ଶବ୍ଦଞ୍ଜଳି - 27 ବ୍ରହ୍ମା ଶବ୍ଦର ପ୍ରତିଶବ୍ଦ
2 ଅକ୍ଷରରେ: ବ୍ରହ୍ମା, ବିଧି, ବିହି, ଶମ୍ଭୁ, ସ୍ରଷ୍ଟା, ହରି ଧାତା, କଞ
3 ଅକ୍ଷରରେ:
ବିଧାତା, ବିରଞ୍ଚି, ବିରିଞ୍ଚି, ପଦ୍ମଭୂ, ଆତ୍ମଭୂ, ସ୍ଵୟଂଭୂ(ବ୍ରହ୍ମା,କନ୍ଦର୍ପ), ଲୋକେଶ, ହେମlଙ୍ଗ ପଦ୍ମଜ, ପଦ୍ମଭୂ
4 ଅକ୍ଷରରେ:
କଞ୍ଜସୁତ, କମଳଜ, ଚତୁର୍ମୁଖ, ସ୍ଵୟଂଭୁବ ହଂସରଥ, ହଂସଧ୍ୱଜ ପିତାମହ, ପ୍ରଜାପତି,
ପରମେଷ୍ଠୀ, ପଦ୍ମଯୋନୀ, ପଦ୍ମଭବ
5 ଅକ୍ଷରରେ: କମଳାସନ, ଚତୁରାନନ, ହସଂବାହନ, ହିରଣ୍ୟଗର୍ଭ ————————— ଶବ୍ଦଗୀତି : ଧାତା, ବିଧାତା, ବିରଞ୍ଚି, ବିରିଞ୍ଚି, ପଦ୍ମଜ, କମଳଜ, ହଂସଧ୍ୱଜ ପଦ୍ମଭୂ, ଆତ୍ମଭୂ, ସ୍ଵୟଂଭୂ ପଦ୍ମଭବ, ସ୍ଵୟଂଭୁବ ହସଂବାହନ, କମଳାସନ,ଚତୁରାନନ —————————– ନବାକ୍ଷରୀ ଛନ୍ଦରେ ବ୍ରହ୍ମା ଶବ୍ଦର ପ୍ରତିଶବ୍ଦ
ବ୍ରହ୍ମା ବିହି ବିଧି ବିଧାତା l ସ୍ରଷ୍ଟା ଶମ୍ଭୁ ସ୍ଵୟଂଭୂ ଧାତା ll 1
କଞ୍ଜ ବିଧି ଧାତା ବିଧାତା l ସ୍ଵୟଂଭୂ ଶମ୍ଭୁ ହରି ଧାତା ll 2
କଞ୍ଜସୁତ କଞ୍ଜ ବିଧାତା l ଶମ୍ଭୁ ସ୍ଵୟଂଭୂ ସ୍ରଷ୍ଟା ଧାତା ll 3
କଞ୍ଜ ବିଧାତା ବିଧି ବିହି l ବ୍ରହ୍ମା ବିରଞ୍ଚି ନାମ ବହି ll 4
ବିରଞ୍ଚି ବ୍ରହ୍ମା ସ୍ଵୟଂଭୁବ l ଧାତା ପଦ୍ମଭୂ ପଦ୍ମଭବ ll 5
ବିରଞ୍ଚି ସ୍ଵୟଂଭୁବ ହରି l ହସଂବାହନ ନାମ ଧରି ll 6
ପଦ୍ମଭୂ ଆତ୍ମଭୂ ପଦ୍ମଜ l ହିରଣ୍ୟଗର୍ଭ କମଳଜ ll 7
ହରି ହେମlଙ୍ଗ ହଂସଧ୍ୱଜ l ହସଂବାହନ କମଳଜ ll 8
ପଦ୍ମଜ ପଦ୍ମଯୋନୀ ହରି l ସ୍ରଷ୍ଟା ସ୍ଵୟଂଭୂ ନାମ ଧରି ll 9
ପଦ୍ମଭୂ ସ୍ଵୟଂଭୂ ପଦ୍ମଜ l ହଂସରଥ ଯେ ହଂସଧ୍ୱଜ ll 10
ଚତୁରାନନ ଚତୁର୍ମୁଖ l ଲୋକେଶ ନାମ ବ୍ରହ୍ମା ଲେଖ ll 11
କଞ୍ଜସୁତ ଯେ କମଳଜ l ହରି ବିରଞ୍ଚି ହଂସଧ୍ୱଜ ll 12
ହେମlଙ୍ଗ ହରି ହଂସଧ୍ୱଜ l ଧାତା ପଦ୍ମଜ କମଳଜ ll 13
ଆତ୍ମଭୂ ପଦ୍ମଭୂ ସ୍ଵୟଂଭୂ l ପଦ୍ମଭୂ ଆତ୍ମଭୂ ପଦ୍ମଭୂ ll 14
ପ୍ରଜାପତି ଯେ ଚତୁର୍ମୁଖ l ହେମlଙ୍ଗ ହରି ନାମ ଲେଖ ll 15
ବିଧାତା ବିରଞ୍ଚି ବିରିଞ୍ଚି l ହେମlଙ୍ଗ ଲୋକେଶ ବିରଞ୍ଚି ll 16
ଚତୁର୍ମୁଖ ଯେ ପଦ୍ମଭବ l ବିରିଞ୍ଚି ବ୍ରହ୍ମା ସ୍ଵୟଂଭୁବ ll 17
ପ୍ରଜାପତି ଯେ ପିତାମହ l ହେମlଙ୍ଗ ବ୍ରହ୍ମା ନାମ କୁହ ll 18
ପରମେଷ୍ଠୀ ଯେ ପିତାମହ l ଚତୁରାନନ ଚାରି ମୁହଁ ll 19
ହିରଣ୍ୟଗର୍ଭ ହଂସଧ୍ୱଜ l ହଂସରଥ ଯେ କମଳଜ ll 20
ସ୍ରଷ୍ଟା ସ୍ଵୟଂଭୂ ଶମ୍ଭୁ ନାମ l ବିରିଞ୍ଚି ଲୋକେଶ ସୁନାମ ll 21
ହିରଣ୍ୟଗର୍ଭ ବିଧି ବିହି l କମଳାସନ ନାମ ବହି ll 22
କମଳାସନ କଞ୍ଜ ହରି l ଚତୁରାନନ ନାମ ଧରି ll 23
କମଳାସନ କମଳଜ l ହରି ହେମlଙ୍ଗ ହଂସଧ୍ୱଜ ll 24
ଧାତା ବିଧାତା ବ୍ରହ୍ମା ନାମ l ହିରଣ୍ୟଗର୍ଭ ଯା ସୁନାମ ll 25 ————————- ସୃଜନ କରୁଣା ଅମୃତ ଅଶୋକ l ଗାନିରତ୍ନ ଗୀତାଞ୍ଜଳି ଶବ୍ଦଲୋକ ll
ପ୍ରଣାମ ପ୍ରଣାମ କବି ମହାତ୍ମା ‘ଗୁରୁ ‘ ଧର୍ମାନନ୍ଦ, ଚୌଦ୍ଵାର
ଶବ୍ଦାଞ୍ଜଳି-28 କନ୍ଦର୍ପ ଶବ୍ଦର ପ୍ରତିଶବ୍ଦ 2 ଅକ୍ଷରରେ: ସ୍ମର, ମାର, ବାମ
