୀ, ଅମୃତଭଣ୍ଡା, ସଜନା ଛୁଇଁ, କଲରା, ଲାଉ ସହିତ ଶାଗ ସନ୍ତୁଳା ଖାଇବ l ମୁଁ ଶାଗ ଅଭ୍ୟାସ ଲାଗି ଚେଷ୍ଟା କରୁଛି l

ମୁଁ ସବୁଦିନେ ଶାଗ କିଣେ l ମୂଳା, ପିଆଜ, ମେଥି, ଖଡ଼ା, ପାଳଙ୍ଗ, ବଥୁଆ, ସାରୁ l ଅଫିସ ବଗିଚାରୁ ସଜନା, ମଦରଙ୍ଗା ଶାଗ ନିଏ l କିଛି କରି ନପାରିଲେ ସପ୍ତାହକୁ 4 ଦିନ ସକାଳେ ଶାଗ ଖାଇବା ଅଭ୍ୟାସ କରିବା ତେବେ ଏହା ବୁଢ଼ା କାଳକୁ ଅଭ୍ୟାସରେ ପଡି ଯାଇଥିବ l

 ଶାଗ ପରି ଗଙ୍ଗଶିଉଳୀ ପତ୍ର ରସ ମୋର ସବୁଠାରୁ ପ୍ରିୟ l ଜର ହେଲେ, ଥଣ୍ଡା କାଶ ହେଲେ, ଦେହ ଦରଜ ଘୋଳାବିନ୍ଧା ହେଲେ ଏହାର 10 ଟା ପତ୍ର ରସରେ ଅଳ୍ପ ମହୁ ପକାଇ ସକାଳେ ସଞ୍ଜ ରେ ଦୁଇ ପାନ ଖାଲି ପେଟରେ ଖାଇଲେ ଦେହ ଭଲହୁଏ l  ଔଷଧ Paracetamol Dole 650, ଖାଇବା ସହିତ ଏହାକୁ ଖାଇଥାଏ l ଏହାଦ୍ୱାରା ଜ୍ଵର ର  ଜଟିଳତା ବଢି ଯାଏ ନାହିଁ l ବ୍ରେନ ମ୍ୟାଲେରିଆ କିମ୍ବା ଡେଙ୍ଗୁର ଭୟ ରହି ନଥାଏ l ଏହା ଖୁବ୍ ହିତକର l [8/20/2022, 11:50 AM] Raj Kishore Sahoo: ସୁଖ ଦୁଃଖ (3)
        ଜୀବନ କାଳରେ କାହାକୁ ରାଗ ବା ଇର୍ଷା ଲାଗି କିଏ କେମିତି ଅସୁବିଧାରେ ପକାଇବାକୁ ଚେଷ୍ଟା କରେ କିନ୍ତୁ ଆଧ୍ୟାତ୍ମିକ ଗୁରୁ ଠାକୁରଙ୍କୁ କଣ କେହି ଅସୁବିଧାରେ ପକାଇବାକୁ ଚେଷ୍ଟା କରିବ ? ମୁଁ ଠାକୁର ଅନୁକୂଳଚନ୍ଦ୍ରଙ୍କ ଅନାମଧେୟ ଭକ୍ତ ସେହି କର୍ମ କରିଥିଲି ଓ ଠାକୁରଙ୍କ ମହିମା କୁ ଉପଲବ୍ଧି କରି ଆନନ୍ଦ ଅଶ୍ରୁ ରେ କୃତ୍ୟ କୃତ୍ୟ ହୋଇଥିଲି l ମୋର ହାଇସ୍କୁଲ ସାଙ୍ଗ ବୈରାଗୀ ସାହୁ ଠାକୁରଙ୍କ ଦୀକ୍ଷା ନେଇ ତାଙ୍କର ବାଣୀ ଶୁଣାଉଥିଲl l ମୁଁ  ସେ ବୟସରେ ମୁଁ ଠାକୁରଙ୍କ ମହିମା ବୁଝି ପାରୁନଥିଲି l ବହୁ ବର୍ଷ ପରେ ଅକଳିରେ ପଡ଼ି ଠାକୁରଙ୍କ ଦୀକ୍ଷା ନେଲି l ହଠାତ୍ ଠାକୁରଙ୍କୁ ପରୀକ୍ଷା କରି ସେଥିରେ କୃତ୍ୟ କୃତ୍ୟ ହୋଇଗଲି l ଅନେକ ସମୟରେ ସତସଙ୍ଗ ଯାଏ,  ପ୍ରବଚନ ଶୁଣେ ମୁଁ ବି ଅନେକ ଥର ପ୍ରବଚନ ଦିଏ l ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶୁଣନ୍ତି l ଠାକୁରଙ୍କ ପ୍ରତି ମୋର ହୃଦୟରେ ନିଷ୍ଠା ଅଧିକ ଥାଏ, ସେ  ତ  ମୃତ୍ୟୁ ପରେ ବି ଜୀବନ୍ତ ଠାକୁର କିନ୍ତୁ ମୁଁ  ତାଙ୍କର ସବୁ କ୍ରିୟା କର୍ମ ଠିକ୍ ଭାବେ କରି ପାରେ ନାହିଁ l ମୁଖ୍ୟ କ୍ରିୟା ହେଉଛି ଯଜନ, ଯାଜନ, ଇଷ୍ଟ ବୃତ୍ତି l ମୁଁ ତ ଚିରକାଳ ଅଳସୁଆ l ତେଣୁ ଘରେ ବାହାରେ ନାନା କଥା ଶୁଣେ l ସବୁ ଦେହସୁହା ହୋଇଗଲାଣି l ସକାଳ 7 ଟାରେ ଅଫିସ ହେଲେ ଅଧଘଣ୍ଟା ଡେରି,  ଦିନ 9,30 ଅଫିସ ହେଲେ 40 ମିନିଟ୍ ଡେରି l 

 ଠାକୁରଙ୍କ ଦୀକ୍ଷା ନେବା ପରେ  ବହୁ ବର୍ଷ ବିତିଗଲା l ଦିନେ ସତସଙ୍ଗ ରେ ପ୍ରବଚନ ଶୁଣୁଛି l ଗୁରୁଭାଇ ମାନେ ଠାକୁରଙ୍କ ବାଣୀ ଅଳ୍ପ କହି ଠାକୁରଙ୍କ ଆଶ୍ରମ ଦେଓଘର ବୁଲି ଯାଇଥିବାର ଅନୁଭୂତି ବର୍ଣ୍ଣନା କରୁଥିଲେ l କିପରି  ବହୁ ଅସୁବିଧା ସତ୍ତ୍ୱେ ଠାକୁରଙ୍କ କୃପାରୁ ସେମାନେ ନିରାପଦରେ ସେଠାରେ ପହଁଞ୍ଚିଲେ ଓ ଭଲରେ ଘରକୁ ଫେରିଲେ l ସତସଙ୍ଗ ସରିବା ପରେ ମନରେ ଭାବନା ଜାଗିଲl ମୁଁ  ସବୁଆଡ଼େ ତୀର୍ଥଧାମ ବୁଲି ଯାଉଛି କିନ୍ତୁ ଦିନେ ଦେଓଘର ଆଶ୍ରମ ଗଲି ନାହିଁ କି ବାପାବୋଉ କୁ ନେଲି ନାହିଁ l ଅନେକ ସମୟରେ ଶୁଣେ କେତେ କିଏ ବୁଲି ଯାଉଛନ୍ତି l ମତେ କେହି ଯିବାକୁ ସାଥୀ କରିନାହିଁ କିମ୍ବା ମନରେ ଦୃଢ଼ ଇଛା ଜାଗ୍ରତ ହୋଇ ନଥାଏ l
  ମୁଁ ପୁଣ୍ୟ ଭୂମି ଭାରତର ସବୁ ତୀର୍ଥ ବୁଲି ଯିବାକୁ ଚାହିଁଥାଏ ଓ ଦୁଇଟି ପ୍ରାର୍ଥନା କରିଥାଏ ଯଥା ପ୍ରିୟଦଶିର୍ନୀକୁ ବାହାହେବା, ବିଖଣ୍ଡିତ ଭାରତ ବର୍ଷର ରାଜନୈତିକ ଏକିତ୍ରୀକରଣ ଜୀବଦ୍ଦଶାରେ ଦେଖିବା ଏହାଦ୍ୱାରା ଚିର ଶାନ୍ତି,  ସମୃଦ୍ଧି, ସୁରକ୍ଷା ସମ୍ଭବ ହେବ ଓ ନିର୍ଭୟରେ ମଠ ମନ୍ଦିରରେ ତପସ୍ୟା କରିହେବ l ଯୌବନରେ ଇଶ୍ୱରଙ୍କ କରୁଣା ଓ କୃପାରୁ ଯେଉଁ କାମିନୀ ସହିତ ପ୍ରୀତି ଭାବରେ ବିହ୍ଵଳ ହୋଇଥିଲି ତାକୁ ଏ ଜନ୍ମରେ ପାଇବା ସମ୍ଭବ ନଥିଲା l ସେ ଯେମିତି ସାଧା ସିଧା ସରଳ, କୋମଳ, ତପସ୍ଵିନୀ ପରି ନିଷ୍ଠାପର ଥିଲା ସେମିତି ନାରୀ ଦେହରେ ନାରାୟଣୀ ପରି ଲାଗୁଥିଲା, ସତେ ଅବା ଦେବକନ୍ୟା l ମୁଁ ତ ରାଜା ନଥିଲି ଯେ ତାକୁ ପାଇବାକୁ ଆମ ରାଜା ଗଜପତି ପୁରୁଷୋତ୍ତମଙ୍କ ପରି ଯୁଦ୍ଧ କରିବାକୁ ଯାଇଥାନ୍ତି 1500 କିଲୋମିଟର  କାଞ୍ଚି ରାଜ୍ଯ ଯାଏ l ବାହାଘର  ସ୍ଵର୍ଗରେ ସ୍ଥିର ହୋଇଥାଏ l  ଶୁଣିଥିଲି ଜୀବନ ଗୋଟେ ନଦୀ l ସେ ଲାଗୁଥିଲା କାମନାର ଗୋଟେ ମହାନଦୀ l ଜୀବନ ତପସ୍ୟାରେ ସିଦ୍ଧି ନ ଲଭି ତାକୁ ଏ ଜନ୍ମରେ କଣ ଆର ଜନ୍ମରେ ବି  ପାଇବା ଅସମ୍ଭବ l ଠାକୁରଙ୍କ ଧର୍ମଧାରାରେ ଉପଯୁକ୍ତ ସ୍ଥାନରେ ବାହାଘର ମୁଖ୍ୟ କଥା l ସେ କିପରି ଝିଅ ? ପଦ୍ମିନୀ, ହସ୍ତିନି, କି  ଶଙ୍ଖିନୀ ତାର ବିଚାର ନୁହଁ  ବରଂ 10 ବର୍ଷ ବୟସରେ ଛୋଟ ହୋଇଥିଲେ ଭଲ l ପୁଣି କର୍ମ ଗୁଣରେ ସେ କିପରି ଝିଅ ? ଏମିତି କେତେ କଥା l 
 ସବୁ କଥାରେ ନିଜର ହିତ ଓ ସ୍ୱାର୍ଥ ଖୋଜୁଥିବା ମଣିଷ କାହିଁକି ଏ ମାୟାରେ ମାତିଥାଏ ନିଜେ ଅଙ୍ଗେ ନ ନିଭାଇଲେ ଜାଣିବ କେମିତି ? ଆର ଜନ୍ମରେ ତାକୁ ପାଇବା କଣ ଏତେ ସହଜ ହେବ? ତେଣୁ ପୁଣ୍ୟତୀର୍ଥ ସବୁ ବୁଲି ମୁଁ କାମନା ପୂରଣ ଲାଗି ଇଶ୍ୱରଙ୍କୁ ପାର୍ଥନା କରିଥାଏ l ଦେଓଘର ତୀର୍ଥସ୍ଥାନ ନୁହେଁ ତେଣୁ ମୋର ମନରେ ଆଗ୍ରହ ହେଉନାହିଁ କି ଯିବାକୁ ଯୋଗ ଜୁଟୁନାହିଁ l 25 ବର୍ଷ ହେଲାଣି ଠାକୁର କଣ କରୁଛନ୍ତି ? ମୋର ମନରେ ରାଗ, ଅଭିମାନ କୂଳ ଲଙ୍ଘୁଥିଲା l ଥରେ ଦୁଇଥର ପଚାରିଲି ପ୍ରିୟ ପରିଚିତ ରିତିକ୍ ସୁର ଭାଇଙ୍କୁ l ସେ  ମତେ ଖୁବ୍ ଭଲ ପାଆନ୍ତି l ସେ କହିଲେ କଟକରୁ କଲିକତା ସେଠାରୁ ଯଶିଡ଼ି ଗଲେ ଦେଓଘର ଆଶ୍ରମ l ମୁଁ ଯିବା କଥା କହିଲେ କହିବେ ବର୍ତମାନ ଉତ୍ସବ ଚାଲିଛି ଭିଡଭାଡ ପରେ ଯିବ। ପାଣି ଅସୁବିଧା l ଅବଶ୍ଯ ଆଶ୍ରମରେ ବିଭିନ୍ନ ସମୟରେ ଉତ୍ସବ ହେଉଥିବ l ଆମ ବାପାବୋଉ ପିଲାମାନେ ଆଶ୍ରମରେ ଉତ୍ସବ ଦେଖିବା କଥା l ଦାଦା କାହିଁକି ମନା କରୁଛନ୍ତି l ଏମିତି ଦୁଇ ଥର ମନା କରିବାରୁ ଆଶ୍ରମ ଗଲି ନାହିଁ l ମନରେ ଆହୁରି ରାଗ ଅଭିମାନ ଠାକୁରଙ୍କ ପ୍ରତି ବଢ଼ିଗଲା l କି ଠାକୁର ଏ  ? ପୁଣି ପରିବାରର ଠାକୁର l 25 ବର୍ଷରେ ଥରେ ଆଶ୍ରମ ଯିବା ହେଲା ନାହିଁ l ତାଙ୍କ ଘର ଜନ୍ମସ୍ଥାନ ପଦ୍ମା ନଦୀ କୂଳରେ, ପାବନl ଗ୍ରାମରେ, ହିମାୟତ ପୁର, ବଙ୍ଗଳାଦେଶରେ l ମୁଁ ଭାବୁଥାଏ ତାଙ୍କର ଜନ୍ମସ୍ଥାନ କଥା ତେଣୁ ମୋର ଦେଓଘର ଯିବାକୁ ଦୃଢ଼ ଇଛା ଜାଗ୍ରତ ହୋଇ ନଥିଲା l

ବଦଭ୍ୟାସ ଲାଗି ଯିବାର ଦୁଇଦିନ ପୂର୍ବରୁ ହଠାତ୍ May ମାସ ଖରାଦିନରେ କାହାକୁ କିଛି ନକହି 8 ଟା ଟ୍ରେନ ଟିକେଟ କରିଦେଲି କଲିକତାରୁ ଜସିଡି ଓ ଜସିଡି ରୁ କଲିକତା l conform ଟିକେଟ କିନ୍ତୁ କଟକରୁ କଲିକତା ଓ କଲିକତା ରୁ କଟକ ଟିକେଟ ମିଳିଲା ନାହିଁ l ମୁଁ ଘରେ ସତ କଥା କହିଲି ନାହିଁ l ତୁମ୍ବି ତୋଫାନ୍ ହେବ l ମନରେ ତ ଠାକୁରଙ୍କ ପ୍ରତି ପ୍ରଚଣ୍ଡ ରାଗ ଓ ଅଭିମାନ l ମୁଁ, ମାଡାମ୍, ଦୁଇ ପୁଅ, ବାପା ବୋଉ, ଭଉଣୀ ଓ ତାର ଛୋଟ ଝିଅ, ଆଠ ଜଣ ଯିବୁ l ମନରେ ଭାବୁଥାଏ କଟକରୁ ଯେ କୌଣସି ଟ୍ରେନରେ ବିନା ଟିକଟରେ ଚଢିଗଲେ 400 km କଲିକତା 8 ଘଣ୍ଟା adjust ହୋଇ ବସି ଚାଲିଯିବୁ l ଫେରିବା ବେଳେ ବସ ରେ ଫେରିବୁ l ନିର୍ଦିଷ୍ଟ ଦିନ ସକାଳେ ସମସ୍ତେ କଟକ ରେଲୱେ ଷ୍ଟେସନରେ ପହଞ୍ଚିଲୁ l ମନରେ ଛନକା ଟିକଟ ନାହିଁ କହିଲେ ସମସ୍ତେ ଦୁଃଖ ଓ ରାଗରେ ଫେରିଯିବେ l ଥରେ ଫେରିଲେ ଆଉ ଜୀବନରେ କେବେ ଦେଓଘର ଆଶ୍ରମ ଯିବା କୁ ରାଜି ହେବେ ନାହିଁ l ମହା ପରୀକ୍ଷା ଏ l କେମିତି ଭଲରେ ଯିବୁ l ପୁଣି ଏମାନେ general ବଗିରେ ଭିଡ଼ରେ ବସିବେ ନାହିଁ, sleeper class ରେ adjust ହୋଇ ଯିବାକୁ କୁଣ୍ଠିତ ହେବେ l ଘରେ ପଶୁ ପଶୁ ଚାଳ ବାଜିବା ପରି ଏ ଦୟନୀୟ ଅବସ୍ଥା l

ମୁଁ ଠାକୁର ଙ୍କୁ  ନୀରବରେ ପ୍ରାର୍ଥନା କରୁଥାଏ l  ହଠାତ୍ ଦେଖିଲି ନୂଆ କରି ଚାଲୁଥିବା ଶତାବ୍ଦୀ ଟ୍ରେନ ଆସି ଛିଡା ହେଲା l ଜଣଙ୍କୁ ପଚାରିଲି ଟିକଟ ନାହିଁ କେଉଁ train ରେ କଲିକତା ଗଲେ ସୁବିଧା ହେବ l ସେ କହିଲେ ଏହି train ରେ ଯାଅ l

 ମୁଁ କହିଲି ଚାଲ l ସମସ୍ତେ ବସିଲୁ l TT ଆସିଲା ଟିକେଟ କଥା ପଚାରିଲା l ମୁଁ କହିଲି ଟିକେଟ ଦିଅ l ସିଟ ଖାଲିଥିଲା ତେଣୁ ବିନା fine ରେ ଟିକେଟ ଟଙ୍କା ଦେଇ ଠାକୁର ଙ୍କୁ ମନେମନେ ପ୍ରଣାମ ଜଣାଇଲି l ସଙ୍ଗେ ସଙ୍ଗେ ଗରମ୍ ଗରମ୍ ଇଡିଲି ତରକାରୀ,  ଆଳୁଚପ ଖାଇଲୁ l Free breakfast l ମନ ସମସ୍ତଙ୍କ ଖୁସି l ମାଡାମ୍ ପଚାରିଲେ ତମେ କଣ କଟକରୁ ଟିକଟ କରି ନଥିଲ ?  ଏବେ 5,600 ଟଙ୍କା ଦେଇ ଟିକଟ କଲ କାହିଁକି ? ମୁଁ ଆଉ କଣ କହିବି l ମୋର ଅକଲ ଗୁଡୁମ l ମୁଁ ହସିଦେଇ କହିଲି କଲିକତା କେତେବାଟ ଯେ  ଦିନରେ ଟିକଟ କରିବ l ଯୋଉ train ମିଳିବ ବସି ଯିବ l ଶତାବ୍ଦୀ train ନୂଆ ଚାଲୁଛି l AC chair car ପୁଣି brakefast free,  ଠାକୁରଙ୍କ ପାଖକୁ 25 ବର୍ଷ ରେ ଯାଉଛେ ପୁଣି ବାପାବୋଉ ଯାଉଛନ୍ତି,  ଟିକିଏ ଭଲରେ  ଯିବାନା ,,, l ସିଏ ଆଉ ମୋର ବଦଭ୍ୟାସ, ଅସହାୟତା , ଅଭିନୟକୁ ବୁଝି ନପାରି ଚୁପ୍ ରହିଲେ l ମୁଁ  ମହା ଅପ୍ରୀତିକର ପରିସ୍ଥିତିରୁ ଠାକୁରଙ୍କ କରୁଣାରୁ ବର୍ତ୍ତିଗଲି l 

କଲିକତାରୁ ଜସିଡି ଗଲୁ l ସେଠାରୁ ଅଳ୍ପ ବାଟ ଦେଓଘର ଆଶ୍ରମ l ରାତି 8 ଟା l ଏ କଣ ଚାରିଆଡ଼େ ଲୋକାରଣ୍ୟ l ଉପରେ ପୂର୍ଣିମାର ଜହ୍ନ l ରଜତ ଶୁକ୍ଳ ଶୀତଳ ଜ୍ୟୋତ୍ସ୍ନାର ଜୁଆର l ମନରେ ମହା ଆନନ୍ଦ l ବୁଝି ଜାଣିଲି ଠାକୁରଙ୍କ ସ୍ନାନ ଉତ୍ସବ ଲାଗି ଏ ଭିଡ଼ ପୁଣି ଏଠାରେ ଭାରତ ପ୍ରସିଦ୍ଧ ମହାଦେବ ମନ୍ଦିର ବୈଦ୍ୟନାଥ ଧାମ, ଝାଡଖଣ୍ଡ ରାଜ୍ଯ ଏ l ମୁଁ ଏ କଥା ଶୁଣି ବିସ୍ମିତ ଓ ଆନନ୍ଦିତ ହେଲି l ମୋ ଅଜ୍ଞାତରେ ସ୍ନାନ ଉତ୍ସବ ଓ ସେଠାରେ ପ୍ରସିଦ୍ଧ ବୈଦ୍ୟନାଥ ଧାମ୍ ଯାହା ଭାରତରେ କେଉଁଠି ହୋଇଥିବ ଜାଣିଥିଲି ସବୁ ଏଠାରେ l ମୋର ସବୁ ଉଦ୍ଦେଶ୍ଯ ଯେମିତି ମୋ ଅଜ୍ଞାତରେ ପୂରଣ ହୋଇଥିଲା l ଭାଗ୍ୟକୁ ଆଶ୍ରମରେ ସ୍ନାନ ଉତ୍ସବ ଓ ବୈଦ୍ୟନାଥ ତୀର୍ଥସ୍ଥାନ ଦର୍ଶନ l

 ପ୍ରବଳ ଭିଡ ରେ ରହିବୁ କେଉଁଠି ? ଜଣେ    କହିଲେ ତମେ ଏତେ ଲୋକ ପଡିଆରେ ରାତିରେ ରହିପାରିବନି ଆଶ୍ରମ କୋଠାର 2nd floor କୁ ଯାଅ l ସେଠାରେ ବଡ ବାରଣ୍ଡାରେ ବସିଲୁ l ରୁମ୍ ବ୍ୟବସ୍ଥା ନାହିଁ l କେହି କିଛି ଶୁଣିବାକୁ ନାହାଁନ୍ତି l ମୋର ଠାକୁରଙ୍କ ଉପରେ ଯେଉଁ ରାଗ ଅଭିମାନ ଥିଲା ଅସଲ ବେଳରେ କାମରେ ଲାଗିଲା l ମୁଁ  ସେଠାରେ ଗର୍ଜନ କଲି l "ଆମେ ଆଶ୍ରମକୁ 25 ବର୍ଷ ପରେ ପିଲା ପରିବାର ସହିତ ଆସିଛୁ  ଏତେ ଦୂରରୁ l ରହିବାର ସୁବିଧା ନାହିଁ l କେହି କିଛି ଶୁଣିବାକୁ ନାହିଁ l ଇଏ କି ଆଶ୍ରମ ? ଆମେ ଆଉ ଠାକୁର ଦର୍ଶନ କରିବୁ ନାହିଁ କି ଆଶ୍ରମରେ ରହିବୁ ନାହିଁ l ଆଜି ଏଠାରୁ ଫେରିଯିବୁ l"

    ଏ କଣ କଟକରେ ଶତାବ୍ଦୀ train ରେ ଯିବାକୁ କେହି କହିଲା ପରି ଜଣେ ବୟସ୍କ ଗୁରୁ ଭାଇ ହଠାତ୍ କେତେଦୂରରେ ମୋ କଥା ଶୁଣିଲେ ନା କଣ ସଙ୍ଗେ ସଙ୍ଗେ ଆସି ଆମକୁ ସେଇ ଘରର ଚାବି ଦେଲେ l ଆମେ ସେଠାରେ ଆରାମରେ ରହିଲୁ l ପାଣି ଅସୁବିଧା ଲାଗି କେତେ ପରିବାରକୁ ସାହାଯ୍ଯ କଲୁ l  ତା ପରଦିନ ଠାକୁର ଦର୍ଶନ କଲୁ, 2 ଟା ବେଳେ ଝାଡଖଣ୍ଡର Roap way ଥିବା  ପାହାଡ ବୁଲି ଦେଖିଲୁ l ଏହି ସମୟରେ ଫୋନ୍ କରି ସାନଭାଇ ମୁନା କହିଲା ଲକି (ବିଭୁକଲ୍ୟାଣ) ମୋର ସାନପୁଅ, nick name Romu, ମୁଁ ଡାକେ ଗୋଧି , ଏବେ ଶବ୍ଦ ସାଧନାରେ  ଜାଣିଲି ଗୋଧି ଅର୍ଥ (କପାଳ, ଭାଗ୍ୟବାନ),  CBSC ପରୀକ୍ଷାରେ   10 CGPA ରଖି  Matric ପାସ କରିଛି l ଆମ ମନରେ ମହା ଆନନ୍ଦ l ଠାକୁରଙ୍କୁ ମନେମନେ ପ୍ରଣାମ କଲି l ମୁଁ କହିଲି ସେ ଭଲ ପଢୁଥିଲା କିନ୍ତୁ 10 CGPA କେମିତି ସମ୍ଭବ ହେଲା ? ମାଡାମ୍ କହିଲେ "ତମେ ଦେଖିନା କି ସିଏ ଯେଉଁଠି ପଢୁଥିଲା ଘର କାନ୍ଥରେ 10 CGPA ଲେଖି ଗାର ସବୁ ପକାଇଛି କେବେଠାରୁ l" ( ପରେ ଘରକୁ ଯାଇ ତାହାକୁ ଦେଖିଥିଲି)
   ମୁଁ  ରାଗି କରି କହିଲି CBSC  ପରୀକ୍ଷାରେ ଯାହା ହେବ ହେବ ଏମିତି କଣ ଲେଖିବା କଥା ? ମାଡାମ୍ କହିଲେ ସେ ମାଡୁଆ 10 CGPA ଲେଖିଥିଲା ପାଇଲା l ତା ଉପରେ ଆଉ ରାଗ ନାହିଁ l ତମେ ତ ପିଲାଙ୍କୁ ଭଲ ପଢିବାକୁ କେବେ କହିଲ ନାହିଁ l ସ୍କୁଲରେ ଭଲ ଟିଚର ନାହାନ୍ତି, ଭଲ ପାଠ ପଢା ହେଉନାହିଁ  ତମେ ଅଭିଭାବକଙ୍କ ସାଥିରେ ମିଶି ଅଭିଯୋଗ କଲ ନାହିଁ l ଟିଉସନ୍ କଥା ବୁଝିଲ ନାହିଁ l ପିଲାମାନେ ନିଜେ ବୁଝି ଟିଉସନ୍ ହେଲେ l ତାକୁ ଭଲ ସ୍କୁଲରେ DPS କଳିଙ୍ଗ, ନଖରା ରେ selection ହେଲା, ପଢାଇଲ ନାହିଁ l ମୁଁ ପିଲାଙ୍କୁ ଅଧିକ ପରିଶ୍ରମ କରି ପଢିବାକୁ କହିଲେ ତମେ ବିଗିଡିବ l କହିବ ମୁଁ  ବହୁତ କଷ୍ଟ କରି ପଢିଛି ସେମାନେ କାହିଁକି କଷ୍ଟ କରିବେ ? ପାଠ ତାଙ୍କର ମନକୁ ହେବ l କଟକରେ ରହିଲ ନାହିଁ, ପବ୍ଲିକ୍ ସ୍କୁଲ୍ ରେ ପଢାଇଲ ନାହିଁ l ସବୁବେଳେ ତମରି ବାପା ବୋଉ, ମା, ଭାଇ ଭଉଣୀ ତାଙ୍କରି ଚିନ୍ତା ତମକୁ l ପିଲାଙ୍କ କଥା କେବେ ଭାବିଛ ? ତମର ଆଜିଯାଏ ପାଠ ପଢା ସରିନାହିଁ l ସବୁଦିନେ ପଢୁଛ ଲେଖୁଛ l

ଏବେ ସେ ଲେଖିଥିଲା ଯାହା ତାହା ପାଇଲା l ଏ କଥା ଶୁଣି ମନ ଶାନ୍ତ ହେଲା l ତାର ପାସ୍ କରିବା କଥା ଶୁଣି ବାପାବୋଉ ସମସ୍ତେ ଆନନ୍ଦିତ ହେଲେ l ଆମେ Ropeway ରେ ବୁଲି ବନ ପାହାଡ ଉପରେ   ଦେବୀ ମନ୍ଦିର ଦର୍ଶନ କରି ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରି ଆଶ୍ରମକୁ ଫେରିଲୁ l ସ୍ନାନ ଉତ୍ସବ ଲାଗି  ଦୁଇ ଟ୍ରକ ରଜନୀଗନ୍ଧl, ଗୋଲାପ, ପଦ୍ମଫୁଲ ରେ ସଜ୍ଜା ହୋଇଥିଲା ଛୋଟ ସିମେଣ୍ଟ ପୋଖରୀଟିଏ l ନାନା ରଙ୍ଗର ଆଲୋକମାଳାରେ ଉଦ୍ଭାସିତ ହୋଇଥିଲା ଚଉଦିଗ l ଉତ୍ସାହିତ ଲାଗୁଥିଲା ଉତ୍ସବମୁଖର ପରିବେଶରେ l ସନ୍ଧ୍ୟାରେ ପାଚିଲା ପଣସ ଓ ଖଜୁରୀ ଗୁଡ଼ରେ ଖିରି ଖାଇଲୁ l ଅମୃତ ପରି ସ୍ୱାଦିଷ୍ଟ l ଭଜନ କୀର୍ତ୍ତନ, ଗହଳ ଚହଳ  ଦିନରାତି ଲାଗିଥାଏ l ପୂଜ୍ୟ ପାଦ ଦାଦା ଭକ୍ତମାନଙ୍କୁ ଦର୍ଶନ ଦେଇ ସୁଖଦୁଃଖ ବୁଝନ୍ତି l ଆନନ୍ଦନଗର ପରି ଆନନ୍ଦମୟ  ପରିବେଶ l 

ସନ୍ଧ୍ୟା 7 ଟାରେ ସେଠାରୁ ଅଟୋରେ ଗଲୁ ପ୍ରସିଦ୍ଧ ଶୈବପୀଠ ବୈଦ୍ୟନାଥ ମନ୍ଦିର l  ଭିଡ ଥାଏ l କେମିତି ଶୀଘ୍ର ଦର୍ଶନ କରିବୁ l ମନ୍ଦିର ନନl ଙ୍କୁ କହିବାରୁ ସେ ଆମକୁ special ଧାଡ଼ିରେ ଯିବାକୁ କହିଦେଲେ l ରାତି 9 ଟାରେ ବାବା ବୈଦ୍ୟନାଥଙ୍କ ଦର୍ଶନ ଓ ପୂଜା କଲୁ l ମନ୍ଦିର ବେଢାରେ ଦୀପ ଜାଳିଲୁ l ପବିତ୍ର ପୁଣ୍ୟମୟ ଆନନ୍ଦ କଲ୍ଲୋଳ ଅନୁଭବ l ସେଠାରୁ ଫେରି ଆଶ୍ରମରେ ରହିଲୁ l 

