କୁଆଡେ ଗଲା ସେ ମୁଗ୍ଧ ମାୟା ମୋହ ଚନ୍ଦ୍ରମୁଖୀ ଚନ୍ଦ୍ରଜ୍ୟୋତ୍ସ୍ନା l ସାୟାହ୍ନେ ଜୀବନେ ଦୃଶ୍ୟମାନ ସତେ ମଧୁଝରା ମୃଗତୃଷ୍ଣା ll ପ୍ରଣାମ ପ୍ରଣାମ ll
କୁଆଡେ ଗଲା ସେ ମୁଗ୍ଧ ମାୟା ମୋହ ଚନ୍ଦ୍ରମୁଖୀ ଚନ୍ଦ୍ରଜ୍ୟୋତ୍ସ୍ନା l ସାୟାହ୍ନେ ଜୀବନେ ଦୃଶ୍ୟମାନ ସତେ ମଧୁଝରା ମୃଗତୃଷ୍ଣା ll (1)
କୁଆଡେ ଗଲା ସେ ମଧୁମଗ୍ନ ରାତି ସ୍ୱପ ଝରା ସୁଧା ଝରା l
କୁମୁଦ ହାସିନୀ କୃଷ୍ଣା କାଦମ୍ବିନୀ ପ୍ରାଚୀପଦ୍ମା କାବ୍ଯ ତାରା ll (2)
- ପ୍ରଣାମ ପ୍ରଣାମ ll କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
-
ଶ୍ୟାମ ନାଗର ହେ
ଶ୍ୟାମ ନାଗର ହେ , ଏମିତି ଚାହିଁବ ନାହିଁ l ତ୍ରିଭଙ୍ଗୀ ଭଙ୍ଗୀରେ ମୁରଲୀ ରେ ସୁର୍ ଦେଇ ll (1) ଏମିତି ଚାହିଁଲେ ଅଭିମାନ କରି ଶ୍ରୀରାଧା ରହିବେ କାହିଁ ? ll (1)
ଶ୍ୟାମ ନାଗର ହେ ଏମିତି ଚାହିଁବ ନାହିଁ l ପ୍ରୀତି କଟାକ୍ଷରେ ପୀତାମ୍ବର ବେଶ ହୋଇ ll (2) ଏମିତି ଚାହିଁଲେ ଐଶ୍ୱର୍ଯ୍ୟ ପ୍ରୀତିରେ ଶ୍ରୀରାଧା ରହିବେ କାହିଁ ? ll (2)
ଶ୍ୟାମ ନାଗର ହେ ଏମିତି ଚାହିଁବ ନାହିଁ l ମୟୂର ଚନ୍ଦ୍ରିକା ବାଙ୍କ ଚୂଳ ଶୋଭା ପାଇଁ ll (3) ଏମିତି ଚାହିଁଲେ ନିରାଶ୍ରୟ ମଣି ଶ୍ରୀରାଧା ରହିବେ କାହିଁ ? ll (3)
ଶ୍ୟାମ ନାଗର ହେ ଏମିତି ଚାହିଁବ ନାହିଁ l ଶ୍ରୀମୁଖ ଚନ୍ଦ୍ରମା ମଣି ମୁକ୍ତା ମାଳ ହୋଇ ll (4) ଏମିତି ଚାହିଁଲେ ଶରଦ ଶଶୀ କୁ ଶ୍ରୀରାଧା ଝୁରିବେ କାହିଁ ? ll (4)
ଶ୍ୟାମ ନାଗର ହେ ଏମିତି ଚାହିଁବ ନାହିଁ l ଇନ୍ଦ୍ରନୀଳ ମଣି ଇନ୍ଦୀବର(ନୀଳପଦ୍ମ) ପୁଷ୍ପ ହୋଇ ll (5) ଏମିତି ଚାହିଁଲେ ନୀଳ ସାଗରକୁ ଶ୍ରୀରାଧା ଦେଖିବେ କାହିଁ ? ll (5)
ଶ୍ୟାମ ନାଗର ହେ ଏମିତି ଚାହିଁବ ନାହିଁ l ଭୂସ୍ୱର୍ଗ ସୁଷମା ନୀଳ ମେଘମାଳା ହୋଇ ll (6) ଏମିତି ଚାହିଁଲେ ସ୍ଵର୍ଗ ସୁଖ ବଳି ଶ୍ରୀରାଧା ଭୁଲିବେ ନାହିଁ ? ll (6)
କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 17.6.24, ପୁରୀ
ଆହେ ନୀଳମଣି
ନିଳାଦ୍ରୀ ବିହାରୀ ନୀଳାଚଳ ନାଥ ହରି l ଧନ୍ଯ ତୁମ୍ଭ ନାମ ଆରତ ନାଶନ ଦୀନବନ୍ଧୁ ଦଇତାରି ll ———————
ଦୁଃଖରେ କାଳିଆ
କେତେ ଦୁଃଖ ଦେବୁ କହ ?l ପ୍ରୀତି ବନ୍ଧୁ ଦୁଃଖ
ଅସହ୍ଯ ଅଶ୍ରୁଳ
ଝରି ଯାଏ ପ୍ରୀତି ଲୁହ ll(1)
କେତେ ଅପଣାର
ଥିଲେରେ କାଳିଆ ଧନ୍ଯ ସେ ନଟ ମଉସା l ସାନବାପା ବାପା ଡାକନ୍ତି “ମଇତ୍ର” ଦୁଃଖେ ସୁଖେ ଯେ ଭରଷା ll(2) —————-