3 ଅକ୍ଷରରେ: କନ୍ଦର୍ପ, ଦର୍ପକ ମଦନ, ମନ୍ମଥ, ମନୋଜ, ପୁଷ୍ପେଷୁ, ପ୍ରଦ୍ୟୁମ୍ନ, ଆତ୍ମଭୂ(କନ୍ଦର୍ପ, ବ୍ରହ୍ମl) ଶର୍ଵର, ରୂପାସ୍ତ୍ର, ବିଧାତା(କନ୍ଦର୍ପ, ବ୍ରହ୍ମା)
4 ଅକ୍ଷରରେ:
କାମଦେବ, ମନୋଭବ ମନସିଜ, ମନୋଭବ ରତିପତି, ରଣରଣ ରଣରଣ, ପଞ୍ଚବାଣ ପଞ୍ଚଶର, ପଞ୍ଚବାଣ, ଫୁଲଶର, ପଞ୍ଚଶର ଫୁଲଧନୁ, ପୁଷ୍ପଧନୁ, ପୁଷ୍ପଧନୁ, ପୁଷ୍ପଧନ୍ୱା, ପୁଷ୍ପାୟୁଧ, ପୁଷ୍ପକେତୁ ରତିପତି, ରତିନାଥ ସମ୍ବରାରି, ଶମ୍ବରାରି, ଫୁଲଶର
5 ଅକ୍ଷରରେ:
ମୀନକେତନ, ମୀନଲାଞ୍ଛନ, ମୀନକେତନ, ପୁଷ୍ପ କେତନ ମୀନକେତନ, ଝଷକେତନ, ଝଷ ଅର୍ଥ(ମୀନ) ମକରଧ୍ୱଜ, ମୀନକେତନ ମକର(ମୀନ, ମଗର)
6 ଅକ୍ଷରରେ:
ମକରକେତନ, ବିଷମବିଶିଖ ———————‐——- ସୃଜନ କରୁଣା ଅମୃତ ଅଶୋକ l ବିତରେ ଐଶ୍ୱର୍ଯ୍ୟ ଶବ୍ଦ ସ୍ଵର୍ଗଲୋକ ll
ପ୍ରଣାମ ପ୍ରଣାମ l କବି ମହାତ୍ମା ‘ଗୁରୁ ‘ ଧର୍ମାନନ୍ଦ, ଚୌଦ୍ଵାର ଶବ୍ଦାଞ୍ଜଳି-29 କନ୍ଦର୍ପ ଶବ୍ଦର ପ୍ରତିଶବ୍ଦ 2 ଅକ୍ଷରରେ: ସ୍ମର, ମାର, ବାମ
3 ଅକ୍ଷରରେ: କନ୍ଦର୍ପ, ଦର୍ପକ ମଦନ, ମନ୍ମଥ, ମନୋଜ, ପୁଷ୍ପେଷୁ, ପ୍ରଦ୍ୟୁମ୍ନ, ଆତ୍ମଭୂ(କନ୍ଦର୍ପ, ବ୍ରହ୍ମl) ଶର୍ଵର, ରୂପାସ୍ତ୍ର, ବିଧାତା(କନ୍ଦର୍ପ, ବ୍ରହ୍ମା)
4 ଅକ୍ଷରରେ:
କାମଦେବ, ମନୋଭବ ମନସିଜ, ମନୋଭବ ରତିପତି, ରଣରଣ ରଣରଣ, ପଞ୍ଚବାଣ ପଞ୍ଚଶର, ପଞ୍ଚବାଣ, ଫୁଲଶର, ପଞ୍ଚଶର ଫୁଲଧନୁ, ପୁଷ୍ପଧନୁ, ପୁଷ୍ପଧନୁ, ପୁଷ୍ପଧନ୍ୱା, ପୁଷ୍ପାୟୁଧ, ପୁଷ୍ପକେତୁ ରତିପତି, ରତିନାଥ ସମ୍ବରାରି, ଶମ୍ବରାରି, ଫୁଲଶର
5 ଅକ୍ଷରରେ:
ମୀନକେତନ, ମୀନଲାଞ୍ଛନ, ମୀନକେତନ, ପୁଷ୍ପ କେତନ ମୀନକେତନ, ଝଷକେତନ, ଝଷ ଅର୍ଥ(ମୀନ) ମକରଧ୍ୱଜ, ମୀନକେତନ ମକର(ମୀନ, ମଗର)
6 ଅକ୍ଷରରେ:
ମକରକେତନ, ବିଷମବିଶିଖ ———————‐——- ଶବ୍ଦଗୀତି ସ୍ମର, ମାର, ଶର୍ଵର, ପଞ୍ଚଶର, ଫୁଲଶର
ଫୁଲଧନୁ, ପୁଷ୍ପଧନୁ, ମନୋଜ, ମନସିଜ, ମକରଧ୍ୱଜ ମନ୍ମଥ, ରତିନାଥ
ମଦନ, ମୀନଲାଞ୍ଛନ, ମୀନକେତନ, ପୁଷ୍ପକେତନ ମୀନକେତନ, ଝଷକେତନ, ମକରକେତନ
ରଣରଣ, ପଞ୍ଚବାଣ କାମଦେବ, ମନୋଭବ —————————– ନବାକ୍ଷରୀ ଛନ୍ଦରେ କନ୍ଦର୍ପ ଶବ୍ଦର ପ୍ରତିଶବ୍ଦ
କନ୍ଦର୍ପ ମନ୍ମଥ ମନୋଜ l ସ୍ମର ମନୋଜ ମନସିଜ ll 1
ମାର ସ୍ମର ମକରଧ୍ୱଜ l ନାମ ମନୋଜ ମନସିଜ ll 2
ମକରଧ୍ୱଜ ମନସିଜ l ମକରକେତନ ମନୋଜ ll 3
ମାର ଶର୍ଵର ଫୁଲଶର l ସ୍ମର କନ୍ଦର୍ପ ପଞ୍ଚଶର ll 4
ପଞ୍ଚଶର ଯେ ପଞ୍ଚବାଣ l ରତିନାଥ ଯେ ରଣରଣ ll 5
ବାମ ବିଧାତା ପଞ୍ଚବାଣ l ଝଷକେତନ ରଣରଣ ll 6
ମନୋଜ ମଦନ ମନ୍ମଥ l ରତିପତି ଯେ ରତିନାଥ ll 7
ପୁଷ୍ପକେତନ ପୁଷ୍ପଧନୁ l ପୁଷ୍ପଧନ୍ୱା ଯେ ଫୁଲଧନୁ ll 8
ମୀନକେତନ ମନସିଜ l ମଦନ ମନ୍ମଥ ମନୋଜ ll 9
ପୁଷ୍ପାୟୁଧ ଯେ ପୁଷ୍ପଧନୁ l ସ୍ମର ପୁଷ୍ପେଷୁ ଫୁଲଧନୁ ll 10
ମାର ମଦନ ଫୁଲଶର l ମୀନଲାଞ୍ଛନ ନାମ ସ୍ମର ll 11
ମୀନଲାଞ୍ଛନ ରତିନାଥ l ମକରଧ୍ୱଜ ସେ ମନ୍ମଥ ll 12
