ନବରବି ନବରଙ୍ଗ ଆମେ ତ ସ୍ଵାଧୀନ ଦେଶର ପିଲାରେ l ଆମ ପରି କିଏ ଅଛିରେ ?ll ଘରେଘରେ ଜଳେ ଦେଖ ଶିକ୍ଷା ଜ୍ୟୋତି l ଓଡ଼ିଆ ଜାତିର ବିଜୟ କୀରତି ll

ଗାଁ ଗାଁରେ ସ୍କୁଲ l 2 କିଲୋମିଟର ମଧ୍ୟରେ ସରକାରୀ ଓ ପ୍ରାଇଭେଟ ହାଇସ୍କୁଲ l ପ୍ରାୟ 12 କିଲୋମିଟର ମଧ୍ୟରେ ପ୍ରାଇଭେଟ କଲେଜ, ସହରରେ ସରକାରୀ କଲେଜ l ଅଳ୍ପ ସରକାରୀ କଲେଜ ଅଥଚ ବହୁ ପ୍ରାଇଭେଟ କଲେଜରେ ଶିକ୍ଷା ଜ୍ୟୋତି ର ଆଲୋକରେ ଚତୁର୍ଦିଗ ଆଲୋକିତ ହେଉଥାଏ l ଶିକ୍ଷା ମହିମା କଥା ନଜାଣେ ? ଭଲ ପାଠ ପଢିଲେ ତ ଦେଶ ଗଢ଼ିବୁ, ଜାତିର ଟେକ ରଖିବୁ, ସାରା ବିଶ୍ୱରେ ନାଁ ରଖିବୁ l ସେ କାଳରେ ଉଚ୍ଚଶିକ୍ଷା ଲାଗି ମହାତ୍ମା ଙ୍କ ପରି ଧନଶାଳୀ ଲୋକେ ବିଦେଶ ଯାଉଥିଲେ ତେର ନଈ ସାତ ଦରିଆ ଜାହାଜରେ ପାରି ହୋଇ l ଆମେ ଗରିବ, ଆମ ରାଜ୍ଯ ଗରିବ, ଦେଶ ଗରିବ l ତେଣୁ ଆମେ ଘର ପାଖରେ ପଢିବା ଲାଗି ହାଇସ୍କୁଲ, କଲେଜ ସବୁ ଗଢି ଉଠିଛି l ଗୋଟିଏ ମହାନ୍ ଲକ୍ଷ ଆମେ କେମିତି ସମସ୍ତେ ଉଚ୍ଚ ଶିକ୍ଷିତ ହେବୁ l ଜ୍ଞାନ ବଳରେ ଉନ୍ନତି କରିବୁ l ଉନ୍ନତ ଦେଶ ଆମେରିକା ଓ ଇଂଲଣ୍ଡ ସହିତ ସମକକ୍ଷ ହେବୁ l ସମକକ୍ଷ ହେବୁ କଣ ସେମାନଙ୍କୁ ସବୁ କ୍ଷେତରେ ଟପି ଯିବୁ l

   କିନ୍ତୁ ଏ କଣ କଲେଜରେ IA ପରୀକ୍ଷାରେ Arts ରେ 80% ନବ ଯୁବକ ଯୁବତୀ ଫେଲ l ଅନେକ କଲେଜରେ ଶୂନ୍ୟ ପାସ ଅର୍ଥାତ୍ ସମସ୍ତେ ଫେଲ l ତାହାଲେ ଏ କଲେଜରେ  ପଢି ଫେଲ ହେବାକୁ କଣ ପିଲାମାନେ ଗାଁ ଗଣ୍ଡାରୁ ଆସିଥିଲେ ସ୍ଵାଧୀନ ଦେଶରେ ସୁନା ଫଳାଇବାର ସ୍ଵପ୍ନଦେଖି ? ଯୌବନରେ ପାଦ ଦେଇ ତରୁଣୀ ତରୁଣମାନେ କି ଆନନ୍ଦ ମନରେ ପ୍ରାଇଭେଟ କଲେଜରେ ପାଦ ଦେଇଥିଲେ କାରଣ ସେମାନେ ଶୁଣିଥିଲେ କଲେଜ ଗଲେ ନଲେଜ ବଢିବ l

  ପ୍ରଥମରୁ ଏକାଦଶ ଶ୍ରେଣୀ ଯାଏ ପାଠ ପଢି ଦୀର୍ଘ 16 ବର୍ଷରେ କେଉଁ ନଲେଜ ବାକି ଥିଲା ସେମାନେ ଆଜି ନଲେଜ ବଢିବାକୁ ଏଠାକୁ ଆସିଛନ୍ତି l ଦୀର୍ଘ ଦୁଇ ବର୍ଷ ପରେ କଣ ହେଲା ଯେ ଶାଗ ପଟାଳି ଗାଇ ଖାଇଗଲା ପରି ସବୁ ପିଲା ଫେଲ l ପୁଣି କେଉଁ କଲେଜରେ ନିମିତ୍ତ ଛାତ୍ର ଭାଗ୍ୟ ବଳରେ ପାସ କରିଛନ୍ତି ପୁଣି 3rd division ରେ ? ଏ ପ୍ରଶ୍ନର ଉତ୍ତର ମୁଁ ଖୋଜୁଛି ମୋ ବିଦ୍ୟା ବୁଦ୍ଧିରେ l ଏହାର ପ୍ରକୃତ କାରଣ କଣ ? ଏଥିପାଇଁ କିଏ ଦାୟୀ ? ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ କଣ ସବୁ କରାଯିବା ଉଚିତ l

 ପ୍ରାଇଭେଟ କଲେଜରେ ଅନେକ ପିଲା ଗାଁରୁ 3rd division,  2nd division ପାଇ ପଢିଥାନ୍ତି l ସେମାନେ ବହୁ କଷ୍ଟରେ ପ୍ରଶ୍ନ ଉତ୍ତର ଘୋଷି କୌଣସି ମତେ ମାଟ୍ରିକ  ପାସ କରିଛନ୍ତି l କଲେଜରେ ଦଳ ଦଳ ପିଲା,  ହୋହାଲ୍ଲା ଘୋଘୋ l English ରେ lecture ଶୁଣି କଣ ବୁଝିବେ ? କଣ ଲେଖିବେ ପୁଣି ବିନା ବହିପତ୍ରରେ ? ଗୋଟିଏ ଦୁଇଟି class ପରେ ଗୋଟେ period ବିଶ୍ରାମ l କେଉଁଠି ବିଶ୍ରାମଗୃହ ନଥିବାରୁ ଚାରିଆଡ଼େ ଦଳଦଳ ହୋଇ ଛିଡ଼ା ହୋଇଥାନ୍ତି l କିଏ ଗଛ ମୂଳରେ,  କିଏ ଘାସ ପଡିଆରେ,  କିଏ ଲାଇବ୍ରେରୀରେ, କିଏ ଅଫିସ ବାରଣ୍ଡାରେ l 

 ନବ ଯୁବତୀମାନେ ନବ ବସନ୍ତ ଆଗମନରେ ବନଭୂମିର ସବୁଜ ମାୟା ପରି, ବିବିଧ ବର୍ଣ୍ଣର କୁସୁମ ସୁବାସ ପରି, ସୌନ୍ଦର୍ଯ୍ୟ ଓ ଆନନ୍ଦର ଲହରୀ ମାଳ ପରି, ଘୂରି ବୁଲୁଥିଲେ l ସେମାନଙ୍କୁ ସତୃଷ୍ଣ ନୟନରେ  ଦେଖିଲେ, ମରୁଭୂମିର ମାଟି, ଆକାଶ ହଠାତ୍ ମେଘ ଦେଖି ଉତ଼୍ଫୁଲ୍ଲିତ ହେଲାପରି, ପ୍ରତ୍ୟେକ ତରୁଣ ପ୍ରାଣରେ ସ୍ଵର୍ଗ ରାଜ୍ୟର ଆନନ୍ଦ ଖେଳିଯାଏ l ସ୍କୁଲରେ ଡବଲ ବେଣୀର ମାୟା ଭୁଲି ତରୁଣୀ ମାନେ ଖୁବ ସୁନ୍ଦର ଭାବରେ ସଜେଇ ହୋଇ ଆସିଥାନ୍ତି l ଉଦୟ ଚନ୍ଦ୍ରମାର ରୂପ ଯଶ ପରି ସେମାନଙ୍କର ନୟନ ବଦନ ଉଦ୍ଭାସିତ ଦିଶୁଥାଏ, ସବୁ ଋତୁରେ ଫୁଟୁଥିବା ଶୁଭ୍ର ସତେଜ, ନିର୍ମଳ କୋମଳ, ଟଗର ଫୁଲଭଳି l ମଥାରେ ଟିକିଲି, ମୁହଁରେ ସ୍ନୋ ପାଉଡର, ଓଠରେ lipstick,  କୃଷ୍ଣ ଗୋଲାପ ମାଳା ପରି ଆକର୍ଷଣୀୟ, ଦୋଳlୟମlନ ସୁନ୍ଦର କେଶରାଶି, ସୁନ୍ଦର ବେଶ ଭୂଷl ସାଙ୍ଗକୁ ତନୁଶ୍ରୀ ବିଭବକୁ ଲୁଚାଇ ରଖିଲା ପରି ସାଲୱାର ଓଢ଼ଣୀ ନବଯୁଗର ଦେବୀପରି, ଦେବlଙ୍ଗନା ପରି ଆନନ୍ଦ ଢଳଢଳ, ଉଜ୍ଜ୍ଵଳ, ଅମୃତମୟ ଦିଶୁଥିଲେ l ସମସ୍ତେ ନାନା ଗପରେ ଆନନ୍ଦରେ ନିମଜ୍ଜିତ l ପରୀକ୍ଷା ଚିନ୍ତା, ଭଲ ପାଠ ପଢିବାର ଚିନ୍ତାରେ କେହି ଚିନ୍ତିତ ଥିଲା ପରି  ଲାଗନ୍ତି ନାହିଁ l 

ବୈଦ୍ଯ ରୋଗୀ ଦେଖି ନାଡ଼ି ଚିପି ରୋଗର ଲକ୍ଷଣ ଚିହ୍ନି ଔଷଧ ଦେଲା ପରି ସିନା ପାଠରେ ଦୁର୍ବଳ,  ମନେ ରଖିବା କିମ୍ବା ନିଜ ମନରୁ ଭାବି କିଛି ଲେଖିବାରେ ଦୁର୍ବଳ 3rd  division, 2nd division ପିଲାମାନଙ୍କୁ ଇଂରାଜୀ ପରିବର୍ତ୍ତେ ଓଡ଼ିଆରେ ସବୁ ବିଷୟ ରାଜନୀତି,  ଇତିହାସ, ଅର୍ଥନୀତି, logic ବିଷୟ ପଢାଇବା କଥା l ସବୁ ବିଷୟର ପ୍ରଶ୍ନ ଉତ୍ତର sir ଲେଖି ପିଲାଙ୍କୁ ଦେବେ l ପିଲାମାନେ  ତିନି ଥର ଦେଖିକି ଲେଖିଲେ,ତାର କପି କଲେ, ପରୀକ୍ଷାରେ ନିଶ୍ଚୟ ଭଲ ଲେଖି ପାରନ୍ତେ l ଭଲ ନମ୍ବର ରଖି ପରୀକ୍ଷାରେ ପାସ କରନ୍ତେ l ଏତେ ସଂଖ୍ୟାରେ ଫେଲ ହୁଅନ୍ତେ ନାହିଁ l ପରୀକ୍ଷା ଅର୍ଥ ଉତ୍ତର ଲେଖିବାକୁ ପଡିବ l ତେଣୁ ଦେଖିକରି ଲେଖିବା ଅଭ୍ୟାସ ଅତି ଗୁରୁତ୍ୱପୂର୍ଣ୍ଣ l କପି କରିବାର ଅଭ୍ୟାସ ବରଦାନ l 

 କଥାରେ କହିଚି, "ଦେଖା ଶିଖା ଓଡିଶା " l ଦେଖିକି ଶିଖିବାର କଳାରେ ସଫଳତା ପରି ଦେଖିକି ଲେଖିବା କଳା ବରଦାନ ଅଟେ l କପି କରିବା ବିଦ୍ୟାରେ ଆଜି ଚୀନ ଲୋକମାନେ ପୃଥିବୀ ପ୍ରସିଦ୍ଧ ହୋଇଛନ୍ତି l ବହୁ ଉନ୍ନତ ଦେଶ ଆମେରିକାକୁ ଜ୍ଞାନ ବଳରେ ଚ୍ୟାଲେଞ୍ଜ କରୁଛନ୍ତି l ବହି ଜ୍ଞାନ ମାନେ କପି l ବହିରୁ ପଢିବା କପି,  ବହି ଦେଖି ପଢାଇବା କପି, ଘରେ ପାଠ ପଢିଥିବା ଲୋକମାନେ ବତାଇଦେବl ମଧ୍ଯ କପି l

  କାରଣ ମନରୁ ଭାବି ଲେଖିବା ଏତେ ସହଜ ନୁହଁ l ଏଥିପାଇଁ ବହୁତ ପଢିବା ସହିତ ସୃଜନ ଶକ୍ତିର ବିକାଶ ଲୋଡ଼ା l

1947 ଅଗଷ୍ଟ 15 ରୁ 1984 ମସିହା, ଦେଶ ସ୍ୱାଧୀନ ହେବାର ତିନି ଦଶନ୍ଧି ଅତିକ୍ରମ କଲାଣି l ସୃଜନ ଶକ୍ତିର ବିକାଶ ଲାଗି ଶବ୍ଦ ସାଧନା ଗୋଟେ ବରଦାନ l ଏବେ ସରକାର ମାତୃଭାଷା ରେ OAS ଓ IAS ପରୀକ୍ଷା ପାଇଁ ଘୋଷାଣ କଲେଣି l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/9/2022, 9:44 AM] Raj Kishore Sahoo: Unprecedented rain started after traveling 12 kms in Sariska and see pug mark of a tiger, when searched for the tiger, suddenly heavy rain started, All Gypsy and trucks are open for safari so 100 children and 50 personnel returned back, Now we see Palace of Alwar, and museum, Rain is increasing, [10/9/2022, 1:46 PM] Raj Kishore Sahoo: ବନଭୂମିର ଦେଶ, ନଦ ନଦୀର ଦେଶ, ପାହାଡ଼ ପର୍ବତର ଦେଶ, ମାଳଭୂମି ମରୁଭୂମିର ଦେଶ, ସବୁଠାରୁ ସୁନ୍ଦର ଦେଶ ଆମର ଦେଶ, ମାତୃଭୂମି ଭାରତ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର l ତାର ସବୁଜ ମାୟାରେ ଯିଏ ବିଭୋର ହୋଇଛି, ତାର ନୀଳ ସ୍ଵର୍ଗର ନୀଳ ଲାବଣ୍ୟରେ ଯିଏ ଉଦ୍ଭାସିତ ହୋଇଛି, ତାର ଶ୍ୟାମ ହେମ ସ୍ଵର୍ଣ୍ଣିମ ଶସ୍ୟକ୍ଷେତ୍ରରେ ଯିଏ ମାଟିର କବିତା ଶୁଣିଛି, ପଶୁ ପକ୍ଷୀଙ୍କ ସଙ୍ଗୀତ ଶୁଣିଛି ସେ ବିଭୋର ହୋଇଛି ଚିରକାଳ l ସେ ଅନୁଭବ ଅମୃତ ସକାଳ ପରି ଅମୃତମୟ, ଐଶ୍ୱର୍ଯ୍ୟମୟ, ଆନନ୍ଦମୟ l ଗଛଲତା ପୂର୍ଣ୍ଣ ନିଘଞ୍ଚ ଜଙ୍ଗଲରେ ଖୋଲା ଜିପ୍ ରେ ବସି ବୁଲିବାର ଆନନ୍ଦ ସିନେମାରେ ଦେଖି ଖୁବ୍ ଆନନ୍ଦ ଲାଗେ l ଏମିତି ବୁଲିବାର ସୁଯୋଗ ଯେ ଆମ ଭାରତରେ ଅଛି ମୁଁ ଜାଣି ନଥିଲି l ଶୁଣିଥିଲି Sariska ରେ ବାଘ ଅଛନ୍ତି l ଦିଲ୍ଲୀ ଠାରୁ ମାତ୍ର ଦୁଇ ଘଣ୍ଟାର ଟ୍ରେନରେ ଗଲେ ପଡିବ ରାଜସ୍ଥାନର ଅଲୱାର ସହର l ସେଠାରୁ 40 km Sariska National Tiger Reserve l ଦିଲ୍ଲୀରୁ ଜୟପୁର ରାସ୍ତାରେ ଗଲେ sarisky gate ଦେଇ ବସ ଯାଏ l ଆମେ ହଠାତ୍ ସେଠାକୁ ଯିବାକୁ ସ୍ଥିର କଲୁ l ଶୁକ୍ରବାର ରାତିରେ ଟ୍ରେନ 10,25 PM ରେ ଦିଲ୍ଲୀ ରୁ ବସି Alwar ରେ 12, 40 PM ରେ ପହଞ୍ଚିଲୁ l ସେଠାରେ waiting room ରେ ରହିଲୁ l online ରେ ଆମେ Saphari ରେ ବୁଲିବାକୁ ସକାଳ ବେଳା 6,30 ରେ ଯିବାକୁ ticket କରିଥିଲୁ l 4,30 AM ରେ reporting time l କଣ କରିବୁ ? ମୁଁ ବୁଝିଲି ବସ ମିଳିବ ସକାଳ 6 ଟାରେ l ତେଣୁ auto ରେ ବସି 40 km ଗଲୁ ରାତି 3,30 AM ଟାରେ l police ଠାରୁ ବୁଝିଲି auto ରେ ଗଲେ ଅସୁବିଧା ନାହିଁ l ଅଟୋବାଲା କହିଲା 1500 ଟଙ୍କା l ମୁଁ ଚିନ୍ତା କଲି ତାର ସେଠାକୁ ଯିବା ଆସିବା 80 କିଲୋମିଟର କୁ 800 ଟଙ୍କା l ଏତେ ଟଙ୍କା କହୁଛି ପୁଣି CNG auto ରେ 500 ଟଙ୍କା ନେବା କଥା ? ପୁଣି sharing ରେ ଆଉ କେହି ଯିବାକୁ କାହାକୁ ଦେଖିଲୁ ନାହିଁ l କଣ କରିବୁ ? ଶେଷରେ 1200 ଟଙ୍କା ରେ ରାଜିହେଲl l

   ସେ କହିଲା ସେ  Sariska ଯିବ ଓ ସଫାରୀ timing 6, 30 ରୁ 10 ଯାଏ ସରିଲେ 10,30 ରେ ଆମକୁ ଆଣି ପୁଣି station ରେ 11,30 ରେ ଛାଡିବ ତେଣୁ 1200 ଟଙ୍କା ନେବ, 8 ଘଣ୍ଟା ରହିବ l କାରଣ ଜଙ୍ଗଲରେ ସେ ଆଉ କେଉଁ ଆଡେ ଯିବ ନାହିଁ l ଯିବା ଆସିବା କଥା କହିବାରୁ ମୁଁ ଖୁସି ହେଲି l ମୁଁ ଆଶ୍ଚର୍ଯ୍ୟ ହେଲି l 

ଗୋଟେ ଘଣ୍ଟା ଲାଗିଲା l 4,30 ଟାରେ ଆମେ ଭଲରେ ପହଞ୍ଚି sariska maingate ରେ ଦେଖିଲୁ ସେଠାରେ କେହି ନାହିଁ l ଆମେ ରାସ୍ତାରେ ଆସିଲାବେଳେ ଅଳ୍ପ ଗାଡି ଯିବା ଆସିବା କରୁଥିଲା l ମନରେ ଭୟ ଥିଲା l ଭୋର୍ ହେଲାଣି tourist ଗାଡି ସବୁ କାହିଁ ? ଆମେ କଣ ଏକା ? Auto driver କହିଲା ସମସ୍ତେ ଗୋଟେ ଦିନ ଆଗରୁ ଆସି Alwar, Sariska ନିକଟରେ ଥିବା hotel ରେ ରହି ସକାଳୁ car reserve କରି ଆସନ୍ତି l ଏବେ ସବୁ tourist ଗାଡି ଆସିବ l ତମେତ ରାତିରେ ଆସିଲ l ତମର କିଛି reservation ନାହିଁ l

 ସଙ୍ଗେ ସଙ୍ଗେ  tourist cars ସବୁ ପହଞ୍ଚିଲା l ସେଠାରେ ଚାହା, ଆଲୁ ପରଟା ଖାଇଲୁ l ଆଳୁ ପରଟା 40 ଟଙ୍କା କୁ ସେଠାରେ 60 ଟଙ୍କା l  ଯେତେବେଳେ ଦେଲା ଦେଖି ଆଶ୍ଚର୍ଯ୍ୟ ହେଲୁ ଏତେ ବଡ଼ ପରଟା ଗୋଟେ ବଡ଼ ଥାଳି ପରି l ଖୁସି ଲଗିଲା ପୃଥିବୀରେ ବଡ଼ ଆଳୁର ପରଟା ଏ, ଦେଖିବାକୁ ସେଠାରେ ଥିବା ମହାବଳ ବାଘ ମୁହଁର ଫଟୋ ପରି l 

  Sariska ଜଙ୍ଗଲରେ 25 ଟା ମହାବଳ ବାଘ ଅଛନ୍ତି l 800 ବର୍ଗ କିଲୋମିଟର (40 km × 20 km) ଜଙ୍ଗଲରେ 30, 000 ପଶୁ ପକ୍ଷୀ ଅଛନ୍ତି l ବାଘ, ଚିତା ବାଘ, ହେଟାବାଘ, ହରିଣ, ସମ୍ବର, ବାରହା, ନୀଳଗାଇ, ବିଲୁଆ, ଜଙ୍ଗଲ ମଇଁଷି, ବିରାଡ଼ି, ଠେକୁଆ, ନେଉଳ, ମାଙ୍କଡ଼ ଓ ବିଭିନ୍ନ ପକ୍ଷୀ ଅଛନ୍ତି l 

ସକାଳୁ ସକାଳୁ ମେଘୁଆ ପାଗ l କେମିତି ଯିବୁ ? ତିନି ଚାରି ଘଣ୍ଟା ଜଙ୍ଗଲରେ ବୁଲିବୁ ? ଅଳ୍ପ ଅଳ୍ପ ବର୍ଷା l କିଛି ସମୟ ପରେ ବର୍ଷା ଛାଡ଼ିଲା ପରେ ସଫାରୀ ଗାଡିରେ ବସିଲୁ l open Gypsy ଦେଖିବାକୁ ଖୁବ୍ ସୁନ୍ଦର l

7 AM ରେ ଜଙ୍ଗଲରେ ଗଲାବେଳେ ରାସ୍ତା ଉପରେ ମୟୂର,  ଚଢେଇ ସବୁ ଦେଖିଲୁ l ସକାଳର ଶୁଭ୍ରସ୍ନାତ ସତେଜତା, ମେଘ ଢଙ୍କା ଆକାଶ,  ବଣବୁଦା ଗଛଲତା ଖୁବ୍ ସୁନ୍ଦର ଦିଶୁଥିଲା l ରାସ୍ତାରେ ନୂଆ ନାଲି ଗୋଡ଼ି ମାଟି ପଡିଛି l ଡାଳ କଟାଯାଇ ରାସ୍ତା ପରିଷ୍କାର ହୋଇଛି l ମୁଁ ପଚାରିଲି ବର୍ଷାଦିନ ପରେ ଏବେ କାମ ହେଉଛି l ସାନପୁଅ ଲକି କହିଲା ସଫାରୀ ବନ୍ଦ ଥିଲା ସେପ୍ଟେମ୍ବର ଯାଏ ନୀଳ l ଏବେ ଖୋଲିଛି l ରାସ୍ତାରେ ଗଲାବେଳେ ଆମେ ବାଘ ଦେଖିବାକୁ ଆଗ୍ରହରେ ଗଛଲତା ଦେଖୁଥିଲୁ l ବିଭିନ୍ ରାସ୍ତାରେ Gypsy,  open truck ରେ tourist,  ସ୍କୁଲ ପିଲାମାନେ ବସି ବୁଲୁଥାନ୍ତି l ସମସ୍ତେ ଛତା ଧରିଥିଲେ l ଛତାର ଶୋଭାଯାତ୍ରା ପରି ଦିଶୁଥିଲା l 
 
