ଗାନୀରତ୍ନ ଗୀତାଞ୍ଜଳି (1) ଚନ୍ଦ୍ର : କଳାକର, କଳାନିଧି ସୁଧାକର, ସୁଧାନିଧି ନିଶାକର, ନିଶାପତି, ନିଶାମଣି ନକ୍ଷତ୍ରପ, ନକ୍ଷତ୍ରପତି ଶଶାଙ୍କ, ମୃଗାଙ୍କ, ହରିଣାଙ୍କ, ଅର୍କ, ଉଡୁପ, ସୋମ, ଶୃଣି ନିଶାକର, ନିଶାପତି, ନିଶାମଣି ସୁଧାଂଶୁ, ସୁଧାକର , ଶଶଧର ଶୀତାଂଶୁ, ଶୀତକର, ସିତକର ସୁଧାକର, ଅମୃତକର ସୁଧାକର , ଶଶଧର ନିଶାକର, କଳାକର ଶୀତକର, ସିତକର , ତୁହିନକର ତୁହିନକର, ଶିଶିରକର, ଶୀତକର, ଶିଶିରକର, ହିମକର, କ୍ଷପାକର, ତମୋହର, ତୁହିନକର, ହିମକର, ଶିଶିରକର ଶଶାଙ୍କ, ଶଶଧର କୁମୁଦବନ୍ଧୁ, କୁମୁଦବାନ୍ଧବ ଖମଣି, କ୍ଷପାକର ପଦ୍ମଜ, କମଳଜ, ଅବ୍ ଜ, ଅର୍କ, ଇନ୍ଦୁ, କଞ୍ଜ, ବିଧୂ, ମୃଗାଙ୍କ, ମୃଗଲାଞ୍ଛନ, ଶୀତକର, ସିତକର, ଶ୍ଵେତଭାନୁ ଶାରଙ୍ଗ, ସାରଙ୍ଗ, ଶ୍ଵେତଭାନୁ, ଶ୍ଵେତଭାନୁ, ହରିଦଶ୍ଵ, ଅମ୍ବୁଜ, ଅମ୍ଭୋଜ,

ସୁଧାଂଶୁ, ଶୀତାଂଶୁ, ଶୀତକର l ଶୀତାଂଶୁ, ସୁଧାଂଶୁ, ସୁଧାକର ll ଅମ୍ବୁଜ, ଉଡୁପ, କ୍ଷପାକର l ଶୃଣି, ଶଶାଙ୍କ, ଶଶଧର ll

ଚନ୍ଦ୍ର, ସୂର୍ଯ୍ୟ : ଅର୍କ, ଖମଣି, ତମୋହର,

ଚନ୍ଦ୍ର, ପଦ୍ମ: ସାରସ, ସାରଙ୍ଗ, ଅମ୍ବୁଜ, ଅମ୍ଭୋଜ, ‐——————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [5/2, 8:54 PM] Raj Kishore Sahoo: ଗାନୀରତ୍ନ ଗୀତାଞ୍ଜଳି (2) ଚନ୍ଦ୍ର: (ପ୍ରତିଶବ୍ଦ 7 ଅକ୍ଷରରେ)

ସୁଧାଂଶୁ ସୁଧାକର l ଶୀତାଂଶୁ ଶୀତକର ll 1 ଖମଣି କ୍ଷପାକର l ସାରଙ୍ଗ ଶଶଧର ll 2 କ୍ଷପାକର ଖମଣି l ଉଡୁପ ନିଶାମଣି ll 3 ମୃଗାଙ୍କ ହରିଣାଙ୍କ l ଶଶଧର ଶଶାଙ୍କ ll 4 ନିଶାମଣି ଉଡୁପ l ଖମଣି ନକ୍ଷତ୍ରପ ll 5 ଶୀତକର ଶୀତାଂଶୁ l ହିମକର ହିମାଂଶୁ ll 6 ଶଶାଙ୍କ ଶଶଧର l ଇନ୍ଦୁ ଶିଶିରକର ll 7 ସୁଧାଂଶୁ ସୁଧାନିଧି l ଚନ୍ଦ୍ରମା କଳାନିଧି ll 8 ଇନ୍ଦୁ ଅମୃତକର l ସୁଧାଂଶୁ ସୁଧାକର ll 9 ମୃଗଲାଞ୍ଛନ ନାମ l ଶ୍ଵେତଭାନୁ ସୁନାମ ll10 ସୋମ ସୃଣି ଅମ୍ବୁଜ l ହରିଦଶ୍ଵ ଅମ୍ଭୋଜ ll11 ଇନ୍ଦୁ ବିଧୁ ଉଡୁପ l ଅମ୍ବୁଜ ନକ୍ଷତ୍ରପ ll 12 ସାରସ ଶୀତକର l ସାରଙ୍ଗ ସୁଧାକର ll 13 ଶ୍ଵେତଭାନୁ ସାରଙ୍ଗ l ସୁଧାନିଧି ଶାରଙ୍ଗ ll14 ଇନ୍ଦୁ କଞ୍ଜ ଅବ୍ ଜ l ସାରସ କମଳଜ ll 15 ତମୋହର ଶଶାଙ୍କ l ହରିଣାଙ୍କ ମୃଗାଙ୍କ ll16 —————————– ଚନ୍ଦ୍ର: (ପ୍ରତିଶବ୍ଦ 12 ଅକ୍ଷରରେ)