କନ୍ଦର୍ପ କାମଦେବ ବାମ l ବିଷମବିଶିଖ ସୁନାମ ll 13
ସ୍ମର ଶର୍ଵର ସମ୍ବରାରି l ମାର ଦର୍ପକ ନାମଧାରୀ ll 14
ମନ୍ମଥ ମାର ମନୋଭବ l ସ୍ମର କନ୍ଦର୍ପ କାମଦେବ ll 15
ବିଧାତା ବିଷମବିଶିଖ l ସ୍ମର ଆତ୍ମଭୂ(କନ୍ଦର୍ପ, ବ୍ରହ୍ମା)ନାମଲେଖ ll16
ରୂପାସ୍ତ୍ର ରତିପତି ସ୍ମର l ମଦନ ମନ୍ମଥ ଶର୍ଵର ll 17
ପୁଷ୍ପେଷୁ ପ୍ରଦ୍ୟୁମ୍ନ ମଦନ l ରୂପାସ୍ତ୍ର ମକରକେତନ ll 18
ବିଧାତା ମଦନ ମନ୍ମଥ l ସ୍ମର ରୂପାସ୍ତ୍ର ରତିନାଥ ll 19
ବିଷମବିଶିଖ ଯା ନାମ l ଦର୍ପକ କନ୍ଦର୍ପ ସୁନାମ ll 20 ————————— ସୃଜନ କରୁଣା ଅମୃତ ଅଶୋକ l ବିତରେ ଐଶ୍ୱର୍ଯ୍ୟ ଶବ୍ଦ ସ୍ଵର୍ଗଲୋକ ll
ପ୍ରଣାମ ପ୍ରଣାମ l କବି ମହାତ୍ମା ‘ଗୁରୁ ‘ ଧର୍ମାନନ୍ଦ, ଚୌଦ୍ଵାର
ସବିତା ସରସ୍ଵତୀ ଶବ୍ଦାଞ୍ଜଳି 30
ଯମ ଶବ୍ଦର ପ୍ରତିଶବ୍ଦ:
2 ଅକ୍ଷରରେ ଯମ, ମୃତ୍ୟୁ, କାଳ ସୌରି ଅର୍ଥ ସୂର୍ଯ୍ୟପୁତ୍ର(ଯମ, ଶନି) ସୌରୀ ଅର୍ଥ ସୂର୍ଯ୍ୟକନ୍ୟା (ଯମୁନା)
3 ଅକ୍ଷରରେ
ଅନ୍ତକ, କୃତାନ୍ତ, ବିଜୟ(ଯମ, ଅର୍ଜୁନ) ଶମନ
4 ଅକ୍ଷରରେ
କାଳାନ୍ତକ, ଦଣ୍ଡପାଣି, ଦଣ୍ଡଧର ଜନ୍ତୁପତି, ଜନ୍ତୁରାଣ ଧର୍ମରାଜ, ଧର୍ମଦେବ ପିତୃପତି, ପ୍ରେତପତି ବୈବସ୍ଵତ(ଯମ, ସୂର୍ଯ୍ୟ),
ମିତ୍ରପୁତ୍ର(ଯମ), ମିତ୍ର (ସୂର୍ଯ୍ୟ, ସାଙ୍ଗ)
5 ଅକ୍ଷରରେ ପରେତ୍-ରାଟ(ଯମ) ପରେତ୍ ଅର୍ଥ ମୃତ, ପ୍ରେତ
6 ଅକ୍ଷରରେ ତପନତନୟ(ସୂର୍ଯ୍ୟପୁତ୍ର, ଯମ)
ଶବ୍ଦଗୀତି
ଅନ୍ତକ, କାଳାନ୍ତକ, ବିଜୟ, ତପନତନୟ ଜନ୍ତୁପତି, ପିତୃପତି, ପ୍ରେତପତି —————————— ନବାକ୍ଷରୀ ଛନ୍ଦରେ ଯମ ଶବ୍ଦର ପ୍ରତିଶବ୍ଦ
ଯମ ମୃତ୍ୟୁ ସୌରି ଅନ୍ତକ l ମୃତ୍ୟୁ ଅନ୍ତକ କାଳାନ୍ତକ ll 1
ସୌରି ଶମନ କାଳାନ୍ତକ l ବିଜୟ କୃତାନ୍ତ ଅନ୍ତକ ll 2
ଅନ୍ତକ କୃତାନ୍ତ ବିଜୟ l ଶମନ ତପନତନୟ ll 3
ସୌରି ଶମନ ମୃତ୍ୟୁ ଯମ l ଅନ୍ତକ କୃତାନ୍ତ ଯା ନାମ ll 4
ଯମ ବିଜୟ ଜନ୍ତୁପତି l ଶମନ ସୌରି ପ୍ରେତପତି ll 5
ଜନ୍ତୁପତି ଯେ ପ୍ରେତପତି l ପ୍ରେତପତି ସେ ପିତୃପତି ll 6
ମିତ୍ରପୁତ୍ର ସେ ମୃତ୍ୟୁ ଯମ l ବୈବସ୍ଵତ ଯାର ସୁନାମ ll 7
ଜନ୍ତୁପତି ସେ ଜନ୍ତୁରାଣ l ମିତ୍ରପୁତ୍ର ସେ ଯମ ଜାଣ ll 8
ମିତ୍ରପୁତ୍ର କୃତାନ୍ତ ଯମ l ତପନତନୟ ସୁନାମ ll 9
ଜନ୍ତୁରାଣ ଯେ ଦଣ୍ଡପାଣି l ଦଣ୍ଡଧର ବିଜୟ ଜାଣି ll 10
ଦଣ୍ଡପାଣି ଯେ ଦଣ୍ଡଧର l ପରେତ୍-ରାଟ ନାମ ଯାର ll 11
ପରେତ୍-ରାଟ ପ୍ରେତପତି l ପିତୃପତି ସେ ଜନ୍ତୁପତି ll 12
ଦଣ୍ଡଧର ଯେ ଦଣ୍ଡପାଣି l ପରେତ୍-ରାଟ କାଳ ଜାଣି ll 13
ବୈବସ୍ଵତ ସେ ଦଣ୍ଡଧର l ଜନ୍ତୁପତି ସେ ନାମ ଯାର ll 14
ସୌରି ଶମନ ଦଣ୍ଡଧର l କାଳ ବିଜୟ ନାମ ଯାର ll 15
ଧର୍ମରାଜ ସେ ଧର୍ମଦେବ l ତପନତନୟ ଜାଣିବ ll 16
ବିଜୟ ବୈବସ୍ଵତ ନାମ l ଅନ୍ତକ କୃତାନ୍ତ ସୁନାମ ll 17
ତପନତନୟ ଅନ୍ତକ l ମିତ୍ରପୁତ୍ର ସେ କାଳାନ୍ତକ ll 18
ଦଣ୍ଡଧର ଯେ ଦଣ୍ଡପାଣି l ଅନ୍ତକ କାଳାନ୍ତକ ଜାଣି ll 19