     ହଠାତ୍ ଗୋଟେ Gypsy ରୁ forest guard କହିଲା ଆଗରେ ବାଘର ପାଦଚିହ୍ନ ପଡିଛି l ଏହି ପାଖାପାଖି ଜଙ୍ଗଲରେ ବାଘ ଥାଇପାରେ l ଆମେ ଏପଟେ ଯାଉଚୁ ତମେ ସେପଟେ ଦେଖ । କେଉଁଠି ବାଘ ଦେଖା ଯାଇପାରେ ? ଆମ ସମସ୍ତଙ୍କ ମନରେ କି ଆନନ୍ଦ ରୋମାଞ୍ଚ ? ମାତ୍ର 10 କିଲୋମିଟର ଜଙ୍ଗଲରେ ବାଘର ଖବର ମିଳିଲାଣି l ସତକୁସତ ଆମେ 100 ମିଟର ଆଗକୁ ଯାଇ  ଓଦା ରାସ୍ତା ଉପରେ ବାଘର ପାଦଚିହ୍ନ ଦେଖି ଆନନ୍ଦରେ ଫଟୋ ଉଠାଇଲୁ l forest guard walkie taliki ରେ ସବୁ ଗାଡ଼ି କୁ ଜଣାଇ ଦେଲା ଆମ ଥିବା ଜଙ୍ଗଲ ଆଡକୁ ଆସିବାକୁ l ଆମେ ଖୁବ ସତର୍କରେ ଆନନ୍ଦରେ ବାଘକୁ ଖୋଜୁଥାଉ l ହଠାତ୍ ଫଟୋ ଉଠିଲା ପରି ଲାଇଟ୍ sound ଶୁଭିଲା l ଗାର୍ଡ କହିଲା ଏଠାରେ କ୍ୟାମେରା ଲାଗିଛି l ଜୀବଜନ୍ତୁ ଯିଏ ଯିବ ତାର ଫୋଟ ଅଟୋମେଟିକ୍ ଉଠିଯିବ l ଆମ ଫଟୋ ଉଠିଗଲା l ଆରେ ଏ ଜଙ୍ଗଲରେ କ୍ୟାମେରା ଟ୍ରାପ୍ କଥା ଶୁଣିଥିଲୁ l ଓଡ଼ିଶାରେ କଳା ରଙ୍ଗର ବାଘ ଅଛି କ୍ୟାମେରା ଟ୍ରାପ୍ ରେ ତାର ଫୋଟ, TV ରେ ଦେଖିଥିଲୁ l ଏଠାରେ କ୍ୟାମେରା ଟ୍ରାପ୍ ରେ ଆପେ ଆପେ ଫଟୋ ଉଠିବା ଦେଖି ଆଶ୍ଚର୍ଯ୍ୟ ହେଲୁ l କ୍ୟାମେରା ଟ୍ରାପ୍ ସୁବିଧା ଲାଗି, forest guards ସେଠାରୁ ବାହାରିବା ପୂର୍ବରୁ ନିଶ୍ଚୟ  ଖବର ରଖିଥାନ୍ତି କେଉଁ ପଟ ଜଙ୍ଗଲରେ ଗଲେ ବାଘ ଦେଖିବାର ସୁଯୋଗ ମିଳିବ l ତେଣୁ ବାଘ ପଦଚିହ୍ନ ସକାଳୁ ସକାଳୁ ରାସ୍ତାରେ ମିଳିବା ସମ୍ଭବ ହେଲା, କ୍ୟାମେରା ଟ୍ରାପ୍ ର ସୂଚନା ଲାଗି ଓ walkie talki ସୁବିଧା ଲାଗି l ଆମ ଆଡ଼କୁ ଆଉ ସବୁ Gypsy,  open truck ସବୁ ଆସି ବାଘ ଖୋଜୁଥାନ୍ତି l ଆଉ କିଛି ବାଟ ଯାଉଚୁ ପୁଣି କ୍ୟାମେରା ଟ୍ରାପ୍ ରେ ଆମର ଫଟୋ ଉଠିଲା l ଜଙ୍ଗଲରେ ବହୁ ସ୍ଥାନରେ ଏ ଲାଗିଛି l ବାଟରେ ଦେଖିଲୁ ପଶୁପକ୍ଷୀଙ୍କ ପାଇଁ ପାଣି ପିଇବାକୁ ବଡ ବଡ  ପାଣିର ଟାଙ୍କି ଖୋଲା ଯାଇଛି l ସେଠାରେ ବାଘ ନଥିଲା l ସେ  କେଉଁଠି ଛପିକରି ବସି ଆମକୁ ଦେଖୁଥିବ କିଏ ଜାଣେ ? Open Gypsy,  open ଟ୍ରକରେ ଛୋଟ ପିଲାମାନେ,  ଆମ ମନରେ ଭୟ l କିନ୍ତୁ ଗାର୍ଡ କହିଲା ସେମାନେ କାହାର କ୍ଷତି କରିବେନି l ସେମାନେ ଖୁବ୍ ସତର୍କ ଥିଲେ l ସ୍ଵର ବାରି,  ଚିହ୍ନ ଦେଖି ଜାଣି ପାରନ୍ତି କେଉଁଠି ବାଘ ସମ୍ବର,  ହରିଣ ସବୁ ଥାଆନ୍ତି l 

   ଧୀରେ ଧୀରେ ବର୍ଷା ବଢିଲା l ଆମେ ଓଦା ହେଲୁ l ତେଣୁ Gypsy ରେ ଉପର cover ଲଗାଇଲୁ l ସେ cover ଲଗାଇଲେ ଆଉ କିଛି ବାହାର ଦୃଶ୍ୟ ଦେଖାଯିବନି ଏମିତି ସେ ଗାଡ଼ି ତିଆରି ହୋଇଛି l cover ଚିରି ଥିଲା ତେଣୁ ପ୍ରବଳ ବର୍ଷାରୁ ରକ୍ଷା ନଥିଲା l ମାଟି ରାସ୍ତାରେ ପାଣି ର ସୁଅ l ତେଣୁ ଦୁଃଖରେ ଗୋଟେ ଘଣ୍ଟା ଜଙ୍ଗଲରେ ବୁଲି ପଶୁପକ୍ଷୀ ନଦେଖି ଫେରିଗଲୁ l ଗାର୍ଡ, ଡ଼୍ରାଇଭର ସମସ୍ତେ ବର୍ଷା ଲାଗି ମନ ଦୁଃଖ କଲେ l ବାଘ ନଦେଖିଲେ ମଧ୍ଯ ଜଙ୍ଗଲରେ ସକାଳର ଭ୍ରମଣ ଖୁବ ଆନନ୍ଦଦାୟକ ଥିଲା l ଝିପିଝିପି ବର୍ଷାରେ ଓଦା ହେବାର ଆନନ୍ଦ ଜଙ୍ଗଲରେ ରୋମାଞ୍ଚକର ଥିଲା l Gypsy ରେ ମୁଁ madm,  ସାନପୁଅ ଲକି, ଆଉ ଗୋଟେ ପରିବାର, ତାଙ୍କର ଛୋଟ ପୁଅଝିଅ 4 ବର୍ଷର ଥିଲେ l ଆମେ ସମସ୍ତେ ଓଦା ହୋଇ କେତେ ବୁଲିବୁ ? ଶେଷରେ ଫେରିଲୁ l

    ଲକି କହିଲା ମାର୍ଚ୍ଚ ମାସରେ ଗଛ ପତ୍ର ଶୁଖି ଯାଇଥାଏ l ତେଣୁ ବହୁ ପଶୁ ପକ୍ଷୀ,  ବାଘ ଦୂରରୁ ଦେଖାଯାନ୍ତି l ବର୍ତମାନ ଜଙ୍ଗଲରେ ଘାସ , ଗହଳ ପତ୍ର l ତଥାପି ଗାର୍ଡମାନେ କେଉଁଠି କେଉଁଠି ସେମାନଙ୍କୁ ଖୋଜି 50 km ବୁଲି tourist ଙ୍କୁ ଦେଖାଇ ଥାନ୍ତି l 

ସେଠାରୁ ଅଟୋ ରେ ଆସି Alwar ସହରରେ ଥିବା ରାଜପ୍ରାସାଦ ଦେଖିଲୁ l ଅତ୍ୟନ୍ତ ଚିତାକର୍ଷକ ଥିଲା ପ୍ରାଚୀନ ରାଜପ୍ରାସାଦ, ପୁଷ୍କରିଣୀ, ମନ୍ଦିର ସବୁ l ମାର୍ବଲରେ କାରୁକାର୍ଯ୍ୟ ଖଚିତ ଦୃଶ୍ୟ ଅତୀବ ଚମତ୍କାର l ମୁଁ ଭାବୁଥିଲି ଆମର ଅନେକ ରାଜା ସବୁ ସେଠାରେ ବିଭାହୋଇ ରାଣୀ ମାନଙ୍କୁ ଆଣିଥିଲେ ଓ ସେମାଙ୍କର ପୁଅ ଝିଅ ସେଠାରେ ବାହା ହୋଇଥିଲେ l କାହିଁକି ସେଠାରେ ଥିବା ରାଜପ୍ରାସାଦ, ଦୁର୍ଗ ପରି ଦୁର୍ଗ ଗଢି ନଥିଲେ ? କି ଚମତ୍କାର ବିଶାଳ ଦୁର୍ଗ, ରାଜପ୍ରାସାଦ ସବୁ ଗଢି ଉଠିଛି ମଧ୍ଯ ପ୍ରଦେଶ ଓ ରାଜସ୍ଥାନରେ l ଦିଲ୍ଲୀ, ଆଗ୍ରା, ଗ୍ଵାଲିୟର, ଝାନ୍ସୀ, ଚିତୋର, ଯୋଧପୁର, ଜୟପୁର, ଉଦୟପୁର ବୁଲିବାର ସୌଭାଗ୍ୟ ଲାଗି ମୁଁ ଭାରତ ଇତିହାସର ସୁବର୍ଣ୍ଣ ଯୁଗକୁ ଅବଲୋକନ କରୁଥିଲି କଳ୍ପନା ଚକ୍ଷୁରେ l ନୂଆ ନୂଆ ଗଢା ହୋଇଥିବା ସେହି ରାଜପ୍ରାସାଦ ସବୁ କେମିତି ଭବ୍ୟ ସୌନ୍ଦର୍ଯ୍ୟମୟ, ଦିବ୍ୟ ଦିବ୍ୟ ଦିଶୁଥିବ l

ସେଠାରୁ ବୁଲି ଦିନ 2 ଟାରେ local train ରେ ଯାଇ ସନ୍ଧ୍ୟା 5 ଟାରେ ଆଗ୍ରାରେ ତାଜମହଲ ଦେଖିଥାନ୍ତୁ l ସେଠାରୁ ରାତି 1030 ରେ ଥିଲା Jhansi କୁ train l Google weather report ରେ ସବୁଆଡ଼େ ପ୍ରବଳ ବର୍ଷା ଥିଲା ତିନିଦିନ ତେଣୁ ବସରେ ଅଲୱାର ରୁ ଦିଲ୍ଲୀ ବସରେ ଫେରି ଆସିଲୁ l ଓ କି ଭୀଷଣ ବର୍ଷା ସାରା ଦିନ ପୁଣି ଅକ୍ଟୋବର ମାସରେ l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/14/2022, 9:46 PM] Raj Kishore Sahoo: ଓଡ଼ିଆ ଜାତିର ଗୌରବ ଗାଥା ଓଡ଼ିଆରେ ଢଗ ଏ, ଯେ ପକ୍ଷୀ ଉଡେ ଯେତେ ଦୂର ସେ ଜାଣେ ତାହାର ବେଭାର l ଅଙ୍ଗେନିଭା ଅନେକ ଦୁଃଖ ସୁଖର ମାର୍ମିକ ଅନୁଭୂତି ସାଧାରଣ ମଣିଷ ଜୀବନରେ ସ୍ମୃତିର ଚଳଚ୍ଚିତ୍ର ପରି ଯେମିତି ଆଖି ଆଗରେ ଭାସିଉଠେ ସେମିତି ଘନଘଟା ପୂର୍ଣ୍ଣ ମହାତ୍ମାଙ୍କ ଜୀବନ କାହାଣୀ ପାପ ପୁଣ୍ୟର ଆଲୋକ ଅନ୍ଧାର ପରି, ବିଭୁକୃପା କରୁଣାର ଆଲୋକରେଖା ପରି ଐଶୀ ଚେତନାକୁ ଆଲୋକିତ କରୁଥାଏ ଚିରକାଳ l ମହାତ୍ମା ମାନେ ମାଛି କୁ ‘ମ’ କହିବା କଥା ନୁହଁ କିନ୍ତୁ କାହିଁକି ସେମାନଙ୍କ ଜୀବନରେ କାମ କ୍ରୋଧ ଲୋଭ ମୋହ ମାୟା ଇର୍ଷାର ଅନେକ ଅନୁଭୂତି ଓ ତାର ଅସହ୍ଯ ପୀଡା ଯନ୍ତ୍ରଣାକୁ ଅଙ୍ଗେ ନିଭାଇବାକୁ ଇଶ୍ୱର ନାନା କୌଶଳ କରିଥାନ୍ତି ଭାବିଲେ ବିସ୍ମିତ ଲାଗେ l ପିଲାଦିନେ ମୋ ଭିତରେ ଆଧ୍ୟତ୍ମିକତାର ଝଲକ ଥିଲା ମୁଁ କ୍ରମେ କ୍ରମେ ଜାଣି ପାରିଥିଲି l ଛୋଟ ଛୋଟ ଘଟଣାରେ ମୋର ଇଶ୍ଵରଙ୍କ ବିଶ୍ବାସ ଦୃଢୀଭୂତ ହୋଇଥିଲା l ହାଇସ୍କୁଲରେ ପଢିଲା ବେଳେ କେନାଲ ଓ ନଦୀରେ ମାଛ ଧରିବା ମୋର ସବୁଠୁ ପ୍ରିୟ ଥିଲା l ଶୀତଦିନେ ମାଣବସା ପରେ କେନାଲରେ ପାଣି ଶୁଖିଯାଏ l ମୁଁ ପୋଳୁହରେ କେନାଲ କୂଳରେ ଛୋଟ ଛୋଟ ଚିଙ୍ଗୁଡି ମାଛ ଧରେ l ବଡ ଚିଙ୍ଗୁଡି ପଡିଲେ ମୋର ମନରେ ଆନନ୍ଦ କହିଲେ ନସରେ l ବୋଉ ତାକୁ ଭାଜି ଦୁଇ ତିନି ଖଣ୍ଡ କରି ମତେ ବଡ ଖଣ୍ଡ ଦିଏ ତେଣୁ ସାନଭାଇ ମାନେ ଛୋଟ ଖଣ୍ଡ ଖାଉଥିବେ l
ତେଣୁ ତାଙ୍କ ମନରେ ଦୁଃଖ ହେବା ସ୍ଵାଭାବିକ୍ l ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ସବୁବେଳେ ଗୋଟେ ବଡ ଚିଙ୍ଗୁଡି ପଡ଼ିବା ଦ୍ଵାରା ମୋ ମନ ଇଶ୍ୱରଙ୍କ ଦୟା ଜାଣି ଆନନ୍ଦିତ ହୋଇଥିଲା l ଏହା ମତେ ଭାଗ୍ୟବାନ୍ ପରି ମନେ ହେଉଥିଲା l ଦୁଇ ତିନି ମୁଠା ଛୋଟ ଛୋଟ ଚିଙ୍ଗୁଡି କେରାଣ୍ଡି, ସିଙ୍ଗି ମାଛ ମଧ୍ୟରେ ଗୋଟେ ବଡ ଚିଙ୍ଗୁଡି ପଡ଼ିବା ମହା ଗୌରବ ଅନୁଭବ ଥିଲା l

ପିଲା ବେଳେ ଗାଁକୁ ମାଙ୍କଡ଼ ନଚାଇବାକୁ କେଳାମାନେ ଆସୁଥିଲେ l କେଳୁଣୀମାନେ ହାତ ଦେଖି ଭବିଷ୍ୟତ କଥା କହିବାକୁ, ସ୍ତ୍ରୀ ଲୋକଙ୍କ ହାତରେ ଚିତା କୁଟାଇ ନାମ ଲେଖାଇ ଚାଉଳ ପଇସା ନେବାକୁ ଆସୁଥିଲେ l ମୋର ହାତ ବୋଉ ଥରେ କେଳୁଣୀ କୁ ଦେଖାଇଲା l ସେ ମୋର ଖୁବ୍ ଉଜ୍ଜ୍ଵଳ ଭବିଷ୍ୟତ କଥା କହି କହିଲା ତୋ ପୁଅ ରାଇଜରେ ରାଜା ହେବ l ମୋ ବୋଉ ଖୁସି ହୋଇ କହେ ମୋ ପୁଅ ରାଇଜରେ ରାଜା ହେବ l

 ମୋର ମୁହଁ କୁ ଦେଖି ସେ ତାର ଅନ୍ତର ଦୁଃଖ ଭୁଲିଯାଏ ଯିଏ  ତାର ଦିବ୍ୟ ସୁନ୍ଦର ବଡ଼ପୁଅ "ବଙ୍କା"କୁ ହରାଇଥିଲା l ତାର କିଛି ରୋଗ ଦୁଃଖ ନଥିଲା ହଠାତ୍ ଶୂନ୍ୟ ଫୋଟକା ପରି ସେ ବୋଉ କୋଳକୁ ଶୂନ୍ୟ କରି ଚାଲି ଯାଇଥିଲା l

 ମୋର ନାମ ଥିଲା ରାଜୁ ସେତେବେଳେ ଖୁବ୍ ସୁନ୍ଦର ନାମ ଏ, ସବୁରି ପ୍ରିୟ ନାମ ଏ, ଯେମିତି ସିନେମାରେ ରାଜୁବାବୁ ନାମ ଶବ୍ଦର ଆନନ୍ଦ ମନକୁ ଉତ଼ଫୁଲ୍ଲିତ କରିଥାଏ l ସମୟ ଚକ୍ରରେ ମୁଁ ଯେତେବେଳେ ଚୌଦ୍ଵାର ଆସିଲି ଉଚ୍ଚ ଶିକ୍ଷାଲାଗି ପ୍ରିୟଦର୍ଶିନୀ ମତେ ସଂଯୋଗକୁ 'ରାଜା ରାଜା' ଡାକୁଥିଲା l ତାର ସ୍ଵରରେ କି  ଆନନ୍ଦ ଅମୃତ ମଧୁରତା ଭରି ରହିଥିଲା ମୁଁ ଏ ଶବ୍ଦର ମହିମାରେ ବିହ୍ଵଳ ହେଉଥିଲି l ଗୋଟେ ଉଚ୍ଚତର ସ୍ଵପ୍ନ ମୋ ଭିତରେ ଅଙ୍କୁରିତ ହେବାକୁ ଲାଗିଥିଲା ମୁଁ ଦିନେ ବଡ ହେବି, ଯଶ ଖ୍ୟାତିର ଅଧିକାରୀ ହେବି ଏ ଭାବନା ମୋ ଚେତନାକୁ ଆଚ୍ଛନ୍ନ କରିଥିଲା l ତାର ଲାବଣ୍ୟ ଉଜ୍ଜ୍ଵଳ ମୁଖ ମଣ୍ଡଳରେ ମୁଁ ସ୍ଵର୍ଣ୍ଣିମ ଭବିଷ୍ୟତକୁ  ଅବଲୋକନ କରୁଥିଲି l ସେ ଭଲ ପଢୁଛି ସେଇ ଇର୍ଷାରେ ମୁଁ ତା ଠାରୁ ଅଧିକ ପାଠ ପଢିବାକୁ ଚାହୁଁଥିଲି l 
 
 ଦିନ ଗଡି ଚାଲିଥିଲା l 1987 ମସିହା କୁମାର ପୂର୍ଣିମା ପରେ ମୋ ଜୀବନରେ ମହାଦୁଃଖ ଆସିଲା ଯେତେବେଳେ ଜାଣିଲି ମୋର ଅଜ୍ଞାତରେ ସାମାନ୍ୟ ଚିଠି ଲାଗି ସେ  ସର୍ବସ୍ଵ ହରାଇ ଅହିଁସା ବ୍ରତରେ ଅଟଳ ରହିଥିଲା l ମତେ ମରଣ ମୁହଁରୁ ଉଦ୍ଧାର କରିଥିଲା l ଅଜ୍ଞାତରେ ପ୍ରିୟଜନର ଅସହ୍ଯ ଦୁଃଖ ନିନ୍ଦା ନିର୍ଯାତନାର କାରଣ ହୋଇଥିବାରୁ ମୁଁ ଭାଙ୍ଗି ପଡ଼ିଥିଲି ଭୀଷଣ ଦୁଃଖରେ l ଜୀବନ ପ୍ରତି ଆଗ୍ରହ ତୁଟି ଯାଇଥିଲା l ତାର ନୀରବ ନିର୍ବାକ ବଦନ, ବିଷାଦ ନୟନ ଦେଖି ମୁଁ ଯେତିକି ଅସହାୟ ହୋଇଥିଲି ସେତିକି ମୋର ଦୃଢ ହୋଇଥିଲା ମୁଁ ତା ପାଇଁ ଦିନେ ଯଶ କୀର୍ତ୍ତିର ଅଧିକାରୀ ହୋଇ ପାରିବି l ତାର ମାନ ସମ୍ମାନ ଫେରାଇ ଆଣି ପାରିବି l ବାହାହୋଇ ତାକୁ ବହୁ ସୁଖ ସମ୍ମାନ ଦେବି l ମୋ ଆଗରେ ସେ ଛିଡା ହୋଇଥିଲା ଶୁଭ୍ର ଉଜ୍ଜ୍ଵଳ, ଶାନ୍ତ ଶୀତକ ହିମାଳୟ ପରି l ମନରେ ଦୁଃଖ ଶୋକ ଏହି ଘଟଣାରେ ବହୁ ଗୁଣିତ ହୋଇଥିଲା l ନୀରବରେ ଅଶ୍ରୁପାତ ଥିଲା ବିଧାତା ଲିଖନ l  ମୁଁ ଶୋକାକୁଳ ଅବସ୍ଥାରୁ ମୁକ୍ତି ପାଇବାକୁ ଅନେକ ସମୟରେ ମଠ ମନ୍ଦିର ଯାଏ l ଦାନ ଧର୍ମ, ଉଦାର ଭାବନା, ପୁଣ୍ୟ ପ୍ରାଣ ଜୀବନ ମତେ ଉଦବୁଦ୍ଧ କରୁଥାଏ l ନିକଟରେ ଥିବା ଜଗନ୍ନାଥ ମନ୍ଦିରକୁ ଯାଇଥିଲି l ସେଠାରେ ବାବାଜୀ ଥିଲେ ସାଧୁ ମହାତ୍ମା l ମତେ ଭଲ ପାଆନ୍ତି l ମୁଁ ତାଙ୍କୁ ପ୍ରଣାମ କରି ବସେ l ସେ ପ୍ରସାଦ ଦିଅନ୍ତି l ଆଶୀର୍ବାଦ କରନ୍ତି l ଦିନେ ଦେଖିଲି ମଠ ବାରିରେ ଧାନଗଛ, ପରିବା ଗଛ ସବୁ ଶୁଖି ଝାଉଁଳି ଯାଇଛି l ଦୁଃଖରେ ମୁଁ  କହିଲି ବାବା ଏଡେ ସୁନ୍ଦର ଗଛ ସବୁ ମରି ଗଲା କେହି ପାଣି ଦେଲେନାହିଁ l ବାବା ଉପରକୁ ହାତ ଯୋଡି କହିଲେ l ଇଶ୍ୱରଙ୍କ ଇଚ୍ଛା l କିଏ କୂଅରୁ ପାଣି କାଢି ଦେବ ? ଆଗରୁ ପଡିଆ ପଡିଥିଲା l ଜଣେ ଶ୍ରଦ୍ଧାରେ ପାଣି ପମ୍ପ ଦେଇଥିଲା ତେଣୁ ଏତେ ଫସଲ ହେଉଥିଲା l ସମସ୍ତେ ଶସ୍ତାରେ ମଠରୁ ପନିପରିବା ନେଉଥିଲେ l 15 ଦିନ ହେଲା କିଏ ପମ୍ପ ଚୋରି କରି ନେଇଛି l ମୁଁ କହିଲି ସଙ୍ଗେ ସଙ୍ଗେ ଥାନାରେ ଜଣାଅ l ପୋଲିସ ଏ  ଅଞ୍ଚଳର ଚୋର ମାନଙ୍କୁ ଆଗରୁ ଜାଣିଛି l ଏ  ପମ୍ପ ନିଶ୍ଚୟ ମିଳିଯିବ l ସେ କହିଲେ ନା l ନା ଶବ୍ଦ ଶୁଣି ମୁଁ ଅତ୍ଯନ୍ତ ବିସ୍ମିତ ଓ ଦୁଃଖିତ ହେଲି ବାବା କାହିଁକି ନାହିଁ କରୁଛନ୍ତି l ସେ ଯାହା କହିଲେ ତାହା ଆଧ୍ୟାତ୍ମିକ ଜ୍ଞାନ ଉଦୟ ଲାଗି ଉଦିଷ୍ଟ ଥିଲା l ସେ କହିଲେ ଆମେ ସାଧୁ ସନ୍ୟାସୀ ଲୋକ ଆମେ ଯଦି ଥାନାକୁ ଯିବା ତାହାଲେ ସାଧାରଣ ଲୋକଙ୍କ ଠାରୁ ଆମେ ଅଧିକ କଣ ? ଆମର ଆଧ୍ୟାତ୍ମିକ ମାର୍ଗରେ କୋର୍ଟ କଚେରୀ ଅଛି l ନ୍ୟାୟ ଦଣ୍ଡ ବ୍ୟବସ୍ଥା ଅଛି l ଆମେ ଜାଣିଛୁ l ତେଣୁ କାହାକୁ କିଛି ଅଭିଯୋଗ ନକରି ଇଶ୍ୱରଙ୍କ ସ୍ତୁତି କରୁ l ଏହିତ ସାଧୁ ସନ୍ୟାସୀଙ୍କ ସାଧନା l ଏ ଶବ୍ଦର ଐଶୀ ଆଲୋକରେ ମୋର ମନରେ ଥିବା ଦୁଃଖ ଉଭେଇ ଗଲା କାରଣ ତାର ମହା ଦୁଃଖ ଦୁର୍ଭାଗ୍ୟ ପାଇଁ ମୁଁ ନିଜକୁ ଦାୟୀ କରି ଦରମରା ହୋଇଯାଇଥିଲି l 