ନିଶାକର, ନିଶା-ପତି ନିଶାମଣି l ଅମ୍ବୁଜ, ଉଡୁପ ସାରଙ୍ଗ, ଖମଣି ll 1

ବିଧୂ, ଇନ୍ଦୁ, ଅର୍କ କଞ୍ଜ, ଶ୍ଵେତଭାନୁ l ସୋମ, ସୃଣି, ଚନ୍ଦ୍ର ଜ୍ୟୋତ୍ସ୍ନା ଶୁକ୍ଳ ତନୁ ll 2

ଶୀତକର କଳା-କର ନିଶାକର l ସୁଧାକର ଶଶ-ଧର ତମୋହର ll 3

ଶଶାଙ୍କ, ମୃଗାଙ୍କ ତୁହିନକର l ଅମ୍ବୁଜ, ଅମ୍ଭୋଜ ଅମୃତକର ll 4

କୁମୁଦବନ୍ଧୁ(ଚନ୍ଦ୍ର) ଯେ କୁମୁଦବାନ୍ଧବ l ଚନ୍ଦ୍ର ନାମ ପ୍ରିୟ ମନେ ରଖିଥିବ ll 5

ହରିଦଶ୍ଵ ହିମ-କର କ୍ଷପାକର l ପଦ୍ମଜ, ଅବ୍ ଜ ଚନ୍ଦ୍ର ନାମ ଯାର ll 6

ମୃଗାଙ୍କ, ଶଶାଙ୍କ ମୃଗଲାଞ୍ଛନ ଯେ l ସୁଧାଂଶୁ, ଶୀତାଂଶୁ ଶ୍ଵେତଭାନୁ ସେ ଯେ ll 7 ————————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [5/2, 9:44 PM] Raj Kishore Sahoo: ଚମତ୍କାର ଓ ଅନୁପମ ରଚନା।କବିଙ୍କୁ ଯେତେ ପ୍ରଶଂସିଲେ ମଧ୍ୟ କମ୍ ଅନୁଭୂତ ହେବ।ଧନ୍ୟବାଦ। [5/3, 9:08 PM] Raj Kishore Sahoo: ନବାକ୍ଷରୀ ଛନ୍ଦରେ ଗାନୀରତ୍ନ ଗୀତାଞ୍ଜଳି (3)

ଚନ୍ଦ୍ରର ନାମ ଶବ୍ଦ ସବୁ l

ମୃଗାଙ୍କ ସୁଧାଂଶୁ ଶଶାଙ୍କ l ମୃଗଲାଞ୍ଛନ ହରିଣାଙ୍କ ll 1 ସୁଧାଂଶୁ ଶଶାଙ୍କ ମୃଗାଙ୍କ l ଶିଶିରକର ହରିଣାଙ୍କ ll 2 କୁମୁଦବନ୍ଧୁ କ୍ଷପାକର l ଶିଶିରକର ଶଶଧର ll 3 ଅର୍କ, ଉଡୁପ ନିଶାକର l ଅମୃତକର ସୁଧାକର ll 4 ଶୀତାଂଶୁ ସୁଧାଂଶୁ ଖମଣି l ମୃଗଲାଞ୍ଛନ ନିଶାମଣି ll 5 ଶିଶିରକର ନିଶାକର l କୁମୁଦବନ୍ଧୁ କଳାକର ll 6 ତୁହିନକର ତମୋହର l ଅମୃତକର ସୁଧାକର ll 7 ଶିଶିରକର ସୁଧାନିଧି l ଅମୃତକର କଳାନିଧି ll 8 ଇନ୍ଦୁ ଅବ୍ ଜ କମଳଜ l ସୁଧାଂଶୁ ଶୀତାଂଶୁ ପଦ୍ମଜ ll 9 କୁମୁଦବନ୍ଧୁ ନିଶାମଣି l ଅର୍କ ନକ୍ଷତ୍ରପ ଖମଣି ll 10 କଞ୍ଜ କମଳଜ ଉଡୁପ l ଅମୃତକର ନକ୍ଷତ୍ରପ ll 11 ଶୀତାଂଶୁ ଶ୍ଵେତଭାନୁ ନାମ l ଅର୍କ ଉଡୁପ ସୃଣି ସୋମ ll 12 ସାରସ ସାରଙ୍ଗ ସୁଧାଂଶୁ l ଅମ୍ବୁଜ ଉଡୁପ ଶୀତାଂଶୁ ll 13 ଉଡୁପ ଅମ୍ଭୋଜ ଅମ୍ବୁଜ l ଇନ୍ଦୁ ଖମଣି କମଳଜ ll 14 ଅମ୍ବୁଜ ଅମ୍ଭୋଜ ପଦ୍ମଜ l ଅମୃତକର କମଳଜ ll 15 ——————————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [5/5, 8:26 PM] Raj Kishore Sahoo: ଗାନୀରତ୍ନ ଗୀତାଞ୍ଜଳି (4)

ଚନ୍ଦ୍ର : କଳାକର= କଳା(ଅଂଶ, ନୃତ୍ୟବିଦ୍ୟା, ଚନ୍ଦ୍ରକଳା,) + କର(କିରଣ),

କଳାନିଧି = କଳା + ନିଧି(ସମ୍ପଦ),

ସୁଧାକର= ସୁଧl(ଅମୃତ) +କର(କିରଣ, ହସ୍ତ), ଅର୍ଥାତ୍ ଅମୃତ କିରଣ ଲାଗି ଚନ୍ଦ୍ର ନାମ ସୁଧାକର, ଅମୃତକର l

ସୁଧାନିଧି = ସୁଧl(ଅମୃତ) +ନିଧି(ସମ୍ପଦ), ଅମୃତ ସମ୍ପଦ ଲାଗି ଚନ୍ଦ୍ର ନାମ ସୁଧାନିଧି l

ଅମୃତକର(ଚନ୍ଦ୍ର)= ଅମୃତ+ କର(କିରଣ),

ସୁଧାଂଶୁ(ଚନ୍ଦ୍ର) = ସୁଧା+ଅଂଶୁ (କିରଣ) ଶୀତାଂଶୁ = ଶୀତ + ଅଂଶୁ

ନିଶାକର = ନିଶା(ରାତି) + କର(କିରଣ), ରାତିରେ କିରଣ ଦାନ ଲାଗି ଚନ୍ଦ୍ର ନାମ ନିଶାକର l

ନିଶାପତି = ନିଶା(ରାତି) + ପତି(ଶ୍ରେଷ୍ଠ, ସ୍ଵାମୀ) , ଅର୍ଥାତ୍ ରାତିର ସ୍ଵାମୀ ତେଣୁ ଚନ୍ଦ୍ର ନାମ ନିଶାପତି, ନିଶାମଣି, ନିଶାନାଥ l

ନିଶାମଣି = ନିଶା(ରାତି) + ମଣି(ରତ୍ନ) , ଅର୍ଥାତ୍ ରାତିର ରତ୍ନ ତେଣୁ ଚନ୍ଦ୍ର ନାମ ନିଶାମଣି l

ନିଶିକାନ୍ତ(ଚନ୍ଦ୍ର),

ନକ୍ଷତ୍ରପ = ନକ୍ଷତ୍ର + ପ,

ନକ୍ଷତ୍ରପତି = ନକ୍ଷତ୍ର(ତାରା) + ପତି(ସ୍ଵାମୀ, କାନ୍ତ, ଶ୍ରେଷ୍ଠ), ଅର୍ଥାତ୍ ତାରା ମାନଙ୍କ ସ୍ଵାମୀ ତେଣୁ ଚନ୍ଦ୍ର ନାମ ନକ୍ଷତ୍ରପତି, ତାରାପତି, ତାରାକାନ୍ତ, ତାରାନାଥ,

ଶଶାଙ୍କ = ଶଶା(ଠେକୁଆ) + ଅଙ୍କ(କୋଳ)

ମୃଗାଙ୍କ = ମୃଗ(ହରିଣ) + ଅଙ୍କ ହରିଣାଙ୍କ = ହରିଣ(ମୃଗ) + ଅଙ୍କ,

ଶିଶିରକର = ଶିଶିର(କାକର) + କର(କିରଣ, ଜ୍ୟୋତ୍ସ୍ନା), ଅର୍ଥାତ୍ କାକର ପରି ଶୁଭ୍ର, କୋମଳ, ଥଣ୍ଡା କିରଣ ଲାଗି ଚନ୍ଦ୍ର ନାମ ଶିଶିରକର l

ତୁହିନକର = ତୁହିନ(ଶିଶିର, କାକର) + କର(କିରଣ)

ହିମକର= ହିମ(ତୁଷାର, କାକର, ବରଫ) + କର(କିରଣ), ହିମାଂଶୁ = ହିମ + ଅଂଶୁ(କିରଣ)

ଅର୍କ, ଉଡୁପ, ସୋମ, ଶୃଣି

ଶଶଧର= ଶଶ(ଠେକୁଆ)+ଧର

ଶୀତକର, ସିତକର

କ୍ଷପାକର= କ୍ଷପା(ରାତି) + କର (କିରଣ)

ଶଶାଙ୍କ, ଶଶଧର

କୁମୁଦବନ୍ଧୁ= କୁମୁଦ(କଇଁ)+ ବନ୍ଧୁ, ଚନ୍ଦ୍ର ଉଦୟ ହେଲେ ରାତିରେ କଇଁ ଫୁଲ ଫୁଟେ ତେଣୁ ଚନ୍ଦ୍ରର ନାମ କୁମୁଦବନ୍ଧୁ, କୁମୁଦବାନ୍ଧବ

କୁମୁଦବାନ୍ଧବ= କୁମୁଦ(କଇଁ)+ ବାନ୍ଧବ(ବନ୍ଧୁ)

ପଦ୍ମଜ = ପଦ୍ମ + ଜ = ପଦ୍ମରୁ ଜାତ ଚନ୍ଦ୍ର ତେଣୁ ନାମ ପଦ୍ମଜ, କମଳଜ, ଅବ୍ ଜ, ଯେପରି ଜଳରୁ ଜାତ ପଦ୍ମ ନାମ ଜଳଜ, ବାରିଜ, ନୀରଜ, ବନଜ,

କମଳଜ, ଅବ୍ ଜ, କଞ୍ଜ(ଚନ୍ଦ୍ର), କଞ୍ଜ ବଦନ(ଚନ୍ଦ୍ରବଦନ) କଞ୍ଜ ନୟନ(ପଦ୍ମ ନୟନ)

ଇନ୍ଦୁ, କଞ୍ଜ, ବିଧୂ,

ଶଶୀ, ଶଶୀନ୍ଦ୍ର(ଚନ୍ଦ୍ର)

ମୃଗାଙ୍କ, ମୃଗଲାଞ୍ଛନ, ଶୀତକର, ସିତକର,

ଶ୍ଵେତଭାନୁ= ଶ୍ଵେତ(ଶୁକ୍ଳ) +ଭାନୁ(ସୂର୍ଯ୍ୟ)

ଶାରଙ୍ଗ, ସାରଙ୍ଗ, ହରିଦଶ୍ଵ(ଚନ୍ଦ୍ର), ଦ୍ଵିଜରାଜ(ଚନ୍ଦ୍ର)

ଅମ୍ବୁଜ(ଚନ୍ଦ୍ର, ପଦ୍ମ), ଅମ୍ଭୋଜ(ଚନ୍ଦ୍ର, ପଦ୍ମ),

ସୁଧାଂଶୁ, ଶୀତାଂଶୁ, ଶୀତକର l

ଉଡୁପ(ଚନ୍ଦ୍ର, ନୌକା)

ଶୃଣି, ଶଶାଙ୍କ, ଶଶଧର ll

ଚନ୍ଦ୍ର, ସୂର୍ଯ୍ୟ :

ଖମଣି = ଖ(ଆକାଶ) + ମଣି, ଆକାଶର ମଣି ଚନ୍ଦ୍ର, ସୂର୍ଯ୍ୟ ତେଣୁ ଖମଣି ଅର୍ଥ ଚନ୍ଦ୍ର, ସୂର୍ଯ୍ୟ

ତମୋହର= ତମ(ଅନ୍ଧାର) ହରଣ କରି ଆଲୋକ ପ୍ରଦାନ କରୁଥିବାରୁ ତମୋହର ନାମ ଚନ୍ଦ୍ର, ସୂର୍ଯ୍ୟ

ଚନ୍ଦ୍ର, ପଦ୍ମ: ସାରସ, ସାରଙ୍ଗ, ‐——————– ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର


This site uses Just the Docs, a documentation theme for Jekyll.