   ଆଶ୍ରମ କୋଠା ଘର ପୁରୁଣାକାଳିଆ l ଚାକଚକ୍ୟ  ନାହିଁ l ବହୁତ ବଡ଼ ଅଞ୍ଚଳ l ବଡ଼ ବଗିଚା l ମୁଁ ଘରୁ  ନେଇଥିବା ମୁଚୁକୁନ୍ଦ ଗଛ  3 ଫୁଟ ଉଚ୍ଚର, ସେଠାରେ ଲଗାଇଥିଲୁ l ଉତ୍ସବ ସମୟରେ ଆନନ୍ଦ ବଜାରରେ ପ୍ରସାଦ ସେବନ କଲୁ l ସାଧା ଖେଚୁଡ଼ି ଡାଲମା l 

ଭୋର୍ 5 ଟାରେ local train, ଆଶ୍ରମ ଦେଓଘରରୁ ଜସିଡି l ଆମେ ସେଥିରେ ଫେରିଲୁ ଜସିଡି l 9 ଟାରେ ଟ୍ରେନରେ ଆସି କଲିକତାରେ ଦିନ 2 ଟାରେ ପହଞ୍ଚିଲୁ l ପ୍ରବଳ ଖରା l ଗଙ୍ଗାରେ ସ୍ନାନ କରି ବିବେକାନନ୍ଦଙ୍କ ଆଶ୍ରମରେ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ଦେଖିଲୁ l କଟକ ଫେରିବାକୁ train ticket ନାହିଁ bus ରେ ଯିବୁ l ଆମେ ପ୍ରଥମେ bus stand ଯିବା କଥା l ମୁଁ ଭାବିଲି କାଳେ ପୁରୀକୁ passenger ଟ୍ରେନ ଥିବ ସୁବିଧାରେ ବସି ଯିବୁ ବସରେ 400 କିଲୋମିଟର ବାଧା ଲାଗିବ l ହାଓଡ଼ା ରେଲୱେ ଷ୍ଟେସନରେ ପହଞ୍ଚି ବୁଝିଲି କଟକ କୁ ସବୁ ଟ୍ରେନ cancel ହୋଇଛି କାରଣ ବାଲେଶ୍ଵର ଠାରେ ଟ୍ରେନ ଦୁର୍ଘଟଣା ହୋଇଛି l ଲାଇନ୍ ଠିକ୍ ହେଲେ ଟ୍ରେନ ଯିବ l ନିରୁପାୟ ହୋଇ ବସ ଷ୍ଟାଣ୍ଡକୁ ଗଲୁ l ରାତି 8 ଟା l ବୁଝିଲୁ ଆଉ କଟକକୁ ବସ ନାହିଁ l ନାଇଟ service ବସ ଦିନ 4 ଟାରୁ ସନ୍ଧ୍ୟା 6 ଟା ଯାଏ l Taxi ରେ ଯିବାକୁ ଭାବିଲି l କେହି ରାଜି ହେଲେନାହିଁ l ରାତି 9 ଟା ଖାଇବାକୁ ବସଷ୍ଟାଣ୍ଡରେ ଭଲ hotel ନାହିଁ l ଢାବାରେ ଖାଇ ରେଲୱେ ଷ୍ଟେସନକୁ ଆସିଲୁ l ସମସ୍ତେ ବ୍ୟସ୍ତ କେମିତି କଟକ ଯିବୁ l ମୁଁ ଜାଣି ନଥିଲି କଲିକତାରୁ ସନ୍ଧ୍ୟା ପରେ ବସ ନାହିଁ l

ରେଲୱେ ଷ୍ଟେସନରେ ବୁଝିଲି ରାତି 11 ରେ ପୁରୀ ଏକ୍ସପ୍ରେସ ଛାଡିବ l ମୁଁ ଟିକେଟ କଲି l ସବୁ waiting l Train ଛାଡ଼ିଲା ବେଳକୁ କେହି general ବଗିରେ ଯିବାକୁ ରାଜି ହେଲେ ନାହିଁ l ଦିନସାରା କ୍ଳାନ୍ତି ସହିତ ନିଦ l ତେଣୁ sleeper class ରେ ଗଲୁ l ଜିନିଷପତ୍ର ରଖି ସମସ୍ତେ ଶୋଇବାକୁ ବ୍ୟସ୍ତ l କାହା ସିଟ ପାଖେ ବସିବାର ସୁବିଧା ନାହିଁ l Request କରି ବାପାବୋଉଙ୍କୁ  ବସାଇ ଦେଲି l ଆଉ ସମସ୍ତେ ପିଲାମାନେ  door ପାଖରେ ଛିଡା ହୋଇଥିଲୁ l ମାଡାମ୍ ଭୀଷଣ ବ୍ୟସ୍ତ ହେଲେ ରାଗି ପଞ୍ଚମ କାରଣ ଭଉଣୀର ଛୋଟ ଝିଅ କେମିତି ଏତେ ବାଟ ଯିବ ? ମୁଁ  ଠାକୁରଙ୍କୁ ତ୍ରାହି ତ୍ରାହି ଡାକିଲି l ସିଟ ମିଳିବା ଅସମ୍ଭବ l ପୁଣି Puri Express ରେ ବଙ୍ଗାଳୀ ମାନେ ବଡ ନିର୍ଦ୍ଦୟ କାହାକୁ ପାଖରେ ବସିବାକୁ ସାହାଯ୍ଯ କରନ୍ତି ନାହିଁ l ମୋର ବହୁ ଅନୁଭୂତି ଥିଲା l ଅନେକ ଥର  କଲିକତା ଯାଇଛି l ଠିକ୍ ରେ ରାସ୍ତା,  ଠିକଣା  କହିବେ ନାହିଁ l ତିନି ଜଣଙ୍କୁ ପଚାରିଲେ ତମେ ଠିକଣା ସ୍ଥାନରେ ପହଁଞ୍ଚିବ l ଆମର ଏ  ଦୁର୍ଦଶାରେ କିଏ ସାହାଯ୍ଯ କରିବ ? ମହା ପରୀକ୍ଷା ଏ l ବସରେ ନଯାଇ ପାରିବାରୁ ଏ ଅବସ୍ଥା l 20 ମିନିଟ୍ ପରେ ସମସ୍ତେ ନିଜ ସିଟ ରେ ଶୋଇ ପଡିଲେ l ଭିତରେ ଭିଡ କମିଗଲା l ମୁଁ  ହଠାତ୍ ଦେଖିଲି ଅନେକ ତଳ  seat ରେ କେହି ନାହାନ୍ତି l ମୁଁ ଜଣଙ୍କୁ ସବୁ ସତକଥା କହିଲି l ଠାକୁରଙ୍କ ଆଶ୍ରମରୁ ଫେରିଛୁ ବସ୍ ମିଳିଲାନି l ପିଲାମାନେ ହଇରାଣ ହେଉଛନ୍ତି l ସେ ମତେ  ଆଗ  seat ରେ ବସିଥିବା ଜଣେ ବୁଢ଼ା ଲୋକ ପାଖକୁ ନେଲେ l ସେ ଠାକୁରଙ୍କୁ ବହୁତ ଶ୍ରଦ୍ଧା ଭକ୍ତି କରନ୍ତି l ଘର ବିହାର l ତାଙ୍କର joint family,  ବହୁତ ବଡ଼ ପରିବାର l ତାଙ୍କର 18 ଟା ସିଟ ପୁରୀ  ଯାଏ reservation ଥିଲା l ନୂଆ ବାହା ହୋଇଥିବା couple ପୁଅବୋହୂ,  ଝିଅ ଜ୍ୱାଇଁ 16 ଜଣ l ମହାପ୍ରଭୁ ଙ୍କୁ ଦର୍ଶନ କରିବେ l ସେମାନେ ଆମକୁ 8 ଟା ତଳ ସିଟ ଦେବାକୁ ରାଜି ହେଲେ l ସେମାନେ ଉପର ସିଟରେ ଦୁଇ ଜଣ ବସି ଗପିଗପି ଗଲେ l ମୁଁ reservation ଟଙ୍କା ତାଙ୍କୁ ଖୁସିରେ ଦେଲି l ସେ ବହୁତ ଖୁସି ହେଲେ l ଠାକୁରଙ୍କ ଅହେତୁକ କୃପା ଏ, ମହାମହା କୃପା ଏ,  ଅବିଶ୍ୱସନୀୟ ସତ୍ୟ ଅନୁଭବ ଏ l ଏକାଥରେ 8 ଟା reservation ସିଟ ମିଳିବା ପୁଣି ପୁରୀ Express ରେ ମିଳିବା ଠାକୁର ଅନୁକୂଳଚନ୍ଦ୍ରଙ୍କ ଦୟା କରୁଣା ଏ ମୋ ପରି ଅଧମ ଭକ୍ତକୁ l ଭଲରେ  ଘରକୁ ଫେରିଲୁ l ଏପରି ଅନନ୍ୟ ଦିବ୍ୟ ଅନୁଭବ ସବୁ ଯାହାର ଅନେକ ଅନେକ ଅଛି ସେ ଯଦି  ନିଜକୁ ନିଜ ଜ୍ଞାନ ବିଚାର ଅନୁଭୂତିରେ ମହାତ୍ମା ନ କହିବ ତେବେ ଠାକୁରଙ୍କୁ ବିଶ୍ବାସ କରିବ କିଏ ? ତାଙ୍କ ଦୟା କରୁଣାର ପ୍ରଚାର କିପରି ହେବ ? ଅନ୍ୟମାନେ ଇଶ୍ବରୀୟ ଭାବଧାରାରେ ସାମିଲ ହେବାକୁ ପ୍ରେରଣା ପାଇବେ କେଉଁଠୁ ? ଏ ସବୁ ଇଶ୍ବରୀୟ ଦିବ୍ୟ ଅନୁଭୂତି ପାଇଁ ଚିରକାଳ ଅଶ୍ରୁ ଆନନ୍ଦରେ କୃତ୍ୟ କୃତ୍ୟ l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [8/23/2022, 9:09 PM] Raj Kishore Sahoo: ସୁଖ ଦୁଃଖ (4)

  ଉଜ୍ଜୈନ ପୁଣ୍ୟ ତୀର୍ଥ ବୁଲି ଯିବାକୁ ମନରେ ବହୁ ଉତ୍କଣ୍ଠା ଥିଲା l ମୁଁ ଶୁଣିଲି ପ୍ରଧାନମନ୍ତ୍ରୀ ଯିବେ ପଣ୍ଡିଚେରୀ ଆଶ୍ରମ 15 ଅଗଷ୍ଟ ଦିନ ଅରବିନ୍ଦଙ୍କ ଶୁଭ ଜନ୍ମଦିନରେ ସ୍ଵାଧୀନତାର ଅମୃତ ମହୋତ୍ସବର ଲାଗି ତେଣୁ  ମୁଁ ଉଜ୍ଜୈନର ପୁଣ୍ୟ ତୀର୍ଥ ମହାକାଳେଶ୍ଵର ମନ୍ଦିରରେ ପାଳନ କରିବାକୁ ଭାବିଲି l ବଦଭ୍ୟାସ ଲାଗି କାହାକୁ କିଛି ନପଚାରି ହଠାତ୍ ଦୁଇଦିନ ପୂର୍ବରୁ ଟ୍ରେନ ଟିକେଟ କଲି,  waiting ଟିକେଟ l ରେଲୱେ କୋଟାରେ conform ପାଇଁ ସାନଭାଇ ଚେଷ୍ଟା କଲା l ଅଗଷ୍ଟ 12 ତାରିଖ ରାତିରେ ଯିବାକୁ ଆମେ ଜିନିଷ ପତ୍ର ସଜାଡି ପ୍ରସ୍ତୁତ ହୋଇ ଥାଉ l ସନ୍ଧ୍ୟାବେଳେ ଜଣାପଡ଼ିଲା ଟିକେଟ conform ହୋଇ ନାହିଁ l ଏ ସପ୍ତାହରେ ଲାଗି ଲାଗି 3 ଦିନ 3 ଦିନ 6 ଦିନ ଛୁଟି ତେଣୁ ସମସ୍ତେ ଦୁଇ ତିନି ମାସ ଆଗରୁ ଟିକେଟ କରିଥାନ୍ତି l ଆମେ ତା ପୂର୍ବଦିନ ତତ୍କାଳ ଟିକେଟ କରିବାକୁ ଚେଷ୍ଟା କରିଥିଲୁ l କିନ୍ତୁ ହାୟ ସାନ ପୁଅ ବିଭୁ କହିଲା ତାର ଟଙ୍କା କଟିଗଲା କିନ୍ତୁ ଟିକେଟ ରେଲୱେ cancel କରିଦେଲା l ଯିବାର କଣ ଯୋଗ ନାହିଁ ? ମୁଁ ମନେ ମନେ ଇଶ୍ବରଙ୍କୁ ସ୍ତୁତି କରୁଥାଏ l ଏତେ ବଡ଼ ଜାତୀୟ ପର୍ବ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ମୁଁ କେତେ କଣ ଭାବିଥାଏ l ଏବେ କଣ ହେବ? କେମିତି ଯିବୁ? ଏଣେ ମାଡାମ୍ ଙ୍କ ଗର୍ଜନ ତମେ ଦୁଇ ମାସ ଆଗରୁ କାହିଁକି ଟିକଟ କଲ ନାହିଁ l ମୁଁ ଜିନିଷପତ୍ର ସଜାଡି ବ୍ୟାଗ୍ ବାନ୍ଧି ବସିଛି l ଏବେ ଟିକଟ ନାହିଁ l ମୋର ବୁଦ୍ଧି ଶୂନ୍ୟ l ଏହି ସମୟରେ ମୁଁ ଇଶ୍ୱରଙ୍କ ପାଖରେ ଉଜ୍ଜୈନ ଯିବା ଭାବନାରୁ ଓହରି ଯିବାକୁ withdraw କରିବାକୁ ଚାହିଁଲି ଅସହାୟ ମନେକରି l (କୌଣସି ଭାବନା ଫଳବତୀ ନହେବା ଦେଖିଲେ ନିଜକୁ withdraw କରିବାକୁ ସ୍ତୁତି କରିବା ଗୋଟେ Divine Technique,) କଣ ଭାବିଲି ବଡ଼ ପୁଅ ସୋମୁକୁ କହିଲି ଆମେ ଯିବା ସମ୍ଭବ ନୁହଁ l 

 ମାଡାମ୍ କହିଲେ ଆମେ ନୋହିଲେ 800 କିଲୋମିଟର ବସରେ ଯିବl ଉଜ୍ଜୈନ  ଦିଲ୍ଲୀରୁ l ବସରେ ଏତେ ଦୂର ଯାତ୍ରା କଷ୍ଟଦାୟକ ତେଣୁ  ସୋମୁ କୁ କହିଲି ଆଉ ଟିକେ ଦେଖ କେଉଁ ଟ୍ରେନରେ ଟିକେଟ ଅଛି କି ? ସେ କହିଲା ସବୁଥିରେ 200, 300 waiting conform ହୋଇ ପାରିବନାହିଁ l କିଛି ସମୟ ପରେ କହିଲା ମୁମ୍ବାଇ ରାଜଧାନୀ ଟ୍ରେନରେ waiting 18 ଅଛି ସେ ଉଜ୍ଜୈନ ଯିବ ନାହିଁ l ସେଠାରୁ 50 km ଦୂରରେ ନଗଧା ଷ୍ଟେସନରେ  ରହିବ ମାତ୍ର 7 ଘଣ୍ଟାରେ ପହଁଞ୍ଚିବ  l ସେଠାରୁ ଅନ୍ୟ train ରେ ଗୋଟେ ଘଣ୍ଟାରେ ଉଜ୍ଜୈନ ଯିବ l ମୁଁ କହିଲି ସଙ୍ଗେ ସଙ୍ଗେ ଟିକେଟ କର କାରଣ ଉଜ୍ଜୈନ ଟ୍ରେନ ସବୁ 13 ଘଣ୍ଟା ଲାଗେ l ଅଗଷ୍ଟ 13 ତାରିଖ ସନ୍ଧ୍ୟା 5 ଟାରେ ଟ୍ରେନ l ଦିନ 1 ଟାରେ ଟିକେଟ conform ହୋଇଗଲା l ମନରେ ମହା ଆନନ୍ଦ l ସୋମୁ Waiting 17 ଥାଇ return ଟିକେଟ କରିଦେଲା l ମୁଁ,  ମାଡାମ୍ ରାଜଧାନୀ ଏକ୍ସପ୍ରେସ ରେ ଭଲରେ ଯାଇ ଉଜ୍ଜୈନ ରେ ପହଞ୍ଚିଲୁ ରାତି 1,30 ରେ l ଆମେ ବିଶ୍ରାମ ନେବୁ କଣ ଗଲୁ ଲାଇନ୍ ରେ ଛିଡା ହେବାକୁ ପରଦିନ ଭସ୍ମ ଆଳତୀ ଟିକଟ କରିବାକୁ l ସକାଳ 7 ଟାରେ ଟିକଟ ହେବ କିନ୍ତୁ ଲାଇନ୍ ସନ୍ଧ୍ୟା ବେଳୁ ଲାଗିଛି l ଯେଉଁମାନେ 6 ଜଣ 8 ଜଣ ଗ୍ରୁପରେ ଆସିଛନ୍ତି ସେମାନେ ଦୁଇ ଦୁଇ ଘଣ୍ଟା ପାଳିକରି ବସୁଛନ୍ତି l ମାତ୍ର 300 ଜଣଙ୍କୁ ଟିକଟ ମିଳିବ l ସେଠାରେ 200 ଲୋକ ଲାଇନରେ ବସିଥାନ୍ତି l ଖରା ବର୍ଷା ଲାଗି ଆଶ୍ରୟ ନେବାକୁ ସୁବିଧା ନାହିଁ l ମୁଁ ସେହି ବରଗଛ ପାଖ ପାହାଚ ଉପରେ ବସି ଶୋଇଗଲି l ବାଧା ଲାଗୁଥାଏ ଓ ନିଦ ମାଡୁଥାଏ l ଉପରେ ମେଘ l ହଠାତ୍ ବିନ୍ଦୁ ବିନ୍ଦୁ ବର୍ଷା ଟୋପା ପଡ଼ିଲା l ମୋର ମନେ ପଡିଲା ସାନଭାଇ ମୁନା ଲେଖିଥିଲl ଉଜ୍ଜୈନ ରେ ଦୁଇଦିନ ପ୍ରବଳ ମେଘ ହେବ l ମୁଁ ଦେଖିଲି ସାରା ଆକାଶ ମେଘ ମେଘ l ମେଘ ହେଲେ ଆମେ ଆଉ ଉଜ୍ଜୈନ ରେ ମହାକାଳେଶ୍ଵର ଙ୍କ ଦର୍ଶନ କରି ପାରିବୁ ନାହିଁ l ମେଘ କଣ ଆମପାଇଁ ଅଟକି ରହିବ ? ନା l ସେ ବର୍ଷିବ l
ମୁଁ ମାଡାମ୍ ଙ୍କୁ କହିଲି ବର୍ଷା ହେବ ଚାଲ ରେଲୱେ ଷ୍ଟେସନ ଯିବା l ରାତି ପାହିଲେ ଯାହା ହେବ l ସେ ମନା କଲେ l ବର୍ଷା 20 ମିନିଟ ଜୋର୍ ରେ  ହେଲା  l ସାମନାରେ ଧର୍ମଶାଳା ଥିଲେ ମଧ୍ଯ ସେମାନେ କାହାକୁ ଭିତରକୁ ଛାଡିଲେ ନାହିଁ l ସମସ୍ତେ ଓଦା ହୋଇ ଛିଡ଼ା ହୋଇଥାନ୍ତି l ବଡ ଅସହାୟ ଲଗିଲା l ମୁଁ କହିଲି ଆମେ ଭସ୍ମ ଆଳତୀ ଦେଖିବା ନାହିଁ l ଏଠାରେ ବହୁ ଅବ୍ୟବସ୍ଥା l ଟିକଟ ମିଳିଲେ ଆଳତୀ ଦର୍ଶନ ସମୟ 3, 30 ରୁ 4,30 AM ସେଥିପାଇଁ ପୁଣି ଲାଇନ୍ ରେ ଛିଡା ହେବ ରାତି 11 ଟାରୁ ନଚେତ୍ ଦୂରରେ ବସିବ l ଆମେ ରେଲୱେ ଷ୍ଟେସନ ରେ ବିଶ୍ରାମ ନେଲୁ First-class waiting room ରେ l ସବୁ ସୁବିଧା ଓ AC, l ସେତେବେଳେକୁ ସକାଳ ହୋଇଯାଇଥାଏ l ମେଘୁଆ ଆକାଶ l ସେଠାରେ ବିଶ୍ରାମ ନେଲୁ l ଦିନ 10 ଟାରେ ଉଜ୍ଜୈନର ଦର୍ଶନୀୟ ସ୍ଥାନ ସବୁ ବୁଲି ଦେଖିଲୁ l ରାତିରେ ମହାକାଳେଶ୍ଵର ଙ୍କ ଦର୍ଶନ କଲୁ l ମନ ମହା ଆନନ୍ଦମୟ ଲାଗୁଥିଲା l

ପୁରାଣ ପ୍ରସିଦ୍ଧ ପ୍ରାଚୀନ ସହର ଉଜ୍ଜୈନ,  ଅବନ୍ତୀ ରାଜ୍ୟର(ଆଧୁନିକ ଇନ୍ଦୋର) ଯେଉଁଠି ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜତ୍ୱରେ ନବରତ୍ନ ପଣ୍ଡିତ ଭାରତର ଯଶ କୀର୍ତ୍ତି ଗୌରବ ବୃଦ୍ଧି କରିଥିଲେ l ସେମାନଙ୍କ ମଧ୍ୟରେ ମହାକବି କାଳିଦାସ ଜଣେ ଉଜ୍ଜ୍ଵଳ ଜ୍ୟୋତିଷ୍କ l ପୁଣି ସେଠାରେ ଭାରତର ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ମହାକାଳ ମହାଦେବ ମହାକାଳେଶ୍ଵର ବିରାଜମାନ ପୁଣ୍ୟତୋୟା ପବିତ୍ର ସିପ୍ରା ନଦୀ କୂଳରେ, ରାମ ଘାଟ ନିକଟରେ l ସନ୍ଦୀପନୀ ରୁଷିଙ୍କ ଆଶ୍ରମ ଯେଉଁଠି କୃଷ୍ଣ, ବଳରାମ, ସୁଦାମା 64 ବିଦ୍ୟା ଶିକ୍ଷା ଲାଭ କରିଥିଲେ l 64 ବିଦ୍ୟା ଶିକ୍ଷାର ମନ୍ଦିର,  museum ରେ ସୁନ୍ଦର ଚିତ୍ର କରି ସମସ୍ତ ବିଦ୍ୟା କୁ 64 ଟି ଘରେ ବୁଝାଇବାର ବ୍ୟବସ୍ଥା ଅତି ଚମତ୍କାର ଓ ପ୍ରେରଣାଦାୟକ l 

  
   ସେହି ପବିତ୍ର ନଗରୀ ଭୁଲିଯିବାକୁ ମନରେ ବହୁତ ଆଗ୍ରହ ଥିଲା l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଦେଖିବାକୁ ମହାକବି କାଳିଦାସଙ୍କ ଆରାଧନା ସ୍ଥଳ ଯେଉଁଠି ସେ ସରସ୍ଵତୀଙ୍କ ଠାରୁ ବରପ୍ରାପ୍ତ ହୋଇଥିଲେ l ସେହି ଦେବୀ ଙ୍କ ନାମ ଗଡ଼କlଳିକା l ଯାହାଙ୍କ ଆଶିର୍ବାଦରୁ ସେ ଅମର କାବ୍ଯ ସବୁ ରଚନା କରି ବିଶ୍ଵ ପ୍ରସିଦ୍ଧ ହୋଇଛନ୍ତି l  ମହାମୂର୍ଖରୁ ମହାକବି l ଅବିଶ୍ୱସନୀୟ ସତ୍ୟ କଥା ଏ l  ଗ୍ରାମରେ ମୋର ପ୍ରିୟ କୃଷ୍ଣ ଦାଦା ଭାଗବତର ବାଣୀ କହିଲା ପରି ପ୍ରଭୁଙ୍କ କରୁଣା ହେଲେ ମୁର୍ଖ ମୁଖେ ବେଦଜ୍ଞାନ, " ମୁଁ ଯାହାକୁ ହୋଇବି ସଦୟ l ଜ୍ଞାନ ତା ହୃଦରୁ ଉଦୟ ll" ଏ ତ ମୋର ଅଙ୍ଗେନିଭା ଅନୁଭୂତି l ମୋ ପରି  ଅନାମଧେୟ ଧର୍ମାନନ୍ଦ ଯେ ସୃଜନର ଅମୃତ ସ୍ପର୍ଶ ଲାଭ କରିପାରିବ ?, କବି ମହାତ୍ମାର ଦିବ୍ୟ ଅନୁଭବକୁ ସୃଜନ ବିଭୋର କାବ୍ଯ, କବିତାରେ ରୂପ ଦେଇ ପାରିବ ?, ତାହା ସମ୍ଭବ ହୋଇଥିଲା  ମୋର ଚିନ୍ମୟ ଚେତନାରେ ଚିର କଲ୍ଲୋଳିନୀ, ପ୍ରୀତି ଆହ୍ଲାଦିନୀ, କରୁଣାସ୍ନିଗ୍ଧ ସ୍ନେହମୟୀ, କାଳ ବକ୍ଷରେ  କୀର୍ତ୍ତିମୟୀ, କଲ୍ୟାଣୀୟା ଗାନୀପଦ୍ମାର ଅଦୃଶ୍ୟ ପ୍ରେରଣା ଲାଗି ଯାହାର ଅନୁଭବରେ ସମୃଦ୍ଧ ମୋର ସୃଜନୀ, ସୁଷମାନ୍ଵିତ ମୋର ଜୀବନ, ଧରାଲୋକରେ ଧରାବତରଣ କରି ଧନ୍ଯ  ଓ ସାର୍ଥକ l ପ୍ରଣାମ ପ୍ରଣାମ l ସେହି ପୁଣ୍ୟପୀଠରେ  ମଥାପାତି ପ୍ରଣାମ କରିବାରେ ଯେଉଁ ଅପୂର୍ବ ଆନନ୍ଦ, ସୃଜନ ପୁଲକ ସାଉଁଟିଲl ପରି ପ୍ରୀତିଲଗ୍ନlର କଲ୍ଯାଣ କାମନା କରି ତାର ତୁଳନା ନାହିଁ l  ମର ଦେହ ମୋର ମିଶିବ ମାଟିରେ  
    ଫୁଟିବ ପ୍ରସୂନ ହୋଇ l  ମହକିବ ମାଟି    ଆକାଶ ପବନ 
   ତାର ପ୍ରୀତି ସ୍ପର୍ଶ ପାଇ ll

ଉଜ୍ଜୈନ ପ୍ରସିଦ୍ଧ ମଙ୍ଗଳ ଗ୍ରହଙ୍କ ଜନ୍ମସ୍ଥାନ ଯେ ପୂଜା ପାଉଛନ୍ତି ମଙ୍ଗଳନାଥ ନାମରେ l ଭକ୍ତଙ୍କ ମଙ୍ଗଳ ଦୋଷ ଦୂର ଲାଗି ପୂଜା, ହୋମ, ଯଜ୍ଞ ଲାଗି ସବୁଦିନେ ଗହଳି ଲାଗି ରହିଥାଏ l ଅତ୍ୟନ୍ତ ଆନନ୍ଦମୟ ପବିତ୍ର ସ୍ଥାନ ଏ l ପ୍ରସିଦ୍ଧ କାଳ ଭୈରବ ମନ୍ଦିର, ଦୁର୍ଗାଙ୍କ ମନ୍ଦିର ହରସିଦ୍ଧି ମନ୍ଦିର ଓ ମନ୍ଦିର ସମ୍ମୁଖରେ ପଥର ନିର୍ମିତ 30 ଫୁଟ ଉଚ୍ଚତାର ଦୁଇ ଆଲୋକ ସ୍ତମ୍ବ ସନ୍ଧ୍ୟାରେ ଆଲୋକିତ ହୋଇ ଖୁବ୍ ଆକର୍ଷଣୀୟ ଓ ମନୋରମ ଲାଗୁଥାଏ, ବଡ ଗଣେଶ ମନ୍ଦିର ସେଠାରେ ଅବସ୍ଥିତ l