 ପୂର୍ବରୁ ଲେଖିଛି  ତାର ଏ ଦୁଃଖ ମୋର ବହୁଗୁଣିତ ହୋଇଥିଲା l ପ୍ରିୟଜନର ମହାଦୁଃଖ  ପୀଡା ପାଇଁ ମୁଁ ଚଣ୍ଡାଳ ଦାୟୀ ଆଜି ମୋର ଅଜ୍ଞାତରେ ସତ କିନ୍ତୁ ମୋର ଜ୍ଞାତସାରରେ ମୁଁ ଚଣ୍ଡାଳ ତାର କ୍ଷତି କରିଥିଲି ଯାହା ସେ ଜାଣି ନଥିଲା କିନ୍ତୁ ମୋ ଅନ୍ତରାତ୍ମା ଅସହ୍ଯ ଦୁଃଖରେ ଅଶ୍ରୁ ଉଚ୍ଛଳ ଅସମ୍ଭାଳ ହୋଇଥିଲା l ମୋ ଦୁଃଖ କାହାକୁ କହିବି l ବନ ପୋଡ଼ିଗଲେ ସମସ୍ତେ ଜାଣିବେ କିନ୍ତୁ ମନ ପୋଡ଼ିଗଲେ କିଏ ଜାଣିବ ? ମୁଁ ଯେ ତାର କ୍ଷତି ଲାଗି ଦାୟୀ ସେ କଥା ମୁଁ ଜାଣିଛି,  ଇଶ୍ଵର ଜାଣିଛନ୍ତି l ସେ ଘଟଣା କଣ ? ଜାଣିଥିଲି ଲୋଭ ରୁ  ପାପ l କିନ୍ତୁ ଇର୍ଷାରୁ ଲୋଭ, ଲୋଭରୁ ପାପ l ମୁଁ ଦୁଇଟି ସିଡିକୁ ଏକାବେଳେ ଚଢିଗଲି l ଅସମ୍ଭାଳ ଇର୍ଷାର ସେହି ଅନୁଭବ ଅତ୍ୟନ୍ତ ପୀଡାଦାୟକ ଥିଲା ମୋର ତରୁଣ ପ୍ରାଣରେ l

ଏହି ଘଟଣାର ବର୍ଷକ ପୂର୍ବର କଥା l 1987 ମସିହା ଅକ୍ଟୋବର ମାସର ଚିଠି ଦୁର୍ଘଟଣାରୁ 1986 ମସିହା ଅକ୍ଟୋବର ମାସରେ ଇର୍ଷା ଲୋଭର ଷଡ଼ଯନ୍ତ୍ରର ଶିକାର l ଆଗକୁ କିଛି ଭଲ କଥା ହେବାକୁ ଯାଉଛି ତାହା ନହେବା ଯାଏ ଆଉ କାହାକୁ, ପ୍ରିୟ ସାଙ୍ଗକୁ ମଧ୍ଯ କହିବା ନିଷିଦ୍ଧ l ଆମେ ଦୁଇଜଣ ଚାରବାଟିଆରେ ଛୋଟ ସରକାରୀ ଚାକିରୀ ଲାଗି ଭଲରେ interview ଦେଇ ଫେରିବା ବେଳେ ମତେ କହିଲା ଶାନ୍ତି ଅପା କ୍ୱାଟରକୁ ଯିବା l ମୁଁ ଆଶ୍ଚର୍ଯ୍ୟ ହେଲି ତାର କେହି ଅପା ଅଛି ମୁଁ ଆଜିଯାଏ ଜାଣି ନାହିଁ l ତାଙ୍କ ଘରେ ଚାହା ଜଳଖିଆ ଖାଇଲୁ l ଆମକୁ Pepsi ପିଇବାକୁ ଦେଲେ l ଖୁବ୍ ଖୁସି ଲାଗିଲା ସରକାରୀ ଘର ଖୁବ ଚିକ୍ ଚିକ୍ ଲାଗୁଥିଲା l ତାଙ୍କର ଆତିଥେୟତା, ଚିହ୍ନା ପରିଚୟ ମୋ ପାଇଁ ଭବିଷ୍ୟତରେ ବିପଦ ଆପଦରେ ବରଦାନ ଥିଲା l

 ମୁଁ ବଡ ଅଫିସର ଚାକିରି କରି କିମ୍ବା Teacher, Lecture ହୋଇ ତାକୁ ବାହା ହେବି ଏ ସ୍ଵପ୍ନ ମନରେ ଥିଲା l ସବୁଦିନେ ତାଙ୍କ ଘରେ ବସା ଉଠା,  ପାଠ ପଢା, ଖିଆ ପିଆ l ଅଳ୍ପ ଦିନ ପରେ ମତେ ମତେ କହିଲା ମୋର ସେ ଚାକିରି ହୋଇଯିବ ବାପା ତାଙ୍କ ଦୂର ବନ୍ଧୁ କେଉଁ ବଡ ଅଫିସର ଙ୍କୁ କହିଛନ୍ତି l ମୁଁ ତା ମୁହଁରୁ ଶୁଣିବା ପରେ କିଛି କହିଲି ନାହିଁ l କିନ୍ତୁ ଘରେ ତାର ଚାକିରି କରିବା କଥା ଶୁଣି ମତେ ଭଲ ଲାଗିଲା ନାହିଁ l ଯେମିତି ଅନ୍ତରାତ୍ମା ବିଦ୍ରୋହ କଲା l ଇର୍ଷା ଲୋଭର କି ପ୍ରଚଣ୍ଡ ଜ୍ୱଳନ୍ତ ଯନ୍ତ୍ରଣା  ସତେ l ଆରେ  ଏ  କଣ ମତେ ହଠାତ୍ ଅନ୍ଧାର ଅନ୍ଧାର ଦିଶିଲା,  ଅସମ୍ଭାଳ ଲଗିଲା l ମୁଁ ସାରା ରାତି ଛାତି ଫଟାଇ ଇଶ୍ୱରଙ୍କ ପାଖରେ ଅଭିଯୋଗ କରି ଭୋ ଭୋ ହୋଇ ଖାଲି କାନ୍ଦିଲି l ସେ ଝିଅ ପିଲା ଯଦି ପାଠ ପଢିଲା ପଢୁ l ମୁଁ ବଡ ଚାକିରି କରିନାହିଁ ସେ କଣ ଚାକିରି କରିବ ? ସେ ଆଗ ଚାକିରି କଲେ ମତେ କେମିତି ବାହା ହେବ ? ମୋ ଆଗରେ ସେ ସବୁଦିନେ ଚାକିରି କରିବାକୁ ଯିବ ମୋର ମାନ ସମ୍ମାନ ରହିବ ? ହେ ପ୍ରଭୁ ଏ ସଂସାରରୁ ଧର୍ମ ବୁଡିଗଲା ଜାଣିବ ? ସେ ଚାକିରି ନକରୁ ନଚେତ୍ ଧର୍ମ ଆଉ ରହିବ ନାହିଁ l ଏହିଭଳି ଅସହ୍ଯ ପୀଡାକୁ ସମ୍ଭାଳି ଶୋଇଲି l ଦୁଇ ମାସ ଭିତରେ ତାର ସେ ଚାକିରି ନହୋଇ ମୋର ଚାକିରି ପାଇଁ ଅଫିସରୁ ଚିଠି ଆସିଲା l ଏଥିରେ ମୁଁ ଖୁସି ହେବି କଣ କାନ୍ଦି କାନ୍ଦି ଉଚ୍ଛନ୍ନ ହେଲି l ମୁଁ ତାର ଚାକିରି କରିବି ଚଣ୍ଡାଳ ହେବି l ସରକାରୀ ଚାକିରୀ ଛୋଟ ହେଉ କଣ ହେଲା ଯିଏ ଚିଠି ପାଇଲା  ତାକୁ ନିଦ ନାହିଁ କେମିତି ରାତି ପାହିଲେ ଯୋଗଦେବ l ମୁଁ ଆଉ ଗଲି ନାହିଁ l ମାସେ ସମୟ ଦେଇଛନ୍ତି l ଘରେ ବାହାରେ ସମସ୍ତେ ବ୍ୟସ୍ତ ମୁଁ କାହିଁକି ଚାକିରି କୁ ଯାଉ ନାହିଁ l ମୁଁ ସବୁଦିନେ ତା ଲାଗି କାନ୍ଦି କାନ୍ଦି ଉଚ୍ଛନ୍ନ l ଘରେ କନ୍ଦାକଟl, ଗାଳି ମନ୍ଦ l ମୁଁ ଅସହାୟ ନିରୁପାୟ l କଣ କରିବି ମତେ ବୁଦ୍ଧି ଦିଶୁ ନଥାଏ l ସେତବେଳକୁ ସେ କଟକରେ ତାର ଦେଇ ଘରେ ରହୁଥିଲା l ତାକୁ କହିଲି ମୁଁ ଏ ଚାକିରି କରିବି ନାହିଁ l ମୁଁ Ravenshawa କଲେଜରେ English PG କରୁଛି  l ସେ ମତେ ବୁଝାଇଲା ସକାଳୁଆ ଅଫିସ ତେଣୁ ଚାକିରି କରି ପଢ଼ l ତା କଥାରେ ରାଜି ହୋଇ ମୁଁ ଶେଷଦିନ ବାପାଙ୍କୁ 4 ପୃଷ୍ଠାର ପ୍ରତିବାଦ ପତ୍ର ଲେଖି ଛୋଟ ଚାକିରି ରେ ଯୋଗଦେଲି ସତ କିନ୍ତୁ ବଡ ଚାକିରି କରି ନିଶ୍ଚୟ ବାହା ହେବାକୁ ସଂକଳ୍ପ କଲି l ପ୍ରିୟଜନର କ୍ଷତି କରିବା ନିଜ ଜ୍ଞାତସାରରେ ସେ  ଅନ୍ତ୍ରଦାହ କଣ ଯିଏ ଅଙ୍ଗେ ଲିଭେଇଛି ସେ  ଜାଣିଛି ? ମୁଁ ତ ତା ଲାଗି ଚଣ୍ଡାଳ l ଶବ୍ଦ ନାହିଁ  ମୋ ତୁଣ୍ଡରେ ଇଶ୍ୱରଙ୍କ ପାଖରେ ସ୍ତୁତି କରିବାକୁ ସେ ଯେଉଁ ମହାଦୁଃଖ ସବୁ ମୋ ଲାଗି ସହିଛି l ଇଶ୍ୱରଙ୍କ ମାୟା ଏ ଜୀବନ ସାଧନା ଲାଗି l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/16/2022, 5:18 PM] Raj Kishore Sahoo: ଜୀବନ ସାଧନାରେ ଭଲ ମନ୍ଦ ପାପ ପୁଣ୍ୟ ଦୁଇଟା ମଣିଷ ପାଇଁ ଇଶ୍ୱରଙ୍କ କୃପା l ଏହି ଅନୁଭବ ହିଁ ସିଦ୍ଧି l Yes or No , କେବେ ମହାପ୍ରଭୁଙ୍କ ପାଖକୁ ଯିବା, କ୍ଷମା ମାଗି ପ୍ରାର୍ଥନା କରିବା l ଆଉ କେତେ ଦିନ ଏ ଜୀବନ l [10/18/2022, 7:19 AM] Raj Kishore Sahoo: ଓଡ଼ିଆ ଜାତିର ଗୌରବ ଗାଥା (2) ଇଶ୍ୱରଙ୍କ ସଂସାର ସୃଜନରେ ମନୁଷ୍ୟ ଜୀବନ ମହା ଭାଗ୍ୟବାନ l ବହୁ ଦିବ୍ୟ ଗୁଣର ବରଦାନ ଦେଇଛନ୍ତି ଇଶ୍ଵର l ଅନାବିଳ ଭଲ ପାଇବା ନଥିଲେ କଣ ସ୍ନେହ ପ୍ରେମ ସମ୍ଭବ ହୁଅନ୍ତା ? ଏହି ଦିବ୍ୟ ଗୁଣ ନଥିଲେ ମନୁଷ୍ୟ ଜୀବନ ଦୟା କ୍ଷମାର ମହିମା କଣ ଜାଣି ପାରି ନଥାନ୍ତା l ପଞ୍ଚଭୂତରେ ଗଢା ଶରୀରରେ ପାଞ୍ଚ ମନ ପଚିଶ ପ୍ରକୃତି, ଅଦୃଶ୍ୟ ମନ ପରି ଅଦୃଶ୍ୟ ଆତ୍ମା l ଏମାନେ ମନୁଷ୍ୟକୁ ବହୁ ଭାବରେ ନିୟନ୍ତ୍ରଣ କରିଥାନ୍ତି l ବହୁ ଅନୁଭବ ଦେଇଥାନ୍ତି l ସବୁଠାରୁ ବିସ୍ମୟକର ଏ, କାହାକୁ ଦେଖିଲେ ମନରେ ଆନନ୍ଦ ଲାଗେ, କାହାକୁ ଦେଖିଲେ ଆନନ୍ଦ ସହିତ ଅପଣାର ଭାବନା ଖେଳିଯାଏ l କିଏ ପୁଣି ଜନ୍ମ ଜନ୍ମର ଜୀବନ ସାଥୀ ପରି ଅପଣାର ଅପଣାର ଲାଗେ l ସମୟ ସହିତ ଇଶ୍ୱର ବ୍ୟକ୍ତି ବସ୍ତୁକୁ ଯୋଡ଼ିଥାନ୍ତି ବିଭିନ୍ନ ସମୟରେ ବହୁ ଅନୁଭୂତି ଲାଗି, ଜୀବନ ସାଧନା ଲାଗି l

 ଜୀବନ ସାଧନା ଲାଗି ଯୌବନରେ ଜୀବନସାଥୀ ଲୋଡ଼ା ଘର ସଂସାର ଲାଗି l କିଏ ଏହି ଜୀବନସାଥୀ ? କାହାର ଭାଗ୍ୟ କେମିତି ? ଘରେ ଯେଉଁଠି ରାଜି ହେଲେ ସିଏ  ଜୀବନସାଥୀ ହେଲାପରି,  ମଣିଷ ନିଜେ ଜୀବନସାଥୀ ଖୋଜୁଥାଏ ଯେମିତି କେଉଁ ଘଟଣା ଦୁର୍ଘଟଣାରେ କେଉଁ କାମିନୀର ଆଖିରେ ଆଖି ମିଶିଲା, ହୃଦୟରେ ଥିରି କମ୍ପନ ସ୍ରୁଷ୍ଟି ହେଲା, ତାର ରୂପ ଯୌବନ ଇଶ୍ଵର ମୋ ଲାଗି ସୃଜିଛନ୍ତି ଚିରକାଳ ଆନନ୍ଦ ବିଭୋର ହେବାକୁ ଏମିତି ଭାବନା ଚେତନାକୁ ଉଜ୍ଜ୍ୱଳ,  ଆଲୋକିତ, ଉଦବୁଦ୍ଧ କଲା l ସେହି ଭାବନା ଚେତନା ଧୀରେ ଧୀରେ ଦୃଢ଼ ହେଲା l  ତା ପ୍ରତି ମନରେ ଆନନ୍ଦ କାମନା ପରି ପୁଣ୍ୟର ଭାବନା ସହିତ ସୃଜନ ସୁନ୍ଦର ଦିବ୍ୟ ଗୁଣ ଗୁଡିକ ବିକଶିତ ହୋଇଥାଏ l ଏଇ ଭଲପାଇବା ଇନ୍ଦ୍ରଧନୁର ସପ୍ତରଙ୍ଗ ପରି ମନ ପ୍ରାଣକୁ ଆକର୍ଷିତ କରିଥାଏ, ବିଭୋର ବିହ୍ଵଳ କରିଥାଏ ଯେମିତି ସେମିତି କାମ, କ୍ରୋଧ ଲୋଭ ମୋହ ମାୟା, ଇର୍ଷାର ଭଲ ମନ୍ଦ ଅନୁଭବକୁ ଅଙ୍ଗେ ଲିଭାଇ ଥାଏ l

ମନୁଷ୍ୟର ଜୀବନ ସାଧନାରେ ଭଲ ମନ୍ଦ, ପାପ ପୁଣ୍ୟ ଦୁଇଟା ଇଶ୍ୱରଙ୍କ କୃପା ଏହି ଅନୁଭବ ହିଁ ସିଦ୍ଧି l ଆଧ୍ୟାତ୍ମିକ ଭାବନା ଲାଗି ମୁଁ ମଠ ମନ୍ଦିରରେ ରହିବା କଥା କିନ୍ତୁ ଇଶ୍ୱରଙ୍କ ଇଛା ଥିଲା ଅନ୍ୟ ପ୍ରକାରର l ମୁଁ ଅନେକ କାମିନୀଙ୍କୁ ଦେଖିଥିଲି ସତ କେଉଁଠି ବାନ୍ଧି ହୋଇ ରହିଯିବାର ଭାବନା ନଥିଲା କିମ୍ବା କାହାର ଏତେ ଶକ୍ତି ନଥିଲା l ଦିନ ଆସିଲା ଇଶ୍ଵର ଯେଉଁଦିନ ପ୍ରିୟଦର୍ଶିନୀକୁ ଦେଖାଇଲେ  ମୁଁ ଆଚମ୍ବିତ ହେଲି l ଏ କଣ କାମିନୀ ? ଏ ତ କାମିନୀକାଞ୍ଚନ, ମହାଭାଗ୍ୟ ଏ, ମନମୋହିନୀ ଏ l ମନରେ ତା ପ୍ରତି ପ୍ରୀତି ଭାବନା ଫୁଟି ଉଠିଲା ସତ କିନ୍ତୁ ତାହା ବହୁ ବର୍ଷ ଯାଏ ପ୍ରକାଶ କରିବା ସମ୍ଭବ ନଥିଲା l ସ୍ଵଚ୍ଛ ନୀଳ ଶରତ ଆକାଶର ମେଘ ଭଳି  ତାର ଚାଲି ଚଲଣ ସରଳ, ସୁନ୍ଦର ଥିଲା, ତାର ନିଷ୍ପାପ ସ୍ନେହ କୋମଳ ସ୍ପର୍ଶ, ସମର୍ପିତ ସେବା ଭାବ ମତେ ଆକୃଷ୍ଟ କରିଥିଲା l ବେଳେବେଳେ କଳାହାଣ୍ଡିଆ ମେଘମାଳା ପରି ତାର କ୍ରୋଧ ଦେଖିଲେ ମନରେ ଦୟା କରୁଣାରେ ମୁଁ ଆନନ୍ଦ ବିହ୍ଵଳ ହେଉଥିଲି l  କଳା ବଉଦ ଭଳି ତାର ବଦନ ଚନ୍ଦ୍ରମା ଶ୍ୟାମ ହେମ ଲାବଣ୍ୟ ଚନ୍ଦନରେ ଉଦ୍ଭାସିତ ହୋଇଥିଲା l ଦୀର୍ଘ 5 ବର୍ଷଧରି ମୁଁ ତାକୁ ଆନନ୍ଦ ବଦନରେ ଦେଖୁଥିଲି 1982 ରୁ 1987, ମୁଁ ଜାଣି ପାରୁଥିଲି ତାକୁ ବାହାହେବା  ସହଜ ପାଠ ନୁହଁ ଜ୍ଞାନ, ଧନ, କ୍ଷମତାର ଅଧିକାରୀ ନହୋଇ, ଜୀବନ ତପସ୍ୟାରେ ସିଦ୍ଧି ନ ଲଭି,  ପୁଣ୍ୟ ଅର୍ଜନ ନକରି l

 ପୂରlଣ ପ୍ରସିଦ୍ଧ, ପ୍ରାଚୀନ ଏତିହ୍ଯର ପୁଣ୍ୟ ପୀଠ ଚୌଦ୍ଵାର ମାଟିରେ ତାର ଧରାବତରଣ ଗୋଟେ ଯୁଗାନ୍ତକାରୀ ଘଟଣା ଥିଲା l ତାର ନାମ ମତେ ବିରଳ ଲାଗୁଥିଲା ଖୁବ୍ ଆନନ୍ଦ ଦେଉଥିଲା ଯେମିତି ତାର ହାତର ଅକ୍ଷର ମତେ ବିମୋହିତ ମନ୍ତ୍ରମୁଗ୍ଧ କରିଥିଲା l ତାର ଅକ୍ଷର କେଉଁ ସାଧାରଣ କାମିନୀର ନୁହଁ ଏ ମୁଁ ଜାଣି ପାରୁଥିଲି l ଏ ଯେ ଅସାଧାରଣ, ଅଦ୍ଭୂତ , ମୁଁ ରୋମାଞ୍ଚିତ ହୋଇଥିଲି l ଦୀର୍ଘ 5 ବର୍ଷ ମୁଁ ତାର ଭଲ ମନ୍ଦ ଗୁଣରେ ମୁଗ୍ଧ ହୋଇଥିଲି l ମନ୍ଦ ଗୁଣ କହିଲେ ବେଳେବେଳେ ବିନା କାରଣରେ ତୁହାକୁ ତୁହା ବର୍ଷିବା ପରି ରାଗିବା l ସେ ରାଗିଲେ ମୋର ମହା ଆନନ୍ଦ l
  ସେ ଜଣେ ତପସ୍ଵିନୀ ପରି ସରଳ ନିଷ୍କାମ ଜୀବନ ଜିଇଁଥିଲା l ସବୁଦିନେ  ଭାଗବତ ବୋଲିବା ତାର ତପବଳ ବୃଦ୍ଧି ପାଇଥିଲା l ତାର କ୍ରୋଧ ମତେ ମହା ଆନନ୍ଦ ଦେଉଥିଲା ସତ କିନ୍ତୁ ଏ ଭାଗବତ ବୋଲିବା ମତେ ସୁଖକର ଲାଗୁ ନଥିଲା l ମଠ ମନ୍ଦିରରେ କିଏ କେଉଁଠି ଭାଗବତ ବୋଲିବା କଥା ? ପୁଣି ଝିଅ ପିଲା ହୋଇ କାହିଁକି ଏ ଭାଗବତ ବହି ପଢିବ ? ଏକଥା ମୁଁ କହି ପାରୁ ନଥିଲି l ତେବେ ତାର ରୂପ ଗୁଣରେ ମୁଗ୍ଧ ହୋଇ ଇଶ୍ବରଙ୍କୁ ସ୍ତୁତି କରୁଥିଲି, ମନେ ମନେ ପ୍ରଣାମ କରୁଥିଲି l ତା ଠାରୁ ଅଧିକ ପାଠ ପଢିବା, ବଡ ଚାକିରି କରି ବାହା ହେବାକୁ ସ୍ଵପ୍ନ ଦେଖୁଥିଲି l ଏ ସ୍ଵପ୍ନ ଅସମ୍ଭବ ଥିଲା ସତ କିନ୍ତୁ ମହାତ୍ମାଙ୍କ ପାଇଁ କେଉଁଟା କେଉଁ  ଯୁଗରେ ଅସମ୍ଭବ ଥିଲା ଯେ ସେ ଏ ବିଦ୍ୟା ସାଧନା କରି ପାରିବେ ନାହିଁ l 