ବିଜୟ ବୈବସ୍ଵତ ନାମ l ଜନ୍ତୁପତି ଙ୍କ ନାମ ପମ ll 20 —————————- ସୃଜନ କରୁଣା ଅମୃତ ଅଶୋକ l ଗାନିରତ୍ନ ଗୀତାଞ୍ଜଳି ଶବ୍ଦଲୋକ ll ପ୍ରଣାମ ପ୍ରଣାମ l କବି ମହାତ୍ମା ‘ଗୁରୁ ‘ଧର୍ମାନନ୍ଦ, ଚୌଦ୍ଵାର
ସବିତା ସରସ୍ଵତୀ ଶବ୍ଦଞ୍ଜଳି -31
କୃଷ୍ଣ ଶବ୍ଦର ପ୍ରତିଶବ୍ଦ : 2 ଅକ୍ଷରରେ
କାହ୍ନୁ, କୃଷ୍ଣ
3 ଅକ୍ଷରରେ
ଅଚ୍ୟୁତ, କେଶବ, କେଶବ, କଂସାରି, ମୋହନ, ମୁରାରି ଗୋବିନ୍ଦ, ଯାଦବ
4 ଅକ୍ଷରରେ
ଗୋପିନାଥ, ଯଦୁନାଥ ଯଦୁନାଥ, ଯଦୁପତି ପୀତବାସ, ପୀତାମ୍ବର ବଂଶୀଧର, ପୀତାମ୍ବର, ବଂଶୀଧାରୀ, ବଂଶୀଧର ବନମାଳି, ବାସୁଦେବ, ବ୍ରଜବନ୍ଧୁ, ବ୍ରଜରାଜ ମହାବାହୁ, ରସରାଜ,
5 ଅକ୍ଷରରେ
ଗୋକୁଳଚନ୍ଦ୍ର , ନନ୍ଦନନ୍ଦନ ବ୍ରଜମୋହନ, ବ୍ରଜବିହାରୀ ଶ୍ୟାମସୁନ୍ଦର
6 ଅକ୍ଷରରେ
ମଦନମୋହନ ଦେବକୀନନ୍ଦନ
ସୃଜନ କରୁଣା ଅମୃତ ଅଶୋକ l ଗାନିରତ୍ନ ଗୀତାଞ୍ଜଳି ଶବ୍ଦଲୋକ ll ପ୍ରଣାମ ପ୍ରଣାମ l କବି ମହାତ୍ମା ‘ଗୁରୁ ‘ଧର୍ମାନନ୍ଦ, ଚୌଦ୍ଵାର
ସବିତା ସରସ୍ଵତୀ ଶବ୍ଦଞ୍ଜଳି -32
କୃଷ୍ଣ ଶବ୍ଦର ପ୍ରତିଶବ୍ଦ : 2 ଅକ୍ଷରରେ
କାହ୍ନୁ, କୃଷ୍ଣ
3 ଅକ୍ଷରରେ
ଅଚ୍ୟୁତ, କେଶବ, କେଶବ, କଂସାରି, ମୋହନ, ମୁରାରି ଗୋବିନ୍ଦ, ଯାଦବ
4 ଅକ୍ଷରରେ
ଗୋପୀନାଥ, ଯଦୁନାଥ ଯଦୁନାଥ, ଯଦୁପତି ପୀତବାସ, ପୀତାମ୍ବର ବଂଶୀଧର, ପୀତାମ୍ବର, ବଂଶୀଧାରୀ, ବଂଶୀଧର ବନମାଳି, ବାସୁଦେବ, ବ୍ରଜବନ୍ଧୁ, ବ୍ରଜରାଜ ମହାବାହୁ, ରସରାଜ,
5 ଅକ୍ଷରରେ
ଗୋକୁଳଚନ୍ଦ୍ର , ନନ୍ଦନନ୍ଦନ ବ୍ରଜମୋହନ, ବ୍ରଜବିହାରୀ ଶ୍ୟାମସୁନ୍ଦର
6 ଅକ୍ଷରରେ
ମଦନମୋହନ ଦେବକୀନନ୍ଦନ —————————- ଶବ୍ଦଗୀତି -32
କେଶବ, ଯାଦବ, ବାସୁଦେବ କଂସାରି, ମୁରାରି, ବଂଶୀଧାରୀ, ବ୍ରଜବିହାରୀ ବ୍ରଜରାଜ, ରସରାଜ, ବଂଶୀଧର, ପୀତାମ୍ବର, ଶ୍ୟାମସୁନ୍ଦର ଗୋପୀନାଥ, ଯଦୁନାଥ ମୋହନ, ନନ୍ଦନନ୍ଦନ, ବ୍ରଜମୋହନ ମଦନମୋହନ, ଦେବକୀନନ୍ଦନ ——————————- ନବାକ୍ଷରୀ ଛନ୍ଦରେ କୃଷ୍ଣ ଶବ୍ଦର ଶବ୍ଦଗୀତି l
କାହ୍ନୁ କେଶବ ବାସୁଦେବ l ମୋହନ ମୁରାରି ଯାଦବ ll 1
କଂସାରି କେଶବ ମୋହନ l ଗୋବିନ୍ଦ ଦେବକୀନନ୍ଦନ ll 2
କେଶବ କଂସାରି ମୁରାରି l ମୁରାରି ମୋହନ କଂସାରି ll 3
କଂସାରି କାହ୍ନୁ ବାସୁଦେବ l ମୁରାରି କେଶବ ଯାଦବ ll 4
ବ୍ରଜମୋହନ ବ୍ରଜରାଜ l କୃଷ୍ଣ ମୁରାରି ରସରାଜ ll 5
କୃଷ୍ଣ ଗୋବିନ୍ଦ ବଂଶୀଧର l କାହ୍ନୁ କଂସାରି ପୀତାମ୍ବର ll 6
ଦେବକୀନନ୍ଦନ ମୁରାରି l କୃଷ୍ଣ କଂସାରି ନାମ ଧରି ll 7
ବ୍ରଜବିହାରୀ ବଂଶୀଧାରୀ l କୃଷ୍ଣ କେଶବ ନାମଧାରୀ ll 8
ବ୍ରଜବିହାରୀ ବଂଶୀଧାରୀ l ଗୋବିନ୍ଦ ମୋହନ ମୁରାରି ll 9
କୃଷ୍ଣ ମୋହନ ବଂଶୀଧର l କାହ୍ନୁ ଅଚ୍ୟୁତ ପୀତାମ୍ବର ll 10
ପୀତାମ୍ବର ଯେ ବଂଶୀଧର l ବ୍ରଜବନ୍ଧୁ ଶ୍ୟାମସୁନ୍ଦର ll 11
ଶ୍ୟାମସୁନ୍ଦର ବାସୁଦେବ l କଂସାରି କେଶବ ଯାଦବ ll 12
ପୀତବାସ ଯେ ପୀତାମ୍ବର l ବନମାଳି ସେ ବଂଶୀଧର ll 13
ବ୍ରଜମୋହନ ବଂଶୀଧାରୀ l ବ୍ରଜବିହାରୀ ସେ କଂସାରି ll 14
କଂସାରି ମୁରାରି ମୋହନ l ଗୋବିନ୍ଦ ଦେବକୀନନ୍ଦନ ll 15
ମଦନମୋହନ ମୁରାରି l ରସରାଜ ସେ ବଂଶୀଧାରୀ ll 16
ଗୋକୁଳଚନ୍ଦ୍ର ଗୋପୀନାଥ ନନ୍ଦନନ୍ଦନ ଯଦୁନାଥ ll 17
ଯଦୁପତି ସେ ଯଦୁନାଥ l ଗୋକୁଳଚନ୍ଦ୍ର ଗୋପୀନାଥ ll 18
ବ୍ରଜବନ୍ଧୁ ସେ ବ୍ରଜରାଜ l ବ୍ରଜମୋହନ ରସରାଜ ll 19
ବନମାଳି ସେ ବାସୁଦେବ l ଗୋବିନ୍ଦ କେଶବ ଯାଦବ ll 20
ନନ୍ଦନନ୍ଦନ ମହାବାହୁ l ଗୋକୁଳଚନ୍ଦ୍ର କୃଷ୍ଣ କହୁ ll 21 ——————————- ସୃଜନ କରୁଣା ଅମୃତ ଅଶୋକ l ଗାନିରତ୍ନ ଗୀତାଞ୍ଜଳି ଶବ୍ଦଲୋକ ll ପ୍ରଣାମ ପ୍ରଣାମ l କବି ମହାତ୍ମା ‘ଗୁରୁ ‘ଧର୍ମାନନ୍ଦ, ଚୌଦ୍ଵାର
ସବିତା ସରସ୍ଵତୀ ଶବ୍ଦାଞ୍ଜଳି- 33
ବିଷ୍ଣୁ ଶବ୍ଦର ପ୍ରତିଶବ୍ଦ:
, ବିଧୁ, ବିଭୁ, କେଶ
2 ଅକ୍ଷରରେ ବିଷ୍ଣୁ, ଜିଷ୍ଣୁ , ବିଧୁ, ବିଭୁ, କେଶ
3 ଅକ୍ଷରରେ
ମାଧବ, ମୁକୁନ୍ଦ, ମୁକୁନ୍ଦ, ଗୋବିନ୍ଦ କେଶବ, ମାଧବ ସୁରେଶ(ବିଷ୍ଣୁ , ଇନ୍ଦ୍ର), ଦେବେଶ ଅଚ୍ୟୁତ, ଉପେନ୍ଦ୍ର, ଶ୍ରୀପତି, ଶ୍ରୀଧର ଶ୍ରୀଧର, ଶୀଖଣ୍ଡୀ ଦେବେଶ, ଦୈତାରି ବୈକୁଣ୍ଠ , ସ୍ଵୟମ୍ଭୂ
4 ଅକ୍ଷରରେ:
ଗଦାଧର, ଦାମୋଦର, ଦାମୋଦର, ଧରାଧର ଚକ୍ରପାଣି, ଚକ୍ରଧର ନରହରି, ନିରାକାର ଚକ୍ରଧାରୀ, ନରହରି, ଦାମୋଦର, ଦାନବାରି ନୀଳମଣି, ନରହରି ନାରାୟଣ, ନୀଳମଣି ପଦ୍ମନାଭ, ପୁରୁହୁତ ନିିରଞ୍ଜନ, ଜନାର୍ଦ୍ଦନ ଅମ୍ବରୀଷ, ଶ୍ରୀନିବାସ ଅଧୋକ୍ଷଜ, ହୃଷୀକେଶ ତ୍ରିବିକ୍ରମ, ବୃଷାକପି , ଖଣ୍ଡପାଶୁ,
5 ଅକ୍ଷରରେ:
ଗରୁଡ଼ଧ୍ୱଜ ପୁରୁଷୋତ୍ତମ ପୁଣ୍ଡରୀକାକ୍ଷ
6 ଅକ୍ଷରରେ:
ଗରୁଡ଼ବାହାନ ଶ୍ରୀବତ୍ସଲାଞ୍ଛନ ———————————
ଶବ୍ଦଗୀତି :
ବିଷ୍ଣୁ, ଜିଷ୍ଣୁ ,
କେଶ, ସୁରେଶ, ଦେବେଶ, ଶ୍ରୀନିବାସ, ହୃଷୀକେଶ, ଅମ୍ବରୀଷ
କେଶବ, ମାଧବ ମୁକୁନ୍ଦ, ଗୋବିନ୍ଦ
ଶ୍ରୀଧର, ଗଦାଧର,
ଦାମୋଦର, ଧରାଧର ଚକ୍ରଧର, ନିରାକାର
ଦୈତାରି, ଚକ୍ରଧାରୀ, ନରହରି, ଦାନବାରି
ଚକ୍ରପାଣି, ନୀଳମଣି ଅଚ୍ୟୁତ, ପୁରୁହୁତ(ବିଷ୍ଣୁ ) ପୁରୁହୂତ(ଇନ୍ଦ୍ର)
ନିିରଞ୍ଜନ, ଜନାର୍ଦ୍ଦନ ଗରୁଡ଼ବାହାନ, ଶ୍ରୀବତ୍ସଲାଞ୍ଛନ
ଅଧୋକ୍ଷଜ, ଗରୁଡ଼ଧ୍ୱଜ ତ୍ରିବିକ୍ରମ, ପୁରୁଷୋତ୍ତମ
ସୃଜନ କରୁଣା ଅମୃତ ଅଶୋକ l ଗାନିରତ୍ନ ଗୀତାଞ୍ଜଳି ଶବ୍ଦଲୋକ ll ପ୍ରଣାମ ପ୍ରଣାମ କବି ମହାତ୍ମା ‘ଗୁରୁ’ ଧର୍ମାନନ୍ଦ, ଚୌଦ୍ଵାର
ସୃଜନ କରୁଣା ଅମୃତ(ଦେବତା) ଅଶୋକ l ଐଶ୍ୱର୍ଯ୍ୟ ବିତରେ ଶବ୍ଦ ସ୍ଵର୍ଗଲୋକ ll ପ୍ରଣାମ ପ୍ରଣାମ । ଚୌଦ୍ଵାର କଲେଜରେ ମୋର ପ୍ରିୟ ଗୁରୁଦେବ ମହାନ୍ କବି, ଯଶସ୍ୱୀ ଅଧ୍ୟାପକ ଶ୍ରୀଯୁକ୍ତ ଅଶୋକ ମହାନ୍ତି (1982-84) ମତେ ସୃଜନର ବରଦାନ ଦେଇଥିବାରୁ ମୁଁ ତାଙ୍କ ପାଦ ପଦ୍ମରେ ଚିରକାଳ କୃତଜ୍ଞ ଓ ଧନ୍ଯ l ଅତ୍ୟନ୍ତ ଦୁରୂହ କାର୍ଯ୍ୟ, ଓଡ଼ିଆ ଅଭିଧାନର ଶବ୍ଦ ସବୁକୁ ବାଛି ଗୀତିମୟ ଛନ୍ଦରେ ଲେଖିବା ସହିତ, ପ୍ରତିଶବ୍ଦକୁ ନବାକ୍ଷରୀ ଛନ୍ଦରେ ଲେଖୁଥିବାର ଦେଖି, ମୋର ସୃଜନ କରିସ୍ମlରେ ବିସ୍ମିତ ଓ ବିହ୍ଵଳ ହୋଇ ସେ 5.9.2023 ଦିନ ପବିତ୍ର ଗୁରୁଦିବସରେ ମତେ ସାରସ୍ଵତ ସମ୍ମାନ ‘ଗୁରୁ’ ଉପାଧିରେ ଆଶିର୍ବାଦ ଦେଇଥିବାରୁ ମୁଁ ଆଶ୍ଚର୍ଯ୍ୟାନ୍ବିତ, ଅଭିଭୂତ, ଆନନ୍ଦ-ଅଶ୍ରୁ ଗଦ୍ ଗଦ୍ l ଜଣେ ମହାନ୍ ଗୁରୁ ଦେବତା ହିଁ ତାଙ୍କ ଜୀବଦ୍ଦଶାରେ କେବେକେବେ ପ୍ରିୟ ଛାତ୍ରର ଚିରନ୍ତନ ସୃଜନ କୃତିତ୍ଵରେ ତାଙ୍କ ଐଶୀ ଆଶିର୍ବାଦର ଆଲୋକଗଙ୍ଗାକୁ ଅବଲୋକନ କରି ଏମିତି ବିରଳ ବିଶ୍ବ ବନ୍ଦନୀୟ ‘ଗୁରୁ’ ସମ୍ମାନ ଦେଇ ଇଶ୍ୱରଙ୍କୁ ପ୍ରଣାମ ନିବେଦନ କରିଥାନ୍ତି l ତାଙ୍କ ଅନ୍ତରରୁ ଝରିଥିବା ଗୁରୁକୃପା କୃପାଞ୍ଜଳି ମହାଆନନ୍ଦ ଐଶ୍ୱର୍ଯ୍ୟ ଶବ୍ଦ ଏ, କୃପା କରୁଣାର କ୍ଷୀରାବ୍ଧି ଏ, ତାର ତୁଳନା ନାହିଁ l
“ଗୁରୁଦିବସର ଏହି ପବିତ୍ର ତିଥିରେ ଆପଣଙ୍କ ଭଳି ଜଣେ ମହାନ ଗୁରୁଙ୍କୁ ସ୍ମରଣ କରି ଆପଣଙ୍କ ପ୍ରତି କୃତଜ୍ଞତାର ପର୍ବ ପାଳୁଛି l ଆପଣଙ୍କୁ ଈଶ୍ୱର ଦେହ ମନରେ ଭଲ ରଖନ୍ତୁ ତାଙ୍କ ନିକଟରେ ଏତିକି ପ୍ରାର୍ଥନା l ଅଶୋକ ସାର”
ତାଙ୍କପରି ଶବ୍ଦସଙ୍ଗୀତର ଚିର ଉତ୍ସବମୁଖର ସୃଜନବନ୍ଦିତ କବି ମହାତ୍ମାଙ୍କୁ ମୁଁ ଗୁରୁ ଭାବରେ ପାଇ ଧନ୍ଯ ଓ ମୋର ଜୀବନ ସାର୍ଥକ ଧରାବତରଣ କରି, ମହାପୁଣ୍ୟ ଭୂମି ଭାରତରେ, ପବିତ୍ର ଉତ୍କଳରେ, ପୁରୀର ଜାହାଙ୍ଗୀର ପାଟଣା ଗ୍ରାମରେ l ପ୍ରଣାମ ପ୍ରଣାମ
କବି ମହାତ୍ମା ‘ଗୁରୁ’ ଧର୍ମାନନ୍ଦ, ଚୌଦ୍ଵାର
ଯାରେ ଭାସି ଭାସିଯା (ଛାୟାରେ ରଚିତ)
ଯାରେ ଭାସି ଭାସିଯା ନୀଳମେଘ ମୋ ଭାସିଯା l ଯା ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା l ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା ll (1)
ମୁହଁ ପଖାଳେ ନଈରେ ଆହା ସୀନାମ କରେ ଭାସି l ଆହା ସୀନାମ କରେ ଭାସି l ଗାଧୁଆ ତୁଠେ ମୁହଁକୁ ଘଷେ ଲାଜରେ ହସି ହସି ll (2) ଆହା ଲାଜରେ ହସି ହସି ll
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
(ଝି) ନୀଳ ମେଘ ତୁ ଶୁଣିଯା ସରିନି ମୋର ବର ଖୋଜା l ବାପାଙ୍କ ଲୋଡ଼ା ଚାକିରିଆ ଆଉ ମା ଖୋଜେ ଦୂରଦେଶିଆ ll (2) (ସମସ୍ତେ)
ଯାରେ ଭାସି ଭାସି ଯା l ନୀଳ ମେଘ ମୋ ଭାସିଯା ଆଆଆ…ll
(ପୁ)
କଣ୍ଟିଲୋ ନୀଳମାଧବ କୂଳେ ବସିଛି ସୁନାଗୋରୀ l ଆହା ବସିଛି ସୁନାଗୋରୀ l ନୀଳ ଢେଉରେ ଖେଳୁଛି କଳା ବଉଦ କେଶ ଧରି ll କଳା ବଉଦ କେଶ ଧରି ll (3)
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳ ମେଘ ତୁ ଶୁଣିଯା ପଡିଲା ଯଦି ବାହାଘର କନିଆ ସୁନା ମୂଲ ଅମୂଲ କିଏ କହେ କାଳିକୋତରୀ l (ସମସ୍ତେ)
ଯା ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା ll ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା ll (4)
(ପୁ)
କଜଳକଣା ତୁଠରେ ବସି ନବୀନl ସୁନାଗୋରୀ l ଆହା ନବୀନl ସୁନାଗୋରୀ l ନୀଳ ଦରିଆ ମହାନଦୀକୁ ଦେଖୁଛି ମନଭରି ll ଆହା ଦେଖୁଛି ମନଭରି ll(5)