ଉଜ୍ଜୈନରୁ 150 କିଲୋମିଟର ଦୂରରେ ଓ ଇନ୍ଦୋର ସହର ରୁ 100 km ଦୂରରେ ପବିତ୍ର ନର୍ମଦା ନଦୀ କୂଳରେ ପୂଜା ପାଉଛନ୍ତି ଜ୍ୟୋତିର୍ଲିଙ୍ଗ ଓଁକାରେଶ୍ଵର ମହାଦେବ l ଅଗଷ୍ଟ 15 ତାରିଖ 2022 ମସିହା ସୋମବାର ସକାଳୁ ପୁଣି ଥରେ ମହାକାଳେଶ୍ଵରଙ୍କ ଦର୍ଶନ କଲୁ ଜାତୀୟ ପତାକାକୁ ଧରି l ଚାରିଆଡ଼େ ଜାତୀୟ ପତାକାର ଦୃଶ୍ୟ l ସମଗ୍ର ସହର ଉତ୍ସବମୁଖର l ସମସ୍ତେ ଆନନ୍ଦିତ ଓ ଅଭିଭୂତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରି l
ଦିନ 11 ଟାରେ ଉଜ୍ଜୈନରୁ ବାହାରି ଓଁକାରେଶ୍ଵରରେ ସନ୍ଧ୍ୟା 5,30 ରେ ବହୁ ବିଳମ୍ବରେ ପହଞ୍ଚିଲୁ l ପବିତ୍ର ନର୍ମଦା ନଦୀରେ ଫୁଲ ନେଇ ପୂଜାର୍ଚ୍ଚନା କଲୁ l ନିର୍ମଳ କୋମଳ ପବନ, ନଦୀବନ୍ଧ ପାହାଡର ଦୃଶ୍ୟ ରାଜି ବ୍ରିଜ ଉପରୁ ଦେଖିଲେ ଅତୀବ ରମଣୀୟ ପ୍ରତୀୟମାନ ହେଉଥାଏ l ସମୟ ମାତ୍ର ଗୋଟେ ଘଣ୍ଟା ହାତରେ l ଭିଡ ଭିତରେ ଯାଇ ପୂଜାରୀକୁ ଅନୁରୋଧ କଲୁ ଶୀଘ୍ର ଓଁକାରେଶ୍ୱରଙ୍କ ଦର୍ଶନ ପାଇଁ l ସେ ସାହାଯ୍ଯ କରିବାରୁ ଆମେ ଠାକୁରଙ୍କୁ ଦର୍ଶନ କରି ବସଷ୍ଟାଣ୍ଡକୁ ଫେରିଲୁ l ପ୍ରାକୃତିକ ପରିବେଶରେ ଅତ୍ୟନ୍ତ ମନୋରମ ସ୍ଥାନ ଏ l ମନ ଚାହୁଁଥିଲା ସେଠାରେ ରହିବାକୁ l ସମୟ ଅଭାବ l ବସ୍ ଛାଡ଼ିଲା ସନ୍ଧ୍ୟା 7 ଟାରେ l ବାଟରେ ବର୍ଷା ହେଲା l ନର୍ମଦା ଘାଟିରେ ଗୋଟେ ବଡ଼ ଟ୍ରକ ଅଟକି ଯିବାରୁ ଟ୍ରାଫିକ୍ 2 ଘଣ୍ଟା ବିଳମ୍ବ ହେଲା l ରାତି 8 ଟାରେ ଜଣାପଡ଼ିଲା ଫେରିବା ଟିକଟ conform ହୋଇନାହିଁ l ଭଲ ହେଲା କାରଣ ଆମେ ଠିକ୍ ସମୟରେ ନଗଧା ଷ୍ଟେସନରେ ପହଞ୍ଚି ପାରି ନଥାନ୍ତୁ l ଆମେ ଇନ୍ଦୋର ଷ୍ଟେସନରେ ପହଞ୍ଚିଲୁ ରାତି 11,30 ରେ l ସେଠାରେ ରହିଲୁ l ସକାଳୁ ସୋମୁ ଟିକଟ କଲା l conform ଟିକେଟ ମିଳିଗଲା l ଠାକୁରଙ୍କ କୃପାରୁ ସୌଭାଗ୍ୟକୁ current reservation ରେ ଦୁଇଟା seat ସଙ୍ଗେ ସଙ୍ଗେ ଖାଲି ହୋଇଥିଲା l ଆମେ ଭଲରେ ଟ୍ରେନରେ ବସି ଫେରିଲୁ l ବାଟରେ କୋଟା ଷ୍ଟେସନରେ ଦୁଇଜଣ ଆସି ଆମ ପାଖ seat ରେ ବସିଲେ l IIT coaching ପାଇଁ ସେମାନେ କୋଟାରେ ନିଜର ସ୍ତ୍ରୀଙ୍କୁ ପିଲା ପାଖରେ ଛାଡି ଘରକୁ ଫେରୁଥିଲେ l ତାଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ l ସେମାନେ କହିଲେ ସେମାନଙ୍କର ବଡ଼ ପୁଅ IIT coaching ରେ ସଫଳ ହୋଇ ଏବେ Engineer ଚାକିରି କରିଛି l ସାନ ଝିଅ, ପୁଅ କୁ ସେମାନେ କୋଟାରେ ଘର ଭଡା ନେଇ କୋଚିଂ ଦେଉଛନ୍ତି l ମୁଁ ପଚାରିବାରୁ କହିଲେ l “ପିଲାଙ୍କର talent ଅଛି l କିନ୍ତୁ ତାଙ୍କର ବୋଉ ପାଖରେ ରହିଲେ ଘର ରନ୍ଧା ଖାଇବାକୁ, ରହିବାକୁ ସୁବିଧା ହେବ l ଆମେ ଦୁଇ ତିନି ମାସରେ 10 ଦିନ ବୁଲି ଆସିବୁ l ପିଲାଙ୍କ ଭବିଷ୍ୟତ ପାଇଁ ନିଜ ସୁଖ ତ୍ୟାଗ କରିବାକୁ ହେବ l “ ମୁଁ ପଚାରିଲି ଯଦି IIT, NIT ନପାଇବେ ତେବେ କଣ କରିବେ? ସେମାନେ କହିଲେ ସେଠାରେ ପଢିବାର ପରିବେଶ ଖୁବ୍ ଭଲ l ପ୍ରତି ସପ୍ତାହରେ ପରୀକ୍ଷା, ଭଲ result କଲେ Star group ରେ ପଢିବାର ସୁଯୋଗ l ଯଦି କିଛି ତା ଭାଗ୍ୟକୁ ନପାରିଲl ତେବେ ତାର ପାଠ ପଢ଼ାରେ ନିଶ୍ଚିତ ବହୁ ଉନ୍ନତି ହେବ l ସେ ଭଲ private college ରେ qualify କରି Engineering ପଢିବ l ସେମାନେଙ୍କ ଖୁବ୍ ପ୍ରେରଣାପୂର୍ଣ୍ଣ ଓ ଗୌରବମୟ ଥିଲା l ଦୁହେଁ ଥିଲେ ଶିକ୍ଷକ, ଓକିଲ l ତାଙ୍କ ଠାରୁ ଆମେ ଏ ସବୁ ଶିକ୍ଷାଲାଭ କରି କୋଟାରେ coaching ନେବାକୁ ପିଲାଙ୍କୁ ସୁଯୋଗ ଦେବା ଦରକାର l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [8/23/2022, 10:27 PM] Raj Kishore Sahoo: Good news, Godhi wins interview, Sociated General, banking company of France, working at Mumbai, Bangalore, etc [8/25/2022, 10:26 PM] Raj Kishore Sahoo: ସୁଖ ଦୁଃଖ (5) ସରକାରୀ ସେବାରେ 16 ବର୍ଷ ଓଡିଶା ବାହାରେ ରହିଲି l ପ୍ରାୟ 200 ଥର train ରେ ବିଭିନ୍ନ ସୁବିଧା ଅସୁବିଧାରେ ଯାଇ ବହୁ ଅନୁଭୂତି ଲାଭ କରିଛି l କାହାର ଜରୁରୀ କାର୍ଯ୍ୟରେ ଘରକୁ ଯିବାକୁ ପଡିଲେ ମୁଁ ତାଙ୍କ ପାଇଁ ଟିକଟ କରିଦିଏ l ଯୋଗକୁ ଟିକଟ conform ହୋଇଯାଏ l ବହୁତ ଖୁସି ହୁଅନ୍ତି l ବେଳେ ବେଳେ କଲିକତା ସଙ୍ଗେ ସଙ୍ଗେ ଯିବାକୁ ରାତି train ରେ ପଡିଥାଏ l ସିଟ ନଥାଏ l ତେଣୁ ରାତିରେ ବଗି ମଝି ରାସ୍ତାରେ ଖବର କାଗଜ ପକାଇ bedsheet ଉପରେ କଡକୁ ଶୋଇ ପଡେ l ଭୋର୍ ବେଳକୁ ନିଦ ଭାଙ୍ଗେ ହାଉଡା ଷ୍ଟେସନରେ l କଲିକତା ବ୍ୟତିତ ଭାରତର ଯେଉଁଆଡ଼େ ଗଲେ ଟିକେଟ conform ନଥିଲେ ଲୋକେ ପାଖରେ ବସି ଯିବାକୁ ସାହାଯ୍ଯ କରିବେ l Train ରେ କିଛି ସିଟ ସବୁବେଳେ ଖାଲି ଥାଏ l କିଛି ବଗି ରେ ଅଳ୍ପ ବାଟ 200 km ଯିବାକୁ reservation ଥାଏ, ତେଣୁ ପ୍ରାୟ ସିଟ ବିଭିନ୍ନ୍ station ରେ ଖାଲି ଥାଏ l ପୁଣି ଅନେକ ଲୋକ ଆସନ୍ତି ନାହିଁ କିଏ train fail ହୋଇଯାଏ l ପୁଣି ବଡ ପରିବାରରେ 6 ଟା, 8 ଟା ସିଟ reservation ଥିଲେ ଗୋଟିଏ ବଗିରେ 5 ଟା, କି 7 ଟା ଥିବ , ଆଉ ଗୋଟେ ଦୂର ବଗିରେ ଥିବ l ସେଠାକୁ ପରିବାର ଛାଡି ବସିବାକୁ ଯାଆନ୍ତି ନାହିଁ ତେଣୁ ସେ ସିଟ ଖାଲି ଥାଏ l ଶେଷରେ pantry କାର ରୋଷେଇଆ ଷ୍ଟାଫ୍ ଙ୍କୁ କହି ମଧ୍ୟ ଯାଇପାରିବେ l ସିଟ share କରିବାକୁ ନିଜ ବୟସ ର ଲୋକ ଦେଖି 4 , 5 ଜଣ ଙ୍କୁ କହିଲେ କେହି ଜଣେ ସାହାଯ୍ଯ କରିବାକୁ ରାଜି ହେବ l ସବୁଠାରୁ ବଡ କଥା ଇଶ୍ୱରଙ୍କ ଉପରେ ଦୃଢ଼ ବିଶ୍ବାସ ଥିଲେ ସବୁ ସୁବିଧା ମିଳିଯିବ l ଯେତେବେଳେ କଟକରୁ ଦିଲ୍ଲୀ reservation ନମିଳିଲେ, ଅଧାବାଟ ଯାଏ reservation ମିଳିଯାଏ l ରାତିଟା କଟିଗଲେ ticket, TT କୁ କହି extension କରିବ ନଚେତ୍ ବସି ଚାଲିଯିବ l ଯଦି sleeper class ରେ ଯିବାକୁ ସାହସ ହେବ ନାହିଁ ତେବେ general ବଗିରେ ଭିଡ଼ରେ ବସି ଯିବ l କିଛି ସୁବିଧା ନହେଲେ ଅଧା ଅଧା ରାସ୍ତା ଇଣ୍ଟରସିଟି ଏକ୍ସପ୍ରେସ, weekly express, passenger train ରେ ଯିବ। କିଛି ଉପାୟ ନମିଳିଲେ ଯେ କୌଣସି train ରେ ଯିବ l ରାତି 10 ଟା ଯେଉଁ station ରେ ହେବ ସେଠାରେ ଓହ୍ଲାଇ AC waiting room ରେ ସକାଳ ଯାଏ ଶୋଇପଡିବ ପୁଣି ସକାଳୁ ଯେକୌଣସି train ରେ ଯିବ l ସବୁଠାରୁ ଭଲ AC 3 tire ରେ ଦିନ ବେଳା ଯିବ ସେଥିରେ ଭିଡ଼ ନଥାଏ l TT ପଚାରିଲେ fine ଦେବ l ସଙ୍ଗେ ସଙ୍ଗେ ଦୂର ଜାଗାକୁ ଯିବ ତେଣୁ ମନରେ ସାହସ ବାନ୍ଧି ଯିବ। TT ସାଥିରେ କଣ କାହା ସହିତ ଯୁକ୍ତି ତର୍କ କରିବ ନାହିଁ l [8/31/2022, 1:44 PM] Raj Kishore Sahoo: ଶୁଭ୍ର ଦନ୍ତାୟ ପାର୍ବତୀ ନନ୍ଦନାୟ ——————————‌—- ସୁସ୍ମିତା ମିଶ୍ର ଧନୁପାଲି ,ସମ୍ବଲପୁର
——————————— ଏକ ଦନ୍ତାୟ ଚତୁର୍ଭୁଜାୟ, ପାଶ ଅଙ୍କୁଶ ଅଭୟ ବରଦାୟ, ମୂଷିକ ବାହାନାୟ ରକ୍ତ ବର୍ଣ୍ଣାୟ, ପୁଷ୍ପ ପ୍ରିୟାୟ,ନମୋ ନମାୟଃ। ଶ୍ରୀ ତତ୍ତ୍ବ ନିଧାୟ ମନ୍ତ ମହୋଦଧାୟ, ମନ୍ତ ରତ୍ନାକରାୟ,ମନ୍ତ ମହାବର୍ଣ୍ଣବାୟ, ଶିଳ୍ପ ରତ୍ନାୟ ରୂପ ମଣ୍ଡନାୟ, ବିରାଟ କାୟ ନମୋ ନମାୟଃ। ଶରୀରେ ରକ୍ତ ଚନ୍ଦନ ଲେପନାୟ, ଗଳେ ମୋତି ମାଳାୟ, ମସ୍ତକେ ସିନ୍ଦୂର ଶୋଭିତାୟ, ଭାଲ ପଟେ ଚନ୍ଦ୍ରମାୟ, ବକ୍ଷସ୍ଥଲେ ସର୍ପ ଉପନୟନାୟ, ବରଦ ହସ୍ତାୟ ସିଦ୍ଧି ପ୍ରଦାୟ ନମୋ ନମାୟଃ । ଶୁଭ୍ର ଦନ୍ତାୟ ପାର୍ବତୀ ନନ୍ଦନାୟ, ଅଗ୍ର ପୂଜ୍ଯ ଗଣ ଈଶ ଗଣ ନାଥାୟ, ବୁଦ୍ଧି ଦାୟାଦ ଲମ୍ବୋଦରାୟ, ବିଘ୍ନ ବିନାଶାୟ ନମୋ ନମାୟଃ। କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ୟ, ଆସକ୍ତି ଅହଂ ଆଦି ରାକ୍ଷସଃ ବିନାଶାୟ, ମହୋଦରାୟ ଗଜାନନାୟ ବିକଟାୟ, ବିଘ୍ନରାଜାୟ ଧୃମବର୍ଣ୍ଣାୟ ନମୋ ନମାୟଃ। ମତ୍ସରାସୁର ନିହତାୟ ମଦାସୁର ହନ୍ତାୟ, ବକ୍ର ତୁଣ୍ଡାୟ ଶ୍ରୀ ତତ୍ତ୍ବ ନିଧି ଦାୟାଦ, ଗଣପତାୟ ମୋଦକ ପ୍ରିୟାୟ, ଅଜ୍ଞାନ ବିନାଶାୟ ନମୋ ନମାୟଃ। ଅଷ୍ଟ ନାୟକ ଅଷ୍ଟ ବିନାୟକ, ଶୁଭ ପ୍ରଦାୟକ ଶ୍ରୀ ଗଣେଶାୟ, ବିଦ୍ୟା ଦାୟାକ ବିଘ୍ନବିନାଶକ, ମହାଦେବ ପୁତ୍ର ନମୋ ନମାୟଃ। ସ୍ବ ରଚିତ ତବ ସ୍ତୁତି ଗାୟନେ ପ୍ରୟାସୟାୟଃ, ମମଃ ଭୁଲ ଠିକ କ୍ଷମାନିଧାନ କ୍ଷମସୟଃ ‘ ବକ୍ରତୁଣ୍ଡାୟ ମହାକାୟାୟ ବିଘ୍ନ ବିନାଶନାଶାୟ, ଗୌରୀନନ୍ଦନାୟ ଜ୍ଞାନଦାୟକାୟ ନମୋ ନମାୟଃ। 🙏🌺🙏🌺🙏🌺🙏🌺🙏🌺🙏 ଗଣେଶ ଚତୁର୍ଥୀ ଉପଲକ୍ଷେ ,ସର୍ବ ଜନେ ନମସ୍କାରାୟ ଚ ଶୁଭେଛା ଅଭିନନ୍ଦନାୟ, 🙏🌺🙏🌺🙏🌺🙏🌺🙏🌺🙏 [8/31/2022, 9:50 PM] Raj Kishore Sahoo: ସୀମାହୀନ ପ୍ରୀତି ସୀମନ୍ତିନୀ କୀର୍ତ୍ତି ହୃଦୟ ଭୂଷଣ ଯାର l ଆକାଶଗଙ୍ଗାର ଆଲୋକ ବର୍ତିକା ଜ୍ୟୋତିର୍ମୟୀ ଯଶସ୍କର ll [9/6/2022, 9:01 PM] Raj Kishore Sahoo: ଦୁଃଖ ସୁଖ (6)

   ପୁଣ୍ୟଭୂମି ଭାରତର ତୀର୍ଥ ଧାମ ବୁଲି ଦେଖିବାକୁ ମନରେ ସବୁବେଳେ ଆଗ୍ରହ ଥାଏ l 2006 ମସିହା ମେ ମାସ ଖରାଦିନ l ହରିଦ୍ଵାର ଠାରୁ 100 km ଦୂରରେ ଚାକିରି କ୍ଷେତ୍ର l ପାଖରେ ଥିବା ତୀର୍ଥ ସ୍ଥାନ ସବୁ ରିଷିକେଶ,  ହରିଦ୍ଵାର, କୁରୁକ୍ଷେତ୍ର, ବୈଷ୍ଣୋଦେବୀ ବୁଲି ଦେଖିଥିଲୁ l ବଦ୍ରୀନାଥ ଧାମ ବୁଲି ଯିବାକୁ ମନରେ ଇଛା ଥାଏ କିନ୍ତୁ କେହି ସାଥିରେ ଯିବାକୁ ଆଗ୍ରହୀ ନଥିଲେ l ଦିନେ ଶୁଣିଲି ବଂଶୀ ବାବାଙ୍କ ସତସଙ୍ଗ ସେଠାରେ ହେବ l ବଦ୍ରୀନାଥ ତୀର୍ଥ ସ୍ଥାନ କଥା ଶୁଣିଥିଲି କିନ୍ତୁ  କେଉଁଠି ? କେତେ ଦୂରରେ ? ମୋର ଧାରଣା ନଥିଲା l ସୌଭାଗ୍ୟକୁ ଆମର  ଅଫିସ ଷ୍ଟାଫ ପ୍ରୀତମ ବାବୁ କହିଲେ "ସାର ବଦ୍ରୀନାଥ ଯିବାକୁ କହୁଥିଲେ ସେଠାରେ ସତସଙ୍ଗ ହେଉଛି l ଖାଇବା ରହିବାର ସୁବିଧା ଅଛି, ଆମେ ଯିବା l" ଆମ ମନରେ ମହା ଆନନ୍ଦ l ସେ ବଡ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ, ଅମାୟିକ,  ଧାର୍ମିକ ବ୍ୟକ୍ତି l ମୁଁ ପଚାରିଲି ଆଗରୁ ଯାଇଛ? ସେ  କହିଲେ  ନା l ଆମେ ରିଷିକେଶ ରୁ ବସରେ ବଦ୍ରୀନାଥ ଯିବା l May ମାସ 28 ତାରିଖରେ ମୁଁ, ମାଡାମ୍ , ଦୁଇ ପୁଅ ସୋମୁ, ବିଭୁ ଚାରିଜଣ, ସେ ଓ ତାଙ୍କ ମାଡାମ୍ ଦୁଇଜଣ ସାହାରନପୁରରୁ ରିଷିକେଶ ବସରେ ଗଲୁ l ସେଠାରେ ଗଙ୍ଗା ନଦୀ କୂଳରେ "ସିନ୍ଧି ଧର୍ମଶାଳାରେ" ରହିଲୁ l 

   ସନ୍ଧ୍ୟାରେ ଗଙ୍ଗା ନଦୀରେ  ଆଳତି ଦେଖିଲୁ l ପୂଜା କଲୁ l ପର୍ବତର ପାଦଦେଶରେ ରିଷିକେଶ ଅପୂର୍ବ ରମଣୀୟ ତୀର୍ଥସ୍ଥାନ l ପରଦିନ ସକାଳୁ ଗଙ୍ଗାରେ ସ୍ନାନ କରି ଫୁଲ ଦୀପ ଦାନ କରି ପୂଜା କଲୁ l ଶହ ଶହ ଲୋକଙ୍କ ପୂଜା ଦୃଶ୍ୟ ଅତ୍ୟନ୍ତ ଆନନ୍ଦ ଦାୟକ l ପତ୍ର ଠୋଲାରେ ଫୁଲ ଓ ଦୀପ ସବୁ ଭାସି ଭାସି ଯିବାର ଦୃଶ୍ୟ ଗଙ୍ଗାର ପବିତ୍ର ନୀଳ ଜଳଧାରାରେ ମନରେ ଅପୂର୍ବ ଆନନ୍ଦ ଓ ରୋମାଞ୍ଚ ଭରି ଦେଉଥାଏ l ସକାଳେ ଜଳଖିଆ ଖାଇ ଆମେ ଦିନ 9 ଟାରେ ବଦ୍ରୀନାଥ ଯିବାକୁ ପ୍ରସ୍ତୁତ ହେଲୁ l  ମୁଁ କହିଲି ମୁଁ  ବସଷ୍ଟାଣ୍ଡରୁ ଟିକଟ ନେଇ ଆସେ ତା ପରେ ବ୍ୟାଗ ନେଇ ଯିବା l ମୁଁ ବସଷ୍ଟାଣ୍ଡରେ ବୁଝିଲି ବଦ୍ରୀନାଥକୁ ବସ୍ ଭୋର୍ 4 ଟାରେ ଯାଏ l ଆଜି ଯାଇ ହେବନାହିଁ l ମୁଁ ମନ ଦୁଃଖରେ ଫେରିଲି l ମୁଁ କହିଲି ମୁଁ ବୁଝିବି tourist କେମିତି ଯାଉଛନ୍ତି ଆମେ ଛୋଟ ଗାଡିରେ କାର,  ବୋଲର ରେ ଯିବା l 4 ଟା ବେଳେ ମୁଁ ରିଷିକେଶର କେତେ ଟ୍ରାଭେଲ ଏଜେନ୍ସି ସାଥିରେ କଥା ହେଲି l ସେମାନେ ମନା କଲେ l କହିଲେ ବର୍ତମାନ peak season ତେଣୁ  ସପ୍ତାହ ପୂର୍ବରୁ ଗାଡି book କରିଥାନ୍ତ l କାର ରେ ଗଲେ 10,000 ଟଙ୍କା ପଡିବ l ସମସ୍ତେ କେଦାରନାଥ ଓ ବଦ୍ରୀନାଥ package rate ରେ  ଯାଉଛନ୍ତି l ମୁଁ ପଚାରିଲି ସମସ୍ତ ଟ୍ରାଭେଲ ଏଜେନ୍ସି ନାହିଁ ନାହିଁ କରୁଛନ୍ତି ଆମେ କେମିତି ଯିବୁ ? ସେ ଯାହା କହିଲେ ମୋର ମୁଣ୍ଡ ଘୂରିଗଲା l ବେହୋସ୍ ହେଲା ପରି ଲଗିଲା l ଆଉ ତୀର୍ଥ ଦର୍ଶନରେ କଣ ଯିବୁ?

  ସେ  କହିଲେ ବଦ୍ରୀନାଥ କେଉଁଠି ତମେ ଜାଣିଛ ନା ନାହିଁ ? ମୁଁ ମନା କରିବାରୁ ସେ ଉତ୍ତରାଖଣ୍ଡର ବଡ ମାନଚିତ୍ର ଦେଖାଇ କହିଲେ ହେଇ ଦେଖ  ଚୀନ ବର୍ଡର l ରିଷିକେଶ ଠାରୁ ବଦ୍ରୀନାଥ 300 km ଦୂର l  ହିମାଳୟର ଉଚ୍ଚ ପର୍ବତମାଳାରେ ଅଙ୍କା ବଙ୍କା ବିପଦସଙ୍କୁଳ ଘlଟି ରାସ୍ତା l ସେଠାରେ ବରଫ ଅଳ୍ପ ଏବେ ଅଛି l ପ୍ରବଳ ଥଣ୍ଡା l ସକାଳେ ବାହାରିଲେ ସନ୍ଧ୍ୟା 4 ଟାରେ  ଯୋଶୀମଠ ରେ, ରାତିରେ ରହିବ l ପୁଣି ସକାଳେ ସେଠାରୁ 40 km ବଦ୍ରୀନାଥ ଯିବ l ବାଟରେ ମୁଣ୍ଡ ବୁଲାଇବ, ବାନ୍ତି ହେବ l ମୁଁ ଯେତେବେଳେ ଶୁଣିଲି ବଦ୍ରୀନାଥ 300 km ଦୂର ପାହାଡ ରାସ୍ତା, ମୋର ଆଖି ଲମ୍ବିଗଲା କଟକରୁ କଲିକତା 400 km, ମୁଁ ଜାଣିଲି ଆମେ ଅଳ୍ପ ଟଙ୍କାରେ car  reserve କରି ଏତେବାଟ ଯିବା ସମ୍ଭବ ନୁହଁ l ଆଗରୁ ଜାଣିଥିଲେ 300 km ଦୂର ଆମେ ଆସି ନଥାନ୍ତୁ l କାହିଁ ସାହାରାନପୁର,  UP ? କାହିଁ ଚୀନ ବର୍ଡର ବଦ୍ରୀନାଥ ? ମୁଁ ମନଦୁଃଖରେ ବଦ୍ରୀନାଥଙ୍କୁ ସେଠାରେ ପ୍ରଣାମ କରି "ସିନ୍ଧି ଧର୍ମଶାଳା" କୁ ଫେରିଲି l ସମସ୍ତେ ମତେ ପଚାରିଲେ ଏତେ ଡେରି କଣ ହେଲା? ଟିକଟ ନେଇ ଆସିଲ ? 

ମୁଁ କହିଲି ନା, ଗାଡି ମିଳୁନାହିଁ l car ନେବ ଦଶ ହଜାର ଟଙ୍କା କିନ୍ତୁ ସବୁ ରିଜର୍ଭ ହୋଇଯାଇଛି l 10 ଦିନ ଯାଏ ଗାଡି ନାହିଁ l ଏହା ଶୁଣି ସମସ୍ତେ ହଠାତ୍ ଦୁଃଖରେ ହତାଶ ହେଲେ l ମାଡାମ୍ ରାଗରେ ମୋ ଉପରେ ଗର୍ଜନ କଲେ l 300 km ରାସ୍ତା ତମେ ନବୁଝି କି ଆମକୁ କାହିଁକି ଆଣିଲ? ଏଠାରେ ଦୁଇଦିନ ରହିଲୁ l ଆମର ଲାଭ କଣ ହେଲା ? କହୁଥିଲ ସେଇ ରିଷିକେଶ ପାଖରେ ବଦ୍ରୀନାଥ ଧାମ୍ l ବସରେ ଯିବା l ଏବେ କହୁଛ କିଛି ଗାଡି ନାହିଁ l

  ପିଲାମାନେ ବଡ ଦୁଃଖିତ l ମୋର ପ୍ରିୟ ପ୍ରୀତମ ବାବୁ ତାଙ୍କ ମାଡାମ୍  ନିରାଶ ହୋଇ କହିଲେ ଆମେ ଅଫିସ ରେ ସମସ୍ତଙ୍କୁ କହିଛୁ  ବଦ୍ରୀନାଥ ମହାପ୍ରଭୁଙ୍କ ପାଖକୁ ଯାଉଛୁ l ଏବେ କଣ କହିବା ? ହଉ ଠାକୁରଙ୍କ ପାଖକୁ ଯିବାକୁ ଆମ ଭାଗ୍ୟରେ ନାହିଁ l ରାତି 9 ଟା l ସମସ୍ତେ hotel ରେ ଖାଇ ରାତିରେ ଧର୍ମଶାଳାରେ ରହିଲୁ l 

   ମତେ ବଡ ବିବ୍ରତ ଲାଗୁଥାଏ l ଠାକୁରଙ୍କୁ ନୀରବରେ ପ୍ରାର୍ଥନା କରିବା ଛଡା  ଅନ୍ୟ ଗତି ନାହିଁ l ପରଦିନ ସକାଳେ ଗଙ୍ଗା ନଦୀରେ ଗାଧୋଇ ପୂଜା କରି, ଜଳଖିଆ ଖାଇ ବସଷ୍ଟାଣ୍ଡ କୁ ବାହାରିଲୁ ସାହାରନପୁର ଫେରିଯିବୁ l ବସଷ୍ଟାଣ୍ଡରେ ଦିନ 9 ଟାରେ ପହଞ୍ଚିଲୁ l ଦେଖିଲି gate ବାହାରେ ଗୋଟେ ବୋଲର ଗାଡି ଛିଡା ହୋଇଛି l ମଝି seat ରେ ଜଣେ ରୋଗୀ ଶୋଇଛି l ମୁଁ କହିଲି ଆମେ ବଦ୍ରୀନାଥ ଯାଇଥାନ୍ତୁ ଗାଡି ମିଳିଲାନି  ଦୁଇ ଦିନ ହେଲା,  ଏବେ ସାହାରନପୁର ଯିବୁ l ଏ ଗାଡି ଯିବ କି ? ଠାକୁରଙ୍କ ଅପାର କୃପାରୁ ସେ ଯେମିତି ଆମକୁ ଅପେକ୍ଷା କରି ଛିଡା ହୋଇଥିଲା l ସେ କହିଲା ଆମେ ତମକୁ   ଅଧାବାଟ  କର୍ଣ୍ଣପ୍ରୟାଗ ଯାଏ ନେଇଯିବୁ l ବସ୍ ଖର୍ଚ୍ଚ ଦେବ l ସେଠାରୁ ଛୋଟ ଗାଡି ମିଳିଯିବ ତମେ ବଦ୍ରୀନାଥ ଚାଲିଯିବ l ଆମେ ବୋଲର ଭଡା କରିଛୁ l ଆଉ କିଏ ଯିବାକୁ ଖୋଜୁଥିଲୁ l ଏ କଥା ଶୁଣି ବିଷାଦ ମନରେ କି ଅପୂର୍ବ ଆନନ୍ଦ ଲହରୀ l ସମସ୍ତେ ମହାଖୁସି l ଠାକୁରଙ୍କୁ ପ୍ରଣାମ କରି ବୋଲର ରେ ବସି ଗଲୁ l ରିଷିକେଶରୁ ଦେବପ୍ରୟାଗ 60 km, ସେଠାରୁ କର୍ଣ୍ଣପ୍ରୟାଗ 80 km,l ଅଳ୍ପ ବାଟ ଯାଇଛୁ ମୋର ବାନ୍ତି ହେଲା l କିଛି ସମୟପରେ ଭଲ ଲଗିଲା l

 ବାଟସାରା ହିମାଳୟ ପର୍ବତମାଳାର ଶୋଭା ଦେଖି ମନ୍ତ୍ର ମୁଗ୍ଧ ହେଲୁ l ଗାଡିର ଡ୍ରାଇଭର ପାହାଡ଼ି ରାସ୍ତାରେ 60 km ବେଗରେ ଗାଡି ଚଳାଉ ଥାଏ l ରାସ୍ତା ମୋଡରେ ହଠାତ୍ ଗାଡିରେ ବ୍ରେକ୍ ଦେଇ ଗାଡି ରଖେ l ଆରପଟୁ ଗାଡି ପାସ କରେ l କୌଣସି ଗାଡି ଆରପଟୁ ଆସିବାର ଶବ୍ଦ ନଥାଇ ସେ କେମିତି ଜାଣିପାରେ ଆଶ୍ଚର୍ଯ୍ୟ ଲାଗୁଥାଏ l ହଠାତ୍ ରାସ୍ତା ମୋଡ଼ରେ ଗାଡି ଦେଖି ଆମେ ଦୁର୍ଘଟଣାରୁ ରକ୍ଷା ପାଇଲୁ ଭାବି ଭୟ ରୋମାଞ୍ଚରେ ଥରୁଥିଲୁ l ରାସ୍ତା ତଳକୁ 200 ଫୁଟର ପର୍ବତ ଖାଇ, କେଉଁଠି ନଦୀ l ସେ ସବୁବେଳେ ସତର୍କ ଥାଏ l

ଚାରିଆଡ଼େ ସବୁଜ ବନାନୀ l ଉଚ୍ଚ ଉଚ୍ଚ  ଦେବଦାରୁ ଗଛ l ପାହାଡ କନ୍ଦିରେ କେଉଁଠି ଛୋଟ ଛୋଟ ଗାଁ l ପାହାଡ଼ି ଲୋକମାନେ slop ପ୍ରଣାଳୀରେ ଚାଷ ବାସ କରନ୍ତି l ରାସ୍ତାରେ ଦୋକାନ ବଜାର ବହୁତ କମ l ଚାରିଆଡ଼ ପରିଷ୍କାର ପରିଚ୍ଛନ୍ନ l ପରିବେଶ ଶାନ୍ତ, ନିର୍ମଳ, ଆନନ୍ଦମୟ l ସୁଉଚ୍ଚ ହିମାଳୟର ଐଶ୍ୱର୍ଯ୍ୟ ଉଦ୍ଭାସିତ ହେଉଥାଏ ହୀରା ପରି ଉଜ୍ଜ୍ଵଳ ସୂର୍ଯ୍ୟ କିରଣରେ ଯେମିତି ସେମିତି ମୁକୁଟ ମଣ୍ଡିତ ଶୁଭ୍ର ମେଘ ଖଣ୍ଡ ନୀଳ ଉଜ୍ଜ୍ଵଳ ଆକାଶ କୋଳରେ ଧୀରେ ଧୀରେ ଭାସି ବୁଲୁଥାଏ l କେଉଁଠି ପର୍ବତ ଦେହରେ ଲାଖି ରହିଥାଏ l ଗୋଟେ ଦିବ୍ୟ ଆନନ୍ଦରେ ମନ ବିମୋହିତ ହେଉଥାଏ l ରାସ୍ତାରେ ସାଧୁ ସନ୍ୟାସୀ ମାନେ ଜଣେ, ଦୁଇଜଣ ବଡ କମ୍ବଳ  ଘୋଡିହୋଇ ଲୋଟା ଧରି ଚାଲି ଚାଲି ବଦ୍ରୀନାଥ ଧାମ୍ ଯାଉଥାନ୍ତି 300 km l କେଉଁଠି ରାସ୍ତା କଡ ଗୁମ୍ଫାରେ ବିଶ୍ରାମ କରୁଥାନ୍ତି l ଦେହରେ କିଏ ପାଉଁଶ ବୋଳି ହୋଇଥାନ୍ତି l ପାହାଡରେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବାକୁ ପାଉଁଶ ଶରୀର ପାଇଁ ବରଦାନ ହୋଇଥାଏ l ଦେହକୁ ଉଷୁମ ରଖିବାକୁ କାଠ ଜାଳି ନିଆଁ ପାଖରେ କେତେ ସାଧୁ ବସିଥାନ୍ତି l ଚିଲମରେ ଗଞ୍ଜେଇ ଧୁଆଁ l ଆଧ୍ୟାତ୍ମିକ ସାଧନା ପଥରେ ସେମାନେ ଘୂରି ବୁଲୁଥାନ୍ତି ଭାରତର ପୁଣ୍ୟ ତୀର୍ଥ ସବୁ l ପିଲା ପରିବାର ଛାଡି ସେମାନେ ଇଶ୍ୱରଙ୍କ ଦିବ୍ୟ ଅନୁଭୂତି ଲାଗି,  ମୁକ୍ତି ମୋକ୍ଷ ଲାଗି ଚାଲୁଥାନ୍ତି l ଯେଉଁଠି ଯାହା ମିଳିଲା ଖାଇଥାନ୍ତି l ଲୋକମାନେ, ଦୋକାନୀ ଦୟାଶିଳ ହୋଇ ସେମାନଙ୍କୁ ଖାଦ୍ୟ,  ଟଙ୍କା ଦେଇଥାନ୍ତି l ସାଧନା ମାର୍ଗରେ ସେମାନଙ୍କୁ ଦେଖି ମନରେ ଦିବ୍ୟ ଆନନ୍ଦ ଖେଳିଯାଉଥାଏ l ବାଟରେ କେଉଁଠି ହିମାଳୟ  କୋଳରେ ଗିରି କଲ୍ଲୋଳିନୀ ନଦୀ ଅଳକାନନ୍ଦା, କେଉଁଠି ନିର୍ଝରିଣୀର ନୀଳ ଶୁଭ୍ର ଜଳଧାରା, ତାର ଗୀତିମୟ କୁଳୁକୁଳୁ ସଙ୍ଗୀତ ଧାରା ଝରାଇ ବହି ଯାଉଛି l ସୁଉଚ୍ଚ ପର୍ବତମାଳାର ଭୀମକାନ୍ତ ଦୃଶ୍ୟ jemiti  ରୋମାଞ୍ଚକର ସେମିତି ଭିତିପ୍ରଦ l 

 ଆମେ ଦେବପ୍ରୟାଗ ଠାରେ ଅଳକାନନ୍ଦ ଓ ଭାଗୀରଥୀର ଦୁଇ ଜଳଧାରା ମିଳିତ ହୋଇ ଗଙ୍ଗା ନଦୀ ହୋଇଯିବାର ଦୃଶ୍ୟ ଖୁବ୍ ଆନନ୍ଦଦାୟକ l ସେଠାରୁ ଗଲୁ କର୍ଣ୍ଣପ୍ରୟାଗ l ଦିନ ଗୋଟାଏ l ଆମେ ଖାଇସାରି ଆଉ କେଉଁ ଗାଡ଼ି କୁ ଅପେକ୍ଷା କରୁଥିଲୁ l ସେଠାରୁ ବଦ୍ରୀନାଥ 160 km ଦୂର ରାସ୍ତା l ଭାଗ୍ୟକୁ ଖବରକାଗଜ ଦେଇ ଫେରୁଥିବା ବୋଲର ଗାଡି ମିଳିଲା l ବାଟରେ ରୁଦ୍ରପ୍ରୟାଗ ଠାରେ ପାହାଡରୁ ପଥର ପଡି ରାସ୍ତା ବନ୍ଦ l ଦୁଇ ପଟେ ଗାଡି ସବୁ ଛିଡା ହୋଇଥିଲେ l JCB ସାହାଯ୍ଯରେ ରାସ୍ତା ଖୋଲିବାକୁ କାମ ହେଉଥିଲା l ଆମେ ପହଁଞ୍ଚିବାର ଅଳ୍ପ ସମୟପରେ ରାସ୍ତା ଖୋଲିଗଲା l ଦିନ 4 ଟା 30 ମିନିଟ୍ ରେ ଯୋଶୀ ମଠରେ ପହଞ୍ଚିଲୁ l ସେଠାରୁ ବଦ୍ରୀନାଥ ଘଣ୍ଟା କର  ରାସ୍ତା କିନ୍ତୁ Army gate 4 ଟା ପରେ ସାଧାରଣ ଲୋକଙ୍କ ପାଇଁ ବନ୍ଦ l ଆମେ କେଉଁଠି ରହିବୁ ? ଆମେ ସେ driver କୁ କହିଲୁ ଆମକୁ ବଦ୍ରୀନାଥ ରେ ଛାଡି ଦେବାକୁ l  ଦୁଇ ଦିନ ରିଷିକେଶରେ ଗାଡି ମିଳିଲାନି ଆମେ ବହୁ କଷ୍ଟରେ ଆସିଚୁ l ସେ କହିଲା ହଉ ମୁଁ ଚେଷ୍ଟା କରିବି l ସେ ସେଠିକାର ବାସିନ୍ଦା l Army ଲୋକଙ୍କୁ ଜରୁରୀ କାମ ଅଛି କହି ଆମକୁ ବଦ୍ରୀନାଥ ନେଇଗଲା l ରାତି 8 ଟାରେ ବଦ୍ରୀନାଥରେ ପହଞ୍ଚିଲୁ l ପ୍ରବଳ ଥଣ୍ଡା ପବନ l ବରଫ ପରି ହେମାଳ l ଠାକୁରଙ୍କୁ ପ୍ରଣାମ କରି ବଂଶୀ ବାବାଙ୍କ ସତସଙ୍ଗରେ ପ୍ରସାଦ ଖାଇ ଆମ ପାଇଁ hotel ରେ room ଥିଲା l ବଦ୍ରୀନାଥରେ ଦୁଇ ଦିନ ରହିଲୁ l ମହାପ୍ରଭୁଙ୍କ ମହା ମହାକୃପା ଏ l 

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/8/2022, 9:37 PM] Raj Kishore Sahoo: ସୁଖ ଦୁଃଖ (7)

   କିଏ ଏହି ବଂଶୀ ବାବା ଯାହାଙ୍କର ସତସଙ୍ଗ ସବୁ ଭାରତର ବିଭିନ୍ନ ପୁଣ୍ୟ ତୀର୍ଥଧାମରେ ଅନୁଷ୍ଠିତ ହୁଏ ପ୍ରତିବର୍ଷ ? ହିମାଳୟରେ ତପସ୍ୟା କରି ସିଦ୍ଧି ଲାଭ ପରେ ବଂଶୀ ବାବା ଯମୁନା ନଗର ନିକଟସ୍ଥ ସରସୱା ଅଞ୍ଚଳରେ  ସୋରନl ଗ୍ରାମରେ ଆଶ୍ରମ କରି ରହୁଥିଲେ 1980 ମସିହାରେ l ସେ ପ୍ରତିବର୍ଷ ସତସଙ୍ଗ, ଯଜ୍ଞ, ପ୍ରସାଦ ବ୍ୟବସ୍ଥା କରିଥାନ୍ତି l ମୁଁ ସେହି ଅଞ୍ଚଳରେ 2003 ରୁ 2006 ତିନି ବର୍ଷ ରହିଥିଲି l ଦିନେ ରାସ୍ତାରେ ଦେଖିଲି ବାବାଙ୍କ ପୋଷ୍ଟର ଲାଗିଛି l ବଦ୍ରୀନାଥରେ ବାବାଙ୍କ ସତସଙ୍ଗ ହେବ l ମୋ ମନରେ ମହା ଆନନ୍ଦ l ବଦ୍ରୀନାଥ ଧାମ୍ ରେ ସତସଙ୍ଗ ହେଉଛି ତେଣୁ ମୁଁ ଯିବି l ବାବାଙ୍କୁ ଦେଖିବି l 

ଲୋକଙ୍କୁ ପଚାରି ବୁଝିଲି ବାବାଙ୍କ ମାହାତ୍ମ୍ୟ ସମ୍ପର୍କରେ l ସେ ଥରେ ଯଜ୍ଞରେ ଘିଅ ବଦଳରେ ପାଣି ଢ଼ାଳି ଯଜ୍ଞ କରିଥିଲେ l ବଡ ଆଶ୍ଚର୍ଯ୍ୟଜନକ ଘଟଣା ଏ l ଯଜ୍ଞରେ ପାଣି ? ହଁ ଏହା ଅବିଶ୍ୱସନୀୟ ସତ୍ୟ ଘଟଣା l ଥରେ ଯମୁନା ନଦୀ କୂଳରେ ଗ୍ରାମବାସୀ ବଡ ଯଜ୍ଞ କରୁଥିଲେ l ବାବାଙ୍କୁ ନିମନ୍ତ୍ରଣ କରିଥିଲେ l ବାବା ପହଞ୍ଚିଲା ପରେ ଯଜ୍ଞରେ ପୂର୍ଣ୍ଣାହୁତି ବେଳକୁ ଘିଅ ସରିଗଲା l ଘିଅ ବଜାରରୁ ଆଣିବା ଡେରି ହେବ ଜାଣି ବାବା କହିଲେ ଯମୁନା ନଦୀରୁ ଟିଣରେ ପାଣି ଆଣିବାକୁ କହିଲେ l ସେହି ପାଣିରେ ଆହୁତି ଦେଲେ ତାହା ଘିଅ ପରି ଜାଳିବା ସହିତ ଘିଅର ମହକ ଖେଳିଗଲା l ସମସ୍ତେ ମହା ଆନନ୍ଦରେ ବାବାଙ୍କ ଜୟ ଜୟ କଲେ l ବାବା କହିଲେ ଯଜ୍ଞ ସରିଲେ ସେତିକି ଘିଅ ଆଣି ଯମୁନା ନଦୀରେ ଢାଳିଦେବ l ଏହିପରି ଅନେକ ଅଲୌକିକ ଘଟଣା ଘଟିଥିଲା l 

     ତାଙ୍କର ପ୍ରକୃତ ନାମ ଗ୍ରାମ ଠିକଣା ଅଜ୍ଞାତ ଥିଲା l ସେ ବଂଶୀ ବଜାଉ ନଥିଲେ କିନ୍ତୁ ସେହି ଗ୍ରାମରେ ବଂଶୀ ବାବା ନାମରେ ବିଖ୍ୟାତ ହେଲେ l ସେଠାରେ ବିରାଟ ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଥିଲେ l ସେ ଖୁବ୍ ସରଳ, ଆଧ୍ୟାତ୍ମବାଦୀ ଥିଲେ l ଦେଖିବାକୁ ରୁଷି ଭଳି ଜଟାଜୁଟ ମଣ୍ଡିତ କେଶ l ଦୟା କରୁଣାପୂର୍ଣ୍ଣ ପ୍ରଶାନ୍ତ ଉଜ୍ଜଳ ମୁଖ ମଣ୍ଡଳ l ଫଟୋରେ ଏମିତି ଆକର୍ଷଣ ଭରି ରହିଛି ଅଦୃଶ୍ୟରେ ଟାଣି ହୋଇଗଲା ପରି ଲାଗୁଥିଲା ମୋର ମାନବାତ୍ମା l ସତସଙ୍ଗ କେଉଁ ସହର କିମ୍ବା ଗ୍ରାମରେ ହେବା ଜାଣିଥିଲି l କିନ୍ତୁ ବାବାଙ୍କ ସତସଙ୍ଗ ତୀର୍ଥ ଧାମରେ ହେଉଛି l sarsawa ଆଶ୍ରମଠାରୁ 400 km ଦୂରରେ l ମନରେ ବଡ ଆଗ୍ରହ ସେଠାକୁ ଯିବାକୁ l 

ଠାକୁରଙ୍କ ଅହେତୁକ କୃପାରୁ ଅସମ୍ଭବ ପରିସ୍ଥିତିରେ ବଦ୍ରୀନାଥରେ ପହଞ୍ଚି ବାବାଙ୍କୁ ସତସଙ୍ଗରେ ପ୍ରଣାମ କଲୁ l ଦେଖିବାକୁ ସାଢେ ଛ ଫୁଟ ଡେଙ୍ଗା l ଖୁବ୍ ମଜବୁତ୍ ମଣିଷ l ଦେହର ରଙ୍ଗ କଳା l ସିଦ୍ଧ ରୁଷି l ପ୍ରସନ୍ନ ବଦନ, ଖୁବ୍ ଫୁର୍ତ୍ତି, ମୌନ l  ସେଠାରେ ଖରାଦିନେ ଭୀଷଣ ଥଣ୍ଡା l ସମସ୍ତେ ଗରମ ପୋଷାକ ପିନ୍ଧିଥିଲେ l ବାବା ଲୁଗା ପିନ୍ଧିଥିଲେ l ଫୁଙ୍ଗୁଳା ଦେହ l ପାଦରେ ଚପଲ ନାହିଁ l ମତେ ଆଶ୍ଚର୍ଯ୍ୟ ଲାଗିଲା ଏତେ ଥଣ୍ଡା କେମିତି ସମ୍ଭାଳିଛନ୍ତି l ଜଣେ କହିଲେ ବାବା ଆରମ୍ଭରୁ ଏମିତି l ହିମାଳୟରେ ସାଧନା କରି ଶରୀର ଥଣ୍ଡା ସହିତ ଏକ ହୋଇଯାଇଛି l ବଦ୍ରୀନାଥରେ ପ୍ରୀତମ ବାବୁ ବାବାଙ୍କୁ କହି hotel ରେ ଦୁଇଟା room ଚାବି ଆଣିଲେ l ଆମେ ସେଠାରେ ରହିଲୁ l ସବୁ ସୁବିଧା l ସତସଙ୍ଗ ପାଇଁ ଭକ୍ତ ଜନଙ୍କ ପାଇଁ ବହୁ hotel ଆଗୁଆ book କରାଯାଇଥିଲା l ବଦ୍ରୀନାଥ ମନ୍ଦିର ପାଖରେ ବିରାଟ ତମ୍ବୁ ହୋଉଥିଲା l ଭକ୍ତମାନେ ସେଠାରେ ସତସଙ୍ଗ ପ୍ରବଚନ ଶୁଣୁଥିଲେ l ରାତିରେ ସମସ୍ତେ ଶୋଉଥିଲେ l ଦିନ ରାତି ତା ମଧ୍ୟରେ ନିଆଁ ଜଳିବାର ବ୍ୟବସ୍ଥା ହୋଇଥିଲା l ଦିନ ରାତି ସବୁବେଳେ ବଡ ହଣ୍ଡlରେ କ୍ଷୀର ଚାହl l ସମସ୍ତେ ଖୁସିରେ ପିଉଥିଲେ l ପ୍ରସାଦ ବ୍ୟବସ୍ଥା ହୋଇଥିଲା l ସୌଭାଗ୍ୟକୁ ଶଙ୍କରାଚାର୍ଯ୍ୟ ଚିନ୍ମୟାନନ୍ଦ ସରସ୍ଵତୀ ସେଠାରେ ପ୍ରବଚନ ରାତିରେ ଦେଲେ l ପ୍ରଥମକରି ଜୀବନରେ ଶଙ୍କରାଚାର୍ଯ୍ୟଙ୍କୁ ବଦ୍ରୀନାଥ ପୁଣ୍ୟ ପୀଠରେ ଦେଖି  ତାଙ୍କ ପାଦ ଛୁଇଁ ପ୍ରଣାମ କଲାବେଳେ ମହା ଆନନ୍ଦ ରୋମାଞ୍ଚରେ ଦେହ,ମନ, ଆତ୍ମା ଚିନ୍ମୟ ଚେତନାରେ ଉଦବୁଦ୍ଧ, ଅନୁପ୍ରେରିତ, ଅଭିଭୂତ, ବିଭୋର ବିହ୍ଵଳ ହୋଇଥିଲା l ଜୀବନ ସେହି ମହାତୀର୍ଥରେ ଧନ୍ଯ ହୋଇଥିଲା l ବଡ ଗୌରବମୟ, ସ୍ଵର୍ଗୀୟ ସୁନ୍ଦର ଆଧ୍ୟାତ୍ମିକ ଅନୁଭବ ଯେମିତି ଚିର ସ୍ମରଣୀୟ ସେମିତି ଅପୂର୍ବ,  ଅଲୌକିକ l ଆଜି ଇଣ୍ଟରନେଟରୁ ଜାଣିଲି ବଂଶୀ ବାବା ଗତ ବର୍ଷ 2021 ମସିହା ଜୁଲାଇ 7 ତାରିଖ ବୁଧବାର ଦିନ ବ୍ରହ୍ମଲୀନ ହୋଇଛନ୍ତି l ତାଙ୍କର ଶବଧାରରେ ଲକ୍ଷ ଲକ୍ଷ ଭକ୍ତ ଦୀର୍ଘ 10 କିଲୋମିଟର ପୁଷ୍ପ ବର୍ଷା କରି ତାଙ୍କ ଆଶ୍ରମ ଗ୍ରାମ ସୌରନା ଠାରୁ ଯମୁନାନଗର ନିକଟସ୍ଥ ଯମୁନା ନଦୀ କୂଳରେ ଚନ୍ଦନ କାଠ ତୁଳସୀ, ଘିଅରେ ପ୍ରସ୍ତୁତ ଚିତାଗ୍ନିରେ ଅଶ୍ରୁ ନୟନରେ ବିଦାୟ ଦେଇଥିଲେ l ମୁଁ ବଦ୍ରୀନାଥରେ ବଂଶୀ ବାବାଙ୍କ ଦର୍ଶନ କରି ନିଜକୁ ଧନ୍ୟ ମଣୁଛି l ମୁଁ ବଦ୍ରୀନାଥରେ ଜାଣିଲି ତାଙ୍କର ସତସଙ୍ଗ ମାସକ ପରେ ଜୁଲାଇରେ ପୁରୀ ରେ ହେବ l ସତସଙ୍ଗ ତାଙ୍କର ତୀର୍ଥ ଧାମରେ  ରାମେଶ୍ଵର,  ଦ୍ଵାରକା,  ଅଯୋଧ୍ଯା, ବାରଣାସୀ, ପୁରୀ, ବଦ୍ରୀନାଥ,  କେଦାରନାଥ,  କାମାକ୍ଷା ସବୁଆଡ଼େ ହୋଇଥାଏ l କୋଟି କୋଟି କେଉଁଠୁ ଆସେ ସେ ହିଁ ଜାଣନ୍ତି l ଗ୍ରାମବାସୀ ଅଳ୍ପ ଦିଅନ୍ତି l ତୀର୍ଥ ଧାମ ସବୁ ବୁଲନ୍ତି l ଭକ୍ତଙ୍କ ପାଇଁ ବସ ଟ୍ରକ, କାର, ଟ୍ରେନ, hotel, ଧର୍ମଶାଳା,  ବ୍ୟବସ୍ଥା ହୋଇଥାଏ l ମାସେ ଲେଖାଏଁ ସତସଙ୍ଗ ଚାଲେ l ମୋର ପୂର୍ବ ଜନ୍ମର ସୁକୃତ ଥିଲା ବାବାଙ୍କ ଆଶୀର୍ବାଦ ଲାଭ କରିଥିଲି l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/10/2022, 2:03 PM] Raj Kishore Sahoo: ମଧୁପ୍ରୀତି (1)

ତୁମ ସ୍ନେହ ପ୍ରୀତି ଐଶ୍ୱର୍ଯ୍ୟ ଅମୃତ ବସୁନ୍ଧରା ପରି ମିଠା l ଶ୍ୟାମଳ କନକ ତୁମ ରୂପ ଯଶ ପୁଷ୍ପରେଣୁ ମଧୁ ମିଠା ll (1)

ତୁମ ନିନ୍ଦା ଗାଳି ଅଶ୍ରୁଳ ନୟନ ଅମାବାସ୍ୟା ପରି ଦେଖେ l ପଥର ପାଲଟି ହସ ଫୁଲପରି ପ୍ରୀତି କୀର୍ତ୍ତି ଗାଥା ଲେଖେ ll (2)

ଚିଠି ଚିରି ହାୟ ହରପ୍ରିୟା ଦେଲା ବିନା ଦୋଷେ ନିନ୍ଦା ଗାଳି l ସହିଲ ମୋ ଲାଗି କେତେ ଯେ ଯାତନା ନୟନୁ ଲୋତକ ଢାଳି ll (3)

ତପସ୍ଵିନୀ ପରି ଜୀବନ ସାଧନା ତପ୍ତ ଲେଲିହାନ ପ୍ରାଣ l ମରଣ ଠୁ ବଳି ମରଣ ତlରଣ ଚିରନ୍ତନ ଅନିର୍ବାଣ ll (4)

ତୁମ ସ୍ନେହ ପ୍ରୀତି ମହିମା ଅପାର ମରଣ ପାରିନି ଜିଣି l ବାର ବାର ମୋର ଜୀବନ ରଖିଛ କବି ଆତ୍ମା ଚିର ରୁଣୀ ll (5)

ଜାଣେ ଇଶ୍ୱରଙ୍କ ହାତଲେଖା ଚିଠି ଲେଖିଲେ ମୋ ହାତ ଧରି l କାମିନୀ କାଞ୍ଚନ ବିମୁଖ ମହାତ୍ମା ଧନ୍ୟ ତୁମ ପ୍ରୀତି ସ୍ମରି ll (6)

କାଳବକ୍ଷେ ତୁମେ ଚିର ଯଶସ୍କର ଗାନୀପଦ୍ମା ନାମ ବହି l ଅହିଂସା ଅନଳେ ଜଳି ଜ୍ୟୋତିର୍ମୟୀ ଆଲୋକିତ କଲ ମହୀ ll (7)

ସବିତାଭାରତୀ ଶବ୍ଦ ସିଦ୍ଧି ଗୀତି କବି ଧର୍ମାନନ୍ଦ କୀର୍ତ୍ତି l ପ୍ରୀତି ଶବ୍ଦlଞ୍ଜଳି ହୃଦ ପୁଷ୍ପାଞ୍ଜଳି ପୁଷ୍ପିତ ମଙ୍ଗଳ ପ୍ରୀତି ll (8)

ସୀମାହୀନ ପ୍ରୀତି ସୀମନ୍ତିନୀ କୀର୍ତ୍ତି ହୃଦୟ ଭୂଷଣ ଯାର l ଆକାଶଗଙ୍ଗାର ଆଲୋକ ବର୍ତିକା ଜ୍ୟୋତିର୍ମୟୀ ଯଶସ୍କର ll (9)

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/11/2022, 9:42 PM] Raj Kishore Sahoo: ସୁଖ ଦୁଃଖ (8)

 ଜିନ୍ଦାପୀର କଥା ଶୁଣିଥିଲି l ଜିନ୍ଦା ଭାଗବାନ ଦେଖିଲି ବଦ୍ରୀନାଥରେ l ଜିନ୍ଦା ଦେବୀ ଦେବତା l ଜିନ୍ଦା ବୈକୁଣ୍ଠ l ଜିନ୍ଦା ଅlସମାନ୍ l ଆଗରୁ ଦେଖିଥିଲି ନୀଳ ସମୁଦ୍ର,  ନୀଳ ଆକାଶ, ହିନ୍ଦୀରେ "ନୀଲା ସମନ୍ଦର୍, ନୀଲା ଅlସମାନ୍" l ଏଠାରେ ଦେଖିଲି ଜିନ୍ଦା ଅlସମାନ୍ l  କଥା କହୁଛି ମାଟି ଆକାଶ ପବନ, ପାହାଡ ପଥର ଝରଣା ଗୁମ୍ଫା, ଶୁଭ୍ର ତୁଷାର ଶୃଙ୍ଗ l କି ଆନନ୍ଦ ଉତ୍ତଳl ଅନୁଭବ,  ଆନନ୍ଦ ବିହ୍ଵଳ ଦୃଶ୍ୟ ରାଜି l ହୀରା ପରି ଶୁଭ୍ର ଉଜ୍ଜ୍ବଳ ସୂର୍ଯ୍ୟକିରଣ, ଆଖି ଆଗରେ ହାତ ପାଆନ୍ତାରେ  ନୀଳ ସ୍ଵର୍ଗର ଲାବଣ୍ୟ କୋମଳ ନୀଳ ନୀଳ ଦୃଶ୍ୟରାଜି l ସତସତୀକl ନୀଳ ସ୍ଵର୍ଗ ଢଳି ପଡିଛି ବଦ୍ରୀନାଥ କୋଳରେ ଅତୀନ୍ଦ୍ରୀୟ ଐଶ୍ୱର୍ଯ୍ୟ ଆହ୍ଲାଦ ଅନୁଭବକୁ ସାଇତି ରଖିବାକୁ , ନୈସର୍ଗିକ ଐଶୀ ଚେତନାର ଜୟ ଜୟ ଲାଗି l ମାଟିର ବୈକୁଣ୍ଠ ଏ ଧରା ଯେଉଁଠି ଧରାବତରଣ କରିଛନ୍ତି ସ୍ଵୟଂ ବୈକୁଣ୍ଠନାଥ, ବୈକୁଣ୍ଠପତି ଭଗବାନ ନାରାୟଣ ମହାପ୍ରଭୁ ବଦ୍ରୀନାଥ l

ବଦ୍ରୀନାଥରେ ପହଞ୍ଚିଥିଲୁ ରାତିରେ l ଯୋଶୀମଠରୁ ବିପଦସଙ୍କୁଳ ହିମାଳୟର ସଂକୀର୍ଣ୍ଣ ରାସ୍ତାରେ ନିର୍ଜନ ଅନ୍ଧାର ଭିତରେ ଧୀରେ ଧୀରେ driver ସାହସ କରି ଗାଡି ଚଳାଇ ଦୁଇ ଘଣ୍ଟାରେ ଆମକୁ ନିରାପଦରେ ସେଠାରେ ପହଞ୍ଚାଇଥିଲା l  ସତସଙ୍ଗରେ ପ୍ରସାଦ ଖାଇ hotel ରେ ରହିଲୁ l ଦିନସାରା ଗାଡିରେ ଆସିଥିବାରୁ କ୍ଲାନ୍ତ ହୋଇ  ଶୋଇ ପଡ଼ିଲୁ l
 
ସକାଳେ ଝରକା ଦେଇ ସୁକୋମଳ ସୂର୍ଯ୍ୟାଲୋକ ଘର ଭିତରକୁ ପ୍ରବେଶ କରୁଥିଲା l ଉଠି ଦେଖିଲି ନୀଳକଣ୍ଠ ପର୍ବତ ଶୃଙ୍ଗ ଉପରେ ବରଫ ଯେମିତି  ହୀରା ଖଚିତ ମୁକୁଟ ପରି ଝଲସୁଥିଲା l ସୁଷମା ସ୍ଵର୍ଗ ପରି ଅତୀବ ଚିତ୍ତାକର୍ଷକ ଆକର୍ଷଣୀୟ ସେ ଦୃଶ୍ୟ ରାଜି l ସବୁଜ ପର୍ବତର ଶୃଙ୍ଗ ଶିଖର  ଦିଶୁଥିଲା ଶୁଭ୍ର ଝଲମଲ, ଆନନ୍ଦ ଉତ୍ସବ ମୁଖର, ଶ୍ଵେତ ରଜତ ସୂର୍ଯ୍ୟାଲୋକରେ l ଚତୁର୍ଦିଗ ସ୍ଵଚ୍ଛ, କୋମଳ, ପ୍ରକୃତିର ରଙ୍ଗ ରୂପ l ପ୍ରଚଣ୍ଡ ଖରାଦିନେ ରୌଦ୍ରତାପ ତାର ରୁଦ୍ର କୋପ ହରାଇ ଶାନ୍ତ କୋମଳ ସ୍ନିଗ୍ଧ  ଆନନ୍ଦଦାୟକ l ଘର ଭିତରେ ପାଇପ୍ ପାଣି ଭୀଷଣ ଥଣ୍ଡା l ବରଫ ତରଳି ଏ ପାଣି ଆସିଛି ପୁଣ୍ୟତୋୟା ଅଳକାନନ୍ଦାରୁ l ଆମେ ନିତ୍ୟକର୍ମ ସାରି ବାହାରିଲୁ ତପ୍ତ କୁଣ୍ଡରେ ଗାଧୋଇବାକୁ l ଅଳକାନନ୍ଦା ଗ୍ଲାସିୟରରୁ ବାହାରିଛି ଅଳକାନନ୍ଦା ନଦୀ, ତା ନିକଟରେ ଅବସ୍ଥିତ ଏ  ତପ୍ତ କୁଣ୍ଡ , ଇଶ୍ୱରଙ୍କ ବରଦାନ ଏ,  ପ୍ରକୃତିର ଆଶ୍ଚର୍ଯ୍ୟ ଏ, ଯେଉଁଠି  ଶୀତଦିନେ ତାପମାତ୍ରା -30 ଡିଗ୍ରୀ ସେଠାରେ ଏହାର ସୃଜନ ଅତି ଆନନ୍ଦମୟ l ବାହାରେ ହେମାଳ ପବନ l ମନରେ ଉତ୍କଣ୍ଠା ବର୍ଷର 6 ମାସ ଏଠାରେ ବରଫ ପଡୁଥିବା ବେଳେ ହିମାଳୟର କଠୋର ପ୍ରାକୃତିକ ପରିବେଶରେ କିପରି ଏ ତପ୍ତ କୁଣ୍ଡ ସମ୍ଭବ ହୋଇଛି l ବଡ କୁଣ୍ଡରେ ଗରମ ପାଣିର ବାମ୍ଫ ଦେଖି କି ଆନନ୍ଦ l ପାଣି ଅଣ୍ଟାଏ ମାତ୍ର l ପାଣିରେ ଲୋକମାନେ ସ୍ନାନ ଦୃଶ୍ୟ ଦେଖି ମୁଁ ଯେମିତି ପାଣିରେ ହାତ ବୁଡାଇ ଦେଲି କି ଗରମ, ହାତ ଫୋଟକା ହେଲା ପରି ଗରମ ପାଣି ଏ l କେମିତି ଏତେ ଗରମ ପାଣିରେ ଲୋକେ ସ୍ନାନ କରୁଛନ୍ତି ? କିଛି ସମୟ କୁଣ୍ଡ ପାଖରେ ବସି ପାଦ ବୁଡାଇ  ଗରମ ସହିଲି l ସେ ପାଣି ଅଳ୍ପ ଦେହରେ ପକାଇ ଓଃ ଓଃ କହିଲି l କିଛି ସମୟ ପରେ ମୁଁ କୁଣ୍ଡକୁ  ଡେଇଁ ପଡ଼ିଲି l ବେଶୀ ଗରମ ଲଗିଲା ନାହିଁ l ସମସ୍ତେ ଆନନ୍ଦରେ ସ୍ନାନ କଲୁ l ପିଲାମାନେ ମହା ଖୁସୀ l 

    ତପ୍ତ କୁଣ୍ଡରୁ ଗଲୁ ଚରଣ ପାଦୁକା ଗୁମ୍ଫା l ହିମାଳୟରେ ବଡ ବଡ ପଥରରେ ଏ ଗୁମ୍ଫା ଦେଖି ଆଶ୍ଚର୍ଯ୍ୟ ଲାଗିଲା କାରଣ ଭଙ୍ଗୀଳ ପର୍ବତ ଏ l ସ୍ଲେଟ୍ ପରି ଭଙ୍ଗା ଭଙ୍ଗା ପଥର ସବୁଆଡ଼େ ଦେଖିଥିଲୁ l ମନରେ ଭାବୁଥିଲି ହିମାଳୟରେ ଗୁମ୍ଫା ସ୍ରୁଷ୍ଟି ପାଇଁ ଓଡିଶା ପରି ପଥର ନାହିଁ ତେଣୁ ମୁନି ରୁଷି ହିମାଳୟରେ ଭୟଙ୍କର ଥଣ୍ଡା ବରଫ ଭିତରେ ତପସ୍ୟା କରିବା ଅସମ୍ଭବ l ବଦ୍ରୀନାଥରେ କି ଆଶ୍ଚର୍ଯ୍ୟ l  ଓଡିଶା ପରି ପଥର  ସୃଜନ ଏଠାରେ ସମ୍ଭବ ହୋଇଛି ଯେମିତି ଖଣ୍ଡଗିରି ପାହାଡ ପଥରରେ ଗୁମ୍ଫା l ଗୁମ୍ଫା ଭିତରେ ଦେଖିଲୁ ଦୁଇ ଜଣ ରୁଷି ଦେହରେ ଭସ୍ମ ବୋଳି ହୋଇ ବସିଛନ୍ତି l ପାଖରେ କାଠ ନିଆଁ l ଏଠାରେ ତପସ୍ୟା କରିବା ସମ୍ଭବ ଜାଣି ମନରେ ବିଶ୍ବାସ ଓ ଆନନ୍ଦ ମତେ ମନ୍ତ୍ରମୁଗ୍ଧ କରିଥିଲା l ଭାବୁଥିଲି ମୁଁ କଣ  କେବେ କେଉଁ ଜନ୍ମରେ ଏଠାରେ ତପସ୍ୟାରେ ମଗ୍ନ ହୋଇଥିଲି କି ? ସେହି ପଥର ଗୁମ୍ଫା ଛୁଇଁ ପ୍ରଣାମ କଲି l ନୀଳ ଆକାଶ ତଳେ, ପ୍ରକୃତିର ବିଜନ ପ୍ରଦେଶରେ ଅତୀବ ଆନନ୍ଦଦାୟକ ରମଣୀୟ ସ୍ଥାନ ଏ l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/14/2022, 9:53 PM] Raj Kishore Sahoo: ଆରତ ମାମୁଁ ପୁଅ ଦିଲୁ Bangalore ରେ Software Engineer ଥିଲା l ଏବେ Ireland ଯାଇଛି l

କୁନିଆ ମାମୁଁ Hindi Teacher ତାଙ୍କର ପୁଅ B,Tech କଲା Bhubaneswar ରୁ ଏବେ Bangalore ରେ Software Engineer,

ବାବୁଲା ମାମୁଁ ଯିଏ ପଢ଼ା ଛାଡି ଟିଣ କାମ କରୁଛନ୍ତି ତାଙ୍କ ପୁଅ କୋଣାର୍କରେ ନବୋଦୟରେ ପଢୁଥିଲା, ଏ ବର୍ଷ NIT Rourkela ରେ Electrical Engineering Admission କରିଛି l ଏ ସବୁ ବଡ ଗୌରବମୟ ଅନୁଭବ l [9/14/2022, 9:53 PM] Raj Kishore Sahoo: ପାଠ ପଢିବାକୁ ପ୍ରେରଣା ବଡ କଥା l [9/23/2022, 8:46 AM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ଜୋଛନା ଝରୁଛି ଜହ୍ନ ବି ଝରୁଛି ଜାହ୍ନବୀ(ଗଙ୍ଗା) ଜଳରେ ସଖୀ ll 201 Sept 23, 2022

ଯେବେ ଆଖିରେ ମିଶିଲା ଆଖି l କବି ପ୍ରୀତି କବି ପ୍ରଣୟ ପ୍ରସୂନ ଚୁମ୍ବୁଥାଏ ଚନ୍ଦ୍ରମୁଖି ll 202

ଯେବେ ଆଖିରେ ମିଶିଲା ଆଖି l ପ୍ରଣୟ ରାଗରେ ପ୍ରୀତି ରୋମାଞ୍ଚିତ ଲାବଣ୍ୟ ପୀୟୂଷ ଚାଖି ll 203

ଯେବେ ଆଖିରେ ମିଶିଲା ଆଖି l ଛାତି ତଳେ ତାତି ଯମୁନା ଜୁଆର ଉନ୍ମନl ଉଚ୍ଛନ୍ନ ଦେଖି ll 204

ଯେବେ ଆଖିରେ ମିଶିଲା ଆଖି l ନବରଙ୍ଗ ପ୍ରୀତି ଇନ୍ଦ୍ରଗୋପ(ଇନ୍ଦ୍ରଧନୁ) ରୂପ ସୁଷମା ଐଶ୍ୱର୍ଯ୍ୟ ସଖୀ ll 205

ଯେବେ ଆଖିରେ ମିଶିଲା ଆଖି l ପ୍ରଣୟ ଅନଳ ଉଷ୍ମ ଅନୁରାଗ ଆନନ୍ଦ ବିହ୍ଵଳ ସଖୀ ll 206

ଯେବେ ଆଖିରେ ମିଶିଲା ଆଖି l ତୁମ ପ୍ରୀତି ସ୍ପର୍ଶ ତରଙ୍ଗ ତଡିତ୍ ରୋମାଞ୍ଚ ଜଗାଏ ସଖୀ ll 207

ଯେବେ ଆଖିରେ ମିଶିଲା ଆଖି l ପ୍ରଣୟ ପୁଲକ ଖେଳିଗଲା କ୍ଷଣେ କାଶତଣ୍ଡୀ କାନ୍ତି ଦେଖି ll 208

ଯେବେ ଆଖିରେ ମିଶିଲା ଆଖି l ପ୍ରଣୟ ପ୍ରସୂନ ଫୁଟିଗଲା କ୍ଷଣେ ପ୍ରାଣ ପ୍ରୀତିଲଗ୍ନl ଦେଖି ll 209

ଯେବେ ଆଖିରେ ମିଶିଲା ଆଖି l ପୁଣ୍ୟ ପ୍ରୀତି ଲଭି ପ୍ରଣାମ ଜଣାଏ ସାର୍ଥକ ଜୀବନ ସଖୀ ll 210

ଯେବେ ଆଖିରେ ମିଶିଲା ଆଖି l ଆତ୍ମା ପରମାତ୍ମା ମିଳନ ପ୍ରୀତିରେ ସମ୍ଭବ ଜାଣିଲି ସଖୀ ll 211

ଯେବେ ଆଖିରେ ମିଶିଲା ଆଖି l କାଶତଣ୍ଡୀ ପରି ସୁଷମା ଲାବଣ୍ୟ ସୁଧା ପ୍ରୀତି ମନଲାଖି ll 212

ଯେବେ ଆଖିରେ ମିଶିଲା ଆଖି l ତୁମରି ମିଳନ ବିନା ଏ ଜୀବନ ସାଧନା ଅପୂର୍ଣ୍ଣ ସଖୀ ll 213

ଯେବେ ଆଖିରେ ମିଶିଲା ଆଖି l ଆକାଶଗଙ୍ଗାରେ ଲାବଣ୍ୟବତୀ ମୋ ଚୁମ୍ବୁଥିଲା ମତେ ଦେଖି ll 214

ଯେବେ ଆଖିରେ ମିଶିଲା ଆଖି l ନଦୀପଠା ପୂର୍ଣ୍ଣ ଶୁଭ୍ର କାଶତଣ୍ଡୀ ଉଷ୍ମବ ମୁଖର ସଖୀ ll 215

ଯେବେ ଆଖିରେ ମିଶିଲା ଆଖି l ଶରତ ଆକାଶ ମେଘ ଶୁକ୍ଳ ଶୋଭା କାଶତଣ୍ଡୀ ମନ ଲାଖି ll 216

ଯେବେ ଆଖିରେ ମିଶିଲା ଆଖି l ନୀଳ ପ୍ରୀତି ସୁଧା ସୁଷମା ଐଶ୍ୱର୍ଯ୍ୟ ଝରିଲା ତୁମକୁ ଦେଖି ll 217

ଯେବେ ଆଖିରେ ମିଶିଲା ଆଖି l ତୁମ ରୂପ ଶୋଭା ଲାବଣ୍ୟ ପସରା ଅମୃତ ଅମୃତ ସଖୀ ll 218

ଯେବେ ଆଖିରେ ମିଶିଲା ଆଖି l ପ୍ରାଣବାୟୁ କାହିଁ ଉଡ଼ିଯିବ କୁହ ମୁଁ ତୁମର ପ୍ରାଣ ପକ୍ଷୀ ?ll 219

ଯେବେ ଆଖିରେ ମିଶିଲା ଆଖି l ଦେଖାହେବl ଦିନୁ ମହକୁଛ ସଖୀ ଚନ୍ଦନ କସ୍ତୁରୀ ମାଖି ll 220

ଯେବେ ଆଖିରେ ମିଶିଲା ଆଖି l ମହାକୁମ୍ଭ ପ୍ରୀତି ଅମୃତ କଳସ ଅସମ୍ଭାଳ ପ୍ରାଣ ସଖୀ ll 221

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/24/2022, 7:53 PM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ରୂପ କାମରାଜ(କନ୍ଦର୍ପ) ଶୋଭା ପୁଷ୍ପରାଜ(ବସନ୍ତ) ବିଭୋର ବିହ୍ଵଳ ଦେଖି ll 222

ଯେବେ ଆଖିରେ ମିଶିଲା ଆଖି l ଅଙ୍ଗରାଜ(କର୍ଣ୍ଣ) ଅବା ଲାଖ ବିନ୍ଧୁଥିଲେ କୃଷ୍ଣା(ଦ୍ରୌପଦୀ) ରୂପ ମୀନ ଆଖି ll 223

ଯେବେ ଆଖିରେ ମିଶିଲା ଆଖି l ତୀର୍ଥରାଜ(ସମୁଦ୍ର) ପରି ଅମ୍ଳାନ ବଦନ ଐଶ୍ୱର୍ଯ୍ୟ ସରସ ସଖୀ ll 224

ଯେବେ ଆଖିରେ ମିଶିଲା ଆଖି l ନାଗରାଜ(ବାସୁକି) ଧନ୍ଯ ବସୁନ୍ଧରା ଲାଗି ପ୍ରୀତିର ମହିମା ଦେଖି ll 225

ଯେବେ ଆଖିରେ ମିଶିଲା ଆଖି l ଜ୍ୟୋତ୍ସ୍ନା କମଳଜ(ଚନ୍ଦ୍ର) ସ୍ପର୍ଶ ମଳୟଜ(ଚନ୍ଦନ) ଐଶ୍ୱର୍ଯ୍ୟ ଝରlଏ ଦେଖି ll 226

ଯେବେ ଆଖିରେ ମିଶିଲା ଆଖି l ପଦବ୍ରଜ ପ୍ରିୟ ବନେ ମତଙ୍ଗଜ(ହସ୍ତୀ) ମଦମତ୍ତ ମୁଗ୍ଧ ସଖୀ ll 227

ଯେବେ ଆଖିରେ ମିଶିଲା ଆଖି l ଚଢି ପକ୍ଷିରାଜ ସ୍ଵୟଂ ଚତୁର୍ଭୁଜ(ନାରାୟଣ) ଉଭା ହେଲେ ସତେ ଦେଖି ll 228

ଯେବେ ଆଖିରେ ମିଶିଲା ଆଖି l ସଦ୍ୟସ୍ନାତ ସ୍ନିଗ୍ଧ ଶୁଭ୍ର ସରସିଜ ଉଦ୍ଭାସିତ ପ୍ରୀତି ଲେଖି ll 229

ଯେବେ ଆଖିରେ ମିଶିଲା ଆଖି l କାନ୍ତି ଅଗ୍ନିବୀଜ(ସ୍ଵର୍ଣ୍ଣ) ରୂପ ଶିଖିଧ୍ଵଜ(କାର୍ତ୍ତିକେୟ) ସ୍ଵର୍ଣ୍ଣ ସରସିଜ(ପଦ୍ମ) ସଖୀ ll 230

ଯେବେ ଆଖିରେ ମିଶିଲା ଆଖି l ବ୍ରଜରାଜ(ଶ୍ରୀକୃଷ୍ଣ) ସାଥେ ଶ୍ରୀରାଧା ସୁନ୍ଦରୀ ନୃତ୍ୟମଗ୍ନ ପ୍ରୀତି ଦେଖି ll 231

ଯେବେ ଆଖିରେ ମିଶିଲା ଆଖି l ସ୍ଵର୍ଗ ଦେବରାଜ ସ୍ଵର୍ଣ୍ଣ ଲଙ୍କରାଜ ସ୍ଵର୍ଣ୍ଣପୁରୀ ମନଲାଖି ll 232

ଯେବେ ଆଖିରେ ମିଶିଲା ଆଖି l ତୋ ହୃଦ ସ୍ପନ୍ଦନ ନୟନ ଅଞ୍ଜନ ନେଶି ହୋଇଗଲା ସଖୀ ll 233

ଯେବେ ଆଖିରେ ମିଶିଲା ଆଖି l ମଧୁ ମକରନ୍ଦ ସୁଧା ସଞ୍ଜିବନୀ ଝରିଲା ନିମିଷେ ସଖୀ ll 234

ଯେବେ ଆଖିରେ ମିଶିଲା ଆଖି l ଅମୃତ ନୟନା ଅମୃତ ବଦନl ଅମୃତ କଳସ ସଖୀ ll 235

ଯେବେ ଆଖିରେ ମିଶିଲା ଆଖି l ମାଣିକ ହୀରକ ଶତକୁମ୍ଭ(ସୁନା) ପରି ସୁଷମା ସମୁଦ୍ର ସଖୀ ll 236

ଯେବେ ଆଖିରେ ମିଶିଲା ଆଖି l ପୁଷ୍ପଶର ସତେ ପେଷିଲେ ମନ୍ମଥ ଇନ୍ଦ୍ରlୟୁଧ(ଇନ୍ଦ୍ରଧନୁ) ଚନ୍ଦ୍ରମୁଖୀ ll 237

ଯେବେ ଆଖିରେ ମିଶିଲା ଆଖି l ମହାକବି ପରି ମଧୁ ପୁଷ୍ପରାଜ(ବସନ୍ତ) ମହକିଲା ପ୍ରୀତି ଲେଖି ll 238

ଯେବେ ଆଖିରେ ମିଶିଲା ଆଖି l ନଟରାଜ(ଶିବ) କୋଳେ ନଗଜl(ପାର୍ବତୀ) ସୁନ୍ଦରୀ ନଗରାଜ(ଗିରିରାଜ) ମୁଗ୍ଧ ଦେଖି ll 239

ଯେବେ ଆଖିରେ ମିଶିଲା ଆଖି l ରୂପ ଭୁବନରେ ଋତୁରାଜ(ବସନ୍ତ) ପରି ଜ୍ୟୋତ୍ସ୍ନାସ୍ନାତ ପଦ୍ମମୁଖୀ ll 240

ଯେବେ ଆଖିରେ ମିଶିଲା ଆଖି l ତୃଣରାଜ ଶୋଭା ସମ୍ପଦ ଭୂସ୍ୱର୍ଗ ଆନନ୍ଦ ଭୁବନ ସଖୀ ll 241

ଯେବେ ଆଖିରେ ମିଶିଲା ଆଖି l ପ୍ରୀତ ଗ୍ରହରାଜ ମୁଗ୍ଧ ହଂସଧ୍ଵଜ(ବ୍ରହ୍ମା) ପ୍ରୀତିମଗ୍ନ ଦୁହେଁ ଦେଖି ll 242

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/25/2022, 8:03 PM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ତମୋହର(ରବି,ଶଶୀ) ପରି ଲାବଣ୍ୟ ଉଜ୍ଜ୍ଵଳ ବଦନ ଚନ୍ଦ୍ରମା ସଖୀ ll 243

ଯେବେ ଆଖିରେ ମିଶିଲା ଆଖି l ଅଗ୍ନିବୀଜ(ସ୍ଵର୍ଣ୍ଣ) ପରି ଅନିନ୍ଦ୍ୟ ସୁନ୍ଦରୀ ଅନିନ୍ଦୀତl ପ୍ରାଣ ସଖୀ ll 244

ଯେବେ ଆଖିରେ ମିଶିଲା ଆଖି l ପଶୁରାଜ ପକ୍ଷୀରାଜ କି ବନରେ ଆନନ୍ଦ ବିଭୋର ସଖୀ ll 245

ଯେବେ ଆଖିରେ ମିଶିଲା ଆଖି l ବିଘ୍ନରାଜ(ଗଣେଶ) ଶିଖି-ଧ୍ଵଜ(କାର୍ତ୍ତିକ) ମହାନନ୍ଦ ବୃଷଧ୍ଵଜ(ଶିବ) ମୁଗ୍ଧ ଦେଖି ll 246

ଯେବେ ଆଖିରେ ମିଶିଲା ଆଖି l ମୃଗରାଜ ବନେ ଆନନ୍ଦ ଉଚ୍ଛନ୍ନ ମୃଗାଙ୍କ(ଚନ୍ଦ୍ର) ଉଦୟ ଦେଖି ll 247

ଯେବେ ଆଖିରେ ମିଶିଲା ଆଖି l ମୃଗାକ୍ଷୀ ମୀନାକ୍ଷୀ ପରି ତୁମ ଆଖି ମୃଗାଙ୍କ(ଚନ୍ଦ୍ର) ମାର୍ତଣ୍ଡ(ସୂର୍ଯ୍ୟ) ସାକ୍ଷୀ ll 248

ଯେବେ ଆଖିରେ ମିଶିଲା ଆଖି l ହିମାବୃତ ରୂପ ନଗାଧିରାଜ(ହିମାଳୟ) କି ହିମଶୃଙ୍ଗ ପ୍ରୀତି ଲାଖି ll 249

ଯେବେ ଆଖିରେ ମିଶିଲା ଆଖି l ରସରାଜ(ଶ୍ରୀକୃଷ୍ଣ) ରୂପ ଐଶ୍ୱର୍ଯ୍ୟ ଶ୍ରୀରାଧା ପ୍ରତିଭାତ ହୁଏ ଦେଖି ll 250

ଯେବେ ଆଖିରେ ମିଶିଲା ଆଖି l ପୋଙ୍ଖରାଜ ରତ୍ନ ମହିମା ମୟୂଖ(କିରଣ) ଐଶ୍ୱର୍ଯ୍ୟ ବଦନ ଦେଖି ll 251

ଯେବେ ଆଖିରେ ମିଶିଲା ଆଖି l ଶୋଭାରେ ଭାସ୍ଵର ପଙ୍କଜ ପଦ୍ମଜ ଅଭିଭୂତ ହୃଦ ଦେଖି ll 252

ଯେବେ ଆଖିରେ ମିଶିଲା ଆଖି l ଉଦୟ ପଙ୍କଜ ପ୍ରୀତି ଅନୁରାଗ ନୈସର୍ଗିକ ପ୍ରାଣସଖୀ ll 253

ଯେବେ ଆଖିରେ ମିଶିଲା ଆଖି l ଖେଳି ବୁଲୁଥିଲା ସବୁଜ ତରଙ୍ଗ ହେମ ଶସ୍ୟ ରୂପ ସଖୀ ll 254

ଯେବେ ଆଖିରେ ମିଶିଲା ଆଖି l ସୌଗନ୍ଧିକ ଶୋଭା ପୁଣ୍ଡରିକ ପ୍ରଭା ନୀଳ ଶୁକ୍ଳ କାନ୍ତି ସଖୀ ll 255

ଯେବେ ଆଖିରେ ମିଶିଲା ଆଖି l ଇନ୍ଦୀବର(ନୀଳକଇଁ) ପରି ଇନ୍ଦିରା ସୁନ୍ଦରୀ ସ୍ଵର୍ଣ୍ଣ ନୀଳ ରୂପ ସଖୀ ll 256

ଯେବେ ଆଖିରେ ମିଶିଲା ଆଖି l ଶୋଭାରେ ମଣ୍ଡିତ ଅଭ୍ରକ(ମେଘ ଖଣ୍ଡ) ଭସ୍ମକ(ସ୍ଵର୍ଣ୍ଣରୌପ୍ୟ) ଚାରୁ କାନ୍ତି ପ୍ରୀତି ଲାଖି ll 257

ଯେବେ ଆଖିରେ ମିଶିଲା ଆଖି l ରଜତ ଅଂଶୁକ(କିରଣ) ସୁଷମା ଅଭ୍ରକ(ମେଘ ମନୋଲୋଭା ପ୍ରୀତି ଲାଖି ll 258

ଯେବେ ଆଖିରେ ମିଶିଲା ଆଖି l କୁସୁମ କନକ(ସ୍ଵର୍ଣ୍ଣଚମ୍ପା) କାନ୍ତି ସ୍ଵର୍ଣ୍ଣ ରୂପ ମନ ମୋହେ ପ୍ରୀତି ଲାଖି ll 259

ଯେବେ ଆଖିରେ ମିଶିଲା ଆଖି l ପୁଷ୍ପିତ ଅଶୋକ ପରି ରୂପଯଶ ମନ ମୋହେ ପ୍ରୀତି ଲାଖି ll 260

ଯେବେ ଆଖିରେ ମିଶିଲା ଆଖି l କମଳ(ପଦ୍ମ) କୋରକ(କଢ଼ି) ପରି କି ଅପୂର୍ବ ଦେଖୁଥିଲି ପଦ୍ମମୁଖୀ ll 261

ଯେବେ ଆଖିରେ ମିଶିଲା ଆଖି l ସୁବର୍ଣ୍ଣ ଚଷକ(ଥାଳି) ବଦନ ଚିବୁକ ଚୁମ୍ବୁଥିଲି ସ୍ଵର୍ଣ୍ଣମୁଖୀ ll 262

ଯେବେ ଆଖିରେ ମିଶିଲା ଆଖି l କୁସୁମ ଚମ୍ପକ(ଶ୍ଵେତଚମ୍ପା) ଫୁଟେ ଚଉଦିଗ ରଜତ(ରୂପା) ଚଷକ ଦେଖି ll 263

ଯେବେ ଆଖିରେ ମିଶିଲା ଆଖି l ଚଟୁଳ ଚଟୁକ(ସୁନ୍ଦର) ବଦନ ଚିବୁକ ରାଜଜେମା ମୋର ଦେଖି ll 264

ଯେବେ ଆଖିରେ ମିଶିଲା ଆଖି l ଚନ୍ଦ୍ରବିମ୍ବ ପରି ସୁଷମା ଚନ୍ଦ୍ରକ(ନୀଳ ଚନ୍ଦ୍ରିକା ) ମନ ମୋହେ ପ୍ରୀତି ଲାଖି ll 265

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/25/2022, 8:33 PM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ଦ୍ଯୁଲୋକ ଭୂଲୋକ
ନାଗଲୋକ(ପାତାଳ) ତୃପ୍ତ ପୁଷ୍ପ ବୃଷ୍ଟି ହୁଏ ଦେଖି ll 266

ଯେବେ ଆଖିରେ ମିଶିଲା ଆଖି l ତ୍ରିନାଥ ତ୍ର୍ୟମ୍ବକ ହୃଷୀତ ହ୍ଲlଦିତ ଆନନ୍ଦ କୈଳାସ ଦେଖି ll 267

ଯେବେ ଆଖିରେ ମିଶିଲା ଆଖି l ବାଜିଲା ଟମକ(ନlଗରl) ଆହା କି ଟହକ(ସୁନ୍ଦର ଲାଲବର୍ଣ୍ଣ) ଅରୁଣ ସକାଳ ଦେଖି ll 268

ଯେବେ ଆଖିରେ ମିଶିଲା ଆଖି l ସୁଷମା ତଡାକ(ପୋଖରୀ) ସୁବର୍ଣ୍ଣ ବର୍ଣ୍ଣକ ସ୍ଵର୍ଣ୍ଣପଦ୍ମ ମନ ଲାଖି ll 269

ଯେବେ ଆଖିରେ ମିଶିଲା ଆଖି l ଆନନ୍ଦ ବର୍ଦ୍ଧକ ସୁଷମା ବର୍ଦ୍ଧକ ପୁଷ୍ପମୟ ଧରା ଦେଖି ll 270

ଯେବେ ଆଖିରେ ମିଶିଲା ଆଖି l ସୁବର୍ଣ୍ଣ ଫଳକ ପରି ସ୍ଵର୍ଣ୍ଣପ୍ରଭା ତନୁଶ୍ରୀ ବଦନ ସଖୀ ll 271

ଯେବେ ଆଖିରେ ମିଶିଲା ଆଖି l ଆପlଦମସ୍ତକ ମେଚକ(ମେଘ, ଚନ୍ଦ୍ରିକା) ମେଦୁର(ସୁନ୍ଦର) ପୁଷ୍ପ ବୃଷ୍ଟି ହୁଏ ଦେଖି ll 272

ଯେବେ ଆଖିରେ ମିଶିଲା ଆଖି l ମେଚକ ମଣ୍ଡୁକ ନିନାଦ ଚଡ଼କ ବର୍ଷଣ ମୁଖର ଦେଖି ll 273

ଯେବେ ଆଖିରେ ମିଶିଲା ଆଖି l ହୁକେ ହୋ ଭୁକେ ଦିନରେ ଜମ୍ବୁକ ଆନନ୍ଦ ବିଭୋର ଦେଖି ll 274

ଯେବେ ଆଖିରେ ମିଶିଲା ଆଖି l ଅରୁଣ ଉଜ୍ଜ୍ୱଳ ଆନନ୍ଦ ଦ୍ୟୋତକ(ପ୍ରକାଶ) ଅମ୍ବର ଇନ୍ଦ୍ରକ(ସଭା) ଦେଖି ll 275

ଯେବେ ଆଖିରେ ମିଶିଲା ଆଖି l ନୟନ କଜଳ ପରି କି ଅଳକ(କୁନ୍ତଳ) ଅମୃତ ବଦନ ଦେଖି ll 276

ଯେବେ ଆଖିରେ ମିଶିଲା ଆଖି l ଅଧର ବିମ୍ବ କି କରକ(ଡାଳିମ୍ବ) କୋରକ(କଢ) ପ୍ରୀତିମଗ୍ନା ପ୍ରାଣସଖୀ ll 277

ଯେବେ ଆଖିରେ ମିଶିଲା ଆଖି l ଆନନ୍ଦ କୁତୁକ କଞ୍ଜକ(ଶାରୀ) କୀରକ(ଶୁଆ) ବିମୋହିତ ବନ ପକ୍ଷୀ ll 278

ଯେବେ ଆଖିରେ ମିଶିଲା ଆଖି l ନୀରବ ନିଷ୍ପନ୍ଦ ନୟନ ନିର୍ବାକ ପୁଷ୍ପ ବୃଷ୍ଟି ହୁଏ ଦେଖି ll 279

ଯେବେ ଆଖିରେ ମିଶିଲା ଆଖି l ନୀଳିମ ନିର୍ମୋକ(ଆକାଶ)
କାନ୍ତି କି ନନ୍ଦକ(ଆନନ୍ଦଦାୟକ) ମେଘପୁଷ୍ପ ମେଘ ଦେଖି ll 280

ଯେବେ ଆଖିରେ ମିଶିଲା ଆଖି l ସ୍ଵର୍ଣ୍ଣମୟୀ ଧରା ସୁଷମା ଦର୍ପକ(କନ୍ଦର୍ପ) ଆନନ୍ଦ ବିଭୋର ଦେଖି ll 281

ଯେବେ ଆଖିରେ ମିଶିଲା ଆଖି l ଅପୂର୍ବ ପ୍ରତୀତ ଆନନ୍ଦ ଦ୍ୟୋତକ ବନ ଭୂମି ବ୍ୟୋମ ଦେଖି ll 282

ଯେବେ ଆଖିରେ ମିଶିଲା ଆଖି l ନୀରବ ଦର୍ଶକ ପରି ଦେଖୁଥିଲି ତୋ ରୂପ ଐଶ୍ୱର୍ଯ୍ୟ ସଖୀ ll 283

ଯେବେ ଆଖିରେ ମିଶିଲା ଆଖି l ପ୍ରୀତିମଗ୍ନା ସଖୀ ବିଭୋର ବିହ୍ଵଳ ଦାମ୍ଭିକ ଦର୍ପକ(କନ୍ଦର୍ପ) ଦେଖି ll 284

ଯେବେ ଆଖିରେ ମିଶିଲା ଆଖି l ଭକ୍ତ କି ପ୍ରେମିକ ପଡିନି ପଲକ ଦେଖୁଥିଲି ପ୍ରାଣସଖୀ ll 285

ଯେବେ ଆଖିରେ ମିଶିଲା ଆଖି l ଅପୂର୍ବ ପୁଲକ ଖେଳିଗଲା କ୍ଷଣେ ପ୍ରାଣର କମ୍ପନ ଦେଖି ll 286

ଯେବେ ଆଖିରେ ମିଶିଲା ଆଖି l ପ୍ରୀତିର ପ୍ରତୀକ ପରି ତୁମ ରୂପ ଚନ୍ଦ୍ରମା ସୁନ୍ଦର ସଖୀ ll 287

ଯେବେ ଆଖିରେ ମିଶିଲା ଆଖି l ପୁଷ୍ପକ ବିମାନ କୋଳେ ଭାସୁଥିଲ ତନ୍ଦ୍ରାଭୂତ ପ୍ରାଣ ଦେଖି ll 288

ଯେବେ ଆଖିରେ ମିଶିଲା ଆଖି l ନିଚ୍ଛକ ସୁନ୍ଦର ସ୍ଵର୍ଗୀୟ ଚାହାଣି ପ୍ରୀତିମଗ୍ନା ପ୍ରାଣସଖୀ ll 289

ଯେବେ ଆଖିରେ ମିଶିଲା ଆଖି l ପଞ୍ଚୁକ ପାଦୁକ ପରି ପ୍ରୀତିଲଗ୍ନl ଅପାଶୋରା ମନଲାଖି ll 290

ଯେବେ ଆଖିରେ ମିଶିଲା ଆଖି l ସ୍ୱାଦିଷ୍ଟ ପିଷ୍ଟକ(ପିଠା) ପଞ୍ଚାମୃତ ପରି ଅମୃତ ପରଷେ ସଖୀ ll 291

ଯେବେ ଆଖିରେ ମିଶିଲା ଆଖି l ପାର୍ବତୀ ପିନାକ(ଶିବ) କୈଳାସ କନ୍ଦରେ ମନ୍ତ୍ର ମୁଗ୍ଧ ହୃଦ ଦେଖି ll 292

ଯେବେ ଆଖିରେ ମିଶିଲା ଆଖି l ଆଙ୍ଗୀକ ଆତ୍ମିକ ଚିର ଅନ୍ତରଙ୍ଗ ଲାଗୁଥିଲା ଚନ୍ଦ୍ରମୁଖୀ ll 293

ଯେବେ ଆଖିରେ ମିଶିଲା ଆଖି l ଅପୂର୍ବ ଉତ୍ସୁକ ପ୍ରୀତିର ଉଦ୍ରେକ ମହା ଅନୁଭବ ସଖୀ ll 294

ଯେବେ ଆଖିରେ ମିଶିଲା ଆଖି l ଆନକ(ମୃଦଙ୍ଗ) ଆନନ୍ଦ ଡମ୍ବରୁ ନିନାଦ ରୋମାଞ୍ଚ କମ୍ପନ ସଖୀ ll 295

ଯେବେ ଆଖିରେ ମିଶିଲା ଆଖି l ଆନନ୍ଦ କୌତୁକ ନୃତ୍ୟ କି କନ୍ଦୁକ(ପେଣ୍ଡୁ) ରୋମାଞ୍ଚ ପ୍ରୀତିର ଦେଖି ll 296

ଯେବେ ଆଖିରେ ମିଶିଲା ଆଖି l ନାରିକେଳ ତାଳ କଦମ୍ବ କ୍ରମୁକ(ଗୁଆ) ଐଶ୍ୱର୍ଯ୍ୟ ରସାଳ(ଆମ୍ବ) ସଖୀ ll 297

ଯେବେ ଆଖିରେ ମିଶିଲା ଆଖି l ଚାହିଁଚି ଯେମିତି ହୋଇକି ଚାତକ ସତ୍ୟ ଅନୁଭବ ସଖୀ ll 298

ଯେବେ ଆଖିରେ ମିଶିଲା ଆଖି l ଚୁମ୍ବକ ପରି କି ଲାଖି ରହିଥିଲି ଦେଖି ତୋ ଚଟକ ସଖୀ ll 299

ଯେବେ ଆଖିରେ ମିଶିଲା ଆଖି l ଆଖିର ପଲକ ଆନନ୍ଦ ଝଲକ ଚଟକ ଛଟକ ଦେଖି ll 300

ଯେବେ ଆଖିରେ ମିଶିଲା ଆଖି l ଛାତିରେ ଦହକ(ତାତି) ଗ୍ରୀଷ୍ମ ଡହକ ବଳିଗଲା ଅବା ସଖୀ ll 301

ଯେବେ ଆଖିରେ ମିଶିଲା ଆଖି l ଆନନ୍ଦ ଇକ୍ଷୁକ(ଚକ୍ଷୁ) ଚାହାଣି ତୀର୍ଯ୍ୟକ ପୁଷ୍ପ ଧନୁ ତୀର ସଖୀ ll 301

ଯେବେ ଆଖିରେ ମିଶିଲା ଆଖି l ଦାମ୍ଭିକ ହୃଦୟ ହେଲା ଧରାଶାୟୀ ତୁମ ପ୍ରୀତି ରୂପ ଦେଖି ll 302

ଯେବେ ଆଖିରେ ମିଶିଲା ଆଖି l ପ୍ରୀତିର ନାସ୍ତିକ କି ଭାବେ ଆସ୍ତିକ ଅସମ୍ଭବ ଲାଗେ ସଖୀ ll 303

ଯେବେ ଆଖିରେ ମିଶିଲା ଆଖି l ହରପ୍ରିୟା ନାରୀ ନିନ୍ଦୁକ ନିର୍ବାକ ତୋର ଯଶ କୀର୍ତ୍ତି ଦେଖି ll 304

ଯେବେ ଆଖିରେ ମିଶିଲା ଆଖି l ନିର୍ଭୀକ ନୈତିକ ନୀତି ନିଷ୍ଠା ଲାଗି ସଂସାରେ ଅମର ସଖୀ ll 305

ଯେବେ ଆଖିରେ ମିଶିଲା ଆଖି l ପତିତପାବନୀ(ଗଙ୍ଗା) ପlତକ(ପାପ) ନାଶିନୀ ପୁଣ୍ୟ ପ୍ରୀତି ପ୍ରଭା ଦେଖି ll 306

ଯେବେ ଆଖିରେ ମିଶିଲା ଆଖି l ପବିତ୍ର ପାବକ(ଅଗ୍ନି) ପୁଣ୍ୟ ଶିଖା ପରି ଜୀବନ ଯଜ୍ଞରେ ସଖୀ ll 307

ଯେବେ ଆଖିରେ ମିଶିଲା ଆଖି l ଲୌକିକ ଜୀବନ ହୋଇଲା ସାର୍ଥକ ତୋ ପ୍ରୀତି ମହିମା ସଖୀ ll 308

ଯେବେ ଆଖିରେ ମିଶିଲା ଆଖି l ଶ୍ୱେତକ(ରଜତ) ଶୌକ୍ତିକ(ମୁକ୍ତା) ମଣି ରତ୍ନ ପରି ଝଟକେ ସୁଷମା ସଖୀ ll 309

ଯେବେ ଆଖିରେ ମିଶିଲା ଆଖି l ପ୍ରୀତିର ସ୍ତବକ ତୋ ସ୍ନେହ ସନ୍ତକ ଚିଠିର ମହିମା ସଖୀ ll 310

ଯେବେ ଆଖିରେ ମିଶିଲା ଆଖି l ତୋର ପାଦଧୂଳି ପ୍ରୀତିର ସ୍ମାରକ ପୁଣ୍ୟ ତୀର୍ଥ ମଣେ ସଖୀ ll 311

ଯେବେ ଆଖିରେ ମିଶିଲା ଆଖି l ରକ୍ତ ମାଂସ ବଳି ଦେଇ ତୁ ଅମର ମହାକାଳ ଚିର ସାକ୍ଷୀ ll 312

ଯେବେ ଆଖିରେ ମିଶିଲା ଆଖି l ମଙ୍ଗଳ ସୂଚକ ବିଧାତା ବିଚାର ମରଣ ଯାତନା ସଖୀ ll 313

ଯେବେ ଆଖିରେ ମିଶିଲା ଆଖି l ମଧୁକ(ମହୁଲ ଫୁଲ) ମହକ ମହାକାବ୍ୟ ପରି ମହକେ ପ୍ରୀତିରେ ସଖୀ ll 314

ଯେବେ ଆଖିରେ ମିଶିଲା ଆଖି l ଧର୍ମବନ୍ତ ପ୍ରାଣ ଧାର୍ମିକ ବିଚାର ଧର୍ମାନନ୍ଦ ପ୍ରାଣସଖୀ ll 315

ଯେବେ ଆଖିରେ ମିଶିଲା ଆଖି l ହରପ୍ରିୟା ପୀଡା ଧମକ ଚମକ ସହିଥିଲୁ ଲୁହ ସାକ୍ଷୀ ll 316

ଯେବେ ଆଖିରେ ମିଶିଲା ଆଖି l ଖଳନାୟିକାର ନୈତିକ ସ୍ଖଳନ ଲାଗି ନିନ୍ଦା ଗାଳି ସଖୀ ll 317

ଯେବେ ଆଖିରେ ମିଶିଲା ଆଖି l ଅନ୍ଧାରୀ ମୂଲକ ବହ୍ନି ଶିଖା ସଖୀ ପୁଷ୍ପ ବୃଷ୍ଟି ହୁଏ ଦେଖି ll 318

ଯେବେ ଆଖିରେ ମିଶିଲା ଆଖି l ବିଚାର ବିବେକ ହରାଇ ସେ ନାରୀ କ୍ଷମା ଭିକ୍ଷା କରେ ସଖୀ ll 319

ଯେବେ ଆଖିରେ ମିଶିଲା ଆଖି ଶବ୍ଦ ମନ୍ଦିରରେ ତୋ ପ୍ରୀତି ସ୍ପନ୍ଦନ ଚିରନ୍ତନ ଶୁଭେ ସଖୀ ll 320

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/26/2022, 9:15 PM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ତାନ୍ତ୍ରିକ ମାନ୍ତ୍ରିକ ମାୟାଞ୍ଜନ ପରି ଦେଖୁଥିଲି ଚନ୍ଦ୍ରମୁଖୀ ll 331

ଯେବେ ଆଖିରେ ମିଶିଲା ଆଖି l ଭୀରୁକ(ଶୃଗାଳ) ମଣ୍ଡୁକ(ବେଙ୍ଗ) ଆନନ୍ଦ ରଡି କି ମେଘପୁଷ୍ପ(ବର୍ଷା) ହାସ ଦେଖି ll 332

ଯେବେ ଆଖିରେ ମିଶିଲା ଆଖି l ଐହିକ ଦୈବିକ ପୁଣ୍ୟ କର୍ମଫଳ ମହାଭାଗ୍ୟ ମଣେ ସଖୀ ll 333

ଯେବେ ଆଖିରେ ମିଶିଲା ଆଖି l ନିର୍ମଳ ପବିତ୍ର ସାତ୍ତ୍ୱିକ କାର୍ତ୍ତିକ ପରି ତୋ ତନୁଶ୍ରୀ ସଖୀ ll 334

ଯେବେ ଆଖିରେ ମିଶିଲା ଆଖି l ମୁଦିର(ମେଘ) ମଣ୍ଡୁକ ତଡାକ(ପୋଖରୀ) ଡାହୁକ ମନ୍ତ୍ର ଧ୍ୱନି ଶୁଭେ ସଖୀ ll 335

ଯେବେ ଆଖିରେ ମିଶିଲା ଆଖି l ଚେତନା ଉଦ୍ରେକ ହେଲା କି ନିମିଷେ ବୌଦ୍ଧିକ ବାଙ୍ମୟ ସଖୀ ll 336

ଯେବେ ଆଖିରେ ମିଶିଲା ଆଖି l ଅପୂର୍ବ ହ୍ଲାଦକ(ଆନନ୍ଦ) ସଙ୍ଗୀତ ହାର୍ଦ୍ଦିକ ସ୍ଵାଗତ ଉତ୍ସବ ସଖୀ ll 337

ଯେବେ ଆଖିରେ ମିଶିଲା ଆଖି l ଗାୟକ ବାୟକ ଗୀତ ବାଦ୍ୟ ନାଦ ହୃଦୟ ରଞ୍ଜକ ସଖୀ ll 338

ଯେବେ ଆଖିରେ ମିଶିଲା ଆଖି l ଦସ୍ୟୁ ରତ୍ନାକର ପ୍ରାଣରେ ସୃଜନ ସମ୍ଭବ ହେଲା କି ସଖୀ ll 339

ଯେବେ ଆଖିରେ ମିଶିଲା ଆଖି l ଅଧର ପଲ୍ଲବ ନୟନ କଜଳ ଆନନ୍ଦ ଦ୍ୟୋତକ(ପ୍ରକାଶ) ସଖୀ ll 340

ଯେବେ ଆଖିରେ ମିଶିଲା ଆଖି l ବନରେ ନଦୀରେ ହସ୍ତୀକ(ହାତୀପଲ) ହଂସକ(ହଂସ) ନବରଙ୍ଗ ନୃତ୍ୟ ସଖୀ ll 341

ଯେବେ ଆଖିରେ ମିଶିଲା ଆଖି l ଶଶକ(ଠେକୁଆ) ଶମ୍ବୁକ(ଶାମୁକା) ପରି ଦେଖୁଥିଲି ତୋ ରୂପ ବିଭବ ସଖୀ ll 342

ଯେବେ ଆଖିରେ ମିଶିଲା ଆଖି l କବି କି ଭାବୁକ ପ୍ରୀତିରେ ସ୍ତlବକ ସୃଜନ ବନ୍ଦନା ସଖୀ ll 343

ଯେବେ ଆଖିରେ ମିଶିଲା ଆଖି l ହଳୀ(ଚାଷୀ) ହଳାୟୁଧ(ବଳରାମ) ଦେଖି ଇନ୍ଦ୍ରlୟୁଧ(ଇନ୍ଦ୍ରଧନୁ) ଆନନ୍ଦ ବଦନ ସଖୀ ll 344

ଯେବେ ଆଖିରେ ମିଶିଲା ଆଖି l ବିଘ୍ନେଶ ଅମ୍ବକ(ପିତା) ପ୍ରଭୁ ତ୍ରୟମ୍ବକ ଆଶିଷ ଢlଳନ୍ତି ଦେଖି ll 345

ଯେବେ ଆଖିରେ ମିଶିଲା ଆଖି l ତୀର୍ଥକାକ(ଅତିଲୋଭୀ) ପରି ଆନନ୍ଦ ନୟନ କଦମ୍ବକ(କଦମ୍ବ ଫୁଲ) ତନୁ ଦେଖି ll 346

ଯେବେ ଆଖିରେ ମିଶିଲା ଆଖି l କନକ(ସ୍ଵର୍ଣ୍ଣଚମ୍ପା) କଦମ୍ବ କୁସୁମିତ ତନୁ ଲାବଣ୍ୟ ଐଶ୍ୱର୍ଯ୍ୟ ସଖୀ ll 347

ଯେବେ ଆଖିରେ ମିଶିଲା ଆଖି l ଶୋଭାର ଝଲକ ଆନନ୍ଦ ଦ୍ୟୋତକ ଆନନ୍ଦ ଭୁବନ ସଖୀ ll 348

ଯେବେ ଆଖିରେ ମିଶିଲା ଆଖି l ମଧୁ ପୁଷ୍ପକାଳ(ବସନ୍ତ) ବକୁଳ(ବଉଳ) ବାସକ(ସୁଗନ୍ଧ) ରସାଳ(ଆମ୍ବ) ପାଦପ(ବୃକ୍ଷ) ଲାଖି ll 349

ଯେବେ ଆଖିରେ ମିଶିଲା ଆଖି l ସଂସାର ରୂପକ ଯଜ୍ଞରେ ଯାଜ୍ଞିକ(ପୁରୋହିତ) ଦେବୀ ହରପ୍ରିୟା ସଖୀ ll 350

ଯେବେ ଆଖିରେ ମିଶିଲା ଆଖି l ଘୃତlନଳ ପରି ଜଳୁଥିଲା ଆତ୍ମା ପ୍ରାଣର ଆହୁତି ଦେଖି ll 351

ଯେବେ ଆଖିରେ ମିଶିଲା ଆଖି l ପୂର୍ବଜନ୍ମ ପାପ ତାପ ହରିବାକୁ ନିର୍ଯ୍ୟାତନା ଦେଲା ସଖୀ ll 352

ଯେବେ ଆଖିରେ ମିଶିଲା ଆଖି l ଚିଠି ଚିରି ଧନ୍ଯ ବିଦୁଷୀ ରତନ କାଳ ହେଲା ଧର୍ମ ସାକ୍ଷୀ ?ll 353

ଯେବେ ଆଖିରେ ମିଶିଲା ଆଖି l ସ୍ପଟିକ ପଥର ପରି ତା ଅନ୍ତର ହିଂସାରେ ହିଂସ୍ରକ ସଖୀ ll 354

ଯେବେ ଆଖିରେ ମିଶିଲା ଆଖି l ତା ପରି ସଂସାରେ ଅଛି କେ ପଚାରେ ନିଷ୍ଠୁର ନିର୍ଦୟ ସଖୀ ?ll 355

ଯେବେ ଆଖିରେ ମିଶିଲା ଆଖି l ଅଜାମ୍ବିଳ ପରି ମୃତ୍ୟୁ ଶେଜେ ତତେ ନିଶ୍ଚୟ ଖୋଜିବ ସଖୀ ll 356

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/27/2022, 4:43 AM] Raj Kishore Sahoo: ସିନ୍ଧୁ ନଦୀରେ ପୂଜା ପ୍ରାର୍ଥନା କରିବାର ଅନୁଭୂତି ବଡ ଆନନ୍ଦ ବିଭୋର, ଭାବ ବିହ୍ଵଳ ତପ ସିଦ୍ଧ ଐଶ୍ୱରୀୟ ଅନୁଭବ ଥିଲା 12,7,22 ଦିନ 4 ଟାରେ l ତୁମ ଫଟୋ ଧରି ପୂଜା କରୁଥିଲି, ତପସ୍ୟା କରିଥିଲି, ପ୍ରଣାମ କରୁଥିଲି l ଇଶ୍ୱରଙ୍କ ମହା କୃପା ତମେ ମୋ ଜୀବନରେ l ରାଣୀ ତୋର ଜୟ ଜୟ ହେଉ l ପ୍ରଣାମ ପ୍ରଣାମ l [9/27/2022, 7:30 AM] Raj Kishore Sahoo: ଇଶ୍ୱରଙ୍କ ମହିମା ଯେମିତି ବିସ୍ମୟକର ସେମିତି ଅଲୌକିକ l ଶକୁନ୍ତଳା ହାତରୁ ପ୍ରୀତିର ଉପହାର ରାଜାଙ୍କର ମୁଦି ନଦୀର ଗଭୀର ଜଳରେ ପଡ଼ି ବୁଡିଯିବା ପୁଣି ସେ ମୁଦି କୁ ବଡ଼ ମାଛ ଗିଳିବା l କେମିତି ପ୍ରୀତିଲଗ୍ନlର ଭାଗ୍ୟ l ରାଜ ଦରବାରରେ ରାଜାଙ୍କୁ ନିଜର ପ୍ରୀତି ଭାବକୁ କିଏ ଗ୍ରହଣ କରିବ ବିନା ପ୍ରମାଣରେ ? ଇଶ୍ୱରଙ୍କ କୃପା କୈବର୍ତ୍ତ ମାଛ ଧରି ତା ପେଟରୁ ମୁଦି ଆଣି ରାଜାଙ୍କୁ ଦେଲା l ରାଜା ମୁଦି ଦେଖି ନିଜର ପୂର୍ବ ପ୍ରୀତି ଅନୁରାଗ କୁ ମନେ ପକାଇ ଅନୁତାପ କଲେ ନିଜର ପ୍ରାଣପ୍ରିୟା ପ୍ରତି ଅନ୍ୟାୟ କରିଥିବାରୁ l ସମ୍ମାନରେ ଶକୁନ୍ତଳା ଙ୍କୁ ରାଜା ଦୁଷ୍ମନ୍ତ ରାଣୀ ଭାବରେ ଗ୍ରହଣ କଲେ l ପ୍ରୀତିର ସ୍ମାରକ ଯେଉଁ ଫଟୋ ଲାଗି ମହା ମହାକଷ୍ଟ ବିଧି ଲେଖିଥିଲା, ଇଶ୍ୱରଙ୍କ କୃପାରୁ ସେ ପୁଣି ପୁଣ୍ୟତୋୟା ପବିତ୍ର ସିନ୍ଧୁ ନଦୀରେ ପୂଜା ପାଉଛି l ପ୍ରଣାମ ପ୍ରଣାମ [9/27/2022, 7:32 AM] Raj Kishore Sahoo: ଯେବେ ଆଖିରେ ମିଶିଲା ଆଖି l ସ୍ଵପ୍ନ ଲୋକ ଠାରୁ ସପ୍ତ ଲୋକ ଯାଏ ପୁଷ୍ପ ବୃଷ୍ଟି ହୁଏ ସଖୀ ll 357

ଯେବେ ଆଖିରେ ମିଶିଲା ଆଖି l ପ୍ରlଭାତିକ ଦୃଶ୍ୟ ଆରାତ୍ରିକ ଧ୍ୱନି ମହିମ୍ନ ମଙ୍ଗଳ ସଖୀ ll 358

ଯେବେ ଆଖିରେ ମିଶିଲା ଆଖି l ଚନ୍ଦ୍ରଲୋକ ଠାରୁ ଇନ୍ଦ୍ରଲୋକ ଯାଏ ନୀଳ ଜ୍ୟୋତ୍ସ୍ନା ଖେଳେ ସଖୀ ll 359

ଯେବେ ଆଖିରେ ମିଶିଲା ଆଖି l ନାଗଲୋକ ଠାରୁ ବ୍ରହ୍ମଲୋକ ଯାଏ ଆନନ୍ଦ ଉତ୍ସବ ସଖୀ ll 360

ଯେବେ ଆଖିରେ ମିଶିଲା ଆଖି l ଦେବଲୋକ(ସ୍ଵର୍ଗ) ଠାରୁ ନରଲୋକ(ମର୍ତ୍ତ୍ୟ) ଯାଏ ସ୍ଵର୍ଣ୍ଣପ୍ରଭା ପ୍ରୀତି ଲାଖି ll 361

ଯେବେ ଆଖିରେ ମିଶିଲା ଆଖି l ଭବଲୋକ ଠାରୁ ଯମଲୋକ ଯାଏ ବିଷାଦ ବିସ୍ମୃତ ସଖୀ ll 362

ଯେବେ ଆଖିରେ ମିଶିଲା ଆଖି l ମଙ୍ଗଳ ସଙ୍ଗୀତ ମାଙ୍ଗଳିକ ଦୃଶ୍ୟ ନlନ୍ଦନୀକ ଭବ୍ୟ ସଖୀ ll 363

ଯେବେ ଆଖିରେ ମିଶିଲା ଆଖି l ଗଙ୍ଗୋଦକ(ଗଙ୍ଗାଜଳ) ଗଙ୍ଗା ଅମୃତ ପରଶ ମହାଭାଗ୍ୟ ମଣେ ସଖୀ ll 364

ଯେବେ ଆଖିରେ ମିଶିଲା ଆଖି l ଭାସେ ବଳାହକ(ମେଘ) ଫୁଟେ କୁରୁବକ(କନିଅର ଫୁଲ) ଅମୃତ ସକାଳ ସଖୀ ll 365

ଯେବେ ଆଖିରେ ମିଶିଲା ଆଖି l ସୁଷମା ଉଜ୍ଜ୍ଵଳ ସ୍ୟମନ୍ତକ(ଶ୍ରୀକୃଷ୍ଣଙ୍କ ବକ୍ଷରେ) ମଣି ସୌଗନ୍ଧିକ(ନୀଳପଦ୍ମ) ପ୍ରୀତି ଲାଖି ll 366

ଯେବେ ଆଖିରେ ମିଶିଲା ଆଖି l ଡମ୍ବରୁ ଭଜୁଛି ତ୍ର୍ୟମ୍ବକ ତ୍ର୍ୟମ୍ବକ ତ୍ରୟମ୍ବକ ଦେଖି ସଖୀ ll 367

ଯେବେ ଆଖିରେ ମିଶିଲା ଆଖି l ଲୁବ୍ଧକ(ବ୍ୟାଧ) ଘାତକ ପୀଡା କି ପାତକ ପଶୁପତି(ଶିବ) ପୂଜେ ଦେଖି ll 368

ଯେବେ ଆଖିରେ ମିଶିଲା ଆଖି l ଦୃଷ୍ଟ ଧର୍ମବକ(ଠକ) ପୀଡା ପାଶବିକ ସହିବାକୁ ଥିଲା ସଖୀ ll 369

ଯେବେ ଆଖିରେ ମିଶିଲା ଆଖି l କାଳାନ୍ତକ(ଯମ) ଦଣ୍ଡ ଭୋଗେ କୁମ୍ଭୀଳକ(ଚୋର) କୁମ୍ଭିପାକ(ନର୍କ) ପୀଡା ସଖୀ ll 370

ଯେବେ ଆଖିରେ ମିଶିଲା ଆଖି l ଇହଲୋକ ପରଲୋକ ପୁଣ୍ୟଲୋକ ନୈସର୍ଗିକ ପ୍ରୀତି ସଖୀ ll 371

ଯେବେ ଆଖିରେ ମିଶିଲା ଆଖି l ଐକାନ୍ତିକ ଭାବ ପ୍ରୀତି ଅଲୌକିକ ଅନୁଭବ ପ୍ରାଣ ସଖୀ ll 372

ଯେବେ ଆଖିରେ ମିଶିଲା ଆଖି l ଦୁଃଖ ଦୁର୍ବିପାକ କଷ୍ଟ ପ୍ରାଣlନ୍ତକ ଭୋଗିବାକୁ ଥିଲା ସଖୀ ll 373

ଯେବେ ଆଖିରେ ମିଶିଲା ଆଖି l ଯୌବନ ରତନ ହରାଇ ଅକାଳେ ଶତନକ(ଶ୍ମଶାନ) ରୂପ ସଖୀ ll 374

ଯେବେ ଆଖିରେ ମିଶିଲା ଆଖି l ଧର୍ମ ବୁଡିଗଲା ପରି ହରପ୍ରିୟା ମର୍ମାନ୍ତିକ ପୀଡା ସଖୀ ll 375

ଯେବେ ଆଖିରେ ମିଶିଲା ଆଖି l ଆକସ୍ମିକ ମୃତ୍ୟୁ ଆସି ଫେରିଗଲା ତୋର ପୁଣ୍ୟ ଫଳ ସଖୀ ll 376

ଯେବେ ଆଖିରେ ମିଶିଲା ଆଖି l ନମ୍ର ଲକସ୍ତକ(ବିନୟ) ନୟନ ବଦନ ଝୁରେ କବି ଆତ୍ମା ସଖୀ ll 377

ଯେବେ ଆଖିରେ ମିଶିଲା ଆଖି l ଯୁଗେଯୁଗେ ପ୍ରୀତି ପ୍ରାଣ ପୁଣ୍ୟଶ୍ଲୋକ ଚିରନ୍ତନ ପ୍ରାଣସଖୀ ll 378

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/28/2022, 5:49 AM] Raj Kishore Sahoo: କଥାରେ କହିଚି କିଛି ଅସମ୍ଭବ ନୁହଁ l ଏକଥା କଣ ସତ? ହଁ ଅନେକ ଙ୍କ ଜୀବନରେ ଏମିତି ଘଟଣା ଘଟିଛି l ମହାତ୍ମା ଙ୍କ ଜୀବନ କାହାଣୀ ଏମିତି ବହୁ ଘଟଣାବଳୀରେ ପୂର୍ଣ୍ଣ l

  ଇଶ୍ୱରଙ୍କ ମହିମା ଯେମିତି ବିସ୍ମୟକର ସେମିତି ଅଲୌକିକ l  ଶକୁନ୍ତଳା ହାତରୁ ପ୍ରୀତିର ଉପହାର ରାଜାଙ୍କର ମୁଦି ନଦୀର ଗଭୀର ଜଳରେ ପଡ଼ି ବୁଡିଯିବା ପୁଣି ସେ ମୁଦି କୁ ବଡ଼ ମାଛ ଗିଳିବା l କେମିତି ପ୍ରୀତିଲଗ୍ନlର ଭାଗ୍ୟ l ରାଜ ଦରବାରରେ ରାଜାଙ୍କୁ ନିଜର ପ୍ରୀତି ଭାବକୁ କିଏ ଗ୍ରହଣ କରିବ ବିନା ପ୍ରମାଣରେ ? ଇଶ୍ୱରଙ୍କ କୃପା କୈବର୍ତ୍ତ ମାଛ ଧରି ତା ପେଟରୁ ମୁଦି ଆଣି ରାଜାଙ୍କୁ ଦେଲା l ରାଜା ମୁଦି ଦେଖି ନିଜର ପୂର୍ବ ପ୍ରୀତି ଅନୁରାଗ କୁ ମନେ ପକାଇ ଅନୁତାପ କଲେ ନିଜର ପ୍ରାଣପ୍ରିୟା ପ୍ରତି ଅନ୍ୟାୟ କରିଥିବାରୁ l ସମ୍ମାନରେ ଶକୁନ୍ତଳା ଙ୍କୁ ରାଜା ଦୁଷ୍ମନ୍ତ ରାଣୀ ଭାବରେ ଗ୍ରହଣ କଲେ l ପ୍ରୀତିର ସ୍ମାରକ ଯେଉଁ ଫଟୋ ଲାଗି ମହା ମହାକଷ୍ଟ ବିଧି ଲେଖିଥିଲା, ଇଶ୍ୱରଙ୍କ କୃପାରୁ ସେ ପୁଣି ପୁଣ୍ୟତୋୟା ପବିତ୍ର ସିନ୍ଧୁ ନଦୀରେ ପୂଜା ପାଉଛି l  ପ୍ରଣାମ ପ୍ରଣାମ

ଏହି ଫଟୋର ଭାଗ୍ୟ ବଡ ବିସ୍ମୟକର l 1987 ରୁ 2007 ଦୀର୍ଘ 20 ବର୍ଷ ପରେ ମୁଁ ସକାଳେ ଚାଲୁ ଚାଲୁ ହଠାତ୍ ଦେଖିଲି ରାସ୍ତା କଡରେ ଘାସ ଉପରେ ପଡ଼ିଛି ପ୍ରିୟଦର୍ଶିନୀ ର ଛୋଟ ଫଟୋ l ଏହା କେମିତି ସମ୍ଭବ ? ଅଳ୍ପ ବର୍ଷା ବିନ୍ଦୁ ପଡୁଥାଏ l ଉପରେ ମେଘ ଘୋଟି ଯାଇଛି l ତୁହାକୁ ତୁହା ଶୀତୁଆ ପବନ ଦେଖିଲି 30 ଫୁଟ ଦୂରରେ ନିଆଁ ଲିଭି ଯାଇଛି l ପୋଡ଼ା କାଗଜ କିଛି ଏଣେତେଣେ ଉଡି ପଡ଼ିଛି l ଏ ଫଟୋ ନିଶ୍ଚୟ ସେହି ନିଆଁରେ ପୋଡି ଯିବା ପୂର୍ବରୁ ହଠାତ୍ ପବନ ଉଡେଇ ନେଇଛି l ପବନରେ ଧୂଆଁରେ ଏ ଫଟୋ ପୋଡ଼ି ନଯାଇ ଏଠାରେ ଉଡି ଆସି ପଡ଼ିଛି l ମୋର ମହା ଭାଗ୍ୟ ଆଉ କାହା ଆଖିରେ ପଡିନାହିଁ ଏ l ମହାପ୍ରଭୁଙ୍କ ମହା କୃପା ଏ l ତାଙ୍କୁ ପ୍ରଣାମ କରି ମଥାରେ ଫଟୋ କୁ ଲଗାଇ ଯତ୍ନରେ ରଖିଲି l ଭାରତର ସବୁ ତୀର୍ଥ ଧାମରେ ଏ ମୋର ଜୀବନ୍ତ ସାଥୀ ଇହକାଳର ପରକାଳର , ଚିରକାଳ ଏ ମୋ ହୃଦୟ ସମ୍ପଦ l

  ପୂରlଣ ଯୁଗରେ ନଦୀ ଜଳରେ ମୁଦି, ମାଛ ପେଟରେ ମୁଦି, କୈବର୍ତ୍ତ ହାତରେ ମୁଦି, ଶେଷରେ ରାଜା ଦୁଷ୍ମନ୍ତ ଙ୍କ ହାତରେ ଏ ମୁଦି ତାଙ୍କ ପ୍ରୀତିର ମହାର୍ଘ ସମ୍ପଦ l କି ଭାଗ୍ୟ ଏ ?  ପ୍ରିୟତମା ଏ ମୁଦିକୁ ଯତ୍ନରେ ରଖି ପାରିଲାନି l ଗଭୀର ନଦୀ ଜଳରେ ଖସି ପଡିଲା ସତ କିନ୍ତୁ ନଦୀ ଲୁଚାଇ ରଖି ପାରିଲା ନାହିଁ l ବଡ ବାଳିଆ ମାଛ ଗିଳିଦେଲା l ଏ ମାଛ ହଜମ କରି ପାରିଲା ନାହିଁ କି କୈବର୍ତ୍ତ ଜାଲରୁ ଖସି ଯାଇ ପାରିଲା ନାହିଁ l କୈବର୍ତ୍ତ ଘରେ ଏ ମାଛ ଯିଏ କାଟିଥିବ ସେ ଏଡେ ସୁନ୍ଦର ମୂଲ୍ୟବାନ ରତ୍ନମୁଦି ଦେଖି ଆଶ୍ଚର୍ଯ୍ୟ ହୋଇଥିବ l ସେ ଲୁଚାଇ ନରଖି ସମସ୍ତଙ୍କୁ କହିଥିବ l କୈବର୍ତ୍ତ ମନରେ ଲୋଭ କଣ ଲାଗିବ ଏହାକୁ ଲୁଚାଇ ରଖିବାକୁ ତାର ହୃଦୟ ଦୟାରେ ତରଳି ଗଲା l ରାଜ୍ୟସାରା ହୁରି ପଡିଛି l ରାଜଦରବାରରେ   କେଉଁ ଅଜଣା ଯୁବତୀ ପ୍ରିୟତମା ତାର ଶିଶୁ ପୁତ୍ର ସହିତ ଆସି ରାଜାଙ୍କୁ କହୁଛି ତୁମ ପୁଅ ଏ l ଏହାକୁ ଗ୍ରହଣ କର l ରାଜା କହିଲେ ତୁମ ପାଖରେ କଣ ପ୍ରମାଣ ଅଛି ଦିଅ l ଶକୁନ୍ତଳା କଣ କହିବେ? ନା ନିଜ ଭାଗ୍ୟକୁ ନିନ୍ଦା କରିବେ l ସେ କହିଲେ, ରାଜା ଯେଉଁ ମୁଦି ଦେଇଥିଲେ ପ୍ରୀତି ଭାବରେ ବାଟରେ ଆସିଲା ବେଳେ ସେ ମୁଦି ନଦୀ ଜଳରେ ଖସି ପଡିଲା l ବିନା ପ୍ରମାଣରେ ରାଜା କେମିତି ରାଣୀ କୁ ଗ୍ରହଣ କରିବେ,  ସମ୍ମାନ ଦେବେ ପୁଣି ରାଜପୁତ୍ର କୁ ଗ୍ରହଣ କରିବେ ? ଧର୍ମର ବଳ ଥିଲେ ଏ ଘଟଣାର ସମାଧାନ ହେବ l ଶେଷରେ ଲୋଭ ତ୍ୟାଗ କରି କୈବର୍ତ୍ତ ମୁଦି ନେଇ ରାଜଦରବାରରେ ଦେଖାଇଥିଲେ l ଧନ୍ଯ ସେ  କୈବର୍ତ୍ତ ଯିଏ ଗୋଟେ ନାରୀର ସମ୍ମାନ ରକ୍ଷା କରିଥିଲେ ଯାହାର ପୁତ୍ର ଭରତ ଭବିଷ୍ୟତରେ ରାଜା ହୋଇ ଭାରତବର୍ଷର ନାମ ରଖିଥିଲେ ଯୁଗଯୁଗକୁ l 

ଯୌବନରେ ପ୍ରିୟଦଶିର୍ନୀ ସହିତ ମୋର ଆତ୍ମାର ନିବିଡ ସମ୍ପର୍କ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି l ତାର ସରଳତା ମତେ ମୁଗ୍ଧ କରେ l ତାର କ୍ରୋଧ ମତେ ଦଗ୍ଧ କରେ l ସେଥିରେ ମୋର ଆନନ୍ଦ କଣ ମହା ମହା ଆନନ୍ଦ l ବଡ ବିଚିତ୍ର ଅନୁଭବ ଏ ମୋ ମାନବ ପ୍ରାଣରେ l ସେ ଯେତେବେଳେ ରାଗେ ମୁଁ ଆନନ୍ଦରେ ଉଛୁଳୁ ଥାଏ l ଝିଅ ହୋଇ ଏମିତି ରାଗିବ ଏ ? ସେ କିଏ ? ସେ କଣ ମାନବ ତନୁରେ ଦେବୀ, ଅପସରା, ଯିଏ ମୋର ଚେତନାକୁ କବଳିତ କରିଥିଲା, ମତେ ଉଚ୍ଛନ୍ନ କରିଥିଲା ମୋ ପାଇଁ ପ୍ରେରଣାର ମହା ସମୁଦ୍ର ପାଲଟି ଥିଲା ଉଚ୍ଚ ଶିକ୍ଷା, ଉଚ୍ଚତର ଜୀବନ ସାଧନ ଲାଗି l ଇଶ୍ଵର କେତେ ଯତ୍ନରେ ମୋର ଚେତନା ସହିତ ତାକୁ ଯୋଡିଥିଲେ l

 ସେ ମୋର ହୃଦୟରେ ପ୍ରିୟ ଥିଲା ? ପ୍ରିୟା ଥିଲା ? ପ୍ରିୟତମା ଥିଲା ? ନା l ସେ ମୋର ରାଣୀ ଥିଲା l ଗୋଟେ ରାଜାର ରାଣୀ l ମତେ ରାଜା ରାଜା ଡାକୁଥିଲା l ତା ଓଠରେ କି ଯାଦୁ ଥିଲା, ସେ ଶବ୍ଦରେ କି ଶକ୍ତି ଥିଲା ମୁଁ ଜାଣି ପାରୁଥିଲି l ଚେତନାରେ ଆଲୋକ ଉତ୍ସବ ପରି, ନୀଳ ସମୁଦ୍ରର ଲହରୀ ମାଳ ପରି ସେ ଖେଳି ବୁଲୁଥିଲା l ଉଦ୍ଭାସିତ ହେଉଥିଲା l ମୋ ପାଇଁ ମହା ଆନନ୍ଦ ପ୍ରେରଣାର ମହା ସ୍ରୋତ ପାଲଟିଥିଲା l 

 ମୁଁ ଚାହୁଁ ଥିଲି ସେ ସବୁବେଳେ ସେମିତି ସଜଫୁଟା ଫୁଲପରି ମହକୁ ଥାଉ l ମତେ ଛାଡି କେଉଁଆଡ଼େ ନ ଯାଉ l ଇଶ୍ୱରଙ୍କ ସଂସାର l ଯେମିତି ମାୟା ଲଗାଇଲେ ସେମିତି ମୋହ ମାୟାର ଅଦୃଶ୍ୟ ବନ୍ଧନ ଗଢି ଦେଲେ l ମୋର ଅନ୍ୟ ଗତି କାହିଁ ? ରାଣୀକୁ ଅଟକାଇ ରଖିବାର ଶକ୍ତି ଇଶ୍ଵର ମତେ ଦେଇ ନଥିଲେ l  ସେ ମତେ ଛାଡି ତାର ଭବିଷ୍ୟତ କର୍ମ ପଥରେ ଯାଉ l ଭଲରେ ରହୁ l ତାର ଫଟୋଟା ରଖି ପାରିବି l  ସେ ଯେଉଁ ଦିନ ଫଟୋଟା ଦେବାକୁ ନାହିଁ କଲା ମତେ ଲlଗିଲା ମୁଁ ଜୀବନରେ ବହୁ ମୂଲ୍ୟ ସମ୍ପଦ ହରାଇଲି l ମୋ ସହିତ ବିଶ୍ବାସଘାତ ପରି ସେ ଶବ୍ଦର ପୀଡା ନିର୍ଯ୍ୟତନା ମତେ ଅସମ୍ଭାଳ କଲା l ମହାବାତ୍ୟାରେ ବଟବୃକ୍ଷ ଧରାଶାୟୀ ହୋଇଗଲା ପରି ମତେ ଜୀବନ ମାଟି ହୋଇଗଲା ପରି ଲଗିଲା l 

 ତାକୁ ରାଣୀ କରି ରଖିବାକୁ ଯୋଗ୍ୟ ହୋଇ ନଥିଲି l ତାର ଫଟୋ ପାଇଁ ମନ ଉଚ୍ଛନ୍ନ ହେଲା, ତାର ପ୍ରେମ ପାଇଁ ପ୍ରାଣର ଆଲୋଡନ, ଅସହାୟତା, ଅଦ୍ଭୁତ ଅକର୍ଷଣ ଦେଖି ମୁଁ ଫଟୋ ପାଇଁ ଚିଠି ଟିଏ ରାତି ଅଧରୁ  ହଠାତ୍ ଉଠିପଡି ଲେଖିଲି l ଯାଜପୁରର ମଙ୍ଗଳପୁର ହାଇସ୍କୁଲକୁ ପଠାଇଲି ସେ ଚିଠି ସେ ସେଠାରେ ଶିକ୍ଷୟତ୍ରୀ ଥିଲେ l 

  ହରପ୍ରିୟା ପଟ୍ଟନାୟକ ଥିଲେ ପ୍ରଧାନ ଶିକ୍ଷୟତ୍ରୀ l ଡାକ ପିଅନ ବିଶ୍ଵାସରେ ସବୁ ଚିଠି ତାଙ୍କୁ ଦିଏ l ସେ   ପ୍ରିୟଦର୍ଶିନୀ ନାମରେ ଆସିଥିବା ବ୍ୟକ୍ତିଗତ ଚିଠି ଖୋଲିଲେ ପଢିଲେ ତିନିଦିନ ଲୁଚାଇ ରଖି ଶେଷକୁ ଡାକି ସହକର୍ମୀଙ୍କ ଆଗରେ ଅସହ୍ଯ ନିନ୍ଦା ଗାଳି ଅପମାନ ନିର୍ଯାତନା ଦେଲେ l ଶେଷରେ ଚାକିରି ରୁ ବିଦାୟ l ଏହି ଘଟଣା ରେ ରାଣୀର ମାନ ସମ୍ମାନ, ସ୍ୱାସ୍ଥ୍ୟ,  ସୌନ୍ଦର୍ଯ୍ୟ, ଯୌବନ ସବୁ ଚାଲିଗଲା l  
ତାର ଏ ଅବସ୍ଥା ଦେଖି ନିଜକୁ ଦାୟୀ କରି ମୁଁ କାନ୍ଦି କାନ୍ଦି ପାଗଳ ହୋଇଗଲି l ଜୀବନ ହାରି ଦେବାକୁ ଚାହିଁଲି l ସେ ମତେ ତାହା କରାଇ ଦେଲେ ନାହିଁ l ତାର ଅହିଁସା ପଣରେ, ଉଦାର ହୃଦୟରେ, ବିଷାଦ ନୟନରେ କି ଆକର୍ଷଣ ଥିଲା, ମତେ ଅନେକ ଥର ମୃତ୍ୟୁ ପଥରୁ ଫେରାଇ ଆଣିଲା l ସେଇଦିନ ଠାରୁ ତାର ସମ୍ମାନ ଲାଗି ମୁଁ ଯୁଦ୍ଧ ଲଢୁଛି,  ତପସ୍ୟା କରୁଛି l ତାର ପ୍ରୀତି ଶକ୍ତିର  ଜୟ ଜୟ ଲାଗି ସଂକଳ୍ପ କରିଛି l ତାର ରକ୍ତ ମାଂସ ଉପରେ ଅଧିକାର ଲାଗି ମୁଁ ଜନ୍ମେ ଜନ୍ମେ ଧରାବତରଣ ଲାଗି ଇଶ୍ୱରଙ୍କୁ ପ୍ରାର୍ଥନା କରୁଛି l ଜୀବନ କାଳରେ ପ୍ରିୟଜନର କ୍ଷତିକୁ , ପୀଡା କୁ କିଏ ସହିଛି ? ମହାତ୍ମାମାନେ କାହିଁକି ଯୁଦ୍ଧ ଲଢିବେ ନାହିଁ ? ତମଗୁଣରେ ସିଦ୍ଧି ଲଭିବେ ନାହିଁ ?

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [9/29/2022, 6:43 AM] Raj Kishore Sahoo: ମାନବ ପ୍ରାଣରେ ପ୍ରେମ ଏକ ପୁଲକିତ ପବିତ୍ର ଅନୁଭବ ଯେମିତି ଚିରକାଳ ଆନନ୍ଦମୁଖର, ଉତ୍ସବମୁଖର ସେମିତି ସ୍ଵପ୍ନ କଳ୍ପନାରେ ସଙ୍ଗୀତମୟ ତାର ତୁଳନା ନାହିଁ l ଏ ସମ୍ପର୍କ ଆତ୍ମାର, ଆତ୍ମିୟତାର ଯେଉଁଠି ଗଭୀର ସମ୍ମାନବୋଧ ସହିତ ନୀରବ ସମର୍ପଣ ଭାବ ମନ ହୃଦୟକୁ ଏକାକାର କରି ଦେଇଥାଏ l ପ୍ରିୟଦର୍ଶିନୀର ସୁଖମୟ ଜୀବନ ଲାଗି କେତେ କଣ ଭାବୁଥାଏ l ଇଶ୍ଵରଙ୍କୁ ପ୍ରଣାମ ଜଣାଏ l କୃତଜ୍ଞତାରେ କୃତ୍ୟ କୃତ୍ୟ ହୁଏ l କେମିତି ଆଖି ଚିହ୍ନିପାରେ ଦୁଇ ଅଚିହ୍ନା ଆଖିକୁ, କାନ ଶୁଣିପାରେ ତାର ହୃଦୟ ସ୍ପନ୍ଦନକୁ, ତାର ପ୍ରିୟ ସଙ୍ଗୀତକୁ l ସେ ଜାଣିପାରେ ଏ ମୋର ପ୍ରାଣର ପ୍ରୀତିଲଗ୍ନl l ସେ ବୁଝିପାରେ ସ୍ଥାନ କାଳ ପାତ୍ରର ମାପକାଠିରେ କେତେ ଦୂରରେ ତାର ପରିଚୟ ଜ୍ଞାନର, ଅର୍ଥର, ସାମର୍ଥ୍ୟର l ସେ ଯେମିତି ହଠାତ୍ ବସନ୍ତ ଆଗମନରେ ବିଭୋର ହେଉଥାଏ l ଜୀବନରେ ସଫଳତା ପାଇଁ ନିଜକୁ କର୍ମ ପଥରେ, ଧର୍ମ ପଥରେ ଉତ୍ସର୍ଗ କରି ଦେଇଥାଏ l ଉପଯୁକ୍ତ ସମୟକୁ ପ୍ରତୀକ୍ଷା କରିଥାଏ l କେତେବେଳେ ଏହି ପ୍ରୀତି ଭାବନା ଶବ୍ଦର ରୂପ ନିଏ l ପ୍ରକାଶ କରିବାକୁ ମନ ବ୍ୟାକୁଳ ହୁଏ l କିଏ ଏକାନ୍ତରେ କହିଥାଏ l କିଏ ଚିଠିରେ ପ୍ରକାଶ କରିଥାଏ l କିଛି ସମ୍ପର୍କ ବଢ଼ିଥାଏ ଶୁକ୍ଳପକ୍ଷରେ ଜ୍ୟୋତ୍ସ୍ନାର ଜୁଆର ପରି ପୁଣି କେତେ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥାଏ l ତେବେ ପ୍ରତ୍ଯାଖ୍ଯାନ ସତ୍ତ୍ଵେ ପରସ୍ପର ପ୍ରତି ଗୋଟେ ସମ୍ମାନବୋଧ, ମୌନ ନୀରବତା ବିରାଜମାନ କରିଥାଏ ଜୀବନସାରା l ମୁଁ ମଧ୍ଯ ଚାହିଁଥିଲି ସେଇ ପରିଣତି l ଜୀବନରେ ଯୌବନରେ ଭଲପାଇବା ଗୋଟେ ମହାଭାଗ୍ୟ l ସଫଳ ହେବl କିମ୍ବା ବିଫଳ ହେବା ବଡ କଥା ନୁହେଁ l ସବୁଠାରୁ ବଡ କଥା ସମ୍ମାନପୂର୍ଣ ଭାବରେ ଜୀବନସାରା ବଞ୍ଚିବା, ପ୍ରୀତିରେ, ତୃପ୍ତିରେ, ତନ୍ମୟରେ l

    ଇଶ୍ଵର ମତେ ତାହା କରାଇ ଦେଲେ ନାହିଁ l ଯେତେବେଳେ ଜାଣିଲି ପ୍ରିୟଦର୍ଶିନୀ ଏ ସମ୍ପର୍କ ଆଗକୁ ବଢିବାକୁ ଚାହୁଁନାହିଁ ମୁଁ ତାକୁ ସମ୍ମାନ ଜଣlଇ ବିଦାୟ ନେବା କଥା l କାରଣ ଇଶ୍ଵର ମୋର ଚିତ୍ତକୁ, ଚେତନାକୁ ଯୋଡି ଦେଇଥିଲେ ତା ସହିତ l ମୁଁ ଯେତେ ଚାହିଁଲେ କଣ ହେବ ମୋର ଯେ ତପସ୍ୟା ପୂର୍ଣ୍ଣ ହୋଇ ନାହିଁ ? ସେ ରାଜି ନହେବାର ଅନେକ କାରଣ l ପ୍ରେମରେ ସଂକଳ୍ପ ପରି ସାହସ ଲୋଡ଼ା,  ଶକ୍ତି ଲୋଡ଼ା, ସାମର୍ଥ୍ୟ ଲୋଡ଼ା l ଏତେ ସହଜ ନୁହଁ ଏ ପ୍ରେମରେ ସଫଳତା ନଚେତ୍ ସମସ୍ତେ ତାଜମହଲ ଗଢୁଥାନ୍ତେ କି କୋଣାର୍କ ଗଢୁଥାନ୍ତେ l କେବେ କେମିତି କାଳଜୟୀ ପ୍ରେମ ଇଶ୍ୱରଙ୍କ ଅପାର କୃପାରୁ ସମ୍ଭବ ହୋଇଥାଏ l ଯାହା ମୋ ଭାଗ୍ୟରେ ଘଟିଥିଲା l

   କେମିତି ଆରମ୍ଭ ହେଲା ଏ ପ୍ରେମ ? କେଉଁ ଘଟଣା ଦୁର୍ଘଟଣାରୁ ଏପରି ଭଲପାଇବା ସମ୍ଭବ ହେଲା ସେ ଗୋଟେ ବଡ଼ ରହସ୍ୟ l ସବୁଠାରୁ ବିସ୍ମୟକର କଥା ପିଲାବେଳୁ କେତେ କିଏ ସଚେତନ କରିଥାନ୍ତି କାମିନୀ,  କାଞ୍ଚନ ଠାରୁ ଦୂରରେ ରହିବାକୁ l ପୁଣି ମହାତ୍ମା ମାନେ କାମିନୀ କାଞ୍ଚନ ପାଖକୁ କାହିଁକି ଯିବେ ? ସେମାନେ ତ ଆସିବା କଥା ସୁଖ କାମନା କରି,  ସେବା କରିବାକୁ ଶ୍ରଦ୍ଧାରେ,  ଆନନ୍ଦରେ l ଏ'ତ ଯୁଗ ଯୁଗରୁ ଚାଲି ଆସିଛି l ମହାତ୍ମା ଏଥିରୁ ବାଦ୍ ଯାଆନ୍ତେ କେମିତି ?
   ପ୍ରିୟଦର୍ଶିନୀର ସ୍ନେହ ଶ୍ରଦ୍ଧାରେ ମନ ଯେଉଁଠି ବିମୋହିତ ସେଠାରେ ଲଜ୍ଜା ତ୍ୟାଗକରି, "ମୁଁ ତତେ ଭଲପାଏ " କହିବା ମହାତ୍ମାଙ୍କ ପାଖରେ ସମ୍ଭବ ନଥିଲା l କାରଣ କାମିନୀ କାଞ୍ଚନ ସବୁ ଦୁଃଖର କାରଣ ଏ ପାଠ ସେ ବହୁ ପୂର୍ବରୁ ପଢିକି ଆସିଥାନ୍ତି l  ଇଶ୍ୱରଙ୍କ ମାୟା କୁ କିଏ ବଳିଯିବ ସିଏ ରୁଷି ବିଶ୍ଵାମିତ୍ର ହେଉ କି ଚଣ୍ଡାଳ ଗଜପତି ପୁରୁଷୋତ୍ତମ ଦେବ ହେଉ ? ଆରେ ଏ କଣ ମୁଁ ଶୁଣୁଛି ? କିଏ ଜଣେ ମତେ କହିଲା "ତମେ ପ୍ରିୟଦର୍ଶିନୀ କୁ ଆଖି ମାରିଚ, ସେ କହୁଥିଲା l" 

 ଏ ଶବ୍ଦରେ ମୁଁ ଖୁସି ହେବି କଣ ମୁଁ ଅସମ୍ଭାଳ ହେଲି ମହା ଦୁଃଖରେ l ସେ ମତେ ଏକଥା ନକହି ଆଉ କାହାକୁ କହିଲା କାହିଁକି ? ମୋର ଗାଉଁଲି ରଙ୍ଗ ଢଙ୍ଗ,  ଲାଜକୁଳl ସ୍ଵଭାବ ଲାଗି ମୁଁ ମନେ ମନେ ତାର ସ୍ନେହ ଶ୍ରଦ୍ଧାରେ ବୁଡି ରହିଥିଲି କିନ୍ତୁ ଆଖି ମାରି ନଥିଲି l ଏମିତି କାହିଁକି ହେଲା? ଆଉ କଣ ତାଙ୍କ ଘରକୁ ଯାଇପାରିବି ନା ତା ସହିତ କଥାହୋଇପାରିବି ? ନା ମୋ ହୃଦୟର ରାଣୀକୁ ମୁଁ ଦେଖି ପାରିବି ? ସତ କି ମିଛ ମତେ ଗଭୀର ଆତ୍ମଗ୍ଲାନି ଗ୍ରାସ କଲା l ମୁଁ ତିନି ଦିନ ଘରୁ ବାହାରି ପାରିଲି ନାହିଁ l ଦିନ ରାତି ମୋର ଚେତନା ଜଳିଜଳି ମତେ ଯେମିତି ଯଜ୍ଞରେ ଅଗ୍ନି କୁଣ୍ଡର ଯାତନା ଦେଉଥିଲା l ସବୁଦିନେ ତାଙ୍କ ଘରକୁ ଯାଉଥିଲି l ବସୁଥିଲି ଉଠୁଥିଲି ଖାଉଥିଲି ପିଉଥିଲି l ତାର ସରଳ ନୈସର୍ଗିକ ସୌନ୍ଦର୍ଯ୍ୟରେ ଆନନ୍ଦ ବିଭୋର ହେଉଥିଲି l ଦିନେ ନ ଦେଖିଲେ ମନ ଉଚ୍ଛନ୍ନ l  ତିନି ଦିନ ମୁଁ  ଯାଇ ନାହିଁ l ସେ କି ସମ୍ଭାଳି ରହିବ? ଆମ ଘରକୁ ଆସି କହିଲା "ଆଜି ଆମ ଘରକୁ ଆସିବ l" ତାକୁ ଦେଖି ମୋର ମନରେ ବଳ ଆସିଲା, ଦମ୍ଭ ଆସିଲା l ମୁଁ ଯେମିତି ଜୀବନ ଫେରି ପାଇଲା ପରି ଲଗିଲା l ମତେ ଏ ବିପଦରୁ ଉଦ୍ଧାର କଲା l ମୁଁ ଜାଣି ପାରିଲି ଏ ଆଖି ମାରିବା କଥା ମିଛ l ନହେଲେ ସେ କଣ  ଆସିଥାନ୍ତା ନା ମତେ ଡାକିଥାନ୍ତା l

 ସେ ଏକଥା ଚଟୁଳ ରସିକତାରେ କହିଥିବ କିମ୍ବା ମୁଁ ମିଛ କଥା ଶୁଣିଥିଲି l  ଆଖି ମାରିବା ଘଟଣା ହୋଇପାରେ ମୋ ପାଇଁ ମିଛ, ତା ପାଇଁ ସତ l କାରଣ ମୁଁ ତନ୍ମୟ ଭାବରେ ପ୍ରକୃତିର ସୁଷମା ରାଜ୍ୟକୁ ଦେଖି ବିଭୋର ହେଲାପରି ପ୍ରିୟଦର୍ଶିନୀକୁ ମନ୍ତ୍ରମୁଗ୍ଧ ହୋଇ ସବୁଦିନେ ଦେଖୁଥିଲି l ମତେ ଏମିତି ଭାବରେ କେହି ଦେଖିଥିଲେ ଏ କଥା କହିବ ନିଶ୍ଚୟ l 

 ତିଳକୁ ତାଳ ପରି ଯଦି ଏ  କଥା କାନକୁ ଦୁଇ କାନ ହେଲା, ସତ ହେଉ କି ମିଛ ହେଉ କିନ୍ତୁ ମିଛ  ହୋଇଥିଲେ ସମ୍ମାନ ଲାଗି, ସତ ହୋଇଥିଲେ  ଅପମାନ ଲାଗି ଆଉ ପ୍ରିୟଦର୍ଶିନୀ ଘରକୁ ଯିବା ତାକୁ ସବୁଦିନେ ଦେଖିବା ସମ୍ଭବ ହୋଇ ନଥାନ୍ତା l ମୁଁ ତାକୁ ନ ଦେଖି ରହିବି କେମିତି ? ସେହି ତିନି ଦିନରେ ଇଶ୍ଵର ମତେ ଜlଳି ପୋଡ଼ି ଶୁଷ୍କ ପାଉଁଶ କରି ଦେଇଥିଲେ l ମତେ  ଜର ହୋଇଗଲା l ମୁଁ ଆଉ ଉଠି ପାରିଲି ନାହିଁ l ଇଶ୍ୱରଙ୍କ କରୁଣା ପ୍ରିୟଦର୍ଶିନୀ ଆସି ମତେ ଖରାବେଳେ ଡାକିଲା ତାଙ୍କ ଘରକୁ ଯିବାକୁ l ମୁଁ ରାତିରେ ଯିବାକୁ  କହିଲି l କାରଣ ସଙ୍ଗେ ସଙ୍ଗେ ଯିବାକୁ ମୁଁ ମାନସିକ ଭାବରେ ପ୍ରସ୍ତୁତ ନଥିଲି l 

ସେଦିନ ଥିଲା 1982 ମସିହା ଅଗ୍ନି ପୂର୍ଣିମା l ଦିନ ସାରା ମୁଁ ଗତ ରାତିର ସ୍ଵପ୍ନ କଥା ଭାବି ବୁଝିବାକୁ ଚେଷ୍ଟା କରୁଥାଏ ଏମିତି ସ୍ଵପ୍ନ କିପରି ସମ୍ଭବ ହେଲା ? ମୁଁ କିଏ? ମୋ ଭିତରେ ଆଉ ଜଣେ କେହି ଅଛି ? କେଉଁଠି ଅଛି ? କେମିତି  ଅଛି ? ଏ ତ ମହାଜ୍ଞାନୀ ମହାତ୍ମା l ମୁଁ ତ ଅଜ୍ଞାନ ସାଧାରଣ ଲୋକ l ପ୍ରିୟଦର୍ଶିନୀକୁ ହରେଇବାର ଦୁଃଖକୁ କଳ୍ପନା କରି ତିନି ଦିନ ଜଳିଜଳି ମୋର ଚେତନା ଗତ ରାତିରେ ସ୍ଵପ୍ନରେ ହଠାତ୍ ଆଲୋକିତ ହୋଇଗଲା l ମୁଁ ଦେଖୁଛି ମୋ ଆଗରେ ପ୍ରିୟଦର୍ଶିନୀ ଛିଡା ହୋଇଛି l ମୁଁ ଦୁଇ ଘଣ୍ଟା ଅନର୍ଗଳ ଭାବରେ ଇଂରାଜୀରେ ତା ଉପରେ ରାଗି କି କହୁଛି କାହିଁକି ସେ ଆଖି ମାରିବା କଥା ଆଉ କାହାକୁ କହିଲା l ମୋର ମାନ ସମ୍ମାନ ବଡ କଥା ସେ କେମିତି ବୁଝି ପାରିଲା ନାହିଁ ? କହିବାର ଥିଲେ ମତେ କହିଥାନ୍ତା l ସେ ବିଚାରୀ ନୀରବରେ ଛିଡାହୋଇ ସବୁ ଶୁଣୁଥିଲା l ଶେଷରେ ହଠାତ୍ ନିଦ ଭାଙ୍ଗିଗଲା l ମୋର ଚେତନା ଜାଗ୍ରତ ଥିଲା l ମୁଁ  ଥରୁଥିଲି l ମୋ ଦେହରୁ ଝାଳ ବାହାରୁଥିଲା l ମୁଁ ଭାବିଲି ମୁଁ ପ୍ରକୃତରେ କିଏ ? ମୁଁ ତ ଇଂରାଜୀରେ ଭାବି ଦୁଇ ଧାଡ଼ି ଲେଖିବା କହିବା ସମ୍ଭବ ନୁହଁ ଏମିତି ଅନର୍ଗଳ ଭାବରେ କେମିତି କହିବା ସମ୍ଭବ ହେଲା ? ମୁଁ ଜାଣିଲି ମୋ ଭିତରେ ଆଉ ଜଣେ କେହି ମହାତ୍ମା ନଚେତ୍ ଏମିତି କହିବା ଅସମ୍ଭବ l ସାରାଦିନ ମନରେ ବିଷାଦ ପରି ପ୍ରସନ୍ନତା ଥିଲା l ମୁଁ ଗୋଟେ ପଣ୍ଡିତ ବିଦ୍ଵାନ ମହାତ୍ମାର ପରିଚୟକୁ ପ୍ରତ୍ୟକ୍ଷ କରିଥିଲି l ଧୀରେ ଧୀରେ ମୋ ଭିତରେ ସାହସ ଫେରି ପାଉଥିଲି l ଯୋଗକୁ ଇଶ୍ୱରଙ୍କ ଦୟାରୁ ପ୍ରିୟଦର୍ଶିନୀ ଯେତେବେଳେ ଆମ ଘରକୁ ଆସିଲା ଆଉ ଆଖି ମାରିବାର ଆତ୍ମଗ୍ଲାନି ନଥିଲା,  ମହାଆନନ୍ଦ ଭାବ ଉଦୟ ହେଉଥିଲା l ସେଦିନ ଅଗ୍ନି ପୂର୍ଣିମାର ରାତି ଉଜ୍ଜ୍ଵଳ ଆଲୋକିତ, ପ୍ରୀତିକର ପୁଲକିତ, ଐଶ୍ୱର୍ଯ୍ୟମୁଖର ଦିଶୁଥିଲା l ରାତି 9 ଟା ହେବ l ତାଙ୍କ ଘରେ ସେ ଏକୁଟିଆ ଥିଲା l ଅଗିଜଳା  ଦେଖିବାକୁ ତାଙ୍କ ଘରୁ ସମସ୍ତେ ଯାଇଥିଲେ l ମୁଁ ତାକୁ ଇଂରାଜୀରେ 15 ମିନିଟ୍ ରାଗି କରି କହିଲି l ସେ ବୁଝି ପାରିଲା ମୋ ସରଳ ହୃଦୟର ପୀଡାକୁ, ପ୍ରୀତିକୁ, ସମ୍ମାନବୋଧକୁ l ମତେ ଧରି ଦୁଃଖ ପ୍ରକାଶ କଲା l ତା ହୃଦୟର ଶବ୍ଦ ସବୁ ମୋ ହୃଦୟକୁ ଶାନ୍ତ ଶୀତଳ କରିଦେଇଥିଲା କ୍ଷଣିକରେ l "ମତେ କ୍ଷମା କର l ମାଟି ଛୁଉଁଛି, ମଣିଙ୍କ ରlଣ l ମୁଁ କିଛି କହିନି l ମିଛ କଥା l" ତା ପ୍ରତି ସବୁବେଳେ ଦୟା କରୁଣା ପୂର୍ଣ୍ଣ ଭାବେ ମୋ ଅନ୍ତରାତ୍ମା ଆନନ୍ଦ ପୂର୍ଣ୍ଣ ଆଲୋକିତ ହୋଇ ରହିଥିଲା l 1982 ମସିହା ଫେବ୍ରୁଆରି ମାସର ଅଗ୍ନି ପୂର୍ଣିମା ଥିଲା ମୋ ଜୀବନରେ  ମହାତ୍ମାଙ୍କର "ସିଦ୍ଧି ଦିବସ" " The Day of Enlightenment "l 

  ବୟସ ସତର l ସେହି ଘଟଣା ପରେ ମୁଁ ଜାଣି ପାରିଥିଲି ମୋର ଜୀବନ ଯାତ୍ରା ସଂଘର୍ଷ ପୂର୍ଣ୍ଣ, ଉଜ୍ଜଳମୟ, ଆଲୋକିତ ହେବାକୁ  ଯାଉଛି l  ପ୍ରଣାମ ପ୍ରଣାମ କବି  ମହାତ୍ମା ଧର୍ମାନନ୍ଦ,  ଚୌଦ୍ଵାର l [9/30/2022, 6:13 AM] Raj Kishore Sahoo: କଲେଜରେ ପଢିଲେ ନଲେଜ ବଢିବ l ବହି କିଣିବା ଦରକାର ନାହିଁ l ପରୀକ୍ଷା ଥିବ ଦୁଇ ମାସ l ବଜାରରୁ Possible ବହି କିଣି ଆଣି ପଢି ପରୀକ୍ଷା ଦେଲେ I,A ପାସ କରିବ l କଲେଜରେ lecture ଶୁଣିବ ଘରକୁ ଆସିବ l କଲେଜରେ ଦୁଇ ବର୍ଷ ବୁଲି ବୁଲି ଆନନ୍ଦ ସ୍ଵର୍ଗରେ ଭାସିବା କଥା l ଏ ପ୍ରକାର ବାତାବରଣରେ ପାଠ ପଢି ଉପଯୁକ୍ତ ଜ୍ଞାନ ଆହରଣ କରିବା ଅସମ୍ଭବ l କୌଣସି ପ୍ରକାରେ ତୃତୀୟ ଶ୍ରେଣୀରେ ପାସ କରିଗଲେ ହେଲା l ପ୍ରାଇଭେଟ କଲେଜରେ First Class,  Second class କେହି ପାଇବା କଥା କହୁ ନାହାନ୍ତି l କେମିତି ପଢିଲେ ଭଲ ନମ୍ବର ମିଳିବ ସେ ଜ୍ଞାନ ବୁଦ୍ଧି କଥା କେହି କହୁ ନଥାନ୍ତି l 

  ମତେ ଚୌଦ୍ଵାର କଲେଜରେ ପଢିଲା ବେଳେ ଦଳଦଳ ପିଲା ହୋଃ ହଲା ଦେଖି ଆବlକାବା ଲାଗୁଥାଏ l ପାଖରେ ଖଣ୍ଡେ ବହି ନାହିଁ l ଘରୁ ଟଙ୍କା ନେଇ ବହି କିଣିବା ପାପ l ଲାଇବ୍ରେରୀରୁ ବହି ନେଇ ପଢି ପାର l ଅଧ୍ୟାପକ ଅଧ୍ୟାପିକା ମାନେ ଅନର୍ଗଳ ଇଂରାଜୀରେ ପଢାଉଥାନ୍ତି l ମୁଁ ବିଶେଷ କିଛି ବୁଝି ପାରୁ ନଥିଲି l ମୋର ବିଷୟ ଥିଲା political Science,  History,  Odia, English,  MIL Odia,  4th optitional ଥିଲା logic,  ଏ ପାଠ ମତେ ବଡ ଅଦ୍ଭୂତ ଲାଗୁଥାଏ l ହାଇସ୍କୁଲରେ ଇଂରାଜୀରେ ବିଶେଷ ଜ୍ଞାନ ନଥିଲା l ନିଜ ମନରୁ ଭାବି କିଛି ଲେଖିବା, କହିବା ଅସମ୍ଭବ ଥିଲା l ତେଣୁ କଲେଜରେ ଏ ଇଂରାଜୀରେ lecture ମତେ ବୁଝିବାକୁ ଲେଖିବାକୁ କଷ୍ଟ ହେଲା l ମୋର କିଏ ସାଙ୍ଗ ଅଛି ଯେ ମତେ note ଖାତା ଦେବ ? ପୁଣି ମୁଁ ପ୍ରଥମ ବର୍ଷ କଲେଜ ନଯାଇ ଦିତୀୟ ବର୍ଷ 5 ମାସ ମାତ୍ର କଲେଜ ଯାଇଥିଲି l ମୋର ସୌଭାଗ୍ୟକୁ ତାଙ୍କ ଘର ଥିଲା ବରଦାନ ସ୍ଵରୂପ l ଘର ସାରା ବହି,  ଖବରକାଗଜ, ରେଡିଓ ବାଜୁଥିଲା l 

 ମୁଁ ଅନେକ ସମୟରେ ଓଡ଼ିଆ ବହି ସବୁ IA, BA ର ସେଠାରେ ପଢୁଥିଲି l ଦାଣ୍ଡ ଘର ତାର ପଢ଼ା ଘର l ଖୁବ୍ ସଫା ସୁତୁରା l ବହିପତ୍ର ସବୁ ସାଇଜ କରି ସଜାଡ଼ି ଥାକ କରି ରଖିଥିବ। ସେ ବହିପତ୍ର ଛୁଇଁବ କିଏ ? ତାର ରାଗ ଦେଖିଲେ ସଙ୍ଗେ ସଙ୍ଗେ ଆକାଶରୁ ମେଘ ଓହ୍ଲାଇ ଆସିବ l ମୋର ପାଠ ରେ  ମନ ସେ କଣ ସବୁ ଲେଖୁଚି l କେମିତି notes ଲେଖିଛି ? ଦେଖିବାକୁ ଆଗ୍ରହ l ସଜାଡ଼ି କରି ରଖିଥିବା ଥାକରୁ ଖାତା ବହି ଦେଖିବା ସହଜ କଥା ନୁହଁ l ତାକୁ କହିଲେ ସେ  କଣ ରାଜି ହେବ ? ଜ୍ଞାନ କଣ କିଏ କାହାକୁ ଦିଏ ? ତାର ଏମିତି ସବୁ ଜିନିଷ ସଜାଡ଼ି ରଖିବା ମୁଁ ପରେ ବଙ୍ଗାଳୀ ମାନଙ୍କ ଘରେ ଦେଖିଲି l ମୋ ମନରେ ଭାବିଲି ଇଏ କେମିତି notes ସବୁ ଲେଖିଛି ମୁଁ ତାର ଖାତାପତ୍ର ପଢ଼େ l ମାଛ ମଞ୍ଜି ପରି ଚିପିଚିପି ଅକ୍ଷର ସୁନ୍ଦର ଯେମିତି ଅଦ୍ଭୂତ ସେମିତି l ବିରଳ ଅକ୍ଷର ଏମିତି କେହି କେବେ ଲେଖିବା ଅସମ୍ଭବ l ଆଜିଯାଏ ମୁଁ ବ୍ରହ୍ମାଣ୍ଡ ସାରା ବୁଲି ଏ ଅକ୍ଷର ଦେଖିନାହିଁ l ତେବେ ମୋର ଇଂରାଜୀ ଜ୍ଞାନ ଅଳ୍ପ ଥିବାରୁ ମୁଁ ସେ ଲେଖିଥିବା notes ବୁଝିପାରେ ନାହିଁ l ଯେମିତି ଥିଲା ସେମିତି ରଖିଦେଇ ଆସେ l ସେ କେମିତି ଜାଣିପାରେ ତା ବହିପତ୍ର କିଏ ଦେଖିଛି l ମତେ ପଚାରିଲେ ମୁଁ ମନା କରେ l କହେ ମୁଁ  ଜାଣିନି l ସେ ଆଉ କଣ କହିବ ଚୁପ୍ ରହେ l 
  ମୋ ମନରେ ଚିନ୍ତା ବିନା ବହି ପତ୍ରରେ IA ପାସ କେମିତି କରିବି ? ଦିନେ ସେ ଲେଖିଥିବା English notes ମୁଁ ଗୋଟେ ସାଙ୍ଗ ଘରେ ଦେଖିଲି l ମତେ ମନା କରିବାରୁ ମନରେ ଇର୍ଷା ଲlଗିଲା ସେ କେମିତି ଭଲ ପଢୁଛି, ମୁଁ କେମିତି ପଢିବି l ତାର ବହିପତ୍ରରୁ ମୁଁ ଜ୍ଞାନଜ୍ୟୋତିର ଆଲୋକ ଦେଖିଲି l ସେ ସବୁ ବହିରେ କଠିନ ଶବ୍ଦ ପାଖରେ ଓଡ଼ିଆରେ ତାର ଅର୍ଥ ଲେଖିଥିଲା l ତାର dictionary ଦେଖିଲି ସେ ବହୁ ଭଲ ଭଲ word ଉପରେ tick ଚିହ୍ନ ମାରିଥିଲା l ଦିନେ ଦେଖିଲା ବେଳକୁ ସେ dictionary ବହି ମନଧ୍ୟାନ ଦେଇ ପଢୁଛି l ସେ ପୂରା dictionary ପଢି ଦେଇଥିଲା l ମୁଁ ଜାଣିଥିଲି କଠିନ ଶବ୍ଦର ଅର୍ଥ ଜାଣିବାକୁ dictionary ରେ ସେ ଶବ୍ଦ ଖୋଜିବ l ତାର ଅର୍ଥ ଜାଣିଲେ ବନ୍ଦ କରି ରଖିଦେବ l ସେ ବହି ଥୁଆ ହେବା କଥା l ସେ କଣ ତାକୁ ଅନେକ ସମୟରେ ପଢୁଛି l ଏ କଥା ମତେ ବଡ ରହସ୍ୟ ଲାଗିଲା l 

  ମୁଁ ବଜାରରୁ ଗୋଟେ ବଡ English Odia ଅଜନ୍ତା dictionary କିଣି ଆଣିଲି l ପ୍ରଥମେ A ଅକ୍ଷରରେ ଶବ୍ଦ ସବୁ ପଢିବାକୁ ଭଲ ଲlଗିଲା ନାହିଁ l ତେଣୁ  ମୁଁ ମଝିରୁ ପଢି ବହୁ ଶବ୍ଦର ଅର୍ଥ ଜାଣିଲି l ଭଲ ଲାଗିଲେ underline କରୁଥିଲି l ମୁଁ ଜାଣି ଆଶ୍ଚର୍ଯ୍ୟ ହେଲି Dictionary ରେ ବହୁ ବିଷୟ ଜାଣିବା କଥା ଅଛି l ଏହା ମୋର ଜ୍ଞାନ ବୃଦ୍ଧିରେ ସାହଯ୍ୟ କରିଥିଲା l ତେଣୁ ସବୁ ପିଲା ଅଷ୍ଟମ ନବମ ବେଳକୁ ଛୋଟ dictionary English Odia ସମ୍ପୂର୍ଣ୍ଣ ପଢି ସାରିଦେବା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ l ଏହା ବରଦାନ ସଦୃଶ୍ୟ l 

 ତାଙ୍କ ଘର ସିନା ମୋର ଲାଇବ୍ରେରୀ ଥିଲା l କିନ୍ତୁ ଏ ଯୁଗରେ କିଏ କାହାକୁ ଏମିତି ଘରେ ସବୁ ବହି ପଢିବାକୁ ଦେବ ? ମୋର ମହାଭାଗ୍ୟ ଥିଲା ଚୌଦ୍ଵାରରେ ସେ ଘରଦ୍ଵାର l ଇଶ୍ୱରଙ୍କ କୃପାରୁ ଜ୍ଞାନପୀଠ l ପଢିବା ପାଇଁ ଇର୍ଷା ଥିଲା ଜ୍ଞାନ ଜ୍ୟୋତି l  ତେଣୁ ମୁଁ ଚିରକାଳ କୃତଜ୍ଞ l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/1/2022, 8:48 AM] Raj Kishore Sahoo: ବୈତରଣୀ ନଦୀ ପାରି ହେବା ଯାହା ପ୍ରାଇଭେଟ କଲେଜରେ IA ପାସ କରିବା ତାହା l ଚୌଦ୍ଵାର କଲେଜରେ 250 ପିଲା ପରୀକ୍ଷା ଦେଲେ ପାସ କରିବେ 30 ଜଣ Arts ରେ l 200 ପିଲା IA ରେ, Arts ପରୀକ୍ଷାରେ ଫେଲ ହେବେ l 50 ଜଣ ରୁ 3rd division 45 ଜଣ, 2nd division 5 ଜଣ, 1st division ସ୍ଵପ୍ନ l ଉତ୍କଳ University ରେ ଫଳ ବାହାରିବ Arts ରେ 20% pass, ତେଣୁ 80% ଫେଲ୍ 200 ଜଣ l ମାର୍କ ଚିପିକି ଦିଆଯାଏ ଯେମିତି ଫେଲ ହେବା ଥୟ l ଧର୍ମ ବଳ ଥିଲେ ପାସ କରିବ ପ୍ରାଇଭେଟ କଲେଜରୁ l

  ଗାଁ ଗଣ୍ଡା ସହର ମାଳ ମାଳ କଲେଜ ପିଲା ଫେଲ Arts ରେ l ଯାହାକୁ ପଚାରିବ ସେ କହିବ ଫେଲ l ଘର ଚାରିପଟେ ମୁଁ ଦେଖୁଥାଏ ସେହି ଫେଲ ହେବା ଦୃଶ୍ୟକୁ l ଫେଲ ହେଲେ ଘରେ ଗାଳିମନ୍ଦ ରାଗ ତେଣୁ ସର୍ବତ୍ର ବିଷାଦ ଭାବନା ଖେଳିଯାଏ l 2 ବର୍ଷର ପାଠ ମୁଁ 5 ମାସରେ କେମିତି ପଢି IA ପାସ କରିବି ? ମନରେ ତା ପ୍ରତି ଇର୍ଷା ଭଲ ପଢିବାକୁ ପୁଣି ଭୟ ଫେଲ ହୋଇ ଯିବାକୁ l ଜୀବନରେ ITI ଫେଲ ହେବାର କଷ୍ଟ, ତାର ପୀଡାରୁ ଉଠି ମୁଁ ପୁଣି Arts ପାଠ ପଢି pass କରିବାକୁ ସ୍ଵପ୍ନ ଦେଖୁଛି l
 
   ଇଂରାଜୀରେ ଗଧ l କାରଣ ସ୍କୁଲରେ 6 ବର୍ଷ ଯେଉଁ ଇଂରାଜୀ ଶିକ୍ଷା ସେଥିରେ sir ଡାକିଥିବା ପ୍ରଶ୍ନ ଉତ୍ତର ଘୋଷି ଲେଖିବା ଓ grammar ସୂତ୍ର ଜାଣିଥିବାରୁ ମାଟ୍ରିକ୍ ପରୀକ୍ଷାରେ 100 ରୁ ବହୁ କଷ୍ଟରେ 25 ନମ୍ବର ରହିଯାଏ l ସବୁ ବିଷୟରେ ମାର୍କ ମିଶିଲେ ଯଦି ପାସ ନମ୍ବର ଥିବ ତେବେ University ରୁ Grace Mark 5 ନମ୍ବର ଇଂରାଜୀରେ ମିଳିବ l ମାଟ୍ରିକ୍ ପରୀକ୍ଷାରେ ପାସ କରି ଗାଁରେ ରସଗୋଲା ବାଣ୍ଟି ବହୁ ପୂଜା ଅର୍ଚ୍ଚନା କରିବାକୁ ହୁଏ ମାନସିକ ପୂରଣ ପାଇଁ l ଜୀବନରେ ଏ ଗୋଟେ ବିରାଟ ସଫଳତା l ସମସ୍ତଙ୍କ ମୁହଁରେ ପ୍ରଶଂସା l ଘରେ ମହାଖୁସି l 1982 ମସିହାରେ ମାଟ୍ରିକ୍ ପାସ କରିବା ଯାହା ଗୋଟେ ବଡ ଘାଟି ପାରିହେବା ସେଇଆ l ମାଟ୍ରିକ୍ ପରୀକ୍ଷା ପାଇଁ ପୂର୍ବରୁ ଟିଉସନ୍ ସପ୍ତମ ଶ୍ରେଣୀରୁ ଆରମ୍ଭ ହୋଇଥାଏ l ମାଟ୍ରିକ୍ ପରୀକ୍ଷା ପାଇଁ ରାତିରୁ ଉଠି ପଢିବାକୁ ହୁଏ l ଶେଷରେ OSTA ଟେଷ୍ଟ ପେପର ପଢି ନିଜ ଭିତରେ ବିଶ୍ବାସ ଜାଗ୍ରତ କରିବାକୁ ହୁଏ l 

    କଠିନ ସାଧନା ଏ ମାଟ୍ରିକ ପରୀକ୍ଷା l ସେଠାରୁ ପାସ କଲେ କଲେଜରେ ନାମ ଲେଖା l ସ୍କୁଲ ପାଠ ଠାରୁ କଲେଜ ପାଠ ଅଲଗା l ତେଣୁ ପାଠ ପ୍ରତି ଅଧିକ ଧ୍ୟାନ ଦେବା କଥା l ପୁଣି ହଠାତ୍ ଓଡ଼ିଆ ମିଡିୟମରୁ ଇଂରାଜୀ ମିଡିୟମରେ ପାଠ ପଢା l ଭଲ ପଢିବାକୁ  ବହିପତ୍ର କିଣିବା କଥା, ଟିଉସନ୍ ହେବା କଥା କିନ୍ତୁ କଣ ହୁଏ କେଜାଣି ସମସ୍ତେ ବେପରୁଆ l ଯାହା ଘରେ ଜ୍ଞାନ ଅଛି ସେମାନଙ୍କୁ ଛାଡିଲେ ଆଉ କେହି ନିଷ୍ଠାର ସହିତ ପଢ଼ନ୍ତି ନାହିଁ l ଦୁଇ ବର୍ଷ ଅଛି l ପରୀକ୍ଷା ବେଳକୁ possible କିଣି ପଢିବା l ମୁଁ ଏ ପ୍ରକାର ପରିବେଶରେ ନିଜକୁ ହତାଶ ମଣିଲି l ଇଂରାଜୀ ବୁଝି ପାରୁନି କିନ୍ତୁ ଓଡ଼ିଆ ସାହିତ୍ୟରେ 76 ନମ୍ବର ରଖି ଅଧ୍ୟାପକ ଗୁରୁ ମହାତ୍ମା ଅଶୋକ ମହାନ୍ତିଙ୍କ ପ୍ରିୟଭାଜନ ହେଲି l 

   ଇଂରାଜୀରେ ସେ ସବୁ ବିଷୟରେ ପଢି ପରୀକ୍ଷା ଦେଉଥାଏ  ମୁଁ  ତାକୁ ଇର୍ଷା କଲେ କଣ ହେବ ? ଜାଣିଲି ମୁଁ ଇଂରାଜୀରେ ପରୀକ୍ଷା ଦେଲେ ଫେଲ ହୋଇଯିବି ତେଣୁ ଓଡ଼ିଆରେ Political Science,  History,  Odia, English,  MIL (Odia) ପରୀକ୍ଷା ଦେବି l 4th Optitional Logic ପରୀକ୍ଷା ଦେବି ନାହିଁ  l ଭଲ notes କେଉଁଠୁ ପାଇବି ?

    ଦିନେ ଅଧ୍ୟାପକ ଅଶୋକ ମହାନ୍ତି sir ଙ୍କ ବସା ଘରକୁ ଗଲି l ସେ ଶ୍ରଦ୍ଧାରେ ବହୁତ notes ଓଡ଼ିଆ ସାହିତ୍ୟ ଉପରେ ଦେଲେ l ଅଧ୍ୟାପିକା ଭାରତୀ କାନୁନଗୋ ଙ୍କ ଘରକୁ ଗଲି ସେ କିଛି ଭଲ ବହି ଦେଲେ l କେମିତି ଓଡ଼ିଆ ସାହିତ୍ୟର ଉତ୍ତର ଲେଖାଯିବ ମତେ ବୁଝେଇଦେଲେ l ଇଂରାଜୀ ପାଇଁ ଏକ ମାସ ଟିଉସନ୍ ଯିବାକୁ ଚାହିଁଲି ପ୍ରଶାନ୍ତ sir ଙ୍କ ପାଖକୁ l ସେ ମୋର ଦୁର୍ଦ୍ଦଶା ଦେଖି କହିଲେ ହଉ ଏକୁଟିଆ ଆସ ସପ୍ତାହକୁ ଥରେ l ମାସକୁ 100 ଟଙ୍କା l Sir ମତେ ଇଂରାଜୀ grammar ର ସୂତ୍ର ସବୁ ଲେଖିଥିବା notes ଦେଲେ l prose, poetry, story ବହି କିଣିବା ପଢିବା ବୁଝିବା ସମ୍ଭବ ନଥିଲା l ଏହି ସମୟରେ ମୁଁ ଘରପାଖ ଟୁଟୁ ଭାଇଙ୍କୁ English notes ପାଇଁ କହିଲି l ସେ କେତେ ଦିନ ନାହିଁ ନାହିଁ କଲେ l ପରେ ଦିନେ ସନ୍ଧ୍ୟା ବେଳେ କହିଲେ ମୁଁ ସୁଧାଂଶୁ ମିଶ୍ର sir, English lecture ଙ୍କ notes କାଲି ସକାଳେ 6 ଟାରେ ଫେରାଇବି l ସେ ଆମର ବନ୍ଧୁ l
  
     ମୁଁ ହଁ କହି 15 ପୃଷ୍ଠା ର English  poetry notes  ଆଣିଲି l ମହା ଆନନ୍ଦରେ ତାକୁ ପଢିବାକୁ ଚେଷ୍ଟା କଲି l ଏ କି notes ଛୋଟ ଖାତା କାଗଜରେ ? କି ଛୁଞ୍ଚି ମୁନ ରେ ଲେଖିଥିବା ଅଦ୍ଭୂତ ଅକ୍ଷର l ଏମିତି ସୂକ୍ଷ୍ମରେ ଅକ୍ଷର କଣ କେହି ଲେଖିପାରେ, ବିସ୍ମୟରେ ମୁଁ ଚାହିଁ ରହିଲି ?  ରାତିସାରା ବସି ବହୁ ଅକ୍ଷର କୁ ପଢି ନପାରି ଚିତ୍ର ପରି ଲେଖିଲି  l ମୋର ହାତ ଆଙ୍ଗୁଠି ଫୁଲି ଦରଜ ହୋଇଗଲା l ମୋର ବଡ ଖାତାରେ 30 ପୃଷ୍ଠା ହେଲା l ସେ କଣ କେହି କେବେ ଭାବି ପାରିବେ ନାହିଁ ମୁଁ ସେ ଅକ୍ଷର ପଢି ସବୁ ଲେଖି ପାରିବି ? ମୁଁ ଯେ କଠିନ ଶବ୍ଦ କୁ ଚିତ୍ର ଆକାରରେ ଲେଖିବି ଏ କଥା କିଏ କଳ୍ପନା କରିବ ? Sir ଙ୍କ ଅଗାଧ ଜ୍ଞାନ କେତେ କେତେ କଠିନ ଶବ୍ଦରେ ସେ poetry notes ଲେଖିଛନ୍ତି l ତାହା ତାଙ୍କର   ପ୍ରିୟ ଛାତ୍ର,  ଟିଉସନ୍ ପିଲା,  ବନ୍ଧୁ ବାନ୍ଧବ ପିଲାଙ୍କୁ ଦେବେ l 

 ମୋର ମହାଭାଗ୍ୟ ମୁଁ ରାତିସାରା ତାକୁ ଟିପିଲି l ସକାଳ 6 ଟାରେ ଚୁପ୍ଚାପ୍ ଫେରାଇ ଦେଲି l ସେ କିଛି କହିଲେ ନାହିଁ l ଭଲ poetry notes ଏ  l ମୁଁ ଗଧ ଜ୍ଞାନ ରେ କିଛି ପଢି ବୁଝି ପାରିଲି ନାହିଁ l Sir English M,A ପଢି ଏ notes ଲେଖିଛନ୍ତି   ସେ ଲେଖା ବୁଝିବା ମୋ ପକ୍ଷରେ ଅସମ୍ଭବ l କଣ କରିବି ? ସେ ଖାତା ଦେଖିବାକୁ ନେଇ ଦିନେ ପ୍ରଶାନ୍ତ  sir ଙ୍କୁ ଦେଲି l ସେ ରଖିଲେ କହିଲେ ପରେ ନେବୁ l sir ସପ୍ତାହକ ପରେ ମତେ ସେ ଲେଖା correction କରି ଦେଲେ କହିଲେ ଏତେ ଭୁଲ କେଉଁଠୁ ଏ ସବୁ ଲେଖିଲୁ ? ମୁଁ କହିଲି sir ଜଣଙ୍କ ଠୁ notes ଆଣିଥିଲି କିଛି ପଢି ପାରିଲି ନାହିଁ l କଣ ବୁଝି ପାରିଲୁନି ବୋଲି ଚିତ୍ର ପରି ଲେଖିଛୁ l ମୁଁ ହଁ କହିଲି l Sir ହସିଲେ, କହିଲେ  ସବୁ correction କରି ଦେଇଛି l ଭଲ କି ଲେଖିକି practice କର l 

  Sir ଙ୍କ ଏ ଶବ୍ଦ ରେ ମୋ ପ୍ରତି ଆଶିର୍ବାଦ ଓ ଆନନ୍ଦ ବର୍ଷା ହେଲା ପରି ଅନୁଭୂତ ହେଉଥିଲା l Sir ଙ୍କୁ ପ୍ରଣାମ କରି ଘରକୁ ଫେରିଲି l ଘରେ ଦେଖିଲି sir ଅଧାରୁ ଅଧିକ ଭୁଲ ଅକ୍ଷର spelling mistake correction କରିଛନ୍ତି ଯାହା କେହି ବି କରିବେ ନାହିଁ l ଏତେ ଭୁଲ ଶବ୍ଦ କୁ କିଏ ଠିକ୍ କରିବ l ସେହି ମହାନ୍ ଅଧ୍ୟାପକ ସୁଧାଂଶୁ sir, ପ୍ରଶାନ୍ତ sir ଖୁବ୍ କମ୍ ବୟସରେ ସ୍ବର୍ଗାରୋହଣ କଲେ l ଆଜି ତାଙ୍କୁ ମନେ ପକାଇ ପ୍ରଣାମ କରୁଛି l ମୋର ଜୀବନରେ ସଫଳତା ଦେଖି ସେ ନିଶ୍ଚୟ ମତେ ସ୍ଵର୍ଗ ପୁରରୁ ଆଶିର୍ବାଦ ଆଜି କରୁଥିବେ l ସେହି notes ମୁଁ ଦୁଇ ତିନି ଥର ଲେଖି ଘୋଷି ମନେ ରଖିଦେଲି l English possible ରୁ prose question ଓ essey ପଢିଥିଲି l ମୋର ମନରେ ଦୃଢ଼ ବିଶ୍ବାସ ହେଲା ମୁଁ IA ପରୀକ୍ଷାରେ ପାସ କରି ପାରିବି l ଉତ୍କଳ University ରେ 1984 ରେ Arts result 21% ହୋଇଥିଲା l 79% Arts ପିଲା ଫେଲ l

 ଇଶ୍ୱରଙ୍କ କୃପାରୁ ମୁଁ ଚୌଦ୍ଵାର କଲେଜରେ topper ହେଲି 256 Arts ପିଲାଙ୍କ ଭିତରୁ l ପାସ କରିଥିଲେ ମାତ୍ର 21 ଜଣ ସମସ୍ତେ 3rd division ସେମାଙ୍କ ମଧ୍ୟରେ ମୋର ସର୍ବାଧିକ 391 number ଥିଲା ତେଣୁ ସମସ୍ତ ଅଧ୍ୟାପକ  ଓ  ଅଧ୍ୟାପିକା ମହା ଖୁସିରେ ମତେ ଆଶିର୍ବାଦ କଲେ l ମାତ୍ର ଅଳ୍ପ ଦିନ କଲେଜକୁ ଆସି ଏ ବିରାଟ ସଫଳତାରେ ସେମାନେ ବିସ୍ମିତ ହେଉଥିଲେ l  ମୁଁ ଯେ ତା ପ୍ରତି ଇର୍ଷାରେ ଭଲ ପଢିବାକୁ ଚେଷ୍ଟା କରୁଛି ସେ କଥା କେହି ଜାଣି ପାରିଲେ ନାହିଁ l ମୁଁ ଏକା ଥରକେ IA ପାସ କରିବା ମତେ କଣ ସମସ୍ତଙ୍କୁ ହିମାଳୟ ପର୍ବତ ଚଢ଼ିଲାପରି ଲାଗୁଥିଲା l ଘରେ ବାହାରେ ସମସ୍ତେ ଖୁସି l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର


This site uses Just the Docs, a documentation theme for Jekyll.