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର l [10/18/2022, 7:50 PM] Raj Kishore Sahoo: ଗୁରୁ ମହାରାଜଙ୍କ ଭାଷାରେ :

ତୁମେ ସେହି ଈଶ୍ବର ଙ୍କୁ ତୁମ ହୃଦୟରେ ବସାଇ, ତୁମ ଓଠରେ ତାଙ୍କର ନାମ ନିଅ, ତାଙ୍କ ଭଲପାଇବା କୁ ଆତ୍ମଚିନ୍ତନ କରି, ତାଙ୍କ ମଧ୍ୟରେ ଲୀନ ହୋଇଯାଅ, ଆଜିର ମିଳିଥିବା ଖାଦ୍ୟ,ପାନୀୟ, ସଫଳତା, ବିଫଳତା ଓ ବିବଶତା ପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କର , ଦେଖିବ ଏହି ସଂସାରର ମାୟା ତମକୁ ସ୍ପର୍ଶ କରି ପାରିବ ନାହିଁ ।

— ସ୍ବାମୀ ଚିଦାନନ୍ଦ ସରସ୍ୱତୀ — [10/18/2022, 10:11 PM] Raj Kishore Sahoo: ଓଡ଼ିଆ ଜାତିର ଗୌରବ ଗାଥା(3) କଥାରେ କହିଚି,”ଦଇବ ଦଉଡି ମଣିଷ ଗାଈ l ଯେଣିକି ଟାଣଇ ସେଣିକି ଯାଇ l” ସେ ଥିଲା ମୋ ଜୀବନରେ ମହାଭାଗ୍ୟ l ମୋ ପାଇଁ ସବୁ ହରାଇ ମତେ “ମ” ବୋଲି କହିନାହିଁ l ଯିଏ ମରଣ ମୁହଁରୁ ମତେ ବଞ୍ଚାଇଛି ତାର ଗୁଣଗାନ ନକଲେ, ଯଶଗାନ ନକଲେ, ମୁଁ ମୁକ୍ତି ପାଇବି ନାହିଁ l ସେ ସଂଯୋଗ ମାତ୍ର ନଥିଲା, ସ୍ଵପ୍ନ ସମ୍ଭାବନାର ଅନାଗତ ଭବିଷ୍ୟତ ପରି ସେ ଥିଲା ମୋ ତରୁଣ ପ୍ରାଣରେ ତୁର୍ଯ୍ୟନାଦ ପରି, ଶୁଭ ଶଙ୍ଖଧ୍ୱନି ସୃଜନ ଐଶ୍ୱର୍ଯ୍ୟର, ତୀର୍ଥ ମହାତୀର୍ଥ ଭ୍ରମଣର l ପ୍ରଣାମ ପ୍ରଣାମ l

 ଧନ୍ୟ ସେ, ଧନ୍ଯ ତାର ମଙ୍ଗଳ ଅଭିପ୍ସା, ଅହିଁସ ପ୍ରାଣ, ମହା ମହାକଷ୍ଟ ସହି ମୌନ  ରହିବାର ସାଧନା ତପସ୍ୟା l ମାସେକାଳ ଯେଉଁ ଚାକିରି କରିବି ନାହିଁ ବୋଲି କାନ୍ଦୁଥିଲି ଶେଷରେ ସେଇ ଚାକିରି ତାର କଥାରେ ରାଜି ହୋଇ କଲି l ଅଳ୍ପ ଦିନ ପରେ ମତେ ଅଫିସର  ଗୁରୁ ବାବୁ କହିଲେ "ତମ ଭାଗ୍ୟରେ ଏ ଚାକିରି ଥିଲା ତମେ ପାଇଲ l ତମେ ଦୁଇଜଣ ଆସିଥିଲ interview ଦେବାକୁ ସେ ଝିଅ ଚାକିରି ପାଇଁ select ହୋଇଥିଲା l ତମର ନାଁ waiting list ରେ ଥିଲା l Appointment order ବେଳକୁ ଅଣଓଡିଆ Director କହିଲେ ଏ hazardous ବିପଦପୂର୍ଣ୍ଣ କାମ ଝିଅ ପିଲା କରି ପାରିବେ ନାହିଁ l ଭବିଷ୍ୟତରେ ଅସୁବିଧା ହେବ l ତେଣୁ ତମକୁ ତା ଚାକିରି ଦିଆଗଲା l ଏ ଭାଗ୍ୟର ସଂଯୋଗ l ସେ ଯଦି join କରିଥାନ୍ତା ପାଠ ପଢ଼ିଥିଲl ନିଶ୍ଚୟ କିଛିଦିନ ପରେ  LDC clerk post ପାଇଥାନ୍ତା l ତମେ ଏଣିକି ମନଦେଇ ଅଫିସ କାମ କର l" ଏକଥା ଶୁଣି ମୁଁ କିଛି କହିଲି ନାହିଁ ସତ କିନ୍ତୁ  ମୋ ଅନ୍ତରାତ୍ମା ଅଶ୍ରୁ ଉଚ୍ଛନ୍ନ ହୋଇଥିଲା ତା ପ୍ରତି ନିଷ୍ଠୁର ହେଲି, ଇଶ୍ୱରଙ୍କୁ ପ୍ରାର୍ଥନା କଲି, ବାହା  ହେବାକୁ  ଇର୍ଷା କରି l ହେ ପ୍ରଭୁ ମତେ ଉଦ୍ଧାର କର l କେମିତି ବଡ ଚାକିରୀ କଲେ ତାର ଦୁଃଖ ଯିବ l 

  1986 ମସିହାରେ ଦରମା ମାତ୍ର 986 ଟଙ୍କା l ଏହି ଟଙ୍କା ଆମ ପରିବାର ପାଇଁ ବରଦାନ ଥିଲା l ସରକାରୀ ଚାକିରୀ ଦ୍ଵାରା ପରିବାରର ସମ୍ମାନ ବଢ଼ିଗଲା l ଘରକୁ ମାଂସ,  ମାଛ ମାସକୁ ଦୁଇ  ତିନିଥର ଆସିଲା l ବାପାଙ୍କ ପାଇଁ ଏ ଦରମା ଟଙ୍କାର ମହିମା ପର୍ବତପରି ଥିଲା l ବଢିପାଣିରେ କୁଟା ଖିଅକୁ ଆଶ୍ରୟ ପରି ସେ ଯେମିତି ଶାନ୍ତିରେ ଟିକିଏ ନିଶ୍ଵାସ ମାରିଲେ କାରଣ 8 ଜଣ ପରିବାରେ 5 ଜଣ ସ୍କୁଲ କଲେଜରେ ପଢୁଛନ୍ତି l ଘରଖର୍ଚ୍ଚ, ବନ୍ଧୁବାନ୍ଧବ ଖର୍ଚ୍ଚ, ପଢ଼ା ଖର୍ଚ୍ଚ ,ଗାଈ ବାଛୁରୀ ଖର୍ଚ୍ଚ ତୁଲାଇବା ବାପାଙ୍କ ପାଇଁ ଅସମ୍ଭବ ଥିଲା l 
ମୁଁ Ravenshawa କଲେଜରେ English PG ପଢୁଛି,  ସାନଭାଇ ବ୍ରଜ +3 JKBK ରେ ପଢୁଛି,  ମୁନା ଅଷ୍ଟମ,  ଝରଣା ଚତୁର୍ଥରେ ପଢୁଛି l ଏହି ଟଙ୍କାରେ ଭଲରେ ଖାଇବା ପିନ୍ଧିବା ସହିତ ମୁଁ  PG ର ବହି ସବୁ କିଣିବାକୁ ସକ୍ଷମ ହେଲି l ନଚେତ୍ ଖୁବ୍ ଅଳ୍ପ ବହି ପତ୍ରରେ ମୁଁ ଯେପରି IA , BA(Hons) ପଢିଥିଲି ସେପରି ଅବସ୍ଥାରେ ମୁଁ MA ପରୀକ୍ଷାରେ ନିଶ୍ଚୟ ଫେଲ ହୋଇଥାନ୍ତି l ଘରେ ଖାଇବା ପିଇବା ଖର୍ଚ୍ଚ କୁ ବଳ ନାହିଁ ଆଉ MA ବହି କିଣିବା,  competitive ବହି କିଣି ପରୀକ୍ଷା ଦେଇ ବଡ ଚାକିରି କରିବା ଆଗକୁ ଦୁଇ ତିନି ବର୍ଷ ଅସମ୍ଭବ ଥିଲା l ଏବେ ମୁଁ ଜାଣି ପାରୁଛି l ତାର କଣ୍ଠରେ ସରସ୍ଵତୀ ଥିଲେ ସେ ମତେ କଣ ଆମ ପରିବାରକୁ ଉଦ୍ଧାର କରିଥିଲା, ଚାକିରି କରି ପଢିବାକୁ କହି, ମତେ ବୁଝାଇ ଅନୁପ୍ରେରିତ କରିଥିଲା l

  ମୁଁ ମାସେକାଳ କାହା କଥା ଶୁଣୁ ନଥିଲି l ଜିଦ୍ କରୁଥିଲି ଏ ଚାକିରି କରିବି ନାହିଁ l ତାର କଥାରେ ରାଜି ହେବା ଦ୍ଵାରା ସେ ଚିରକାଳ ଆମ ପରିବାର ପାଇଁ ବନ୍ଧୁ କଣ ବରଦାନ ପାଲଟିଗଲl  ନଚେତ୍ ଆମର ସମଗ୍ର ପରିବାର ଅର୍ଥାଭାବରୁ ଭୁଷୁଡ଼ି ପଡିଥାନ୍ତା ଅଳ୍ପ ଦିନରେ ସମସ୍ତେ ପାଠ ଛାଡି ବଞ୍ଚିବାକୁ ଛୋଟ ଛୋଟ ବ୍ୟବସାୟ କରିଥାନ୍ତୁ କିମ୍ବା ଚୌଦ୍ଵାର ଛାଡି ଗାଁ କୁ ଯାଇଥାନ୍ତୁ l କାରଣ ଚାକିରି କରି ବହି ପତ୍ର କିଣି ପାଠ ପଢି ଅଫିସର ହେବାକୁ ମତେ 4 ବର୍ଷ ଲାଗିଲା l ମୁଁ ଚାକିରି କରି ନଥିଲେ ନିଶ୍ଚୟ ଆମେ ସମସ୍ତେ ସୁଅ ମୁହଁରେ ପତର ପରି କାଳସ୍ରୋତରେ ଭାସି ଯାଇଥାନ୍ତୁ l ସେ ଆମକୁ ରକ୍ଷା କରିଛି ତେଣୁ ତାର ସେବା କରି ପାରିଲେ ଆମ ପରିବାରର ନିଶ୍ଚୟ ମଙ୍ଗଳ ହେବ l ଇଶ୍ଵର ଆମକୁ ଦୟା କରନ୍ତୁ ଏହି ପାର୍ଥନା ମୁଁ ଅଶ୍ରୁଳ ନୟନରେ କରୁଅଛି l 
 
  ସେ ପୁଣି ଏପରି ସ୍ବାଭିମାନୀ ଲୁହା ତରଳି ଯିବ ପଛେ ହୃଦୟ ତାର ଲୁହା ଠାରୁ ଟାଣ, ଅଗ୍ନିମୟୀ ତପସ୍ଵିନୀ ପ୍ରାଣ,  ମୁଁ ନିଜେ ଅସହାୟ l ଆଉ କିଏ ତାର ସେବା କରିବ ? ତାର ସୁଖ ସମ୍ମାନ ପାଇଁ ଲଢିବ ? ଆମ ପରିବାର ଚିରକାଳ ତାର ରୁଣୀ ତେଣୁ ତା ପାଇଁ ପାର୍ଥନା କରିବା ଆମର ପରମ କର୍ତ୍ତବ୍ୟ l ସେ ଆଜି ବାର୍ଦ୍ଧକ୍ୟରେ ଅସହାୟ ହୋଇ insulin ରେ ଜୀବନ ବଞ୍ଚିଛି, ଅକାଳରେ ସଙ୍ଗାତଙ୍କୁ ହରାଇ 2016 ମସିହାରୁ ଅଶ୍ରୁଳ ଜୀବନ କାଟୁଛି ତାର ପାଟକୁରା ରାଜ୍ଯ ଗାଁରେ l ମହାପ୍ରଭୁ ଦୟାକର କ୍ଷମାକର l 

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/20/2022, 9:00 PM] Raj Kishore Sahoo: ଓଡ଼ିଆ ଜାତିର ଗୌରବ ଗାଥା(4)

 କଥାରେ କହିଚି "ଦେଖାଶିଖl ଓଡିଶା" l ଦେଖିକରି ଶିଖିବାର କଳା କୌଶଳରେ ଓଡ଼ିଆ ଜାତି ଧୂରୀଣ କାହିଁ କେତେକାଳୁ ତେଣୁ ଏହି ବାକ୍ଯ ଏ ଜାତିର ବନ୍ଦନା ଗାଉଛି l ଜଗତରେ ଜ୍ଞାନ ଓ ଜ୍ଞାନକୌଶଳକୁ ଉନ୍ନତ ଦେଶ ମାନେ ଲୁଚାଇ ରଖିଛନ୍ତି ଯେମିତି ସେମିତି ବହୁ ଜ୍ଞାନୀ ବ୍ୟକ୍ତିଙ୍କ ଉଦାରତା ଯୋଗୁ ଜ୍ଞାନ ଉଡୁଛି ଟଙ୍କା ଉଡ଼ିଲା ପରି l ଯିଏ ଯେତେ ଗ୍ରହଣ କରି ପାରିବ ସିଏ ସେତେ ଭାଗ୍ୟବାନ l ବଡଲୋକ ଓ ବରଗଛର ସାହାଯ୍ଯ ସହଯୋଗ ଯିଏ ପାଇଛନ୍ତି ନିଶ୍ଚୟ ଜୀବନରେ ଉନ୍ନତି କରିଛନ୍ତି l 

 ମୋର ମହାଭାଗ୍ୟ ମୁଁ ତାଙ୍କ ଘରେ ବହିପତ୍ର ସବୁ ପଢୁଥିଲି ସତ ସବୁଠୁ ପ୍ରିୟ ଥିଲା ସକାଳୁ ସକାଳୁ ତାଙ୍କ ଘର ଅଗଣାରେ ଚୌକିରେ ବସି ସମାଜ ଖବରକାଗଜ ପଢିବା l ସ୍କୁଲ ବେଳରୁ ହାଟ ଦୋକାନରେ ଏହା ପଢିବା ଅଭ୍ୟାସ ଥିଲା l ଘରକୁ କିଏ ଖବରକାଗଜ ମଗlଏ ମୁଁ ଆଶ୍ଚର୍ଯ୍ୟ ହେଲି l ତାଙ୍କ ଘର ଥିଲା ଜ୍ଞାନର ଗନ୍ତାଘର l ଖବରକାଗଜ କିଣି ପଢିବା ପାଇଁ ଆମର ପଇସା ନଥିଲା l ତେଣୁ ମୋର ଖୁସି କହିଲେ ନସରେ l ରାତି ପାହିଲେ ଏଇଟା ମୋର ପ୍ରଥମ କାମ ଦେଶ ବିଦେଶର ଖବର ପଢି ଜାଣିବା l ତାଙ୍କ ଖବରକାଗଜ ସିଏ ଆଗ ପଢିବ କଣ ମୁଁ ପଢି ପକାଏ l ସକାଳୁ ଝିଅପିଲାଙ୍କ ଘରେ ଅନେକ କାମ l କାମ ସରିଲେ ତ ପଢିବ l ମୋର କିଛି କାମ ନାହିଁ l ଏଇଟା ମୋର ପ୍ରଥମ କାମ  l ଏହାଦ୍ୱାରା ଜ୍ଞାନ ଅର୍ଜନ ହୁଏ ସତ କିନ୍ତୁ ଅସଲ ଜ୍ଞାନ କଣ ମୁଁ ଜାଣି ନଥିଲି l

  ଖବରକାଗଜର 8 ପୃଷ୍ଠାରୁ ମୁଁ ପ୍ରଥମ ପୃଷ୍ଠା ମନଦେଇ ପଢ଼େ l ଭିତର ପୃଷ୍ଠା ପଢିବାକୁ ଆଗ୍ରହ ନଥାଏ l   ଦିନେ ଦିନେ ଥିବ ଥିବ ବିରକ୍ତ ହୋଇ ମୁଁ ପଢୁଥିବା ସମାଜ ନେଇଯିବ l ସେ ପଢିବ l ରବିବାର ଛୁଟିଦିନ କାଗଜ କଣ ସେ ପଢୁଛି l ତାର ବିରକ୍ତିରେ ମୋର ଆନନ୍ଦ l ମୋର ମନ ନିର୍ମଳ l ରାଗ ଇର୍ଷା ନାହିଁ l ସେ ପଢି ସାରିଲେ ମୁଁ  ପଢିବି l କିନ୍ତୁ ସେ ଧୀରସ୍ଥିର  ହୋଇ ମନଧ୍ୟାନ ଦେଇ ପଢିଲା ବେଳେ ମୁଁ ଲକ୍ଷ୍ୟ କରେ l ଆରେ ଏ କଣ ସମାଜର ପ୍ରଥମ ପୃଷ୍ଠାରେ ଦେଶ ବିଦେଶରେ ଖବର ନପଢି ଏ କଣ ସମ୍ପାଦକୀୟ ପଢୁଛି, ସାହିତ୍ୟ ପୃଷ୍ଠା, ଅର୍ଥନୀତିର article ପଢୁଛି l ମୁଁ ଆଶ୍ଚର୍ଯ୍ୟ ହେଲି l କେତେ ଥର ଦେଖିଲା ପରେ ଜାଣିଲି ସେ ବୌଦ୍ଧିକ ଜ୍ଞାନ ସମ୍ପଦକୁ ପଢୁଛି ମୁଁ ପଢୁଛି ସମ୍ବାଦ l ଏହା ଯେ ପ୍ରକୃତ ଜ୍ଞାନ ଭଣ୍ଡାର ମୁଁ ଜାଣିଲି l କେତେ ଖବରକାଗଜ ତାଙ୍କ ଥାକରେ ସାଇତି ରଖା ଯାଇଥାଏ l ସେଥିରେ ସବୁ ଭଲ ଭଲ ଲେଖା,  article ମତେ ଆନନ୍ଦ ଓ ପ୍ରେରଣା ଦେଇଥିଲା l ତାହାକୁ ସାଇତି ରଖିବାର କଳା ଭବିଷ୍ୟତରେ  ମୋର କର୍ମ ଜୀବନରେ ବହୁ ଉପକାରରେ ଲାଗିଲା l

ସେହିପରି ତାଙ୍କ ଘରେ ରେଡିଓରେ  ବିବିଧ ଭାରତୀରେ ଓଡ଼ିଆ,ହିନ୍ଦୀ ଗୀତ ବାଜୁଥିବ l ମୁଁ ବୁଝେ ନବୁଝେ ଶୁଣିଥାଏ l ସେ ଥିବ ଥିବ ହଠାତ୍ ତାକୁ ବନ୍ଦ କରି ଇଂରାଜୀ news ଶୁଣିବ l କିଏ ବୁଝିବ ସେ ଇଂରାଜୀ ସମ୍ବାଦ ? ସେ କାନ ଡେରି ଶୁଣିଥାଏ l ମୁଁ ଦେଖୁଥାଏ l ଆଉ କଣ ତା ଉପରେ ରାଗିବି ? ମୁଁ ତ  ଇଂରାଜୀରେ ଗଧ ମୁଁ ସେ news କଣ ବୁଝିବି l କିଛି ବର୍ଷ ପରେ ମୁଁ ଇଂରାଜୀ news ରେଡିଓ ଶୁଣି ବୁଝିବାକୁ ଚେଷ୍ଟା କଲି l ସବୁ ବୁଝିପାରିଲି l ଖୁବ୍ ଖୁସି ହେଲି l ତେଣୁ ସବୁ ପିଲା ସପ୍ତମ ଅଷ୍ଟମ ଶ୍ରେଣୀରୁ ଏ ଖବରକାଗଜର ସମ୍ପାଦକୀୟ,  article ସବୁ ପଢିବା ସହିତ ସାଇତି ରଖିଲେ,ରେଡିଓରେ ଇଂରାଜୀ news ଶୁଣିଲେ , ଜୀବନରେ ଜ୍ଞାନର ମହିମା କଣ ବୁଝିବେ l ନିଜେ ଜ୍ଞାନ ଅର୍ଜନ କଲେ ଅନ୍ୟକୁ ଜ୍ଞାନ ଆଲୋକରେ ଆଲୋକିତ କରିବେ l ତେଣୁ କୁହାଯାଇଛି,  "ବିଦ୍ୟା ଅଟଇ ମହାଧନ l ବାଳକେ କର  ଉପାର୍ଜନ l" ତା ଠାରୁ ମୁଁ ଦେଖି ଦେଖି ଯେଉଁ ଜ୍ଞାନକୌଶଳ ଲାଭ କରିଥିଲି ଭବିଷ୍ୟତରେ ମୁଁ  ତାକୁ ଦରକାର ବେଳେ ସାହାଯ୍ଯ କରି ପାରିଲି l ତା ପ୍ରତି ମୋର କୃତଜ୍ଞତାର  ସୀମା ନଥିଲା l 1986 ମସିହାରେ ମୁଁ BA English Honours ସହିତ History subject ରଖିଥିଲି l ଭଲ History notes prepare କରି ସାଇତି ରଖିଥିଲି l ତାକୁ ଦେଇଥିଲି BEd ପରୀକ୍ଷାରେ ପଢିବାକୁ l ସେହି notes ଦେଲାବେଳେ ମୋ  ମନରେ ପ୍ରସନ୍ନତା ଓ ପ୍ରୀତି ଭାବ କୂଳ ଲଙ୍ଘୁଥିଲା l  ପୁଣି ମୁଁ ପ୍ରଥମେ ଦରମା ପାଇ ତା ହାତରେ ଖର୍ଚ୍ଚ କରିବାକୁ 100 ଟଙ୍କା ଦେଇଥିଲି ଓ କଟକରେ ତାର ଦେଇ ଘରକୁ ମିଠା  ନେଇଥିଲି l ସେ ସବୁବେଳେ ମୋ ଉପରେ ଖୁସି ଥିଲା ଓ ମୋର ମଙ୍ଗଳ ପାଇଁ ଇଶ୍ବରଙ୍କୁ  ପ୍ରାର୍ଥନା କରୁଥିଲା l ମତେ ଖୁସିରେ ମା କଟକ ଚଣ୍ଡୀ ମନ୍ଦିର ବୁଲାଇ ନେଇଥିଲା l ମୁଁ ସେଠାରେ ଭୋଗ ଖାଇ ମହା ଆନନ୍ଦରେ ଘରକୁ ଫେରିଲି l
 ସେ ଶିକ୍ଷକତା କରିବାକୁ ସ୍ଥିର କରିଥିବାରୁ ତା ମନରେ ଦୁଃଖ  ନଥିଲା କାହିଁକି ତାର ଚାରବାଟିଆରେ ଚାକିରି ହେଲା ନାହିଁ l ତାର ସାମାନ୍ୟ ସେବା କରିଥିବାରୁ ମୋ ମନରେ ଖୁବ୍ ଆନନ୍ଦ ଓ ପ୍ରସନ୍ନତା ମତେ ପ୍ରେରଣା ଦେଉଥାଏ l ତେଣୁ ତା ପାଖରେ ମୁଁ ଚିରକାଳ କୃତଜ୍ଞ l ତା ଲାଗି କୃତଜ୍ଞତା ପରି ଦିବ୍ୟ ଗୁଣର ଅଧିକାରୀ ହୋଇଥିଲି ଓ ଇଶ୍ୱରଙ୍କ ସାନିଧ୍ୟ ସୁଖରେ ଦୁଃଖରେ ଅନୁଭବ କରିଥିଲି l ଜୀବନରେ ସଫଳତା ଲାଗି ସେ ଥିଲା ମୋ ପାଇଁ ଜ୍ଞାନଜ୍ୟୋତି, ଜ୍ଞାନଦେବୀ, ଜ୍ଞାନ  ମନ୍ଦିର, ମହାଜ୍ଞାନର ଗନ୍ତାଘର l ସେ  ନଥିଲେ ମୋ ଜୀବନ ଏମିତି ପୁଷ୍ପିତ, ଫଳପ୍ରଦ, ଫଳପ୍ରସୂ ହୋଇ ନଥାନ୍ତା l ମୁଁ ଜାଣିଥିଲି ମୁଁ ସଂସାରକୁ ଆସିଛି ମାନେ, "ମନ ଦେଇ ପାଠ ପଢିବି l କାଳିଆ ଘୋଡାରେ ଚଢ଼ିବି l ମଧୁବାବୁ ସଙ୍ଗେ ଲଢ଼ିବି l" ଏ ଜନ୍ମରେ  ତାର ସେବା  କରିବାକୁ, ତାର ସୁଖ  ସମ୍ମାନ ଲାଗି ଲଢିବାକୁ ଇଶ୍ଵର ମତେ ଏମିତି ବରଦାନ ଦେଇଛନ୍ତି, ସେ ଲଢିବାର ଯେମିତି ଶେଷ ନାହିଁ l ମହାପ୍ରଭୁ ଦୟାକର କ୍ଷମାକର l ମୁଁ  ଅଜ୍ଞାନ ଚଣ୍ଡାଳ ମୋ ଲାଗି କେତେ କେତେ କଷ୍ଟ  ମହା କଷ୍ଟ ସେ ସହି ଜୀବନ ଧରିଛି,  ଧନ୍ୟ ସେ,  ଧନ୍ଯ ତାର ପାର୍ଥିବ ତନୁରେ ଧରାବତରଣ l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/21/2022, 9:15 PM] Raj Kishore Sahoo: ଓଡ଼ିଆ ଜାତିର ଗୌରବ ଗାଥା(5)

   ଆଲୋକ ପରି ଅନ୍ଧାର, ଦିନ ପରି ରାତି, ସୁଖ ପରି ଦୁଃଖ, ପ୍ରାଚୁର୍ଯ୍ୟ ପରି ଦରିଦ୍ରତା, ଜୀବନ କାଳରେ ଅନୁଭବ ଦିବ୍ୟ ଅନୁଭବ l ସାଧାରଣ ସଂସାରୀ ସଂକ୍ରାନ୍ତିରେ , ଏକାଦଶୀରେ ଓଳିଏ ଉପବାସ ପାଳନ କରନ୍ତି l କେବେ କିଏ ଦିନଟିଏ ଉପବାସ ବ୍ରତ ପାଳନ କରନ୍ତି, ଶରୀର ଶୁଦ୍ଧି ପାଇଁ, ଆତ୍ମା ଶୁଦ୍ଧି ପାଇଁ l ଖାଦ୍ୟରେ ସନ୍ତୋଷ ହିଁ ମହାସୁଖ l ମୋ ଭଳିଆ ପିଲାଦିନେ ଅଭିଯୋଗ କଲେ ହେବ ନାହିଁ l ଖାଇବାକୁ ମାଛ ନାହିଁ,  ଶୁଖୁଆ ନାହିଁ କହିଲେ ଚଳିବ ନାହିଁ l ଯାହା ଖାଇବାକୁ ଅଛି ସେଥିରେ କେତେ ଆନନ୍ଦ ସନ୍ତୋଷ ଅଛି ତାହା ହିଁ ସୁଖ ସଫଳତା, ସ୍ଵାଧୀନତା ଓ ସ୍ୱାଭିମାନ l 

ରାଜାମାନେ ଓ ତାଙ୍କ ପରିବାର ଲୋକମାନେ ବଣ ଜଙ୍ଗଲରେ କିପରି ଫଳମୂଳ ଖାଇ ବଞ୍ଚିହେବ, ଭୋକ ଉପାସରେ ଜୀବନ ରକ୍ଷା କରିହେବ ସେ ତାଲିମ ନେଇଥାନ୍ତି l ଜଙ୍ଗଲରେ ଶିକାର ଅଭିଯାନରେ     ଯାଇଥାନ୍ତି  l ରାଜାର ଜୀବନ ଓ ଭବିଷ୍ୟତ ସବୁବେଳେ ବିପଦପୂର୍ଣ୍ଣ, କଣ୍ଟକପୂର୍ଣ୍ଣ  ସେମାନେ ଜାଣିଥାନ୍ତି l କିଏ ଜାଣେ କେତେବେଳେ ବନବାସ ଯୋଗ ଆସିପାରେ ଶତ୍ରୁ ହାତରେ ହlରି ଜୀବନ ବଞ୍ଚାଇବାକୁ l 

 ବଡଲୋକଙ୍କ ଖାଦ୍ୟପେୟ ଏମିତି ଆମକୁ ସୁଖକର ଲାଗିବ ନାହିଁ l ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କ ଖାଇବାରେ ପୂର୍ଣ୍ଣ ତୃପ୍ତି ଓ ମହା ଆନନ୍ଦ ଥାଏ l ତାର କାରଣ ପ୍ରଚୁର ପରିଶ୍ରମ ଓ କ୍ଷୁଧା ଶକ୍ତି l ଏହି ଦୁଇଟାରୁ ବଞ୍ଚିତ ଯେଉଁମାନେ ସେମାନେ ଖାଦ୍ୟର ଆନନ୍ଦ, ସାମୁହିକ ଭୋଜିଭାତର ଆନନ୍ଦ ଉପଭୋଗ କରି ପାରନ୍ତି ନାହିଁ l

ଚୌଦ୍ୱାରରେ ତାଙ୍କଘରେ ସମସ୍ତେ ଚାକିରି କରିଥିବାରୁ ମଧ୍ୟବିତ୍ତ ପରିବାର ଥିଲେ l ଆମର ଗରିବ ଘର l ତେବେ ବାପା ଛୋଟ ନଦୀମାଛ,  ସମୁଦ୍ର ମାଛ କୋକଲି, ପାଣିଆଖିଆ, ଚାନ୍ଦି ମାଛ ଆଣିଥାନ୍ତି l ଜଳଖିଆ କଣ ଜାଣି ନଥିଲି  l ମାଂସ ବର୍ଷକରେ ଦୁଇଥର ଆସେ l ତାଙ୍କ କ୍ୱାଟର ସାମନାରେ ରହୁଥିବାରୁ ତାଙ୍କ ଘର ମୋର ସବୁଠାରୁ ପ୍ରିୟ ଥିଲା l ମୋର ସୌଭାଗ୍ୟ ସେ ସବୁଦିନେ ଚୁଡ଼ା, ମୁଢ଼ି, ବାଦାମ, ବିସ୍କୁଟ, ବାରମଜା, ଚାହା ପିଇବାକୁ ଦିଏ l ତାଙ୍କ ଘରେ ଗାଈ ଥିବାରୁ କ୍ଷୀର ଚାହା ମୋର ପ୍ରିୟ l ତାଙ୍କ ଘରେ ମାଂସ ଆସିଲେ ସେ ମୋ ପାଇଁ ବଡ ଯତ୍ନରେ ରଖିଥାଏ l ମୋର  ମନରେ ମହା ଆନନ୍ଦ l 
  ସେ ମୋ ପାଇଁ ବିଭିନ୍ନ ସମୟରେ ଭୋଗ ରଖିଥାଏ l ତାର ଭଲ ଗୁଣ ସେ ଖାଇବା ବେଳେ କିଛି ଅଭିଯୋଗ କରେ ନାହିଁ l ଯାହା ଅଛି ସେ ଆନନ୍ଦ ମନରେ ଖାଇଦିଏ l ରୁଟି, ସଜପଖାଳ, ଶାଗ ଭଜା, ସନ୍ତୁଳା ତାର ପ୍ରିୟ l ତାଙ୍କ ବାଡିରେ ବହୁତ ପରିବା ଫସଲ ହୁଏ l ବଡ ସଜନା ଗଛ, ପିଜୁଳି ଗଛ, ସୁଆଦିଆ ବରକୋଳି ମୋର ପ୍ରିୟ l ଆମ ଘରେ କେହି ବଡ ଭଉଣୀ ନଥିଲେ ତେଣୁ ଗାଁରେ ଅତି ଆଦରର ଗଉରୀ ନାନୀକୁ ଅକାଳରେ ହରାଇଲା ପରେ ଏଠାରେ ତାର ସ୍ନେହ ଶ୍ରଦ୍ଧା ଓ ଶ୍ୟାମଳ ସ୍ଵର୍ଣ୍ଣିମ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଥିଲି l ସେ ଥିଲା ମୋ ପାଇଁ ଇଶ୍ୱରଙ୍କ ବରଦାନ l ସରଳ କୁମାରୀ ପ୍ରାଣର ସୁଗୁଣରେ ସେ ଯେମିତି ମହକୁଥିଲା ତୁଳସୀ କସ୍ତୁରୀ ପରି ମୋର ମନ ମୂଲକରେ l ସେ ଥିଲା ଖୁବ୍ ସ୍ନେହୀ l ତାର କଥାରେ ମଧୁରିମl ଭରି ରହିଥିଲା l ତା ଲାଗି ଜୀବନର ପୂର୍ଣ୍ଣତା ମୁଁ ଅନୁଭବ କରିଥିଲି l ସେ ଅଳ୍ପ ଦିନ ମୋ ଠାରୁ ବଡ଼ ଥିଲା, ତା ଭାବନାରେ ପରିପକ୍ୱତା ଥିଲା କିନ୍ତୁ ତା ଉପରେ ଅଧିକାର ସାବ୍ୟସ୍ତ ପରି ଅନୁଭବ କରୁଥିଲି l ସେହି ଭାବନା ଧୀରେ ଧୀରେ ମୋ ଭିତରେ ଇଶ୍ଵର ଦୃଢୀଭୂତ କରିଥିବାରୁ ମୁଁ ଚିରକାଳ କୃତଜ୍ଞ l 

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/29/2022, 7:04 AM] Raj Kishore Sahoo: ରାଣୀ ତୋ ପାଦ ଧରୁଛି l ଏଥିରେ ମୋର ମହା ଆନନ୍ଦ ମହାପୁଣ୍ୟ l ମୋ ସହିତ ତୀର୍ଥ ମହାତୀର୍ଥ ବୁଲ, ସନ୍ନ୍ୟାସୀ ସାଧନା କର ନୋହିଲେ ମତେ ସଂସାର ସାଧନାରୁ ମୁକ୍ତି ଦିଅ l ତୋର ସେବା ନକଲେ, ତତେ ସୁଖ ନଦେଲେ ମୋର ଜୀବନ ତପସ୍ୟା ବୃଥା l ତୋ ଲାଗି ଏ ଜୀବନ ଅଛି l ତୁ ମୋର ସବୁ, ସୁଖ ଦୁଃଖ, ଜୀବନ ମୃତ୍ୟୁ, ସ୍ଵର୍ଗ ମର୍ତ୍ତ୍ୟ, ସୂର୍ଯ୍ୟ ଚନ୍ଦ୍ର l ମଣିଷର ପାଞ୍ଚ ମନ l ମୋର ପାଞ୍ଚ ମନରେ ତୋର ଚାରି ମନ ମୋର ଏକ ମନ ତେଣୁ ଆଜିଯାଏ ମୋ ଚେତନା ସହିତ ଯୋଡି ହୋଇ ରହିଛ l ଇଶ୍ବରଙ୍କୁ ପ୍ରାର୍ଥନା କର ଯେମିତି ଶେଷ ଜୀବନରେ ତୋ ସେବା କଲେ ମୁଁ ମୁକ୍ତି ପାଇବି l ପ୍ରଣାମ ପ୍ରଣାମ l କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/3/2022, 8:38 PM] Raj Kishore Sahoo: ଓଡ଼ିଆ ଜାତିର ଗୌରବ ଗାଥା (4) ରାଜଭୋଗ ଛାଡି ରାଜାଙ୍କ ବନବାସ ଯୋଗପରି, ଉପବାସ ଯୋଗ ସାଧନା ଲାଗି ଇଶ୍ୱରଙ୍କୁ କୃତଜ୍ଞତା ଜଣାଉଛି l କ୍ଷୁଧାର ଚମତ୍କାରିତା କି ଅଲୌକିକତା ଏ ଯେମିତି ସପ୍ତମ ଶ୍ରେଣୀରେ ବୃତ୍ତି ପରୀକ୍ଷା ଭୁବନେଶ୍ବରରେ ଦେଲାବେଳେ ମୁଁ ଶେଷ ଦିନ ସମସ୍ତଙ୍କୁ ଚକିତ କରି 8 ପ୍ଲେଟ ଭାତ ଖାଇ ଉଠି ପାରିଲି ନାହିଁ l ଏଥିରେ କ୍ଷେତ୍ରାଧିପତି ମହାଦେବ ଲିଙ୍ଗରାଜଙ୍କ ମନରେ କି ଭାବନା ଆସିଲା ମୁଁ କେମିତି ଜାଣିବି ? ବିଷକଣ୍ଠ, ନୀଳକଣ୍ଠ ପରି ମହାଦେବଙ୍କ ପ୍ରିୟନାମ ଶ୍ରୀକଣ୍ଠ, ଶ୍ରୀ ଅର୍ଥ ଲକ୍ଷ୍ମୀ, ସେ ପରମା ସୁନ୍ଦରୀ ଲକ୍ଷ୍ମୀଙ୍କୁ ଚାହିଁ ମଧ୍ଯ ବିବାହ କରି ପାରିଲେ ନାହିଁ ତେଣୁ ପ୍ରାଣର ପ୍ରିୟତମାକୁ ନିଜ କଣ୍ଠରେ ଧାରଣ କରିଛନ୍ତି ସେ ସବୁ ସ୍ଵାଦ ଜାଣିବ, ସବୁ ଶବ୍ଦ ଶୁଣିବ, ସୁଖ ଦୁଃଖର ସାଥୀ ହେବ, ସେ କୈଳାସରେ ରହି ବୈକୁଣ୍ଠର ଭୋଗ ବିଳାସ ପ୍ରୀତିକୁ ଉପଲବ୍ଧି କରି ପାରିବେ, ଏଥିରେ ବିଷ୍ଣୁଙ୍କ ମନରେ ମହା ଆନନ୍ଦ କାରଣ ସେ ତ ସବୁ, ପୁଣି ସବୁଠାରେ ତାଙ୍କର ସତ୍ତା ସେ ଦେବତା ହେଉ କି ନର ହେଉ, ରାକ୍ଷସ ହେଉ କି ବlନର ହେଉ l

  ରାମ ଅବତାରରେ  ଯିଏ ହନୁମାନର ମନ କଥା ଜାଣି ନିଜର ପରମା ସୁନ୍ଦରୀ ପତ୍ନୀ ସତୀ ସୀତାଙ୍କୁ ଆର ଜନ୍ମରେ ପତ୍ନୀ ରୂପେ ପାଇବାକୁ ବରଦାନ ଦେଇଥିଲେ l ଧନ୍ଯ କରୁଣାମୟ ମହାପ୍ରଭୁ l ପ୍ରଣାମ ପ୍ରଣାମ l ହନୁମାନ ଯେତେବେଳେ ପ୍ରଥମ କରି ବ୍ରହ୍ମାଣ୍ଡ ସୁନ୍ଦରୀ ସୀତାଙ୍କୁ ଦେଖିଲେ ଅଶୋକ ବନରେ ସେ ବୁଝି ପାରିଲେ ସଂସାର ସାଧନାର ମହିମା l ପ୍ରଭୁ ସନ୍ୟାସୀ ନହୋଇ ସଂସାରୀ ହୋଇଛନ୍ତି କାହିଁକି ? ଏମନ୍ତ ରୂପ ଯେ ନାରୀ ତନୁରେ ବିଧାତା ସୃଜିଛି  ଲାଗୁଛି ଅସମ୍ଭବ ସମ୍ଭବ ହୋଇଛି ନିଶ୍ଚୟ ବୈକୁଣ୍ଠରୁ ଲକ୍ଷ୍ମୀ ଆସିଛନ୍ତି ମର ଦେହ ଧରି l ସୀତାଙ୍କୁ ଯିଏ ଦେଖିବ ସିଏ   ତାଙ୍କ ପ୍ରେମରେ ପଡିବ , ବିବାହ କରିବାକୁ ସ୍ଵପ୍ନ ଦେଖିବ, ସାଧନା କରିବ l ଧନ୍ଯ ରାବଣ ସୀତାଙ୍କ ମନ ହୃଦୟ ଜିଣିବାକୁ ଏଠାରେ ତପସ୍ୟା କରୁଛି l ମୋର ମହାଭାଗ୍ୟ ମୁଁ ଏଠାରେ ପ୍ରଥମ କରି ଦେଖୁଛି ନାରୀ ସୌନ୍ଦର୍ଯ୍ୟର ସ୍ଵର୍ଗୀୟ ସୃଜନକୁ, ସୁଷମା ଭଣ୍ଡାରର ଅପୂର୍ବ ଐଶ୍ୱର୍ଯ୍ୟକୁ l ସୀତାଙ୍କୁ ପାଖରେ ପାଇ ଧନ୍ଯ ପ୍ରଭୁ ରାମ,  ରାଜା ରାବଣ l ମୁଁ ତ  ସନ୍ୟାସୀ ମାତ୍ର l ସଂସାର କଣ? ସଂସାର ସାଧନା କଣ ମୁଁ କାହୁଁ ଜାଣିବି l ସବୁ ପ୍ରଭୁଙ୍କ ଇଚ୍ଛା l ଇଚ୍ଛାମୟଙ୍କୁ କେଉଁ କଥା ଅଜଣା l ହନୁ ସତ କହିବ କଣ ସେ ସୀତାଙ୍କ ପରି ସୁନ୍ଦରୀ ସହିତ ସଂସାର ସାଧନା କରିବାକୁ, ସେ କହିଛି ସିଦ୍ଧିର କଥା,  ସାଧନାର କଥା, ସତ୍ୟ କଥା, ସଂସାର ସାଧନା ବିନା ସନ୍ୟାସୀ ସାଧନା ପୂର୍ଣ୍ଣ ନୁହେଁ ଅପୂର୍ଣ୍ଣ l 

  ମୁଁ ସେମିତି ଜୀବନ ଚକ୍ରରେ ମଠ ମନ୍ଦିର, ଅରଣ୍ୟ ପାହାଡ଼ ଗୁମ୍ଫା ଛାଡି ସଂସାର ସାଧନା କରିବାକୁ ଆସିଥିଲି l ମୋର ହୃଦୟର ରାଣୀକୁ ଇଶ୍ୱରଙ୍କ ଅପାର କୃପା କରୁଣାରୁ ପାଇଥିଲି l ମୋର ମନରେ ମହା ଆନନ୍ଦ ଭାବ ମୋର ମନ ପ୍ରାଣ ଚେତନାକୁ ଉତ୍ସବମୁଖର କରିଥିଲା l ମୋର ସାଧନା ପଥରେ ସେ ଛାଇ ପରି ରହିଥିଲା l 

 ଯୋଗୀ ମୁନିଙ୍କ ଜୀବନ ସାଧନା ସରଳ ନୁହଁ କଠୋର l କେତେବେଳେ କଣ ଖାଇବାକୁ ମିଳିବ ? କେବେ କ୍ଷୁଧାକୁ ଶୀତଳ ଲାଗି ଜଳପାନ କରି ଜୀବନ ବଞ୍ଚାଇବାକୁ ହେବ ସେ ସବୁ ନିତିଦିନିଆ ଘଟଣା l ଜରୁରୀ ନଥିଲେ ଦରିଦ୍ରତା ଲାଗି ମୁଁ ବାହାରେ ଖାଇ ନଥାଏ କି rickshaw ରେ ଯାଇନଥାଏ l ଘରେ ସକାଳେ ପଖାଳ ଖାଇ କଟକ ଯାଇଥିଲେ ପୁଣି ସନ୍ଧ୍ୟାରେ ଆସି ଖାଏ l ବାଦାମବାଡ଼ିରୁ ଚାନ୍ଦିନୀ ଚୌକ, ବାରବାଟୀ ଷ୍ଟାଡିୟମ୍ ଚାଲିଯାଏ ଅଥଚ ଦୁଇ ଟଙ୍କା ଦେଇ ରିକ୍ସାରେ ଯାଏ ନାହିଁ l ମୋର ସୌଭାଗ୍ୟ ମୁଁ ଦରିଦ୍ରତା ଲାଗି କ୍ଷୁଧାର କଷ୍ଟକୁ ଜିଣିଥିଲି l 

 ମୁଁ ଯେପରି ତାକୁ ଇଶ୍ଵର ସେହିପରି କଠିନ ଧାତୁରେ ଗଢିଥିଲେ l  ମୁଁ ଦରିଦ୍ର ଥିଲି ସେ ଇଚ୍ଛାକୃତ ଦାରିଦ୍ର୍ୟକୁ ଗ୍ରହଣ କରିଥିଲା କାରଣ ତାଙ୍କ ଘରେ ସମସ୍ତେ ଚାକିରୀ କରିଥିଲେ ସୁଦ୍ଧା ସେ ମେଟ୍ରିକ ପରୀକ୍ଷାରେ First class ପାଇ କଟକରେ Ravenshawa କଲେଜରେ ପଢିଲା ନାହିଁ ଅଥଚ ନୂଆ କରି ଖୋଲିଥିବା ଚୌଦ୍ଵାର private କଲେଜରେ Arts ପଢିଲା l ପୁଣି BEd ପଢିବାକୁ କଟକରେ ହଷ୍ଟେଲରେ ରହି ପଢିବ କଣ ଦେଇ ପାଖରେ ରହି ପଢିଲା l ବଡ ପରିବାରକୁ ଛୋଟଛୋଟ ଭଡା ଘର l ତାର ଦୁର୍ଭାଗ୍ୟ ରୋଷେଇ କରି ବାରଣ୍ଡାରେ ଶୋଇ ଭାଗ୍ୟକୁ ଆଦରି ପଢ଼େ l ବଡ ଦୁଃଖରେ ଥାଏ l ବେଳେବେଳେ ମନର ଦୁଃଖ କଥା କହେ l 
  ତାର ଦୁଃଖ ଶୁଣି ନୀରବ ଇଶ୍ବରଙ୍କୁ ପ୍ରାର୍ଥନା କରେ କେବେ ବଡ  ଅଫିସର ହେବି ତାକୁ ବାହାହୋଇ କେତେ କଣ ଖାଇବାକୁ ଦେବି, ଦେଶ ବିଦେଶ ବୁଲାଇ ନେବି,  ତୀର୍ଥ ମହାତୀର୍ଥ ବୁଲାଇ ନେବି l ମୋର ସୌଭାଗ୍ୟ ଭଲପାଏ ବୋଲି ସବୁ କଥା,  ସୁଖ ଦୁଃଖ ଡାଇରିରେ ଲେଖି ରଖିଥାଏ l କେବେ ଇଶ୍ୱରଙ୍କ କୃପା ହେଲେ ତାକୁ ସବୁ ପଢ଼ାଇବି ସେ ପୂର୍ବ ସ୍ମୃତିକୁ ମନେ ପକାଇ ଖୁସି ହେବ, ଲୁହ ଢାଳିବ, ଇଶ୍ବରଙ୍କୁ କୃତଜ୍ଞତା ଜଣାଇବ l ମୋର ତା ପ୍ରତି ପ୍ରେମର ମହାନତାକୁ ସମ୍ମାନ ଦେବ l ସେ ଜାଣି ଖୁସି ହେବ ମୁଁ ସବୁ ଘଟଣାକୁ ଇତିହାସ ପରି ଲେଖି ରଖିଛି, ପ୍ରୀତି ଐଶ୍ୱର୍ଯ୍ୟର ପରମ ଆନନ୍ଦରେ l 

 ତାର ଅନେକ ଦୁଃଖ ଥିଲା l ଘରେ ତା ପାଇଁ କେହି କେବେ ଆଗ୍ରହୀ ନଥିଲେ l ବଡଭାଇର   ରୋଜଗାର ଟଙ୍କାରେ ସବୁ ଭାଇ ଭଉଣୀଙ୍କ ଅଧିକାର ଏକଥା ମୁଁ ଅଙ୍ଗେ ନିଭାଇଛି l ଘରେ ସାନ ଭଉଣୀ ମାନେ ଭାଇ ମାନଙ୍କ ଟଙ୍କାରେ ସୁନା ହରିଣୀ ପରି କେଡେ ସୁଖରେ ଥାଆନ୍ତି l
  
  ତାର ଭାଇମାନଙ୍କ ଟଙ୍କାରେ ଅଧିକାର ଅଛି ସେ ବୁଝି ନଥିଲା କିମ୍ବା ଦାବି କରୁ ନଥିଲା l ନଚେତ୍ ହଷ୍ଟେଲରେ କେଡେ ଆନନ୍ଦରେ ରହି ପଢିଥାନ୍ତା l ହଷ୍ଟେଲରେ ଖାଇବ ପିଇବ ପଢିବ ବୁଲିବ l ତାର ଭାଗ୍ୟ ଏମିତି ଘରେ ଟଙ୍କା ଥାଇ ସେ ସୁଖ ପାଇଲା ନାହିଁ କି ସେ ସୁଖ ଚାହିଁଲା ନାହିଁ l ନିଜେ ନିଜ ଗୋଡ଼ରେ ଛିଡାହୋଇ ସଫଳ ହେବାକୁ ଲକ୍ଷ୍ୟ ରଖିଥାଏ l ଏଥିରୁ ସବୁ ଝିଅମାନେ ପ୍ରେରଣା ପାଇବେ l କିନ୍ତୁ ଏପରି ସଫଳତା ପାଇବା ଅତ୍ୟନ୍ତ କଷ୍ଟସାଧ୍ଯ l ଘର ପ୍ରତି ତାର ମନରେ ସ୍ଵପ୍ନ ଆଶା ତୁଟି ଯାଇଥିଲା ତାର ବାପାଙ୍କ OTM ଶ୍ରମିକ ଚାକିରିରୁ retire ପରେ l ଶ୍ରମିକ ଶିକ୍ଷକ ଭାବରେ ତାଙ୍କର ଯଶଖ୍ୟାତି ଲାଗି  ମୁଁ ସମାଜ ଖବରକାଗଜରେ ତାଙ୍କର ମହାପ୍ରୟାଣ ପରେ ପ୍ରକାଶିତ କରି ନିଜକୁ ଧନ୍ଯ ମଣିଥିଲି l ସତକଥା ତାର ଭାଉଜଙ୍କ ସହିତ ପଡୁ ନଥିଲା l ନଣନ୍ଦ ହୋଇ ବଡ ଭାଉଜର ମନ ନେଇ ଚଳିପାରିଲା ନାହିଁ l  1985 ମସିହା ଖରାଦିନ l କଟକରେ ରହିବାର କିଛି ମାସ ପୂର୍ବରୁ  ଦିନେ ଅନୁଗୁଳରେ  ଝଗଡ଼ା କରି ଚୌଦ୍ଵାର ଫେରିଲା l ଖରାଦିନ ସଞ୍ଜ ହେବା ଉପରେ l ତାର ମୁହଁ ମଳିନ, ବିଷାଦ ନୟନ l ଖାଇ ନାହିଁ ପିଇ ନାହିଁ l  120 କିଲୋମିଟର ଦୂରରୁ ଆସିଛି ବସରେ ଏକ ମୁହାଁ ହୋଇ ଚୌଦ୍ଵାର ମୋ ପାଖକୁ l ତାଙ୍କ ବାପା ଗାଁରେ ରହିଲେ ସାନଭାଇକୁ ସେହି କ୍ୱାଟର ଦେଇଥିଲେ l ମୁଁ ଦେଖିଲି ମୁହଁ ତାର ଦୁଃଖରେ ଝାଉଁଳି ପଡିଛି l ମୁଁ ପଚାରିଲି କଣ ହେଲା l ସିଏ ଯାହା କହିଲା ଶୁଣୁଶୁଣୁ ମୋର ହାତ ଗୋଡ଼ ଥରିଲା l କହିଲା ଆଜି ଜୀବନ ହାରି ଦେବି l ଆଉ ବଞ୍ଚିବି ନାହିଁ l ମୁଁ ନିର୍ବାକ ହୋଇ ଚାହିଁଥାଏ l କଣ କହିବି,  ହଠାତ୍ ଇଶ୍ୱରଙ୍କ କୃପାରୁ କହିଲି, "ନା,,  ସେ  କାମ କରନା l ମୋ ମୁହଁକୁ ଚାହଁl,,, ମୁଁ ଅଛି l" କେତେ ବୁଝାଇ ତା ପାଖରେ ବସି ରହିଲି ରାତି ଏଗାରଟା ଯାଏ l ତାର ମନ ଶାନ୍ତ ହେଲା l ମୁଁ ଘରକୁ ଗଲି l ମୋର ଶବ୍ଦରେ କି ଶକ୍ତି ଥିଲା ମୋର ମୁହଁରେ କି ଅକର୍ଷଣ ଥିଲା ସେ ମୃତ୍ୟୁକୁ ଜିଣିଲା l ତାର ଜୀବନ ରକ୍ଷା କରି ଥିବାରୁ ମୁଁ ଇଶ୍ବରଙ୍କୁ କୃତଜ୍ଞତା ଜଣାଇ ପ୍ରଣାମ କଲି l ଏହି ଘଟଣାରେ ମୋର ତା ପ୍ରତି  ନୀରବ ପ୍ରୀତି ଅନୁରାଗ ବୃଦ୍ଧି ପାଇଥିଲା l ମୁଁ ଦିନେ ବଡ ଚାକିରି କଲେ ତା ପାଇଁ ସୁଖ ସୌଭାଗ୍ୟ ଆଣିଦେବି ଏହି ଭାବନାରେ କଣ ଜୀବନ ସଂଘର୍ଷରେ ବ୍ରତୀ ହୋଇଥିଲି l

  ବ୍ଯାଙ୍କ ଚାକିରି ପାଇଁ ମୋର, ତା ପାଇଁ ଫର୍ମ ପକାଇଥାଏ l ତାର certificate,  ଫୋଟ ସବୁ କେଉଁଠି ସେ କାହା ପାଖରେ ଗୋଡଭାଙ୍ଗି ଛିଡା ହୋଇ attested କରିବ ?  ମୁଁ ତା ପାଇଁ ନକଲି ଷ୍ଟାମ୍ପରେ ନକଲି  ଦସ୍ତଖତ କରି ଫର୍ମ ପକାଏ l ତା ପାଇଁ ଟିକିଏ ରିସ୍କ ନେବି ନାହିଁ ତ କାହା ପାଇଁ ନେବି ? ଭୁବନେଶ୍ବରରେ ବ୍ଯାଙ୍କ ପରୀକ୍ଷା ଦେବାକୁ କହିଲା ମୋ ସହିତ ଯିବାକୁ l ମୋ ମନରେ କେତେ ଆନନ୍ଦ ପ୍ରଥମ କରି ଭୁବନେଶ୍ଵର ଗଲେ ତାକୁ ପରୀକ୍ଷା ସରିଲେ ଭଲ କଣ ଖାଇବାକୁ ଦେବି l ସିଏ କେତେ କଣ ଖାଇବାକୁ ଦେଇଛି l

  ରବିବାର ଦିନ ମୁଁ ସକାଳ 6 ଟାରେ ପଖାଳ ଆଳୁ ଚକଟା ଖାଇ ଚୌଦ୍ଵାରରୁ ଗଲି କଟକ ବାଦାମବାଡ଼ି,  ସେଠାରୁ ଅଲିଶାବଜାର l ସେ କଣ ଖାଇଥିଲା କି ନାହିଁ  ସଙ୍ଗେ ସଙ୍ଗେ ସେଠାରୁ ଭୁବନେଶ୍ବର ବସରେ ଗଲୁ l ପରୀକ୍ଷା ଦେବାକୁ ଯାଉଚୁ ତେଣୁ ଆଉ କଣ କଥା ବାର୍ତ୍ତା କରିବୁ l ନିର୍ବାକ ଚିତ୍ର ପ୍ରତିମା ପରି ଯାଇ ପରୀକ୍ଷା ଦେଲୁ l ପରୀକ୍ଷା ସରିଲା ଦିନ 2 ଟାରେ l ଭୋକ ଲାଗୁଥାଏ l ମୁଁ କହିଲି କଣ ଖାଇବା l ସେ ମନକଲା କହିଲା ମାମୁଁ ଘରକୁ ଯିବା ନୂଆପଲ୍ଲୀ l

 ଆମେ ରିକ୍ସାରେ ଗଲୁ l ମୁଁ ଦାଣ୍ଡ ବାରଣ୍ଡା ସୋଫାରେ  ବସିଲି ସେ ଘର ଭିତରକୁ ଗଲା l ଘରେ କେହି ମାମୁଁ କି ମାଇଁ ଦିଶୁ ନଥିଲେ l  ପ୍ରାୟ 45 ମିନିଟ୍ ହେବ ମତେ ବ୍ୟସ୍ତ ଲାଗିଲା l ପାଣି ଟୋପେ ପିଇ ନାହୁଁ l ମୁଁ ଦାଣ୍ଡରେ ଦେଖିଲି ଟିଉସନ୍ ସାର୍ ସରତ ସାର୍ ଙ୍କ। ମାଡାମ୍ l ତାଙ୍କ ଘର ସେଠାରେ l ମୁଁ ନମସ୍କାର କଲି l ସେ ସବୁ ପଚାରିଲେ କିନ୍ତୁ ଘରକୁ ଡାକିଲେ ନାହିଁ ଖାଇବାକୁ କି ପାଇବାକୁ l ମନ ଦୁଃଖ ଲାଗିଲା l ଭୋକରେ ପେଟ ଅସମ୍ଭାଳ l ଏହି ସମୟରେ ସେ ଘରୁ ଏକୁଟିଆ ଆସିଲା ମନରେ ସରସତା ନଥାଏ l ତାକୁ ଏପରି ଦେଖି ମୋ ମନ ମଳିନ ପଡିଗଲା l ଆମେ ସେଠାରୁ ରିକ୍ସା ରେ ବସଷ୍ଟାଣ୍ଡ ପହଁଞ୍ଚିବା ମାତ୍ରେ ବସ ଆସିଗଲା l ଆଉ ଖାଇବୁ କଣ ସଙ୍ଗେ ସଙ୍ଗେ ବସରେ ଦୁଇଜଣ ବସିଲୁ l ଦୁହେଁ ଉପାସ l

  ଇଶ୍ୱରଙ୍କ କି ପରୀକ୍ଷା ଏ , ଦଣ୍ଡ ବିଧାନ ଏ l ଏମିତି କିଏ ପୃଥିବୀରେ ଅଛି ଏକାଠି ଯାଇ ପ୍ରଥମରୁ ଉପାସ ରହିବ ପୁଣି ପାଖରେ ପଇସା ଥାଇ l ମୁଁ ତାର ମୁହଁକୁ ଚାହୁଁଥାଏ, ନୀରବରେ,  ବିଷାଦରେ l ଓଠରେ ଶବ୍ଦ ନଥାଏ l ମନରେ କି ରାଗ ହେ ଭଗବାନ ମୋର ଆଖିରୁ କଣ ଲୁହ ବାହାରିବ ମୋର ରକ୍ତ ମାଂସ ହାଡ଼ରୁ ଲୁହ ବାହାରିଲା l କେମିତି ଏ ଉପାସ ରହିଲା ମତେ ଖାଇବାକୁ ଦେଲା ନାହିଁ l ପେଟ ଚିହ୍ନିଲା ନାହିଁ l ସମୟ ଜାଣି ପାରୁନାହିଁ l କଣ ତାର ମନରେ ଅଛି l ଏସବୁ ଇଶ୍ୱରଙ୍କ ମାୟା ପରୀକ୍ଷା l ମୁଁ କଣ ମୋର କ୍ରୋଧକୁ ପ୍ରକାଶ କରି ଫେଲ ହେବି ନା ଇଶ୍ୱରଙ୍କ ଲାଗି ଆମେ ଉପାସ ରହିଲୁ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବି l ନୀରବରେ ନିର୍ବାକ ଚିତ୍ର ପରି ଆମେ କଟକରେ ଦେଇ ଘରେ ପହଞ୍ଚିଲୁ l ଭାଗ୍ୟକୁ ଚାହା ମିକ୍ସଚର ଖାଇଲୁ l ଜୀବନ ବଞ୍ଚିଗଲା ପରି ଲଗିଲା l ଇଶ୍ୱରଙ୍କ କୃପାରୁ କିଏ କହିଚି,  God is Love, Love is God, ଅଥଚ ଇଶ୍ଵର ଆମକୁ ଉପାସ ରଖିଲେ l ମୋର ଧୈର୍ଯ୍ଯ ଓ ପ୍ରେମର ପରୀକ୍ଷା ନେଲେ l ମୁଁ ତାକୁ କେବେ ଏ ଦୁଃଖ କଥା କହିନାହିଁ l ତା ପାଇଁ ମୋର ତ୍ୟାଗ କଷ୍ଟ, ସଂକଳ୍ପ ଓ ସଂଘର୍ଷ ର ଯେମିତି ଶେଷ ନାହିଁ l ବୋଧହୁଏ ଇଶ୍ଵର ଭାବିଲେ ଏ ଯଦି ମାମୁଁ ଘରେ 8 ପ୍ଲେଟ୍ ମାଂସ ଭାତ ଖାଇଦେବ ତେବେ ମାମୁଁ ମାଇଁ କଣ ଉପାସ ରହିବେ ? ଆମ ଭାଗ୍ୟରେ ମୁଠାଏ ଭାତ ଆନନ୍ଦରେ ବସି ଖାଇବା କି ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ଖାଇବା ସମ୍ଭବ ହେଲା ନାହିଁ l ଆମେ କଣ ଶତୃ ? ଆମେ କଣ ଚଣ୍ଡାଳ ?? ମହାପ୍ରଭୁ ଆମକୁ ଦୟାକର କ୍ଷମାକର l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/4/2022, 8:50 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଶକ୍ତିଗାନୀ ଧ୍ୱନି ମନ୍ଦିର (62)

4 ଶବ୍ଦରେ : ଭ

ପଦ୍ମନାଭ(ବିଷ୍ଣୁ), ଅପ୍ରତିଭ(ଲଜ୍ଜିତ), ଅମିତାଭ(ନାମ), ହାନୀଲାଭ, କ୍ଷତିଲାଭ, ସୁଖଲାଭ, ଇର୍ଷାଲୋଭ, ପ୍ରଗଳ୍ ଭ , ——— 3 ଶବ୍ଦରେ : ଭ

ସୌରଭ, ନିର୍ଲୋଭ, ନିଷ୍ପ୍ରଭ,

ଅଶୁଭ, ସୁଲଭ, ଦୁର୍ଲଭ, ବୃଷଭ,ଋଷଭ(ବୃକ୍ଷ), ବଲ୍ଳଭ(ପ୍ରିୟତମ), ବିକ୍ଷୋଭ, କକୁଭ(ଦିଗ, ଶୋଭା), କୌସ୍ତୁଭ(ମଣି), ପ୍ରସଭ(ହଠାତ୍, ଜୁଲମ୍), ଶ୍ଵେତାଭ(ଶୁଭ୍ର), ପୀତlଭ(ହଳଦିଆ), ରକ୍ତlଭ(ଲାଲ), ନୀଳାଭ(ନୀଳ), ସ୍ବର୍ଣ୍ଣାଭ(ସ୍ଵର୍ଣ୍ଣିମ), ——— କ୍ଷଣପ୍ରଭା(ବିଜୁଳି, ଚପଳା) ମନୋଲୋଭା, ବନବିଭା,

ସୁରଭି(ସୁଗନ୍ଧ),
ବଡ଼ିଭି(ଚନ୍ଦ୍ରଶାଳl), ବଲ୍ଲଭୀ (ପ୍ରଣୟିନୀ), ଦୁନ୍ଦୁଭି(ଡେଙ୍ଗୁରା),

ପଦ୍ମଭୂ(ବ୍ରହ୍ମା, କମଳଜ) ଆତ୍ମଭୂ(ବ୍ରହ୍ମା, କନ୍ଦର୍ପ), ଶରଭୂ(କାର୍ତ୍ତିକେୟ, କୁମାର, ଶିଖିଧ୍ଵଜ), ସ୍ଵୟମ୍ଭୂ(ଶିବ), ବର୍ଷାଭୂ(ବେଙ୍ଗ), ପ୍ରତିଭୂ (ପ୍ରତିନିଧି), ————- ବନମାଳିପୁର ହାଇସ୍କୁଲ ସାର୍ : ଦାମୋଦର ମିଶ୍ର(ହିନ୍ଦୀ ସାର୍), ଜମ୍ବୁ, କାଳୁ, ମଧୁ, ଗୋବିନ୍ଦ, ଗୀର୍ଜା, ମିଛୁ, ବଂଶୀ(C, B,A), ଦେଓ, କରୁଣାକର, ପଣ୍ଡିତ ସାର୍,

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

[11/13/2022, 11:23 PM] Raj Kishore Sahoo: ବିଦ୍ୟାରତ୍ନ ପ୍ରେରଣା ପୁରସ୍କାର (ଏକ ଲକ୍ଷ ଟଙ୍କା), ସୃଜନ ବନ୍ଦିତା, ଯଶସ୍ଵିନୀ ଶିକ୍ଷୟତ୍ରୀ ସବିତା ପଟ୍ଟନାୟକଙ୍କୁ l ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ (1987), ଯାଜପୁର l
Vedic English, Com ଲୋକପ୍ରିୟତା ଲାଗି l ପ୍ରଣାମ ପ୍ରଣାମ l କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/16/2022, 9:50 PM] Raj Kishore Sahoo: ଓଡ଼ିଆ ଜାତିର ଗୌରବ ଗାଥା l ମହାତ୍ମାଙ୍କ ପ୍ରେମ କାହାଣୀ ଯେମିତି କାଳଜୟୀ ମାନବ ଜାତିର ମଙ୍ଗଳ ଲାଗି ସେମିତି ଚିରକାଳ ପ୍ରୀତି ଐଶ୍ୱର୍ଯ୍ୟ ବାଣ୍ଟୁଥାଏ ,ପ୍ରୀତି ଆନନ୍ଦ ସାଉଁଟୁଥାଏ, ପ୍ରୀତି ସୌନ୍ଦର୍ଯ୍ୟରେ ଅଭିଷିକ୍ତ ହୋଇଥାଏ, ନୈସର୍ଗିକ ବିଭୁ ଚେତନାର ଜୟଗାନ କରି, ବିଭୁକୃପା କରୁଣାରେ କୃତ୍ୟକୃତ୍ୟ ହୋଇ, ପଦ୍ମପାଦ, ପଦ୍ମମୁଖର ବନ୍ଦନା କରି l କାମିନୀ କାଞ୍ଚନ l କାଞ୍ଚନ କାମିନୀ l ବ୍ୟକ୍ତି ବସ୍ତୁ, ବସ୍ତୁ ବ୍ୟକ୍ତି ଯିଏ ମହାତ୍ମାଙ୍କ ଜୀବନରେ ଆସିଛନ୍ତି, ଇଶ୍ଵର ଯେଉଁମାନଙ୍କୁ ତାଙ୍କ ଚେତନାକୁ ଉଦବୁଦ୍ଧ ଆଲୋକିତ କରିବାକୁ ଯୋଡିଛନ୍ତି ସେମାନେ ଚିରକାଳ ଅମର, ଅବିସ୍ମରଣୀୟ ହୋଇ ରହିଛନ୍ତି l

  ମାନବ ପ୍ରାଣରେ ପ୍ରେମ ଏକ ଉଚ୍ଚାଟିତ ଉଚ୍ଚତର ଅନୁଭବ, ନୀରବ ନୈସର୍ଗିକ ଅନୁଭବ, ଅଦ୍ଭୁତ ଅଲୌକିକ ଅନୁଭବ, ମହା ମହା ଅନୁଭବ, ଆନନ୍ଦ କଲ୍ଲୋଳ ଅନୁଭବ, କଲ୍ଲୋଳ ମୂର୍ଚ୍ଛନା ଅନୁଭବ, ମୂର୍ଚ୍ଛନା ଚକିତ ଅନୁଭବ l ଇଶ୍ୱରଙ୍କ କୃପା ଏ,  କରୁଣା ଏ, ଜୀବନ ସାଧନା ଲାଗି l କାମ କ୍ରୋଧ ଲୋଭ ମୋହ ମାୟାର ପୂର୍ଣ୍ଣତମ ଅନୁଭବ ଏ, ପ୍ରବଳ ପ୍ରତାପ ଅନୁଭବ ଏ, ଜୀବନ ନେଇ ପାରେ ଏ, ଜୀବନ ଫେରାଇ ଦେଇ ପାରେ ଏ, ମହାକାଳ ପରି ମହା ଶକ୍ତିଶାଳୀ ଏ, ଇନ୍ଦ୍ରଧନୁର ବର୍ଣ୍ଣବିଭା ପରି ଆନନ୍ଦ ଐଶ୍ୱର୍ଯ୍ୟମୟ ଏ,  ଆନନ୍ଦ ଉଲ୍ଲାସମୟ ଏ,  ଆନନ୍ଦ ଆଲୋକମୟ ଏ l 
    ଦୁର୍ବଳ ମାନବ ପ୍ରାଣରେ ଗୋଟେ ଦୁର୍ବାର ଅନୁଭବ, ଗୋଟେ ଦୁର୍ଲଭ ଅନୁଭବ, ଗୋଟେ ଦିବ୍ୟ ସୁନ୍ଦର ଅନୁଭବ l ଯାଦୁକାରୀ ଚମକପ୍ରଦ ଅନୁଭବ l କେମିତି ଅହରହ ମନ ପ୍ରାଣ ଆତ୍ମା ତାର ମାୟାରେ ବଶୀଭୂତ ହୋଇଥାଏ, ପ୍ରୀତି ସିଦ୍ଧି ଲାଗି ଯଜ୍ଞ ଅନଳରେ ଜଳୁଥାଏ l ଯୌବନରେ ଏ ଅନୁଭବ, ପ୍ରୀତ ପ୍ରାଣର ପ୍ରାପ୍ତି ଲାଗି, ଗୋଟେ ଆନନ୍ଦ ମଧୁର ତପ୍ତ ତପସ୍ୟା, ଆନନ୍ଦମଗ୍ନ ସ୍ଵପ୍ନ କଳ୍ପନାର ଚନ୍ଦ୍ରଲୋକ, ତୃପ୍ତି ତନ୍ମୟତାର ତନ୍ଦ୍ରାଳସ l ଏମିତି କାହିଁକି ହୁଏ, ଏମିତି ଇଛା,  ପାଇବାର ଇଛା ପ୍ରାଣକୁ ଉଚ୍ଛନ୍ନ କରେ,  ତାର ପ୍ରାପ୍ତିରେ ଯେମିତି ଜୀବନର ପୂର୍ଣ୍ଣତା ଲୁଚି ରହିଥାଏ,  ଗୋଟେ ବଡ଼ ରହସ୍ୟ ଏ, ରହସ୍ୟ ରୋମାଞ୍ଚ ଏ, ରୋମାଞ୍ଚ ପୁଲକ ଏ l କୋମଳତା ଓ କଠୋରତାର ପୂର୍ଣ୍ଣ ପ୍ରକାଶମୟ ଅନୁଭବ ଏ l ସବୁ ଅନୁଭବ ଭିତରେ ଇଶ୍ୱରଙ୍କ ସାନିଧ୍ୟକୁ ଅନୁଭବ କରି ହୁଏ, ପାଇବା କିମ୍ବା ହରାଇବାର ଆନନ୍ଦ ବିଷାଦ ଅନୁଭବର ଶିଖର ସ୍ପର୍ଶ ଲାଗି ସୁଯୋଗ ଏ, ତପସ୍ୟା ଏ, ପ୍ରାଣର ପରମ ଉପାସନା ଏ ତାର ତୁଳନା ନାହିଁ l ପ୍ରୀତିର ମହିମ୍ନ ଅନୁଭବ ଲାଗି ଇଶ୍ୱରଙ୍କ ପାଖରେ କୃତ୍ୟକୃତ୍ୟ ହେବାର ସୌଭାଗ୍ୟ ଯେମିତି ସୁବର୍ଣ୍ଣ ଯୁଗର ସୂର୍ଯ୍ୟୋଦୟ ଏ ପ୍ରୀତି, ହୀରକ ଉଜ୍ଜ୍ଵଳ ମଧ୍ୟାହ୍ନ ଏ ପ୍ରୀତି, ସ୍ଵର୍ଣ୍ଣପୀତ ଅସ୍ତରାଗର ଲାବଣ୍ୟ ଲାଲିମା ଏ ପ୍ରୀତି, ସଂଧ୍ୟାତାରାର ଶୁଭ୍ର ଆଲୋକ ଏ ପ୍ରୀତି, ତାରାଞ୍ଚିତ ନୀଶିଥର ରୂପ କାନ୍ତି ଏ ପ୍ରୀତି, ଶରଦ ପୂର୍ଣ୍ଣିମାର ଶୁକ୍ଳ ଜ୍ୟୋତ୍ସ୍ନା ଏ ପ୍ରୀତି, ରାତ୍ରିର ଅନ୍ଧାର ଶେଷରେ ଅମୃତ ସକାଳର ପ୍ରତୀକ୍ଷା ଏ ପ୍ରୀତି, କାହା ଜୀବନରେ କେମିତି ଆସିଛି ?  କିଏ ତାର ମହିମାରେ ମହକିଛି ଜୀବନସାରା ? କିଏ ମଉଳି ଯାଇଛି ମହାକାଳର ଅନ୍ଧାର ଭିତରେ ମୃତୁ କୁ ଆଲିଙ୍ଗନ କରି ?  କିଏ ଜୀବନ ସଂଗ୍ରାମରେ ଯୁଦ୍ଧ ଲଢୁଛି ମୋ ପରି ତାର ରୂପ ଯଶର ଜୟଗାନ କରି ତାର ସମ୍ମାନ ଲାଗି,  ଯଶକୀର୍ତ୍ତି ଲାଗି ? କିଏ ଜୀବନ ତପସ୍ୟାରେ ସିଦ୍ଧି ଲାଗି ତାର ମିଳନ ପ୍ରତୀକ୍ଷାରେ ଜନ୍ମଜନ୍ମାନ୍ତରେ ଧରାବତରଣ ଲାଗି ଇଶ୍ୱରଙ୍କ ପାଦପଦ୍ମରେ ପ୍ରାର୍ଥନାରତ ? ବଡ ବିସ୍ମୟକର ଏ, ରହସ୍ୟପୂର୍ଣ୍ଣ ଏ, ରୋମାଞ୍ଚକର ଏ, ଏପରି ଦିବ୍ୟ ଅନୁଭବ ଲାଗି ମନୁଷ୍ୟ ଜୀବନ ଧନ୍ୟ ହୋଇଛି ଏ ଧରାରେ l ପ୍ରଣାମ ପ୍ରଣାମ l

   ମୁଁ ସ୍କୁଲରେ ସେଇ ଆକାଶଚୁମ୍ବୀ ଶବ୍ଦ ସବୁ ଶୁଣିଥିଲି, " ମହାନ୍, ମହାତ୍ମା, ପ୍ରସିଦ୍ଧ, ମହାବୀର, ଯୁଗଜନ୍ମା, ଯୋଗଜନ୍ମା, ମହାଯୋଦ୍ଧା, ଯଶସ୍ୱୀ, ପ୍ରଖ୍ୟାତ, ବିଖ୍ୟାତ, ଅମର, କ୍ରାନ୍ତିକାରୀ, ଯୁଗସ୍ରଷ୍ଟା,  ଯୁଗପ୍ରବର୍ତ୍ତକ , ଯୁଗାନ୍ତକାରୀ, ଯୁଗଦ୍ରଷ୍ଟା" , ପୁଣି ଇତିହାସରୁ ପଢିଥିଲି ଅମର ପ୍ରେମ କାହାଣୀ କେତେ ପୁରାଣ ଯୁଗରୁ ଇତିହାସ ଯୁଗ ଯାଏ, କେତେ ଯୁଦ୍ଧ ମହାଯୁଦ୍ଧ, କେତେ ଧ୍ଵଂସଲୀଳା ପରି ପୁଣି କେତେ ନବ ନିର୍ମାଣ,  ମନ୍ଦିର, ତାଜମହଲ, ସହର, ଦୁର୍ଗ ସବୁ ଗଢି ଉଠିଛି,  କେତେ କାବ୍ଯ,  ମହାକାବ୍ୟର ସୃଜନ ହୋଇଛି, କେତେ ଗୀତ ଗପ ନାଚ ସିନେମା ସମ୍ଭବ ହୋଇଛି ତାର ସାକ୍ଷୀ ଏ  ମାଟି,  ଆକାଶ, ସୁଜଳା ସୁଫଳା ସ୍ଵର୍ଣ୍ଣପ୍ରସୂ ବସୁନ୍ଧରା l ମହାତ୍ମାମାନେ କଣ ସେଇ ଅଙ୍ଗେ ଲିଭାଇଥିବା ଅନୁଭବକୁ, ମାନବ କଲ୍ୟାଣର ମହାମନ୍ତ୍ର ପ୍ରୀତିକୁ, ତାର ଯଶକୀର୍ତ୍ତିକୁ ବର୍ଣ୍ଣନା କରି ନିଜକୁ ଧନ୍ୟ ମଣିବେ ନାହିଁ ?