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳମେଘ ତୁ ଶୁଣିଯା କିଏ ବା ମୋତେ ହବ ବାହା ? ଦେଖିଲେ ଯେତେ ବାଛିଲେ ସେତେ ମୁଁ ପରା କାଳି କନିଆଁ l
ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା ll
ଗଡଗଡିଆ ଘାଟରେ ସତେ କଟକୀ ସୁନା ଝିଅ l ଆହା କଟକୀ ସୁନା ଝିଅ l ଗାଧୁଆ ତୁଠ ଉଛୁଳେ ଦେଖି ପଦୁଁଅ ଫୁଟା ଦିହ l ଆହା ପଦୁଁଅ ଫୁଟା ଦିହ ll (6)
କହରେ… ସୁନା… କହରେ… କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳମେଘ ତୁ ମାଇଚିଆ, ତୁ ଟା ବଡ ଛତରା l ତୋ ଛାତିରେ ଦରଜ କିଆଁ ପଚାରୁ ଜାଣି ଛୋପରା ll (7)
ନୂଆପଡାରେ ନବୀନା ଗୋରୀ ନାଲି ପଣତ ପାଟ l ଆହା ନାଲି ପଣତ ପାଟ l ସିନ୍ଦୂର ମଖା ସୂରୁଜ ଦେଖି ଚାହିଁଚି ମୋର ବାଟ ll (8)
କହରେ ସୁନା କହରେ କେଉଁ ଦୂର ଦେଶେ ତୋ ବାପା ମା ତତେ ଏ ଯାଏଁ ଦେଲେନି ବାହା ?l
ନୀଳମେଘ ତୁ ଶୁଣିଯା କେମିତି କହ ହେବି ବାହା ? ଉଁଆସୀ ଜାଣି ମୋ ହୃଦମଣି କାନ୍ଦୁଛି ଧରି ରାହା ll ଉଁଆସୀ ଜାଣି ମୋ ହୃଦମଣି କାନ୍ଦୁଛି ଧରି ରାହା ll (9)
ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା l ଯା ଯାରେ ଭାସି ଭାସିଯା l ନୀଳ ମେଘ ମୋ ଭାସିଯା ll ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା l ମହାନଦୀର ନୀଳ ଢେଉରେ ସୁନା ଗୋରୀ ମୋ ଦେଖିଯା ll (10) ————————– ପ୍ରଣାମ ପ୍ରଣାମ କବି ମହାତ୍ମା ‘ଗୁରୁ ‘ ଧର୍ମାନନ୍ଦ, ଚୌଦ୍ଵାର
ଜାହ୍ନବୀ - 1
ତୁମ ଦିବ୍ୟ ରୂପ ଐଶ୍ୱର୍ଯ୍ୟ ପୁଲକ l ଲଭି ଏ ଜୀବନେ ଧନ୍ଯ ଧରାଲୋକ ll 1 ପୁଣ୍ୟମୟୀ ପ୍ରୀତି କରୁଣା ନିର୍ଝର l ଐଶ୍ୱର୍ଯ୍ୟ ବିତରେ ପ୍ରାଣେ ନିରନ୍ତର ll 2
ମୋ ଜୀବନ ଜ୍ୟୋତି ଅମିୟ ପ୍ରକାଶ l ସୁଧା ସ୍ନିଗ୍ଧ ପଦ୍ମ ପୁଷ୍ପ ଅଭିଳାଷ ll 3
ଶ୍ୟାମ ହେମପ୍ରଭା ହିରଣ୍ ୟ ମୂରତୀ l ଦିବ୍ୟ ସ୍ଵର୍ଗବାଳା କାଦମ୍ବିନୀ କିର୍ତ୍ତୀ ll 4 ମାନବ ତନୁରେ ସ୍ଵର୍ଗୀୟ ସୃଜନ l ବିଶ୍ଵ ବିମୋହିନୀ ମୋ ପ୍ରାଣ ସ୍ପନ୍ଦନ ll 5
ତୁମ ପଦ୍ମ ପଦେ କରୁଛି ବନ୍ଦନା l ଘେନ ଶୁଦ୍ଧ ପୂତ ପ୍ରାଣ ଅଭ୍ୟର୍ଥନା ll 6 ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଜାହ୍ନବୀ-2 ଶୁଚୀସ୍ମିତ ଶୁଭ୍ର ଧାରା କଲ୍ଲୋଳିତ l ଝରୁଛି ନିସର୍ଗ ନିର୍ଝର ସଙ୍ଗୀତ ll 1 ସ୍ଵର୍ଗ ମନ୍ଦାକିନୀ ସ୍ଵର୍ଗ ପାରିଜାତ l ଝରି କି ପଡୁଛି କୋଳେ ଅବିରତ ll 2 ରଜକ ହୀରକ ଶୁଭ୍ରାଂଶୁ ସୁନୀଳ l ଆନନ୍ଦ ଉନ୍ମନା ଦିବ୍ୟ ଢଳଢଳ ll 3 ତୁଷାର ଆବୃତ୍ତ ନନ୍ଦିନୀ ପ୍ରକୃତି l ସୁଷମା ଭାସ୍ଵର ଦିବ୍ୟ କଳାକୃତି ll 4 ଶ୍ଵେତପଦ୍ମ ପରି ଦୃଶ୍ୟ ଧରା କୋଳ l ଭୂଧର ଅମ୍ବର ଫେନିଳ ସୁନୀଳ ll 5 ସୁଷମା ସମୁଦ୍ର ସ୍ଵତଃ ଉଦ୍ଭାସିତ l ପ୍ରକୃତି ସୁନ୍ଦରୀ ଅପୂର୍ବ ପ୍ରତୀତ ll 6
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର ଜାହ୍ନବୀ-3
ତମେ ଅମୃତ ଶୀତଳ ପୁଣ୍ୟ ଧାରା l ତମେ ପ୍ରାଣ ବନ୍ଧୁ ସିନ୍ଧୁ ବସୁନ୍ଧରା ll 1