ଜଗନ୍ନାଥ ହେ କିଛି ମାଗୁନାହିଁ ତତେ l ଜୀବ ଥିବା ଯାଏ ତୋ ବଡ ଦାଣ୍ଡରେ ସ୍ତୁତି କରୁଥିବି ସତେ ll (1)
ନୀଳଚକ୍ର ନେତ ଉଡ଼ୁଥିବ ଦେଖି ନୀଳ ଗଗନକୁ ଛୁଇଁ l ଜୀବନର ସବୁ ଦୁଃଖ ଭୁଲିଯିବି ଶ୍ରୀମନ୍ଦିର ଚାହିଁ ଚାହିଁ ll (2)
ତୋ ମନ୍ଦିର ବେଢା
ଦେବାଦେବୀ ଯେତେ ଦେଖୁଥିବି ମନ ଭରି l ଭକତ ମେଳରେ ମହା ଆନନ୍ଦରେ ନାଚୁଥିବି ଘୂରି ଘୂରି ll(3)
ଅରୁଣ ସ୍ତମ୍ବରେ ଆହା କି ସୁନ୍ଦର ଗରୁଡ଼ ପରି ମୋ ମନ l କରପତ୍ର ଯୋଡି ଗରୁଡ଼ ପରାୟ କରୁଥିବି ତତେ ଧ୍ୟାନ ll(4)
ଜୀବନର ସବୁ ଦୁଃଖ ଭୁଲି ତତେ ଚାହିଁଥିଲେ ଆନନ୍ଦରେ l ଅଶ୍ରୁ ଜଳ ମୋର ଗଙ୍ଗା ଧାର ହୋଇ ଚୁମ୍ବୁଥିବ ତୋ ପୟରେ ll (5)
ମାଟିର ବୈକୁଣ୍ଠ
ଲାଗି କି ସୁନ୍ଦର ଶ୍ରୀକ୍ଷେତ୍ର ମଉଡ଼ମଣି l ଦ୍ଵି ସପ୍ତ ଭୁବନ ଧନ୍ଯରେ କାଳିଆ କୃପାସିନ୍ଧୁ ଗୁଣ ଗୁଣି ll(6)
ମୋ ପରି ଚଣ୍ଡାଳ ପତିତ କେ ଅଛି ଜାଣି ନାହିଁ ବ୍ରହ୍ମାଣ୍ଡରେ ?l ଯାହାକୁ ପଚାରେ କହେ ନାହିଁ ନାହିଁ ଥିଲେ ଥିବ ଶ୍ରୀକ୍ଷେତ୍ରରେ ll (7)
ମୁଁ ଦେଖୁଛି ଏକା ମୋର ପାଦ ଚିହ୍ନ ଶରଧା ବାଲିରେ କହେ l ଚଣ୍ଡାଳ ପତିତ ଦୁଃଖ ଅପ୍ରମିତ କୈବଲ୍ୟକୁ ସରି ନୁହେ ll(8) —————————————–
ଜୀବନଟା ଏକ ମରୀଚିକା ସମ ଅଟେ ସବୁ ମିଛ ମାୟା l ସବୁ ଜାଣି ପୁଣି ଏ ମାନବ ଜାତି
ହୁଅଇ ତହିଁରେ ବାୟା ll (1)
ମରୀଚିକା ସମ ନୁହଁ ଏ ଜୀବନ ଗଢିଛି ବିଧାତା ଜାଣି l ମିଛ ମାୟା ବିନା ସତ୍ୟ କେ ଜାଣିବ ? ଜାଣିଥାନ୍ତି ଜ୍ଞାନୀ ଗୁଣୀ ll (1 A)
ସ୍ନେହପ୍ରୀତି ମାୟା ମହିମା ଅପାର ପ୍ରାଣରେ ଅମୃତ ଝରା l ସୁଜଳା ସୁଫଳା ସ୍ଵର୍ଗୀୟ ସୁରମ୍ୟ ଯା ଲାଗି ଏ ବସୁନ୍ଧରା ll (2A)
ମିଛ ମାୟା ଏହି ଅସାର ସଂସାର କିଏ ପର ଅପଣାର ?l ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ ସ୍ଵର୍ଗ ପୁର ll 3 A —————- ଶରଣ ଶ୍ରୀକ୍ଷେତ୍ର ———————– (ମହାପ୍ରଭୁଙ୍କ ପଦ୍ମପାଦରେ ଚିର ଆଶ୍ରିତା ପ୍ରୀତିବନ୍ଧୁର କଲ୍ଯାଣ କାମନାରେ l ପ୍ରଣାମ ପ୍ରଣାମ)
ଶରଣ ନଦେଲେ ମରଣ ଦିଅ ହେ ମହାବାହୁ l ନୀଳଚକ୍ର ଚାହିଁ ଶରଧା ବାଲିରେ ମରିବି କି ତୁମ୍ଭେ ଥାଉ ଥାଉ ll (1)
ମହାପ୍ରଭୁ ମହାପ୍ରଭୁ l ତୁମ ଚରଣେ ଶରଣ ପଶିଛି ଜାଣି ମୁଁ ଶ୍ରୀକ୍ଷେତ୍ରେ ଜୀବନ ଯାଉ ll (2)
ମହାପ୍ରଭୁ ତୁମ ମହିମା ଅପାର ଜାଣନ୍ତି ଜଗତ ଜନ l ମୋ ପରି ପତିତ ଅଛି କେ ସଂସାରେ ? ଘେନ ଅଶ୍ରୁ ଜଳ ଅଭିମାନ ll(3)
ମହାପ୍ରଭୁ ମହାପ୍ରଭୁ ମିଛ ମାୟା ଏହି
ମର ସଂସାରରେ ତୁମେ ଚିର ଆପଣାର l ତୁମ କୃପା ଏତେ ଲଭିଛି ଜୀବନେ ପ୍ରୀତିମୟ ଅଶ୍ରୁ ଧାର ll (4)
ମହାପ୍ରଭୁ ମହାପ୍ରଭୁ ତୁମେ କୃପାସିନ୍ଧୁ ଆହେ ଦିନବନ୍ଧୁ ରଖ ମୋର ବନ୍ଧୁ ପଣ l ମହାଦୁଃଖ ସହି ଧରିଛି ଜୀବନ ଜାଣି ନାହିଁ ସୁଖ କଣ ?ll(5)
ମହାପ୍ରଭୁ ମହାପ୍ରଭୁ କେଉଁ ଦୁଃଖ ମତେ ଦେଇ ନାହଁ କୁହ ? କହିବି ମୁଁ ନାହିଁ ନାହିଁ l ଜୀବନ ରଣରେ
ହାରିଯାଇ ନାହିଁ ତୁମ ପଦ୍ମମୁଖ ଚାହିଁ ଚାହିଁ ll (6)
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ବୋଉ ମୋ ବୋଉ (10)
ବସନ୍ତ : ବସନ୍ତ ବୋଉ l ନବ ବସନ୍ତ ବୋଉ l ବିମୁଗ୍ଧ ବସନ୍ତ ବୋଉ l ବସନ୍ତ ବିଳାସ ବୋଉ l ବସନ୍ତ ବିଭୋର ବୋଉ l ବିଭୋର ବସନ୍ତ ବୋଉ l ବସନ୍ତ ବିହ୍ଵଳ ବୋଉ l ବସନ୍ତ ଉତ୍ସବ ବୋଉ l ବସନ୍ତ ଉଷତ(ଆନନ୍ଦ) ବୋଉ l ବସନ୍ତର ବର୍ଣ୍ଣବିଭା ବୋଉ l ବର୍ଣ୍ଣାଢ୍ଯ ବର୍ଣ୍ଣିଳ ବସନ୍ତ ବୋଉ l ରଙ୍ଗ ପୁଷ୍ପ ଲାବଣ୍ୟ କୁସୁମ ବୋଉ l ବସନ୍ତର ଆନନ୍ଦ ଐଶ୍ୱର୍ଯ୍ୟ ବୋଉ l ବସନ୍ତର ବାସନ୍ତୀ ପ୍ରକୃତି ବୋଉ l ବସନ୍ତର ବନବୀଥି ବୋଉ l ବନବୀଥି ବନସ୍ପତି ବୋଉ l ବନସ୍ପତି ବନବିଭା ବୋଉ l ବସନ୍ତର ବନପ୍ରିୟ(ପିକ) ବୋଉ, ବସନ୍ତର ବନଭୂମି ବୋଉ l ବନଭୂମି ବନଜ୍ୟୋତ୍ସ୍ନା ବୋଉ l
ବସୁନ୍ଧରା କୋଳେ ପ୍ରବେଶ ବସନ୍ତ ମଧୁମାସ ମଧୁକାଳ l ମାଘ ପୂର୍ଣ୍ଣିମାରେ ଅଗ୍ନି ଉତ୍ସବରେ ଶୀତର ବିଦାୟ ବେଳ ll 1 ରୁତୁରାଜ ରୁତୁ-ପତି ରୁତୁଶ୍ରେଷ୍ଠ ବସନ୍ତ ରୁତୁ ସୁନାମ l ଧନ୍ଯ ପୁଷ୍ପକାଳ ପୁଷ୍ପମାସ ନାମ ପୁଷ୍ପାକର ପୁଷ୍ପାଗମ ll 2 ମଧୁ, ମଧୁକାଳ ମଦନସଖା ସେ ମଦନପ୍ରିୟ ଯା ନାମ l ପୁଷ୍ପକାଳ ପୁଷ୍ପ-ମାସ ପୁଷ୍ପାକର ମଧୁ, ବସନ୍ତ ସୁନାମ ll 3 ଶୀତ ଅନ୍ତ ଜାଣି ଦକ୍ଷିଣl ମରୁତ ଗାଏ ସ୍ଵାଗତ ସଙ୍ଗୀତ l ଶୁଭ ସାରସ୍ଵତ ସରସ୍ଵତୀ କୃପା ବସୁନ୍ଧରା ଅଭିଭୂତ ll 4 ପୌଷ ମାଘ ମାସ ଶୀତ ରୁତୁ ନାମ ହାଡ଼ଥରl ଥଣ୍ଡା ଶୀତ l ମକର ସଂକ୍ରାନ୍ତି ପରେ ସୌର ତାପ ବୃଦ୍ଧି ହୁଏ ଅବିରତ ll 5 ଅଗ୍ନିତ୍ସୁବ ଅଗ୍ନି ପୂର୍ଣିମା ତିଥିରେ ଶୀତର ପ୍ରକୋପ ଶେଷ l ମାଘ ପଞ୍ଚମୀ ଯେ ବସନ୍ତ ପଞ୍ଚମୀ ସରସ୍ଵତୀ ପୂଜା ବେଶ ll 6 ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ ଯାତ୍ରା ଶୋଭା ସମାବେଶ l ତରୁଲତା ପ୍ରାଣୀ ଜନମନ ଜାଣି ପ୍ରକୃତି ରାଣୀ ହରଷ ll 7 ଦକ୍ଷିଣ ଦିଗରୁ ମଳୟ ଅନିଳ ମନ୍ଦ ମନ୍ଦ ହୋଇ ବହେ l ଷଡରୁତୁ ମଧ୍ୟେ ପଞ୍ଚମ ବସନ୍ତ ରୁତୁରାଜ ମନମୋହେ ll 8 ରୁତୁଚକ୍ର ପଥେ ବସନ୍ତ ରୁତୁ ଏ ରୁତୁରାଜ ରୁତୁପତି l ମଧୁର କୋମଳ ଫଗୁଣ ଚଇତ୍ର ମଧୁମାସ ମଧୁପ୍ରୀତି ll 9 ଦେବଜ୍ଞ କଳ୍ପିତ ମଳୟ ପର୍ବତ ଶିଖରୀ ଚୁମ୍ବି ସମୀର l ବହେ ଧୀରେ ଧୀରେ ଦକ୍ଷିଣ ଦିଗରୁ ସୁକୋମଳ ସୁମଧୁର ll 10 ମଳୟ ପର୍ବତ ଜାତ ମଳୟଜ(ଚନ୍ଦନ) ଶ୍ରୀଖଣ୍ଡ ଚନ୍ଦନ ନାମ l ଘନସାର ପରି ଗନ୍ଧସାର ନାମ ସୁଗନ୍ଧ ଶ୍ରେଷ୍ଠ ସୁନାମ ll 11 ମଧୁମୟ ଧରା ମଧୁର ରୁଚିର ମନୋରମ ମନୋହର l ସୁଷମା ସୁବାସ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ଭୂସ୍ୱର୍ଗ ଶୋଭା ଭଣ୍ଡାର ll 12 ବସନ୍ତ ଉତ୍ସବ ଲାଗି କି ଉତ୍ସାହ ସ୍ଵୟମ୍ବର ରୂପ ଶୋଭା l ନବ ପତ୍ର କଳି କୁସୁମ ମଞ୍ଜରୀ ଅପୂର୍ବ ଲାବଣ୍ୟ ପ୍ରଭା ll 13 ଆମ୍ର ବୃକ୍ଷ ଡାଳ ବିଭୋର ବିଭୋଳ ବସନ୍ତ ବଉଳ ବାସ l ମଞ୍ଜୁଳ ମୋହନ ପୁଷ୍ପlୟୁଧ(କନ୍ଦର୍ପ) ଶର ମଧୁପୁଷ୍ପ ମଧୁ ରସ ll 14 ଉନ୍ମାଦିତ ଉର୍ବୀ(ଧରା) ଅମ୍ବର ଭୂଧର(ପର୍ବତ) କେଦାର କାନନ ପ୍ରୀତ l ପଲ୍ଲିବାସୀ ପଲ୍ଲୀ-ବଧୂ ପଲ୍ଲୀବାଳା ପୁଲକିତ ମୁଖରିତ ll 15 ମଧୁର କୋମଳ ମୃଦୁଳ କଲ୍ଲୋଳ ସଲିଳ ସମୀର ମାଟି l ପ୍ରକୃତିରାଣୀର ଅପରୂପ ଶୋଭା ମଞ୍ଜୁଳ ସୁଷମା ଝୋଟି ll 16 ମଧୁ ମଳୟର ମହିମା ପ୍ରୀତି ଏ ଶୁଷ୍କ ତରୁ ପଲ୍ଲବିତ l ଲୀଳାମୟଙ୍କର ଅପୂର୍ବ ଲୀଳା ଏ ପତ୍ର ପୁଷ୍ପ କଲ୍ଲୋଳିତ ll 17 ନିର୍ମଳ ନିର୍ମୋକ(ଆକାଶ) ବିମଳ ବସୁଧା କୋମଳ ମଳୟ ସ୍ପର୍ଶ l ପୁରପଲ୍ଲୀ ବନ ଭୁବନ ବିଭୋର ଆନନ୍ଦ ଉଲ୍ଲାସ ହର୍ଷ ll 18 ନବୀନ ଉଲ୍ଲାସ ନବୀନ ଉତ୍ସାହ ନବୀନ କଲ୍ଲୋଳ ପ୍ରାଣ l ନବ ଯୌବନରେ ପ୍ରୀତି ରୋମାଞ୍ଚିତ ସୁଧାସ୍ନାତ ଶିହରଣ ll 19 ତରୁଲତା ପ୍ରାଣୀ ପ୍ରକୃତି ସୁନ୍ଦରୀ ମଧୁମଗ୍ନ ମଧୁମୟ l ନବ କୁସୁମିତ କେଦାର କାନନ ଶୋଭା ନବ କିଶଳୟ ll 20 ନବ ବସନ୍ତର ନବବଧୂ ବେଶ ନବୀନ ଉଲ୍ଲାସ ପ୍ରାଣ l ନବ ରାଗ ରଙ୍ଗ ରୂପ ରସ ବାସ ରଙ୍ଗ ପୁଷ୍ପ ଆଭୂଷଣ ll 21 ମଧୁମୟ ମଧୁ-କାଳ ମଧୁରିମା(ମାଧୁର୍ଯ୍ୟ) ମଧୁ ପୁଷ୍ପ ମଧୁ ହାସ l ପୁଷ୍ପସାର ପୁଷ୍ପ-ମଧୁ ଶୋଷି ସୃଜେ ମଧୁମକ୍ଷୀ ମଧୁକୋଷ(ମହୁଫେଣl) ll 22 ପୁଷ୍ପରେଣୁ ପୁଷ୍ପ-ମଧୁ ଚୁମ୍ବିବାକୁ ନୃତ୍ୟମଗ୍ନ ପୁଷ୍ପଲିହ(ଭ୍ରମର, ମହୁମାଛି) l ପୁଷ୍ପlସବ ପାନେ ପ୍ରଫୁଲ୍ଲ ପ୍ରମତ୍ତ ପୁଷ୍ପକାଳ ଅନୁଗ୍ରହ ll 23 ସୁଷମା ମଞ୍ଜୁଳ ସହକାର(ଆମ୍ବ ବଉଳ) କୁଞ୍ଜ ମଳୟ ମଞ୍ଜରୀ ବେଶ l ଭୁରୁଭୁରୁ ଗନ୍ଧ ଛୁଟେ ଚଉଦିଗ ଶୋଭା ସ୍ଵର୍ଗ ରୂପ ଯଶ ll 24 ଚୁତ(ଆମ୍ବଗଛ) ପଲ୍ଲବରେ ପଞ୍ଚମ ତାନରେ ପରଭୃତ କୁହୁତାନ l ମଧୁପ ଗୁଞ୍ଜନ ମଧୁର ଝଙ୍କାର ମନ୍ତ୍ରମୁଗ୍ଧ ତନୁ ମନ ll 25 —————————————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଜାହ୍ନବୀ =5
ସ୍ନିଗ୍ଧ ନୀଳ ଜହ୍ନ ନୀଳିମ ଅମ୍ବର l ପ୍ରାୟ ନୀଳ ଜ୍ୟୋତ୍ସ୍ନା ଢାଳେ ନିରନ୍ତର ll 1
ଲାବଣ୍ୟ ନୀଳିମା ଚୁମ୍ବି ଧରା କୋଳେ l ରୂପସୀ ଗଙ୍ଗୋତ୍ରୀ ସୁଷମା ଉଚ୍ଛୁଳେ ll 2
ନୀଳଚନ୍ଦ୍ର ବିମ୍ବ ଲାବଣ୍ୟ ଉଜ୍ଜ୍ଵଳ l ଉଦ୍ଭାସିତ ନୀଳ ସ୍ଵର୍ଗ ଢଳଢଳ ll 3
ସ୍ଵର୍ଗୀୟ ସୁରମ୍ୟ ଅପରୂପ ବେଶ l ପୀୟୂଷ ପାନେ କି ପ୍ରୀତ ବ୍ୟୋମକେଶ(ଶିବ) ll 4
ରୁଦ୍ର ମୁଗ୍ଧ ରୂପ ଐଶ୍ୱର୍ଯ୍ୟ ବିଭବ l ଲଭି କି ପ୍ରକୃତି ଉଦାର ସ୍ଵଭାବ ll 5
ସୁଷମା ମଣ୍ଡିତ ତନୁଶ୍ରୀ ବଦନ l ମନୋମୁଗ୍ଧକର ଭୂଧର କାନନ ll 6
ଶୈଳରାଜ(ହିମାଳୟ) କୋଳେ ଶୈଳଜା(ପାର୍ବତୀ) ଶଙ୍କର l ଶୈଳ ଶୈବଳିନୀ(ନଦୀ) ଗଙ୍ଗୋତ୍ରୀ ବିଭୋର ll 7
ଓଙ୍କାର ଝଙ୍କାର ଧ୍ୱନି ପ୍ରତିଧ୍ୱନି l ଶୁଣି ମନ୍ତ୍ରମୁଗ୍ଧ ଗିରି କାଦମ୍ବିନୀ ll 8
ଗଙ୍ଗୋତ୍ରୀ ନିର୍ଝର ଧନ୍ଯ ଧରାକୋଳ l ଉଦୟ ଚନ୍ଦ୍ରମା ରୂପ ଯଶ ନୀଳ ll 9
ସଞ୍ଜୀବିତ ପ୍ରାଣ ପ୍ରଣୟ ଉଚ୍ଛଳ l ମହାକାବ୍ଯ ରୂପ ରସ ଢଳଢଳ ll 10 ————————————
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଜାହ୍ନବୀ-4 ଦେଖିଛି ମୁଁ ତୁମ ଆହ୍ଲାଦିନୀ ରୂପ l ଐଶ୍ୱର୍ଯ୍ୟ ପ୍ରୀତିର ଦିବ୍ୟ ଦୀପ୍ତ ଦୀପ ll 1
ସୁରମ୍ୟ ସ୍ଵର୍ଣ୍ଣିମ ଶୁଭ୍ର ଜ୍ୟୋତ୍ସ୍ନାସ୍ନାତ l ଉଜ୍ଜ୍ଵଳ ଅଣିମା ସ୍ପର୍ଶେ ଅଭିଭୂତ ll 2
ନୈସର୍ଗିକ ନୀଳ ବିମୋହିନୀ ବ୍ୟୋମ l ବ୍ୟୋମକେଶ(ଶିବ) ବିଭୂ ଭସ୍ମ ମନୋରମ ll 3
ହିମ ଶୈଳ ଶିଳା ହିମାଳୟ କୋଳେ l ବିସ୍ମୟ ବିମୁଗ୍ଧ ରୂପ କାନ୍ତି ଝଳେ ll 4
ଓଙ୍କାର ନିନାଦ ନିର୍ଝରିଣୀ ନାଦ l ଐଶ୍ୱର୍ଯ୍ୟ ବିତରେ ଜୋଛନା ଜଳଦ(ମେଘ) ll 5
ତନ୍ଦ୍ରାଭୂତ ପ୍ରାଣ ବିଜନ ବେଳାରେ l ପରମା ପ୍ରକୃତି ରୂପ ପୀୟୂଷରେ ll 6
ଭୂମି ଭୂମା ବ୍ୟୋମ ସମୀର ସଲିଳ l ସୁଷମା ଭୂସ୍ଵର୍ଗ ଶୁକ୍ଳ ହିମ ଶୈଳ ll 7
ଅନନ୍ତ ପ୍ରୀତିର ମଙ୍ଗଳ ମୂର୍ଛନା l ମନ୍ତ୍ର ମୁଗ୍ଧ ପ୍ରାଣ କ୍ଷଣେ ଆନମନା ll 8
ଦିଗବଳୟ ବ୍ୟାପୀ ସୁଧା ସ୍ଵର୍ଗ ଶୋଭା l ନିରାମୟ ନୈସର୍ଗିକ ମନଲୋଭା ll 9
ଦେବାଦେବୀ ପ୍ରିୟ ଦିବ୍ୟ ଦେବଭୂମି l ସ୍ମରୁଥାଏ ନୀତି ସ୍ମୃତି ପଥେ ଭ୍ରମି ll 10 ——‐—————————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ନୂତନ ଶବ୍ଦରେ, ଛାୟା କବିତା “ନିଦ ଭରା ରାତି” (1) ଏଇ ଜହ୍ନ ରାତି, ମଧୁ ଝରା ତାତି ତଟିନୀ ମୁଁ ଭଲ ଲାଗେନା l ତୁମ ବିନା ସାଥୀ ଝୁରି ମରେ ନିତି ଏକା ଏକା ଭଲ ଲାଗେନା, ଭଲ ଲାଗେନା l
(2) ଦୂରେ ଆକାଶରେ ଭିଜି ଜୋଛନାରେ ବିରହିଣୀ ଝୁରେ ମଧୁ ସ୍ମୃତି ଘାରେ ସେଇ ସ୍ମୃତି ଆଜି ଜୋଛନାରେ ଖୋଜି ଖୋଜେ ମୁଁ ତୁମକୁ ସତେ ଗଲ ହଜି ଭାସି ଗଲ ଦୂରେ ଚାହିଁଲ ତ ନାହିଁ କାଦମ୍ବିନୀ(ମେଘ) ମନ ବୁଝେନା କାଦମ୍ବିନୀ ମନ ବୁଝେନା
(3)
ତୁମେ ନୀଳ ସ୍ଵପ୍ନ ମୁଁ ଯେ ନୀଳ କଇଁ ଆସ ଥରେ ସାଥୀ ମତେ ଛୁଇଁ ଛୁଇଁ ପାସେ ଥିଲେ ମୋର କହି ପାରେ ନାହିଁ ଗଲେ ଦୂରେ ମନ ଝୁରେ ତୁମ ପାଇଁ ଧରା ଦେଲେ ସତେ ଛାଡି ଯିବି ହେଲେ ଲାଜେ ସିନା କହି ପାରେନା ଲାଜେ ସିନା କହି ପାରେନା ll
(4) ଏଇ ଜହ୍ନ ରାତି, ମଧୁ ଝରା ତାତି ତଟିନୀ ମୁଁ ଭଲ ଲାଗେନା l ତୁମ ବିନା ସାଥୀ ଝୁରି ମରେ ନିତି ଏକା ଏକା ଭଲ ଲାଗେନା, ଭଲ ଲାଗେନା ଭଲ ଲାଗେନା, ଭଲ ଲାଗେନା ll
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 13.11.23
ଜାହ୍ନବୀ-3
ତମେ ଅମୃତ ଶୀତଳ ପୁଣ୍ୟ ଧାରା l ତମେ ପ୍ରାଣ ବନ୍ଧୁ ସିନ୍ଧୁ ବସୁନ୍ଧରା ll 1
ତମେ ଜଗତ କଲ୍ୟାଣୀ ତରଙ୍ଗିଣୀ l ତମେ ଆଶୁତୋଷ(ଶିବ) ପ୍ରିୟ ମଥାମଣି ll 2
ତମେ ପୁଣ୍ୟ ପୂତଃ ପ୍ରାତ ପୌରନ୍ଦରୀ(ପୂର୍ବଦିଗ) l ତମେ ମଙ୍ଗଳ ଉଷାର ଅପ୍ ସରୀ ll 3
ତମେ ପୀୟୂଷ ପ୍ରଦାହ ପଙ୍କଜିନୀ l ତମେ କଲ୍ୟାଣୀ ସବିତା ସୌଦାମିନୀ ll 4
ତମେ ତରଳ ଜୋଛନା ସୁଧା ବାରି l ତମେ ସୋରିଷ କ୍ଷେତର ସୁନା ଗୋରୀ ll 5
ତମେ ଜ୍ୟୋତ୍ସ୍ନା ବିରହିଣୀ କଦମ୍ବିନୀ(ମେଘ) l ତମେ ଆଶା ପ୍ରୀତି ପୁଣ୍ୟ ତପସ୍ଵିନୀ ll 6 ——————————————–
ପ୍ରଣାମ ପ୍ରଣାମ l କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଜାହ୍ନବୀ-2
ଶୁଚୀସ୍ମିତ ଶୁଭ୍ର ଧାରା କଲ୍ଲୋଳିତ l ଝରୁଛି ନିଃସର୍ଗ ନିର୍ଝର ସଙ୍ଗୀତ ll 1 ସ୍ଵର୍ଗ ମନ୍ଦାକିନୀ ସ୍ଵର୍ଗ ପାରିଜାତ l ଝରି କି ପଡୁଛି କୋଳେ ଅବିରତ ll 2 ରଜକ ହୀରକ ଶୁଭ୍ରାଂଶୁ ସୁନୀଳ l ଆନନ୍ଦ ଉନ୍ମନା ଦିବ୍ୟ ଢଳଢଳ ll 3 ତୁଷାର ଆବୃତ୍ତ ନନ୍ଦିନୀ ପ୍ରକୃତି l ସୁଷମା ଭାସ୍ଵର ଦିବ୍ୟ କଳାକୃତି ll 4 ଶ୍ଵେତପଦ୍ମ ପରି ଦୃଶ୍ୟ ଧରା କୋଳ l ଭୂଧର ଅମ୍ବର ଫେନିଳ ସୁନୀଳ ll 5 ସୁଷମା ସମୁଦ୍ର ସ୍ଵତଃ ଉଦ୍ଭାସିତ l ପ୍ରକୃତି ସୁନ୍ଦରୀ ଅପୂର୍ବ ପ୍ରତୀତ ll 6 ମେଘାଳୟ ଶୋଭାଳୟ ଦେବାଳୟ l ଦିବ୍ୟ ଦୀପ୍ତ ଦେବଭୂମି ସ୍ଵର୍ଗେ ଲୟ ll 7 ଐଶୀ ପୁଲକିତ ଅନନ୍ତ ନୀଳିମା l ଐଶ୍ୱର୍ଯ୍ୟ ଉଲ୍ଲାସ ସ୍ନିଗ୍ଧ ମନୋରମା ll 8 କବି ନେତ୍ରେ ଦେଖି ପ୍ରାଣ ପ୍ରୀତିଲଗ୍ନା l ମନ୍ତ୍ର ମୁଗ୍ଧ ମନ ହୃଦ ମଧୁମଗ୍ନl ll 9 ମହିମ୍ନ ପ୍ରୀତିର ମଙ୍ଗଳ ମୂର୍ଚ୍ଛନା l ଓଙ୍କାର ନିନାଦ କରେ ଆନମନା ll 10 —————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଜାହ୍ନବୀ - 1
ତୁମ ଦିବ୍ୟ ରୂପ ଐଶ୍ୱର୍ଯ୍ୟ ପୁଲକ l ଲଭି ଏ ଜୀବନେ ଧନ୍ଯ ଧରାଲୋକ ll 1 ପୁଣ୍ୟମୟୀ ପ୍ରୀତି କରୁଣା ନିର୍ଝର l ଐଶ୍ୱର୍ଯ୍ୟ ବିତରେ ପ୍ରାଣେ ନିରନ୍ତର ll 2
ମୋ ଜୀବନ ଜ୍ୟୋତି ଅମିୟ ପ୍ରକାଶ l ସୁଧା ସ୍ନିଗ୍ଧ ପଦ୍ମ ପୁଷ୍ପ ଅଭିଳାଷ ll 3
ଶ୍ୟାମ ହେମପ୍ରଭା ହିରଣ୍ ୟ ମୂରତୀ l ଦିବ୍ୟ ସ୍ଵର୍ଗବାଳା କାଦମ୍ବିନୀ କିର୍ତ୍ତୀ ll 4 ମାନବ ତନୁରେ ସ୍ଵର୍ଗୀୟ ସୃଜନ l ବିଶ୍ଵ ବିମୋହିନୀ ମୋ ପ୍ରାଣ ସ୍ପନ୍ଦନ ll 5
ତୁମ ପଦ୍ମ ପଦେ କରୁଛି ବନ୍ଦନା l ଘେନ ଶୁଦ୍ଧ ପୂତ ପ୍ରାଣ ଅଭ୍ୟର୍ଥନା ll 6 ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
Full poem ଯାରେ ଭାସି ଭାସିଯା (ଛାୟାରେ ରଚିତ)
ଯାରେ ଭାସି ଭାସିଯା ନୀଳମେଘ ମୋ ଭାସିଯା l ଯା ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା l ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା ll (1)
ମୁହଁ ପଖାଳେ ନଈରେ ଆହା ସୀନାନ କରେ ଭାସି l ଆହା ସୀନାନ କରେ ଭାସି l ଗାଧୁଆ ତୁଠେ ମୁହଁକୁ ଘଷେ ଲାଜରେ ହସି ହସି ll (2) ଆହା ଲାଜରେ ହସି ହସି ll
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
(ଝି) ନୀଳ ମେଘ ତୁ ଶୁଣିଯା ସରିନି ମୋର ବର ଖୋଜା l ବାପାଙ୍କ ଲୋଡ଼ା ଚାକିରିଆ ଆଉ ମା ଖୋଜେ ଦୂରଦେଶିଆ ll (2) (ସମସ୍ତେ)
ଯାରେ ଭାସି ଭାସି ଯା l ନୀଳ ମେଘ ମୋ ଭାସିଯା ଆଆଆ…ll
(ପୁ)
କଣ୍ଟିଲୋ ନୀଳମାଧବ କୂଳେ ବସିଛି ସୁନାଗୋରୀ l ଆହା ବସିଛି ସୁନାଗୋରୀ l ନୀଳ ଢେଉରେ ଖେଳୁଛି କଳା ବଉଦ କେଶ ଧରି ll କଳା ବଉଦ କେଶ ଧରି ll (3)
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳ ମେଘ ତୁ ଶୁଣିଯା ପଡିଲା ଯଦି ବାହାଘର କନିଆ ସୁନା ମୂଲ ଅମୂଲ କିଏ କହେ କାଳିକୋତରୀ l (ସମସ୍ତେ)
ଯା ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା ll ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା ll (4)
(ପୁ)
କଜଳକଣା ତୁଠରେ ବସି ନବୀନl ସୁନାଗୋରୀ l ଆହା ନବୀନl ସୁନାଗୋରୀ l ନୀଳ ଦରିଆ ମହାନଦୀକୁ ଦେଖୁଛି ମନଭରି ll ଆହା ଦେଖୁଛି ମନଭରି ll(5)
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳମେଘ ତୁ ଶୁଣିଯା କିଏ ବା ମୋତେ ହବ ବାହା ? ଦେଖିଲେ ଯେତେ ବାଛିଲେ ସେତେ ମୁଁ ପରା କାଳି କନିଆଁ l
ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା ll
ଗଡଗଡିଆ ଘାଟରେ ସତେ କଟକୀ ସୁନା ଝିଅ l ଆହା କଟକୀ ସୁନା ଝିଅ l ଗାଧୁଆ ତୁଠ ଉଛୁଳେ ଦେଖି ପଦୁଁଅ ଫୁଟା ଦିହ l ଆହା ପଦୁଁଅ ଫୁଟା ଦିହ ll (6)
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳମେଘ ତୁ ମାଇଚିଆ, ତୁ ଟା ବଡ ଛତରା l ତୋ ଛାତିରେ ଦରଜ କିଆଁ ପଚାରୁ ଜାଣି ଛୋପରା ll (7)
ନୂଆପଡାରେ ନବୀନା ଗୋରୀ ନାଲି ପଣତ ପାଟ l ଆହା ନାଲି ପଣତ ପାଟ l ସିନ୍ଦୂର ମଖା ସୂରୁଜ ଦେଖି ଚାହିଁଚି ମୋର ବାଟ ll (8)
କହରେ ସୁନା କହରେ କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳମେଘ ତୁ ଶୁଣିଯା କେମିତି କହ ହେବି ବାହା ? ଉଁଆସୀ ଜାଣି ମୋ ହୃଦମଣି କାନ୍ଦୁଛି ଧରି ରାହା ll ଉଁଆସୀ ଜାଣି ମୋ ହୃଦମଣି କାନ୍ଦୁଛି ଧରି ରାହା ll (9)
ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା l ଯା ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା ll ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା l ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା ll (10) ————————– ପ୍ରଣାମ ପ୍ରଣାମ କବି ମହାତ୍ମା ‘ଗୁରୁ ‘ ଧର୍ମାନନ୍ଦ, ଚୌଦ୍ଵାର