God is Love,  Love is God, All roads lead to the God, ଇଶ୍ୱରଙ୍କ ପାଖକୁ ଯିବାକୁ ସବୁ ପଥ, ସବୁ ଦିଗ ପଡିଛି ପୁଣି ରଜ ଗୁଣ,  ସତ୍ତ୍ଵ ଗୁଣ , ତମ ଗୁଣରେ , ଏଥିରେ ମୃତୁ ପରେ ସ୍ଵର୍ଗକୁ ଯାଅ କି ନର୍କକୁ ଯାଅ ଦିନ ଆସିବ ସେଠାରୁ ମୁକୁଳି ଇଶ୍ୱରଙ୍କ ପାଖରେ ପହଞ୍ଚିହେବ l ଏ ସଂସାର ତାଙ୍କର ସର୍ଜନା,  ତାଙ୍କର ଲୀଳା l ସେ ନିଜେ ମାନବ ତନୁରେ ଧରାବତରଣ କରି ସବୁ ଅନୁଭବକୁ ପ୍ରତ୍ୟକ୍ଷ କରିଥାନ୍ତି l ମୋର ସୌଭାଗ୍ୟ ମୁଁ ସେଇ ଦିବ୍ୟ ପ୍ରୀତି ଅନୁଭବର ସୂକ୍ଷ୍ମ ଆଲୋକ କଣିକାକୁ ଧରି ରଖିଥିବାରୁ l ପ୍ରଣାମ ପ୍ରଣାମ l

 ମୁଁ ରହୁଥିଲି OMP ଛକରେ ଥିବା Ravenshawa କଲେଜର old PG ହଷ୍ଟେଲର ନାଲି କୋଠାରେ ଯେଉଁଠି ଦିନେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବୀର ସୁବାସ ବୋଷ ରହୁଥିଲେ l ଦିନେ ରାତିରେ ମୁଁ ଶୋଇଛି ହଷ୍ଟେଲରେ ପ୍ରିୟଦଶିର୍ନୀ କଥା ଭାବି ଭାବି ହଠାତ୍ ଲାଗିଲା ଯେମିତି ଇଶ୍ଵର ମତେ ଉଠାଇ ଦେଲେକି ? ମୋ ଭିତରେ ତୀବ୍ର ଉତ୍ତେଜନା ଚିଠି ଟାଏ ଲେଖିବି l ଲେଖିବି କଣ ? ସେଇ ତନ୍ଦ୍ରାଭୂତ ଅବସ୍ଥାରେ ଲେଖିବାକୁ ଆରମ୍ଭ କଲି l ମୁଁ କଣ ଲେଖିବି "ମୁଁ ତତେ ଭଲପାଏ ବାହାହେବି" ? କଣ ଲେଖିବି ସେ ପଢ଼ିଲେ ଖୁସି ହେବ,  ମୋର ପ୍ରଶଂସା କରିବ,  ମୋ ପାଇଁ ଇଶ୍ୱରଙ୍କୁ ପ୍ରାର୍ଥନା କରିବ l ପ୍ରଥମ ଚିଠି ଏ l କେତେ ସାହାସ, କେତେ ସମର୍ପଣ, କେତେ ପୁଣ୍ୟବଳ  ନଥିଲେ କଣ କିଏ ଲେଖିବ ଏ ଚିଠି ?

 କେମିତି ଆରମ୍ଭ କରିବି କେମିତି ଶେଷ କରିବି  ଏ ଚିଠି ? ଫଟୋ ଟା ଦେଲା ନାହିଁ ବୋଲି କଣ ରାଗିକି ଲେଖିବି ? ନା ଗାଳି ଦେବି ? ଏ'ତ ଗୋଟେ ମହା ପରୀକ୍ଷା l ଏତେ ସହଜ ନୁହେଁ ଏ ଯିଏ ଅଙ୍ଗେ ଲିଭାଇଛି ସେ ଜାଣିଛି l ମୁଁ BA ପରୀକ୍ଷାରେ English Honours Distinction ରଖି Ravenshaw ରେ English PG କରୁଛି ଯେଉଁ କଲେଜରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁବାସ ବୋଷ ପଢୁଥିଲେ, କଳିଙ୍ଗ ବୀର ବିଜୁ ପଟ୍ଟନାୟକ ପଢୁଥିଲେ l ମୋ ମନରେ ସ୍ଵାଧୀନତାର ଝଲକ ଥିଲା, ପୁଣ୍ୟ ପ୍ରୀତିର ପୁଲକ ଥିଲା l ବିଭାଜିତ ଭାରତ ମା'ର ଆତ୍ମାର ଆକୁଳତାକୁ  ମୁଁ ଶୁଣୁଥିଲି l ଏକ ଦୁର୍ନୀତିମୁକ୍ତ ଏକ ସମୃଦ୍ଧ ଭାରତର ସ୍ଵପ୍ନ,  ଅଖଣ୍ଡ ଭାରତର ସ୍ଵପ୍ନ,  ମୋ   ଚେତନାକୁ ଆଚ୍ଛନ୍ନ କରିଥିବା ସ୍ଵର୍ଣ୍ଣିମ ସ୍ଵପ୍ନ କୁ ସେଇ ଚିଠିରେ ଲେଖି ବସିଲି,  ତାର ଅନାବିଳ ସ୍ନେହକୁ ସ୍ମରଣ କରି, ତାର ଅପୂର୍ବ ରୂପ ଲାବଣ୍ୟର ଜୟଗାନ କରି ଯାହାକୁ ଇଶ୍ଵର ସୃଜିଥିଲେ ଶ୍ୟାମଳ ହେମ କୃଷ୍ଣ ରଙ୍ଗରେ, ମୋ କବି ହୃଦୟକୁ ଚିରକାଳ ତନ୍ମୟ ତଲ୍ଲୀନ, ବିଭୋର ବିହ୍ଵଳ କରିବାକୁ, ତାଙ୍କ ସୃଜନ ମହିମାର ବନ୍ଦନା କରିବାକୁ l

  ଜୀବନରେ ମିଳନ ବିଦାୟ ସତ୍ୟ କିନ୍ତୁ କେହି ଚିରସ୍ଥାୟୀ ନୁହଁନ୍ତି l ରୁତୁ ବଦଳିବା ପରି ଏମାନେ ବଦଳିଥାନ୍ତି ତେଣୁ ଜୀବନ ସାଧନା ରେ ପ୍ରତୀକ୍ଷା, ତପସ୍ୟା, ସିଦ୍ଧି ଲାଗି, ଲାଗି ରହିବା ହିଁ ମହାଭାଗ୍ୟ l କାରଣ ଯୁଗେଯୁଗେ ନାରୀର ଭାଗ୍ୟ, କବିର ଭାଗ୍ୟ, ରାଜାର ଭାଗ୍ୟ, ଜମିର ଭାଗ୍ୟ ଗୋଟେ ରହସ୍ୟ ହୋଇ ରହିଥାଏ l କେତେବେଳେ କେଉଁ ଯୁଗରେ କିଏ ଚମକିବ ? ଇତିହାସ ତାର ସାକ୍ଷୀ,  ମାଟି ଆକାଶ ତାର ମୂକସାକ୍ଷୀ l ସେ ମତେ କି ମଧୁର ଯାଦୁକାରୀ ସ୍ଵରରେ ଡାକୁଥିଲା "ରାଜା ରାଜା, ,," ଏ ଶବ୍ଦରେ କି ଶକ୍ତି ଥିଲା ମୋର ମନ ପ୍ରାଣ ଆନନ୍ଦ ବିମୁଗ୍ଧ ବିମୋହିତ ମହିମାନ୍ଵିତ ହୋଇଥିଲା l ମୋର ଅନେକ ନାମ ମଧ୍ୟରେ ସେ ଡାକୁଥିବା ନାମ ମତେ ମନ୍ତ୍ରମୁଗ୍ଧ କରିଥିଲା l

 ସତକଥା ତାର ସ୍ନେହ ଶ୍ରଦ୍ଧା ଥିଲା ମୋ ପ୍ରତି,  ମୋର ଥିଲା ତା  ପାଇଁ ନିର୍ବାକ ପ୍ରୀତି ଅନୁରାଗ l ତେଣୁ ଏହାର ପ୍ରକାଶ ପାଇଁ ଭିତ୍ତିଭୂମି ନଥିଲା l ସେ ଯେତେବେଳେ ଚାହିଁଲା ସେ ମୋ ଠାରୁ ଦୂରକୁ ଯିବ, ସଂସାରର ସୁଖ ଦୁଃଖ ପ୍ରତ୍ୟକ୍ଷ କରିବ, ମୁଁ ଜାଣିଲି ତେଣୁ ଅଟକାଇବି କାହିଁକି ? ସେ ସଂସାରର ଭଲ ମନ୍ଦ ଦେଖୁ  ମତେ ପରଖୁ,  ମୋ ପ୍ରେମକୁ ସମ୍ମାନ ଦେଉ l ତେଣୁ ତାର ଫଟୋ ରଖିବାକୁ କହୁଥିଲି l ସେ ନାହିଁ କଲେ କଣ ମୁଁ ସତରେ ତାହା ଗ୍ରହଣ କରିବି ? ସେ ଗଲା ପରେ ମତେ ଲlଗିଲା ତା ବିନା ମୋ ଜୀବନ ନିସ୍ଵ ନିସ୍ଵ, ନିରାଶ୍ରୟ,  ନିରାଶ୍ରୟ,  ବଡ ବିଚିତ୍ର ବିଷାଦ ଅନୁଭବ ଏ l ସୁଖ ନାହିଁ  ଶାନ୍ତି ନାହିଁ, ଆନନ୍ଦ ନାହିଁ,  ଗୋଟେ ନିସ୍ଵ ପ୍ରାଣର ନୀରବତା ନିରବଚ୍ଛନ୍ନ ଭାବରେ ମୋର ଚୈତ୍ୟ ସତ୍ତାକୁ ଆଚ୍ଛନ୍ନ କରିଥିଲା l ଯାହା ଲାଗି ଜୀବନ ତପସ୍ୟା ତାକୁ ବାହା ହେବାରେ ବାଧା କେଉଁଠି ? ତେଣୁ ଚିଠି ଲେଖିବା ପାପ ନୁହେଁ l ତେଣୁ ଚିଠିଟି ନୀଳ ଅକ୍ଷରରେ ସୁନ୍ଦର ସାହିତ୍ୟିକ ଭାବରେ, ଗୋଟେ ମହା ଗୌରବମୟ ଅନୁଭବରେ ଲେଖି ସାରିଦେଲି l କଣ ହେବ କିଛି ନଭାବି ସକାଳେ ଡାକ ବାକ୍ସରେ ପକାଇଦେଲି 1987 ମସିହା ଅକ୍ଟୋବର ମାସରେ, ଏ ଚିଠି ଯିବ Ravenshawa କଲେଜରୁ ଯାଜପୁରର ମଙ୍ଗଳପୁର girls ହାଇସ୍କୁଲ l 

 ଚିଠିଟl ପକାଇ ସାରିବା ପରେ କାହିଁକି କେଜାଣି ମନ ଘାଣ୍ଟି ଚକଟି ହେଲା l ଆଜକୁ ଦଶ ଦିନ ହେଲାଣି କିଛି ଉତ୍ତର ନାହିଁ l କଣ ହେଲା ତାର ? ଗୋଟେ ଅସମ୍ଭାଳ ଉଚ୍ଛନ୍ନ ପଣ  ମୋ ମନ ପ୍ରାଣକୁ ଆକ୍ରାନ୍ତ କରୁଥାଏ l ଝିଅମାନେ ପୁଅ ମାନଙ୍କ ଅପେକ୍ଷା ପରିପକ୍ୱ l ସେମାନେ ସବୁବେଳେ ଧୀରସ୍ଥିର ମନରେ ଚିନ୍ତା କରିଥାନ୍ତି l ଏକଥା ବୁଝିବା ମୋ ପକ୍ଷରେ ସମ୍ଭବ ନଥିଲା l ଏ କଣ ATM ମେଶିନରୁ ଟଙ୍କା ବାହାରିବା ପରି କଥା ଯେ ସେ ଚାହୁଁ ଚାହୁଁ ତା ମନ କଥା ଲେଖି ଜଣାଇବ ? ଲେଖି ନଜଣାଇଲେ ଆମ ବାହାଘର କେମିତି ହେବ ? ଇଶ୍ଵର ଆଜିଯାଏ ମତେ ଅନୁପ୍ରେରିତ କରିଛନ୍ତି ତା ଉପରେ ମୋର ଚିରକାଳିକ ଅଧିକାର ଅଛି ସେ ଯେଉଁଠି ଥାଉ  ଯେମିତି ଥାଉ l ସେ ଅଧିକାର କାଳକାଳର, ଯୁଗଯୁଗର,  ଜନ୍ମଜନ୍ମର l ଯେମିତି ତା ମଥା ଉପର ଆକାଶ, ତା ପାଦ ତଳର ମାଟି ଉପରେ ମୋର ଅଖଣ୍ଡ ଅଧିକାର ଅଛି l ଏଥିପାଇଁ ମୁଁ ସବୁକିଛି କରିବାକୁ ପ୍ରସ୍ତୁତ l ଜ୍ଞାନ ଧନ କ୍ଷମତାର, ଯୋଗ୍ୟତାର ସୀମା ସେ ସ୍ପର୍ଶ କରିବାକୁ ଚାହାଁନ୍ତି l ତା ବିନା ପ୍ରାଣର ଅନାହତ ବେଦନାକୁ କିଏ ଜାଣିବ ? ତନୁ ମନ ଆତ୍ମାର ପରିପୂର୍ଣ୍ଣ ମିଳନ ବିନା ମୁକ୍ତି ନାହିଁ  , ଏଇ ତପସ୍ୟାରେ ସିଦ୍ଧି ଲାଗି ଯେମିତି ମହାତ୍ମା ଧରାବତରଣ କରିଛନ୍ତି ନୋହିଲେ ତାର ସୁକ୍ଷ୍ମ ଚେତନା କିପରି ଯୋଡି ହୋଇ ରହିଚି ମାୟା ପରି, ଛାୟାପରି, ମହକୁଛି ଚନ୍ଦନ ତୁଳସୀ ପରି, କସ୍ତୁରୀ  କର୍ପୁର ପରି l ସେ ଲାଗୁଥିଲା ପ୍ରୀତି ଗଙ୍ଗା, ପ୍ରୀତି ଗଙ୍ଗୋତ୍ରୀର ପୁଣ୍ୟ ପ୍ରବାହ l ପ୍ରଣାମ ପ୍ରଣାମ 

  ହଠାତ୍ ସ୍ଥିର କଲି ତାଙ୍କ ଘରକୁ ଯିବି ପାଟକୁରା ଅଞ୍ଚଳରେ ତାଙ୍କ ଗାଁ କୁ l ଚିଠିରେ ତାକୁ ଆଘାତ ଦେବାପରି କିଛି ଖରାପ କଥା ଲେଖତ୍ନାହିଁ, ଯାହା ଲେଖିଛି ତାହା ସତ୍ୟ,  ସୁନ୍ଦର,  ମଙ୍ଗଳକର, ଯିଏ ପଢିବ ସିଏ ତାର ଜୟଗାନ କରିବ l ପୁଣି ସେ ଚିଠି ପଢି ସାରିଲା ପରେ ନିଶ୍ଚୟ ତାର ପ୍ରିୟ ସାଙ୍ଗକୁ ପଢ଼ାଇବ l ତାକୁ ପଚାରିବ ଭଲ କଣ  ମନ୍ଦ କଣ ? ତାର ପରାମର୍ଶ ନେବ l   ମୁଁ ପୁଣି ଛୋଟ ସରକାରୀ ଚାକିରୀଟିଏ କରିଛି l ତାର ଦାୟିତ୍ଵ ନେବାକୁ ମୁଁ ସମର୍ଥ l ଏବେ ହେଉ କି ଯେବେ ହେଉ ସେ ଯେବେ ରାଜି ହେବ ତାକୁ ବାହାହେବି l ସରଳ ନିଷ୍ପାପ ମନରେ ପୁଣ୍ୟ ପ୍ରୀତିର ଅପୂର୍ବ ଭାବନା ମତେ ଆନମନା କରିଥିଲା l 

ମନରେ କି ଅପୂର୍ବ ତନ୍ଦ୍ରାଭୂତ ତନ୍ମୟତା, ଜ୍ୟୋତ୍ସ୍ନାମୟ ଚିନ୍ମୟତା, ଆନନ୍ଦ ଉତ଼୍ଫୁଲ୍ଲ ଭାବ, ଉତ଼୍ଫୁଲ୍ଲ ପ୍ରଫୁଲ୍ଲ ଭାବ, ପ୍ରଫୁଲ୍ଲ ପ୍ରସନ୍ନ ଭାବ l ତାଙ୍କ ଘରକୁ ପ୍ରଥମ କରି ଯିବି ତା ପାଇଁ କଣ ନେବି ସେ ଖାଇ ବିଭୋର ହେବ, ନିଜକୁ ପରମ ସୌଭାଗ୍ୟବତୀ ମଣିବ ? ମୁଁ ଯାହା ନେଇଥିଲି ତାହା କେହି ନେବେ କଣ ? ସ୍ଵପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ l ଅପୂର୍ବ ସୁମିଷ୍ଟ ସେ ଦ୍ରବ୍ୟ l ଇଶ୍ୱରଙ୍କ କୃପାରୁ ଆମ ଘରେ ମହୁ ବାକ୍ସରେ ଭଲ ମହୁ ହୋଇଥିଲା l ଉପର ଥାକରୁ ରୂପା ପରି ଦିଶୁଥିବା, ଚନ୍ଦ୍ର ଜ୍ୟୋତ୍ସ୍ନା ପରି ଚମକୁଥିବା, ଶୁଭ୍ର ସତେଜ ସୁନ୍ଦର ଦିଶୁଥିବା ମହୁଫେଣା ମୁଁ ଯତ୍ନରେ କାଟି ନ ଚିପୁଡ଼ି ନେଇଥିଲି l ସାଲେପୁର ରସଗୋଲା ତା ପାଇଁ ନେଇଥିଲି l କୁମାର ପୂର୍ଣିମା ପୂର୍ବଦିନ l ରାସ୍ତାରେ ବସରେ ଗଲାବେଳେ ଗଲାବେଳେ ମନରେ କି ସରାଗ, ସରସତା ଗୋଟେ ଅପୂର୍ବ ସାରସ୍ଵତ ଭାବନାରେ ମୁଁ ଭାବମଗ୍ନ ଥିଲି, ପ୍ରୀତିମଗ୍ନ ଥିଲି, ଧ୍ୟାନମଗ୍ନ ଥିଲି l ମନେ ମନେ ଇଶ୍ୱରଙ୍କୁ ସ୍ତୁତି କରୁଥିଲି l ଲାଗୁଥିଲା ପରମ ସୌଭାଗ୍ୟ ମୋର ମୁଁ ଯାଉଚି ତାଙ୍କ ଘରକୁ l ତାକୁ ଭେଟିବି ମୁଁ ଯେ ତାର ସବୁଠୁ ପ୍ରିୟ, ପ୍ରିୟତମ, ଇଶ୍ଵର ତାକୁ ମୋ ପାଇଁ ଗଢ଼ିଛନ୍ତି ସଂସାର ସାଧନା ଲାଗି, ଜୀବନ ତପସ୍ୟା ଲାଗି, ସାଧନା ସିଦ୍ଧି ଲାଗି l ଶୋଭାର ଗନ୍ତାଘର ଶାରଦୀୟ ପ୍ରକୃତିର ଶୋଭା ସମ୍ଭାର ଅଜାଡି ହୋଇ ପଡୁଥିଲା ଯେମିତି ମାଟି ଆକାଶ, ମେଘ, ତରୁଲତା, ପଶୁପକ୍ଷୀ ସବୁ ଦିଶୁଥିଲା ଆନନ୍ଦ ବିଭୋର, ଆନନ୍ଦମଗ୍ନ , ଆନନ୍ଦ ଉଚ୍ଛଳ l

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

[11/23/2022, 8:45 AM] Raj Kishore Sahoo: ନୀଳ ଐଶ୍ୱର୍ଯ୍ୟା ମୋ ପ୍ରୀତି

ରାଣୀ ତୋ ଅନ୍ତର ସ୍ନେହ ସୁଦ୍ଧା ପ୍ରୀତି l ଜାଣେ ମୋ ଜୀବନେ ମୁକତିର ଗତି ll (1)

ତୁମ ମୋର ଭାଗ୍ୟ ଭବ୍ୟ ପରିଚୟ l ଯଶସ୍ଵିନୀ ପ୍ରୀତି ପୁଣ୍ୟ ଦେବାଳୟ ll(2)

ତୁମ ସେବା ସୁଖ ଆନନ୍ଦ ଆଶାରେ l ସ୍ତୁତିକରେ ନୀତି ପଦ୍ମ ପଙ୍କଜରେ ll(3)

ଅହିଂସା ପଣରେ ନିନ୍ଦା ଅପମାନ l ସହି କାଳ ବକ୍ଷେ କୀର୍ତ୍ତି ଚିରନ୍ତନ ll(4)

କବି ଧର୍ମାନନ୍ଦ ମହାତ୍ମା କୀରତି l ଅଲିଭା ଉଜ୍ଜ୍ଵଳ ତୁମ ପ୍ରୀତି ଜ୍ୟୋତି ll(5)

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/26/2022, 5:43 AM] Raj Kishore Sahoo: ରାଣୀ ପ୍ରଣାମ ପ୍ରଣାମ l Hall of Fortune ଯେଉଁଠି ଭାରତର ସବୁ ବଡ ବଡ ଅଫିସର ପାର୍ଟିରେ ଭୋଜି ଭାତ ଖାଇଥାନ୍ତି କାଲି ମୋର ସୌଭାଗ୍ୟ ଥିଲା l 60 × 50 =3000 sqft ର ବିଶାଳ Hall l କାଚ ପରି ଚକଚକ, ରାଜଭବନ ପରି ଭବ୍ୟ ରମଣୀୟ ଐଶ୍ୱର୍ଯ୍ୟମୟ l ତୁମେ ଦିଲ୍ଲୀ ଆସିଲେ ଅଫିସର mess ରେ ଦେଖିବ l ସ୍ଵର୍ଗ ଭୁବନ ପରି ଅତୀବ ମନୋରମ ଆନନ୍ଦଦାୟକ l ତମଠାରୁ ଦୂରରେ ରହି ସଂସାର ସାଧନା କରିବାର ମହାକଷ୍ଟ ଇଶ୍ଵର ମୋ ପାଇଁ 35 ବର୍ଷ ହେଲା ଲେଖିଛନ୍ତି l ତାଙ୍କର କରୁଣା ହେଲେ ମୁଁ ତତେ ତୀର୍ଥ ଭ୍ରମଣରେ ନେବି l ତୋର ସେବା କରି ପାରିବି l ସ୍ନେହ ପ୍ରେମ ସୁଖରେ ବିଭୋର କରିଦେବି l ଆମର ବାହାଘର ନହେବା ଦ୍ଵାରା ଭାରତର ଇତିହାସର କିଛି ପୃଷ୍ଠା କାଳ ଚିରିଦେଲl l ମୁଁ ତୁମକୁ ପାଇଛି ମହାଭାଗ୍ୟ ଜାଣିବୁ ଏକଲବ୍ଯ ସିନା ମାଟିର ଦ୍ରୋଣ କୁ ତପସ୍ୟା କରି ସିଦ୍ଧି ଲଭିଥିଲା ମୁଁ ତୋରା ପାର୍ଥିବ ତନୁର ଚିତ୍ରପଟ ଧରି ପ୍ରୀତି ସାଧନାରେ ସିଦ୍ଧି ଲଭିଛି l ତୋରା ସୁଖ ସମ୍ମାନ ଦେଖିବାକୁ ଆଜିଯାଏ ବଞ୍ଚିଛି ନଚେତ୍ କେବେଠାରୁ ଏ ଶରୀର ତ୍ୟାଗ କରିଥାନ୍ତି l ମହାତ୍ମାଙ୍କ ପାଇଁ ଜୀବନ ପରି ମୃତ୍ୟୁ ବି ପ୍ରିୟ l ଏତେ ସଂସାର ପ୍ରତି ଆସକ୍ତି ନଥାଏ l ତୁମର ତପସ୍ୟା କରି ଇଶ୍ୱରଙ୍କ ସତ୍ତା କୁ ଉପଲବଧି କରିଛି l ବହୁତ ବଡ଼ ଅନୁଭବ ଏ l ବହୁତ କଥା ଅଛି ତୁମେ ଶୁଣିବ l ଚୁମା ଗୋଟେ l ପ୍ରଣାମ ପ୍ରଣାମ l [11/26/2022, 6:27 AM] Raj Kishore Sahoo: ରାଣୀ ତୋ ଦେହ ଛୁଇଁ ସଂକଳ୍ପ କରିବାର ମହାଦୁଃଖ ଇଶ୍ଵର ମୋ ପରି ଚଣ୍ଡାଳକୁ ଦେଇଥିଲେ ଆଉ କାହାକୁ ନ ଦିଅନ୍ତୁ l ତୋ ଠାରୁ ଦୂରରେ ଅସହ୍ଯ ବିରହ ବିଚ୍ଛେଦର ପୀଡା, ତାର ଦୁର୍ଲଭ ସାଧନା ଆଉ କେହି କରିନାହିଁ l ତୁ ଯେମିତି କିଛି ଦୋଷ ନକରି ମlନ ସମ୍ମାନ ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ଯୌବନ ଚାକିରି ହରାଇ ମୌନବ୍ରତ ପାଳି ଅହିଂସ ସାଧନାରେ ବିଜୟ ଲାଭ କଲୁ ଆଉ କେହି କାମିନୀ ଏ ସଂସାରରେ କରି ପାରିବେ ନାହିଁ l ଧନ୍ୟ ତୋର ସାଧନା ସିଦ୍ଧି l ଆଧ୍ୟାତ୍ମିକତାର ପୁଣ୍ୟ ଶକ୍ତି ତୋ ଭିତରେ ଅଛି ତେଣୁ ବଞ୍ଚି ରହିଲି l ସଫଳ ହେଲି ନହେଲେ କେବେ ଠାରୁ ସଂସାର କୁ bye bye କରିଥାନ୍ତି l ତୋର ଦିବ୍ୟ ଅନୁଭବର ତୁଳନା ନାହିଁ l [11/28/2022, 6:45 AM] Raj Kishore Sahoo: କେଉଁ ଜନମ ର ତପସ୍ୟା ଏ ସତେ ————————–

କେଉଁ ଜନମ ର ତପସ୍ୟା ଏ ସତେ, ପାଇଅଛି ସଖୀ ବନ୍ଧୁ ଭାବେ ତୋତେ, ମଣୁଛି ନିଜକୁ ଧନ୍ଯ। ଭାବ ର ପ୍ରଦାନେ କରିଦେଲୁ ଋଣୀ, ହେଉଥିବି ସଦା ତୋର ଗୁଣ ଗୁଣି, ବନ୍ଧୁତ୍ବ ତୋର ଅନନ୍ୟ।

ଜୀବନ ର ଏଇ ବନ୍ଧୁର ପଥରେ, ଯଦି ଅନଭ୍ୟସ୍ତ ପାଦ ଥକିପଡେ, ସୁମରିବୁ ମୋତେ ଥରେ। ନକରିବି ଡେରି ଆସିବି ସହସା, ତିଆରିବି ତୃଣତଳ୍ପ ର ଗାଲିଚା, ତୋର ଚଲାପଥ ପରେ।

ଯେବେ ତୁ ଗୋ ସଖୀ ହୋଇଯିବୁ ଏକା, ଡାକିଦେବୁ ଥରେ ଦେଉଛି ମୁଁ କଥା, ଆସିବି ସାଥିଟେ ହୋଇ। ନିଃସଙ୍ଗତାପଣ ଦେବି ମୁଁ ଭୁଲାଇ, ଦୁଃଖେ ଅବା ସୁଖେ ଛାଇଟିଏ ହୋଇ, ପାଖେପାଖେ ଥିବି ରହି।

ଯଦି କେବେ କେଉଁ ହୃଦୟହୀନ, ହୋଇ ନିରିଦୟ ଭାଙ୍ଗିଦିଏ ମନ, ଦୁଃଖ ହୁଏ ଦୁର୍ବିସହ। ଡାକିଲେ ଆସିବି ଦେବଦୂତ ହୋଇ, ପାରିବିନି ଯଦି ସୁଖ ଟିକେ ଦେଇ, ତୋ ସାଥେ ଢାଳିବି ଲୁହ।

ଅନ୍ଧକାର ଯଦି ଡରାଏ ଗୋ ତୋତେ, ଥରୁଟିଏ ଖାଲି ଡାକିଦେବୁ ମୋତେ, ହେବି ମୁଁ ସରଗ ଶଶୀ। ବିଛୁରିତ କରି ସ୍ନିଗ୍ଧ ଜ୍ୟୋତ୍ସ୍ନାଲୋକ, ହଟାଇବି ଅମା ସାଜି ମୁଁ ପ୍ରଦ୍ୟୋତ, ଭୀତିହୀନ କରି ନିଶି।

ଦୁଃଖ ଯଦି କେବେ ହୁଅଇ ଅଦମ୍ଯ, କିବା ଲାଗେ ମନ ମରୁଭୂମି ସମ, କରିବୁନି ଅବଶୋଷ। ଡାକିଦେବୁ ଥରେ ଭାବିବୁନି ଆନ, ନିଥର ଜୀବନେ ସୃଜି ମରୁଦ୍ୟାନ, ଦିଆଇବି ଜୀବନ୍ୟାସ।

କେବେ ଯଦି ସଖୀ ହେଉ ଦିଗହରା, ପ୍ରାଚୀ ଦିଗନ୍ତରେ ହୋଇ କୁଆଁତାରା, ସାଜିବି ଦିଗବାରେଣି। ସମସ୍ୟା ବ୍ୟୁହରେ ହେଲେ ସନ୍ତାପିତ, ଆଣି ଆସିବି ମୁଁ ସମାଧାନ ସୂତ୍ର, ଏ କଥା ରଖିବୁ ଜାଣି।

ଯଦି ଏ ଜୀବନ ଲାଗେ ରଙ୍ଗହୀନ, ତୋ ପାଇଁ ଆଣିବି ଲକ୍ଷେ ଫଗୁଣ, ଡାକିଦେବୁ ଯଦି ଥରେ। ତୋ ଓଠରେ ହସ ଫୁଟାଇବା ପାଇଁ, ରମ୍ୟ ଉପବନେ ଫୁଲଟିଏ ହୋଇ, ଥିବି ତୋର ପଥଧାରେ।

ହୋଇପାରେ କେବେ ଯଦି ଯାଏ ମରି, ତୋ ପାଶେ ତୋ ଡାକ ଆସିବ ତ ଫେରି, ହୋଇ ଶୂନ୍ଯ ପ୍ରତିଧ୍ବନି। ସେତେବେଳେ ସଖୀ ଆସିବୁ ଗୋ ଥରେ, ଦୁଇଟୋପା ଲୁହ ଶବାଧାର ପରେ, ଦେବାକୁ ଭୁଲି ଯିବୁନି।


🌹🙋‍♂️🌹🙋‍♀️🌹 ସଚ୍ଚିଦାନନ୍ଦ ବସ୍ତିଆ 🌹🙋‍♂️🌹🙋‍♀️🌹 [11/28/2022, 6:46 AM] Raj Kishore Sahoo: ଏତେ ସହଜ ନୁହଁ ଏ ପ୍ରେମ l ପ୍ରେମ ଅନୁଭବ ବିନା କେଉଁ କବି ମନ ହୃଦ ଅନୁପମ ? ll

ତରୁଣ ପ୍ରାଣରେ କୁସୁମ ପ୍ରୀତିର ଫୁଟି ବାସେ ମହମହ l ସାରା ଜୀବନକୁ ଯୋଗାଏ ପ୍ରେରଣା ଆନନ୍ଦ ବିଷାଦ ଲୁହ ll

ପ୍ରୀତିରେ ନିର୍ବୋଧ ନିର୍ବାକ ନୋହି କେ ଲଭିଛି କେ ପ୍ରୀତି ସିଦ୍ଧି ?l ବିରହ ବିଚ୍ଛେଦ ମିଳନ ତପସ୍ୟା ଲାଗି ପ୍ରିୟା ପ୍ରାଣନିଧି ll

ପ୍ରୀତି ସିଦ୍ଧି ଲକ୍ଷ୍ୟ ଯାହାର ଜୀବନେ ଧନ୍ଯ ତାର ପ୍ରୀତି ସୁଖ l ଶୂନ୍ୟରେ ମିଳନ ଆନନ୍ଦ ଗହନ ବିରହରେ ମହା ସୁଖ ll ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [12/2/2022, 7:13 AM] Raj Kishore Sahoo: ରାଣୀ ଚୌଦ୍ଵାରରେ ଜୀବନ କେତେ ପ୍ରିୟ ଥିଲା ହଠାତ୍ ଚିଠି ଦୁର୍ଘଟଣା ଲାଗି ଯେମିତି ପ୍ରଳୟ ଆସିଗଲା l ମୃତ୍ୟୁ ସହିତ ମୁହାଁମୁହିଁ ହେବାର ଗୋଟେ ଦୁର୍ବାର ପଣ ପୁଣି ଜୀବନ ପଥକୁ ଫେରି ଆସିବାକୁ ତୋ ଅନ୍ତରର ବ୍ୟାକୁଳତା ମତେ ଅନେକଥର ନୂଆ ଜୀବନ ଦେଇଥିଲା l ତୋ ଉପସ୍ଥିତିରେ ମୁଁ ଯେମିତି ତୋର ଦୁଃଖ ଦୂର୍ଭ୍ୟାଗ୍ୟ ନସହି ପାରି ଜୀବନକୁ ଜଳାଞ୍ଜଳି ଦେବାକୁ ଭୀଷଣ ଭାବରେ ଉଚ୍ଛନ୍ନ ହେଉଥିଲି ସେମିତି ତୋର ଅନୁପସ୍ଥିତରେ ମୁଁ କିଭଳି ମହା ଦୁଃଖରେ ମ୍ରିୟମାଣ ହୋଇ ଅଗ୍ନିମୟ ଯଜ୍ଞରେ ଅହରହ ଜଳୁଥିଲି l

   ମୁଁ କେତେଥର ଜୀବନ ହାରିବାକୁ ଚାହିଁଥିଲି କିନ୍ତୁ ତୋର ଅଦୃଶ୍ୟ ଛାୟାମୂର୍ତ୍ତି ମତେ ଏଥିରୁ ନିବୃତ୍ତ କରିଥିଲା l ତୋର ବିଷାଦ ବଦନ କରୁଣ ନୟନର ମାୟା ମତେ ଜୀବନ ସହିତ ବାନ୍ଧି ରଖିଥିଲା l ତୋ ଲାଗି ଜୀବନ ସଂଘର୍ଷରେ ଲଢିବାକୁ ପ୍ରେରଣା ପାଇଲି l 1982 ରୁ 1987, 1987 ରୁ 1993, ଦୀର୍ଘ 10 ବର୍ଷର ସାଧନା ଯେମିତି ଲୁହଲହୁ ପୂର୍ଣ୍ଣ ସେମିତି ଅନେକ ଥର ତୋ ବିନା ମୋ ଅନ୍ତରାତ୍ମା ହାହାକାର କରୁଥିଲା l ଇଶ୍ୱରଙ୍କ ଏମିତି ଇଚ୍ଛା ଶେଷରେ ବାହାଘର ହେଲାନାହିଁ ଆମ ଜୀବନର ଧାରା ଅଲଗା ଅଲଗା ହୋଇଗଲା l କିନ୍ତୁ ଚେତନାରେ ମୁଁ ତତେ ସବୁବେଳେ ଅନୁଭବ କରୁଥିଲି, ଆଜିବି ତମେ ମୋ ପାଖରେ ଅଛ ଦୂରରେ ଥାଇ ବି l

    ବଡ ଅଶ୍ରୁଳ ଆମ ଜୀବନ l ଚିଠି ଦୁର୍ଘଟଣା ଲାଗି ଆମ ବାପାବୋଉ,  ତୁମ ବାପାବୋଉ ବହୁତ କଷ୍ଟ ଭୋଗିଛନ୍ତି l ଆମ ବୋଉ ଚାହୁଁଥିଲେ ତୋ ସହିତ ବାହାଘର ହେଉ କିନ୍ତୁ ବାପା ବିରୋଧ କରୁଥିଲେ l ଘରର ଚାଳ ଭିଡି ରlଗରେ ଭାଙ୍ଗୁଥିଲେ l ମୁଁ  ଦିଲ୍ଲୀରେ ଥିଲି l ତମ ବାପା କେତେ ଥର ଆମ ଘରକୁ ଆସିଥିଲେ l ଦୁଃଖ ସୁଖ ହୋଇଥିଲେ l ତୁମ ବୋଉ ଓ ବାପା ଆମ ବାପାଙ୍କୁ କେତେ ଚିଠି ଲେଖିଥିଲେ l ବୋଉଙ୍କ ଚିଠି ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା l ସେମାନେ ସମସ୍ତେ ପରସ୍ପରର ସୁଖ ଦୁଃଖର ସାଥୀ ଥିଲେ l ନିବିଡ ଅନ୍ତରଙ୍ଗ ବନ୍ଧୁତା ଥିଲା l ବୋଉ ଲେଖିଥିଲେ,  ଆଦରର ଦିଜ ବାବୁ,  ଇଶ୍ୱରଙ୍କ ଇଛା ଏମିତି ଆମେ ଚୌଦ୍ୱାରରେ ସୁଖ ଦୁଃଖରେ କେତେ ଆନନ୍ଦରେ ଥିଲେ l କଣ ସବୁ ହୋଇଗଲା l ଚୌଦ୍ଵାର ଛାଡି ଗାଁକୁ ଆସିବା ପରେ ଅନ୍ତର ଦୁଃଖ ଆଉ କାହାକୁ କହିବୁ ?

  ଆଜି ବି ମୁଁ ତୁମକୁ ଝୁରୁଚି କେବେ ଏକାନ୍ତରେ ସୁଖ ଦୁଃଖ ହେବା l ସେ ସମୟ କେବେ ଆସିବ ଇଶ୍ଵର ହିଁ ଜାଣନ୍ତି l ମୋ ଜୀବନ ସାରା ଲୁହ ତମେ କେଉଁଦିନ ମୋ ଆଖିରୁ ପୋଛିବ ସେଇ ଦିନକୁ ପ୍ରତୀକ୍ଷାରେ ବଞ୍ଚିଛି l ତୋର ସେବା ଲାଗି ସୁଖ ଲାଗି ମୋ ମନରେ କେତେ ଆଗ୍ରହ l ଇଶ୍ୱରଙ୍କୁ ପ୍ରାର୍ଥନା,  ତପସ୍ୟା l ତୁ ଟିକିଏ କେତେବେଳେ ଭଲରେ କଥା ହେଉଛୁ କହ ? ତୋର ଦାୟିତ୍ଵ ନେବାକୁ କାହିଁକି ମୋ ଠାରୁ ଦୂରରେ ରହିଛୁ ? ଆଉ କେତେଦିନ ବଞ୍ଚିବା ଟିକିଏ ହସଖୁସି ହେବା ନାହିଁ ? ମନରେ କେତେ ଇଚ୍ଛା ଆମେ ମହାପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା, କେବେ ତାଙ୍କୁ ଚନ୍ଦନରେ  ବୋଳିବା, ମଲ୍ଲି ଫୁଲରେ ସଜାଇବା l ତମେ ମୋ ସାଥିରେ ପୁଣ୍ୟତୀର୍ଥ ଭ୍ରମଣରେ ଯିବ l ତମକୁ ସୁଖରେ ଦେଖିଲେ ମୁଁ ଏ  ମାୟା ସଂସାରରୁ ମୁକ୍ତି ପାଇବି l ତମ ପଥକୁ ଚାହିଁ ବସିଛି l 

ପ୍ରଣାମ ପ୍ରଣାମ ଚଣ୍ଡାଳ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ଯାତନା ଯେତେ 
       ଲେଖିଲ ପ୍ରଭୁ 
              ସହିଲୁ ନୀରବରେ l
 
 କି ସୁଖ ଦେଲ 
     ରାଣୀକୁ ମୋର ?
         ତା ଦୁଃଖ ଦେଖି 
             ସାରା ଜୀବନଝୁରେ ll [12/18/2022, 7:45 AM] Raj Kishore Sahoo: ରାଣୀ କୁ ମୋର 
ଫେରାଇ ଦିଅ 
  ନୋହିଲେ ମୋର 
       ଜୀବନ ନିଅ ପ୍ରଭୁ l କେତେ ଯେ ପାପ 
   କରିଛୁ ଆମେ
        ସରୁନି ଦୁଃଖ 
             ନୟନ ଫେଡ଼ ପ୍ରଭୁ ll [12/20/2022, 6:04 AM] Raj Kishore Sahoo: କବିତା ଶୀର୍ଷକ...
   "ଦୀପଟିଏ ମୋତେ କରିଦିଅ ପ୍ରଭୁ"

ଦୀପ ଟିଏ ମୋତେ କରିଦିଅ ପ୍ରଭୁ ‌‌ ଶ୍ରୀମନ୍ଦିରେ ‌ଜଳୁଥିବି ସମର୍ପଣ ଭାବ ରଖି ମୁଁ ମନରେ ଜଳି ଜଳି ଶେଷ ହେବି।

ଧୂପ ଟିଏ‌ ମତେ କରିଦିଅ‌ ପ୍ରଭୁ ‌ ତୁମ ପାଶେ ଜଳୁ ଥିବି ନିଜ‌ ମହକ ରେ‌ ସୁବାସିତ କରି ଆନନ୍ଦରେ ଲୀନ ହେବି।

ଫୁଲଟିଏ ମୋତେ କରିଦିଅ ପ୍ରଭୁ ମସ୍ତକେ ଶୋଭା ପାଇବି ନିତିଦିନ ତୁମ ମସ୍ତକରେ ରହି ନିଜକୁ ଧନ୍ଯ ମଣିବି।

ପୂଜାର ଆସନ କରିଦିଅ ପ୍ରଭୁ ତୁମ ଶ୍ରୀମନ୍ଦିରେ ଥିବି ଆସନ ଉପରେ ସମସ୍ତ କର୍ମକୁ ଭକ୍ତି ଭାବେ ଦେଖୁଥିବି।

ଭୋଗଥାଳି ମୋତେ କରିଦିଅ ପ୍ରଭୁ ସବୁଦିନ ଲାଗୁ ହେବି ତୁମରି ସେବାରେ ଲାଗୁହେଲା ବେଳେ ନିଜକୁ‌ ଧନ୍ୟ ମଣିବି।

‌ସୁଜାତା ପତି, ଭୁବନେଶ୍ୱର [12/31/2022, 8:15 AM] Raj Kishore Sahoo: ରାଣୀ ତୋର ଜୟ ଜୟ ହେଉ l  ଜୀବନ ପଥେ 
ତୁମରି ସାଥେ 
    ସହିଲି  ମହାଦୁଃଖ l ତୋ ସୁଖ ସେବା 
      ସାତ ସପନ   
          ପ୍ରୀତିରେ କେଉଁ ସୁଖ ?ll

ବିଧାତା କାହିଁ ଲେଖିଲା ପ୍ରୀତି ନ ନେଇ ଆମ ପ୍ରାଣ ? ବିରହ ବ୍ୟଥା ମରମ କଥା ବୁଝିଲା ନାହିଁ ଜାଣ ll [12/31/2022, 8:40 AM] Raj Kishore Sahoo: ତୁମେ ଯେ ମୋର ଅତି ନିଜର ପରାଣ ଠାରୁ ପ୍ରିୟ l ତୁମରି ପ୍ରୀତି ଆନନ୍ଦ ଗୀତି . ଜୀବନ ମଧୁମୟ ll

ତୋ ବିନା ସୁଖ ଅଛି କି କାହିଁ ? ଝୁରୁଛି ମନ ହୃଦ l ତୋ କୋଳେ ଜହ୍ନ ନୀଳ ସାଗର ଆନନ୍ଦ ଗଦଗଦ୍ ll

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସ୍ଵପ୍ନ ଓ ସମୁଦ୍ରର ବେଳାଭୂମି କୋଳେ l ଅନନ୍ତ ପ୍ରୀତି ଲହରୀ କାବ୍ଯ ସୁଧା ଢାଳେ ll ଅନନ୍ତ ପ୍ରୀତିର ଗୀତି ଆକାଶର ନୀଳ l ଐଶ୍ୱର୍ଯ୍ୟ ବିତରେ ମେଘ ଦିବ୍ୟ ଢଳଢଳ ll ସ୍ଵର୍ଣ୍ଣପ୍ରସୂ ବସୁନ୍ଧରା ଶ୍ୟାମ ହେମ ସବୁଜ ସମ୍ଭାର l ଭରିଦେଉ ନବୀନ ଉଷା ଆଲୋକେ ସୁଖ ପ୍ରୀତି ନିରନ୍ତର ll ନବବର୍ଷ ହେଉ ନିତ୍ୟାନନ୍ଦ କବି ହୃଦ ଲାଗି l ପ୍ରାର୍ଥନା କରୁଛି ପ୍ରଭୁ, ମହାତ୍ମା ଧର୍ମାନନ୍ଦ କବି ll ପ୍ରଣାମ ପ୍ରଣାମ l ଚୌଦ୍ଵାର


This site uses Just the Docs, a documentation theme for Jekyll.