ତମେ ଜଗତ କଲ୍ୟାଣୀ ତରଙ୍ଗିଣୀ l ତମେ ଆଶୁତୋଷ(ଶିବ) ପ୍ରିୟ ମଥାମଣି ll 2
ତମେ ପୁଣ୍ୟ ପୂତଃ ପ୍ରାତ ପୌରନ୍ଦରୀ(ପୂର୍ବଦିଗ) l ତମେ ମଙ୍ଗଳ ଉଷାର ଅପ୍ ସରୀ ll 3
ତମେ ପୀୟୂଷ ପ୍ରଦାହ ପଙ୍କଜିନୀ l ତମେ କଲ୍ୟାଣୀ ସବିତା ସୌଦାମିନୀ ll 4
ତମେ ତରଳ ଜୋଛନା ସୁଧା ବାରି l ତମେ ସୋରିଷ କ୍ଷେତର ସୁନା ଗୋରୀ ll 5
ତମେ ଜ୍ୟୋତ୍ସ୍ନା ବିରହିଣୀ କଦମ୍ବିନୀ(ମେଘ) l ତମେ ଆଶା ପ୍ରୀତି ପୁଣ୍ୟ ତପସ୍ଵିନୀ ll 6 ——————————————–
ପ୍ରଣାମ ପ୍ରଣାମ l କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ନୂତନ ଶବ୍ଦରେ, ଛାୟା କବିତା “ନିଦ ଭରା ରାତି” (1) ଏଇ ଜହ୍ନ ରାତି, ମଧୁ ଝରା ତାତି ତଟିନୀ ମୁଁ ଭଲ ଲାଗେନା l ତୁମ ବିନା ସାଥୀ ଝୁରି ମରେ ନିତି ଏକା ଏକା ଭଲ ଲାଗେନା, ଭଲ ଲାଗେନା l
(2) ଦୂରେ ଆକାଶରେ ଭିଜି ଜୋଛନାରେ ବିରହିଣୀ ଝୁରେ ମଧୁ ସ୍ମୃତି ଘାରେ ସେଇ ସ୍ମୃତି ଆଜି ଜୋଛନାରେ ଖୋଜି ଖୋଜେ ମୁଁ ତୁମକୁ ସତେ ଗଲ ହଜି ଭାସି ଗଲ ଦୂରେ ଚାହିଁଲ ତ ନାହିଁ କାଦମ୍ବିନୀ(ମେଘ) ମନ ବୁଝେନା କାଦମ୍ବିନୀ ମନ ବୁଝେନା
(3)
ତୁମେ ନୀଳ ସ୍ଵପ୍ନ ମୁଁ ଯେ ନୀଳ କଇଁ ଆସ ଥରେ ସାଥୀ ମତେ ଛୁଇଁ ଛୁଇଁ ପାସେ ଥିଲେ ମୋର କହି ପାରେ ନାହିଁ ଗଲେ ଦୂରେ ମନ ଝୁରେ ତୁମ ପାଇଁ ଧରା ଦେଲେ ସତେ ଛାଡି ଯିବି ହେଲେ ଲାଜେ ସିନା କହି ପାରେନା ଲାଜେ ସିନା କହି ପାରେନା ll
(4) ଏଇ ଜହ୍ନ ରାତି, ମଧୁ ଝରା ତାତି ତଟିନୀ ମୁଁ ଭଲ ଲାଗେନା l ତୁମ ବିନା ସାଥୀ ଝୁରି ମରେ ନିତି ଏକା ଏକା ଭଲ ଲାଗେନା, ଭଲ ଲାଗେନା ଭଲ ଲାଗେନା, ଭଲ ଲାଗେନା ll
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର, 13.11.23
ଜାହ୍ନବୀ-4
ନୀଳ ନୟନାର ନୀଳ ସ୍ଵପ୍ନ ତୁମେ l ତନ୍ଦ୍ରା ବିଜଡିତ ଚନ୍ଦ୍ରାଲୋକ ତୁମେ ll 1
ଚିନ୍ମୟୀ ପ୍ରକୃତି ତନ୍ମୟତା ତୁମେ l ପ୍ରାଣ ପ୍ରୀତିଲଗ୍ନା ଆହ୍ଲାଦିନୀ ତୁମେ ll 2
ଚିର ବସନ୍ତର ବର୍ଣ୍ଣୋତ୍ସବ ତୁମେ l ମଳୟ ମଞ୍ଜରୀ ମଧୁପୁଷ୍ପ ତୁମେ ll 3
ନୀଳସ୍ଵର୍ଗ କୋଳେ କାବ୍ୟତାରା ତୁମେ l ମାଟିର କବିତା କାଦମ୍ବରୀ(ମଦ୍ୟ) ତୁମେ ll 4
ଉଦୟ ଉଷାର ସ୍ଵର୍ଣ୍ଣପ୍ରଭା ତୁମେ l ଧରିତ୍ରୀ ବଦନେ ଚନ୍ଦ୍ରୋଦୟ ତୁମେ ll 5
ତମାଳ ନୀଳିମ ନୀଳାମ୍ବର ତୁମେ l ତୁମେ ନୀଳପରୀ ନୀଳୋତ୍ପଳ(ନୀଳପଦ୍ମ) ତୁମେ ll 6
ଜୋଛନା ନଦୀର ବେଳାଭୂମି ତୁମେ l ଚିରସ୍ରୋତା ଆଶା ଅରୁଣିମା ତୁମେ ll 7
ଆନନ୍ଦ ପ୍ରୀତିର ଗନ୍ତାଘର ତୁମେ l ଭୂସ୍ଵର୍ଗ ସୁନ୍ଦରୀ ବନ ଭୂମି ତୁମେ ll 8
ମହାନଦୀ କୋଳେ ମନ୍ଦାକିନୀ ତୁମେ l ଶାରଦ ଚନ୍ଦ୍ରମା ବନ ଜ୍ୟୋତ୍ସ୍ନା ତୁମେ ll 9
ହିମାଳୟ ପ୍ରିୟ ହେମାଙ୍ଗିନୀ ତୁୁମେ l ଉଦ୍ଗମ ଗଙ୍ଗୋତ୍ରୀ ପୁଣ୍ୟ ଗଙ୍ଗା ତୁମେ ll 10 ——————————————–
ପ୍ରଣାମ ପ୍ରଣାମ l କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର